इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ପାଇଁ ପରାମର୍ଶ

ଭଲ ପରିବେଶରେ ଅଧ୍ୟୟନ କରନ୍ତୁ

ଭଲ ପରିବେଶରେ ଅଧ୍ୟୟନ କରନ୍ତୁ

କʼଣ ଆପଣ ନିଜ ବ୍ୟକ୍ତିଗତ ଅଧ୍ୟୟନରୁ ଲାଭ ପାଇବା ପାଇଁ ଚାହାନ୍ତି ? ଯଦି ଚାହାନ୍ତି, ତାହେଲେ ଏହି ପରାମର୍ଶଗୁଡ଼ିକୁ ମାନନ୍ତୁ:

  • ଭଲ ଜାଗା ବାଛନ୍ତୁ । ଯଦି ହୋଇପାରେ ତାହେଲେ ଏପରି ଜାଗା ବାଛନ୍ତୁ, ଯେଉଁଠାରେ ଯଥେଷ୍ଟ ଆଲୁଅ ଥିବ ଓ ଜିନିଷ ସବୁ ଏଣେ ତେଣେ ପଡ଼ି ନ ଥିବ । ଆପଣ ଚାହିଁଲେ ଟେବୁଲ ଚେୟାରରେ ବସି କିମ୍ବା କୁଆଡ଼େ ବାହାରେ ବସି ଅଧ୍ୟୟନ କରିପାରିବେ ।

  • ଏକୁଟିଆ ପଢ଼ନ୍ତୁ । ଯୀଶୁ ପ୍ରାର୍ଥନା କରିବା ପାଇଁ “ପାହାନ୍ତିଆ” ଅର୍ଥାତ୍‌ ସକାଳେ ଶୀଘ୍ର ଉଠି କୌଣସି “ନିର୍ଜ୍ଜନ ସ୍ଥାନକୁ” ଯାଉଥିଲେ । (ମାର୍କ ୧:୩୫) ଯଦି ଆପଣଙ୍କୁ ଏକୁଟିଆ ଅଧ୍ୟୟନ କରିବା ପାଇଁ ଅସୁବିଧା ହୁଏ, ତାହେଲେ ଆପଣ ନିଜ ଘର ଲୋକ କିମ୍ବା ଆପଣ ଯାହା ସହିତ ରହନ୍ତି ତାଙ୍କୁ କହିପାରିବେ ଯେ ଆପଣ କେଉଁ ସମୟରେ ଅଧ୍ୟୟନ କରନ୍ତି । ଆଉ ସେସମୟରେ ଆପଣ ସେମାନଙ୍କୁ ଶାନ୍ତ ରହିବା ପାଇଁ ଅନୁରୋଧ କରିପାରିବେ ।

  • ପୂରା ଧ୍ୟାନ ଦିଅନ୍ତୁ । ନିଜ ଧ୍ୟାନ ଏପଟେ ସେପଟେ ହେବା ପାଇଁ ଦିଅନ୍ତୁ ନାହିଁ । ଯଦି ଆପଣ ଫୋନ୍‌ ବା ଟ୍ୟାବଲେଟରେ ଅଧ୍ୟୟନ କରୁଛନ୍ତି, ତାହେଲେ ଏସବୁକୁ ଏପରି ସେଟିଙ୍ଗ୍‌ରେ ରଖନ୍ତୁ, ଯାହାଦ୍ୱାରା ଫୋନ୍‌ ବା ମେସେଜ ନ ଆସୁ । ଅଧ୍ୟୟନ କରିବା ସମୟରେ ଯଦି ଆପଣଙ୍କୁ କୌଣସି କାମ ମନେ ପଡ଼ିଯାଏ, ତେବେ ଅଧ୍ୟୟନ କରିବା ବନ୍ଦ କରନ୍ତୁ ନାହିଁ । ଏହା ପରିବର୍ତ୍ତେ ଆପଣ ତାହାକୁ ଲେଖି ରଖନ୍ତୁ ଆଉ ପରେ ସେହି କାମ କରନ୍ତୁ । ଯଦି ଆପଣଙ୍କୁ ଧ୍ୟାନ ଦେବା କଠିନ ଲାଗୁଛି, ତାହେଲେ କିଛି ସମୟ ପାଇଁ ଉଠି ଚଲାବୁଲା କରନ୍ତୁ ।