इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରତି ସପ୍ତାହ ଅଧ୍ୟୟନ କରିବା ପାଇଁ କʼଣ କରିପାରିବା ?

ପ୍ରତି ସପ୍ତାହ ଅଧ୍ୟୟନ କରିବା ପାଇଁ କʼଣ କରିପାରିବା ?

କʼଣ ଆପଣ ପ୍ରତି ସପ୍ତାହ ବ୍ୟକ୍ତିଗତ ଅଧ୍ୟୟନ କରିପାରନ୍ତି ନାହିଁ କିମ୍ବା ଆପଣଙ୍କୁ ବୋର୍‌ ଲାଗେ ? ଆମ ସମସ୍ତଙ୍କୁ ବେଳେବେଳେ ଏପରି ଲାଗେ । ଭାବନ୍ତୁ, ଏପରି ଅନେକ କାମ ଅଛି ଯାହା ଆମକୁ ପ୍ରତି ସପ୍ତାହ ବା ପ୍ରତିଦିନ କରିବାକୁ ପଡ଼େ, ଯେପରି ଗାଧୋଇବା । ଏଥିରେ ଆମକୁ ସମୟ ଓ ପରିଶ୍ରମ ଲାଗେ, କିନ୍ତୁ ଗାଧୋଇବା ପରେ ଆମକୁ ସତେଜତା ମିଳେ । ଠିକ୍‌ ସେହିଭଳି ଯେବେ ଆମେ ବାଇବଲ ଅଧ୍ୟୟନ କରୁ, ତେବେ ଆମକୁ ସତେଜତା ମିଳେ । (ଏଫି. ୫:୨୬) ଆସନ୍ତୁ ଦେଖିବା ଯେ ପ୍ରତି ସପ୍ତାହ ଅଧ୍ୟୟନ କରିବା ପାଇଁ ଆମେ କʼଣ କରିପାରିବା ।

  • ସେଡ୍ୟୁଲ୍‌ ପ୍ରସ୍ତୁତ କରନ୍ତୁ । ବ୍ୟକ୍ତିଗତ ଅଧ୍ୟୟନ କରିବା ଏପରି ଏକ “ଉତ୍କୃଷ୍ଟ ବିଷୟ” ବା ମହତ୍ତ୍ୱପୂର୍ଣ୍ଣ କାମ ଅଟେ ଯାହା ଆମେ ସମସ୍ତେ କରିବା ଉଚିତ୍‌ । (ଫିଲିପ୍‌. ୧:୧୦) ସେଥିପାଇଁ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଲଗାତାର ଅଧ୍ୟୟନ କରିବା ଉଚିତ୍‌ । ଆପଣ ଚାହିଁଲେ ଏହା ଲେଖିକି ରଖିପାରିବେ ଯେ ଆପଣ କେବେ ଅଧ୍ୟୟନ କରିବେ । ତାʼପରେ ଆପଣ ସେହି ସେଡ୍ୟୁଲ୍‌କୁ ଏପରି ଜାଗାରେ ରଖନ୍ତୁ ଯେଉଁଠାରେ ଆପଣ ସହଜରେ ଦେଖିପାରିବେ । କିମ୍ବା ଆପଣ ନିଜର ଫୋନ୍‌ରେ ଆଲାର୍ମ ଲଗାଇପାରିବେ, ଯାହାଯୋଗୁଁ ଆପଣଙ୍କୁ ନିଜ ଅଧ୍ୟୟନର ସମୟ ମନେ ପଡ଼ିବ ।

  • ଭାବନ୍ତୁ ଯେ ଆପଣ କେତେ ସମୟ ଅଧ୍ୟୟନ କରିବେ । ଆପଣଙ୍କୁ ଅଧିକ ସମୟ ନା କମ୍‌ ସମୟ ଅଧ୍ୟୟନ କରିବା ପାଇଁ ଭଲ ଲାଗେ ? ଆପଣଙ୍କୁ ଯେତେ ସମୟ ଭଲ ଲାଗେ ତାʼ ଅନୁସାରେ ଅଧ୍ୟୟନ କରନ୍ତୁ । ଯଦି ଅଧ୍ୟୟନ କରିବାର ସମୟ ହୋଇଯାଇଛି କିନ୍ତୁ ଆପଣଙ୍କୁ ଇଚ୍ଛା ହେଉ ନାହିଁ, ତାହେଲେ ବି ଅତିକମ୍‌ରେ ଦଶ ମିନିଟ୍‌ ନିଶ୍ଚୟ ପଢ଼ନ୍ତୁ । ଦଶ ମିନିଟ୍‌ରେ ମଧ୍ୟ ଆପଣ ବହୁତ କିଛି ଶିଖିପାରିବେ । ଏପରି କଲେ ହୁଏତ ପରେ ଆପଣଙ୍କୁ ଆହୁରି ପଢ଼ିବା ପାଇଁ ଇଚ୍ଛା ହେବ !—ଫିଲିପ୍‌. ୨:୧୩.

  • ଭାବନ୍ତୁ ଯେ ଆପଣ କʼଣ ପଢ଼ିବେ । ଯଦି ଆପଣ ପୂର୍ବରୁ ଭାବି ନାହାନ୍ତି ଯେ ଆପଣ କʼଣ ପଢ଼ିବେ, ତାହେଲେ ଆପଣ “ସୁଯୋଗର ସଦ୍‌ବ୍ୟବହାର” ଅର୍ଥାତ୍‌ ସମୟର ଭଲ ବ୍ୟବହାର କରିପାରିବେ ନାହିଁ । (ଏଫି. ୫:୧୬) ତେଣୁ ଏହା ଭଲ ହେବ ଯେ ଆପଣ କେଉଁ ଲେଖା ପଢ଼ିବେ ବା କେଉଁ ବିଷୟରେ ଅଧ୍ୟୟନ କରିବେ ତାହାକୁ ଲେଖି ରଖନ୍ତୁ । ଆପଣ ଆଉ ଗୋଟିଏ କାମ କରିପାରିବେ । ଯେବେ ବି ଆପଣଙ୍କ ମନରେ ପ୍ରଶ୍ନ ଉଠେ ତାହେଲେ ଆପଣ ସେଗୁଡ଼ିକୁ ଲେଖିକି ରଖିପାରିବେ । କିମ୍ବା ଯଦି ଅଧ୍ୟୟନ କରିବା ସମୟରେ ଆପଣଙ୍କ ମନରେ କୌଣସି ପ୍ରଶ୍ନ ଉଠେ ବା କୌଣସି ବିଷୟରେ ଆପଣଙ୍କୁ ଜାଣିବାର ଇଚ୍ଛା ହୁଏ, ତେବେ ଆପଣ ତାହାକୁ ମଧ୍ୟ ଲେଖି ରଖିପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ପାଖରେ ଅଧ୍ୟୟନ କରିବା ପାଇଁ ଅନେକ ବିଷୟ ରହିବ ।

  • ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ହୁଏତ ଆପଣ ଯେଉଁ ସମୟରେ ବା ଯେଉଁ ବିଷୟରେ ଅଧ୍ୟୟନ କରିବା ପାଇଁ ଭାବିଛନ୍ତି, ସେପରି କରିପାରୁ ନାହାନ୍ତି । ତାହେଲେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ଏହା ତ ଜରୁରୀ ଯେ ଆପଣ କେବେ ପଢ଼ନ୍ତି, କʼଣ ପଢ଼ନ୍ତି ଆଉ କେତେ ସମୟ ଯାଏ ପଢ଼ନ୍ତି, କିନ୍ତୁ ଏହାଠାରୁ ବି ଅଧିକ ଜରୁରୀ ଯେ ଆପଣ ପ୍ରତି ସପ୍ତାହ ପଢ଼ନ୍ତୁ ।

ଯଦି ଆମେ ପ୍ରତି ସପ୍ତାହ ଅଧ୍ୟୟନ କରିବା ତେବେ ଆମକୁ ବହୁତ ଲାଭ ହେବ । ଆମେ ଯିହୋବାଙ୍କ ଆହୁରି ନିକଟତର ହୋଇପାରିବା, ସଠିକ୍‌ ନିଷ୍ପତ୍ତି ନେଇପାରିବା ଓ ସତେଜତା ଅନୁଭବ କରିବା ।—ଯିହୋ. ୧:୮