इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୯

ଯୀଶୁଙ୍କ ନେତୃତ୍ୱରେ କାମ କରିବା ଜାରି ରଖନ୍ତୁ

ଯୀଶୁଙ୍କ ନେତୃତ୍ୱରେ କାମ କରିବା ଜାରି ରଖନ୍ତୁ

“ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି ।”—ମାଥି. ୨୮:୧୮.

ଗୀତ ୧୩ ମାସିହ୍‌ ହାମାରା ଆଦର୍ଶ

ଲେଖାର ଝଲକ a

୧. ଯିହୋବାଙ୍କ ଇଚ୍ଛା କʼଣ ?

 ଯିହୋବାଙ୍କ ଏହା ଇଚ୍ଛା ଯେ ରାଜ୍ୟର ଏହି ଖୁସିର ଖବରକୁ ପୂରା ଦୁନିଆରେ ପ୍ରଚାର କରାଯାଉ । (ମାର୍କ ୧୩:୧୦; ୧ ତୀମ. ୨:୩, ୪) ଏହି କାମ ଏତେ ଜରୁରୀ ଅଟେ ଯେ ଯିହୋବା ନିଜ ପୁତ୍ରଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଯୀଶୁ ହିଁ ଏହି କାମର ଦାୟିତ୍ୱ ସବୁଠୁ ଭଲଭାବେ ନେଇପାରିବେ । ସେଥିପାଇଁ ଆମେ ଭରସା ରଖିପାରିବା ଯେ ବିନାଶ ଆସିବା ପୂର୍ବରୁ ପ୍ରଚାର କାମ ପୂରା ହୋଇଯିବ, ଠିକ୍‌ ଯେପରି ଯିହୋବା ଚାହାନ୍ତି ।—ମାଥି. ୨୪:୧୪.

୨. ଏହି ଲେଖାରେ ଆମେ କʼଣ ଜାଣିବା ?

ଏହି ଲେଖାରେ ଆମେ ଜାଣିବା ଯେ ଯୀଶୁ କିପରି “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଜରିଆରେ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଆମର ମାର୍ଗଦର୍ଶନ କରୁଛନ୍ତି ଆଉ ପୂରା ଦୁନିଆରେ ପ୍ରଚାର କାମ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । (ମାଥି. ୨୪:୪୫) ଆମେ ଏହା ବି ଜାଣିବା ଯେ ଆମେ ଯୀଶୁ ଆଉ ବୁଦ୍ଧିମାନ ଦାସକୁ ସହଯୋଗ କିପରି କରିପାରିବା ।

ଯୀଶୁ ପ୍ରଚାର କାମର ନେତୃତ୍ୱ ନେଉଛନ୍ତି

୩. ଯୀଶୁଙ୍କୁ କʼଣ ଅଧିକାର ଦିଆଯାଇଛି ?

ଯୀଶୁ ଆଜି ପ୍ରଚାର କାମର ନେତୃତ୍ୱ ନେଉଛନ୍ତି । ଆମେ ଏହା କିପରି କହିପାରିବା ? ଧ୍ୟାନ ଦିଅନ୍ତୁ ଯେ ଯେବେ ଯୀଶୁ ସ୍ୱର୍ଗ ଯିବା ପୂର୍ବରୁ ଗାଲିଲୀରେ ନିଜ ଶିଷ୍ୟମାନଙ୍କୁ ଭେଟିଲେ, ତେବେ ସେ ସେମାନଙ୍କୁ କʼଣ କହିଲେ । ସେ କହିଲେ, ‘ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି । ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କର ।’ (ମାଥି. ୨୮:୧୮-୨୦) ଏଥିରୁ ଜଣାପଡ଼େ ଯେ ଯୀଶୁଙ୍କୁ ଏହି ଅଧିକାର ଦିଆଯାଇଛି ଯେ ସେ ପ୍ରଚାର କାମର ନେତୃତ୍ୱ ନିଅନ୍ତୁ ।

୪. ଆମେ କାହିଁକି କହିପାରିବା ଯେ ଯୀଶୁ ଆଜି ବି ପ୍ରଚାର କାମର ନେତୃତ୍ୱ ନେଉଛନ୍ତି ?

ଯୀଶୁ କହିଲେ ଯେ ପ୍ରଚାର ଓ ଶିଷ୍ୟ କରିବାର କାମ ‘ସମସ୍ତ ଜାତିର ଲୋକଙ୍କ’ ମଧ୍ୟରେ କରାଯିବ । ତାʼପରେ ସେ ନିଜ ଶିଷ୍ୟମାନଙ୍କୁ ଭରସା ଦେଲେ ଯେ ସେ “ଯୁଗାନ୍ତ ପର୍ଯ୍ୟନ୍ତ” ସେମାନଙ୍କ ସହ ରହିବେ । (ମାଥି. ୨୮:୨୦) ତେଣୁ ଆମେ କହିପାରିବା ଯେ ଯୀଶୁ ଆଜି ବି ପ୍ରଚାର କାମର ନେତୃତ୍ୱ ନେଉଛନ୍ତି ।

୫. ଆମେ ଗୀତସଂହିତା ୧୧୦:୩ ପଦରେ ଲେଖାଥିବା ଭବିଷ୍ୟତବାଣୀକୁ କିପରି ପୂରା କରୁଛୁ ?

ଯୀଶୁଙ୍କୁ ଏକଥାର ଚିନ୍ତା ନ ଥିଲା ଯେ ସାରା ଦୁନିଆରେ ପ୍ରଚାର କାମ ପାଇଁ ଲୋକ ଥିବେ ନା ନାହିଁ । ସେ ଜାଣିଥିଲେ ଯେ ଶେଷକାଳରେ ଗୀତସଂହିତା ବହିରେ ଲେଖାଥିବା ଭବିଷ୍ୟତବାଣୀ ପୂରା ହେବ, ‘ତୁମ୍ଭ ପରାକ୍ରମର ଦିନରେ ତୁମ୍ଭ ଲୋକମାନେ ସ୍ୱେଚ୍ଛାରେ ଆପଣାମାନଙ୍କୁ ଉତ୍ସର୍ଗ କରିବେ ।’ (ଗୀତ. ୧୧୦:୩) ଯଦି ଆପଣ ବି ପ୍ରଚାର କରନ୍ତି, ତେବେ ଆପଣ ଏହି ଭବିଷ୍ୟତବାଣୀକୁ ପୂରା କରୁଛନ୍ତି ଆଉ ଯୀଶୁ ଓ ବିଶ୍ୱସ୍ତ ଦାସକୁ ସହଯୋଗ କରୁଛନ୍ତି । ଆଜି ଏହି କାମ ଜୋରସୋର୍‌ରେ ଚାଲିଛି, କିନ୍ତୁ କିଛି ସମସ୍ୟା ମଧ୍ୟ ଅଛି ।

୬. ଆଜି ଆମେ କେଉଁ ସମସ୍ୟାର ସାମନା କରୁ ?

ଗୋଟିଏ ସମସ୍ୟା ହେଉଛି, ଲୋକମାନଙ୍କର ବିରୋଧ । ଧର୍ମତ୍ୟାଗୀ, ଧର୍ମଗୁରୁ ଓ ନେତାମାନେ ଆମ କାମ ବିଷୟରେ ମିଛ କଥାଗୁଡ଼ିକ ପ୍ରସାର କରନ୍ତି । ଯେବେ ଆମ ସମ୍ପର୍କୀୟ, ଚିହ୍ନା ପରିଚିତ ଓ ସାଙ୍ଗରେ କାମ କରୁଥିବା ଲୋକେ ଏହି କଥା ଶୁଣନ୍ତି, ତେବେ ହୁଏତ ସେମାନେ ଆମ ଉପରେ ଚାପ ପକାଇପାରନ୍ତି ଯେ ଆମେ ଯିହୋବାଙ୍କ ସେବା କରିବା ଛାଡ଼ିଦେଉ ଓ ପ୍ରଚାର କରିବା ମଧ୍ୟ ଛାଡ଼ିଦେଉ । କିଛି ଦେଶରେ ତ ଆମ ଭାଇଭଉଣୀମାନଙ୍କୁ ଧମକ ଦିଆଯାଏ, ସେମାନଙ୍କ ଉପରେ ଆକ୍ରମଣ କରାଯାଏ, ସେମାନଙ୍କୁ ଗିରଫ କରାଯାଏ ଆଉ ଅନେକ ଥର ସେମାନଙ୍କୁ ଜେଲ୍‌ରେ ବି ପୂରାଇ ଦିଆଯାଏ । କିନ୍ତୁ ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ, କାରଣ ଯୀଶୁ ଆଗରୁ ହିଁ କହି ଦେଇଥିଲେ: “ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ ।” (ମାଥି. ୨୪:୯) ଯେବେ ଆମର ବିରୋଧ କରାଯାଏ, ଆମକୁ ମନେରଖିବା ଉଚିତ୍‌ ଯେ ଆମ ସହିତ ଏପରି ଏଥିପାଇଁ ହେଉଛି, କାରଣ ଆମେ ଠିକ୍‌ କାମ କରୁଛୁ ଆଉ ଯିହୋବା ଆମ ଉପରେ ଖୁସି ଅଛନ୍ତି । (ମାଥି. ୫:୧୧, ୧୨) ଶୟତାନ ଲୋକମାନଙ୍କ ଜରିଆରେ ଆମର ବିରୋଧ କରେ । କିନ୍ତୁ ଯୀଶୁଙ୍କ ସାମନାରେ ସେ କିଛି ବି ନୁହେଁ ! ଆଜି ଯୀଶୁଙ୍କ ସାହାଯ୍ୟରେ ଖୁସି ଖବରର ପ୍ରଚାର ସବୁ ଦେଶଗୁଡ଼ିକରେ କରାଯାଉଛି । ଆସନ୍ତୁ ଏ ବିଷୟରେ ଆହୁରି ଜାଣିବା ।

୭. ଆଜି ପ୍ରକାଶିତ ବାକ୍ୟ ୧୪:୬, ୭ ପଦରେ ଲେଖାଥିବା ଭବିଷ୍ୟତବାଣୀ କିପରି ପୂରା ହେଉଛି ?

ଆଜି ଦୁନିଆରେ ଲୋକେ ଅନେକ ଭାଷା କୁହନ୍ତି, ତେଣୁ ସେମାନଙ୍କୁ ନିଜ ଭାଷାରେ ଖୁସିର ଖବର ଶୁଣାଇବା ଆଉ ଗୋଟିଏ ସମସ୍ୟା ଅଟେ । କିନ୍ତୁ ଯୀଶୁ ପ୍ରେରିତ ଯୋହନଙ୍କୁ ଦର୍ଶନରେ କହିଥିଲେ ଯେ ଶେଷକାଳରେ ସବୁ ଭାଷାର ଲୋକମାନଙ୍କୁ ଖୁସିର ଖବର ଶୁଣାଇ ଦିଆଯିବ । (ପ୍ରକାଶିତ ବାକ୍ୟ ୧୪:୬, ୭ ପଢ଼ନ୍ତୁ ।) ଆଜି ଏପରି ହିଁ ହେଉଛି । ଆମେ ଅଧିକରୁ ଅଧିକ ଲୋକଙ୍କୁ ସେମାନଙ୍କ ନିଜ ଭାଷାରେ ଖୁସିର ଖବର ଶୁଣାଇବା ପାଇଁ ଚେଷ୍ଟା କରୁଛୁ । ଲୋକେ ଆମ jw.org ୱେବସାଇଟ୍‌ରେ ୧,୦୦୦ରୁ ବି ଅଧିକ ଭାଷାରେ ବାଇବଲ ଉପରେ ଆଧାରିତ ବହି ଓ ପତ୍ରିକାଗୁଡ଼ିକ ପଢ଼ିପାରନ୍ତି । ଲୋକମାନଙ୍କ ସହ ବାଇବଲ ଅଧ୍ୟୟନ କରିବା ପାଇଁ ଆମ ନୂଆ ବହି ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ୭୦୦ରୁ ବି ଅଧିକ ଭାଷାରେ ପ୍ରସ୍ତୁତ କରାଯାଉଛି । ଯେଉଁମାନେ ଶୁଣିପାରନ୍ତି ନାହିଁ, ସେମାନଙ୍କ ପାଇଁ ସାଇନ୍‌ ଲାଙ୍ଗୁଏଜରେ ବହୁତ ଭିଡିଓଗୁଡ଼ିକ ପ୍ରସ୍ତୁତ କରାଯାଉଛି । ଆଉ ଯେଉଁମାନେ ଦେଖିପାରନ୍ତି ନାହିଁ, ସେମାନଙ୍କ ପାଇଁ ବ୍ରେଲ୍‌ ପ୍ରକାଶନଗୁଡ଼ିକ ତିଆରି କରାଯାଉଛି । ଆଜି ଆମେ ନିଜ ଆଖିରେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ପୂରା ହେବାର ଦେଖୁଛୁ । ‘ସର୍ବ ଭାଷାବାଦୀ ଗୋଷ୍ଠୀଗଣର’ ଲୋକମାନେ ଆଜି ‘ଶୁଦ୍ଧ ଭାଷା’ କହିବା ଶିଖୁଛନ୍ତି ଅର୍ଥାତ୍‌ ସତ୍ୟ ଶିଖୁଛନ୍ତି । (ଯିଖ. ୮:୨୩; ସିଫ. ୩:୯) ଏହା ଏଥିପାଇଁ ହୋଇପାରୁଛି, କାରଣ ଯୀଶୁ ବହୁତ ଭଲଭାବେ ପ୍ରଚାର କାମର ନେତୃତ୍ୱ ନେଉଛନ୍ତି ।

୮. ପ୍ରଚାର କାମରେ କʼଣ ଭଲ ପରିଣାମ ମିଳୁଛି ?

ଆଜି ପ୍ରଚାର କାମରେ ଆମକୁ ଅନେକ ଭଲ ପରିଣାମ ମିଳୁଛି । ଦୁନିଆର ୨୪୦ ଦେଶଗୁଡ଼ିକରେ ୮୦ ଲକ୍ଷରୁ ଅଧିକ ଲୋକମାନେ ଯିହୋବାଙ୍କ ସଂଗଠନର ଭାଗ ଅଟନ୍ତି ଆଉ ପ୍ରତି ବର୍ଷ ଏକ ଲକ୍ଷରୁ ଅଧିକ ଲୋକମାନେ ବାପ୍ତିସ୍ମ ନେଇ ଏହି ସଂଗଠନର ଭାଗ ହେଉଛନ୍ତି ! କିନ୍ତୁ ତାʼଠୁ ବି ଅଧିକ ଖୁସିର କଥା ଏହା ଯେ ଲୋକମାନେ “ନୂତନ ସ୍ୱଭାବ” ପରିଧାନ କରୁଛନ୍ତି ଅର୍ଥାତ୍‌ ନିଜ ଭିତରେ ଭଲ ଗୁଣ ବଢ଼ାଉଛନ୍ତି । (କଲ. ୩:୮-୧୦) ଏ ମଧ୍ୟରୁ କିଛି ଲୋକମାନେ ଅନୈତିକ କାମ କରୁଥିଲେ, ହିଂସ୍ରକ ଥିଲେ, ଭେଦଭାବ କରୁଥିଲେ ଓ ଦେଶ ଭକ୍ତ ଥିଲେ, କିନ୍ତୁ ଏବେ ସେମାନେ ବଦଳି ଯାଇଛନ୍ତି । ଆଉ ଯିଶାଇୟ ୨:୪ ପଦରେ ଲେଖାଥିବା ଭବିଷ୍ୟତବାଣୀ ପୂରା ହେଉଛି, “ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ ।” ଯେବେ ଆମେ ନିଜ ଭିତରେ ଭଲ ଗୁଣ ବଢ଼ାଉ, ତେବେ ଏହା ଦେଖି ଲୋକମାନେ ଯିହୋବାଙ୍କ ସଂଗଠନ ଆଡ଼କୁ ଆକର୍ଷିତ ହୁଅନ୍ତି ଆଉ ଏପରି ଭାବେ ଆମେ ନିଜ ମୁଖିଆ ଯୀଶୁଙ୍କ ଉଦାହରଣରେ ମଧ୍ୟ ଚାଲୁଥାଉ । (ଯୋହ. ୧୩:୩୫; ୧ ପିତ. ୨:୧୨) ପ୍ରଚାର କାମରେ ଯେଉଁ ବଢ଼ିଆ ପରିଣାମ ମିଳୁଛି, ତାହା କାହିଁକି ମିଳୁଛି ? କାରଣ ଏ ସବୁ କାମରେ ଯୀଶୁ ସାହାଯ୍ୟ କରୁଛନ୍ତି ।

ଯୀଶୁ ଜଣେ ଦାସକୁ ନିଯୁକ୍ତ କଲେ

୯. ମାଥିଉ ୨୪:୪୫-୪୭ ପଦରେ ଶେଷକାଳ ବିଷୟରେ କʼଣ ଭବିଷ୍ୟତବାଣୀ କରାଯାଇଥିଲା ?

ମାଥିଉ ୨୪:୪୫-୪୭ ପଢ଼ନ୍ତୁ । ଯୀଶୁ କହିଥିଲେ ଯେ ଶେଷକାଳରେ ସେ ‘ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସକୁ’ ନିଯୁକ୍ତ କରିବେ ଯିଏ ଈଶ୍ୱରଙ୍କ ବାକ୍ୟରୁ ଆମର ମାର୍ଗଦର୍ଶନ କରିବ । ଆଉ ଆଜି ଏହି ଦାସ ଏପରି ହିଁ କରୁଛି । ଯୀଶୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ଗୋଟିଏ ଛୋଟ ସମୂହ ଜରିଆରେ ଈଶ୍ୱରଙ୍କ ଲୋକମାନଙ୍କୁ ଓ ଆଗ୍ରହ ରଖୁଥିବା ଲୋକମାନଙ୍କୁ “ଯଥା ସମୟରେ ପଡ଼ି” ଅର୍ଥାତ୍‌ ଠିକ୍‌ ସମୟରେ ଖାଦ୍ୟ ଦେଉଛନ୍ତି । ଆଜି ଏହି ଭାଇମାନେ ବହୁତ ପରିଶ୍ରମ କରୁଛନ୍ତି । କିନ୍ତୁ ସେମାନେ ଏପରି କେବେ ବି ଭାବନ୍ତି ନାହିଁ ଯେ ସେମାନେ ଆମ ବିଶ୍ୱାସର ମାଲିକ ଅଟନ୍ତି । (୨ କରି. ୧:୨୪) ତାʼ ପରିବର୍ତ୍ତେ ସେମାନେ ଯୀଶୁଙ୍କୁ ଆମର “ଅଗ୍ରଣୀ ଓ ଆଜ୍ଞାଦାତା” ବୋଲି ଭାବନ୍ତି ।—ଯିଶା. ୫୫:୪.

୧୦. ଚିତ୍ରରେ ଦିଆଯାଇଥିବା କେଉଁ ବହିକୁ ପଢ଼ି ଆପଣ ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେଲେ ?

୧୦ ୧୯୧୯ ଖ୍ରୀଷ୍ଟାବ୍ଦରେ ବିଶ୍ୱସ୍ତ ଦାସ ଏପରି ଅନେକ ପ୍ରକାଶନ ତିଆରି କଲା, ଯେଉଁଥିରୁ ଲୋକମାନେ ଈଶ୍ୱରଙ୍କ ବାକ୍ୟରେ ଦିଆଯାଇଥିବା ସତ୍ୟଗୁଡ଼ିକୁ ଶିଖିପାରିଛନ୍ତି । ଏହି ପ୍ରକାଶନଗୁଡ଼ିକ ଠିକ୍‌ ସମୟରେ ମିଳୁଥିବା ଖାଦ୍ୟ ଭଳି ଥିଲା ଆଉ ଏହାକୁ ପଢ଼ି ଲୋକମାନେ ବାଇବଲ ବିଷୟରେ ଶିଖିବାକୁ ଲାଗିଲେ । ୧୯୨୧ ମସିହାରେ ଏହି ଦାସ ପାରମେଶ୍ୱାରକା ସୁର୍‌ମଣ୍ଡଳ ନାମକ ବହି ପ୍ରକାଶିତ କଲା । ଯେମିତି ଯେମିତି ସମୟ ବିତିଲା, ବାଇବଲ ଅଧ୍ୟୟନ କରାଇବା ପାଇଁ ଅନେକ ନୂଆ ପ୍ରକାଶନଗୁଡ଼ିକ ତିଆରି କରାଗଲା, ଯେପରି “ପାରମେଶ୍ୱର ସାଚ୍ଚା ଠାହରେଁ,” ସତ୍ୟ ଯୋ ଆନନ୍ତ ଜୀୱନ କି ଓର ଲେଜାତା ହୈ, ଆପ୍‌ ପୃଥବୀ ପାର୍‌ ପାରାଦିଶ ମେ ସର୍ୱଦା ଜୀୱିତ ରେହ୍‌ ସକ୍ତେ ହୈ, ଜ୍ଞାନ ଯାହା ଅନନ୍ତ ଜୀବନ ଆଡ଼କୁ ପରିଚାଳିତ କରେ, ବାଇବଲ ଆସଲ୍‌ ମେ କ୍ୟା ଶିଖାତି ହୈ ?, ବାଇବଲ ଆମକୁ କʼଣ ଶିଖାଏ ? ଆଉ ଆମ ନୂଆ ବହି ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ଆପଣ ଏ ମଧ୍ୟରୁ କେଉଁ ବହି ପଢ଼ି ଯିହୋବାଙ୍କ ବିଷୟରେ ଶିଖିଲେ ଆଉ ତାଙ୍କ ନିକଟତର ହୋଇପାରିଲେ ?

୧୧. ଏହା କାହିଁକି ଜରୁରୀ ଯେ ଆମେ ସମସ୍ତେ ଯିହୋବା ଓ ବାଇବଲ ବିଷୟରେ ଭଲଭାବେ ଶିଖିବା ଜାରି ରଖିବା ?

୧୧ କେବଳ ବାଇବଲ ବିଦ୍ୟାର୍ଥୀଙ୍କୁ ଭଲ ‘ଖାଦ୍ୟ’ ଦରକାର ଏପରି ନୁହେଁ । ଆମ ସମସ୍ତଙ୍କୁ ଯିହୋବା ଓ ବାଇବଲ ବିଷୟରେ ଶିଖିବା ଜାରି ରଖିବା ଉଚିତ୍‌ । ଏ ବିଷୟରେ ପାଉଲ ଲେଖିଲେ, ‘ବୟଃପ୍ରାପ୍ତ ଲୋକଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ ।’ ପାଉଲ ଏହା ବି କହିଲେ ଯେବେ ଆମେ ଏହି ଖାଦ୍ୟ ଖାଇବା ଓ ଶିଖିଥିବା କଥା ମୁତାବକ କାମ କରିବା, ତେବେ ଆମେ “ଭଲ ମନ୍ଦ ନିରୂପଣ” କରିପାରିବା । (ଏବ୍ରୀ ୫:୧୪) ଆଜି ଦୁନିଆର ସ୍ତର ତଳକୁ ଖସି ଖସି ଯାଉଛି ଏବଂ ଏପରି ସମୟରେ ଯିହୋବା ଭଲ ଓ ମନ୍ଦର ଯେଉଁ ସ୍ତର ନିର୍ଦ୍ଧାରିତ କରିଛନ୍ତି, ସେଗୁଡ଼ିକୁ ମାନିବା ଆମ ପାଇଁ କଠିନ ହୋଇପାରେ । କିନ୍ତୁ ଯୀଶୁ ଏ କଥାର ଧ୍ୟାନ ରଖୁଛନ୍ତି ଯେ ନିଜ ବିଶ୍ୱାସ ବଢ଼ାଇବା ପାଇଁ ଆମକୁ ବାଇବଲରୁ ଠିକ୍‌ ସମୟରେ ଖାଦ୍ୟ ମିଳିବା ଜାରି ରହୁ । ସେ ଆମକୁ ଏହି ଖାଦ୍ୟ ବିଶ୍ୱସ୍ତ ଦାସର ଜରିଆରେ ଦେଉଛନ୍ତି ।

୧୨. ଯୀଶୁଙ୍କ ଭଳି ଆମେ ଈଶ୍ୱରଙ୍କ ନାମର ମହିମା କିପରି କରିଛୁ ?

୧୨ ଯୀଶୁଙ୍କ ଭଳି ଆମେ ମଧ୍ୟ ଈଶ୍ୱରଙ୍କ ନାମର ମହିମା କରିଛୁ । (ଯୋହ. ୧୭:୬, ୨୬) ୧୯୩୧ ମସିହାରେ ଆମେ ଯିହୋବାଙ୍କ ସାକ୍ଷୀ ନାମକୁ ଆପଣାଇଲୁ, ଯାହା ବାଇବଲରୁ ନିଆଯାଇଛି । ଏପରି ଭାବେ ଆମେ ଦେଖାଇଲୁ ଯେ ଆମ ପିତାଙ୍କ ନାମ, ଯିହୋବା, ଆମ ପାଇଁ କେତେ ମହତ୍ତ୍ୱ ରଖେ ଆଉ ଆମେ ଏହି ନାମରେ ପରିଚିତ ହେବାକୁ ଚାହୁଁ । (ଯିଶା. ୪୩:୧୦-୧୨) ସେହି ବର୍ଷର ଅକ୍ଟୋବର ମାସରୁ ପ୍ରହରୀଦୁର୍ଗ ପତ୍ରିକାର ପ୍ରଥମ ପୃଷ୍ଠାରେ ଯିହୋବାଙ୍କ ନାମ ଛପା ହେବାକୁ ଲାଗିଲା । ଯଦି ବାଇବଲର କଥା ହେବା, ତେବେ ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦରେ ଈଶ୍ୱରଙ୍କ ନାମ ସେ ସବୁ ଜାଗାଗୁଡ଼ିକରେ ଦେଖାଗଲା, ଯେଉଁ ଜାଗାଗୁଡ଼ିକରେ ଥିବା ଉଚିତ୍‌ । ଚର୍ଚ୍ଚଗୁଡ଼ିକ ନିଜ ବାଇବଲଗୁଡ଼ିକରୁ ଈଶ୍ୱରଙ୍କ ନାମକୁ ହଟାଇ ଦେଇଛନ୍ତି, କିନ୍ତୁ ଆମେ ତାଙ୍କ ନାମର ମହିମା କଲୁ । ଆମ ସଂଗଠନ ଚର୍ଚ୍ଚଗୁଡ଼ିକରୁ କେତେ ଅଲଗା ଅଟେ !

ଯୀଶୁ ସଂଗଠନ ଜରିଆରେ ଆମର ମାର୍ଗଦର୍ଶନ କରୁଛନ୍ତି

୧୩. ଆପଣ କାହିଁକି ବିଶ୍ୱାସ କରନ୍ତି ଯେ ଆଜି ଯୀଶୁ ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ ଜରିଆରେ ଏହି ସଂଗଠନକୁ ଚଳାଉଛନ୍ତି ? (ଯୋହନ ୬:୬୮)

୧୩ ଆଜି ଯୀଶୁ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଜରିଆରେ ଏହି ନିଆରା ସଂଗଠନକୁ ଚଳାଉଛନ୍ତି ଆଉ ଶୁଦ୍ଧ ଉପାସନାକୁ ପ୍ରୋତ୍ସାହନ ଦେଉଛନ୍ତି । ଆପଣ ବି ଏହି ସଂଗଠନର ଭାଗ ଅଟନ୍ତି, ଏହା ଭାବି ଆପଣଙ୍କୁ କିପରି ଲାଗେ ? ହୁଏତ ଆପଣ ପିତରଙ୍କ ଭଳି ଅନୁଭବ କରୁଥିବେ ଯିଏ ଯୀଶୁଙ୍କୁ କହିଲେ, “ପ୍ରଭୋ, କାହା ପାଖକୁ ଯିବା ? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି ।” (ଯୋହ. ୬:୬୮) ସତରେ, ଯଦି ଆମେ ଯିହୋବାଙ୍କ ସଂଗଠନର ଭାଗ ହୋଇ ନ ଥାʼନ୍ତୁ, ତେବେ କେଜାଣେ ଆମର କʼଣ ହୁଅନ୍ତା ! ଯୀଶୁ ଏହି ସଂଗଠନ ଜରିଆରେ ଆମକୁ ଠିକ୍‌ ସମୟରେ ଖାଦ୍ୟ ଦେଉଛନ୍ତି, ଯାହାଫଳରେ ଯିହୋବାଙ୍କ ସହିତ ଆମ ସମ୍ପର୍କ ମଜବୁତ୍‌ ରହିବ ଏବଂ ସେ ଆମକୁ ଶିଖାଉଛନ୍ତି ଯେ ଆମେ ଭଲଭାବରେ କିପରି ପ୍ରଚାର କରିପାରିବା । ତାʼ ଛଡ଼ା ଯୀଶୁ ଆମକୁ “ନୂତନ ସ୍ୱଭାବ” ପିନ୍ଧିବାରେ ସାହାଯ୍ୟ କରୁଛନ୍ତି, ଯାହାଫଳରେ ଆମେ ଯିହୋବାଙ୍କ ହୃଦୟକୁ ଖୁସି କରିପାରିବା ।—ଏଫି. ୪:୨୪.

୧୪. କୋଭିଡ୍‌-୧୯ ମହାମାରୀ ସମୟରେ ଆପଣଙ୍କୁ ଯିହୋବାଙ୍କ ସଂଗଠନ ତରଫରୁ କିପରି ସାହାଯ୍ୟ ମିଳିଲା ?

୧୪ ଯୀଶୁ ସମସ୍ୟା ସମୟରେ ଆମକୁ ଜରୁରୀ ପରାମର୍ଶ ମଧ୍ୟ ଦିଅନ୍ତି । ଯେବେ କୋଭିଡ୍‌-୧୯ ମହାମାରୀ ବ୍ୟାପିବା ଆରମ୍ଭ ହେଲା, ତେବେ ଦୁନିଆର ବହୁତ ଲୋକେ ଜାଣି ନ ଥିଲେ ଯେ ସେମାନଙ୍କୁ କʼଣ କରିବାର ଅଛି ଏବଂ କʼଣ ନାହିଁ । କିନ୍ତୁ ଯୀଶୁ ସଂଗଠନ ଜରିଆରେ ଆମକୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଲେ । ଆମକୁ ବାରମ୍ବାର ମନେପକାଇ ଦିଆଗଲା ଯେ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବା ଉଚିତ୍‌ ଆଉ ଲୋକମାନଙ୍କଠାରୁ ଉଚିତ୍‌ ଦୂରତା ବଜାୟ ରଖିବା ଉଚିତ୍‌ । ପ୍ରାଚୀନମାନଙ୍କୁ ବି କୁହାଗଲା ଯେ ସେମାନେ ମଣ୍ଡଳୀର ସବୁ ଭାଇଭଉଣୀମାନେ କିପରି ଅଛନ୍ତି ତାʼର ଖବର ରଖନ୍ତୁ ଆଉ ଏକଥାର ବି ଧ୍ୟାନ ରଖନ୍ତୁ ଯେ ସବୁ ଭାଇଭଉଣୀମାନଙ୍କ ପାଖରେ ସବୁ ଦରକାରୀ ଜିନିଷ ରହୁ, ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହୁ ଏବଂ ସମସ୍ତେ ଯିହୋବାଙ୍କର ନିକଟତର ହୋଇ ରହନ୍ତୁ । (ଯିଶା. ୩୨:୧, ୨) ଆମକୁ ପ୍ରଶାସନ ଦଳ ତରଫରୁ ରିପୋର୍ଟ ବି ମିଳୁଥିଲା, ଯେଉଁଥିରେ ଅନେକ ପରାମର୍ଶ ବି ଦିଆଗଲା ଆଉ ଏଥିରୁ ଆମର ସାହସ ବଢ଼ିଲା ।

୧୫. (କ) ମହାମାରୀ ସମୟରେ ସଭା ଚଳାଇବା ଓ ପ୍ରଚାର କରିବା ବିଷୟରେ କʼଣ ପରାମର୍ଶ ଦିଆଗଲା ? (ଖ) ଏହାର ପରିଣାମ କʼଣ ହେଲା ?

୧୫ ମହାମାରୀ ଆରମ୍ଭ ହେବାର କିଛି ସମୟ ପରେ ଆମକୁ ଏ ବିଷୟରେ ବି ପରାମର୍ଶ ଦିଆଗଲା ଯେ ସଭା କିପରି ଚଳାଇବାର ଅଛି ଏବଂ ପ୍ରଚାର କିପରି କରିବାର ଅଛି । ଆମ ସଭା, ସମ୍ମିଳନୀ ଆଉ ଅଧିବେଶନ ଅନଲାଇନ୍‌ ହେବାକୁ ଲାଗିଲା । ଆମକୁ ଘରେ ହିଁ ରହି ଫୋନ୍‌ ଓ ଚିଠି ଜରିଆରେ ଲୋକମାନଙ୍କୁ ସାକ୍ଷ୍ୟ ଦେବା ପାଇଁ ବି କୁହାଗଲା ଆଉ ଯିହୋବା ଆମ କାମ ଉପରେ ଆଶିଷ ଦେଲେ । ଅନେକ ଦେଶରେ ପ୍ରଚାରକଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଆଉ ବହୁତ ଭାଇଭଉଣୀମାନଙ୍କୁ ପ୍ରଚାରରେ ଭଲ ଅନୁଭୂତି ମିଳିଲା ।—“ ଯିହୋବା ଦେଲେ ଅନେକ ଆଶିଷ !” ବକ୍ସ ଦେଖନ୍ତୁ ।

୧୬. ଆମେ କେଉଁ କଥାର ଭରସା ରଖିପାରିବା ?

୧୬ କିଛି ଲୋକଙ୍କୁ ଲାଗିଲା ଯେ ଏହି ମହାମାରୀ ସମୟରେ ଆମ ସଂଗଠନ ଅତ୍ୟଧିକ ସତର୍କ ରହୁଛି । କିନ୍ତୁ ଅନେକ ଥର ଆମେ ସ୍ପଷ୍ଟ ଦେଖିପାରିଲୁ ଯେ ଆମକୁ ଯେଉଁ ପରାମର୍ଶ ମିଳୁଥିଲା, ତାହା ବିଲକୁଲ୍‌ ଠିକ୍‌ ଥିଲା । (ମାଥି. ୧୧:୧୯) ଯେବେ ଆମେ ଏବିଷୟରେ ଭାବୁ ଯେ ଯୀଶୁ ଆମର କେତେ ଯତ୍ନ ନିଅନ୍ତି ଆଉ ଆମର କେତେ ଭଲଭାବେ ନେତୃତ୍ୱ ନେଉଛନ୍ତି, ତେବେ ଆମକୁ ଭରସା ହୋଇଯାଏ ଯେ ଆଗକୁ ଯାହା ବି ହୋଇଯାଉ ନା କାହିଁକି, ସେ ଆମକୁ କେବେ ବି ଛାଡ଼ିବେ ନାହିଁ ।—ଏବ୍ରୀ ୧୩:୫, ୬ ପଢ଼ନ୍ତୁ ।

୧୭. ଯୀଶୁଙ୍କ ନେତୃତ୍ୱରେ କାମ କରି ଆପଣଙ୍କୁ କିପରି ଲାଗେ ?

୧୭ ଏହା କେତେ ଖୁସିର କଥା ଯେ ଯୀଶୁ ଆମର ମୁଖିଆ ଅଟନ୍ତି । ଆମେ ଏପରି ଏକ ସଂଗଠନର ଭାଗ ଅଟୁ, ଯେଉଁଠି ଅଲଗା ଅଲଗା ଦେଶ, ସଂସ୍କୃତି ଓ ଭାଷାର ଲୋକ ଅଛନ୍ତି । ଆମକୁ ଲଗାତାର ଈଶ୍ୱରଙ୍କ ବାକ୍ୟରୁ ପରାମର୍ଶ ମିଳେ ଆଉ ଆମକୁ ଶିଖାଇ ଦିଆଯାଏ ଯେ ଆମେ ପ୍ରଚାର କାମ ଆହୁରି ଭଲଭାବରେ କିପରି କରିପାରିବା । ଆମକୁ ଏହା ବି ଶିଖାଇ ଦିଆଯାଏ ଯେ ଆମ ମଧ୍ୟରୁ ପ୍ରତ୍ୟେକେ ପରସ୍ପରକୁ ପ୍ରେମ କରିବା ଆଉ ନୂଆ ସ୍ୱଭାବ ପିନ୍ଧିବା । ଆମେ ଗର୍ବ କରୁ ଯେ ଆମେ ଯୀଶୁଙ୍କ ନେତୃତ୍ୱରେ କାମ କରୁଛୁ !

ଗୀତ ୧୬ ଆଭିଷିକ୍ତ ବେଟେ କେଲିୟେ ୟାହ କି ତାରିଫ୍‌ କାରେ

a ଆଜି ଯୀଶୁ ପ୍ରଚାର କାମର ନେତୃତ୍ୱ ନେଉଛନ୍ତି । ଆଉ ତାଙ୍କ ନେତୃତ୍ୱରେ ଲକ୍ଷ ଲକ୍ଷ ପୁରୁଷ, ସ୍ତ୍ରୀ ଓ ପିଲାମାନେ ଉତ୍ସାହର ସହ ଖୁସିର ଖବର ପ୍ରଚାର କରୁଛନ୍ତି । କʼଣ ଆପଣ ମଧ୍ୟ ଏହି କାମରେ ଲାଗିଛନ୍ତି ? ଏହି ଲେଖାରେ ଆମେ ଜାଣିବା ଯେ ଆମେ ଏହା କିପରି କହିପାରିବା ଯେ ଆଜି ଯୀଶୁ ପ୍ରଚାର କାମର ନେତୃତ୍ୱ ନେଉଛନ୍ତି, ଯେବେ ଆମକୁ ଏହି କଥାର ପକ୍କା ଭରସା ହେବ, ତେବେ ଆମେ ଯୀଶୁଙ୍କ ଅଧୀନରେ ରହିବା ଆଉ ଯିହୋବାଙ୍କ ସେବା କରିବା ଜାରି ରଖିବା ।