इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅନୁଭୂତି

ଅନୁଭୂତି

କରୁଣାର ସହ ସମସ୍ତଙ୍କୁ ସାହାଯ୍ୟ କରିବା

ଦିନେ ନ୍ୟୁଜିଲାଣ୍ତରେ ରହୁଥିବା ଆମର ଜଣେ ଭଉଣୀ jw.org ୱେବସାଇଟ୍‌ରେ ଗୋଟେ ଭିଡିଓ ଦେଖିଲେ । ସେଥିରେ କୁହାଯାଇଥିଲା ଯେ ଯିହୋବାଙ୍କଠାରେ ଆମ ପାଇଁ କରୁଣାର ଭାବନା ଅଛି ଆଉ ସେ ତାହା ଦେଖାନ୍ତି ମଧ୍ୟ । (ଯିଶା. ୬୩:୭-୯) ଭଉଣୀ ଭାବିଲେ ଯେ ସେ ଯାହା ଶିଖିଛନ୍ତି, ତାକୁ ସେ ମାନିବା ପାଇଁ ଚେଷ୍ଟା କରିବେ ଆଉ ଅନ୍ୟ କାହାରି ସାହାଯ୍ୟ କରିବେ । ସେହି ଦିନ କିଛି ସମୟ ପରେ ଯେବେ ସେ ସଉଦା କିଣିବା ପାଇଁ ଗଲେ, ତେବେ ଜଣେ ଗରିବ ମହିଳାଙ୍କ ସହ କଥା ହେଲେ ଯାହା ପାଖରେ ରହିବା ପାଇଁ ଘର ବି ନ ଥିଲା । ଭଉଣୀ ସେ ମହିଳାଙ୍କୁ କହିଲେ ଯେ ସେ ତାଙ୍କ ପାଇଁ କିଛି ଖାଇବା ଜିନିଷ କିଣିକି ଦେବା ପାଇଁ ଚାହାନ୍ତି ଆଉ ସେ ମହିଳା ରାଜି ହୋଇଗଲେ । ତାʼପରେ ଭଉଣୀ ତାଙ୍କ ପାଇଁ ଖାଇବା ଜିନିଷ ଆଣିଲେ ଆଉ ତାଙ୍କୁ ଦୁଃଖକଷ୍ଟ କେବେ ସମାପ୍ତି ହେବ କି ? ଟ୍ରାକ୍ଟ ଦେଖାଇ ସାକ୍ଷ୍ୟ ମଧ୍ୟ ଦେଲେ ।

ତେବେ ସେ ମହିଳା କାନ୍ଦିବାକୁ ଲାଗିଲେ । ସେ କହିଲେ ଯେ ପିଲା ଦିନରେ ତାଙ୍କ ବାପାମାଆ ତାଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇଥିଲେ, କିନ୍ତୁ ସେ ଶିଖିବା ଛାଡ଼ି ଦେଲେ । ଆଉ କିଛି ଦିନ ପୂର୍ବେ ସେ ଯିହୋବାଙ୍କୁ ପ୍ରାର୍ଥନା କରିଥିଲେ ଯେ ସେ ଯିହୋବାଙ୍କ ପାଖକୁ ଫେରି ଆସିବାକୁ ଚାହୁଁଛନ୍ତି ଆଉ ଯିହୋବା ତାଙ୍କୁ ସାହାଯ୍ୟ କରନ୍ତୁ । ଭଉଣୀ ତାଙ୍କୁ ବାଇବଲ ଦେଲେ ଆଉ ତାଙ୍କ ସହ ବାଇବଲର ଅଧ୍ୟୟନ କରିବା ପାଇଁ ବ୍ୟବସ୍ଥା କଲେ । a

ଆମେ ବି ଯିହୋବାଙ୍କ ପରି ହୋଇପାରିବା ଆଉ କରୁଣାର ସହ ଲୋକମାନଙ୍କର ସାହାଯ୍ୟ କରିପାରିବା, ନିଜ ସମ୍ପର୍କୀୟମାନଙ୍କ ଆଉ ମଣ୍ଡଳୀର ଭାଇଭଉଣୀମାନଙ୍କ ମଧ୍ୟ । ଆମେ ସୁଯୋଗ ଦେଖି ସାକ୍ଷ୍ୟ ଦେଇ ମଧ୍ୟ ଏହା ଦେଖାଇପାରିବା ଯେ ଆମ ହୃଦୟରେ ଲୋକମାନଙ୍କ ପ୍ରତି କରୁଣା ଅଛି ।

a ଯେଉଁ ଲୋକମାନେ ଯିହୋବାଙ୍କଠାରୁ ଦୂରେଇ ଯାଇଛନ୍ତି, ଆପଣ ତାଙ୍କ ସାହାଯ୍ୟ କିପରି କରିପାରିବେ, ଏହା ଜାଣିବା ପାଇଁ ଜୁନ୍‌ ୨୦୨୦ର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ମେରେ ପାସ୍‌ ଲୌଟ୍‌ ଆଓ” ଦେଖନ୍ତୁ ।