ଅଧ୍ୟୟନ ଲେଖା ୫୧
ଆମ ଆଶା କାହାଣୀ ନୁହେଁ !
“ଆଶା ଆମକୁ ନିରାଶ ହେବା ପାଇଁ ଦିଏ ନାହିଁ ।”—ରୋମୀ. ୫:୫, NWT.
ଗୀତ ୧୪୨ ଆଶା ସଞ୍ଜୋଏ ରଖେଁ
ଲେଖାର ଝଲକ a
୧. ଅବ୍ରହାମ କାହିଁକି ଗୋଟିଏ ପୁଅର ଅପେକ୍ଷା କରିପାରିଲେ ?
ଯିହୋବା ନିଜ ସାଙ୍ଗ ଅବ୍ରହାମଙ୍କୁ ଗୋଟିଏ ପ୍ରତିଜ୍ଞା କରିଥିଲେ । ସେ କହିଥିଲେ ଯେ ତାଙ୍କ ବଂଶ ଜରିଆରେ ପୃଥିବୀର ସମସ୍ତ ଜାତି ଆଶିଷ ପାଇବେ । (ଆଦି. ୧୫:୫; ୨୨:୧୮) ଅବ୍ରହାମଙ୍କୁ ଯିହୋବାଙ୍କ ଉପରେ ଦୃଢ଼ ବିଶ୍ୱାସ ଥିଲା, ତେଣୁ ତାଙ୍କୁ ଭରସା ଥିଲା ଯେ ଈଶ୍ୱରଙ୍କ ପ୍ରତିଜ୍ଞା ନିଶ୍ଚୟ ପୂରା ହେବ । କିନ୍ତୁ ଅବ୍ରହାମ ଯେବେ ୧୦୦ ବର୍ଷର ଥିଲେ ଓ ତାଙ୍କ ସ୍ତ୍ରୀ ୯୦ ବର୍ଷର, ତେବେ ବି ତାଙ୍କର କୌଣସି ସନ୍ତାନ ନ ଥିଲେ । (ଆଦି. ୨୧:୧-୭) ତଥାପି ଅବ୍ରହାମଙ୍କୁ ଯେଉଁ “ଆଶା” ଥିଲା, ତାʼଯୋଗୁଁ “ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥିନିମନ୍ତେ ଆଶା ନ ଥିଲେ ସୁଦ୍ଧା ଆଶା ରଖି ସେ ବିଶ୍ୱାସ କଲେ ।” (ରୋମୀ. ୪:୧୮) ଆମେ ଜାଣୁ ଯେ ତାଙ୍କର ଏହି ଆଶା ପୂରା ହେଲା । ତାଙ୍କ ପୁଅ ଇସ୍ହାକ ଜନ୍ମ ହେଲା ଯାହାର ସେ ବହୁତ ସମୟରୁ ଅପେକ୍ଷା କରିଥିଲେ । କିନ୍ତୁ ଅବ୍ରହାମଙ୍କୁ କାହିଁକି ଦୃଢ଼ ବିଶ୍ୱାସ ଥିଲା ଯେ ଯିହୋବା ନିଜ ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ ?
୨. ଅବ୍ରହାମଙ୍କୁ କାହିଁକି ପୂରା ବିଶ୍ୱାସ ଥିଲା ଯେ ଯିହୋବା ଯାହା ପ୍ରତିଜ୍ଞା କରିଛନ୍ତି ତାହା ନିଶ୍ଚୟ ପୂରା ହେବ ?
୨ ଅବ୍ରହାମ ଯିହୋବାଙ୍କୁ ବହୁତ ଭଲଭାବେ ଜାଣିଥିଲେ । ତେଣୁ ‘ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ସକ୍ଷମ, ଏହା ଦୃଢ଼ ରୂପେ ଜାଣିଥିଲେ ।’ (ରୋମୀ. ୪:୨୧) ଅବ୍ରହାମଙ୍କୁ ଯିହୋବାଙ୍କ ଉପରେ ଦୃଢ଼ ବିଶ୍ୱାସ ଥିବା ଯୋଗୁଁ ଯିହୋବା ତାଙ୍କ ଉପରେ ଖୁସି ଥିଲେ ଆଉ ତାଙ୍କୁ ଧର୍ମୀ ବୋଲି କହିଲେ । (ଯାକୁ. ୨:୨୩) ଯେପରି ରୋମୀୟ ୪:୧୮ ପଦରୁ ଜଣାପଡ଼େ, ଅବ୍ରହାମଙ୍କୁ ଯିହୋବାଙ୍କ ଉପରେ ବିଶ୍ୱାସ ଥିଲା ଓ ଆଶା ବି ଥିଲା । ଏବେ ଆସନ୍ତୁ ଚର୍ଚ୍ଚା କରିବା ଯେ ପାଉଲ ରୋମୀୟ ୫ ଅଧ୍ୟାୟରେ ଆଶା ବିଷୟରେ କʼଣ କହିଲେ ।
୩. ପାଉଲ ଆଶା ବିଷୟରେ ଆଉ କʼଣ ବୁଝାଇଲେ ?
୩ ପାଉଲ ବୁଝାଇଲେ ଯେ ଆମେ କାହିଁକି ଭରସା କରିପାରିବା ଯେ ଆମ “ଆଶା ଆମକୁ ନିରାଶ ହେବା ପାଇଁ ଦିଏ ନାହିଁ ।” (ରୋମୀ. ୫:୫, NWT) ସେ ଏହା ବି କହିଲେ ଯେ ଆମ ଖ୍ରୀଷ୍ଟିୟାନମାନଙ୍କ ପାଖରେ ଯେଉଁ ଆଶା ଅଛି ତାହା କିପରି ଆହୁରି ଦୃଢ଼ ହୋଇପାରିବ । ଏବେ ଆସନ୍ତୁ ରୋମୀୟ ୫:୧-୫ ପଦରେ ପାଉଲ ଯାହା କହିଲେ, ତାʼ ଉପରେ ଧ୍ୟାନ ଦେବା । ଏପରି କରିବା ସମୟରେ ଆପଣ ଧ୍ୟାନ ଦେଇପାରିବେ ଯେ ଆପଣଙ୍କ ଆଶା କିପରି ଦୃଢ଼ ହୋଇଛି । ଆମେ ଯାହା ଚର୍ଚ୍ଚା କରିବା ସେଥିରୁ ଆପଣ ଏହା ବି ବୁଝିପାରିବେ ଯେ ଆପଣ କିପରି ନିଜ ଆଶାକୁ ଆହୁରି ଦୃଢ଼ କରିପାରିବେ । ଆସନ୍ତୁ ସବୁଠୁ ଆଗ ସେହି ଆଶା ବିଷୟରେ କଥା ହେବା ଯାହା ବିଷୟରେ ପାଉଲ କହିଲେ ଯେ ତାହା ଆମକୁ ନିରାଶ ହେବା ପାଇଁ ଦେବ ନାହିଁ ।
ଆମର ବଢ଼ିଆ ଆଶା
୪. ରୋମୀୟ ୫:୧, ୨ ପଦରେ କେଉଁ କଥା ବିଷୟରେ ଚର୍ଚ୍ଚା କରାଯାଇଛି ?
୪ ରୋମୀୟ ୫:୧, ୨ ପଢ଼ନ୍ତୁ । ପାଉଲ ଏହି ଶବ୍ଦ ରୋମର ମଣ୍ଡଳୀକୁ ଲେଖିଥିଲେ । ସେଠାର ଭାଇଭଉଣୀ ଯିହୋବା ଓ ଯୀଶୁଙ୍କ ବିଷୟରେ ଶିଖିଥିଲେ, ତାଙ୍କ ଉପରେ ବିଶ୍ୱାସ କରିଥିଲେ ଓ ଖ୍ରୀଷ୍ଟିୟାନ ହୋଇଥିଲେ । ଈଶ୍ୱର ‘ସେମାନଙ୍କ ବିଶ୍ୱାସ ଦ୍ୱାରା ସେମାନଙ୍କୁ ଧାର୍ମିକ ଗଣିତ କଲେ’ ଓ ପବିତ୍ର ଶକ୍ତି ଦ୍ୱାରା ସେମାନଙ୍କୁ ଅଭିଷିକ୍ତ କଲେ । ଏବେ ସେମାନଙ୍କ ପାଖରେ ଗୋଟିଏ ବଢ଼ିଆ ଆଶା ଥିଲା ଆଉ ସେମାନେ ଭରସା ରଖିପାରନ୍ତେ ଯେ ତାଙ୍କ ଆଶା ନିଶ୍ଚୟ ପୂରା ହେବ ।
୫. ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ କʼଣ ଆଶା ଅଛି ?
୫ ପରେ ଯେବେ ପାଉଲ ଏଫିସରେ ଥିବା ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଚିଠି ଲେଖିଲେ, ତେବେ ବି ସେ ଏହି ଆଶା ବିଷୟରେ କହିଲେ । ସେ କହିଲେ ଯେ ସେମାନଙ୍କ ପାଇଁ ‘ପବିତ୍ର ଲୋକମାନଙ୍କ ମଧ୍ୟରେ ତାହାଙ୍କ ଅଧିକାରର ଗୌରବରୂପ ଧନ ରଖାଯାଇଛି ।’ (ଏଫି. ୧:୧୮) ଆଉ ଯେବେ ପାଉଲ କଲସୀୟ ମଣ୍ଡଳୀକୁ ଚିଠି ଲେଖିଲେ, ତେବେ ସେ କହିଲେ ଯେ ସେମାନଙ୍କ ଆଶା କେଉଁଠି ପୂରା ହେବ । ସେ ସେମାନଙ୍କୁ କହିଲେ, ‘ସ୍ୱର୍ଗରେ ତୁମ୍ଭମାନଙ୍କ ପାଇଁ ରଖାଯାଇଥିବା ଆଶା ତୁମ୍ଭମାନଙ୍କ ସକାଶେ’ ପୂରା ହେବାକୁ ଯାଉଛି । (କଲ. ୧:୩-୫) ଏଥିରୁ ଜଣାପଡ଼େ ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ମୃତ୍ୟୁ ପରେ ସେମାନଙ୍କୁ ଜୀବିତ କରି ସ୍ୱର୍ଗରେ ଜୀବନ ଦିଆଯିବ ଓ ସେଠାରେ ସେମାନେ ଖ୍ରୀଷ୍ଟଙ୍କ ସହ ଶାସନ କରିବେ ।—୧ ଥେସ. ୪:୧୩-୧୭; ପ୍ରକା. ୨୦:୬.
୬. ଜଣେ ଅଭିଷିକ୍ତ ଭାଇ ନିଜ ଆଶା ବିଷୟରେ କʼଣ କହିଲେ ?
୬ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ନିଜ ଆଶାକୁ ବହୁମୂଲ୍ୟ ମନେକରନ୍ତି । ଏପରି ଜଣେ ଭାଇ ଥିଲେ ଫ୍ରେଡରିକ୍ ଫ୍ରାଞ୍ଜ । ସେ ଅନେକ ବର୍ଷରୁ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରୁଥିଲେ । ସେ ୧୯୯୧ ମସିହାରେ ନିଜ ଆଶା ବିଷୟରେ କହିଲେ, “ଆମ ଆଶା ପୂରାପୂରି ଦୃଢ଼ ଅଛି ଓ ଛୋଟ ପଲର ୧,୪୪,୦୦୦ ଜଣଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ଆଶା ପୂରା ହେବ, ଆଉ ତାହା ବି ଏତେ ବଢ଼ିଆ ଉପାୟରେ ଯାହାର ଆମେ କଳ୍ପନା ବି କରିପାରିବାନି । . . . ଆମ ଆଶା ଆଜି ବହୁମୂଲ୍ୟ ଅଟେ । . . . ଆମେ ଯେତେ ଅଧିକ ତାହା ପୂରା ହେବାର ଅପେକ୍ଷା କରୁଛୁ ସେତେ ଅଧିକ ଏହା ପାଇଁ ଆମ ଆଦର ବଢ଼ିଯାଉଛି । ଏହା ଏତେ ବଢ଼ିଆ ଅଟେ ଯେ ତାʼପାଇଁ ଆମକୁ ଯଦି ଲକ୍ଷେ ବର୍ଷ ଅପେକ୍ଷା କରିବାକୁ ପଡ଼ିଲେ ବି ଆମେ ଖୁସି ଖୁସି କରିବା । ମୁଁ ଏହି ଆଶାକୁ ଆଗରୁ ବି ଅଧିକ ବହୁମୂଲ୍ୟ ମନେକରେ ।”
୭-୮. ଈଶ୍ୱରଙ୍କ ଅଧିକାଂଶ ସେବକମାନଙ୍କୁ କʼଣ ଆଶା ଅଛି ? (ରୋମୀୟ ୮:୨୦, ୨୧)
୭ ଆଜି ଈଶ୍ୱରଙ୍କ ଅଧିକାଂଶ ସେବକ ଅଭିଷିକ୍ତ ନୁହନ୍ତି, କିନ୍ତୁ ସେମାନଙ୍କ ପାଖରେ ବି ଗୋଟିଏ ବଢ଼ିଆ ଆଶା ଅଛି । ସେମାନଙ୍କଠାରେ ସେହି ଆଶା ଅଛି ଯାହା ଅବ୍ରହାମଙ୍କ ପାଖରେ ଥିଲା । ତାଙ୍କ ଭଳି ସେମାନଙ୍କୁ ମଧ୍ୟ ଈଶ୍ୱରଙ୍କ ରାଜ୍ୟରେ ଏହି ପୃଥିବୀରେ ସବୁଦିନ ପାଇଁ ବଞ୍ଚିବାର ଆଶା ଅଛି । (ଏବ୍ରୀ ୧୧:୮-୧୦, ୧୩) ଯେଉଁମାନଙ୍କ ପାଖରେ ଏହି ଆଶା ଅଛି, ସେମାନଙ୍କ ବିଷୟରେ ପାଉଲ ଲେଖିଲେ ଯେ ସେମାନଙ୍କ ଭବିଷ୍ୟତ ନିଶ୍ଚୟ ବହୁତ ବଢ଼ିଆ ହେବ । (ରୋମୀୟ ୮:୨୦, ୨୧ ପଢ଼ନ୍ତୁ ।) ଟିକେ ଭାବନ୍ତୁ, ଯେବେ ଆପଣ ପ୍ରଥମ ଥର ଯିହୋବାଙ୍କ ପ୍ରତିଜ୍ଞା ବିଷୟରେ ଶୁଣିଥିଲେ, ତେବେ କେଉଁ କଥା ଆପଣଙ୍କ ହୃଦୟକୁ ଛୁଇଁଥିଲା । କʼଣ ଏହା ଯେ ଏପରି ଏକ ସମୟ ଆସିବ, ଯେବେ ଆପଣ ରୋଗରେ ପଡ଼ିବେନି, ବୃଦ୍ଧ ହେବେନି ଏବଂ ଆପଣଙ୍କ ମୃତ୍ୟୁ ହେବନି ? କିମ୍ବା ଏହି କଥା ଯେ ଦିନେ ଆପଣ ନିଜ ପରିବାର ଓ ସାଙ୍ଗମାନଙ୍କ ସହ ଭେଟିବେ ଯେଉଁମାନେ ଏବେ ନାହାନ୍ତି ଓ ତାଙ୍କ ସହ ଆପଣ ପାରଦୀଶରେ ସବୁଦିନ ପାଇଁ ବଞ୍ଚିପାରିବେ । ଭାବନ୍ତୁ ଏହି ଆଶା ଯୋଗୁଁ ଆପଣ ଅନେକ ଆଶିଷ ପାଇବାର ଅପେକ୍ଷା କରୁଛନ୍ତି !
୮ ଯଦିଓ ଆମ ଆଶା ସ୍ୱର୍ଗରେ ବଞ୍ଚିବାର ଥାଉ କିମ୍ବା ପୃଥିବୀରେ, ଆମ ଆଶା ବହୁତ ବଢ଼ିଆ ଅଛି । ଏହି ଆଶା ଯୋଗୁଁ ଆମକୁ ବହୁତ ଖୁସି ମିଳେ । ଆମ ଏହି ଆଶା ଆହୁରି ଦୃଢ଼ ହୋଇପାରିବ ! ପାଉଲ ବୁଝାଇଲେ ଯେ ଏହା କିପରି ହୋଇପାରିବ । ଏବେ ଆସନ୍ତୁ ଦେଖିବା ପାଉଲ ଆମ ଆଶା ବିଷୟରେ କʼଣ କହିଲେ । ଏଥିରୁ ଆମର ଭରସା ଆହୁରି ବଢ଼ିଯିବ ଯେ ଆମେ ଯେଉଁ କଥାଗୁଡ଼ିକର ଆଶା କରୁ, ତାହା ନିଶ୍ଚୟ ପୂରା ହେବ ।
ଆମ ଆଶା ଲଗାତାର ଦୃଢ଼ ହୁଏ
୯-୧୦. ପାଉଲଙ୍କ ଭଳି ଆଜି ଖ୍ରୀଷ୍ଟିୟାନମାନଙ୍କୁ କʼଣ ଭାବି ଚଳିବା ଉଚିତ୍ ? (ରୋମୀୟ ୫:୩) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୯ ରୋମୀୟ ୫:୩ ପଢ଼ନ୍ତୁ । ପାଉଲ କହିଲେ ଯେ ଯେବେ ଆମେ ଦୁଃଖକଷ୍ଟର ସାମନା କରୁ, ତେବେ ଆମ ଆଶା ଆହୁରି ଦୃଢ଼ ହୋଇଯାଏ । ହୁଏତ ଏହି କଥା ଶୁଣି ଆମକୁ ଆଶ୍ଚର୍ଯ୍ୟ ଲାଗିବ । ଏହା ସତ ଯେ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ କିଛି ନା କିଛି ଦୁଃଖକଷ୍ଟର ସାମନା କରିବାକୁ ପଡ଼ିବ । ପାଉଲ ମଧ୍ୟ ଏହି କଥା ଜାଣିଥିଲେ ତେଣୁ ସେ ଥେସଲନୀକୀୟ ମଣ୍ଡଳୀର ଭାଇଭଉଣୀମାନଙ୍କୁ ଲେଖିଲେ, “ଆମ୍ଭମାନଙ୍କୁ ଯେ କ୍ଳେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୂର୍ବରୁ ଥରକୁଥର କହିଥିଲୁ, ପୁଣି ସେହିପରି ଘଟିଅଛି ।” (୧ ଥେସ. ୩:୪) ସେ କରିନ୍ଥୀୟ ମଣ୍ଡଳୀର ଭାଇଭଉଣୀମାନଙ୍କୁ ଲେଖିଲେ, “ହେ ଭାଇମାନେ, ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଳେଶ ସମ୍ବନ୍ଧରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ; . . . ଏପରିକି ଜୀବନର ଆଶା ମଧ୍ୟ ପରିତ୍ୟାଗ କରିଥିଲୁ ।”—୨ କରି. ୧:୮; ୧୧:୨୩-୨୭.
୧୦ ଆଜି ମଧ୍ୟ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଏହା ଭାବି ଚଳିବାର ଅଛି ଯେ ସେମାନଙ୍କୁ ମଧ୍ୟ କିଛି ନା କିଛି କଷ୍ଟ ସହିବାକୁ ପଡ଼ିପାରେ । (୨ ତୀମ. ୩:୧୨) ଆପଣ ନିଜ ବିଷୟରେ କʼଣ କହିବେ ? କʼଣ ଯୀଶୁଙ୍କ ଉପରେ ବିଶ୍ୱାସ କରିବା ଓ ତାଙ୍କ ଶିକ୍ଷା ମାନିବା ଯୋଗୁଁ ଆପଣଙ୍କୁ ମଧ୍ୟ କଷ୍ଟ ସହିବାକୁ ପଡ଼ିଛି ? ହୋଇପାରେ ଆପଣଙ୍କ ସାଙ୍ଗମାନେ କିମ୍ବା ସମ୍ପର୍କୀୟମାନେ ଆପଣଙ୍କ ଥଟ୍ଟା କରିଥିବେ, ଏପରିକି ଆପଣଙ୍କ ସହ ବହୁତ ଖରାପ ବ୍ୟବହାର କରିଥିବେ । କିମ୍ବା ହୋଇପାରେ ଆପଣ ସବୁବେଳେ ସଚ୍ଚୋଟ ରହିବା ପାଇଁ ଚାହାନ୍ତି, ତେଣୁ ଆପଣଙ୍କ କାମ ଜାଗାରେ ଲୋକେ ସମସ୍ୟା ସୃଷ୍ଟି କରିଥିବେ । (ଏବ୍ରୀ ୧୩:୧୮) କିମ୍ବା ଅନ୍ୟମାନଙ୍କୁ ନିଜ ଆଶା ବିଷୟରେ କହିବା ଯୋଗୁଁ ସରକାରୀ ଅଧିକାରୀମାନେ ଆପଣଙ୍କ ବିରୋଧ କରିଥିବେ । ଆମ ଉପରେ ଯେକୌଣସି ବି ସମସ୍ୟା ଆସୁ ନା କାହିଁକି, ପାଉଲ କହିଥିଲେ ଯେ ଆମକୁ ଖୁସି ହେବା ଉଚିତ୍ । କିନ୍ତୁ ସେ ଏପରି କାହିଁକି କହିଲେ ?
୧୧. ଆମକୁ କାହିଁକି ଦୃଢ଼ ନିଷ୍ପତ୍ତି ନେବା ଉଚିତ୍ ଯେ ଆମେ ଧୈର୍ଯ୍ୟର ସହ ଦୁଃଖକଷ୍ଟର ସାମନା କରିବା ?
୧୧ ଆମେ ଦୁଃଖକଷ୍ଟ ସହିବା ସମୟରେ ମଧ୍ୟ ଖୁସି ରହିପାରିବା, କାରଣ ଏହି ସମୟରେ ଆମେ ଧୈର୍ଯ୍ୟ ଧରିବା ଶିଖିପାରୁ । ଏହି କଥା ରୋମୀୟ ୫:୩ ପଦରେ ଲେଖାଅଛି, “ଯେଣୁ କ୍ଳେଶରୁ ଧୈର୍ଯ୍ୟ” ଜନ୍ମେ । ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ଉପରେ କିଛି ନା କିଛି କଷ୍ଟ ଆସିବ । ତେଣୁ ଆମକୁ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍ ଯେ ଆମେ ଧୈର୍ଯ୍ୟ ଧରି ଏଗୁଡ଼ିକୁ ସହିବୁ । ଯେବେ ଯାଏଁ ଆମେ ଧୈର୍ଯ୍ୟ ଧରିବା ଓ ଯିହୋବାଙ୍କ ସେବା କରୁଥିବା, ତେବେ ଯାଏଁ ଆମେ ନିଜ ଆଶା ପୂରା ହେବାର ଦେଖିପାରିବା । ଆମେ ସେହି ଲୋକମାନଙ୍କ ଭଳି ହେବା ପାଇଁ ଚାହୁଁ ନାହୁଁ, ଯେଉଁମାନଙ୍କ ବିଷୟରେ ଯୀଶୁ କହିଲେ ଯେ ସେମାନଙ୍କ ହୃଦୟ ଚଟାଣ ଭଳି ଅଟେ । ଏପରି ହୃଦୟରେ ଯେବେ ଆରମ୍ଭରେ ସତ୍ୟର ବୀଜ ବୁଣାଯାଏ, ତେବେ ସେମାନେ ଖୁସି ଖୁସି ଏହାକୁ ସ୍ୱୀକାର କରନ୍ତି । କିନ୍ତୁ ଯେବେ ସେମାନଙ୍କୁ “କ୍ଳେଶ ବା ତାଡ଼ନା” ସହିବାକୁ ପଡ଼େ, ତେବେ ସେମାନେ ବିଶ୍ୱାସ କରିବା ଛାଡ଼ିଦିଅନ୍ତି । (ମାଥି. ୧୩:୫, ୬, ୨୦, ୨୧) ଏହା ସତ ଯେ ବିରୋଧ କିମ୍ବା ଅତ୍ୟାଚାରର ସାମନା କରିବା ସହଜ ହୋଇ ନ ଥାଏ ଓ ଏହା ଆମକୁ ଭଲ ବି ଲାଗେ ନାହିଁ, କିନ୍ତୁ ଯେବେ ଆମେ ଏଗୁଡ଼ିକୁ ଧୈର୍ଯ୍ୟର ସହ ସହିବା ଏବଂ ଯିହୋବାଙ୍କ ସେବା କରୁଥିବା, ତେବେ ଆମକୁ ଲାଭ ହେବ । ତାହା କିପରି ?
୧୨. ଯେବେ ଆମେ ଧୈର୍ଯ୍ୟର ସହ କଷ୍ଟଗୁଡ଼ିକୁ ସହୁ, ତେବେ ଆମକୁ କʼଣ ଲାଭ ହୁଏ ?
୧୨ ଯାକୁବ କହିଥିଲେ ଯେ ଧୈର୍ଯ୍ୟର ସହ ଦୁଃଖକଷ୍ଟ ସହିଲେ ଆମକୁ କʼଣ ଲାଭ ହୋଇପାରେ । ସେ ଲେଖିଲେ, “ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ଧୈର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ ।” (ଯାକୁ. ୧:୨-୪) ଯାକୁବ ଧୈର୍ଯ୍ୟ ବିଷୟରେ ଏପରି ଲେଖିଲେ, ଯେପରି ଧୈର୍ଯ୍ୟର ଗୁଣକୁ କୌଣସି କାମ କରିବାର ଅଛି । ଧୈର୍ଯ୍ୟ କʼଣ କାମ କରେ ? ଏହା ଆମକୁ ଆହୁରି ଅଧିକ ଧୈର୍ଯ୍ୟ ଧରିବାରେ ସାହାଯ୍ୟ କରେ । ତା’ସହ ଆହୁରି ଅଧିକ ଯିହୋବାଙ୍କ ଉପରେ ଭରସା କରିବା, ବିଶ୍ୱାସ କରିବା ଏବଂ ଏପରି ହିଁ ଅନ୍ୟ ଗୁଣଗୁଡ଼ିକୁ ବଢ଼ାଇବା ପାଇଁ ସାହାଯ୍ୟ କରେ । କିନ୍ତୁ ଧୈର୍ଯ୍ୟ ଧରିଲେ ଆମକୁ ଆଉ ଗୋଟିଏ ବଡ଼ ଲାଭ ହୁଏ ।
୧୩-୧୪. ଧୈର୍ଯ୍ୟ ଧରିବା ଦ୍ୱାରା କʼଣ ଲାଭ ହୁଏ ? ଆଉ ଏହାର ଆମ ଆଶା ସହିତ କʼଣ ସମ୍ପର୍କ ଅଛି ? (ରୋମୀୟ ୫:୪)
୧୩ ରୋମୀୟ ୫:୪ (NWT) ପଦରେ ଲେଖାଅଛି, “ଆଉ ଧୈର୍ଯ୍ୟ ଧରିଲେ ଆମ ଉପରେ ଈଶ୍ୱରଙ୍କ ମଞ୍ଜୁରି ରହେ ଓ ତାʼ ଯୋଗୁଁ ଆମକୁ ଆଶା ମିଳେ ।” ପାଉଲ କହିଲେ ଯେ ଧୈର୍ଯ୍ୟ ଧରିଲେ “ଈଶ୍ୱରଙ୍କ ମଞ୍ଜୁରି” ମିଳେ । ଅର୍ଥାତ୍ ଯେବେ ଆପଣ ଧୈର୍ଯ୍ୟ ଧରନ୍ତି, ତେବେ ଯିହୋବା ଆପଣଙ୍କଠାରୁ ଖୁସି ହୁଅନ୍ତି । କିନ୍ତୁ କʼଣ ଆପଣଙ୍କୁ ସମସ୍ୟାରେ ଦେଖି ଯିହୋବା ଖୁସି ହୁଅନ୍ତି ? ନୁହଁ । ସେ ଏଥିପାଇଁ ଖୁସି ହୁଅନ୍ତି କାରଣ ଆପଣ ସମସ୍ୟା ସତ୍ତ୍ୱେ ଧୈର୍ଯ୍ୟର ସହ ସେଗୁଡ଼ିକର ସାମନା କରନ୍ତି ଓ ତାଙ୍କର ବିଶ୍ୱସ୍ତ ରହନ୍ତି । ଏହା ଜାଣି ଆମକୁ କେତେ ପ୍ରୋତ୍ସାହନ ମିଳେ ଯେ ଯେବେ ଆମେ ଧୈର୍ଯ୍ୟ ଧରୁ, ତେବେ ଆମେ ଯିହୋବାଙ୍କ ହୃଦୟ ଖୁସି କରିପାରୁ ।—ଗୀତ. ୫:୧୨.
୧୪ ଟିକେ ଅବ୍ରହାମଙ୍କ ବିଷୟରେ ଭାବନ୍ତୁ । ସେ ଧୈର୍ଯ୍ୟର ସହ ଅନେକ ସମସ୍ୟାର ସାମନା କଲେ ଓ ଯିହୋବା ତାଙ୍କଠାରୁ ଖୁସି ଥିଲେ । ଯିହୋବା ତାଙ୍କୁ ନିଜ ସାଙ୍ଗ ଭାବିଲେ ଓ ଧାର୍ମିକ କହିଲେ । (ଆଦି. ୧୫:୬; ରୋମୀ. ୪:୧୩, ୨୨) ଯିହୋବା ଆମଠାରୁ ବି ଖୁସି ହୋଇପାରିବେ । କିନ୍ତୁ ଯିହୋବା ଏହା ଦେଖି ଖୁସି ହୁଅନ୍ତିନି ଯେ ଆମେ ତାଙ୍କ ପାଇଁ କେତେ କାମ କରୁଛୁ କିମ୍ବା ଆମକୁ କେଉଁ ଦାୟିତ୍ୱଗୁଡ଼ିକ ମିଳିଛି । ସେ ଏହା ଦେଖି ଖୁସି ହୁଅନ୍ତି ଯେ ଆମେ ଧୈର୍ଯ୍ୟର ସହ ସମସ୍ୟାଗୁଡ଼ିକର ସାମନା କରୁଛୁ ଓ ତାଙ୍କ ବିଶ୍ୱସ୍ତ ଅଛୁ । ଆମ ବୟସ, ପରିସ୍ଥିତି କିମ୍ବା ଆମ ପାଖରେ ଯାହା ବି କୌଶଳ ଥାଉ ନା କାହିଁକି, ଆମେ ସମସ୍ତେ ଧୈର୍ଯ୍ୟ ଧରିପାରିବା । କʼଣ ଆପଣ ଏବେ କୌଣସି ସମସ୍ୟାର ସାମନା କରିବା ସତ୍ତ୍ୱେ ଯିହୋବାଙ୍କ ବିଶ୍ୱସ୍ତ ଅଛନ୍ତି ? ଯଦି ହଁ, ତେବେ ଆପଣ ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କଠାରୁ ଖୁସି ଅଛନ୍ତି । ଆଉ ଯେବେ ଆମେ ଅନୁଭବ କରୁ ଯେ ଯିହୋବା ଆମଠାରୁ ଖୁସି ଅଛନ୍ତି, ତେବେ ଆମ ଆଶା ଆହୁରି ଦୃଢ଼ ହୋଇଯାଏ ।
ଆଗଠାରୁ ବି ଦୃଢ଼ ଆଶା
୧୫. ପାଉଲ ଆଗକୁ କʼଣ କହିଲେ ଓ ଏହି କାରଣ ଯୋଗୁଁ ହୁଏତ କିଛି ଲୋକ କାହିଁକି ଦ୍ୱନ୍ଦରେ ପଡ଼ିପାରନ୍ତି ?
୧୫ ଯେପରି ପାଉଲ ବୁଝାଇଲେ, ଯେବେ ଆମେ ଧୈର୍ଯ୍ୟର ସହ ସମସ୍ୟାଗୁଡ଼ିକର ସାମନା କରୁ, ତେବେ ଆମ ଉପରେ ଈଶ୍ୱରଙ୍କ ମଞ୍ଜୁରି ଥାଏ ଅର୍ଥାତ୍ ସେ ଆମଠାରୁ ଖୁସି ହୁଅନ୍ତି । ଏବେ ଧ୍ୟାନ ଦିଅନ୍ତୁ ଯେ ପାଉଲ ଆଗକୁ କʼଣ କହିଲେ । ସେ ଲେଖିଲେ, ‘ଈଶ୍ୱରଙ୍କ ମଞ୍ଜୁରି ରହିଲେ ଆମକୁ ଆଶା ମିଳେ । ଏହି ଆଶା ଆମକୁ ନିରାଶ ହେବା ପାଇଁ ଦିଏ ନାହିଁ ।’ (ରୋମୀ. ୫:୪, ୫, NWT) ଏହା ଶୁଣି ହୁଏତ କିଛି ଲୋକ ଦ୍ୱନ୍ଦରେ ପଡ଼ିଯାʼନ୍ତି । ତାହା କାହିଁକି ? କାରଣ ପାଉଲ ଆଗରୁ ହିଁ କହିଥିଲେ ଯେ ରୋମରେ ରହୁଥିବା ଖ୍ରୀଷ୍ଟିୟାନମାନଙ୍କ ପାଖରେ ଗୋଟିଏ ଆଶା ଅଛି, ‘ଈଶ୍ୱରଙ୍କ ଗୌରବର ଆଶା ।’ (ରୋମୀ. ୫:୨) ତେଣୁ ହୁଏତ କିଛି ଲୋକ କହିବେ, ‘ଯଦି ସେହି ଖ୍ରୀଷ୍ଟିୟାନମାନଙ୍କ ପାଖରେ ଆଗରୁ ହିଁ ଗୋଟିଏ ଆଶା ଥିଲା, ତାହେଲେ ପାଉଲ ଆଶା ବିଷୟରେ ପରେ କାହିଁକି କହିଲେ ?’
୧୬. ଆମ ଆଶା ସମୟ ଅନୁସାରେ କିପରି ଆହୁରି ଦୃଢ଼ ହୁଏ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୬ ଯଦି ଆମେ ଏହି କଥା ଉପରେ ଧ୍ୟାନ ଦେବା ଯେ ଆଶା ସମୟ ଅନୁସାରେ ଆହୁରି ଦୃଢ଼ ହୋଇଯାଏ, ତେବେ ଆମେ ପାଉଲଙ୍କ କଥା ବୁଝିପାରିବା । ଯେପରି, କʼଣ ଆପଣଙ୍କୁ ମନେଅଛି, ଯେବେ ଆପଣଙ୍କୁ ବାଇବଲରୁ ଗୋଟିଏ ବଢ଼ିଆ ଆଶା ବିଷୟରେ କୁହାଗଲା, ତେବେ ଆପଣଙ୍କୁ କିପରି ଲାଗିଥିଲା ? ହୁଏତ ସେସମୟରେ ଆପଣଙ୍କୁ ଲାଗିଥିବ ଯେ ପାରଦୀଶରେ ସବୁଦିନ ରହିବା କେବଳ ଶୁଣିବାରେ ଭଲ ଲାଗେ । କିନ୍ତୁ ଯେବେ ଆପଣ ଯିହୋବା ଓ ତାଙ୍କ ପ୍ରତିଜ୍ଞା ବିଷୟରେ ଆହୁରି ଭଲଭାବେ ଜାଣିଲେ, ତେବେ ଆପଣଙ୍କୁ ଆହୁରି ଭରସା ହେବାକୁ ଲାଗିଲା ଯେ ଦିନେ ଏହି ଆଶା ନିଶ୍ଚୟ ପୂରା ହେବ ।
୧୭. ବାପ୍ତିସ୍ମ ନେବା ପରେ ମଧ୍ୟ ଆମ ଆଶା କିପରି ଆହୁରି ଦୃଢ଼ ହେବାକୁ ଲାଗେ ?
୧୭ ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରିବା ଓ ବାପ୍ତିସ୍ମ ନେବା ପରେ ମଧ୍ୟ ଆପଣ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିବାକୁ ଲାଗିଲେ ଓ ତାଙ୍କୁ ଆହୁରି ପ୍ରେମ କରିବାକୁ ଲାଗିଲେ । ଯାହାଯୋଗୁଁ ଆପଣଙ୍କ ଆଶା ଆହୁରି ଦୃଢ଼ ହେବାକୁ ଲାଗିଲା । (ଏବ୍ରୀ ୫:୧୩–୬:୧) ରୋମୀୟ ୫:୨-୪ ପଦରେ ଯେଉଁ କଥାଗୁଡ଼ିକ କୁହାଯାଇଛି ତାହା ଆପଣ ନିଜ ଜୀବନରେ ଅନୁଭବ କରିଥିବେ । ଆପଣଙ୍କୁ ଅଲଗା ଅଲଗା ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଥିବ, କିନ୍ତୁ ଆପଣ ଧୈର୍ଯ୍ୟର ସହ ସେଗୁଡ଼ିକୁ ସହିଲେ ଓ ଅନୁଭବ କଲେ ଯେ ଯିହୋବା ଆପଣଙ୍କଠାରୁ ଖୁସି ଅଛନ୍ତି । ଆପଣ ଜାଣନ୍ତି ଯେ ସେ ଆପଣଙ୍କୁ ପ୍ରେମ କରନ୍ତି ଓ ଆପଣଙ୍କଠାରୁ ଖୁସି ଅଛନ୍ତି, ତେଣୁ ଆପଣଙ୍କୁ ଆହୁରି ଭରସା ହୋଇଗଲା ଯେ ସେ ଯେଉଁ ପ୍ରତିଜ୍ଞାଗୁଡ଼ିକ କରିଛନ୍ତି ସେଗୁଡ଼ିକ ନିଶ୍ଚୟ ପୂରା ହେବ । ଆରମ୍ଭରେ ଆପଣଙ୍କୁ ଯେଉଁ ଆଶା ମିଳିଥିଲା, ତାହା ଏବେ ଆହୁରି ଦୃଢ଼ ହୋଇଯାଇଛି । ଏବେ ଆପଣଙ୍କୁ ଲାଗେନି ଯେ ଏହା କେବଳ ଶୁଣିବାରେ ଭଲ ଲାଗେ । ଆପଣଙ୍କୁ ପୂରା ଭରସା ଅଛି ଯେ ଏପରି ସତରେ ହେବ । ଆଉ ଏହାର ଆପଣଙ୍କ ଜୀବନରେ ବହୁତ ଗଭୀର ପ୍ରଭାବ ପଡ଼େ । ଆପଣ ଯେପରି ଭାବେ ଜୀବନ ବିତାନ୍ତି, ନିଷ୍ପତ୍ତି ନିଅନ୍ତି, ପରିବାର ସହ ବ୍ୟବହାର କରନ୍ତି, ଏପରିକି ଆପଣ ଯେପରି ଭାବେ ନିଜ ସମୟ ବିତାନ୍ତି, ସେସବୁ ବଦଳି ଯାଏ ।
୧୮. ଯିହୋବା କʼଣ ଗ୍ୟାରେଣ୍ଟି ଦେଇଛନ୍ତି ?
୧୮ ପାଉଲ ଏହା କହିବା ପରେ ଯେ ଆପଣଙ୍କ ଉପରେ ଈଶ୍ୱରଙ୍କ ମଞ୍ଜୁରି ଥିବ, ଆଶା ବିଷୟରେ ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କଥା କହିଲେ । ତାହା ହେଉଛି, ଆପଣଙ୍କ ଆଶା ନିଶ୍ଚୟ ପୂରା ହେବ । କିନ୍ତୁ ଆପଣ ଏହି କଥା ଉପରେ କାହିଁକି ଭରସା କରିପାରିବେ ? ପାଉଲ ଈଶ୍ୱରଙ୍କ ତରଫରୁ ଖ୍ରୀଷ୍ଟିୟାନମାନଙ୍କୁ ଏହା ଗ୍ୟାରେଣ୍ଟି ଦେଲେ, “ଏହି ଆଶା ଆମକୁ ନିରାଶ ହେବା ପାଇଁ ଦିଏ ନାହିଁ କାରଣ ଈଶ୍ୱରଙ୍କ ପ୍ରେମ ଆମ ହୃଦୟରେ ସେହି ପବିତ୍ର ଶକ୍ତି ଜରିଆରେ ପୂର୍ଣ୍ଣ କରାଯାଇଛି, ଯାହା ଆମକୁ ଦିଆଯାଇଥିଲା ।” (ରୋମୀ. ୫:୫, NWT) ତେଣୁ ଆପଣ ପୂରା ଭରସା ରଖିପାରିବେ ଯେ ଈଶ୍ୱର ଆପଣଙ୍କୁ ଯେଉଁ ଆଶା ଦେଇଛନ୍ତି, ତାହା ନିଶ୍ଚୟ ପୂରା ହେବ ।
୧୯. ଆପଣ ନିଜ ଆଶା ବିଷୟରେ କʼଣ ଭରସା ରଖିପାରିବେ ?
୧୯ ପୁଣିଥରେ ଅବ୍ରହାମଙ୍କୁ ମନେପକାନ୍ତୁ । ଯିହୋବା ଅବ୍ରହାମଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ ଓ ନିଜ ସାଙ୍ଗ କହିଥିଲେ, ସେବିଷୟରେ ଭାବନ୍ତୁ । ଅବ୍ରହାମଙ୍କୁ ଯେଉଁ ଆଶା ଦିଆଯାଇଥିଲା ତାହା କାଳ୍ପନିକ ନ ଥିଲା । ବାଇବଲରେ ଲେଖାଅଛି, “ଦୀର୍ଘସହିଷ୍ଣୁ ହୋଇ ଅବ୍ରହାମ ପ୍ରତିଜ୍ଞାର ଫଳ ପ୍ରାପ୍ତ ହୋଇଥିଲେ ।” (ଏବ୍ରୀ ୬:୧୫; ୧୧:୯, ୧୮; ରୋମୀ. ୪:୨୦-୨୨) ଆଉ ଅବ୍ରହାମଙ୍କୁ ‘ନିରାଶ ହେବାକୁ ପଡ଼ିଲାନି,’ ତାଙ୍କ ଆଶା ପୂରା ହେଲା । ଅବ୍ରହାମଙ୍କ ଭଳି ଯଦି ଆପଣ ଯିହୋବାଙ୍କ ବିଶ୍ୱସ୍ତ ରହିବେ, ତେବେ ଆପଣ ବି ‘ନିରାଶ ହେବେନି ।’ ଆପଣଙ୍କ ଆଶା କାଳ୍ପନିକ ନୁହେଁ, ଏହା ଦିନେ ସତରେ ପୂରା ହେବ ! ଏଥିରୁ ଆମକୁ ବହୁତ ଖୁସି ମିଳେ ! (ରୋମୀ. ୧୨:୧୨) ପାଉଲ ଲେଖିଲେ, ‘ସେହି ଆଶାର ଈଶ୍ୱର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଶକ୍ତିରେ ଆଶାର ପ୍ରଚୁରତା ଅନୁଭବ କର ।’—ରୋମୀ. ୧୫:୧୩.
ଗୀତ ୧୩୯ ଜବ୍ ହୋଙ୍ଗେ ନୟି ଦୁନିୟା ମେଁ !
a ଏହି ଲେଖାରେ ଆମେ ଚର୍ଚ୍ଚା କରିବା ଯେ ଆମ ଖ୍ରୀଷ୍ଟିୟାନମାନଙ୍କ ପାଖରେ କʼଣ ଆଶା ଅଛି ଓ ଆମେ କାହିଁକି ଭରସା ରଖିପାରିବା ଯେ ଆମ ଆଶା ନିଶ୍ଚୟ ପୂରା ହେବ । ଆମେ ରୋମୀୟ ୫ ଅଧ୍ୟାୟ ଉପରେ ବି ଚର୍ଚ୍ଚା କରିବା ଓ ଜାଣିବା ଯେ ଏବେଠୁ ଆମ ପାଖରେ ଯେଉଁ ଆଶା ଅଛି, ତାହା କିପରି ସେହି ଆଶାଠାରୁ ଅଲଗା ଯାହା ଆମକୁ ଆରମ୍ଭରେ ବାଇବଲର ସତ୍ୟଗୁଡ଼ିକ ଜାଣିବା ସମୟରେ ମିଳିଥିଲା ।