ଅଧ୍ୟୟନ କରିବା ପାଇଁ ବିଷୟ
ଯେଉଁମାନେ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହାନ୍ତି, ସେମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି
ଆଦି ପୁସ୍ତକ ୨୫:୨୯-୩୪ ପଢ଼ନ୍ତୁ ଏବଂ ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ କʼଣ ଯାକୁବ ଓ ଏଷୌ ଭାବିଚିନ୍ତି ନିଷ୍ପତ୍ତି ନେଇଥିଲେ ।
ଏବିଷୟରେ ଅଧିକ ଜାଣିବା ପାଇଁ ତାʼ ଆଖପାଖର ପଦଗୁଡ଼ିକୁ ପଢ଼ନ୍ତୁ । ଏହି ଘଟଣାର ପୂର୍ବେ କʼଣ ହୋଇଥିଲା ? (ଆଦି. ୨୫:୨୦-୨୮) ଏବଂ ତାʼପରେ କʼଣ ହେଲା ?—ଆଦି. ୨୭:୧-୪୬.
ଭଲଭାବେ ଅନୁସନ୍ଧାନ କରନ୍ତୁ । ସେହି ସମୟରେ ଜ୍ୟେଷ୍ଠ ପୁତ୍ରର କʼଣ ଅଧିକାର ଓ ଦାୟିତ୍ୱ ରହୁଥିଲା ?—ଆଦି. ୧୮:୧୮, ୧୯; ନୂତନ ଜଗତ ଅନୁବାଦ (ହିନ୍ଦୀ) ଶବ୍ଦାବଳୀ, “ଜ୍ୟେଷ୍ଠ”; ପ୍ର୧୦-ଇଂ ୫/୧ ପୃ ୧୩.
-
ଯାହା ପାଖରେ ଜ୍ୟେଷ୍ଠାଧିକାର ରହେ, କʼଣ ସେ ହିଁ ମସୀହଙ୍କ ପୂର୍ବ ପୁରୁଷ ହୋଇପାରିବ ? (ପ୍ର୧୭.୧୨-ହି ପୃ ୧୪-୧୫)
ଆପଣ କʼଣ ଶିଖିଲେ, ସେବିଷୟରେ ଭାବନ୍ତୁ ଓ ତାହା ହିଁ କରନ୍ତୁ । ଯାକୁବ କାହିଁକି ଜ୍ୟେଷ୍ଠାଧିକାରକୁ ଗୁରୁତ୍ୱ ଦେଲେ, କିନ୍ତୁ ଏଷୌ ଦେଲେନି ? (ଏବ୍ରୀ ୧୨:୧୬, ୧୭; ପ୍ର୦୩-ହି ୧୦/୧୫ ପୃ ୨୮-୨୯) ଯିହୋବା ଏହି ଦୁଇ ଭାଇଙ୍କ ବିଷୟରେ କʼଣ ଭାବନ୍ତି ଓ କାହିଁକି ? (ମଲାଖି ୧:୨, ୩) ଏଷୌ କିପରି ଭଲ ନିଷ୍ପତ୍ତି ନେଇ ପାରିଥାʼନ୍ତା ?
-
ନିଜକୁ ପଚାରନ୍ତୁ, ‘ପ୍ରତି ସପ୍ତାହ ପାଇଁ ମୋର ଯେଉଁ ସେଡ୍ୟୁଲ ଅଛି, କʼଣ ସେଥିରୁ ଜଣାପଡ଼େ ଯେ ମୁଁ ଈଶ୍ୱରଙ୍କ ଉପାସନାକୁ ଅଧିକ ମହତ୍ତ୍ୱ ଦିଏ, ଯେପରିକି ପାରିବାରିକ ଉପାସନା ?’