इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣଙ୍କୁ ମନେ ଅଛି କି ?

ଆପଣଙ୍କୁ ମନେ ଅଛି କି ?

କʼଣ ଆପଣ ଏହି ବର୍ଷର ପ୍ରହରୀଦୁର୍ଗ ପତ୍ରିକାଗୁଡ଼ିକୁ ଧ୍ୟାନର ସହ ପଢ଼ିଛନ୍ତି ? ଦେଖନ୍ତୁ ଯେ ଆପଣ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରନ୍ତି ନା ନାହିଁ:

ସ୍ତ୍ରୀମାନଙ୍କ ସହ ବ୍ୟବହାର କରିବା ବିଷୟରେ ଆମେ ଯିହୋବାଙ୍କଠାରୁ କʼଣ ଶିଖୁ ?

ଯିହୋବା ସ୍ତ୍ରୀମାନଙ୍କ ସହ ଭେଦଭାବ କରନ୍ତି ନାହିଁ, ଏପରି ବି ନୁହେଁ ଯେ ସେ ସ୍ତ୍ରୀମାନଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ଭଲ ପାଆନ୍ତି । ଯିହୋବା ସ୍ତ୍ରୀମାନଙ୍କ ଧ୍ୟାନର ସହ ଶୁଣନ୍ତି, ସେମାନଙ୍କର ଭାବନା ବୁଝନ୍ତି, ତାʼ ସହିତ ସେମାନଙ୍କ ଚିନ୍ତାଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତି । ଯିହୋବା ସେମାନଙ୍କ ଉପରେ ଭରସା କରନ୍ତି, ତେଣୁ ସେମାନଙ୍କୁ ଅଲଗା ଅଲଗା ଦାୟିତ୍ୱ ଦିଅନ୍ତି ।—ପ୍ର୨୪.୦୧, ପୃ ୧୫-୧୬.

ଆମେ ଏଫିସୀୟ ୫:୭ ପଦରେ ଦିଆଯାଇଥିବା ପରାମର୍ଶକୁ କିପରି ମାନିପାରିବା ଯେଉଁଠି ଲେଖାଅଛି, “ସେମାନଙ୍କର ସହଭାଗୀ ହୁଅ ନାହିଁ” ?

ପ୍ରେରିତ ପାଉଲ ଆମକୁ ସତର୍କ କରୁଥିଲେ ଯେ ଆମେ ସେହି ଲୋକମାନଙ୍କ ସହିତ ମିଳାମିଶା କରିବା ନାହିଁ, ଯେଉଁମାନଙ୍କ ଯୋଗୁଁ ଯିହୋବାଙ୍କ ସ୍ତର ମାନିବା ଆମ ପାଇଁ କଠିନ ହୋଇଯିବ । ଏଥିରେ ସେହି ଲୋକମାନେ ସାମିଲ୍‌ ଅଛନ୍ତି ଯେଉଁମାନଙ୍କ ସହିତ ଆମେ ମିଳାମିଶା କରୁ ଓ ଯେଉଁମାନଙ୍କ ସହିତ ଆମେ ସୋସିଆଲ୍‌ ମିଡିଆରେ କଥାବାର୍ତ୍ତା ହେଉ ।—ପ୍ର୨୪.୦୩, ପୃ ୨୨-୨୩.

ଆମେ ମିଛ କାହାଣୀଗୁଡ଼ିକଠାରୁ ଦୂରେଇ ରହିବା ପାଇଁ କʼଣ କରିବା ଉଚିତ୍‌ ?

ହୋଇପାରେ ଆମ କୌଣସି ସାଙ୍ଗ ଆମକୁ ଏପରି ଖବର ଦିଅନ୍ତି, ଯାହା ତାଙ୍କୁ ହିଁ ଜଣା ନ ଥାଏ ଯେ ତାହା ସତ ନା ମିଛ । କିମ୍ବା ଆମକୁ କେହି ଅଜଣା ବ୍ୟକ୍ତି ଇମେଲ୍‌ ପଠାନ୍ତି କିମ୍ବା କୌଣସି ଧର୍ମତ୍ୟାଗୀ ଏପରି ଦେଖାନ୍ତି ଯେ ସେ ସତ୍ୟ ଜାଣିବା ପାଇଁ ଚାହାନ୍ତି । ଆମକୁ ଏସବୁରୁ ଦୂରେଇ ରହିବା ଉଚିତ୍‌ ।—ପ୍ର୨୪.୦୪, ପୃ ୧୨.

ରାଜା ଶଲୋମନ, ସଦୋମ ଓ ହମୋରାର ଲୋକ ଏବଂ ଜଳପ୍ଳାବନରେ ଯେଉଁ ଲୋକମାନଙ୍କ ବିନାଶ ହୋଇଛି ଯିହୋବା ସେମାନଙ୍କ ନ୍ୟାୟ କିପରି କରିବେ, ସେବିଷୟରେ ଆମେ କʼଣ ଜାଣିଛୁ ଓ କʼଣ ଜାଣିନୁ ?

ଆମେ ନିଶ୍ଚିତ ଭାବେ କହିପାରିବା ନାହିଁ ଯେ ଯିହୋବା ସେମାନଙ୍କୁ ସବୁଦିନ ପାଇଁ ବିନାଶ କରିଦେଇଛନ୍ତି । କିନ୍ତୁ ଆମେ ଏହା ନିଶ୍ଚୟ ଜାଣିଛୁ ଯେ ଯିହୋବା ସବୁକିଛି ଜାଣନ୍ତି ଓ ସେ ବହୁତ ଦୟାଳୁ ଅଟନ୍ତି ।—ପ୍ର୨୪.୦୫, ପୃ ୩-୪.

ଯିହୋବା ଆମ “ଶୈଳ,” ଏହା ଜାଣି ଆମକୁ କେଉଁ କଥାର ଭରସା ହୋଇଯାଏ ? (ଦ୍ୱିବି. ୩୨:୪)

ଆମେ ଯିହୋବାଙ୍କ ଆଶ୍ରୟ ନେଇପାରିବା । ସେ ଭରସାଯୋଗ୍ୟ ଓ ନିଜ ପ୍ରତ୍ୟେକ ପ୍ରତିଜ୍ଞା ପୂରା କରନ୍ତି । ଏବଂ ସେ ଶୈଳ ଭଳି ସ୍ଥିର ରହନ୍ତି, ତାଙ୍କ ସ୍ୱଭାବ ଓ ଉଦ୍ଦେଶ୍ୟ କେବେ ବଦଳେ ନାହିଁ ।—ପ୍ର୨୪.୦୬, ପୃ ୨୬-୨୮.

ଆପଣ ନୂଆ ମଣ୍ଡଳୀକୁ କିପରି ଆପଣାଇପାରିବେ ?

ଯିହୋବାଙ୍କ ଉପରେ ଭରସା ରଖନ୍ତୁ । ଯେପରି ଭାବେ ପ୍ରାଚୀନ ସମୟରେ ସେ ନିଜ ସେବକମାନଙ୍କ ସାହାଯ୍ୟ କରିଥିଲେ, ଆଜି ସେ ଆପଣଙ୍କୁ ବି ସାହାଯ୍ୟ କରିବେ । ଆପଣ ନିଜ ନୂଆ ମଣ୍ଡଳୀକୁ ନିଜ ପୁରୁଣା ମଣ୍ଡଳୀ ସହ ତୁଳନା କରନ୍ତୁ ନାହିଁ । ଭାଇଭଉଣୀମାନଙ୍କ ସହିତ ମିଳାମିଶା କରନ୍ତୁ ଓ ମଣ୍ଡଳୀର କାମଗୁଡ଼ିକରେ ସହଯୋଗ କରନ୍ତୁ । ତାʼ ସହିତ ନୂଆ ସାଙ୍ଗ କରିବା ପାଇଁ ଚେଷ୍ଟା କରନ୍ତୁ ।—ପ୍ର୨୪.୦୭, ପୃ ୨୬-୨୮.

ମାଥିଉ ୨୫ ଅଧ୍ୟାୟରେ ଯେଉଁ ତିନୋଟି ଉଦାହରଣ ଦିଆଯାଇଛି ସେଥିରୁ ଆମେ କʼଣ ଶିଖୁ ?

ଆମେ ମେଷ ଓ ଛାଗଗୁଡ଼ିକର ଉଦାହରଣରୁ ଯିହୋବାଙ୍କ ବିଶ୍ୱସ୍ତ ରହିବା ବିଷୟରେ ଶିଖୁ । ସୁବୁଦ୍ଧି ଓ ନିର୍ବୁଦ୍ଧି କନ୍ୟାମାନଙ୍କ ଉଦାହରଣରୁ ଆମେ ସତର୍କ ରହିବା ବିଷୟରେ ଓ ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ରହିବା ବିଷୟରେ ଶିଖୁ । ଆଉ ତୋଡ଼ାର ଉଦାହରଣରୁ ଆମେ ପରିଶ୍ରମୀ ହେବା ଓ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ଜାରି ରଖିବା ବିଷୟରେ ଶିଖୁ ।—ପ୍ର୨୪.୦୯, ପୃ ୨୦-୨୪.

ଶଲୋମନଙ୍କ ମନ୍ଦିରର ବରଣ୍ଡାର ଉଚ୍ଚତା କେତେ ଥିଲା ?

କିଛି ପୁରୁଣା ହସ୍ତଲିପିଗୁଡ଼ିକରେ ୨ ବଂଶାବଳୀ ୩:୪ ପଦରେ ବରଣ୍ଡାର ଉଚ୍ଚତା “୧୨୦” ଲେଖାଅଛି, ଅର୍ଥାତ୍‌ ୧୭୫ ଫୁଟ (୫୩ ମିଟର) । କିନ୍ତୁ କିଛି ଜଣାଶୁଣା ଓ ଭରସାଯୋଗ୍ୟ ହସ୍ତଲିପିଗୁଡ଼ିକରେ ତାର ଉଚ୍ଚତା “୨୦ ହାତ” ଲେଖାଯାଇଛି, ଅର୍ଥାତ୍‌ ପ୍ରାୟ ୩୦ ଫୁଟ (୯ ମିଟର) । ମନ୍ଦିରର କାନ୍ଥ ଯେତେ ମୋଟା ଥିଲା ତାହାକୁ ଧ୍ୟାନରେ ରଖି କୁହାଯାଇପାରିବ ଯେ ବରଣ୍ଡାର ଉଚ୍ଚତା ଏତିକି ହିଁ ଥିବ ।—ପ୍ର୨୪.୧୦, ପୃ ୩୧.

ଜଣେ ସହାୟକ ସେବକ ‘ଏକ ସ୍ତ୍ରୀର ସ୍ୱାମୀ ହୁଅନ୍ତୁ,’ ଏହାର ଅର୍ଥ କʼଣ ? (୧ ତୀମ. ୩:୧୨)

ଏହାର ଅର୍ଥ ହେଉଛି ଯେ ତାଙ୍କୁ କେବଳ ଜଣେ ସ୍ତ୍ରୀଙ୍କୁ ବାହା ହେବା ଉଚିତ୍‌ ଓ ଅନ୍ୟ କାହାରି ସହିତ ଅନୈତିକ ଯୌନ ସମ୍ପର୍କ ରଖିବା ଉଚିତ୍‌ ନୁହେଁ । ତାʼଛଡ଼ା ତାଙ୍କୁ କେବେ ବି ଅନ୍ୟ ସ୍ତ୍ରୀକୁ ଖରାପ ଦୃଷ୍ଟିରେ ଦେଖିବା ଓ ତାଙ୍କ ସହିତ ଅଧିକ ମିଳାମିଶା କରିବା ଉଚିତ୍‌ ନୁହେଁ ।—ପ୍ର୨୪.୧୧, ପୃ ୧୮-୧୯.

ଆମେ କାହିଁକି ଏପରି କହିପାରିବା ଯେ ଯୋହନ ୬:୫୩ ପଦରେ ଯୀଶୁ ଏହା କହୁ ନ ଥିଲେ ଯେ ତାଙ୍କ ମୃତ୍ୟୁର ସମାରୋହ କିପରି ପାଳନ କରାଯିବା ଉଚିତ୍‌ ?

ଯୋହନ ୬:୫୩ ପଦରେ ମନୁଷ୍ୟ ପୁତ୍ରଙ୍କ ମାଂସ ଭୋଜନ କରିବା ଓ ତାହାଙ୍କ ରକ୍ତ ପାନ କରିବା ବିଷୟରେ କୁହାଯାଇଛି । ଯୀଶୁ ଏହି କଥା ୩୨ ଖ୍ରୀଷ୍ଟାବ୍ଦରେ ଗାଲିଲୀୟରେ ରହୁଥିବା ସେହି ଯିହୁଦୀମାନଙ୍କ ବିଷୟରେ କହିଲେ ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ କରୁ ନ ଥିଲେ । କିନ୍ତୁ ଯୀଶୁଙ୍କ ମୃତ୍ୟୁର ସମାରୋହର ଆରମ୍ଭ ଏହାର ଗୋଟିଏ ବର୍ଷ ପରେ ଯିରୂଶାଲମରେ ହେଲା । ସେସମୟରେ ସେ ସେହି ଲୋକମାନଙ୍କ ସହିତ କଥା ହେଉଥିଲେ ଯେଉଁମାନେ ତାଙ୍କ ସହ ସ୍ୱର୍ଗରେ ଶାସନ କରନ୍ତେ ।—ପ୍ର୨୪.୧୨, ପୃ ୧୦-୧୧.