इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୮

“ସଚେତନ ହୋଇ ଜାଗ୍ରତ ରୁହ”

“ସଚେତନ ହୋଇ ଜାଗ୍ରତ ରୁହ”

“ସଚେତନ ହୋଇ ଜାଗ୍ରତ ରୁହ ।”—୧ ପିତ. ୫:୮.

ଗୀତ ୧୪୪ ରଖୋ ତୁମ ଇନାମ ପେ ନଜର୍‌

ଲେଖାର ଝଲକ a

୧. ବିନାଶ କେବେ ହେବ ଏବିଷୟରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କʼଣ କହିଲେ ଆଉ ସେ ସେମାନଙ୍କୁ କʼଣ ଚେତାବନୀ ଦେଲେ ?

 ଯୀଶୁଙ୍କ ମୃତ୍ୟୁର କିଛି ଦିନ ପୂର୍ବେ ତାଙ୍କ ଚାରି ଜଣ ଶିଷ୍ୟ ତାଙ୍କ ପାଖକୁ ଆସିଲେ । ଆଉ ପଚାରିଲେ, “ଯୁଗାନ୍ତର ଲକ୍ଷଣ କଅଣ ?” (ମାଥି. ୨୪:୩) ହୁଏତ ଶିଷ୍ୟମାନେ ଜାଣିବାକୁ ଚାହୁଁଥିବେ ଯେ ସେମାନେ କିପରି ଚିହ୍ନିପାରିବେ ଯେ ଯିହୁଦୀ ବ୍ୟବସ୍ଥା ଅର୍ଥାତ୍‌ ଯିରୂଶାଲମ ଓ ମନ୍ଦିରର ବିନାଶ ହେବାକୁ ଯାଉଛି । ଯୀଶୁ ସେମାନଙ୍କୁ ଯିହୁଦୀ ବ୍ୟବସ୍ଥା ବା ବିନାଶ ବିଷୟରେ କହିଲେ । ତାʼସହ ସେ ଦୁନିଆର ଶେଷ ସମୟ ବିଷୟରେ ମଧ୍ୟ କହିଲେ ଯେଉଁଠି ଆଜି ଆମେ ବଞ୍ଚୁଛୁ । କିନ୍ତୁ ଏହି ବିନାଶ କେବେ ହେବ ? ଏବିଷୟରେ ଯୀଶୁ କʼଣ କହିଲେ, “ସେହି ଦିନ କି ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗସ୍ଥ ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ପିତା ଜାଣନ୍ତି ।” ତାʼପରେ ଯୀଶୁ ସମସ୍ତ ଶିଷ୍ୟମାନଙ୍କୁ ଚେତାବନୀ ଦେଲେ “ଜାଗି ରୁହ ।”—ମାର୍କ ୧୩:୩୨-୩୭.

୨. ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ସତର୍କ ରହିବା କାହିଁକି ଜରୁରୀ ଥିଲା ?

ପ୍ରଥମ ଶତାବ୍ଦୀରେ ଯିହୁଦାରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ସତର୍କ ରହିବା ବହୁତ ଜରୁରୀ ଥିଲା, କାରଣ ତାଙ୍କ ଜୀବନ ବିପଦରେ ଥିଲା । ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ ସେମାନେ କିପରି ଜାଣିପାରିବେ ଯେ ଯିରୂଶାଲମ ଓ ମନ୍ଦିରର ବିନାଶ ହେବାକୁ ଯାଉଛି । ସେ କହିଲେ ଯେ “କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମକୁ ସୈନ୍ୟସାମନ୍ତଙ୍କ ଦ୍ୱାରା ପରିବେଷ୍ଟିତ ଦେଖିବ, ସେତେବେଳେ ତାହା ଉତ୍ସନ୍ନ ହେବା ଯେ ସନ୍ନିକଟ, ଏହା ଜାଣ ।” ଏହି ଘଟଣା ହେବା ସମୟରେ ସେମାନଙ୍କୁ ଯୀଶୁଙ୍କ ଚେତାବନୀ ପାଳନ କରି “ପର୍ବତମାଳାକୁ ପଳାଇ” ଯିବାର ଥିଲା । (ଲୂକ ୨୧:୨୦, ୨୧) ଯେଉଁ ଲୋକମାନେ ଏହି ଚେତାବନୀକୁ ଧ୍ୟାନ ଦେଲେ ସେମାନଙ୍କୁ କʼଣ ଲାଭ ହେଲା ? ଯେବେ ରୋମୀୟ ସେନା ଯିରୂଶାଲମକୁ ବିନାଶ କଲେ, ତେବେ ସେହି ଲୋକମାନଙ୍କ ଜୀବନ ବଞ୍ଚିଲା ।

୩. ଏହି ଲେଖାରେ ଆମେ କʼଣ ଚର୍ଚ୍ଚା କରିବା ?

ଆଜି ଆମେ ଏହି ଦୁନିଆର ଶେଷ ସମୟରେ ବଞ୍ଚୁଛୁ । ତେଣୁ ଆମକୁ ମଧ୍ୟ ସତର୍କ ଓ ଜାଗ୍ରତ ରହିବା ଦରକାର । ଏହି ଲେଖାରେ ଆମେ ଚର୍ଚ୍ଚା କରିବା ଯେ ଦୁନିଆର ଘଟଣାଗୁଡ଼ିକୁ ଧ୍ୟାନ ଦେବା ସମୟରେ ଆମେ କିପରି ସଚେତନ ରହିପାରିବା, ଆମେ ନିଜ ଉପରେ କିପରି ଧ୍ୟାନ ଦେଇପାରିବା ଓ ଆଜି ଆମ ପାଖରେ ଯେଉଁ ସମୟ ଅଛି, ତାʼର କିପରି ଭଲ ବ୍ୟବହାର କରିପାରିବା ।

ଦୁନିଆର ଘଟଣାଗୁଡ଼ିକୁ ଧ୍ୟାନ ଦେବା ସମୟରେ ସତର୍କ ରହନ୍ତୁ

୪. ଆମେ କାହିଁକି ଏହା ଧ୍ୟାନ ଦେଉ ଯେ ଦୁନିଆରେ ଘଟୁଥିବା ଘଟଣାଗୁଡ଼ିକରୁ ବାଇବଲର କୌଣସି ଭବିଷ୍ୟତବାଣୀ କିପରି ପୂରା ହେଉଛି ?

ଆମେ ଜାଣିବା ପାଇଁ ଚାହୁଁ ଯେ ଆଜି ଦୁନିଆରେ କʼଣ କʼଣ ହେଉଛି ଆଉ ଏପରି କରିବା କୌଣସି ଭୁଲ କଥା ନୁହେଁ । ଏହାଦ୍ୱାରା ଆମେ ଜାଣିପାରୁ ଯେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ପୂରା ହେଉଛି । ଯେପରି ଯୀଶୁ ଏପରି କିଛି ଘଟଣା ବିଷୟରେ କହିଥିଲେ ଯେଉଁଥିରୁ ଜଣାପଡ଼େ ଯେ ଶୟତାନର ଦୁନିଆର ବିନାଶ ପାଖେଇ ଆସିଛି । (ମାଥି. ୨୪:୩-୧୪) ପ୍ରେରିତ ପିତର ମଧ୍ୟ ଏହି କଥା ପ୍ରତି ଆମକୁ ଧ୍ୟାନ ଦେବା ପାଇଁ ପ୍ରୋତ୍ସାହନ ଦେଲେ ଯେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେଉଛି, କାରଣ ଏଥିରୁ ଆମର ବିଶ୍ୱାସ ବଢ଼ିବ । (୨ ପିତ. ୧:୧୯-୨୧) ବାଇବଲର ଶେଷ ବହି ପ୍ରକାଶିତ ବାକ୍ୟର ଆରମ୍ଭରେ ମଧ୍ୟ ଏପରି ହିଁ କିଛି ଲେଖାଅଛି, “ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ; ଅବିଳମ୍ବରେ ଯାହା ଯାହା ଅବଶ୍ୟ ଘଟିବ, ସେହିସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ୱର ଏହା ତାହାଙ୍କ ନିକଟରେ ସମର୍ପଣ କଲେ ।” (ପ୍ରକା. ୧:୧) ତେଣୁ ଆମେ ଅନେକଥର ଏକଥା ପ୍ରତି ଧ୍ୟାନ ଦେଉ ଯେ ଦୁନିଆରେ କʼଣ କʼଣ ଘଟଣା ଘଟୁଛି । ଆମେ ଏହା ବି ଭାବୁ ଯେ ଏହି ଘଟଣାଗୁଡ଼ିକରୁ ବାଇବଲର କୌଣସି ଭବିଷ୍ୟତବାଣୀ କିପରି ପୂରା ହେଉଛି । ହୁଏତ ଏବିଷୟରେ ଆମେ ଅନ୍ୟମାନଙ୍କୁ ମଧ୍ୟ କହିବାକୁ ଚାହୁଁ ।

ବାଇବଲର ଭବିଷ୍ୟତବାଣୀଗୁଡ଼ିକ ଉପରେ ଚର୍ଚ୍ଚା କରିବା ସମୟରେ ଆମେ କʼଣ କରିବା ଉଚିତ୍‌ ଓ କʼଣ ନୁହେଁ ? (ପାରାଗ୍ରାଫ ୫) b

୫. ଆମେ କʼଣ କରିବା ଉଚିତ୍‌ ଓ କʼଣ ନୁହେଁ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

ଆମେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ବିଷୟରେ ଅନ୍ୟମାନଙ୍କ ସହ କଥା ହୋଇପାରିବା, କିନ୍ତୁ ଏପରି କରିବା ସମୟରେ ଆମେ ଅନୁମାନ ଲଗାଇ କୌଣସି କଥା କହିବା ଉଚିତ୍‌ ନୁହେଁ । କାରଣ ଏପରି କଲେ ମଣ୍ଡଳୀର ଏକତା ଭାଙ୍ଗିପାରେ । ଯେପରି ହୁଏତ ଆମେ ଶୁଣୁ ଯେ ଦୁନିଆର ନେତାମାନେ ଏବିଷୟରେ କଥା ହେଉଛନ୍ତି ଯେ ସେମାନେ କୌଣସି ସମସ୍ୟାର ସମାଧାନ କିପରି କରିବେ ଆଉ ଦୁନିଆରେ ଶାନ୍ତି ଓ ସୁରକ୍ଷା ଆଣିବେ । ଏପରି କଥାଗୁଡ଼ିକୁ ଶୁଣି ଆମେ ଅନୁମାନ କରି କହିବା ଉଚିତ୍‌ ନୁହେଁ ଯେ ଏହାର ଅର୍ଥ କʼଣ ୧ ଥେସଲନୀକୀୟ ୫:୩ ପଦରେ ଲେଖାଥିବା ଭବିଷ୍ୟତବାଣୀ ପୂରା ହେଉଛି । ଏହା ପରିବର୍ତ୍ତେ ଆମକୁ ସଂଗଠନ ତରଫରୁ ମିଳୁଥିବା ବର୍ତ୍ତମାନର ତଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍‌ । ଯେବେ ଆମେ ଏହି ସୂଚନା ହିସାବରେ ପରସ୍ପର ସହ କଥାବାର୍ତ୍ତା ହେବା, ତେବେ ଆମ ପ୍ରତ୍ୟେକଙ୍କ “ଏକ ମନ” ହେବ ଓ ମଣ୍ଡଳୀରେ ଏକତା ବଜାୟ ରହିବ ।—୧ କରି. ୧:୧୦; ୪:୬.

୬. ୨ ପିତର ୩:୧୧-୧୩ ପଦରୁ ଆମେ କʼଣ ଶିଖୁ ?

୨ ପିତର ୩:୧୧-୧୩ ପଢ଼ନ୍ତୁ । ଏହି ପଦଗୁଡ଼ିକରୁ ଜଣାପଡ଼େ ଯେ ଯେବେ ଆମେ କୌଣସି ବାଇବଲର ଭବିଷ୍ୟତବାଣୀ ପଢ଼ୁ, ତେବେ ଆମେ ଧ୍ୟାନ ଦେବା ଉଚିତ୍‌ ଯେ ଆମେ କେଉଁ ଉଦ୍ଦେଶ୍ୟରେ ପଢ଼ୁଛୁ । ପିତର ଆମକୁ ପ୍ରୋତ୍ସାହନ ଦେଲେ ଯେ ଆମେ ସବୁବେଳେ ଏକଥାର ଧ୍ୟାନ ରଖୁ ଯେ ‘ଯିହୋବାଙ୍କ ଦିନ ଯେପରି ଶୀଘ୍ର ଆସିବ ।’ ଏପରି କାହିଁକି ? ଏଥିପାଇଁ ନୁହେଁ ଯେ ଆମେ “ସେହି ଦିନ ଓ ଦଣ୍ଡ” ବିଷୟରେ ଜାଣିବା ପାଇଁ ଚାହୁଁ ଯେବେ ଯିହୋବା ହର୍ମିଗିଦ୍ଦୋନ୍‌ ଆଣିବେ, ବରଂ ଆମେ “ସଦାଚାରୀ ଓ ଧର୍ମପରାୟଣ ହେବା” ପାଇଁ ଆମ ପାଖରେ ଯେଉଁ ସମୟ ଅଛି, ତାକୁ ବ୍ୟବହାର କରିବା ପାଇଁ ଚାହୁଁ । (ମାଥି. ୨୪:୩୬; ଲୂକ ୧୨:୪୦) ଅନ୍ୟ ଶବ୍ଦରେ କହିବାକୁ ଗଲେ, ଆମେ ଚାହୁଁ ଯେ ଆମ ଚାଲିଚଳନ ଯିହୋବାଙ୍କ ସ୍ତରଗୁଡ଼ିକ ଅନୁସାରେ ହେବା ଉଚିତ୍‌ ଆଉ ଆମେ ଯିହୋବାଙ୍କ ପାଇଁ ଯାହା ବି କରୁ, ସେଥିରୁ ଜଣାପଡ଼ିବା କଥା ଯେ ଆମେ ତାଙ୍କୁ ବହୁତ ପ୍ରେମ କରୁ । ଏପରି କରିବା ପାଇଁ ଜରୁରୀ ଯେ ଆମେ “ଆପଣା ଆପଣା ବିଷୟରେ ସାବଧାନ” ହେବା ।

“ଆପଣା ଆପଣା ବିଷୟରେ ସାବଧାନ” ହେବାର ଅର୍ଥ କʼଣ ଅଟେ ?

୭. ଆମେ ନିଜ ଉପରେ ଧ୍ୟାନ କିପରି ଦେଇପାରିବା ? (ଲୂକ ୨୧:୩୪)

ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ ଯେ ସେମାନେ ଦୁନିଆର ଘଟଣାଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ, କିନ୍ତୁ ତାʼସହ ନିଜ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ । ଥରେ ଯେବେ ଯୀଶୁ ନିଜ ଶିଷ୍ୟମାନଙ୍କୁ ସାବଧାନ କରୁଥିଲେ, ତେବେ ସେ ସେମାନଙ୍କୁ ଏହି କଥା କହିଲେ, “ଆପଣା ଆପଣା ବିଷୟରେ ସାବଧାନ” ରୁହ । (ଲୂକ ୨୧:୩୪ ପଢ଼ନ୍ତୁ ।) ଯେଉଁ ବ୍ୟକ୍ତି ନିଜ ଉପରେ ଧ୍ୟାନ ଦିଏ, ସେ ଭାବେ ଯେ କେଉଁ କଥାଗୁଡ଼ିକରୁ ତାʼର ଯିହୋବାଙ୍କ ସହିତ ସମ୍ପର୍କ ଦୁର୍ବଳ ହୋଇପାରେ ଓ ସେ ସେହି କଥାଗୁଡ଼ିକରୁ ସବୁବେଳେ ଦୂରେଇ ରହିବା ପାଇଁ ଚେଷ୍ଟା କରେ । ଏପରି ଭାବେ ସେ ଈଶ୍ୱରଙ୍କ ପ୍ରେମର ଯୋଗ୍ୟ ରହିପାରେ ।—ହିତୋ. ୨୨:୩; ଯିହୂ. ୨୦, ୨୧.

୮. ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ କʼଣ କହିଲେ ?

ପ୍ରେରିତ ପାଉଲ ମଧ୍ୟ ଖ୍ରୀଷ୍ଟିୟାନମାନଙ୍କୁ କହିଲେ ଯେ ସେମାନେ ନିଜ ଉପରେ ଧ୍ୟାନ ଦିଅନ୍ତୁ । ଉଦାହରଣ ସ୍ୱରୂପ, ଏଫିସର ଖ୍ରୀଷ୍ଟିୟାନମାନଙ୍କୁ ସେ କହିଲେ, “ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ ।” (ଏଫି. ୫:୧୫, ୧୬) ଶୟତାନ ସବୁବେଳେ ଚେଷ୍ଟା କରେ ଯେ ଆମର ଯିହୋବାଙ୍କ ସହିତ ସମ୍ପର୍କ ଭାଙ୍ଗିଯାଉ । ତେଣୁ ବାଇବଲରେ ଆମକୁ ପରାମର୍ଶ ଦିଆଯାଇଛି ଯେ ଆମେ ‘ପ୍ରଭୁଙ୍କର ଇଚ୍ଛା କଅଣ, ତାହା ବୁଝିବା’ ପାଇଁ ଚେଷ୍ଟା କରୁ ଯାହାଦ୍ୱାରା ଶୟତାନର କୌଣସି ବି ଫାନ୍ଦ ସଫଳ ନ ହେଉ ।—ଏଫି. ୫:୧୭.

୯. ଆମେ ଯିହୋବାଙ୍କ ଇଚ୍ଛା କିପରି ଜାଣିପାରିବା ?

ବାଇବଲରେ ଏପରି ପ୍ରତ୍ୟେକ କଥା ବିଷୟରେ କୁହାଯାଇନାହିଁ, ଯାହାଦ୍ୱାରା ଯିହୋବାଙ୍କ ସହିତ ଆମ ସମ୍ପର୍କ ଭାଙ୍ଗିପାରେ । ତେଣୁ ଅନେକଥର ଆମକୁ ନିଜେ ନିଷ୍ପତ୍ତି ନେବାକୁ ପଡ଼େ ଯେ ଆମେ କʼଣ କରିବା ଓ କʼଣ ନୁହେଁ । ଯଦି ଆମେ ଠିକ୍‌ ନିଷ୍ପତ୍ତି ନେବାକୁ ଚାହୁଁ ତେବେ ଆମକୁ ଏହା ବୁଝିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ ଯେ “ପ୍ରଭୁଙ୍କର ଇଚ୍ଛା କଅଣ ।” ଏହା ଆମେ କିପରି ବୁଝିପାରିବା ? ଲଗାତାର ବାଇବଲର ଅଧ୍ୟୟନ କରି ଓ ଚିନ୍ତନ କରି । ଯେବେ ଆମେ ଯିହୋବାଙ୍କ ଇଚ୍ଛା ଜାଣିବା ଓ ‘ଖ୍ରୀଷ୍ଟଙ୍କ ଭଳି ମନ’ ରଖିବା ପାଇଁ ଚେଷ୍ଟା କରିବା, ତେବେ ଆମେ ‘ଜ୍ଞାନୀଙ୍କ’ ଭଳି ହୋଇପାରିବା । ଆମେ ସେହି ମାମଲାଗୁଡ଼ିକରେ ମଧ୍ୟ ଠିକ୍‌ ନିଷ୍ପତ୍ତି ନେଇପାରିବା ଯାହା ବିଷୟରେ ବାଇବଲରେ କୌଣସି ସିଧା ସିଧା ନିୟମ ଦିଆଯାଇ ନାହିଁ । (୧ କରି. ୨:୧୪-୧୬) ଯେଉଁ କଥାଗୁଡ଼ିକ ଦ୍ୱାରା ଯିହୋବାଙ୍କ ସହିତ ଆମ ସମ୍ପର୍କ ବିପଦରେ ପଡ଼ିପାରେ, ସେମଧ୍ୟରୁ କିଛି କଥାଗୁଡ଼ିକୁ ଆମେ ଜାଣିପାରୁ, କିନ୍ତୁ କିଛି କଥାଗୁଡ଼ିକୁ ଜାଣିବା ଏତେ ସହଜ ହୋଇ ନ ଥାଏ ।

୧୦. ଆମେ କେଉଁ କଥାଗୁଡ଼ିକରୁ ଦୂରେଇ ରହିବା ଉଚିତ୍‌ ?

୧୦ ଯେଉଁ କଥାଗୁଡ଼ିକ ଯୋଗୁଁ ଯିହୋବାଙ୍କ ସହ ଆମ ସମ୍ପର୍କ ବିପଦରେ ପଡ଼ିପାରେ, ସେମଧ୍ୟରୁ କିଛି ହେଉଛି, ଫ୍ଲର୍ଟ କରିବା, ଅତ୍ୟଧିକ ମଦ ପିଇବା, ଅତ୍ୟଧିକ ଖାଇବା-ପିଇବା, କଷ୍ଟ ପହଞ୍ଚୁ ଥିବା ଭଳି କଥାଗୁଡ଼ିକ କହିବା, ମାରପିଟ୍‌ ହେଉଥିବା କାର୍ଯ୍ୟକ୍ରମ କିମ୍ବା ଫିଲ୍ମ ଦେଖିବା ଓ ଅଶ୍ଳିଳ ଚିତ୍ର କିମ୍ବା ଭିଡିଓ ଦେଖିବା । ଏପରି କଥାଗୁଡ଼ିକରୁ ଆମେ ଦୂରେଇ ରହିବା ଉଚିତ୍‌ । (ଗୀତ. ୧୦୧:୩) ଆମ ଶତ୍ରୁ ଶୟତାନ ଦିନରାତି ଏହା ଚେଷ୍ଟା କରେ ଯେ ଯିହୋବାଙ୍କ ସହିତ ଆମ ସମ୍ପର୍କ ଭାଙ୍ଗିଯାଉ । (୧ ପିତ. ୫:୮) ଯଦି ଆମେ ସଚେତନ ରହିବାନି ତେବେ ଶୟତାନ ଆମ ମନ ଓ ହୃଦୟରେ ବିଷ ଥିବା ବୀଜ ପକାଇପାରେ । ଯେପରି, ହୁଏତ ଆମେ ଅନ୍ୟମାନଙ୍କୁ ଈର୍ଷା କରିବାକୁ ଲାଗୁ, ମିଛ କହିବା କିମ୍ବା ବିଶ୍ୱାସଘାତ କରିବାକୁ ଲାଗୁ, ଲୋଭ କରିବାକୁ ଲାଗୁ, ଅହଂକାରୀ ହୋଇଯାଉ, ଅନ୍ୟମାନଙ୍କ ପ୍ରତି ରାଗ ରଖିବାକୁ ଲାଗୁ କିମ୍ବା ସେମାନଙ୍କୁ ଘୃଣା କରିବାକୁ ଲାଗୁ । (ଗଲା. ୫:୧୯-୨୧) ଆରମ୍ଭରେ ହୁଏତ ଆମକୁ ଲାଗିପାରେ ଯେ ଏହି କଥାଗୁଡ଼ିକ ଏତେ ଖରାପ ବି ନୁହେଁ । କିନ୍ତୁ ଯଦି ଆମେ ଏହି କଥାଗୁଡ଼ିକୁ ତୁରନ୍ତ ନିଜ ମନ ଓ ହୃଦୟରୁ କାଢ଼ିବାନି, ତେବେ ଏହା ବିଷ ଥିବା ବୀଜ ଭଳି ବଢ଼ିବାକୁ ଲାଗିବ ଓ ଏଥିରୁ ଆମକୁ ବହୁତ କ୍ଷତି ହୋଇପାରେ ।—ଯାକୁ. ୧:୧୪, ୧୫.

୧୧. ଏପରି ଗୋଟିଏ ବିପଦ କʼଣ ଅଟେ ଯାହା ହୁଏତ ଆମେ ସହଜରେ ଚିହ୍ନିପାରିବାନି ଆଉ ଆମକୁ ଏହି ବିପଦରୁ କାହିଁକି ସାବଧାନ ରହିବା ଉଚିତ୍‌ ?

୧୧ ଟିକେ ଏପରି ବିପଦ ବିଷୟରେ ଧ୍ୟାନ ଦିଅନ୍ତୁ ଯାହାକୁ ହୁଏତ ଆପଣ ଏତେ ସହଜରେ ଚିହ୍ନିପାରିବେନି, ତାହା ହେଉଛି ଖରାପ ସଙ୍ଗତି । ଭାବନ୍ତୁ, ଆପଣ ଜଣେ ଏପରି ବ୍ୟକ୍ତି ସହିତ କାମ କରନ୍ତି ଯିଏ ଯିହୋବାଙ୍କ ସାକ୍ଷୀ ନୁହେଁ । ଆପଣ ଚାହାନ୍ତି ଯେ ସେ ସାକ୍ଷୀମାନଙ୍କ ବିଷୟରେ ଭଲ ଦୃଷ୍ଟିକୋଣ ରଖୁ । ତେଣୁ ଆପଣ ଅନେକଥର ତାʼର ସାହାଯ୍ୟ କରନ୍ତି ଓ ତାʼ ସହିତ ଭଲ ବ୍ୟବହାର କରନ୍ତି । ବେଳେବେଳେ ଆପଣ ତାʼସହ ବ୍ରେକ୍‌ରେ ଖାଇବା ପାଇଁ ମଧ୍ୟ ଯାନ୍ତି । କିଛି ସମୟ ପରେ ଆପଣ ପ୍ରତିଦିନ ତାʼସହ ଖାଇବା ଆରମ୍ଭ କରିଦିଅନ୍ତି । ତାʼପରେ ଆପଣ ଦେଖନ୍ତି ଯେ ବେଳେବେଳେ ସେ ଅନୈତିକ କାମଗୁଡ଼ିକ ବିଷୟରେ କଥା ହୁଏ । ପୂର୍ବେ ଆପଣ ତାʼ କଥାଗୁଡ଼ିକ ପ୍ରତି କିଛି ଧ୍ୟାନ ଦେବେନି । କିନ୍ତୁ ପରେ ଆପଣଙ୍କୁ ଏପରି କଥାଗୁଡ଼ିକୁ ଶୁଣିବା ପାଇଁ ଅଭ୍ୟାସ ହୋଇଯାଏ ଆଉ ସେହି କଥାଗୁଡ଼ିକ ଆପଣଙ୍କୁ ଖରାପ ବି ଲାଗେନି । ତାʼପରେ ଦିନେ କାମ ସରିବା ପରେ ସେ ଆପଣଙ୍କୁ ମଦ ପିଇବା ପାଇଁ ଡାକେ ଆଉ ଆପଣ ରାଜି ହୋଇଯାʼନ୍ତି । ଧିରେ ଧିରେ ଆପଣ ତାʼ ଭଳି ଭାବିବା ପାଇଁ ଲାଗନ୍ତି । ଏବେ କʼଣ ଆପଣଙ୍କୁ ଲାଗେନି ଯେ କିଛି ସମୟ ପରେ ଆପଣ ତାʼ ଭଳି ହିଁ କାମ କରିବାକୁ ମଧ୍ୟ ଲାଗିବେ ? ଏହା ସତ ଯେ ଆମେ ଲୋକମାନଙ୍କ ସହିତ ଭଲ ବ୍ୟବହାର କରିବା ଓ ସେମାନଙ୍କୁ ଆଦର କରିବା କଥା, କିନ୍ତୁ ଆମେ ଏହା ବି ମନେରଖିବା ଉଚିତ୍‌ ଯେ ଆମେ ଯେପରି ଲୋକମାନଙ୍କ ସହିତ ସମୟ ବିତାଉ, ଆମେ ସେହି ଲୋକମାନଙ୍କ ଭଳି ହୋଇଯାଉ । (୧ କରି. ୧୫:୩୩) ତେଣୁ ଏହା ବହୁତ ଜରୁରୀ ଯେ ଆମେ ଯୀଶୁଙ୍କ କଥା ମନେରଖୁ ଓ ନିଜ ଉପରେ ଲଗାତାର ଧ୍ୟାନ ଦେଉ । ତେବେ ଆମେ ଏପରି ଲୋକମାନଙ୍କ ସହିତ ଅଯଥା ସମୟ ବିତାଇବା ନାହିଁ ଯେଉଁମାନେ ଯିହୋବାଙ୍କ ସ୍ତରଗୁଡ଼ିକୁ ପାଳନ କରନ୍ତି ନାହିଁ, କାରଣ ଆମେ ଜାଣୁ ଯେ ଏପରି କରିବା ବହୁତ ବିପଦପୂର୍ଣ୍ଣ ହୋଇପାରେ ।—୨ କରି. ୬:୧୫.

ସମୟର ସଠିକ୍‌ ବ୍ୟବହାର କିପରି କରିବା ?

୧୨. ଯିରୂଶାଲମର ବିନାଶର ଅପେକ୍ଷା କରିବା ସମୟରେ ଯୀଶୁଙ୍କ ଶିଷ୍ୟମାନଙ୍କୁ କʼଣ କରିବାର ଥିଲା ?

୧୨ ଯୀଶୁଙ୍କ ଶିଷ୍ୟମାନେ ଜାଣିଥିଲେ ଯେ ଯିରୂଶାଲମର ବିନାଶ ହୋଇଯିବ, କିନ୍ତୁ ସେସମୟ ଯାଏ ସେମାନଙ୍କୁ କେବଳ ଅପେକ୍ଷା କରିବାର ନ ଥିଲା । ଯୀଶୁ ସେମାନଙ୍କୁ ଗୋଟିଏ କାମ ଦେଇଥିଲେ । ସେ ସେମାନଙ୍କୁ ଆଜ୍ଞା ଦେଲେ ଯେ ସେମାନେ “ଯିରୂଶାଲମ, ସମସ୍ତ ଯିହୁଦା ପ୍ରଦେଶ ଓ ଶମିରୋଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ” ଖୁସିଖବର ଶୁଣାନ୍ତୁ । (ପ୍ରେରି. ୧:୬-୮) ସେହି ଶିଷ୍ୟମାନଙ୍କୁ ବହୁତ ବଡ଼ ଦାୟିତ୍ୱ ମିଳିଥିଲା ! ସେମାନେ ନିଜ ଦାୟିତ୍ୱକୁ ମନପ୍ରାଣ ଦେଇ ପୂରା କଲେ । ଏପରି କରି ସେମାନେ ଦେଖାଇଲେ ଯେ ସେମାନେ ସମୟର ଭଲ ବ୍ୟବହାର କଲେ ।

୧୩. ସମୟର ସଠିକ୍‌ ବ୍ୟବହାର କରିବା କାହିଁକି ଜରୁରୀ ଅଟେ ? (କଲସୀୟ ୪:୫)

୧୩ କଲସୀୟ ୪:୫ ପଢ଼ନ୍ତୁ । ଯେବେ ଆମେ ନିଜ ସମୟର ସଠିକ୍‌ ବ୍ୟବହାର କରୁ, ତେବେ ଆମେ ନିଜ ଉପରେ ଧ୍ୟାନ ଦେଇଥାଉ । ତେଣୁ ଆମକୁ ଭାବିବା ଉଚିତ୍‌ ଯେ ଆମେ ନିଜ ସମୟ କେଉଁ କାମଗୁଡ଼ିକରେ ଲଗାଉଛୁ । ଏପରି କାହିଁକି କରିବା ଜରୁରୀ ? କାରଣ କେବେ ବି ‘କାହାରି ସହିତ କୌଣସି ଦୁର୍ଘଟଣା ଘଟିପାରେ’ ଓ ହଠାତ୍‌ ଆମ ମୃତ୍ୟୁ ବି ହୋଇପାରେ ।—ଉପ. ୯:୧୧, NWT.

ଆମେ ନିଜ ସମୟର ସଠିକ୍‌ ବ୍ୟବହାର କିପରି କରିପାରିବା ? (ପାରାଗ୍ରାଫ ୧୪-୧୫)

୧୪-୧୫. ଆମେ ନିଜ ସମୟର ସଠିକ୍‌ ବ୍ୟବହାର କିପରି କରିପାରିବା ? (ଏବ୍ରୀ ୬:୧୧, ୧୨) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ଆଜି ଆମେ ସମସ୍ତେ ନିଜ ସମୟର ସଠିକ୍‌ ବ୍ୟବହାର କିପରି କରିପାରିବା ? ଯିହୋବାଙ୍କ ଇଚ୍ଛା ପୂରା କରି ଓ ତାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରି । (ଯୋହ. ୧୪:୨୧) ଏହା ବହୁତ ଜରୁରୀ ଅଟେ ଯେ ଆମେ ‘ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ୍‌ ହେଉ ।’ (୧ କରି. ୧୫:୫୮) ଯେବେ ଆମେ ଏପରି କରିବା, ତେବେ ବିନାଶ ଆସିବା ପୂର୍ବରୁ କିମ୍ବା ନିଜ ମୃତ୍ୟୁ ପୂର୍ବରୁ ଆମେ ଏହା ଭାବି ଅବଶୋଷ କରିବାନି ଯେ ଯିହୋବାଙ୍କ ସେବାରେ ଆମେ ନିଜ ସମୟର ଭଲ ବ୍ୟବହାର କଲୁ ନାହିଁ ।—ମାଥି. ୨୪:୧୩; ରୋମୀ. ୧୪:୮.

୧୫ ଯୀଶୁଙ୍କ ଶିଷ୍ୟମାନେ ଆଜି ସାରା ଦୁନିଆରେ ଈଶ୍ୱରଙ୍କ ରାଜ୍ୟର ଖୁସିଖବର ଶୁଣାଉଛନ୍ତି ଆଉ ଯୀଶୁ ସେମାନଙ୍କୁ ଲଗାତାର ନିର୍ଦ୍ଦେଶ ଦେଉଛନ୍ତି । ଯୀଶୁ ସଂଗଠନ ଜରିଆରେ ଆମକୁ ଭଲଭାବେ ପ୍ରଚାର କରିବା ଶିଖାଉଛନ୍ତି ଓ ତାʼପାଇଁ ଆମକୁ ଯାହା ବି ପ୍ରକାଶନ ଦରକାର, ତାହା ସେ ଦେଉଛନ୍ତି । (ମାଥି. ୨୮:୧୮-୨୦) ଯୀଶୁ ନିଜ ପ୍ରତିଜ୍ଞା ଭଲଭାବେ ପୂରା କରିଛନ୍ତି, କିନ୍ତୁ ସେ ଆମଠାରୁ କʼଣ ଚାହାନ୍ତି ? ସେ ଚାହାନ୍ତି ଯେ ଯେବେ ଯାଏ ଯିହୋବା ଏହି ଦୁନିଆକୁ ବିନାଶ କରି ନ ଦିଅନ୍ତି, ସେସମୟ ଯାଏ ଆମେ ଲୋକମାନଙ୍କୁ ପ୍ରଚାର ଓ ଶିଖାଇବାରେ ପରିଶ୍ରମ କରୁ ଓ ସଚେତନ ରହୁ । ଏପରି ଭାବେ ଆମେ ଏବ୍ରୀ ୬:୧୧, ୧୨ ପଦରେ ଦିଆଯାଇଥିବା ପରାମର୍ଶକୁ ମାନୁଥିବା ଓ ଆମକୁ “ଶେଷ ପର୍ଯ୍ୟନ୍ତ” ଦୃଢ଼ ଭରସା ରହିବ ଯେ ଆମ ଆଶା ପୂରା ହେବ ।—ପଢ଼ନ୍ତୁ ।

୧୬. ଆପଣ କʼଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ?

୧୬ ଯିହୋବା ସେହି ଦିନ ଓ ସମୟ ନିର୍ଦ୍ଧାରିତ କରି ଦେଇଛନ୍ତି, ଯେବେ ସେ ଶୟତାନର ଏହି ଦୁନିଆକୁ ବିନାଶ କରିବେ । ତାʼପରେ ଯିହୋବା ନୂଆ ଦୁନିଆ ବିଷୟରେ ସେହି ସମସ୍ତ ଭବିଷ୍ୟତବାଣୀ ପୂରା କରିବେ ଯାହା ସେ ନିଜ ବାକ୍ୟରେ ଲେଖାଇଛନ୍ତି । ଯେବେ ଯାଏ ସେହି ଦିନ ଆସେନି, ବେଳେବେଳେ ଆମକୁ ଲାଗିପାରେ ଯେ ବିନାଶ ଆସିବାରେ ଡେରି ହେଉଛି । କିନ୍ତୁ ଯିହୋବାଙ୍କ ସେହି ଦିନ ନିର୍ଦ୍ଧାରିତ ସମୟରେ ଆସିବ ଏଥିରେ “ବିଳମ୍ବ ହେବ ନାହିଁ ।” (ହବ. ୨:୩) ତେବେ ଆସନ୍ତୁ ଆମେ ଦୃଢ଼ ନିଷ୍ପତ୍ତି ନେବା ଯେ ଆମେ ‘ଈଶ୍ୱରଙ୍କ ପ୍ରତି ଦୃଷ୍ଟି ରଖିବା, ନିଜ ପରିତ୍ରାଣ, ନିଜ ପରମେଶ୍ୱରଙ୍କ ଲଗାତାର ଅପେକ୍ଷା କରିବା ।’—ମୀଖା ୭:୭.

ଗୀତ ୧୩୯ ଯାବ ହୋଙ୍ଗେ ନାଇ ଦୁନିଆ ମେ

a ଏହି ଲେଖାରେ ଆମେ ଜାଣିବା ଯେ ଦୁନିଆର ଘଟଣାଗୁଡ଼ିକୁ ଧ୍ୟାନ ଦେବା ସମୟରେ ଆମେ କʼଣ କରିବା ଉଚିତ୍‌ ଓ କʼଣ ନୁହେଁ । ଆଉ ଆମେ କିପରି ଜାଗ୍ରତ ରହିପାରିବା । ଆମେ ଏହା ବି ଜାଣିବା ଯେ ଆମେ ନିଜ ଉପରେ କିପରି ଧ୍ୟାନ ଦେଇପାରିବା ଓ ସମୟର କିପରି ଭଲ ବ୍ୟବହାର କରିପାରିବା ।

b ଚିତ୍ର ବିଷୟରେ: (ଉପରେ) ଜଣେ ସ୍ୱାମୀ ସ୍ତ୍ରୀ ଖବର ଦେଖୁଛନ୍ତି । ଖବର ଦେଖିବା ସମୟରେ ସେମାନଙ୍କୁ ଯାହା ଲାଗିଲା, ସେବିଷୟରେ ସେମାନେ ସଭା ପରେ ଅନ୍ୟ ଭାଇଭଉଣୀମାନଙ୍କ ସହ କଥା ହେଉଛନ୍ତି । (ତଳେ) ଜଣେ ସ୍ୱାମୀ ସ୍ତ୍ରୀ ପ୍ରଶାସନ ଦଳ ତରଫରୁ ରିପୋର୍ଟ ଦେଖୁଛନ୍ତି ଯାହାଦ୍ୱାରା ବାଇବଲର ଭବିଷ୍ୟତବାଣୀଗୁଡ଼ିକ ବିଷୟରେ ସେମାନଙ୍କୁ ବର୍ତ୍ତମାନର ତଥ୍ୟ ଜଣାଥାଉ । ଆଉ ସେମାନେ ବିଶ୍ୱସ୍ତ ଦାସ ଜରିଆରେ ପ୍ରସ୍ତୁତ କରାଯାଇଥିବା ପ୍ରକାଶନ ଅନ୍ୟମାନଙ୍କୁ ଦେଉଛନ୍ତି ।