इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣଙ୍କୁ ମନେ ଅଛି କି ?

ଆପଣଙ୍କୁ ମନେ ଅଛି କି ?

କʼଣ ଆପଣ ଏହି ବର୍ଷର ପ୍ରହରୀଦୁର୍ଗ ପତ୍ରିକାଗୁଡ଼ିକୁ ଧ୍ୟାନର ସହ ପଢ଼ିଛନ୍ତି ? ଦେଖନ୍ତୁ ଯେ ଆପଣ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରନ୍ତି ନା ନାହିଁ:

ଯଦି ଆମେ ସମୟ ବାହାର କରି ଯିହୋବାଙ୍କ ସହ କଥା ହେଉ, ତାଙ୍କ ଶୁଣୁ ଓ ତାଙ୍କ ବିଷୟରେ ଭାବୁ, ତେବେ ଆମକୁ କʼଣ ଲାଭ ହେବ ?

ଆମେ ଭଲ ନିଷ୍ପତ୍ତି ନେଇପାରିବା, ଅନ୍ୟମାନଙ୍କୁ ଭଲଭାବେ ଶିଖାଇପାରିବା, ଆମ ବିଶ୍ୱାସ ବଢ଼ିବ ଓ ଆମେ ଆହୁରି ଯିହୋବାଙ୍କୁ ପ୍ରେମ ମଧ୍ୟ କରିବାକୁ ଲାଗିବା ।—ପ୍ର୨୨.୦୧-ହି, ପୃ ୩୦-୩୧.

ଆଜି ଯିହୋବା ଓ ନେତୃତ୍ୱ ନେଉଥିବା ଭାଇମାନଙ୍କ ଉପରେ ଭରସା କରିବା କାହିଁକି ଜରୁରୀ ?

ଏହା ବହୁତ ଜରୁରୀ ଯେ ଆଜି ଆମେ ପ୍ରାଚୀନମାନଙ୍କ ପରାମର୍ଶଗୁଡ଼ିକ ମାନୁ ଓ ଏହା ଭାବିବା ନାହିଁ ଯେ ସେମାନେ ନିଜ ଇଚ୍ଛାରେ ସବୁ କରୁଛନ୍ତି । ଏପରି କରି ଆମେ ଦେଖାଉଥିବା ଯେ ଆମକୁ ଯିହୋବାଙ୍କ କାମ କରିବାର ଉପାୟ ଉପରେ ଭରସା ଅଛି । ଆଉ ଯଦି ଆମେ ଆଜି ସେମାନଙ୍କ ପରାମର୍ଶଗୁଡ଼ିକୁ ମାନିବା, ତେବେ ମହାକ୍ଳେଶରେ ମଧ୍ୟ ଆମେ ସେମାନଙ୍କ ପରାମର୍ଶଗୁଡ଼ିକୁ ମାନିବା ପାଇଁ ପ୍ରସ୍ତୁତ ରହିବା, ଯଦିଓ ତାହା ଆମକୁ ଠିକ୍‌ ନ ଲାଗେ ।—ପ୍ର୨୨.୦୨-ହି, ପୃ ୪-୬.

ଯେବେ ସ୍ୱର୍ଗଦୂତ ଯିଖରୀୟଙ୍କୁ କହିଲେ ଯେ ରାଜ୍ୟପାଳ “ଯିରୁବ୍ବାବିଲଙ୍କ ହସ୍ତରେ ଓଳମ ଦେଖି ଆନନ୍ଦ କରିବେ,” ତେବେ ତାʼ ଅର୍ଥ କʼଣ ଥିଲା ? (ଯିଖ. ୪:୮-୧୦)

ଏହି ଦର୍ଶନରୁ ଲୋକମାନଙ୍କୁ ଭରସା ହୋଇଯାʼନ୍ତା ଯେ ଯେଉଁ ମନ୍ଦିର ନିର୍ମାଣ କରାଯାଉଛି, ତାହା ଏତେ ବଡ଼ ନ ଥିବ, କିନ୍ତୁ ତାହା ଯିହୋବାଙ୍କ ଇଚ୍ଛା ମୁତାବକ ନିର୍ମାଣ କରାଯିବ ଓ ଯିହୋବା ସେହି ମନ୍ଦିରରୁ ଖୁସି ହେବେ ।—ପ୍ର୨୨.୦୩-ହି, ପୃ ୧୬-୧୭.

କଥା କହିବା ମାମଲାରେ ଆମେ ଗୋଟିଏ ଭଲ ଉଦାହରଣ କିପରି ହୋଇପାରିବା ? (୧ ତୀମ. ୪:୧୨)

ପ୍ରଚାର କରିବା ସମୟରେ ଆମେ ଲୋକମାନଙ୍କ ସହ ପ୍ରେମ ଓ ଆଦରର ସହ କଥା ହେବା ଉଚିତ୍‌ । ଆମେ ସଭାରେ ଉତ୍ସାହର ସହ ରାଜ୍ୟ ଗୀତ ଗାଇବା ଉଚିତ୍‌ ଓ ଉତ୍ତର ଦେବା ଉଚିତ୍‌ । ଆମେ ନିଜ କଥାରୁ ଅନ୍ୟମାନଙ୍କର ସାହସ ବଢ଼ାଇବା ଉଚିତ୍‌, ସତ କହିବା ଉଚିତ୍‌ ଓ କେବେ ବି ଖରାପ କଥା କହିବା ଉଚିତ୍‌ ନୁହେଁ ଓ କାହାରି ଅପମାନ ମଧ୍ୟ କରିବା ଉଚିତ୍‌ ନୁହେଁ ।—ପ୍ର୨୨.୦୪, ପୃ ୬-୯.

ପ୍ରକାଶିତ ବାକ୍ୟ ୧୩ :୧, ୨ ପଦରେ କୁହାଯାଇଥିବା ଜଙ୍ଗଲୀ ପଶୁ, ଦାନିୟେଲ ଅଧ୍ୟାୟ ୭ରେ କୁହାଯାଇଥିବା ଚାରୋଟି ପଶୁ ଭଳି କାହିଁକି ଦେଖାଯାଏ ?

ପ୍ରକାଶିତ ବାକ୍ୟ ଅଧ୍ୟାୟ ୧୩ରେ ଯେଉଁ ଜଙ୍ଗଲୀ ପଶୁ ବିଷୟରେ କୁହାଯାଇଛି, ତାହା କୌଣସି ଗୋଟିଏ ସରକାରକୁ ଦର୍ଶାଏ ନାହିଁ, ଯେପରି କେବଳ ରୋମକୁ ଦର୍ଶାଏ ନାହିଁ । ତାʼ ପରିବର୍ତ୍ତେ ତାହା ଏବେ ଯାଏ ଆସିଥିବା ସମସ୍ତ ସରକାରକୁ ଦର୍ଶାଏ ।—ପ୍ର୨୨.୦୫, ପୃ ୯.

ଆମେ କିପରି ଦେଖାଇପାରିବା ଯେ ଆମକୁ ଭରସା ଅଛି ଯେ ଯିହୋବା ଆମର ନ୍ୟାୟ କରିବେ ?

ଯଦି ଆମକୁ କେହି ଓଲଟା ସିଧା କହନ୍ତି, ଆମକୁ ଦୁଃଖ ପହଞ୍ଚାନ୍ତି କିମ୍ବା ଆମ ବିରୁଦ୍ଧରେ ପାପ କରନ୍ତି, ତେବେ ଆମେ ତାଙ୍କ ପାଇଁ ନିଜ ମନରେ ରାଗ ରଖିବାନି, ବରଂ ମାମଲାକୁ ଯିହୋବାଙ୍କ ହାତରେ ଛାଡ଼ିଦେବା । ଆଉ ସମୟ ଆସିଲେ ଯିହୋବା ନିଜେ ସବୁ ଠିକ୍‌ କରିଦେବେ ।—ପ୍ର୨୨.୦୬, ପୃ ୧୦-୧୧.

ଯଦି ଜଣେ ଭାଇଙ୍କୁ ସଭାରେ ପ୍ରାର୍ଥନା କରିବା ପାଇଁ କୁହାଯାଏ, ତେବେ ତାଙ୍କୁ କେଉଁ କଥା ମନେରଖିବା ଉଚିତ୍‌ ?

ପ୍ରାର୍ଥନା କରିବା ସମୟରେ ସେ ଭାଇଭଉଣୀମାନଙ୍କୁ କୌଣସି ପରାମର୍ଶ ଦେବା ଉଚିତ୍‌ ନୁହେଁ କିମ୍ବା କୌଣସି ଘୋଷଣା କରିବା ଉଚିତ୍‌ ନୁହେଁ । ବିଶେଷ କରି ପ୍ରାରମ୍ଭିକ ପ୍ରାର୍ଥନା କରିବା ସମୟରେ ଧ୍ୟାନ ଦେବା ଉଚିତ୍‌ ଯେ ସେ ‘ବହୁତ କଥା କହନ୍ତୁ ନାହିଁ ।’ (ମାଥି. ୬:୭)—ପ୍ର୨୨.୦୭, ପୃ ୨୪-୨୫.

ଏହାର ଅର୍ଥ କʼଣ ଯେ ଯେଉଁ ଲୋକମାନେ ମୃତ୍ୟୁ ପୂର୍ବରୁ “ଅସତ୍‌ କର୍ମ କରିଅଛନ୍ତି,” ସେମାନଙ୍କୁ ନ୍ୟାୟ ପାଇବା ପାଇଁ ଜୀବିତ କରାଯିବ ? (ଯୋହ. ୫:୨୯)

ତାʼ ଅର୍ଥ ଏହା ନୁହେଁ ଯେ ସେମାନେ ମୃତ୍ୟୁ ପୂର୍ବରୁ ଯେଉଁ କାମ କରିଥିଲେ, ତାʼ ଆଧାରରେ ସେମାନଙ୍କୁ ଦଣ୍ଡ ପାଇବା ପାଇଁ ଜୀବିତ କରାଯିବ, ବରଂ ତାʼ ଅର୍ଥ ଏହା ଅଟେ ଯେ ଜୀବିତ କରାଯିବା ପରେ ସେମାନଙ୍କ କାମଗୁଡ଼ିକ ଉପରେ ଧ୍ୟାନ ଦିଆଯିବ ଓ ଯାଞ୍ଚ କରାଯିବ ଯେ କʼଣ ସେମାନେ ନିଜକୁ ବଦଳାଉଛନ୍ତି । ତାʼପରେ ତାʼ ଆଧାରରେ ସେମାନଙ୍କର ନ୍ୟାୟ କରାଯିବ ।—ପ୍ର୨୨.୦୯, ପୃ ୧୮.

ସେପ୍ଟେମ୍ବର ୧୯୨୨ ମସିହାରେ ହୋଇଥିବା ଗୋଟିଏ ଅଧିବେଶନରେ ଭାଇ ଯୋଷେଫ ଏଫ୍‌. ରଦରଫର୍ଡ ସମସ୍ତଙ୍କୁ କʼଣ ପ୍ରୋତ୍ସାହନ ଦେଲେ ?

ଆମେରିକାର ଓହାୟୋ ରାଜ୍ୟର ସିଡର ପଏଣ୍ଟରେ ଗୋଟିଏ ରଖାଯାଇଥିବା ଅଧିବେଶନରେ, ଭାଇ ଜୋର୍‌ଦାର ଆବାଜ୍‌ରେ କହିଲେ, “ରାଜା ଶାସନ କରୁଛି । ତମେ ତାହାର ପ୍ରଚାରକ ଅଟ । ରାଜା ଓ ତାଙ୍କ ରାଜ୍ୟର ଘୋଷଣା କର, ଘୋଷଣା କର, ଘୋଷଣା କର !”—ପ୍ର୨୨.୧୦, ପୃ ୩-୫.

ଯିଶାଇୟ ଅଧ୍ୟାୟ ୩୦ରେ ଏପରି କେଉଁ ୩ଟି ଉପାୟ ବିଷୟରେ କୁହାଯାଇଛି ଯାହାଦ୍ୱାରା ଯିହୋବା ଆମକୁ ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ସାହାଯ୍ୟ କରନ୍ତି ?

ଏହି ଅଧ୍ୟାୟରେ କୁହାଯାଇଛି ଯେ (୧) ସେ ଆମ ପ୍ରାର୍ଥନାଗୁଡ଼ିକୁ ଧ୍ୟାନର ସହ ଶୁଣନ୍ତି ଓ ତାʼର ଉତ୍ତର ଦିଅନ୍ତି । (୨) ସେ ଆମକୁ ସଠିକ୍‌ ରାସ୍ତା ଦେଖାନ୍ତି ଓ (୩) ସେ ଆମକୁ ଅନେକ ଆଶିଷ ଦିଅନ୍ତି ଓ ସବୁବେଳେ ଦେଉଥିବେ ।—ପ୍ର୨୨.୧୧, ପୃ ୯

ଆମେ କାହିଁକି କହିପାରିବା ଯେ ଗୀତସଂହିତା ୩୭:୧୦, ୧୧, ୨୯ ପଦରେ ଲେଖାଯାଇଥିବା କଥା ପ୍ରାଚୀନ କାଳରେ ବି ପୂରା ହେଲା ଏବଂ ଭବିଷ୍ୟତରେ ବି ପୂରା ହେବ ? 

ଦାଉଦ ଯେଉଁ ଭଲ ପରିସ୍ଥିତି ବିଷୟରେ ଲେଖିଥିଲେ ଇସ୍ରାଏଲ ଦେଶରେ ସେପରି ହିଁ ପରିସ୍ଥିତି ଥିଲା , ବିଶେଷ କରି ରାଜା ଶଲୋମନଙ୍କ ଶାସନ ସମୟରେ । ଆଉ ଯେବେ ଯୀଶୁ ଲୋକମାନଙ୍କୁ କହୁଥିଲେ ଯେ ନୂଆ ଦୁନିଆରେ କିପରି ଲୋକ ରହିବେ, ତେବେ ସେ ୧୧ ପଦରେ ଲେଖାଥିବା କଥାକୁ ଦୋହରାଇଲେ । (ମାଥି. ୫:୫; ଲୂକ ୨୩:୪୩)—ପ୍ର୨୨.୧୨, ପୃ ୮-୧୦, ୧୪.