ଅଧ୍ୟୟନ ପାଇଁ ବିଷୟ
ଯିହୋବାଙ୍କ ବିଶ୍ୱସ୍ତ ସେବକମାନେ ନିଜ ପ୍ରତିଜ୍ଞା ପୂରା କରନ୍ତି
ବିଚାରକର୍ତ୍ତା ୧୧:୩୦-୪୦ ପଢ଼ନ୍ତୁ ଓ ଜାଣନ୍ତୁ ଯେ ମାନତ କିମ୍ବା ପ୍ରତିଜ୍ଞା ପୂରା କରିବା ବିଷୟରେ ଆମେ ଯିପ୍ତହ ଓ ତାଙ୍କ ଝିଅଙ୍କଠାରୁ କʼଣ ଶିଖୁ ।
ଅଧିକ ଜାଣିବା ପାଇଁ ଆଖପାଖର ପଦଗୁଡ଼ିକ ପଢ଼ନ୍ତୁ । ଯେବେ ଜଣେ ବିଶ୍ୱସ୍ତ ଇସ୍ରାଏଲୀୟ ଯିହୋବାଙ୍କ ପାଇଁ ମାନତ କରୁଥିଲେ, ତେବେ ତାହା ତାଙ୍କ ଜୀବନରେ କେତେ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା ? (ଗଣ. ୩୦:୨) ଯିପ୍ତହ ଓ ତାଙ୍କ ଝିଅ କିପରି ଦେଖାଇଲେ ଯେ ସେମାନେ ଯିହୋବାଙ୍କ ଉପରେ ବିଶ୍ୱାସ କରନ୍ତି ?—ବିଚା. ୧୧:୯-୧୧, ୧୯-୨୪, ୩୬.
ଗଭୀର ଭାବେ ଅନୁସନ୍ଧାନ କରନ୍ତୁ । ଯେବେ ଯିପ୍ତହ ଯିହୋବାଙ୍କୁ ମାନତ କରିଲେ, ତେବେ ସେ ପ୍ରକୃତରେ କʼଣ ପ୍ରତିଜ୍ଞା କରୁଥିଲେ ? (ପ୍ର୧୬.୦୪-ହି ପୃ ୭ ¶୧୨) ଯିପ୍ତହ ଓ ତାଙ୍କ ଝିଅ ନିଜ ମାନତ ପୂରା କରିବା ପାଇଁ କʼଣ ତ୍ୟାଗ କଲେ ? (ପ୍ର୧୬.୦୪-ହି ପୃ ୭-୮ ¶୧୪-୧୬) ଆଜି ଜଣେ ଖ୍ରୀଷ୍ଟିୟାନ ହୁଏତ ଯିହୋବାଙ୍କୁ କେଉଁ ପ୍ରତିଜ୍ଞା କରିବେ ?—ପ୍ର୧୭.୦୪-ହି ପୃ ୫-୮ ¶୧୦-୧୯.
ଭାବନ୍ତୁ ଯେ ଆପଣ କʼଣ ଶିଖିଲେ । ନିଜକୁ ପଚାରନ୍ତୁ:
-
‘ମୋତେ ନିଜ ସମର୍ପଣର ପ୍ରତିଜ୍ଞା ପୂରା କରିବା ପାଇଁ କʼଣ କରିବାକୁ ପଡ଼ିବ ?’ (ପ୍ର୨୦.୦୩-ହି ପୃ ୧୩ ¶୨୦)
-
‘ଯିହୋବାଙ୍କ ଆହୁରି ଅଧିକ ସେବା କରିବା ପାଇଁ ମୁଁ କʼଣ ତ୍ୟାଗ କରିପାରିବି ?’
-
‘ମୁଁ ନିଜ ବିବାହ ଶପଥ ପୂରା କରିବା ପାଇଁ କʼଣ କରିପାରିବି ?’ (ମାଥି. ୧୯:୫, ୬; ଏଫି. ୫:୨୮-୩୩)