इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ପାଇଁ ପରାମର୍ଶ

ଅଧ୍ୟୟନ ପାଇଁ ପରାମର୍ଶ

କʼଣ ଆପଣଙ୍କୁ ଭାଇଭଉଣୀମାନଙ୍କ ଜୀବନ କାହାଣୀଗୁଡ଼ିକ ପଢ଼ିବା ପସନ୍ଦ ଅଛି ?

ଜଣେ ସ୍ୱାମୀ ସ୍ତ୍ରୀ ପ୍ରତିଦିନ ସକାଳେ ଗୋଟିଏ ଜୀବନ କାହାଣୀ ପଢ଼ନ୍ତି, ସେମାନେ କହନ୍ତି, “ଏଗୁଡ଼ିକୁ ପଢ଼ି ଆମକୁ ବହୁତ ଖୁସି ଓ ଉତ୍ସାହ ମିଳେ । ଅଲଗା ଅଲଗା ଭାଇଭଉଣୀମାନଙ୍କ କାହାଣୀଗୁଡ଼ିକ ପଢ଼ିକି ଆମେ ଜାଣିପାରିଲୁ ଯେ କୌଣସି ବି କଠିନ ପରିସ୍ଥିତିରେ ମଧ୍ୟ ଆମେ ବିଶ୍ୱସ୍ତ ରହିପାରିବା ।” ଆଉ ଜଣେ ଭଉଣୀ ଲେଖନ୍ତି, “ଏହି ଜୀବନ କାହାଣୀଗୁଡ଼ିକ ବହୁତ ବଢ଼ିଆ ଥାଏ ଓ ଏଗୁଡ଼ିକୁ ପଢ଼ି ବହୁତ ସାହସ ଓ ସାନ୍ତ୍ୱନା ମିଳେ । ଆଉ କିଛି ଜୀବନ କାହାଣୀର ହୃଦୟ ଉପରେ ଗଭୀର ପ୍ରଭାବ ପଡ଼େ । ଯେବେ ମୁଁ ଦେଖେ ଯେ ଭାଇଭଉଣୀମାନଙ୍କ ପାଖରେ ବଞ୍ଚିବାର ଉଦ୍ଦେଶ୍ୟ ଅଛି, ତେବେ ମୋତେ ବି ଇଚ୍ଛା ହୁଏ ଯେ ମୁଁ ଯିହୋବାଙ୍କର ଅଧିକ ସେବା କରେ ଓ ନିଜ ପିଲାମାନଙ୍କୁ ମଧ୍ୟ ପୂର୍ଣ୍ଣ ସମୟର ସେବା କରିବା ପାଇଁ ପ୍ରୋତ୍ସାହନ ଦିଏ ।”

ଜୀବନ କାହାଣୀଗୁଡ଼ିକ ପଢ଼ିକି ଆପଣଙ୍କୁ ବି ପ୍ରୋତ୍ସାହନ ମିଳିବ ଯେ ଆପଣ ବଢ଼ିଆ ଲକ୍ଷ୍ୟ ରଖନ୍ତୁ, ନିଜ ଦୁର୍ବଳତାଗୁଡ଼ିକ ଉପରେ କାବୁ ପାଆନ୍ତୁ ଓ ଖୁସି ଖୁସି ସମସ୍ୟାଗୁଡ଼ିକର ସାମନା କରନ୍ତୁ । ଆପଣ ଏହି କାହାଣୀଗୁଡ଼ିକ କେଉଁଠି ପଢ଼ିପାରିବେ ?

  • jw.org କିମ୍ବା JW ଲାଇବ୍ରେରୀରେଯିହୋବାଙ୍କ ସାକ୍ଷୀମାନଙ୍କ ଜୀବନ କାହାଣୀ” ଖୋଜନ୍ତୁ କିମ୍ବା ଏହି ନାମର ଲେଖାଗୁଡ଼ିକ ପଢ଼ନ୍ତୁ ।

  • ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀ କିମ୍ବା ୱାଚଟାୱର ଲାଇବ୍ରେରୀରେ “ଯିହୋବାଙ୍କ ସାକ୍ଷୀମାନଙ୍କ ଜୀବନ କାହାଣୀ” ଖୋଜନ୍ତୁ ।