ଜୀବନ କାହାଣୀ
‘ମୁଁ ଯିହୋବାଙ୍କ ସେବା କରିବାକୁ ଚାହୁଁଥିଲି’
ଆମେ ସୁରିନାମର ଘଞ୍ଚ ଜଙ୍ଗଲରେ ଗ୍ରାନପୂରୀ ଗାଁ ପାଖରେ କିଛି ଲୋକମାନଙ୍କୁ ଭେଟିବାକୁ ଯାଇଥିଲୁ । ସେମାନଙ୍କୁ ଭେଟିବା ପରେ ଆମେ ଗୋଟିଏ ଲମ୍ବା ଡଙ୍ଗାରେ ଚଢ଼ିଲୁ ଓ ତାପାନାହୋନି ନଦୀ ଦେଇ ଯାଉଥିଲୁ । ଯେବେ ଆମେ ନଦୀରୁ ସେହି ଜାଗାରେ ପହଞ୍ଚିଲୁ ଯେଉଁଠି ପାଣି ଖୁବ୍ ବେଗରେ ବହୁଥିଲା, ସେସମୟରେ ଆମ ଡଙ୍ଗାରେ ଲାଗିଥିବା ମୋଟରର ଗୋଟିଏ ଭାଗ ଗୋଟିଏ ବଡ଼ ପଥରରେ ଯାଇ ପିଟି ହେଲା । ତୁରନ୍ତ ଡଙ୍ଗାର ଆଗ ଭାଗ ପାଣିର ଭିତରେ ପଶିଗଲା ଓ ଆମେ ସମସ୍ତେ ବୁଡ଼ିବାକୁ ଲାଗିଲୁ । ମୁଁ ବହୁତ ଡରି ଗଲି । ମୁଁ ବହୁତ ବର୍ଷରୁ ନଦୀରେ ଯାତ୍ରା କରି ସର୍କିଟ କାମ କରୁଥିଲି, ତଥାପି ମୋତେ ପହଁରା ଆସୁ ନ ଥିଲା ।
ମୁଁ ନିଜ କାହାଣୀ କହିବା ପୂର୍ବରୁ ଏହା କହିବା ପାଇଁ ଚାହେଁ ଯେ ମୁଁ ପୂର୍ଣ୍ଣ ସମୟର ସେବା କିପରି ଆରମ୍ଭ କଲି ।
ମୋ ଜନ୍ମ ୧୯୪୨ ମସିହାରେ କ୍ୟୁରସୋ ନାମକ ଗୋଟିଏ ସୁନ୍ଦର ଦ୍ୱୀପରେ ହୋଇଥିଲା, ଯାହା କାରିବିଆନ ଦ୍ୱୀପ ସମୂହରେ ଆସେ । ମୋ ବାପା ସୁରିନାମ ଦେଶର ଥିଲେ, କିନ୍ତୁ କାମ ଯୋଗୁଁ ସେ କ୍ୟୁରସୋ ଦ୍ୱୀପରେ ଆସି ରହୁଥିଲେ । ମୋ ଜନ୍ମ ହେବାର କିଛି ବର୍ଷ ପୂର୍ବେ ହିଁ ସେ ବାପ୍ତିସ୍ମ ନେଇଥିଲେ । ସେହି ଦ୍ୱୀପରେ ସବୁଠୁ ପ୍ରଥମେ ଯେଉଁ ଲୋକମାନେ ଯିହୋବାଙ୍କ ସାକ୍ଷୀ ହେଲେ, ସେମଧ୍ୟରୁ ମୋ ବାପା ବି ଜଣେ ଥିଲେ । a ସେ ଆମ ବାଇବଲ ଅଧ୍ୟୟନ କରୁଥିଲେ । ବେଳେବେଳେ ଆମେ ଚେଷ୍ଟା କରୁଥିଲୁ ଯେ ଆମ ଅଧ୍ୟୟନ ନ ହେଉ, ତଥାପି ବାପା ସବୁ ସପ୍ତାହ ଆମ ସହ ଅଧ୍ୟୟନ କରୁଥିଲେ । ଯେବେ ମୁଁ ୧୪ ବର୍ଷର ହେଲି, ତେବେ ଆମ ପୂରା ପରିବାର ପୁଣି ସୁରିନାମକୁ ଫେରିଗଲା, କାରଣ ମୋ ଜେଜେମାଙ୍କ ବହୁତ ବୟସ ହୋଇଯାଇଥିଲା ଆଉ ତାଙ୍କୁ ଦେଖାରେଖା କରିବାର ଆବଶ୍ୟକ ଥିଲା ।
ସାଙ୍ଗମାନଙ୍କ ଭଲ ପ୍ରଭାବ
ସୁରିନାମରେ ଥିବା ସମୟରେ ମୁଁ ମଣ୍ଡଳୀରେ ଏପରି ଭାଇଭଉଣୀମାନଙ୍କ ସହିତ ସାଙ୍ଗ ହେଲି, ଯେଉଁମାନେ ଉତ୍ସାହର ସହିତ ଯିହୋବାଙ୍କ ସେବା କରୁଥିଲେ । ସେମାନେ ମୋଠାରୁ କିଛି ବର୍ଷର ହିଁ ବଡ଼ ଥିଲେ ଓ ସେମାନେ ଅଗ୍ରଦୂତ ସେବା କରୁଥିଲେ । ଯେବେ ସେମାନେ ପ୍ରଚାର କରିବା ବିଷୟରେ ଓ କୌଣସି ଭଲ ଅନୁଭବ ବିଷୟରେ କହୁଥିଲେ, ତେବେ ସେମାନଙ୍କ ମୁହଁରେ ଗୋଟିଏ ଅନ୍ୟ ପ୍ରକାରର ଖୁସି ରହୁଥିଲା । ଆମେ ପ୍ରାୟ ସଭା ପରେ ଖୋଲା ଆକାଶ ତଳେ ବସୁଥିଲୁ, ତାରାଗୁଡ଼ିକୁ ଦେଖୁଥିଲୁ ଏବଂ ବାଇବଲ ଉପରେ କଥା ହେଉଥିଲୁ । କିଛି ସମୟ ପରେ ମୁଁ ଭାବିନେଲି ଯେ ମୁଁ ବି ନିଜ ସାଙ୍ଗମାନଙ୍କ ଭଳି ହେବି । ସେମାନଙ୍କ ଭଳି ମୁଁ ବି ଯିହୋବାଙ୍କ ସେବା କରିବାକୁ ଚାହୁଁଥିଲି । ତାʼପରେ ୧୬ ବର୍ଷ ବୟସରେ ମୁଁ ବାପ୍ତିସ୍ମ ନେଲି ଓ ୧୮ ବର୍ଷ ବୟସରେ ମୁଁ ଅଗ୍ରଦୂତ ସେବା ଆରମ୍ଭ କରିଦେଲି ।
ଅନେକ ଜରୁରୀ କଥା ଶିଖିଲି
ଅଗ୍ରଦୂତ ସେବା କରିବା ସମୟରେ ମୁଁ ବହୁତ କିଛି ଶିଖିଲି ଯାହା ଆଗକୁ ଯାଇ ମଧ୍ୟ ମୋର କାମରେ ଆସିଲା । ଯେପରି, ମୁଁ ଶିଖିଲି ଯେ ଅନ୍ୟମାନଙ୍କୁ ଟ୍ରେନିଙ୍ଗ୍ ଦେବା କିମ୍ବା ଶିଖାଇବା ବହୁତ ଜରୁରୀ । ଯେବେ ମୁଁ ଅଗ୍ରଦୂତ ସେବା ଆରମ୍ଭ କରିଥିଲି, ତେବେ ଭାଇ ୱିଲିୟମ୍ ୱାନ୍ ସେଲ୍ ମୋତେ ବହୁତ କିଛି ଶିଖାଇଲେ । b ସେ ଜଣେ ମିଶନାରୀ ଥିଲେ । ସେ ମୋତେ ମଣ୍ଡଳୀରେ ଭଲଭାବେ ଦାୟିତ୍ୱ ତୁଲାଇବା ପାଇଁ ସାହାଯ୍ୟ କଲେ । ସେସମୟରେ ମୁଁ ଜାଣି ନ ଥିଲି ଯେ ମୋର ଏହି ଟ୍ରେନିଙ୍ଗ୍ ଏତେ କାମରେ ଆସିବ, ତାʼର ଗୋଟେ ବର୍ଷ ପରେ ଯେବେ ମୋତେ ସୁରିନାମର ଘଞ୍ଚ ଜଙ୍ଗଲରେ ବିଶେଷ ଅଗ୍ରଦୂତ ଭାବେ ସେବା କରିବା ପାଇଁ ପଠାଗଲା, ତେବେ ଏହି ଟ୍ରେନିଙ୍ଗ୍ ମୋର ବହୁତ କାମରେ ଆସିଲା । ସେଇଠି ଭାଇଭଉଣୀମାନେ ଛୋଟ ଛୋଟ ସମୂହରେ ଏକାଠି ହେଉଥିଲେ ଏବଂ ମୋତେ ସେମାନଙ୍କର ନେତୃତ୍ୱ ନେବା ପାଇଁ କୁହାଯାଇଥିଲା । ଭାଇ ୱିଲିୟମ ଓ ତାଙ୍କ ପରି ଅନ୍ୟ ଭାଇମାନଙ୍କର ମୁଁ ବହୁତ କୃତଜ୍ଞ ଅଟେ କାରଣ ସେମାନେ ମୋତେ ଠିକ୍ ସମୟରେ ଟ୍ରେନିଙ୍ଗ୍ ଦେଲେ । ମୁଁ ବି ସେମାନଙ୍କ ଭଳି ଅନ୍ୟମାନଙ୍କୁ ସମୟ ବାହାର କରି ଟ୍ରେନିଙ୍ଗ୍ ଦେବା ପାଇଁ ଚେଷ୍ଟା କରେ ।
ଦ୍ୱିତୀୟ କଥା ମୁଁ ଏହା ଶିଖିଲି ଯେ ସାଦା ଜୀବନ ବିତାଇଲେ ଓ ପୂର୍ବରୁ ଯୋଜନା କଲେ ବହୁତ ଲାଭ ହୁଏ । ଆମକୁ ନିଜ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରତି ମାସ କିଛି ପଇସା ଦିଆଯାଉଥିଲା, ଯାହା ଆମକୁ ଭାବିଚିନ୍ତି ଖର୍ଚ୍ଚ କରିବାର ଥିଲା । ତେଣୁ ମୁଁ ଓ ମୋ ଅଗ୍ରଦୂତ ପାର୍ଟନର୍ ପ୍ରତି ମାସର ଆରମ୍ଭରେ ଭାବୁଥିଲୁ ଯେ ଆମକୁ ପୂରା ମାସରେ କେଉଁ କେଉଁ ଜିନିଷ ଦରକାର ପଡ଼ିବ । ତାʼପରେ ଆମ ମଧ୍ୟରୁ ଜଣେ ଘଞ୍ଚ ଜଙ୍ଗଲ ଥିବା ରାସ୍ତାରୁ ସହରକୁ ଯାଉଥିଲା ଓ ସେଠାରୁ ଖାଇବା ପିଇବା ଓ ଅନ୍ୟ ଜରୁରୀ ଜିନିଷଗୁଡ଼ିକୁ କିଣିକି ଆଣୁଥିଲା । ଆମକୁ ଏକଥାର ଧ୍ୟାନ ରଖିବାର ଥିଲା ଯେ ସେହି ଜିନିଷଗୁଡ଼ିକ ପୂରା ମାସ ଯାଏ ଚାଲୁ, ନହେଲେ ଆମକୁ ଏହି ଘଞ୍ଚ ଜଙ୍ଗଲରେ କିଏ ସାହାଯ୍ୟ କରନ୍ତା ! ସାଦା ଜୀବନ ବିତାଇବାରୁ ଓ ଭଲ ଯୋଜନା କରିବାରୁ ମୁଁ ସାରା ଜୀବନ ଯିହୋବାଙ୍କ ସେବା ମନ ଧ୍ୟାନ ଦେଇ କରିପାରିଲି ।
ତୃତୀୟ କଥା ମୁଁ ଶିଖିଲି ଯେ ଯେବେ ଆମେ ଲୋକମାନଙ୍କୁ ସେମାନଙ୍କ ଭାଷାରେ ଖୁସିର ଖବର ଶୁଣାଉ ତେବେ ତାହା ସେମାନଙ୍କ ହୃଦୟକୁ ଛୁଇଁପାରେ । ମୁଁ ଡଚ୍, ଇଂରାଜୀ, ପାପିୟାମେନ୍ଟୋ ଓ ଶ୍ରାନାନ୍ଟୋନ୍ଙ୍ଗୋ (ଏହି ଭାଷାକୁ ଶ୍ରାନାନ୍ ବି କୁହାଯାଏ) ଭାଷା ଜାଣୁଥିଲି, ଏହି ଭାଷା ସାଧାରଣତଃ ସୁରିନାମରେ ଲୋକମାନେ କଥାବାର୍ତ୍ତା ହେଉଥିଲେ । କିନ୍ତୁ ମୁଁ ଦେଖିଲି ଯେ ଯେବେ ଆମେ ଜଙ୍ଗଲରେ ରହୁଥିବା ଲୋକମାନଙ୍କୁ ସେମାନଙ୍କ ଭାଷାରେ ପ୍ରଚାର କରୁଥିଲୁ, ତେବେ ସେମାନେ ଆହୁରି ଭଲଭାବେ ଆମ କଥା ଶୁଣୁଥିଲେ । କିନ୍ତୁ କିଛି ଭାଷା ଶିଖିବା ମୋ ପାଇଁ ବହୁତ କଷ୍ଟ ଥିଲା, ଯେପରି ସାରାମାକାନ୍ ଭାଷା । ସେହି ଭାଷାରେ ଯଦି ସ୍ୱରକୁ ବଢ଼ାଇ ଦିଆଯାଏ କିମ୍ବା କମାଇ ଦିଆଯାଏ ତେବେ ତାʼର ପୂରା ଅର୍ଥ ହିଁ ବଦଳିଯାଏ । କିନ୍ତୁ ମୁଁ ବହୁତ ଖୁସି ଯେ ମୁଁ ପରିଶ୍ରମ କଲି ଓ ସେମାନଙ୍କ ଭାଷା ଶିଖିଲି । ତେଣୁ ମୁଁ ଅନେକ ଲୋକମାନଙ୍କୁ ସତ୍ୟ ଶିଖାଇପାରିଲି ।
ଏହା ସତ ଯେ ସେମାନଙ୍କ ଭାଷା କହିବାରେ ମୋ ଦ୍ୱାରା କିଛି ଭୁଲ ବି ହେଲା । ଯେପରି, ଥରେ ଜଣେ ସାରାମାକାନ୍ ଭାଷା କହୁଥିବା ଜଣେ ବାଇବଲ ବିଦ୍ୟାର୍ଥୀଙ୍କ ପେଟ କାଟୁଥିଲା, ମୁଁ ତାଙ୍କୁ ପଚାରିବାକୁ ଚାହୁଁଥିଲି ଯେ ସେ କେମିତି ଅଛନ୍ତି । କିନ୍ତୁ ମୁଁ ତାଙ୍କୁ ପଚାରିଲି କʼଣ ତମେ ଗର୍ଭବତୀ ଅଛ । ଆପଣ ଭାବିପାରୁ ଥିବେ ତାଙ୍କୁ କେତେ ଲାଜ ଲାଗିଥିବ । ଏପରି ଭୁଲ କରିବା ସତ୍ତ୍ୱେ ମୁଁ ହାର ମାନିଲିନି । ମୁଁ ଯେଉଁଠି ବି ଗଲି, ସେଠାକାର ଲୋକମାନଙ୍କର ଭାଷାରେ କଥା ହେବା ପାଇଁ ପୂରା ଚେଷ୍ଟା କରୁଥିଲି ।
ଆହୁରି ଦାୟିତ୍ୱ ମିଳିଲା
୧୯୭୦ ମସିହାରେ ମୋତେ ସର୍କିଟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା । ସେହିବର୍ଷ ମୁଁ ସୁରିନାମର ଜଙ୍ଗଲରେ ଛୋଟ ଛୋଟ ସମୂହଗୁଡ଼ିକର ପରିଦର୍ଶନ କଲି ଏବଂ ସେମାନଙ୍କୁ ଆମ ବିଶ୍ୱ ମୁଖ୍ୟାଳୟର ଗୋଟିଏ ଫିଲ୍ମ ଦେଖାଇଲି । ସେଥିରେ ବହୁତଗୁଡ଼ାଏ ଚିତ୍ର ଥିଲା ଯାହାକୁ ସ୍ଲାଇଡ୍ ପ୍ରୋଗ୍ରାମ୍ କୁହାଯାଉଥିଲା । ତାʼର ନାମ ଥିଲା, “ଯିହୋବାଙ୍କ ସାକ୍ଷୀମାନଙ୍କର ବିଶ୍ୱ ମୁଖ୍ୟାଳୟର ପରିଦର୍ଶନ ।” ସେହି ସମୂହଗୁଡ଼ିକ ପାଖକୁ ପହଞ୍ଚିବା ପାଇଁ ମୁଁ ଓ କିଛି ଭାଇମାନେ କାଠରେ ତିଆରି ଗୋଟିଏ ଛୋଟିଆ ପତଳା ଡଙ୍ଗାରେ ଯାଉଥିଲୁ । ସେହି ଛୋଟିଆ ଡଙ୍ଗାରେ ଆମେ ସ୍ଲାଇଡ୍ ଚଳାଇବା ପାଇଁ ପ୍ରୋଜେକ୍ଟର, ଜେନେରେଟର, ଲଣ୍ଠନ ଓ ପେଟ୍ରୋଲର ଗୋଟିଏ ଡବା ନେଉଥିଲୁ । ସେଠାରେ ପହଞ୍ଚି ଆମେ ସେହି ଜିନିଷଗୁଡ଼ିକୁ ଉଠାଇ, ଯେଉଁ ଜାଗାରେ କାର୍ଯ୍ୟକ୍ରମ ହେଉଥିଲା ସେହି ଜାଗାକୁ ନେଉଥିଲୁ । ସେହି ସମୂହଗୁଡ଼ିକ ପାଖକୁ ପହଞ୍ଚିବା ପାଇଁ ବହୁତ କଠିନ ପରିଶ୍ରମ ଲାଗୁଥିଲା । କିନ୍ତୁ ସେହି ପରିଦର୍ଶନର ଗୋଟିଏ ଭଲ କଥାଥିଲା ଯେ କାର୍ଯ୍ୟକ୍ରମ ଦେଖି ଲୋକମାନେ ବହୁତ ଖୁସି ହୋଇଯାଉଥିଲେ ! ଆଉ ମୁଁ ବହୁତ ଖୁସି ଯେ ମୋତେ ଯିହୋବା ଓ ତାଙ୍କ ସଂଗଠନ ବିଷୟରେ ସେହି ଲୋକମାନଙ୍କୁ ଶିଖାଇବାର ସୁଯୋଗ ମିଳିଲା । ଏହା ସତ ଯେ ଆମକୁ ବହୁତ ସମସ୍ୟାର ମଧ୍ୟ ସାମନା କରିବାକୁ ପଡ଼ିଲା, କିନ୍ତୁ ଆମକୁ ଯେଉଁ ଆଶିଷଗୁଡ଼ିକ ମିଳିଲା ତା ସାମନାରେ ଏହି ସମସ୍ୟାଗୁଡ଼ିକ କିଛି ବି ନୁହଁ !
ତ୍ରିଗୁଣ ରଜ୍ଜୁରେ ତିଆରି ରଶି
ମୁଁ ଜାଣିଥିଲି ଯେ ଯଦି ମୁଁ ବିବାହ କରିବି ନାହିଁ, ତାହେଲେ ମୁଁ ଯିହୋବାଙ୍କ ଆହୁରି ଭଲଭାବେ ସେବା କରିପାରିବି, କିନ୍ତୁ ମୋତେ ଜଣେ ଜୀବନ ସାଥୀର ଆବଶ୍ୟକତା ଅନୁଭବ ହେଲା । ତେଣୁ ମୁଁ ଯିହୋବାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲି ଯେ ମୋତେ ଜଣେ ଏପରି ସ୍ତ୍ରୀ ଦିଅନ୍ତୁ, ଯିଏ ମୋ ସହିତ ସୁରିନାମ ଜଙ୍ଗଲରେ ଖୁସିର ସହ ପୂର୍ଣ୍ଣ ସମୟର ସେବା କରିପାରିବ । ବର୍ଷେ ପରେ ମୁଁ ଏଥେଲ ନାମକ ଜଣେ ବିଶେଷ ଅଗ୍ରଦୂତ ଭାବେ ସେବା କରୁଥିବା ଜଣେ ଭଉଣୀଙ୍କୁ ପସନ୍ଦ କଲି ଓ ଆମେ ଦୁହେଁ ପରସ୍ପରକୁ ଜାଣିବାକୁ ଲାଗିଲୁ । ଏଥେଲଙ୍କ ମନରେ ଯିହୋବାଙ୍କ ସେବା କରିବା ପାଇଁ ବହୁତ ଇଚ୍ଛା ଥିଲା ଓ ସେ ବହୁତ ପରିଶ୍ରମୀ ଥିଲେ । ସେ ଛୋଟବେଳୁ ପ୍ରେରିତ ପାଉଲଙ୍କ ଭଳି ହେବା ପାଇଁ ଚାହୁଁଥିଲେ ଓ ଅଧିକରୁ ଅଧିକ ପ୍ରଚାର କରିବା ପାଇଁ ଚାହୁଁଥିଲେ । ସେପ୍ଟେମ୍ବର ୧୯୭୧ ମସିହାରେ ଆମେ ବିବାହ କରିନେଲୁ ଓ ତାʼପରେ ଆମେ ଦୁହେଁ ସର୍କିଟ କାମ ଆରମ୍ଭ କଲୁ ।
ଏଥେଲଙ୍କ ପରିବାର ଲୋକମାନଙ୍କ ପାଖରେ ଅଧିକ ପଇସା ନ ଥିଲା । ସେମାନେ କମ୍ ଜିନିଷରେ ଚଳିବା ଜାଣିଥିଲେ । ତେଣୁ ଏଥେଲ ସର୍କିଟ କାମରେ ଭଲଭାବେ ଖାପଖୁଆଇ ପାରିଲେ । ଯେପରି, ଯେବେ ଆମେ ଘଞ୍ଚ ଜଙ୍ଗଲ ଦେଇ ମଣ୍ଡଳୀଗୁଡ଼ିକର ପରିଦର୍ଶନ କରୁଥିଲୁ, ତେବେ ଆମେ ନିଜ ସହିତ କମ୍ ଜିନିଷ ନେଉଥିଲୁ । ଆମେ ନଦୀଗୁଡ଼ିକରେ ଗାଧୋଉ ଥିଲୁ ଓ ସେଇଠି ନିଜ କପଡ଼ା ଧୋଉଥିଲୁ । ଭାଇଭଉଣୀମାନେ ଜଙ୍ଗଲରୁ ଯାହା ବି ଶିକାରକରି ଆଣୁଥିଲେ, ତାହା ଆମେ ଖାଉଥିଲୁ । ଯେପରି, ଅନେକଥର ଆମେ ଇଗୁଆନା ପଶୁ ଓ ପିରାନା ମାଛ ମଧ୍ୟ ଖାଇଲୁ ! ଯେବେ ଖାଇବା ପାଇଁ ଆମ ପାଖରେ ପ୍ଲେଟ ରହୁ ନ ଥିଲା, ତେବେ ଆମେ କଦଳୀ ପତ୍ରରେ ଖାଉଥିଲୁ ଓ ଯେବେ ଆମ ପାଖରେ କଣ୍ଟା ଉପ. ୪:୧୨) ଯଦି କେହି ଆମକୁ ଦୁନିଆର ସବୁ ଧନ ସମ୍ପତ୍ତି ଦେଇ କହନ୍ତେ ଯେ ଏହି ଜୀବନ ଛାଡ଼ିଦିଅ, ତେବେ ମଧ୍ୟ ଆମେ ତାହା ଛାଡ଼ି ନ ଥାʼନ୍ତୁ !
ଚାମଚ ନ ଥିଲା ତେବେ ଆମେ ହାତରେ ଖାଉଥିଲୁ । ମୁଁ ଆଉ ଏଥେଲ ଅନୁଭବ କଲୁ ଯେ ଯିହୋବାଙ୍କ ସେବା କରିବା ପାଇଁ ଆମେ ଯେଉଁ ତ୍ୟାଗ କଲୁ ତାʼଯୋଗୁଁ ଆମେ ପରସ୍ପରର ଓ ଯିହୋବାଙ୍କ ଆହୁରି ନିକଟତର ହୋଇପାରିଲୁ । ସତରେ, ତିନୋଟି ସୂତାରେ ତିଆରି ରଶି ଆହୁରି ଦୃଢ଼ ହୋଇଯାଇଛି । (ଥରେ ଯେବେ ଆମେ ଘଞ୍ଚ ଜଙ୍ଗଲରୁ ଭାଇମାନଙ୍କ ସହ ଭେଟି ଫେରୁଥିଲୁ, ତେବେ ଆମ ସହିତ ସେହି ଘଟଣା ହେଲା ଯାହା ମୁଁ ଆରମ୍ଭରେ କହିଥିଲି । ଯେବେ ନଦୀର ପାଣି ଖୁବ୍ ବେଗରେ ବହିଲା, ତେବେ ଆମ ଡଙ୍ଗା ପାଣି ଭିତରକୁ ପଶିଗଲା କିନ୍ତୁ ତୁରନ୍ତ ପାଣିରୁ ବାହାରି ବି ଗଲା । କିନ୍ତୁ ଭଲ କଥା ଏହା ଯେ ଆମେ ଲାଇଫ୍ ଜ୍ୟାକେଟ ପିନ୍ଧିଥିଲୁ ଓ ଆମେ ଡଙ୍ଗାରୁ ପଡ଼ିଲୁ ନାହିଁ । କିନ୍ତୁ ଆମ ଡଙ୍ଗାରେ ପୂରା ପାଣି ପଶିଯାଇଥିଲା । ତେଣୁ ଆମେ ତୁରନ୍ତ ନିଜ ଡବାରୁ ଖାଇବା ଜିନିଷ ସବୁ କାଢ଼ି ନଦୀରେ ଫିଙ୍ଗିଦେଲୁ ଓ ସେହି ଖାଲି ଡବାଗୁଡ଼ିକରୁ ଡଙ୍ଗାର ପାଣି ବାହାର କରିବାକୁ ଲାଗିଲୁ ।
ଏବେ ଆମ ପାଖରେ ଖାଇବା ପାଇଁ କିଛି ବି ନ ଥିଲା, ତେଣୁ ଆମେ ମାଛ ଧରିବା ପାଇଁ ଚେଷ୍ଟା କଲୁ । କିନ୍ତୁ ଆମେ ଗୋଟିଏ ବି ଧରିପାରିଲୁ ନାହିଁ । ତାʼପରେ ଆମେ ଯିହୋବାଙ୍କୁ ପ୍ରାର୍ଥନା କଲୁ ଓ କହିଲୁ ଯେ ଆମକୁ ଆଜିର ଖାଦ୍ୟ ଦିଅନ୍ତୁ । ପ୍ରାର୍ଥନା କରିବାର ତୁରନ୍ତ ପରେ ଜଣେ ଭାଇ ମାଛ ଧରିବା ପାଇଁ କଣ୍ଟା ପାଣିରେ ବୁଡ଼ାଇଲେ ଓ ସେଥିରେ ଗୋଟିଏ ବଡ଼ ମାଛ ଫସିଗଲା ! ତାହା ଏତେ ବଡ଼ ଥିଲା ଯେ ଆମ ପାଞ୍ଚ ଜଣଙ୍କ ପାଇଁ ଯଥେଷ୍ଟ ହୋଇଗଲା ।
ସ୍ୱାମୀ, ବାପା ଓ ସର୍କିଟ ଅଧ୍ୟକ୍ଷର ଦାୟିତ୍ୱଗୁଡ଼ିକ ପୂରା କଲି
ସର୍କିଟ କାମ କରିବାର ପାଞ୍ଚ ବର୍ଷ ପରେ କିଛି ଏପରି ହେଲା ଯାହା ଆମେ ସ୍ୱପ୍ନରେ ବି ଭାବି ନ ଥିଲୁ । ଆମକୁ ଜଣାପଡ଼ିଲା ଯେ ଆମେ ବାପାମାଆ ହେବାକୁ ଯାଉଛୁ । ଏହା ଶୁଣି ଆମକୁ ବହୁତ ଖୁସି ଲାଗିଲା, କିନ୍ତୁ ଆମକୁ ଏହା ବି ଚିନ୍ତା ହେଉଥିଲା ଯେ ଆଗକୁ କʼଣ ହେବ । ମୁଁ ଓ ଏଥେଲ ହୃଦୟରୁ ଚାହୁଁଥିଲୁ ଯେ ଆମେ ଲଗାତାର ପୂର୍ଣ୍ଣ ସମୟର ସେବା କରୁ । ୧୯୭୬ ମସିହାରେ ଆମ ପୁଅ ଏଥନିଏଲ୍ ଜନ୍ମ ହେଲା ଓ ଅଢ଼େଇ ବର୍ଷ ପରେ ଆମ ଆଉ ଗୋଟିଏ ପୁଅ ଜିୟୋୱାନି ଜନ୍ମ ହେଲା ।
ସେସମୟରେ ସୁରିନାମରେ ଭାଇମାନଙ୍କର ବହୁତ ଆବଶ୍ୟକ ଥିଲା, ତେଣୁ ଶାଖା କାର୍ଯ୍ୟାଳୟ ମୋତେ କହିଲା ଯେ ମୁଁ ସର୍କିଟ ଅଧ୍ୟକ୍ଷ ଭାବେ ସେବା କରିବା ଜାରି ରଖେ । ଯେବେ ପିଲାମାନେ ଛୋଟ ଥିଲେ, ତେବେ ମୋତେ ଏପରି ଜାଗାଗୁଡ଼ିକରେ ସର୍କିଟ କାମ କରିବା ପାଇଁ କୁହାଗଲା ଯେଉଁଠି କମ୍ ମଣ୍ଡଳୀଗୁଡ଼ିକ ଥିଲା । ତାʼଯୋଗୁଁ ମୁଁ ପ୍ରତି ମାସ କିଛି ସପ୍ତାହ ସର୍କିଟର ପରିଦର୍ଶନ କରୁଥିଲି ଓ ବାକି ସପ୍ତାହଗୁଡ଼ିକରେ ନିଜ ମଣ୍ଡଳୀରେ ହିଁ ଅଗ୍ରଦୂତ ସେବା କରୁଥିଲି । ଯେବେ ମୁଁ ଘର ପାଖରେ ଥିବା ମଣ୍ଡଳୀଗୁଡ଼ିକର ପରିଦର୍ଶନ କରିବାକୁ ଯାଉଥିଲି, ତେବେ ଏଥେଲ ଓ ପିଲାମାନଙ୍କୁ ମୋ ସାଙ୍ଗରେ ନେଇ ଯାଉଥିଲି । କିନ୍ତୁ ସୁରିନାମର ଘଞ୍ଚ ଜଙ୍ଗଲରେ ଥିବା ମଣ୍ଡଳୀଗୁଡ଼ିକର ପରିଦର୍ଶନ କଲା ସମୟରେ ଓ ସମ୍ମିଳନୀଗୁଡ଼ିକ ଯିବା ସମୟରେ ମୁଁ ଏକୁଟିଆ ହିଁ ଯାଉଥିଲି ।
ମୋତେ ନିଜ ସବୁ ଦାୟିତ୍ୱଗୁଡ଼ିକୁ ତୁଲାଇବା ପାଇଁ ଭଲ ଯୋଜନା କରିବାକୁ ପଡ଼ୁଥିଲା । ମୁଁ ଏକଥାର ଧ୍ୟାନ ରଖୁଥିଲି ଯେ ଆମେ ପ୍ରତି ସପ୍ତାହ ପାରିବାରିକ ଉପାସନା କରୁ । ଆଉ ଯେବେ ମୁଁ ଜଙ୍ଗଲରେ ମଣ୍ଡଳୀଗୁଡ଼ିକର ପରିଦର୍ଶନ କରିବାକୁ ଯାଉଥିଲି, ସେସମୟରେ ଏଥେଲ ପିଲାମାନଙ୍କ ସହ ପାରିବାରିକ ଉପାସନା ହିତୋପଦେଶ ୩୧:୧୫ ପଦରେ କୁହାଯାଇଥିବା ଭଲ ସ୍ତ୍ରୀଙ୍କ ଭଳି ସକାଳେ ଶୀଘ୍ର ଉଠି ସବୁ ପ୍ରସ୍ତୁତି କରି ଦେଉଥିଲେ । ତାʼଯୋଗୁଁ ଆମେ ପିଲାମାନଙ୍କୁ ସ୍କୁଲ ପଠାଇବା ପୂର୍ବରୁ ଦୈନିକ ପାଠ ପଢ଼ି ପାରୁଥିଲୁ ଓ ଜଳଖିଆ ଖାଇ ପାରୁଥିଲୁ । ଏଥେଲଙ୍କ ଯୋଗୁଁ ହିଁ ମୁଁ ନିଜ ସବୁ ଦାୟିତ୍ୱ ତୁଲାଇ ପାରୁଥିଲି । ଏପରି ସ୍ତ୍ରୀ ପାଇ ମୁଁ ବହୁତ ଖୁସି !
କରୁଥିଲେ । କିନ୍ତୁ ଆମେ ସବୁବେଳେ ଏହା ହିଁ ଚେଷ୍ଟା କରୁଥିଲୁ ଯେ ଯେତେ ଯାଏ ସମ୍ଭବ ଆମେ ସବୁକିଛି ଗୋଟିଏ ପରିବାର ଭାବେ ମିଶିକି କରୁ । ମୁଁ ଓ ଏଥେଲ ପିଲାମାନଙ୍କ ସହିତ ମଜା ବି କରୁଥିଲୁ, ଯେପରି ତାଙ୍କ ସହ ଖେଳୁଥିଲୁ ଓ ବେଳେବେଳେ ଆଖପାଖ ଜାଗାରେ ବୁଲିବା ପାଇଁ ମଧ୍ୟ ଯାଉଥିଲୁ । ମୁଁ ପ୍ରାୟତଃ ଅଧରାତି ଯାଏ ନ ଶୋଇ ଭାଷଣଗୁଡ଼ିକର ପ୍ରସ୍ତୁତି କରୁଥିଲି ଓ ଅନ୍ୟ କାମଗୁଡ଼ିକ କରୁଥିଲି । ଆଉ ଏଥେଲଆମେ ଚାହୁଁଥିଲୁ ଯେ ଆମ ପିଲାମାନେ ବି ପୂର୍ଣ୍ଣ ସମୟର ସେବା କରନ୍ତୁ, କିନ୍ତୁ କେବଳ ଆମେ କହୁଛୁ ବୋଲି ନୁହଁ ବରଂ ସେମାନେ ନିଜେ ଏପରି କରନ୍ତୁ । ବାପାମାଆ ଭାବେ ଆମେ ପୂରା ଚେଷ୍ଟା କଲୁ ଯେ ସେମାନେ ଯିହୋବାଙ୍କୁ ପ୍ରେମ କରନ୍ତୁ ଓ ପ୍ରଚାର ସେବା ପାଇଁ ଆଗ୍ରହ ରଖନ୍ତୁ । ଆମେ ପ୍ରାୟ ସେମାନଙ୍କୁ କହୁଥିଲୁ ଯେ ପୂର୍ଣ୍ଣ ସମୟର ସେବା କରି ଆମକୁ କେତେ ଖୁସି ମିଳିଛି । ଆମେ ଖୋଲିକି ସେମାନଙ୍କୁ କହିଲୁ ଯେ ଆମକୁ କʼଣ କʼଣ ସମସ୍ୟାର ସାମନା କରିବାକୁ ପଡ଼ିଲା, କିନ୍ତୁ ଆମେ ଏହା ବି କହିଲୁ ଯେ ଯିହୋବା ଆମ ପରିବାରକୁ କିପରି ସାହାଯ୍ୟ କଲେ ଏବଂ ଆମକୁ ଅନେକ ଆଶିଷ ଦେଲେ । ଆମେ ଏହା ବି ଚେଷ୍ଟା କଲୁ ଯେ ଆମ ପିଲାମାନେ ଏପରି ଭାଇଭଉଣୀମାନଙ୍କ ସହ ସମୟ ବିତାନ୍ତୁ ଯେଉଁମାନେ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦିଅନ୍ତି ।
ପରିବାର ଚଲାଇବା ସହଜ ନୁହେଁ, କିନ୍ତୁ ମୋ ଆଡ଼ୁ ମୁଁ ପୂରା ଚେଷ୍ଟା କଲି ଯେ ମୁଁ ନିଜ ପରିବାରର ଭଲଭାବେ ଦେଖାଶୁଣା କରେ । ବିବାହ ପୂର୍ବରୁ ମୁଁ ସୁରିନାମର ଜଙ୍ଗଲରେ ବିଶେଷ ଅଗ୍ରଦୂତ ଭାବେ ସେବା କରୁଥିଲି, ତେବେ ମୁଁ ପଇସା ସଞ୍ଚୟ କରିବା ବିଷୟରେ ବହୁତ କିଛି ଶିଖିଥିଲି । ସେକଥାଗୁଡ଼ିକ ମୋର ବହୁତ କାମରେ ଆସିଲା । ବେଳେବେଳେ ଆମ ପାଖରେ ଆବଶ୍ୟକ ଜିନିଷ ମଧ୍ୟ ରହୁ ନ ଥିଲା । ଏପରି ସମୟରେ ମୁଁ ସ୍ପଷ୍ଟ ଭାବେ ଦେଖିପାରିଲି ଯେ ଯିହୋବା ଆମ ପରିବାରକୁ କିପରି ସମ୍ଭାଳିଲେ ଓ ଆମକୁ କିପରି ସାହାଯ୍ୟ କଲେ । ଯେପରି, ଯେବେ ୧୯୮୬ ରୁ ୧୯୯୨ ଯାଏ ସୁରିନାମରେ ଗୃହ ଯୁଦ୍ଧ ଚାଲିଥିଲା, ତେବେ ପ୍ରତିଦିନର ଆବଶ୍ୟକତା ପୂରା କରିବା ମଧ୍ୟ କଷ୍ଟ ହୋଇଯାଇଥିଲା । ସେସମୟରେ ଯିହୋବା ଆମର ଏସବୁ ଆବଶ୍ୟକତା ପୂରା କଲେ ଆଉ ଆମକୁ କିଛି ବି ଜିନିଷର ଅଭାବ ହେବାକୁ ଦେଲେ ନାହିଁ ।—ମାଥି. ୬:୩୨.
ଯିହୋବାଙ୍କ ସେବା କରିବାଠାରୁ ଉତ୍ତମ ଆଉ କିଛି ନୁହଁ
ଯିହୋବା ସବୁବେଳେ ଆମର ଭଲଭାବେ ଦେଖାଶୁଣା କଲେ । ତାଙ୍କ ସେବା କରିବାରୁ ଆମକୁ ବହୁତ ଖୁସି ମିଳିଲା । ଯିହୋବାଙ୍କ ସାହାଯ୍ୟରେ ହିଁ ଆମେ ନିଜ ପିଲାମାନଙ୍କର ଭଲଭାବେ ଲାଳନପାଳନ କରିପାରିଲୁ ଓ ସେମାନଙ୍କୁ ତାଙ୍କ ବିଷୟରେ ଶିଖାଇପାରିଲୁ । ଆଜି ଆମକୁ ନିଜ ପିଲାମାନଙ୍କୁ ଦେଖି ବହୁତ ଖୁସିଲାଗେ । ସେମାନେ ବି ପୂର୍ଣ୍ଣ ସମୟର ସେବା କରିବା ପାଇଁ ନିଷ୍ପତ୍ତି ନେଲେ । ଏଥନିୟେଲ ଓ ଜିୟୋୱାନିକୁ ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଯିବାର ସୁଯୋଗ ମିଳିଲା । ଆଜି ସେମାନେ ଦୁହେଁ ନିଜ ନିଜ ସ୍ତ୍ରୀଙ୍କ ସହ ସୁରିନାମର ଶାଖା କାର୍ଯ୍ୟାଳୟରେ ସେବା କରୁଛନ୍ତି ।
ଏବେ ମୁଁ ଓ ଏଥେଲ ପରିଣତ ବୟସରେ ପହଞ୍ଚିଯାଇଛୁ । କିନ୍ତୁ ଏବେ ବି ଆମେ ଯିହୋବାଙ୍କ ସେବା କରିବା ଜାରି ରଖିଛୁ ଏବଂ ବିଶେଷ ଅଗ୍ରଦୂତ ଭାବେ ସେବା କରୁଛୁ । ଆମେ ଏତେ ବ୍ୟସ୍ତ ରହୁ ଯେ ମୁଁ ଏବେଯାଏ ପହଁରା ଶିଖିପାରିନି । କିନ୍ତୁ ଯେବେ ବି ମୁଁ ନିଜ ଜୀବନ ବିଷୟରେ ଭାବେ, ତେବେ ମୋତେ ଜମା ବି ଅବଶୋଷ ହୁଏ ନାହିଁ । ମୋତେ ବହୁତ ଖୁସି ଲାଗେ ଯେ ମୁଁ ଯୁବା ସମୟରେ ହିଁ ଯିହୋବାଙ୍କ ସେବା କରିବାର ନିଷ୍ପତ୍ତିନେଲି । ଏହା ମୋ ଜୀବନର ସବୁଠୁ ଭଲ ନିଷ୍ପତ୍ତି । ସତରେ, ଯିହୋବାଙ୍କ ସେବା କରିବାଠାରୁ ଉତ୍ତମ ଆଉ କିଛି ନୁହଁ ।
b ଭାଇ ୱିଲିୟମ୍ ୱାନ୍ ସେଲ୍ଙ୍କ ଜୀବନ କାହାଣୀ, “ହାକିକତ ମେରେ କଲ୍ପନା ସେ ଭି ଲାଖ୍ ବେହତାର ନିକଲି,” ୮ ନଭେମ୍ବର ୧୯୯୯ ର ସଜାଗ ହୁଅ ! (ହିନ୍ଦୀ) ରେ ଛପା ଯାଇଥିଲା ।