इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ପାଇଁ ପରାମର୍ଶ

ଅଧ୍ୟୟନ ପାଇଁ ପରାମର୍ଶ

ପ୍ରଥମେ କʼଣ ଅଧ୍ୟୟନ କରିବା ?

ଆମମାନଙ୍କୁ ଅଧ୍ୟୟନ କରିବା ପାଇଁ ଅଧିକ ସମୟ ମିଳେନି । ତାହେଲେ ଆମ ପାଖରେ ଯେଉଁ ସମୟ ଥାଏ, ତାʼର ଆମେ ଭଲ ବ୍ୟବହାର କିପରି କରିପାରିବା ? ପ୍ରଥମ କଥା, ଆପଣ ଯାହା ପଢ଼ୁଛନ୍ତି ତାହା ଧ୍ୟାନ ଦେଇ ପଢ଼ନ୍ତୁ । ଖୁବ୍‌ ଶୀଘ୍ର ଶୀଘ୍ର ପଢ଼ିବା ପରିବର୍ତ୍ତେ, ଭଲ ହେବ ଯେ ଆପଣ ଅଳ୍ପ କିଛି ପଢ଼ନ୍ତୁ, କିନ୍ତୁ ଧ୍ୟାନର ସହ । ଏଥିରୁ ଆପଣଙ୍କୁ ବହୁତ ଲାଭ ହେବ ।

ତାʼପରେ ସ୍ଥିର କରନ୍ତୁ ଯେ ଆପଣ ପ୍ରଥମେ କʼଣ ଅଧ୍ୟୟନ କରିବେ । (ଏଫି. ୫:୧୫, ୧୬) ଟିକେ ଆଗକୁ ଦିଆଯାଇଥିବା ପରାମର୍ଶଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ:

  • ପ୍ରତିଦିନ ବାଇବଲ ପଢ଼ନ୍ତୁ । (ଗୀତ. ୧:୨) ଆପଣ ଚାହିଁଲେ ସେହି ଅଧ୍ୟାୟଗୁଡ଼ିକରୁ ଆରମ୍ଭ କରିପାରିବେ, ଯାହା ସପ୍ତାହ ମଝିରେ ହେଉଥିବା ସଭାର ସେଡ୍ୟୁଲରେ ଦିଆଯାଇଥାଏ ।

  • ପ୍ରହରୀଦୁର୍ଗ ଅଧ୍ୟୟନ ଓ ସପ୍ତାହ ମଝିରେ ହେଉଥିବା ସଭାର ପ୍ରସ୍ତୁତି କରନ୍ତୁ । ଉତ୍ତର ମଧ୍ୟ ପ୍ରସ୍ତୁତ କରନ୍ତୁ ।—ଗୀତ. ୨୨:୨୨.

  • ଯେବେ ବି ସମୟ ମିଳେ, ଅନ୍ୟ ପ୍ରକାଶନଗୁଡ଼ିକର ମଧ୍ୟ ଅଧ୍ୟୟନ କରନ୍ତୁ, ଯେପରି, ସର୍ବସାଧାରଣଙ୍କ ପାଇଁ ପ୍ରହରୀଦୁର୍ଗସଜାଗ ହୁଅ ! ପତ୍ରିକା, ଭିଡିଓ ଏବଂ jw.org ୱେବସାଇଟ୍‌ରେ ଆସୁଥିବା ଅନ୍ୟ ଲେଖାଗୁଡ଼ିକ ।

  • କୌଣସି ବିଷୟ ଉପରେ ଅନୁସନ୍ଧାନ କରନ୍ତୁ । ଯଦି ଆପଣ କୌଣସି ସମସ୍ୟାର ସାମନା କରୁଛନ୍ତି, ଆପଣଙ୍କ ମନରେ କୌଣସି ପ୍ରଶ୍ନ ଅଛି କିମ୍ବା ବାଇବଲର କୌଣସି ବିଷୟକୁ ଆହୁରି ଭଲଭାବେ ବୁଝିବା ପାଇଁ ଚାହାନ୍ତି, ତେବେ ଆପଣ ସେବିଷୟରେ ଅନୁସନ୍ଧାନ କରିପାରିବେ । ଆପଣଙ୍କୁ jw.org ୱେବସାଇଟ୍‌ରେ “ପଢ଼ୋ, ସମ୍‌ଝୋ ଔର କରୋ” ଭାଗରେ ଆହୁରି କିଛି ପରାମର୍ଶ ମିଳିପାରିବ ।