इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ପାଇଁ ପରାମର୍ଶ

ଚିତ୍ର ଆଙ୍କି ଶିଖନ୍ତୁ

ଚିତ୍ର ଆଙ୍କି ଶିଖନ୍ତୁ

ଆମେ ଯାହା ପଢ଼ୁ, ତାହାକୁ ମନେ ରଖିବା ଆମ ମଧ୍ୟରୁ ଅନେକଙ୍କ ପାଇଁ କଠିନ ହୋଇଥାଏ । କିନ୍ତୁ ହୁଏତ ଆପଣ ଧ୍ୟାନ ଦେଇଥିବେ, ଆମେ ଯୀଶୁଙ୍କ ଉଦାହରଣଗୁଡ଼ିକୁ ଭଲଭାବେ ମନେ ରଖିଥାଉ । କାରଣ ଆମେ ସେବିଷୟରେ କଳ୍ପନା କରିଥାଉ । ସେହିଭଳି ଯଦି ଆପଣ ଯାହା ପଢ଼ନ୍ତି, ସେବିଷୟରେ କଳ୍ପନା କରିବେ, ତେବେ ଆପଣ ଅନେକ କଥା ମନେ ରଖିପାରିବେ । କିନ୍ତୁ ଆପଣ ଏହା କିପରି କରିପାରିବେ ? ଆପଣ ଯାହା ପଢ଼ନ୍ତି ତାହାର ଚିତ୍ର କାଗଜରେ ବା ଆଉ କଉଠି ଆଙ୍କିପାରିବେ ।

କିଛି ଲୋକ ନୂଆ କଥା ଶିଖିବା ମାତ୍ରେ ତାହାର ଚିତ୍ର ଆଙ୍କି ଦିଅନ୍ତି । ତେଣୁ ସେମାନେ ସେଗୁଡ଼ିକୁ ମନେ ରଖିପାରନ୍ତି । ଏପରି କରିବା ଦ୍ୱାରା ସେମାନେ କେବଳ ଶବ୍ଦଗୁଡ଼ିକୁ ନୁହେଁ, ବରଂ ତାହାର ମୁଖ୍ୟ କଥାଗୁଡ଼ିକୁ ମଧ୍ୟ ମନେ ରଖିପାରନ୍ତି । ଆପଣଙ୍କୁ ସୁନ୍ଦର ଚିତ୍ର ଆଙ୍କିବା ଦରକାର ନାହିଁ, ଆପଣ ଯେମିତି ବି ଚିତ୍ର ଆଙ୍କିପାରିବେ । ଏହି ଉପାୟ ବିଶେଷକରି ବୃଦ୍ଧମାନଙ୍କ ପାଇଁ ବହୁତ ଲାଭଦାୟକ ।

ଆମେ ପ୍ରୋତ୍ସାହନ ଦେଉ ଯେ ଆରଥରକୁ ଆପଣ ଅଧ୍ୟୟନ କରିବା ସମୟରେ ସେଗୁଡ଼ିକର ଚିତ୍ର ଆଙ୍କିବା ପାଇଁ ଚେଷ୍ଟା କରନ୍ତୁ । ଏପରି କଲେ ଆପଣ ଦେଖିପାରିବେ ଯେ ଆପଣଙ୍କୁ ବହୁତ କଥା ମନେ ଅଛି !