इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୫

‘ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବାଧ୍ୟ କରେ’

‘ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବାଧ୍ୟ କରେ’

‘ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବାଧ୍ୟ କରେ । . . . ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ, ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନ ଯାପନ କରନ୍ତୁ ନାହିଁ ।’—୨ କରି. ୫:୧୪, ୧୫.

ଗୀତ ୧୩ ମାସୀହ, ହମାରା ଆଦର୍ଶ

ଲେଖାର ଝଲକ a

୧-୨. (କ) ଯେବେ ଆମେ ଯୀଶୁଙ୍କ ଜୀବନ ଓ ତାଙ୍କ ସେବା ବିଷୟରେ ପଢ଼ୁ, ତେବେ ଆମକୁ କିପରି ଲାଗେ ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?

 ଯେବେ ଆମ ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଏ, ତେବେ ଆମେ ସେମାନଙ୍କୁ ବହୁତ ମନେପକାଉ ! ଆରମ୍ଭରେ ହୁଏତ ଆମେ ଏହା ଭାବି ଦୁଃଖି ହୋଇଯିବା ଯେ ପୂର୍ବେ ସେମାନଙ୍କ ସହ କʼଣ କʼଣ ହେଲା କିମ୍ବା ସେମାନେ କେତେ କଷ୍ଟ ସହିଥିଲେ । କିନ୍ତୁ ହୁଏତ କିଛି ସମୟ ପରେ ଆମେ ସେମାନଙ୍କ ସହ ବିତାଇଥିବା ଭଲ ସମୟଗୁଡ଼ିକ ବିଷୟରେ ଭାବିବା, ଯେପରି ତାଙ୍କ କୌଣସି ଏପରି କଥା ଯାହା ଆମକୁ ବହୁତ ଭଲ ଲାଗୁଥିଲା କିମ୍ବା କିପରି ସେମାନେ ଆମର ସାହସ ବଢ଼ାଉଥିଲେ । ଆଉ ହୁଏତ ଏପରି କଥାଗୁଡ଼ିକ ବିଷୟରେ ଭାବି ଆମେ ପୁଣିଥରେ ଖୁସି ହୋଇଯିବା ଓ ଆମ ଚେହେରାରେ ହସ ଆସିଯିବ ।

ସେହିପରି, ସ୍ମାରକର ଆଖପାଖ ମାସଗୁଡ଼ିକରେ ଯେବେ ଆମେ ଯୀଶୁଙ୍କ ମୃତ୍ୟୁ ବିଷୟରେ ପଢ଼ୁ ଓ ଭାବୁ ଯେ ଯୀଶୁଙ୍କୁ କେତେ କଷ୍ଟ ସହିବାକୁ ପଡ଼ିଲା, ତେବେ ଆମକୁ ବହୁତ ଦୁଃଖ ଲାଗେ । କିନ୍ତୁ ଯେବେ ଆମେ ଏବିଷୟରେ ଭାବୁ ଯେ ଯୀଶୁ ପୃଥିବୀରେ ରହିବା ସମୟରେ କʼଣ କʼଣ କଲେ ଓ କʼଣ କʼଣ ଶିଖାଇଲେ, ତେବେ ଆମକୁ ବହୁତ ଖୁସି ମିଳେ । ଆଉ ଯେବେ ଆମେ ଏବିଷୟରେ ଭାବୁ ଯେ ଯୀଶୁଙ୍କ ବଳିଦାନ କେତେ ବିଶେଷ ଅଟେ, ଆଜି ସେ କʼଣ କʼଣ କରୁଛନ୍ତି ଓ ଭବିଷ୍ୟତରେ ସେ କʼଣ କʼଣ କରିବେ, ତେବେ ଆମର ଉତ୍ସାହ ବଢ଼ିଯାଏ । (୧ କରି. ୧୧:୨୪, ୨୫) ଯେବେ ଆମେ ଏହି କଥାଗୁଡ଼ିକ ଉପରେ ଚିନ୍ତନ କରିବା ଓ ଭାବିବା ଯେ ଯୀଶୁ ଆମକୁ କେତେ ପ୍ରେମ କରନ୍ତି, ତେବେ ଆମେ ହୃଦୟରୁ ତାଙ୍କର କୃତଜ୍ଞ ମନେକରିବା । ଆଉ ଆମେ ନିଜ କାମରୁ ଦେଖାଇବା ଯେ ଆମେ ଏହି ବଳିଦାନ ପାଇଁ କେତେ କୃତଜ୍ଞ ମନେକରୁ । ଏହି ଲେଖାରେ ଆମେ ଜାଣିବା ଯେ ଆମେ ଏହା କିପରି ଦେଖାଇପାରିବା ।

ଆମେ ଯୀଶୁଙ୍କ କୃତଜ୍ଞ ଅଟୁ, ତେଣୁ ଆମେ ସେବାରେ ଲାଗି ରହୁ

୩. ଆମେ ଯୀଶୁଙ୍କ ମୁକ୍ତିର ମୂଲ୍ୟ ପାଇଁ କାହିଁକି ବହୁତ କୃତଜ୍ଞ ଅଟୁ ?

ଯେବେ ଆମେ ଯୀଶୁଙ୍କ ଜୀବନ ଓ ବଳିଦାନ ବିଷୟରେ ଭାବୁ, ତେବେ ତାଙ୍କ ପାଇଁ ଆମେ ହୃଦୟରୁ କୃତଜ୍ଞ ମନେକରୁ । ଯେବେ ଯୀଶୁ ପୃଥିବୀରେ ଥିଲେ, ତେବେ ସେ ଲୋକମାନଙ୍କୁ କହିଲେ ଯେ ଈଶ୍ୱରଙ୍କ ରାଜ୍ୟରେ ସେମାନଙ୍କୁ କʼଣ କʼଣ ଆଶିଷ ମିଳିବ । ଯେବେ ଆମେ ସେହି ଆଶିଷଗୁଡ଼ିକ ବିଷୟରେ ପଢ଼ୁ, ତେବେ ଆମକୁ ବହୁତ ଭଲ ଲାଗେ । ଆମେ ଯୀଶୁଙ୍କ ମୁକ୍ତିର ମୂଲ୍ୟ ପାଇଁ ମଧ୍ୟ ବହୁତ କୃତଜ୍ଞ ଅଟୁ, ଯାହାଯୋଗୁଁ ଆମେ ଯିହୋବା ଓ ଯୀଶୁଙ୍କ ସାଙ୍ଗ ହୋଇପାରିବା । ଆମେ ଏହା ବି ଜାଣୁ ଯେ ଯଦି ଆମେ ତାଙ୍କ ବଳିଦାନ ଉପରେ ବିଶ୍ୱାସ କରିବା, ତେବେ ଆମକୁ ଅନନ୍ତ ଜୀବନ ମିଳିବ ଓ ଆମେ ନିଜର ଯେଉଁ ପ୍ରିୟଜନମାନଙ୍କୁ ମୃତ୍ୟୁରେ ହରାଇ ଦେଇଛୁ, ସେମାନଙ୍କୁ ପୁଣିଥରେ ଭେଟିପାରିବା । (ଯୋହ. ୫:୨୮, ୨୯; ରୋମୀ. ୬:୨୩) ଆମେ ସେମଧ୍ୟରୁ କୌଣସି ବି ଆଶିଷ ପାଇବାର ଯୋଗ୍ୟ ନାହୁଁ ଓ ତାʼ ବଦଳରେ ଆମେ ଯୀଶୁ ଓ ଯିହୋବାଙ୍କୁ କିଛି ବି ଦେଇପାରିବାନି । (ରୋମୀ. ୫:୮, ୨୦, ୨୧) କିନ୍ତୁ ଆମେ ଏହା ନିଶ୍ଚୟ ଦେଖାଇପାରିବା ଯେ ଆମେ ସେମାନଙ୍କ ପାଇଁ କେତେ କୃତଜ୍ଞ ମନେକରୁ । ତାହା କିପରି ?

ମରୀୟମ ମଗ୍‌ଦଲିନୀଙ୍କଠାରୁ ଆପଣ ଯିହୋବା ଓ ଯୀଶୁଙ୍କ କୃତଜ୍ଞ ହେବା ବିଷୟରେ କʼଣ ଶିଖନ୍ତି ? (ପାରାଗ୍ରାଫ ୪-୫)

୪. ମରୀୟମ ମଗ୍‌ଦଲିନୀ କିପରି ଦେଖାଇଲେ ଯେ ସେ ଯୀଶୁଙ୍କ କୃତଜ୍ଞ ଅଟନ୍ତି ? (ଚିତ୍ର ଦେଖନ୍ତୁ ।)

ମରୀୟମ ମଗ୍‌ଦଲିନୀଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ଜଣେ ଯିହୁଦୀ ସ୍ତ୍ରୀ ଥିଲେ । ତାଙ୍କ ଭିତରେ ସାତଟି ଦୁଷ୍ଟ ସ୍ୱର୍ଗଦୂତ ପଶିଥିଲେ ଓ ତାଙ୍କ ପରିସ୍ଥିତି ବହୁତ ଖରାପ ଥିଲା । ହୁଏତ ତାଙ୍କୁ ଲାଗିଥିବ ଯେ କେହି ବି ତାଙ୍କୁ ଠିକ୍‌ କରି ପାରିବେନି ଓ ସାରା ଜୀବନ ତାଙ୍କୁ ଏପରି ହିଁ ରହିବାକୁ ପଡ଼ିବ । କିନ୍ତୁ ଭାବନ୍ତୁ, ଯେବେ ଯୀଶୁ ତାଙ୍କୁ ଠିକ୍‌ କଲେ, ତେବେ ତାଙ୍କୁ କିପରି ଲାଗିଥିବ ? ସେ ହୃଦୟରୁ କୃତଜ୍ଞ ମନେ କରିଥିବେ । ତେଣୁ ସେ ଯୀଶୁଙ୍କ ସେବା କରିବାକୁ ଲାଗିଲେ ଓ ସେ ଭାବିଲେ ଯେ ସେ ନିଜ ଶକ୍ତି, ସମ୍ପତ୍ତି ଓ ସମୟ ଯୀଶୁଙ୍କ ସେବା କରିବାରେ ଲଗାଇଦେବେ । (ଲୂକ ୮:୧-୩) ଯୀଶୁ ତାଙ୍କ ପାଇଁ ଯାହା କରିଥିଲେ ତାହା ବହୁତ ବଡ଼ କଥା ଥିଲା । କିନ୍ତୁ ଆଗକୁ ଯାଇ ଯୀଶୁ ଆହୁରି କିଛି କରିବାକୁ ଯାଉଥିଲେ, ଯାହା ବିଷୟରେ ହୁଏତ ମରୀୟମ କେବେ ବି ଭାବି ନ ଥିବେ । ଯୀଶୁ ସମସ୍ତ ମଣିଷମାନଙ୍କ ପାଇଁ ନିଜ ଜୀବନ ଦେବାକୁ ଯାଉଥିଲେ “ଯେପରି ଯେକେହି ତାଙ୍କଠାରେ ବିଶ୍ୱାସ କରେ” ତାଙ୍କୁ ଅନନ୍ତ ଜୀବନ ମିଳୁ । (ଯୋହ. ୩:୧୬) ଯେବେ ଯୀଶୁଙ୍କୁ କାଠରେ ଲଟକାଇ ଦିଆଗଲା, ତେବେ ମରୀୟମ ସେଇଠି ହିଁ ଥିଲେ । ତେଣୁ ଯୀଶୁ ଓ ଅନ୍ୟ ଲୋକମାନଙ୍କର ସାହସ ବଢ଼ି ଯାଇଥିବ । (ଯୋହ. ୧୯:୨୫) ଯୀଶୁଙ୍କ ମୃତ୍ୟୁ ପରେ ମରୀୟମ ଆହୁରି ଦୁଇ ଜଣ ସ୍ତ୍ରୀଙ୍କୁ ନେଇ ତାଙ୍କ କବରରେ ଗଲେ ଯାହାଦ୍ୱାରା ସେମାନେ ତାଙ୍କ ଶରୀରକୁ ପୋତିବା ପାଇଁ ପ୍ରସ୍ତୁତ କରିପାରʼନ୍ତେ । (ମାର୍କ ୧୬:୧, ୨) ମରୀୟମ ଯୀଶୁଙ୍କର ବିଶ୍ୱସ୍ତ ଥିଲେ ଓ ଏପରି କରି ସେ ଦେଖାଇଲେ ଯେ ସେ ତାଙ୍କର କେତେ କୃତଜ୍ଞ ମନେକରନ୍ତି । ମରୀୟମଙ୍କୁ ତାଙ୍କ ବିଶ୍ୱସ୍ତତାର ପୁରସ୍କାର ମଧ୍ୟ ମିଳିଲା । ଯେବେ ଯୀଶୁ ଜୀବିତ ହେଲେ, ତେବେ ମରୀୟମ ତାଙ୍କୁ ଭେଟି ପାରିଲେ ଓ ତାଙ୍କୁ ଯୀଶୁଙ୍କ ସହିତ କଥା ହେବାର ସୁଯୋଗ ମିଳିଲା । ଏପରି କରିବାର ସୁଯୋଗ ମାତ୍ର ଯୀଶୁଙ୍କର କିଛି ଶିଷ୍ୟମାନଙ୍କୁ ହିଁ ମିଳିଥିଲା ।—ଯୋହ. ୨୦:୧୧-୧୮.

୫. ଆମେ କିପରି ଦେଖାଇପାରିବା ଯେ ଆମେ ଯିହୋବା ଓ ଯୀଶୁଙ୍କ ବହୁତ କୃତଜ୍ଞ ଅଟୁ ?

ଆମେ ମଧ୍ୟ ନିଜ ସମୟ, ଶକ୍ତି ଓ ପଇସା ଯିହୋବାଙ୍କ ସେବା କରିବାରେ ଲଗାଇପାରିବା । ଏପରି କରି ଆମେ ଦେଖାଇପାରିବା ଯେ ଆମେ ତାଙ୍କ ଓ ଯୀଶୁଙ୍କ ବହୁତ କୃତଜ୍ଞ ଅଟୁ । ଯେପରି ଆମେ ସଂଗଠନର ବିଲ୍‌ଡିଙ୍ଗଗୁଡ଼ିକୁ ତିଆରି କରିବା ଓ ତାʼର ଦେଖାରେଖା କରିବା ପାଇଁ ସାହାଯ୍ୟ କରିପାରିବା ।

ଯିହୋବା ଓ ଯୀଶୁଙ୍କ ପାଇଁ ପ୍ରେମ ଥିବା ଯୋଗୁଁ ଆମେ ଅନ୍ୟମାନଙ୍କୁ ମଧ୍ୟ ପ୍ରେମ କରୁ

୬. ଆମେ କାହିଁକି କହିପାରିବା ଯେ ଯୀଶୁ ଆମ ପ୍ରତ୍ୟେକ ଜଣଙ୍କ ପାଇଁ ନିଜ ଜୀବନ ଦେଲେ ?

ଯେବେ ଆମେ ଏବିଷୟରେ ଭାବୁ ଯେ ଯିହୋବା ଓ ଯୀଶୁ ଆମକୁ କେତେ ପ୍ରେମ କରନ୍ତି, ତେବେ ଆମର ବି ଇଚ୍ଛା ହୁଏ ଯେ ଆମେ ସେମାନଙ୍କୁ ପ୍ରେମ କରୁ । (୧ ଯୋହ. ୪:୧୦, ୧୯) ଆଉ ଯେବେ ଆମେ ଏପରି ଭାବୁ ଯେ ଯୀଶୁ ମୋ ପାଇଁ ନିଜ ଜୀବନ ଦେଲେ, ତେବେ ଆମେ ତାଙ୍କୁ ଆହୁରି ପ୍ରେମ କରିବାକୁ ଲାଗୁ । ଏପରି ଭାବିବା ଠିକ୍‌ ବି ଅଟେ । ପାଉଲ ମଧ୍ୟ ଏପରି ହିଁ ଭାବୁଥିଲେ ଓ ସେ ଯୀଶୁଙ୍କ ବଳିଦାନ ପାଇଁ ବହୁତ କୃତଜ୍ଞ ଥିଲେ । ଧ୍ୟାନ ଦିଅନ୍ତୁ, ସେ ନିଜ ଚିଠିରେ କʼଣ କହିଲେ: “ଈଶ୍ୱରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋʼ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ ।” (ଗାଲା. ୨:୨୦) ଯୀଶୁଙ୍କର ମୁକ୍ତିର ମୂଲ୍ୟ ଯୋଗୁଁ ହିଁ ଯିହୋବା ଆମକୁ ନିଜ ପାଖରେ ଟାଣି ଆଣନ୍ତି ଓ ଆମେ ତାଙ୍କର ସାଙ୍ଗ ହୋଇପାରୁ । (ଯୋହ. ୬:୪୪) ଯେବେ ଆପଣ ଏବିଷୟରେ ଭାବନ୍ତି ଯେ ଯିହୋବା ଆପଣଙ୍କ ଭିତରେ କିଛି ଭଲ ଦେଖିଛନ୍ତି ଓ ଆପଣଙ୍କୁ ନିଜ ସାଙ୍ଗ କରିବା ପାଇଁ ସେ ଏତେ ବଡ଼ ମୂଲ୍ୟ ଦେଲେ, ତେବେ ଆପଣଙ୍କୁ କିପରି ଲାଗେ ? କʼଣ ଆପଣ ତାଙ୍କର ହୃଦୟରୁ କୃତଜ୍ଞ ମନେକରନ୍ତି ନାହିଁ ? କʼଣ ଆପଣଙ୍କ ଇଚ୍ଛା ହୁଏ ନାହିଁ ଯେ ଆପଣ ଯିହୋବା ଓ ଯୀଶୁଙ୍କୁ ଆହୁରି ପ୍ରେମ କରନ୍ତୁ ? ଆଉ ଯଦି ଆମେ ଯିହୋବା ଓ ଯୀଶୁଙ୍କୁ ପ୍ରେମ କରୁ, ତେବେ ଆମକୁ ଏହା ଭାବିବା ଉଚିତ୍‌ ଯେ ଏହି ପ୍ରେମ ଆମେ କିପରି ଦେଖାଇପାରିବା ।

ଯିହୋବା ଓ ଯୀଶୁଙ୍କ ପାଇଁ ପ୍ରେମ ଆମକୁ ପ୍ରେରଣ କରେ ଯେ ଆମେ ସବୁପ୍ରକାର ଲୋକମାନଙ୍କୁ ଖୁସିର ଖବର ଶୁଣାଉ (ପାରାଗ୍ରାଫ ୭)

୭. ଯେପରି ଚିତ୍ରରେ ଦେଖାଇ ଦିଆଯାଇଛି, ଆମେ କିପରି ଦେଖାଇପାରିବା ଯେ ଆମେ ଯିହୋବା ଓ ଯୀଶୁଙ୍କୁ ପ୍ରେମ କରୁ ? (୨ କରିନ୍ଥୀୟ ୫:୧୪, ୧୫; ୬:୧, ୨)

ଆମେ ଯିହୋବା ଓ ଯୀଶୁଙ୍କୁ ପ୍ରେମ କରୁ ଆଉ ଏହି ପ୍ରେମ ଆମକୁ ପ୍ରେରଣା ଦିଏ ଯେ ଆମେ ଅନ୍ୟମାନଙ୍କୁ ମଧ୍ୟ ପ୍ରେମ କରୁ । (୨ କରିନ୍ଥୀୟ ୫:୧୪, ୧୫; ୬:୧, ୨ ପଢ଼ନ୍ତୁ ।) ଅନ୍ୟମାନଙ୍କ ପାଇଁ ପ୍ରେମ ଦେଖାଇବାର ଗୋଟିଏ ଉପାୟ ହେଉଛି, ଉତ୍ସାହର ସହ ପ୍ରଚାରରେ ଭାଗ ନେବା । ଆମେ ପ୍ରତ୍ୟେକ ଲୋକଙ୍କୁ ପ୍ରଚାର କରିଥାଉ । ପ୍ରଚାର କରିବା ସମୟରେ ଆମେ ଏହା ଦେଖି ନ ଥାଉ ଯେ ସେ କେଉଁ ଜାତିର ଅଟେ କିମ୍ବା ତାʼର ରଙ୍ଗ କିପରି, ସେ ଧନୀ କି ଗରିବ ଅଟେ କିମ୍ବା ସମାଜରେ ତାʼର କʼଣ ପଦବୀ ରହିଛି । ଏପରି କରି ଆମେ ଯିହୋବାଙ୍କର ଇଚ୍ଛା ପୂରା କରିଥାଉ । ଯିହୋବାଙ୍କ ଇଚ୍ଛା ଏହା ଯେ “ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି ।”—୧ ତୀମ. ୨:୪.

୮. ଆମେ କିପରି ଦେଖାଇପାରିବା ଯେ ଆମେ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରୁ ?

ଆମେ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରି ମଧ୍ୟ ଏହା ଦେଖାଉ ଯେ ଆମେ ଯିହୋବା ଓ ଯୀଶୁଙ୍କୁ ପ୍ରେମ କରୁ । (୧ ଯୋହ. ୪:୨୧) ଆମେ ନିଜ ଭାଇଭଉଣୀମାନଙ୍କର ବହୁତ ଚିନ୍ତା କରୁ । ଯେବେ ସେମାନେ କୌଣସି ସମସ୍ୟାରେ ଥାʼନ୍ତି, ତେବେ ଆମେ ସେମାନଙ୍କର ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହୁ । ଯେବେ ସେମାନଙ୍କ କୌଣସି ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଏ, ତେବେ ଆମେ ସେମାନଙ୍କୁ ସାନ୍ତ୍ୱନା ଦେଉ । ଯେବେ ସେମାନେ ରୋଗରେ ପଡ଼ିଯାʼନ୍ତି, ତେବେ ଆମେ ସେମାନଙ୍କୁ ଭେଟିବା ପାଇଁ ଯାଉ । ଆଉ ଯେବେ ସେମାନେ କୌଣସି କଥାକୁ ନେଇ ଚିନ୍ତିତ ହୋଇଯାʼନ୍ତି କିମ୍ବା ନିରାଶ ହୋଇଯାʼନ୍ତି, ତେବେ ଆମେ ସେମାନଙ୍କର ସାହସ ବଢ଼ାଇ ଥାଉ । (୨ କରି. ୧:୩-୭; ୧ ଥେସ. ୫:୧୧, ୧୪) ଆମେ ସେମାନଙ୍କ ପାଇଁ ଲଗାତାର ପ୍ରାର୍ଥନା ମଧ୍ୟ କରୁ, କାରଣ ଆମେ ଜାଣୁ ଯେ “ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରି ପାରେ ।”—ଯାକୁ. ୫:୧୬.

୯. ଭାଇଭଉଣୀମାନଙ୍କ ପାଇଁ ନିଜ ପ୍ରେମ ଦେଖାଇବାର ଆଉ ଗୋଟିଏ ଉପାୟ କʼଣ ଅଟେ ?

ଭାଇଭଉଣୀମାନଙ୍କୁ ନିଜ ପ୍ରେମ ଦେଖାଇବାର ଆଉ ଗୋଟିଏ ଉପାୟ ହେଉଛି, ସେମାନଙ୍କ ସହିତ ଶାନ୍ତି ବଜାୟ ରଖିବା । ଆମକୁ ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରିବା ଉଚିତ୍‌ ଯିଏ ହୃଦୟରୁ କ୍ଷମା କରନ୍ତି । ଭାବନ୍ତୁ, ଯିହୋବା ଆମକୁ କ୍ଷମା କରିବା ପାଇଁ ଖୁସି ଖୁସି ନିଜ ପୁତ୍ରଙ୍କୁ ବଳିଦାନ କରିଦେଲେ । ତାହେଲେ ଯେବେ କୌଣସି ଭାଇ କିମ୍ବା ଭଉଣୀ ଆମ ବିରୁଦ୍ଧରେ ପାପ କରନ୍ତି, ତେବେ କʼଣ ଆମକୁ ମଧ୍ୟ ସେମାନଙ୍କୁ କ୍ଷମା କରିଦେବା ଉଚିତ୍‌ ନୁହେଁ ? ଆମେ ସେହି ଦୁଷ୍ଟ ଦାସ ଭଳି ହେବା ପାଇଁ ଚାହୁଁନୁ ଯାହା ବିଷୟରେ ଯୀଶୁ ଗୋଟିଏ ଉଦାହରଣରେ କହିଥିଲେ । ତାʼ ମାଲିକ ତାʼର ଗୋଟିଏ ବଡ଼ ଋଣକୁ କ୍ଷମା କରି ଦେଇଥିଲେ । କିନ୍ତୁ ସେ କʼଣ କଲା ? ସେ ନିଜ ସାଥୀର ଗୋଟିଏ ଛୋଟିଆ ଋଣକୁ ମଧ୍ୟ କ୍ଷମା କଲାନି । (ମାଥି. ୧୮:୨୩-୩୫) ଯଦି ଆପଣଙ୍କ ମଣ୍ଡଳୀରେ କୌଣସି ଭାଇ କିମ୍ବା ଭଉଣୀଙ୍କ ସହ ଭୁଲ ବୁଝାମଣା ହୋଇଯାଇଛି, ତାହେଲେ କʼଣ ଆପଣ ସ୍ମାରକରେ ଉପସ୍ଥିତ ହେବା ପୂର୍ବରୁ ତାଙ୍କ ପାଖରେ ଯାଇ ବୁଝାମଣା କରିପାରିବେ ? (ମାଥି. ୫:୨୩, ୨୪) ଏପରି କରି ଆପଣ ଦେଖାଇପାରିବେ ଯେ ଆପଣ ଯିହୋବା ଓ ଯୀଶୁଙ୍କୁ କେତେ ପ୍ରେମ କରନ୍ତି ।

୧୦-୧୧. ପ୍ରାଚୀନମାନେ କିପରି ଦେଖାଇପାରିବେ ଯେ ସେମାନେ ଯିହୋବା ଓ ଯୀଶୁଙ୍କୁ ପ୍ରେମ କରନ୍ତି ? (୧ ପିତର ୫:୧, ୨)

୧୦ ପ୍ରାଚୀନମାନେ କିପରି ଦେଖାଇପାରିବେ ଯେ ସେମାନେ ଯିହୋବା ଓ ଯୀଶୁଙ୍କୁ ପ୍ରେମ କରନ୍ତି ? ଏପରି କରିବାର ଗୋଟିଏ ବିଶେଷ ଉପାୟ ହେଉଛି, ଯୀଶୁଙ୍କ ମେଷମାନଙ୍କର ଦେଖାଶୁଣା କରିବା । (୧ ପିତର ୫:୧, ୨ ପଢ଼ନ୍ତୁ ।) ଯୀଶୁ ପିତରଙ୍କୁ ଯାହା କହିଲେ, ସେଥିରୁ ମଧ୍ୟ ଆମକୁ ଏହି କଥା ଜଣାପଡ଼େ । ପିତର ଯୀଶୁଙ୍କୁ ତିନି ଥର ଚିହ୍ନିବାରୁ ମନା କରି ଦେଇଥିଲେ । ତାʼଯୋଗୁଁ ତାଙ୍କୁ ବହୁତ ଦୁଃଖ ଲାଗିଥିବ ଓ ସେ ଯେକୌଣସି ବି ପରିସ୍ଥିତିରେ ଦେଖାଇବାକୁ ଚାହୁଁଥିବେ ଯେ ସେ ଯୀଶୁଙ୍କୁ କେତେ ପ୍ରେମ କରନ୍ତି । ତେଣୁ ଯୀଶୁ ଜୀବିତ ହେବା ପରେ ତାଙ୍କୁ ପଚାରିଲେ, “ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କଅଣ ମୋତେ ପ୍ରେମ କରୁଅଛ,” ତେବେ ପିତର ନିଜ ପ୍ରେମ ଦେଖାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲେ । ତେବେ ଯୀଶୁ ତାଙ୍କୁ କହିଲେ, “ମୋହର ମେଷମାନଙ୍କୁ ପ୍ରତିପାଳନ କର ।” (ଯୋହ. ୨୧:୧୫-୧୭) ପିତର ସାରା ଜୀବନ ଏହି କଥା ମନେ ରଖିଲେ ଓ ଯୀଶୁଙ୍କ ମେଷମାନଙ୍କର ପ୍ରେମର ସହ ଦେଖାଶୁଣା କରିଲେ । ଏପରି କରି ସେ ଦେଖାଇଲେ ଯେ ସେ ଯୀଶୁଙ୍କୁ କେତେ ପ୍ରେମ କରନ୍ତି ।

୧୧ ପ୍ରାଚୀନମାନେ, ସ୍ମାରକର ଆଖପାଖ ମାସଗୁଡ଼ିକରେ ଆପଣ କିପରି ଦେଖାଇପାରିବେ ଯେ ଆପଣ ମଧ୍ୟ ସେହି କଥାକୁ ମାନୁଛନ୍ତି ଯାହା ଯୀଶୁ ପିତରଙ୍କୁ କହିଥିଲେ ? ଲଗାତାର ଭାଇଭଉଣୀମାନଙ୍କ ପ୍ରତିପାଳକ ସାକ୍ଷାତ କରନ୍ତୁ । ବିଶେଷ କରି ସେହି ଭାଇଭଉଣୀମାନଙ୍କ ଉତ୍ସାହ ବଢ଼ାନ୍ତୁ ଯେଉଁମାନେ କିଛି ସମୟରୁ ଯିହୋବାଙ୍କ ସେବା କରିବା ବନ୍ଦ କରି ଦେଇଛନ୍ତି ଓ ସେମାନଙ୍କୁ ଯିହୋବାଙ୍କ ନିକଟକୁ ଫେରି ଆସିବା ପାଇଁ ସାହାଯ୍ୟ କରନ୍ତୁ । (ଯିହି. ୩୪:୧୧, ୧୨) ଆପଣ ସେହି ବାଇବଲ ବିଦ୍ୟାର୍ଥୀ ଓ ନୂଆ ଲୋକମାନଙ୍କ ସହିତ ବି ଭେଟିପାରିବେ ଯେଉଁମାନେ ସ୍ମାରକରେ ଉପସ୍ଥିତ ହୁଅନ୍ତି ଓ ସେମାନଙ୍କ ଉତ୍ସାହ ବଢ଼ାଇପାରିବେ । ଆଗକୁ ଯାଇ ସେମାନେ ମଧ୍ୟ ଯୀଶୁଙ୍କ ଶିଷ୍ୟ ହୋଇପାରିବେ । ଏପରି କରି ଆପଣ ଦେଖାଇପାରିବେ ଯେ ଆପଣ ଯିହୋବା ଓ ଯୀଶୁଙ୍କୁ କେତେ ପ୍ରେମ କରନ୍ତି ।

ଆମେ ଯୀଶୁଙ୍କୁ ପ୍ରେମ କରୁ, ତେଣୁ ସାହସର ସହ କାମ କରିଥାଉ

୧୨. ଯୀଶୁ ନିଜ ଶିଷ୍ୟମାନଙ୍କୁ ଯାହା କହିଲେ, ସେଥିରୁ ଆଜି ଆମକୁ କିପରି ସାହସ ମିଳିପାରେ ? (ଯୋହନ ୧୬:୩୨, ୩୩)

୧୨ ନିଜ ମୃତ୍ୟୁର ଗୋଟିଏ ରାତି ପୂର୍ବେ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ, “ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଜୟ କରିଅଛି ।” (ଯୋହନ ୧୬:୩୨, ୩୩ ପଢ଼ନ୍ତୁ ।) ଯୀଶୁଙ୍କ ଅନେକ ଶତ୍ରୁ ଥିଲେ କିନ୍ତୁ ସେ ତାଙ୍କୁ ଡରିଲେ ନାହିଁ, ସେ ସାହସ ଧରିଲେ ଓ ଶେଷ ପର୍ଯ୍ୟନ୍ତ ଯିହୋବାଙ୍କ ବିଶ୍ୱସ୍ତ ରହିଲେ । ସେ ଏହା କିପରି କରିପାରିଲେ ? ସେ ଯିହୋବାଙ୍କ ଉପରେ ଭରସା ରଖିଲେ । ସେ ଜାଣିଥିଲେ ଯେ ତାଙ୍କ ଶିଷ୍ୟମାନଙ୍କୁ ମଧ୍ୟ ଏପରି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିବ । ତେଣୁ ଯୀଶୁ ଯିହୋବାଙ୍କୁ ପ୍ରାର୍ଥନା କଲେ ଯେ ସେ ତାଙ୍କ ଶିଷ୍ୟମାନଙ୍କ ଦେଖାଶୁଣା କରନ୍ତୁ । (ଯୋହ. ୧୭:୧୧) ଆଜି ଯିହୋବା ଆମର ମଧ୍ୟ ଦେଖାଶୁଣା କରୁଛନ୍ତି, ଏହା ଜାଣି ଆମକୁ ସାହସ ମିଳେ । ଯିହୋବା ଆମ ଶତ୍ରୁମାନଙ୍କଠାରୁ ବହୁତ ଶକ୍ତିଶାଳୀ ଅଟନ୍ତି । (୧ ଯୋହ. ୪:୪) ତାଙ୍କ ଦୃଷ୍ଟିରେ କିଛି ବି ଲୁଚିକି ରହିନି, ତେଣୁ ଆମେ ବିଶ୍ୱାସ କରୁ ଯେ ଯେବେ ଆମେ ଯିହୋବାଙ୍କ ଉପରେ ଭରସା ରଖିବା ତେବେ ଆମେ ଡରିବା ନାହିଁ ଓ ସାହସର ସହ କାମ କରିପାରିବା ।

୧୩. ହାରମାଥୀୟାର ଯୋଷେଫ କିପରି ସାହସର ସହ କାମ କଲେ ?

୧୩ ହାରମାଥୀୟାର ଯୋଷେଫଙ୍କ ବିଷୟରେ ଭାବନ୍ତୁ । ସେ ଯିହୁଦୀ ମହାସଭାର ଜଣେ ସଦସ୍ୟ ଥିଲେ ଯାହା ସେ ସମୟର ସବୁଠୁ ବଡ଼ ଅଦାଲତ ଥିଲା । ସମାଜରେ ତାଙ୍କର ବହୁତ ନାʼ ଥିଲା । ସେ ଯୀଶୁଙ୍କର ଜଣେ ଶିଷ୍ୟ ତ ଥିଲେ କିନ୍ତୁ ଅନ୍ୟମାନଙ୍କୁ ଏହା କହିବା ପାଇଁ ତାଙ୍କୁ କେବେ ବି ସାହସ ହେଲାନି । ବାଇବଲରେ ଲେଖାଅଛି ଯେ ସେ “ଯିହୁଦୀମାନଙ୍କ ଭୟରେ ଗୁପ୍ତ ଭାବରେ ଥିଲେ ।” (ଯୋହ. ୧୯:୩୮) ତାଙ୍କୁ ହୁଏତ ଏହା ଡର ଥିଲା, ଯଦି ଲୋକମାନଙ୍କୁ ଏବିଷୟରେ ଜଣାପଡ଼ିବ ଯେ ସେ ଯୀଶୁଙ୍କ ଶିଷ୍ୟ ଅଟନ୍ତି ତେବେ ସେ ତାଙ୍କର ଆଦର କରିବେ ନାହିଁ । କିନ୍ତୁ ଶେଷରେ ସେ ସାହସର ସହ କାମ କଲେ । ଯୀଶୁଙ୍କ ମୃତ୍ୟୁ ପରେ ସେ ସାହସ ପୂର୍ବକ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ । (ମାର୍କ ୧୫:୪୨, ୪୩) ତାʼପରେ ସମସ୍ତେ ଜାଣିଗଲେ ଯେ ସେ ଯୀଶୁଙ୍କ ଶିଷ୍ୟ ଅଟନ୍ତି ।

୧୪. ଯଦି ଆପଣ ଅନ୍ୟମାନଙ୍କୁ ଡରନ୍ତି ତେବେ ଆପଣ କʼଣ କରିପାରିବେ ?

୧୪ କʼଣ ଆପଣ ମଧ୍ୟ ହାରମାଥୀୟାର ଯୋଷେଫଙ୍କ ଭଳି ଅନ୍ୟମାନଙ୍କୁ ଡରନ୍ତି ? କʼଣ ସ୍କୁଲ କିମ୍ବା କାମ ଜାଗାରେ ଆପଣ ଏହା କହିବାକୁ ଡରନ୍ତି ଯେ ଆପଣ ଜଣେ ଯିହୋବାଙ୍କ ସାକ୍ଷୀ ଅଟନ୍ତି ? ଲୋକମାନେ ଆପଣଙ୍କ ବିଷୟରେ କʼଣ ଭାବିବେ, ଏହା ଚିନ୍ତା କରି କʼଣ ଆପଣ ପ୍ରଚାର କରୁ ନାହାନ୍ତି ବା ବାପ୍ତିସ୍ମ ନେଉ ନାହାନ୍ତି ? ଏପରି ଭାବି ଆପଣ ସଠିକ୍‌ କାମ କରିବାରୁ ପଛଘୁଞ୍ଚା ହୁଅନ୍ତୁ ନାହିଁ । ଯିହୋବାଙ୍କୁ ଏବିଷୟରେ ପ୍ରାର୍ଥନା କରନ୍ତୁ ଓ ତାଙ୍କୁ ସାହସ ମାଗନ୍ତୁ ଓ ଧ୍ୟାନ ଦିଅନ୍ତୁ ଯେ ସେ କିପରି ଆପଣଙ୍କ ସାହାଯ୍ୟ କରୁଛନ୍ତି । ତେବେ ଆପଣଙ୍କ ବିଶ୍ୱାସ ଦୃଢ଼ ହେବ ଓ ଆପଣ ସାହସର ସହ କାମ କରିପାରିବେ ।—ଯିଶା. ୪୧:୧୦, ୧୩.

ଆମେ ଖୁସି ଅଛୁ, ତେଣୁ ଆମେ ଯିହୋବାଙ୍କ ସେବାରେ ଲାଗି ରହୁ

୧୫. ଯୀଶୁଙ୍କୁ ଜୀବିତ ଦେଖି ଶିଷ୍ୟମାନେ ବହୁତ ଖୁସି ଥିଲେ, ତେଣୁ ସେମାନେ କʼଣ କଲେ ? (ଲୂକ ୨୪:୫୨, ୫୩)

୧୫ ଯୀଶୁଙ୍କ ମୃତ୍ୟୁ ହେବା ପରେ ତାଙ୍କ ଶିଷ୍ୟମାନେ ବହୁତ ଦୁଃଖି ଥିଲେ । ଭାବନ୍ତୁ, ଯଦି ଆପଣ ସେମାନଙ୍କ ଜାଗାରେ ଥାʼନ୍ତେ ତାହେଲେ ଆପଣ କିପରି ଅନୁଭବ କରନ୍ତେ । ସେମାନେ କେବଳ ନିଜ ସାଙ୍ଗ ହରାଇ ନ ଥିଲେ, ବରଂ ଏପରି ଲାଗୁଛି ଯେ ସେମାନେ ନିଜ ଆଶା ବି ହରାଇ ଦେଇଥିଲେ । (ଲୂକ ୨୪:୧୭-୨୧) କିନ୍ତୁ ଜୀବିତ ହେବା ପରେ ଯୀଶୁ ତାଙ୍କ ପାଖକୁ ଆସିଲେ ତେବେ ସେମାନଙ୍କୁ କେତେ ଖୁସି ଲାଗିଥିବ । ଯୀଶୁ ସେମାନଙ୍କୁ ବୁଝାଇଲେ ଯେ ତାଙ୍କ ବଳିଦାନ ଯୋଗୁଁ ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେଲା । ଆଉ ସେ ସେମାନଙ୍କୁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କାମ ମଧ୍ୟ ଦେଲେ । (ଲୂକ ୨୪:୨୬, ୨୭, ୪୫-୪୮) ୪୦ ଦିନ ପରେ ଯୀଶୁ ସ୍ୱର୍ଗ ଫେରିଗଲେ । ସେସମୟ ଯାଏ ଶିଷ୍ୟମାନଙ୍କ ଦୁଃଖ ଖୁସିରେ ପରିବର୍ତ୍ତନ ହୋଇଯାଇଥିଲା । ସେମାନେ ବହୁତ ଖୁସି ଥିଲେ ଯେ ଯୀଶୁ ଜୀବିତ ଅଛନ୍ତି ଓ ସେମାନଙ୍କୁ ସେହି କାମ କରିବା ପାଇଁ ସାହାଯ୍ୟ କରିବେ ଯାହା ସେ ସେମାନଙ୍କୁ ଦେଇଥିଲେ । ଏହି ଖୁସି ସେମାନଙ୍କୁ ପ୍ରେରଣ କଲା ଯେ ସେମାନେ ଲଗାତାର ଯିହୋବାଙ୍କ ମହିମା କରନ୍ତୁ ।—ଲୂକ ୨୪:୫୨, ୫୩ ପଢ଼ନ୍ତୁ; ପ୍ରେରି. ୫:୪୨.

୧୬. ଆମେ ଯୀଶୁଙ୍କ ଶିଷ୍ୟମାନଙ୍କଠାରୁ କʼଣ ଶିଖିପାରିବା ?

୧୬ ଆମେ ଯୀଶୁଙ୍କ ଶିଷ୍ୟମାନଙ୍କଠାରୁ କʼଣ ଶିଖିପାରିବା ? ଆମକୁ କେବଳ ସ୍ମାରକର ଆଖପାଖ ମାସଗୁଡ଼ିକରେ ନୁହେଁ, ବରଂ ଅନ୍ୟ ମାସଗୁଡ଼ିକରେ ମଧ୍ୟ ଉତ୍ସାହର ସହ ଯିହୋବାଙ୍କ ସେବା କରିବା ଉଚିତ୍‌ । ତାʼ ପାଇଁ ଜରୁରୀ ଅଟେ ଯେ ଆମେ ନିଜ ଜୀବନରେ ଈଶ୍ୱରଙ୍କ ରାଜ୍ୟକୁ ପ୍ରଥମ ସ୍ଥାନ ଦେବା । ଏଥିରୁ ଆମକୁ ବହୁତ ଖୁସି ମିଳିବ । ଅନେକ ଭାଇଭଉଣୀମାନେ ଏପରି କରିଛନ୍ତି, ଯେପରି କିଛି ଭାଇଭଉଣୀମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ କାମରେ କମ୍‌ ସମୟ ଦେବେ ଯାହାଦ୍ୱାରା ସେମାନେ ପ୍ରଚାରରେ ଅଧିକ ସମୟ ଦେଇପାରିବେ, ସଭାଗୁଡ଼ିକରେ ଉପସ୍ଥିତ ହୋଇପାରିବେ ଓ ଲଗାତାର ପାରିବାରିକ ଉପାସନା କରିପାରିବେ । କିଛି ଭାଇଭଉଣୀମାନେ ବହୁତ ଭାବିଚିନ୍ତି ଜିନିଷଗୁଡ଼ିକ କିଣନ୍ତି । ଆଉ ନିଷ୍ପତ୍ତି ନିଅନ୍ତି ଯେ ସେମାନେ କିଛି ଜିନିଷ କିଣିବେ ନାହିଁ ଯାହା ହୁଏତ ଅନ୍ୟମାନଙ୍କୁ ବହୁତ ଜରୁରୀ ଲାଗୁଥିବ । ସେମାନେ ଏଥିପାଇଁ ଏହା କରନ୍ତି ଯାହାଦ୍ୱାରା ସେମାନେ ମଣ୍ଡଳୀଗୁଡ଼ିକରେ ଆହୁରି ସାହାଯ୍ୟ କରିପାରିବେ କିମ୍ବା ଏପରି ଜାଗାରେ ଯାଇ ସେବା କରିପାରିବେ ଯେଉଁଠି ପ୍ରଚାରକମାନଙ୍କ ଅଧିକ ଆବଶ୍ୟକ ଅଛି । ଆଉ ଯିହୋବା ଆମକୁ ପ୍ରତିଜ୍ଞା କରନ୍ତି ଯେ ଯଦି ଆମେ ବିଶ୍ୱସ୍ତତାର ସହ ତାଙ୍କ ସେବା କରୁଥିବା ଓ ତାଙ୍କ ରାଜ୍ୟକୁ ଜୀବନରେ ପ୍ରଥମ ସ୍ଥାନ ଦେବା, ତେବେ ସେ ଆମକୁ ଅନେକ ଆଶିଷ ଦେବେ ।—ହିତୋ. ୧୦:୨୨; ମାଥି. ୬:୩୨, ୩୩.

ସ୍ମାରକର ଆଖପାଖ ମାସଗୁଡ଼ିକରେ ସମୟ ବାହାର କରି ଭାବନ୍ତୁ ଯେ ଯିହୋବା ଓ ଯୀଶୁ ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି (ପାରାଗ୍ରାଫ ୧୭)

୧୭. ଏହି ବର୍ଷ ସ୍ମାରକର ମାସଗୁଡ଼ିକରେ ଆପଣ କʼଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ? (ଚିତ୍ର ଦେଖନ୍ତୁ)

୧୭ ଆମେ ସମସ୍ତେ ସ୍ମାରକ ପାଳନ କରିବା ପାଇଁ ମଙ୍ଗଳବାର, ୪ ଏପ୍ରିଲ୍‌ର ଆଗ୍ରହର ସହ ଅପେକ୍ଷା କରୁଛୁ । କିନ୍ତୁ ଆମେ ଏବେଠୁ ଯୀଶୁଙ୍କ ଜୀବନ ଓ ତାଙ୍କ ବଳିଦାନ ବିଷୟରେ ଗଭୀର ଭାବେ ଚିନ୍ତନ କରିପାରିବା ଓ ଆମେ ଏବିଷୟରେ ବି ଭାବିବା ଯେ ସେମାନେ ଆମକୁ କେତେ ପ୍ରେମ କରନ୍ତି । ଆଉ ଆମେ ଏପରି ସ୍ମାରକ ମାସଗୁଡ଼ିକ ପରେ ମଧ୍ୟ କରିବା ଜାରି ରଖିପାରିବା । ଆପଣ ଟିକେ ସମୟ ବାହାର କରି ଏବିଷୟରେ ଚିନ୍ତନ କରିପାରିବେ ଯେ ପୃଥିବୀରେ ଯୀଶୁଙ୍କ ମୃତ୍ୟୁର ଶେଷ ସପ୍ତାହରେ କʼଣ କʼଣ ହେଲା । ଏବିଷୟରେ ଜାଣିବା ପାଇଁ ଆପଣ ନୂତନ ଜଗତ ଅନୁବାଦ ବାଇବଲର ଅତିରିକ୍ତ ଲେଖା ଖ୧୨ ଦେଖିପାରିବେ । ଯେବେ ଆପଣ ଯୀଶୁଙ୍କ ଜୀବନ ବିଷୟରେ ପଢ଼ନ୍ତି ତେବେ ଏପରି ଘଟଣାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ଯାହା ପଢ଼ି ଆପଣ ତାଙ୍କ ଓ ଯିହୋବାଙ୍କ ଆହୁରି କୃତଜ୍ଞ ମନେ କରିବେ, ସେମାନଙ୍କୁ ଆହୁରି ପ୍ରେମ କରିବେ, ଆପଣଙ୍କ ସାହସ ବଢ଼ିବ ଓ ଆପଣଙ୍କୁ ଖୁସି ମିଳିବ । ଭାବନ୍ତୁ ଯେ ଆପଣ କିପରି ସେମାନଙ୍କ ପାଇଁ କୃତଜ୍ଞତା ଦେଖାଇପାରିବେ । ଭରସା ରଖନ୍ତୁ ଯେ ଏହି ବର୍ଷ ସ୍ମାରକର ଆଖପାଖ ମାସଗୁଡ଼ିକରେ ଯେବେ ଆପଣ ଏପରି କରିବେ, ତେବେ ଯୀଶୁଙ୍କୁ କେତେ ଖୁସି ମିଳିବ !—ପ୍ରକା. ୨:୧୯.

ଗୀତ ୧୭ “ମୈ ଚାହତା ହୁଁ”

a ସ୍ମାରକର ଆଖପାଖ ମାସଗୁଡ଼ିକରେ ଆମେ ଯୀଶୁଙ୍କ ଜୀବନ ଓ ବଳିଦାନ ବିଷୟରେ ଗଭୀର ଭାବେ ଚିନ୍ତନ କରିବା ଉଚିତ୍‌ ଆଉ ଏବିଷୟରେ ବି ଭାବିବା ଉଚିତ୍‌ ଯେ ଯୀଶୁ ଓ ଯିହୋବା ଆମକୁ କେତେ ପ୍ରେମ କରନ୍ତି । ଯେବେ ଆମେ ଏପରି କରିବା ତେବେ ଆମେ ହୃଦୟରୁ ତାଙ୍କ ପାଇଁ କୃତଜ୍ଞ ମନେକରିବା । ଏହି ଲେଖାରେ ଆମେ ଜାଣିବା ଯେ ଆମେ କିପରି ଦେଖାଇପାରିବା ଯେ ଆମେ ମୁକ୍ତିର ମୂଲ୍ୟ ପାଇଁ ବହୁତ କୃତଜ୍ଞ ଅଟୁ ଆଉ ଯିହୋବା ଓ ଯୀଶୁଙ୍କୁ ବହୁତ ପ୍ରେମ କରୁ । ଆମେ ଏହା ବି ଜାଣିବା ଯେ ଆମେ ଭାଇଭଉଣୀମାନଙ୍କୁ କିପରି ପ୍ରେମ ଦେଖାଇପାରିବା, କିପରି ଆମେ ସାହସର ସହ କାମ କରିପାରିବା ଓ କିପରି ଯିହୋବାଙ୍କ ସେବାରୁ ଖୁସି ପାଇପାରିବା ।