ଜୀବନ କାହାଣୀ
ମୋର ଦୁର୍ବଳତାଗୁଡ଼ିକରେ ଈଶ୍ୱରଙ୍କ ଶକ୍ତି ସ୍ପଷ୍ଟ ଦେଖାଯାଇଛି
୧୯୮୫ରେ ମୁଁ ଓ ମୋର ସ୍ତ୍ରୀ କଲମ୍ବିଆ ଆସିଲୁ । ସେସମୟରେ ପୂରା ଦେଶରେ ଆତଙ୍କ ଖେଳିଯାଇଥିଲା । ସରକାର ସହରର ବଡ଼ ବଡ଼ ଡ୍ରଗ୍ସ ମାଫିଆମାନଙ୍କ ସହ ଓ ପାହାଡ଼ିଆ ଅଞ୍ଚଳର ଗୁରିଲ୍ଲା ସମ୍ପ୍ରଦାୟମାନଙ୍କ ସହ ଲଢ଼ୁଥିଲା । ମେଡେଲିନରେ, ଯେଉଁଠାରେ ପରେ ଆମେ ସେବା କଲୁ, ଛୋଟ ଛୋଟ ବୟସର ପିଲାମାନଙ୍କର ଦଳ ବନ୍ଧୁକ ଧରି ଏପଟେ ସେପଟେ ବୁଲୁଥିଲେ । ସେମାନେ ଡ୍ରଗ୍ସ ବିକ୍ରି କରୁଥିଲେ, ଧମକ ଦେଇ ପଇସା ମାଗୁଥିଲେ ଆଉ ଲୋକମାନଙ୍କୁ ହତ୍ୟା କରିବା ପାଇଁ ପଇସା ନେଉଥିଲେ । ଏହି କାରଣ ଯୋଗୁଁ ଛୋଟ ବୟସରେ ହିଁ ଅନେକ ପିଲାମାନେ ନିଜ ଜୀବନ ହରାଇ ବସୁଥିଲେ । ସେଠାରେ ପହଞ୍ଚି ଆମକୁ ଏପରି ଲାଗିଲା ଯେପରି ଆମେ ଗୋଟିଏ ଅଲଗା ଦୁନିଆରେ ଆସି ଯାଇଛୁ ।
ମୁଁ ଓ ମୋର ସ୍ତ୍ରୀ ଫିନଲାଣ୍ଡରୁ ଅଟୁ ଆଉ ଆମେ ବହୁତ ସାଧାରଣ ଲୋକ । କିନ୍ତୁ ଆମେ ଉତ୍ତରରୁ ଏତେ ଦୂର ଦକ୍ଷିଣ ଆମେରିକା କିପରି ଆସିଲୁ ଓ ସମୟ ଗଡ଼ିବା ସହ ଆମେ କʼଣ କʼଣ ଶିଖିଲୁ ? ଆସନ୍ତୁ କହୁଛି ।
ମୋର ଲାଳନପାଳନ ଫିନଲାଣ୍ଡରେ ହେଲା
ମୋର ଜନ୍ମ ୧୯୫୫ରେ ହୋଇଥିଲା । ମୋର ଦୁଇଜଣ ବଡ଼ ଭାଇ ଅଛନ୍ତି ଆଉ ମୁଁ ସବୁଠାରୁ ସାନ । ମୋର ଲାଳନପାଳନ ୱାଣ୍ଟା ସହରରେ ହେଲା ଯାହା ଫିନଲାଣ୍ଡର ଦକ୍ଷିଣ ଉପକୂଳରେ ଅଛି ।
ମୋ ଜନ୍ମ ହେବାର କିଛି ବର୍ଷ ପୂର୍ବେ ହିଁ ମାଆ ବାପ୍ତିସ୍ମ ନେଇ ଯିହୋବାଙ୍କ ସାକ୍ଷୀ ହୋଇଯାଇଥିଲେ । କିନ୍ତୁ ବାପାଙ୍କୁ ଏହା ପସନ୍ଦ ନ ଥିଲା ଓ ସେ ମାଆଙ୍କୁ କହିଦେଇଥିଲେ ଯେ ସେ ଆମକୁ ବାଇବଲରୁ କିଛି ଶିଖାନ୍ତୁ ନାହିଁ ଓ ସଭାରେ ବି ନିଅନ୍ତୁ ନାହିଁ । ସେଥିପାଇଁ ଯେବେ ବାପା ଘରେ ରହୁ ନ ଥିଲେ, ସେସମୟରେ ମାଆ ଆମକୁ ବାଇବଲରୁ କିଛି କଥା ଶିଖାଉଥିଲେ ।
ପିଲା ବେଳରୁ ହିଁ ମୁଁ ଯିହୋବାଙ୍କ କଥା ମାନିବା ପାଇଁ ଚାହୁଁଥିଲି । ଯେପରି, ଯେବେ ମୁଁ ସାତ ବର୍ଷର ଥିଲି, ସେସମୟରେ ମୋର ସ୍କୁଲ ଟିଚର ମୋତେ ୱେରିଲାଟ୍ୟା ଖୁଆଇବା ପାଇଁ ଚେଷ୍ଟା କଲେ (ଏହା ଗୋଟିଏ ପ୍ରକାରର ଖାଦ୍ୟ ଯେଉଁଥିରେ ରକ୍ତ ମିଶା ହେଇଥାଏ) । ଯେବେ ମୁଁ ମନା କରିଦେଲି, ସେ ବହୁତ ରାଗିଗଲେ । ସେ ଗୋଟିଏ ହାତରୁ ମୋ ମୁହଁକୁ ଧରିଲେ ଓ ଅନ୍ୟ ହାତରେ ମୋତେ ୱେରିଲାଟ୍ୟା ଖୁଆଇବା ପାଇଁ ଚେଷ୍ଟା କଲେ । କିନ୍ତୁ ମୁଁ ତାଙ୍କ ହାତକୁ ପେଲି ଦେଲି ଓ ସେ ମୋତେ ଖୁଆଇ ପାରିଲେ ନାହିଁ ।
ଯେବେ ମୁଁ ୧୨ ବର୍ଷର ଥିଲି, ସେସମୟରେ ମୋ ବାପାଙ୍କର ମୃତ୍ୟୁ ହୋଇଗଲା । ତାʼପରେ ମୁଁ ସଭାଗୁଡ଼ିକରେ ଯିବାକୁ ଲାଗିଲି । ମଣ୍ଡଳୀର ଭାଇମାନେ ମୋତେ ବହୁତ ପ୍ରେମ କରୁଥିଲେ ଓ ସେମାନେ ମୋତେ ବହୁତ ସାହାଯ୍ୟ କଲେ । ତେଣୁ ମୁଁ ଯିହୋବାଙ୍କ ଆହୁରି ଅଧିକ ସେବା କରିବାକୁ ଚାହିଁଲି । ମୁଁ ପ୍ରତିଦିନ ବାଇବଲ ପଢ଼ିବାକୁ ଲାଗିଲି ଓ ବହି ପତ୍ରିକାଗୁଡ଼ିକର ଭଲଭାବେ ଅଧ୍ୟୟନ କରିବାକୁ ଲାଗିଲି । ଏହି ଅଭ୍ୟାସଗୁଡ଼ିକ ଯୋଗୁଁ ମୋର ବିଶ୍ୱାସ ଏତେ ଦୃଢ଼ ହୋଇଗଲା ଯେ ମୁଁ ଅଗଷ୍ଟ ୮, ୧୯୬୯ରେ ବାପ୍ତିସ୍ମ ନେଲି । ସେସମୟରେ ମୁଁ ମାତ୍ର ୧୪ ବର୍ଷର ଥିଲି ।
ସ୍କୁଲ ପଢ଼ା ଶେଷ ହେବା ପରେ ମୁଁ ଅଗ୍ରଦୂତ ସେବା ଆରମ୍ଭ କରିଦେଲି । ତାʼପରେ କିଛି ସପ୍ତାହ ପରେ ମୁଁ ପିଲାୱେସୀ ନାମକ ଜାଗାକୁ ଯାଇ ସେବା କରିବାକୁ ଲାଗିଲି ଯେଉଁଠାରେ ପ୍ରଚାରକଙ୍କ ଅଧିକ ଆବଶ୍ୟକତା ଥିଲା । ଏହି ଜାଗା ଫିନଲାଣ୍ଡର ମଧ୍ୟ ଭାଗରେ ଅଛି ।
ପିଲାୱେସୀରେ ମୋର ସିର୍କା ସହିତ ଦେଖା ହେଲା । ସେ ମୋତେ ବହୁତ ଭଲ ଲାଗୁଥିଲେ, କାରଣ ସେ ନମ୍ର ଥିଲେ ଓ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ । ସେ ନିଜ ପ୍ରଶଂସା ଚାହୁଁ ନ ଥିଲେ ଓ ତାଙ୍କୁ କମ୍ ଜିନିଷରେ ବି ଖୁସି ରହିବା ଜଣାଥିଲା । ଆମ ଦୁଇଜଣଙ୍କର ଇଚ୍ଛା ଥିଲା ଯେ ଯିହୋବାଙ୍କ ସେବାରେ ଆମ ଦ୍ୱାରା ଯେତେ ହୋଇପାରିବ ଆମେ ସେତେ କରିବା । ଆଉ ଆମକୁ ଯାହା ବି କାମ ମିଳିବ, ତାହା ଆମେ ମନପ୍ରାଣ ଦେଇ କରିବା । ମାର୍ଚ୍ଚ ୨୩, ୧୯୭୪ରେ ଆମେ ବିବାହ କଲୁ । ତାʼପରେ ବାହାରକୁ ବୁଲିବା ପାଇଁ ଯିବା ପରିବର୍ତ୍ତେ ଆମେ ସେବା କରିବା ପାଇଁ କାର୍ଟଟୁଲା ଗଲୁ, ଯେଉଁଠାରେ ପ୍ରଚାରକଙ୍କର ଆହୁରି ଅଧିକ ଆବଶ୍ୟକତା ଥିଲା ।
ଯିହୋବା ଆମର ଯତ୍ନ ନେଲେ
ଆମ ବିବାହ ପରଠୁ, ଯିହୋବା ଆମର ବହୁତ ଯତ୍ନ ନେଇଛନ୍ତି । ଆମେ ଦେଖିପାରିଛୁ ଯେ ଯେବେ ଆମେ ତାଙ୍କ ରାଜ୍ୟକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଲୁ, ତେବେ ଆମକୁ କୌଣସି ଜିନିଷର ଅଭାବ ହେଲା ନାହିଁ । (ମାଥି. ୬:୩୩) ଯେପରି, ଯେବେ ଆମେ କାର୍ଟଟୁଲାରେ ଥିଲୁ, ସେସମୟରେ ଆମ ପାଖରେ କାର ନ ଥିଲା । ସବୁ ଜାଗାରେ ଆମକୁ ସାଇକେଲରେ ଯିବାକୁ ପଡ଼ୁଥିଲା । କିନ୍ତୁ ସେଠାରେ ଶୀତ ଦିନରେ ବହୁତ ବରଫ ପଡ଼ୁଥିଲା ଓ ପ୍ରବଳ ଥଣ୍ଡା ହେଉଥିଲା ଆଉ ଆମକୁ ପ୍ରଚାର ପାଇଁ ଦୂର ଦୂର ଜାଗାକୁ ଯିବାକୁ ପଡ଼ୁଥିଲା । ସେଥିପାଇଁ ଆମକୁ କାର ଦରକାର ଥିଲା । କିନ୍ତୁ କାର କିଣିବା ପାଇଁ ଆମ ପାଖରେ ପଇସା ନ ଥିଲା ।
ଦିନେ ହଠାତ୍ ଆମକୁ ଭେଟିବା ପାଇଁ ଭାଇ ଆସିଲେ । ସେ ନିଜ କାର ଆମକୁ ଦେଲେ । ସେ ତାର ଇନସୁରେନ୍ସ ବି କରିଦେଇଥିଲେ, ଆମକୁ କେବଳ ପେଟ୍ରୋଲ ଭରିବାର ଥିଲା । ଏହିପରି ଭାବରେ ଆମକୁ ଗୋଟିଏ କାର ମିଳିଗଲା !
ଆମକୁ ଏପରି ଲାଗିଲା ଯେପରି ଯିହୋବା ଆମକୁ କହୁଛନ୍ତି, ‘ତମେ କେବଳ ରାଜ୍ୟକୁ ପ୍ରଥମ ସ୍ଥାନ ଦିଅ, ବାକି ସବୁ ଆବଶ୍ୟକତା ମୁଁ ପୂରା କରିବି !’
ଆମେ ଗିଲିୟଡ ଗଲୁ
୧୯୭୮ରେ ଆମେ ଅଗ୍ରଦୂତ ସେବା ସ୍କୁଲ ପାଇଁ ଗଲୁ । ସେଠାରେ ଆମର ଜଣେ ଶିକ୍ଷକ ଭାଇ ରାଇମୋ କ୍ୱୋକାନେନ୍ a ଆମକୁ କହିଲେ, ‘ତମେ ଗିଲିୟଡ ପାଇଁ କାହିଁକି ଆବେଦନ କରୁ ନ ?’ ସେଥିପାଇଁ ଆମେ ଇଂରାଜୀ ଶିଖିବା ଆରମ୍ଭ କରିଦେଲୁ । କାରଣ ଗିଲିୟଡ ଯିବା ପାଇଁ ଏହା ବହୁତ ଜରୁରୀ ଥିଲା । କିନ୍ତୁ ଗିଲିୟଡର ଆବେଦନ ଭରିବା ପୂର୍ବରୁ ହିଁ ୧୯୮୦ରେ ଆମକୁ ଫିନଲାଣ୍ଡର କାର୍ଯ୍ୟାଳୟରେ ସେବା କରିବା ପାଇଁ ଡକାଗଲା । ଆଉ ସେସମୟରେ ଯେଉଁମାନେ ବୈଥେଲରେ ସେବା କରୁଥିଲେ ସେମାନେ ଗିଲିୟଡ ପାଇଁ ଆବେଦନ କରିପାରୁ ନ ଥିଲେ । ଆମକୁ ଗିଲିୟଡ ଯିବା ପାଇଁ ଇଚ୍ଛା ତ ଥିଲା, କିନ୍ତୁ ଆମେ ଏହା ବି ଜାଣିଥିଲୁ ଯେ ଯିହୋବା ଜାଣନ୍ତି ଯେ ଆମେ କେଉଁଠି ତାଙ୍କ ସେବା ଭଲଭାବେ କରିପାରିବା ଆଉ ଆମେ ସେଠାରେ ହିଁ ଯିବା ପାଇଁ ଚାହୁଁଥିଲୁ । ସେଥିପାଇଁ ଆମେ ବୈଥେଲ ଯିବା ପାଇଁ ନିଷ୍ପତ୍ତି ନେଲୁ । କିନ୍ତୁ ଆମେ ଏହା ଭାବି ଇଂରାଜୀ ଶିଖିବା ଜାରି ରଖିଲୁ ଯେ ଯଦି ଆଗକୁ ଗିଲିୟଡ ପାଇଁ ଡକାଯାଏ, ତେବେ ଆମେ ପୂରାପୂରି ପ୍ରସ୍ତୁତ ଥିବୁ ।
କିଛି ବର୍ଷ ପରେ ପ୍ରଶାସନ ଦଳ ନିଷ୍ପତ୍ତି ନେଲା ଯେ ଯେଉଁମାନେ ବୈଥେଲରେ ସେବା କରନ୍ତି, ସେମାନେ ବି ଗିଲିୟଡ ପାଇଁ ଆବେଦନ କରିପାରିବେ । ଏହା ଶୁଣି ଆମେ ତୁରନ୍ତ ଆବେଦନ କରିଦେଲୁ ! ତାʼଅର୍ଥ ଏହା ନୁହେଁ ଯେ ଆମେ ବୈଥେଲରେ ଖୁସି ନ ଥିଲୁ ବରଂ ଆମେ ଏପରି ଜାଗାରେ ସେବା କରିବା ପାଇଁ ଚାହୁଁଥିଲୁ, ଯେଉଁଠାରେ ଅଧିକ ଆବଶ୍ୟକତା
ଅଛି । ତାʼପାଇଁ ଆମକୁ ଗିଲିୟଡ ପାଇଁ ଡକାଗଲା । ୧୯୮୫ ସେପ୍ଟେମ୍ବରରେ ଆମେ ଗିଲିୟଡର ୭୯ତମ କ୍ଲାସରେ ଗ୍ରାଜୁଏଟ୍ ହେଲୁ ଓ ଆମକୁ କଲମ୍ବିଆ ପଠାଗଲା ।ମିଶନାରୀ ସେବା ଆରମ୍ଭ କଲୁ
କଲମ୍ବିଆରେ ଆମକୁ ଶାଖା କାର୍ଯ୍ୟାଳୟରେ ସେବା କରିବା ପାଇଁ କୁହାଗଲା । ବର୍ଷେ ଯାଏ ମୁଁ ମନପ୍ରାଣ ଦେଇ ସେଠାରେ ସେବା କଲି । କିନ୍ତୁ ପରେ ମୁଁ ଭାଇମାନଙ୍କୁ କହିଲି ଯେ ମୁଁ ଅନ୍ୟ ଜାଗାରେ ସେବା କରିବା ପାଇଁ ଚାହେଁ । ଏହା ପ୍ରଥମ ଓ ଶେଷ ଥର ଥିଲା ଯେବେ ମୁଁ ଭାଇମାନଙ୍କୁ ଏପରି କଥା କହିଲି । ତାʼପରେ ଆମକୁ ମିଶନାରୀ ସେବା ପାଇଁ ହ୍ୱିଲା ଅଞ୍ଚଳର ନେୱା ସହରକୁ ପଠାଗଲା ।
ମୋତେ ପ୍ରଚାର କାମ ବହୁତ ପସନ୍ଦ ଥିଲା । ଯେବେ ମୋର ବିବାହ ହୋଇ ନ ଥିଲା, ତେବେ ମୁଁ ଫିନଲାଣ୍ଡରେ ପ୍ରାୟ ସକାଳୁ ସନ୍ଧ୍ୟା ଯାଏ ପ୍ରଚାର କରୁଥିଲି । ଆଉ ବିବାହ ପରେ ବି ମୁଁ ଓ ସିର୍କା ଅନେକଥର ଦିନ ସାରା ପ୍ରଚାର କରୁଥିଲୁ । ଆମେ ଦୂର ଦୂର ଅଞ୍ଚଳରେ ଯାଉଥିଲୁ ଓ କେବେ କେବେ ତ ନିଜ ଗାଡ଼ିରେ ହିଁ ଶୋଇ ଯାଉଥିଲୁ । କାରଣ ଏପରି କରି ଆମେ ବହୁତ ସମୟ ବଞ୍ଚାଇ ପାରୁଥିଲୁ ଓ ଆର ଦିନ ଶୀଘ୍ର ଉଠି ପ୍ରଚାର ଆରମ୍ଭ କରିପାରୁଥିଲୁ ।
ମିଶନାରୀ ସେବା କରିବା ଦ୍ୱାରା ଆମଠାରେ ପ୍ରଚାର ପାଇଁ ପୁଣିଥରେ ପୂର୍ବ ଭଳି ଉତ୍ସାହ ଭରିଗଲା । ଧୀରେ ଧୀରେ ମଣ୍ଡଳୀରେ ପ୍ରଚାରକଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲା । ସେଠାର ଭାଇଭଉଣୀମାନେ ବହୁତ ଭଲ ଥିଲେ । ସେମାନେ ପରସ୍ପରକୁ ପ୍ରେମ କରୁଥିଲେ, ଆଦର କରୁଥିଲେ ଓ ଛୋଟ ଛୋଟ କଥା ପାଇଁ ବି ବହୁତ କୃତଜ୍ଞ ରହୁଥିଲେ ।
ପ୍ରାର୍ଥନାରେ ବହୁତ ଶକ୍ତି ଥାଏ
ଆମେ ନେୱା ସହରରେ ପ୍ରଚାର କରୁଥିଲୁ । ଏଠାର ଆଖପାଖ ଅଞ୍ଚଳରେ ଜଣେ ବି ସାକ୍ଷୀ ନ ଥିଲେ । ମୁଁ ଭାବୁଥିଲି ଯେ ସେହି ଅଞ୍ଚଳରେ ଖୁସିର ଖବର କିପରି ପହଞ୍ଚିବ, କାରଣ ଗୁରିଲ୍ଲା ସମ୍ପ୍ରଦାୟର ଲୋକମାନଙ୍କ ଯୋଗୁଁ ସେଠାରେ ବିଦେଶୀମାନଙ୍କ ଯିବା ଭାରି ବିପଦପୂର୍ଣ୍ଣ ଥିଲା । ମୁଁ ଯିହୋବାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲି ଯେ ସେ ଏପରି ବ୍ୟକ୍ତି ସହ ଭେଟିବାକୁ ସାହାଯ୍ୟ କରନ୍ତୁ ଯିଏ ସେହି ଅଞ୍ଚଳର ବାସିନ୍ଦା ଥିବ ଯାହାଫଳରେ ଆମେ ତାହାକୁ ସତ୍ୟ ଶିଖାଇବା ଓ ସେ ସାକ୍ଷୀ ହୋଇଯିବ । ତାʼ ସହିତ ମୁଁ ଏହା ବି ପ୍ରାର୍ଥନା କଲି ଯେ ସେହି ବ୍ୟକ୍ତିର ବିଶ୍ୱାସ ଏତେ ଦୃଢ଼ ହୋଇଯାଉ ଯେ ସେ ନେୱା ସହରରୁ ନିଜ ଗାଁକୁ ଫେରି ସେଠାର ଲୋକଙ୍କୁ ପ୍ରଚାର କରୁ । କିନ୍ତୁ ମୋତେ ଜଣା ନ ଥିଲା ଯେ ଯିହୋବା ଏହାଠାରୁ ଅଧିକ କିଛି ଭାବି ରଖିଛନ୍ତି ।
କିଛି ଦିନ ପରେ ମୁଁ ଜଣେ ଯୁବକ ସହ ବାଇବଲ ଅଧ୍ୟୟନ କରିବାକୁ ଲାଗିଲି । ତାଙ୍କ ନାମ ଫର୍ନେନ୍ଡୋ ଗନ୍ଜାଲେସ୍ ଥିଲା ଆଉ ସେ ଅଲ୍ଜେସିରାଶ୍ରେ ରହୁଥିଲା । ସେଠାରେ ଜଣେ ବି ସାକ୍ଷୀ ନ ଥିଲେ । ଫର୍ନେନ୍ଡୋ କାମ ପାଇଁ ନେୱା ଆସୁଥିଲା । ତାʼ ଗାଁଠାରୁ ନେୱା ପ୍ରାୟ ୫୦ କିଲୋମିଟର (୩୦ ମାଇଲ୍) ଦୂରରେ ଥିଲା । ସେ ପ୍ରତି ସପ୍ତାହ ଅଧ୍ୟୟନ ପାଇଁ ବହୁତ ଭଲଭାବରେ ପ୍ରସ୍ତୁତି କରୁଥିଲା । ଆଉ ଯେବେ ସେ ଅଧ୍ୟୟନ କରିବା ଆରମ୍ଭ କଲା, ତେବେ ସେ ସଭାରେ ବି ଆସିବାକୁ ଲାଗିଲା । ଫର୍ନେନ୍ଡୋ ପ୍ରଥମ ସପ୍ତାହରୁ ହିଁ ଗାଁକୁ ଫେରି ଲୋକମାନଙ୍କୁ ଏକାଠି କରୁଥିଲା ଆଉ ସେ ନିଜେ ବାଇବଲରୁ ଯାହା ଶିଖୁଥିଲା, ସେସବୁ ସେ ଲୋକମାନଙ୍କୁ ଶିଖାଉଥିଲା ।
ଅଧ୍ୟୟନ କରିବାର ଛଅ ମାସ ପରେ, ୧୯୯୦ ଜାନୁୟାରୀରେ ଫର୍ନେନ୍ଡୋ ବାପ୍ତିସ୍ମ ନେଲା । ତାʼପରେ ସେ ଅଗ୍ରଦୂତ ସେବା ଆରମ୍ଭ କରିଦେଲା । ଏବେ ଅଲ୍ଜେସିରାଶ୍ରେ ବି ଜଣେ ଯିହୋବାଙ୍କ ସାକ୍ଷୀ ଥିଲା, ସେଥିପାଇଁ ଶାଖା କାର୍ଯ୍ୟାଳୟକୁ ଲାଗିଲା ଯେ ସେଠାରେ ବିଶେଷ ଅଗ୍ରଦୂତକୁ ପଠାଇଲେ କିଛି ଅସୁବିଧା ହେବ ନି । ଏହିପରି ଭାବରେ ୧୯୯୨ ଫେବୃୟାରୀରେ ସେଠାରେ ଗୋଟିଏ ମଣ୍ଡଳୀ ହୋଇଗଲା ।
ଫର୍ନେନ୍ଡୋ କେବଳ ନିଜ ଗାଁରେ ହିଁ ପ୍ରଚାର କଲେନି । ବରଂ ବିବାହ ପରେ ସେ ଓ ତାଙ୍କ ସ୍ତ୍ରୀ ସୈନ ୱିସେଣ୍ଟ ଡେଲ୍ କୈଗୁଆନ୍ ନାମକ ଜାଗାରେ ଯାଇ ରହିଲେ ଯେଉଁଠାରେ ଜଣେ ବି ସାକ୍ଷୀ ନ ଥିଲେ । ସେମାନେ ସେଠାରେ ଗୋଟିଏ ମଣ୍ଡଳୀ ଆରମ୍ଭ କଲେ । ୨୦୦୨ରେ ଫର୍ନେନ୍ଡୋ ସର୍କିଟ ଅଧ୍ୟକ୍ଷ ହେଲେ । ସେସମୟରୁ ନେଇ ଆଜି ପର୍ଯ୍ୟନ୍ତ ସେ ଓ ତାଙ୍କ ସ୍ତ୍ରୀ ଆଲଗା ବିଭିନ୍ନ ମଣ୍ଡଳୀର ପରିଦର୍ଶନ କରୁଛନ୍ତି ।
ଏହି ଅନୁଭୂତିରୁ ମୁଁ ଶିଖିଲି ଯେ ଯିହୋବାଙ୍କ ସେବା ସହ ଜଡ଼ିତ ଛୋଟ ଛୋଟ କଥାଗୁଡ଼ିକ ପାଇଁ ବି ପ୍ରାର୍ଥନା କରିବା ବହୁତ ଜରୁରୀ । ଯିହୋବା ସେସବୁ କରିପାରିବେ ଯାହା ଆମେ କରିପାରିବାନି । କାରଣ କ୍ଷେତ୍ରର ମାଲିକ ସିଏ ହିଁ ଅଟନ୍ତି, ଆମେ ନୁହଁ ।—ମାଥି. ୯:୩୮.
ଯିହୋବା “ଇଚ୍ଛା କରିବାକୁ ଓ ସାଧନ କରିବାକୁ” ଶକ୍ତି ବି ଦିଅନ୍ତି
୧୯୯୦ରେ ମୋତେ ଭ୍ରମଣକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା । ଆମର ପ୍ରଥମ ସର୍କିଟ କଲମ୍ବିଆର ରାଜଧାନୀ ବୋଗୋଟାରେ ଥିଲା । ଫିଲିପ୍ପୀୟ ୨:୧୩ ପଦରେ ଯେଉଁ ପ୍ରତିଜ୍ଞା କରିଛନ୍ତି, ତାହା ସେ ପୂରା କଲେ । ସେଠାରେ ଲେଖାଅଛି, “ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ୱର ଆପଣା ମଙ୍ଗଳମୟ ସଙ୍କଳ୍ପର ସାଫଲ୍ୟ ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି ।”
ଯେତେବେଳେ ଆମକୁ ଏହି ଦାୟିତ୍ୱ ମିଳିଲା, ଆମେ ବହୁତ ଡରିଗଲୁ । ଆମକୁ ଲାଗିଲା ଯେ କେଜାଣେ ଆମେ ଏହି କାମ ଭଲଭାବେ କରିପାରିବା ନା ନାହିଁ । ଆମେ ଦୁହେଁ ବହୁତ ସାଧାରଣ ଲୋକ । ଆମ ପାଖରେ କୌଣସି ବିଶେଷ ଦକ୍ଷତା ବି ନାହିଁ ଆଉ ଆମେ ପୂର୍ବରୁ କୌଣସି ବଡ଼ ସହରରେ ବି ରହି ନ ଥିଲୁ । କିନ୍ତୁ ଯିହୋବାପରେ ଆମକୁ ସର୍କିଟ କାମ ପାଇଁ ମେଡେଲିନ ସହରକୁ ପଠାଗଲା, ଯାହା ବିଷୟରେ ମୁଁ ପୂର୍ବରୁ କହିଥିଲି । ଏଠାରେ ଲୋକମାନଙ୍କ ପାଇଁ ଲଢ଼େଇ ଝଗଡ଼ା ବହୁତ ସାମାନ୍ୟ କଥା ଥିଲା । ଏପରିକି ଗୁଳି ଫୁଟିଲେ ମଧ୍ୟ କାହାରିକୁ କୌଣସି ଫରକ ପଡ଼ୁ ନ ଥିଲା । ଥରେ ମୁଁ ଜଣକ ଘରେ ବାଇବଲ ଅଧ୍ୟୟନ ଚଳାଉ ଥିଲି ଆଉ ବାହାରେ ଗୁଳି ଫୁଟିବାକୁ ଲାଗିଲା । ମୋତେ ଲାଗିଲା ଆମେ ତଳେ ଶୋଇ ପଡ଼ିବା ଉଚିତ୍ । କିନ୍ତୁ ମୁଁ ଦେଖିଲି ଯେ ମୋ ବାଇବଲ ବିଦ୍ୟାର୍ଥୀ ପାରାଗ୍ରାଫ ପଢ଼ି ଚାଲିଛି, ତାକୁ ଏଥିରୁ କୌଣସି ଫରକ ପଡ଼ୁ ନ ଥିଲା । ପାରାଗ୍ରାଫ ପଢ଼ିଲା ପରେ ସେ ମୋତେ କହିଲା ଯେ ମୁଁ ଟିକେ ଆସୁଛି, ତାʼପରେ କିଛି ସମୟ ପରେ ସେ ନିଜ ଦୁଇଜଣ ପିଲାଙ୍କୁ ନେଇ ଭିତରକୁ ଆସିଲା ଓ କହିଲା, “କ୍ଷମା କରିବେ, ମୁଁ ମୋ ପିଲାମାନଙ୍କୁ ଆଣିବା ପାଇଁ ଯାଇଥିଲି ।”
କେବଳ ଥରେ ନୁହେଁ, ଅନେକଥର ଆମ ସହ ଏପରି ହେଲା ଯେବେ ଆମେ ମରୁ ମରୁ ବଞ୍ଚିଲୁ । ଆମେ ଥରେ ଘର ଘର ପ୍ରଚାର କରୁଥିଲୁ । ସେସମୟରେ ସିର୍କା ମୋ ପାଖକୁ ଦୌଡ଼ି ଦୌଡ଼ି ଆସିଲା । ସେ ବହୁତ ଡରି ଯାଇଥିଲେ । ସେ କହିଲା ଯେ କେହି ମୋ ଉପରେ ଗୁଳି ଚଳାଇଲା । ଏହା ଶୁଣି ମୁଁ ବହୁତ ଡରିଗଲି । ପରେ ଜଣାପଡ଼ିଲା ଯେ ସେ ଲୋକ ସିର୍କାକୁ ନୁହେଁ, ବରଂ ସିର୍କା ପାଖ ଦେଇ ଯାଉଥିବା ଅନ୍ୟ ଜଣେ ବ୍ୟକ୍ତିକୁ ମାରିବା ପାଇଁ ଚେଷ୍ଟା କରୁଥିଲା ।
ଧୀରେ ଧୀରେ ଆମ ଡର ବି କମ୍ ହେବାକୁ ଲାଗିଲା । ଆମକୁ ସେଠାର ଭାଇଭଉଣୀମାନଙ୍କଠାରୁ ବି ବହୁତ ସାହାଯ୍ୟ ମିଳିଲା ଯେଉଁମାନେ ଏପରି ହିଁ ପରିସ୍ଥିତିର ଓ ଏହାଠୁ ବି ଅଧିକ ଖରାପ ପରିସ୍ଥିତିର ସାମନା କରିଥିଲେ । ଆମେ ଭାବିଲୁ ଯେ ଯଦି ଯିହୋବା ସେମାନଙ୍କର ସାହାଯ୍ୟ କରୁଛନ୍ତି, ତାହେଲେ ସେ ଆମର ବି ନିଶ୍ଚୟ ସାହାଯ୍ୟ କରିବେ । ଆମେ ସବୁବେଳେ ପ୍ରାଚୀନମାନଙ୍କ ପରାମର୍ଶକୁ ମାନିଲୁ, ସାବଧାନତାର ସହ କାମ କରିଲୁ ଓ ସବୁକିଛି ଯିହୋବାଙ୍କ ହାତରେ ଛାଡ଼ିଦେଲୁ ।
କିନ୍ତୁ ସବୁବେଳେ ପରିସ୍ଥିତି ଏତେ ଖରାପ ହେଉ ନ ଥିଲା ଯେତେ ଆମେ ଭାବୁଥିଲୁ । ଯେପରି, ଥରେ ମୁଁ ଜଣକ ଘରକୁ ପ୍ରଚାର କରିବା ପାଇଁ ଯାଇଥିଲି । ସେସମୟରେ ମୋତେ ବାହାରୁ ଦୁଇଜଣ ସ୍ତ୍ରୀଙ୍କ ପାଟିତୁଣ୍ଡ କରିବାର ଆବାଜ୍ ଆସିଲା । ମୁଁ ଏହା ଶୁଣିବାକୁ ଚାହୁଁ ନ ଥିଲି । କିନ୍ତୁ ମୁଁ ଯାହାଙ୍କ ଘରେ ଥିଲି, ସେ ମୋତେ ବାରମ୍ବାର ବାହାରକୁ ଆସିବା ପାଇଁ କହିଲେ । ଯେବେ ମୁଁ ବାହାରକୁ ଗଲି, ମୁଁ ଦେଖିଲି ଯେ ଦୁଇଟି ଶୁଆ ତାଙ୍କ ପଡ଼ୋଶୀରେ ରହୁଥିବା ସ୍ତ୍ରୀମାନଙ୍କର ନକଲ କରୁଥିଲେ, ଯେଉଁମାନେ ସବୁବେଳେ ପରସ୍ପର ସହିତ ଝଗଡ଼ା ହେଉଥିଲେ ।
ଆହୁରି ଦାୟିତ୍ୱ ଓ ସମସ୍ୟା
୧୯୯୭ରେ ମୋତେ ‘ମଣ୍ଡଳୀ ସେବକ ପ୍ରଶିକ୍ଷଣ ସ୍କୁଲରେ’ b ଶିଖାଇବା ପାଇଁ ଦାୟିତ୍ୱ ଦିଆଗଲା । ମୋତେ ସଂଗଠନର ସ୍କୁଲରେ ଯିବା ପାଇଁ ବହୁତ ଭଲ ଲାଗୁଥିଲା । କିନ୍ତୁ ମୁଁ କେବେ ସ୍ୱପ୍ନରେ ବି ଭାବି ନ ଥିଲି ଯେ ମୋତେ କୌଣସି ସ୍କୁଲରେ ଶିଖାଇବା ପାଇଁ ସୁଯୋଗ ମିଳିବ ।
ପରେ ମୁଁ ଜିଲ୍ଲା ଅଧ୍ୟକ୍ଷ ଭାବରେ ସେବା କଲି । କିନ୍ତୁ ଯେବେ ଏହି ବ୍ୟବସ୍ଥା ବନ୍ଦ କରିଦିଆଗଲା, ତେବେ ମୁଁ ପୁଣିଥରେ ସର୍କିଟ କାମ କରିବାକୁ ଲାଗିଲି । ମୁଁ ୩୦ରୁ ବି ଅଧିକ ବର୍ଷ ଯାଏ ଭିନ୍ନ ଭିନ୍ନ ଦାୟିତ୍ୱ ତୁଲାଇଲି । ଯେପରି, ସଂଗଠନର ସ୍କୁଲରେ ଶିଖାଇଲି ଓ ଭ୍ରମଣକାରୀ କାମ କଲି । ଆଉ ଏହାଯୋଗୁଁ ମୋତେ ବହୁତ ଆଶିଷ ମିଳିଲା । କିନ୍ତୁ ଏହି ଦାୟିତ୍ୱଗୁଡ଼ିକୁ ତୁଲାଇବା ସବୁବେଳେ ସହଜ ନ ଥିଲା । ଆସନ୍ତୁ ଆପଣଙ୍କୁ ଏବିଷୟରେ ଆହୁରି କହିବି ।
ମୋତେ ନିଜ ଉପରେ ବହୁତ ଭରସା ଅଛି, ଆଉ ମୋତେ ଯାହା ଠିକ୍ ଲାଗେ, ମୁଁ ତାହା ହିଁ କରେ । ଏହି କାରଣ ଯୋଗୁଁ ମୁଁ କଠିନରୁ କଠିନ ପରିସ୍ଥିତିର ସାମନା କରିପାରେ । କିନ୍ତୁ ଅନେକଥର ଏପରି ହେଲା ଯେବେ ମଣ୍ଡଳୀର ମାମଲାଗୁଡ଼ିକୁ ସମାଧାନ କଲାବେଳେ ମୁଁ ଅନ୍ୟମାନଙ୍କୁ ଆଦର ଦେଖାଇଲି ନାହିଁ । ଥରେ ମୁଁ ବହୁତ ଉତ୍ସାହରେ ଆସି ଭାଇମାନଙ୍କୁ କହିଦେଲି ଯେ ସେମାନଙ୍କୁ ଅନ୍ୟମାନଙ୍କ ସହିତ ପ୍ରେମର ସହ ବ୍ୟବହାର କରିବା ଉଚିତ୍ ଓ ସେମାନଙ୍କର ଆଦର କରିବା ଉଚିତ୍ । କିନ୍ତୁ ଦୁଃଖର କଥା ସେସମୟରେ ମୁଁ ନିଜେ ଏପରି କଲି ନାହିଁ ।—ରୋମୀ. ୭:୨୧-୨୩.
ମୁଁ ନିଜ ଦୁର୍ବଳତାଗୁଡ଼ିକ ଯୋଗୁଁ ଅନେକଥର ନିରାଶ ହୋଇଛି । ରୋମୀ. ୭:୨୪) ଥରେ ମୁଁ ଏତେ ନିରାଶ ହୋଇଗଲି ଯେ ଯିହୋବାଙ୍କୁ କହିଲି ଯେ ମୋ ପାଇଁ ମିଶନାରୀ ସେବା ଛାଡ଼ିଦେଇ ଫିନଲାଣ୍ଡ ଚାଲିଯିବା ଭଲ ହେବ । କିନ୍ତୁ ସେହି ଦିନ ସନ୍ଧ୍ୟାରେ ମୁଁ ଯେବେ ସଭାକୁ ଗଲି, ସେଠାରେ ମୁଁ ଏପରି କିଛି ଶୁଣିଲି ଯେଉଁଥିରୁ ମୋର ଉତ୍ସାହ ବଢ଼ିଗଲା । ମୋତେ ଭରସା ହୋଇଗଲା ଯେ ଯିହୋବା ଚାହାନ୍ତି ମୁଁ ନିଜ ଦୁର୍ବଳତାଗୁଡ଼ିକ ସହ ଲଢ଼େ ଓ ନିଜ ସେବା ଜାରି ରଖେ । ଆଜି ବି ଯେବେ ମୁଁ ସେହି କଥାକୁ ଭାବେ ଯେ ଯିହୋବା କିପରି ମୋ ପ୍ରାର୍ଥନାର ଉତ୍ତର ଦେଇଥିଲେ, ତେବେ ମୋତେ ବହୁତ ଖୁସି ଲାଗେ । ମୁଁ ଯିହୋବାଙ୍କ ବହୁତ କୃତଜ୍ଞ ଯେ ସେ ମୋତେ ନିଜ ଦୁର୍ବଳତାଗୁଡ଼ିକ କାବୁ କରିବା ପାଇଁ ସାହାଯ୍ୟ କଲେ ।
(ଯିହୋବା ଆଗକୁ ବି ସମ୍ଭାଳିବେ
ମୁଁ ଓ ସିର୍କା ନିଜ ଜୀବନର ଅଧିକାଂଶ ସମୟ ପୂର୍ଣ୍ଣ ସମୟର ସେବା କରିବାରେ ହିଁ ବିତାଇଲୁ ଆଉ ଏହା ପାଇଁ ମୁଁ ଯିହୋବାଙ୍କ ବହୁତ କୃତଜ୍ଞ । ମୁଁ ଏହା ପାଇଁ ବି ତାଙ୍କ କୃତଜ୍ଞ ଯେ ସେ ମୋତେ ଏତେ ଭଲ ସ୍ତ୍ରୀ ଦେଲେ ଯିଏ ସବୁବେଳେ ମୋତେ ସହଯୋଗ କଲେ ।
ଅତିଶୀଘ୍ର ମୁଁ ୭୦ ବର୍ଷ ବୟସର ହୋଇଯିବି । ମୋତେ ସ୍କୁଲରେ ଶିଖାଇବାର ଦାୟିତ୍ୱ ଓ ସର୍କିଟ କାମ ଛାଡ଼ିବା ପାଇଁ ପଡ଼ିବ । କିନ୍ତୁ ଏହି କାରଣ ଯୋଗୁଁ ମୁଁ ନିରାଶ ହୋଇ ନାହିଁ । କାରଣ ଯିହୋବାଙ୍କ ମହିମା କରିବା ପାଇଁ ଏହା ଜରୁରୀ ନୁହେଁ ଯେ ସଂଗଠନରେ ଆମ ପାଖରେ ବଡ଼ ବଡ଼ ଦାୟିତ୍ୱ ରହୁ । ସେ ଏହା ଦେଖିକି ଖୁସି ହୁଅନ୍ତି ଯେ ଆମେ କିପରି ମର୍ଯ୍ୟାଦାରେ ରହି ତାଙ୍କ ସେବା କରୁ ଓ ଆମ ହୃଦୟରେ ତାଙ୍କ ପାଇଁ ପ୍ରେମ ଓ କୃତଜ୍ଞତା ଭରି ରହିଛି ।—ମୀଖା ୬:୮; ମାର୍କ ୧୨:୩୨-୩୪.
ମୋତେ ସଂଗଠନରେ ଯେଉଁ ଭିନ୍ନ ଭିନ୍ନ ଦାୟିତ୍ୱ ମିଳିଲା, ତାହା ଏଥିପାଇଁ ମିଳିଲା ନାହିଁ ଯେ ମୁଁ ଅନ୍ୟମାନଙ୍କଠାରୁ ଭଲ ଥିଲି ବା ମୋଠାରେ କିଛି ବିଶେଷ ଦକ୍ଷତା ଥିଲା । ବରଂ ଯିହୋବାଙ୍କ ମହାକୃପା ଯୋଗୁଁ ମୋତେ ଏହି ଦାୟିତ୍ୱଗୁଡ଼ିକ ମିଳିଲା । ଯିହୋବା ମୋର ଦୁର୍ବଳତାଗୁଡ଼ିକ ଜାଣିଥିଲେ, ତଥାପି ସେ ମୋତେ ଦାୟିତ୍ୱ ଦେଲେ ଓ ତାକୁ ପୂରା କରିବା ପାଇଁ ମୋତେ ସାହାଯ୍ୟ କଲେ । ସତରେ, ମୋର ଦୁର୍ବଳତାଗୁଡ଼ିକରେ ଈଶ୍ୱରଙ୍କ ଶକ୍ତି ସ୍ପଷ୍ଟ ଦେଖାଯାଇଛି ।—୨ କରି. ୧୨:୯.
a ୧ ଏପ୍ରିଲ୍ ୨୦୦୬ର ପ୍ରହରୀଦୁର୍ଗରେ ଆସିଥିବା ଭାଇ ରାଇମୋ କ୍ୱୋକାନେନ୍ଙ୍କ ଜୀବନ କାହାଣୀ, “ହମନେ ୟହୋୱା କି ସେବା କରନେ କି ଠାନ୍ ଲି” ପଢ଼ନ୍ତୁ ।
b ଏହାକୁ ଏବେ ‘ରାଜ୍ୟ ପ୍ରଚାରକଙ୍କ ପାଇ ସ୍କୁଲ’ କୁହାଯାଏ ।