इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୪

“ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଦ୍ୱାରା ଜ୍ଞାତ ହେବେ”

“ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଦ୍ୱାରା ଜ୍ଞାତ ହେବେ”

“ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଦ୍ୱାରା ଜ୍ଞାତ ହେବେ ।”—ଯୋହ. ୧୩:୩୫.

ଗୀତ ୧୦୬ ପ୍ୟାର୍‌ ବଢ଼ାଏଁ

ଲେଖାର ଝଲକ a

ଯେବେ ଲୋକମାନେ ଦେଖନ୍ତି ଯେ ଯିହୋବାଙ୍କ ଲୋକମାନଙ୍କ ମଧ୍ୟରେ କେତେ ପ୍ରେମ ଅଛି, ତେବେ ସେମାନଙ୍କୁ କିପରି ଲାଗେ ? (ପାରାଗ୍ରାଫ ୧)

୧. ଯେବେ ଲୋକେ ପ୍ରଥମ ଥର ଆମ ସଭାକୁ ଆସନ୍ତି, ତେବେ ସେମାନଙ୍କୁ କେଉଁ କଥା ସବୁଠୁ ଭଲ ଲାଗେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

 ଭାବନ୍ତୁ, ଜଣେ ସ୍ୱାମୀ ସ୍ତ୍ରୀ ପ୍ରଥମ ଥର ଯିହୋବାଙ୍କ ସାକ୍ଷୀମାନଙ୍କ ସଭାରେ ଆସିଛନ୍ତି । ସମସ୍ତେ ବହୁତ ପ୍ରେମର ସହ ସେମାନଙ୍କୁ ଭେଟନ୍ତି । ସେ ଦୁହେଁ ଏହା ବି ଦେଖନ୍ତି ଯେ ଭାଇଭଉଣୀମାନଙ୍କ ମଧ୍ୟରେ ବହୁତ ପ୍ରେମ ଅଛି । ଏସବୁ ଦେଖି ସେମାନଙ୍କୁ ବହୁତ ଭଲ ଲାଗେ । ସଭାରୁ ଘରକୁ ଫେରିବା ସମୟରେ ସ୍ତ୍ରୀ ନିଜ ସ୍ୱାମୀକୁ କହନ୍ତି, ‘ଏମାନେ କେତେ ଭଲ ଲୋକ ! ସମସ୍ତଙ୍କଠାରୁ ବହୁତ ଅଲଗା ଥିଲେ ।’

୨. କିଛି ଲୋକ କାହିଁକି ଯିହୋବାଙ୍କ ସେବା କରିବା ଛାଡ଼ି ଦେଇଛନ୍ତି ?

ଯିହୋବାଙ୍କ ଲୋକମାନଙ୍କ ମଧ୍ୟରେ ଯେଉଁ ପ୍ରେମ ଅଛି, ତାହା ସତରେ ବହୁତ ନିଆରା ଅଟେ ! କିନ୍ତୁ ଏପରି ନୁହେଁ ଯେ ଆମ ଦ୍ୱାରା କୌଣସି ଭୁଲ ହୁଏନି । (୧ ଯୋହ. ୧:୮) ଆଉ ଯେବେ ଆମେ ଅନ୍ୟମାନଙ୍କୁ ଅଧିକ ଜାଣିବାକୁ ଲାଗୁ, ତେବେ ଆମକୁ ତାଙ୍କର ଦୁର୍ବଳତାଗୁଡ଼ିକ ଦେଖାଯାଏ । (ରୋମୀ. ୩:୨୩) କିନ୍ତୁ ଦୁଃଖର କଥା ଏହା ଯେ କିଛି ଲୋକମାନେ ଅନ୍ୟମାନଙ୍କ ଦୁର୍ବଳତାଗୁଡ଼ିକ ଯୋଗୁଁ ଯିହୋବାଙ୍କ ସେବା କରିବା ଛାଡ଼ି ଦେଇଛନ୍ତି ।

୩. ଯୀଶୁଙ୍କ ଶିଷ୍ୟମାନଙ୍କ ପରିଚୟ କେଉଁ କଥାରୁ ମିଳେ ? (ଯୋହନ ୧୩:୩୪, ୩୫)

ଟିକେ ଏହି ଲେଖାର ମୁଖ୍ୟ ପଦ ଉପରେ ପୁଣିଥରେ ଧ୍ୟାନ ଦିଅନ୍ତୁ । (ଯୋହନ ୧୩:୩୪, ୩୫ ପଢ଼ନ୍ତୁ ।) ଯୀଶୁଙ୍କ ପ୍ରକୃତ ଶିଷ୍ୟମାନଙ୍କ ପରିଚୟ କେଉଁ କଥାରୁ ମିଳେ ? ଏକଥାରୁ ମିଳେନି ଯେ ସେମାନଙ୍କ ଦ୍ୱାରା କୌଣସି ଭୁଲ ହେବନି, ବରଂ ଏକଥାରୁ ମିଳେ ଯେ ସେମାନଙ୍କ ମଧ୍ୟରେ ପ୍ରେମ ଥିବ । ଏହା ବି ଧ୍ୟାନ ଦିଅନ୍ତୁ ଯେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଏହା କହିଲେନି, ‘ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ତମେ ତଦ୍ଦ୍ୱାରା ଜ୍ଞାତ ହେବ ।’ ସେ କହିଲେ, “ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଦ୍ୱାରା ଜ୍ଞାତ ହେବେ ।” ଏପରି ଭାବେ ଯୀଶୁ କହିଲେ ଯେ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ନିଶ୍ୱାର୍ଥ ପ୍ରେମ ଥିବ । ଏହି ପ୍ରେମ ଯୋଗୁଁ କେବଳ ମଣ୍ଡଳୀର ଲୋକମାନେ ନୁହେଁ, ବରଂ ଦୁନିଆର ସମସ୍ତ ଲୋକମାନେ ବୁଝିପାରିବେ ଯେ ସେମାନେ ହିଁ ସତରେ ଯୀଶୁଙ୍କ ଶିଷ୍ୟ ଅଟନ୍ତି ।

୪. କିଛି ଲୋକ ହୁଏତ ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ କʼଣ ଜାଣିବା ପାଇଁ ଚାହିଁବେ ?

ଯେଉଁ ଲୋକମାନେ ଯିହୋବାଙ୍କ ସାକ୍ଷୀ ନୁହନ୍ତି, ସେମଧ୍ୟରୁ କିଛି ହୁଏତ ଏହା ଭାବିବେ, ‘ପ୍ରେମରୁ କିପରି ଯୀଶୁଙ୍କ ଶିଷ୍ୟମାନଙ୍କ ପରିଚୟ ମିଳେ ? ଯୀଶୁ କିପରି ଦେଖାଇଲେ ଯେ ସେ ନିଜ ଶିଷ୍ୟମାନଙ୍କୁ ପ୍ରେମ କରନ୍ତି ? ଆଉ ଆଜି ଆମେ କିପରି ଯୀଶୁଙ୍କ ଭଳି ହୋଇପାରିବା ?’ ଆମେ ଯିହୋବାଙ୍କ ସାକ୍ଷୀମାନଙ୍କୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଉପରେ ଧ୍ୟାନ ଦେବା ଉଚିତ୍‌ । ଏପରି କଲେ ଆମେ ପରସ୍ପରକୁ ଆହୁରି ପ୍ରେମ କରିପାରିବା, ସେସମୟରେ ବି ଯେବେ କେହି ଭୁଲ କରନ୍ତି ।—ଏଫି. ୫:୨.

ପ୍ରେମରୁ କିପରି ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କ ପରିଚୟ ମିଳେ ?

୫. ଯୋହନ ୧୫:୧୨, ୧୩ ପଦରେ ଯୀଶୁ ଯାହା କହିଲେ, ତାʼର ଅର୍ଥ କʼଣ ଅଟେ ?

ଯୀଶୁ ସ୍ପଷ୍ଟ ଭାବେ କହିଲେ ଯେ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଗୋଟିଏ ବିଶେଷ ପ୍ରକାରର ପ୍ରେମ ଥିବ । (ଯୋହନ ୧୫:୧୨, ୧୩ ପଢ଼ନ୍ତୁ ।) ଧ୍ୟାନ ଦିଅନ୍ତୁ ଯେ ସେ କʼଣ ଆଜ୍ଞା ଦେଇଥିଲେ । ସେ କହିଲେ, “ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର ।” ଏହାର ଅର୍ଥ କʼଣ ଅଟେ ? ଯୀଶୁ ବୁଝାଇଲେ ଯେ ସେମାନଙ୍କୁ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ନିଜଠାରୁ ବି ଅଧିକ ପ୍ରେମ କରିବାର ଅଛି । ଏପରି ପ୍ରେମ ଯେ ଯଦି ଦରକାର ପଡ଼େ, ତେବେ ସେମାନେ ନିଜ ଜୀବନ ବି ଦେବାକୁ ପ୍ରସ୍ତୁତ ହୋଇଯାନ୍ତୁ । b

୬. ଆମେ ଏପରି କାହିଁକି କହିପାରିବା ଯେ ଈଶ୍ୱରଙ୍କ ବାକ୍ୟରେ ପ୍ରେମ କରିବା ଉପରେ ବହୁତ ଜୋର୍‌ ଦିଆଯାଇଛି ?

ଈଶ୍ୱରଙ୍କ ବାକ୍ୟରେ ପ୍ରେମ କରିବା ଉପରେ ବହୁତ ଜୋର୍‌ ଦିଆଯାଇଛି । ଅନେକ ଭାଇଭଉଣୀଙ୍କ ମନପସନ୍ଦ ପଦଗୁଡ଼ିକ ପ୍ରେମ ବିଷୟରେ ହିଁ ଅଛି । ଯେପରି, “ଈଶ୍ୱର ତ ପ୍ରେମ ।” (୧ ଯୋହ. ୪:୮) “ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର ।” (ମାଥି. ୨୨:୩୯) “ପ୍ରେମ ବହୁଳ ପାପ ଆଚ୍ଛାଦନ କରେ ।” (୧ ପିତ. ୪:୮) “ପ୍ରେମ କଦାପି ଶେଷ ହୁଏ ନାହିଁ ।” (୧ କରି. ୧୩:୮) ଏହି ପଦଗୁଡ଼ିକରୁ ଓ ଏପରି ହିଁ ଅନ୍ୟ ପଦଗୁଡ଼ିକରୁ ସ୍ପଷ୍ଟ ଜଣାପଡ଼େ ଯେ ଅନ୍ୟମାନଙ୍କୁ ପ୍ରେମ କରିବା ବହୁତ ଜରୁରୀ ଅଟେ ।

୭. ଶୟତାନ ଗୋଟିଏ ଏପରି ସଙ୍ଗଠନ କାହିଁକି ସୃଷ୍ଟି କରିପାରିବନି ଯେଉଁଥିରେ ଲୋକମାନଙ୍କ ମଧ୍ୟରେ ପ୍ରେମ ଓ ଏକତା ଥିବ ?

ଅନେକ ଲୋକ କହନ୍ତି, ‘ଆଜି ସବୁ ଧର୍ମ ଏହା ଦାବି କରନ୍ତି ଯେ ସେମାନେ ଯାହା ଶିଖାନ୍ତି, ତାହା ହିଁ ସତ ଅଟେ । କିନ୍ତୁ ଯେବେ ଈଶ୍ୱରଙ୍କ ବିଷୟରେ ସତ୍ୟ ଶିଖାଇବାର କଥା ଆସେ, ତେବେ ସମସ୍ତେ ଅଲଗା ଅଲଗା କଥା କହନ୍ତି । ତାହେଲେ କିପରି ଜଣାପଡ଼ିବ ଯେ କେଉଁଟି ପ୍ରକୃତ ଧର୍ମ ଅଟେ ?’ ଶୟତାନ ଏତେଗୁଡ଼ିଏ ଧର୍ମ ସୃଷ୍ଟି କରିଛି ଯେ ଲୋକମାନେ ବୁଝିପାରନ୍ତି ନାହିଁ ଯେ କେଉଁଟି ପ୍ରକୃତ ଧର୍ମ ଅଟେ । କିନ୍ତୁ ସେ କେବେ ବି ଏପରି ସଙ୍ଗଠନ ସୃଷ୍ଟି କରିପାରିବନି ଯାହାର ଲୋକମାନେ ସାରା ଦୁନିଆରେ ବ୍ୟାପିଥିବେ, ତଥାପି ସେମାନଙ୍କ ମଧ୍ୟରେ ପ୍ରକୃତ ପ୍ରେମ ଥିବ । ଏହା କେବଳ ଯିହୋବା ହିଁ କରିପାରିବେ, କାରଣ ଯେଉଁ ଲୋକମାନଙ୍କ ମଧ୍ୟରେ ତାଙ୍କର ପବିତ୍ର ଶକ୍ତି ଥାଏ ଓ ଆଶିଷ ଥାଏ, ସେମାନଙ୍କ ମଧ୍ୟରେ ହିଁ ପ୍ରକୃତ ପ୍ରେମ ଥାଏ । (୧ ଯୋହ. ୪:୭) ତେଣୁ ଯୀଶୁ କହିଥିଲେ ଯେ ତାଙ୍କ ଶିଷ୍ୟମାନଙ୍କ ପରିଚୟ ଏକଥାରୁ ମିଳେ ଯେ ସେମାନଙ୍କ ମଧ୍ୟରେ ପ୍ରକୃତ ପ୍ରେମ ଥିବ ।

୮-୯. ଯେବେ ଅନେକ ଲୋକ ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରେ ପ୍ରେମ ଦେଖିଲେ, ତେବେ ସେମାନଙ୍କୁ କିପରି ଲାଗିଲା ?

ଯେପରି ଯୀଶୁ କହିଥିଲେ, ଅନେକ ଲୋକ ଦେଖିଛନ୍ତି ଯେ ଯିହୋବାଙ୍କ ଲୋକମାନଙ୍କ ମଧ୍ୟରେ ପ୍ରକୃତ ପ୍ରେମ ଅଛି । ଏହା ଦେଖି ସେମାନେ ବୁଝି ଯାଇଛନ୍ତି ଯେ ଏହି ଲୋକମାନେ ହିଁ ଯୀଶୁଙ୍କ ପ୍ରକୃତ ଶିଷ୍ୟ ଅଟନ୍ତି । ଇୟନ ନାମକ ଭାଇଙ୍କ ଏପରି ହିଁ ଅନୁଭବ ରହିଛି । ସେ କହନ୍ତି ଯେ ତାଙ୍କ ଘର ପାଖରେ ଗୋଟିଏ ଷ୍ଟାଡିୟମ ଥିଲା ଯେଉଁଥିରେ ସେ ପ୍ରଥମ ଥର ଯିହୋବାଙ୍କ ସାକ୍ଷୀମାନଙ୍କ ଅଧିବେଶନରେ ଯାଇଥିଲେ । ତାʼର କିଛି ମାସ ପୂର୍ବେ ସେମାନେ ସେହି ଷ୍ଟାଡିୟମରେ ଗୋଟିଏ ମ୍ୟାଚ ଦେଖିବା ପାଇଁ ଯାଇଥିଲେ । ସେ କହନ୍ତି, “ସେହି ମ୍ୟାଚ ଓ ଏହି ଅଧିବେଶନରେ ବହୁତ ଫରକ ଥିଲା । ସାକ୍ଷୀମାନେ ବହୁତ ଆଦରର ସହ ପରସ୍ପର ସହ କଥା ହେଉଥିଲେ, ସମସ୍ତେ ବହୁତ ଭଲ କପଡ଼ା ପିନ୍ଧିଥିଲେ ଆଉ ସେମାନଙ୍କ ପିଲାମାନେ ବହୁତ ଭଲରେ ବ୍ୟବହାର କରୁଥିଲେ । . . . ଯେଉଁକଥା ମୋତେ ସବୁଠୁ ଭଲ ଲାଗୁଥିଲା, ତାହା ଥିଲା, ମୋତେ ଏପରି ଲାଗୁଥିଲା ଯେ ଏମାନଙ୍କ ପାଖରେ ଦୁନିଆର ସବୁ ଖୁସି ଅଛି ଓ ସେମାନଙ୍କୁ କୌଣସି କଥାର ଚିନ୍ତା ନାହିଁ । ମୁଁ ବି ଏପରି ହିଁ ବଞ୍ଚିବା ପାଇଁ ଚାହୁଁଥିଲି । ସେହି ଦିନ ଯେଉଁ ଭାଷଣଗୁଡ଼ିକ ଦିଆଯାଇଥିଲା, ସେଥିରୁ ମୋତେ ଗୋଟେ ବି କଥା ମନେ ନାହିଁ, କିନ୍ତୁ ସାକ୍ଷୀମାନେ ଯେଉଁ ଭଳି ଭାବେ ବ୍ୟବହାର କରୁଥିଲେ ତାହା ମୁଁ କେବେ ବି ଭୁଲିବିନି ।” c ଆମେ ଯିହୋବାଙ୍କ ସାକ୍ଷୀମାନଙ୍କ ବ୍ୟବହାର ଏଥିପାଇଁ ଭଲ ଅଛି, କାରଣ ଆମେ ପରସ୍ପରକୁ ପ୍ରକୃତ ପ୍ରେମ କରୁ । ଏହି ପ୍ରେମ ଯୋଗୁଁ ଆମେ ନିଜ ଭାଇଭଉଣୀମାନଙ୍କ ଆଦର କରୁ ଓ ସେମାନଙ୍କର ଚିନ୍ତା କରୁ ।

ଜୋନ୍‌ ନାମକ ଭାଇ ଯେବେ ସଭାରେ ଯିବା ଆରମ୍ଭ କଲେ, ତେବେ ସେ ବି ଏପରି ହିଁ ଅନୁଭବ କଲେ । ସେ କହନ୍ତି, ‘ସେଠାରେ ସମସ୍ତେ ପରସ୍ପର ସହିତ ବହୁତ ଭଲଭାବେ କଥା ହେଉଥିଲେ । ସେମାନଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ! ଏପରି ଲାଗୁଥିଲା ଯେ ସେମାନେ କୌଣସି ଅଲଗା ଦୁନିଆର ଅଟନ୍ତି । ସେମାନଙ୍କ ମଧ୍ୟରେ ଯେଉଁ ପ୍ରେମ ଥିଲା, ଏହା ଦେଖି ମୋତେ ଭରସା ହୋଇଗଲା ଯେ ଏହା ହିଁ ପ୍ରକୃତ ଧର୍ମ ଅଟେ ।’ d ଅନେକ ଲୋକଙ୍କ ଏପରି ହିଁ ଅନୁଭବ ରହିଛି । ଏଥିରୁ ଏହା ପ୍ରମାଣିତ ହୁଏ ଯେ ଯିହୋବାଙ୍କ ଲୋକମାନେ ହିଁ ପ୍ରକୃତରେ ଯୀଶୁଙ୍କ ପଦଚିହ୍ନରେ ଚାଲନ୍ତି ।

୧୦. ଆମେ ବିଶେଷ କରି କେବେ ଏହା ଦେଖାଇପାରିବା ଯେ ଆମେ ନିଜ ଭାଇଭଉଣୀଙ୍କୁ ପ୍ରକୃତ ପ୍ରେମ କରୁ ? (ଫୁଟନୋଟ୍‌ ମଧ୍ୟ ଦେଖନ୍ତୁ ।)

୧୦ ଯେପରି ଏହି ଲେଖାର ଆରମ୍ଭରେ ଆମେ ଚର୍ଚ୍ଚା କରିଥିଲୁ ଯେ ଆମେ ସମସ୍ତେ ଅପରିପୂର୍ଣ୍ଣ ଅଟୁ । ତେଣୁ ଅନେକଥର ଆମ ଭାଇଭଉଣୀମାନେ ଏପରି କିଛି କରିଦିଅନ୍ତି ଯେଉଁଥିରୁ ଆମକୁ ଖରାପ ଲାଗେ । e (ଯାକୁ. ୩:୨) ଯେବେ ଏପରି ହୁଏ, ସେସମୟରେ ଆମେ ସେମାନଙ୍କ ସହ ଯେପରି ବ୍ୟବହାର କରୁ ବିଶେଷ କରି ସେଥିରୁ ଆମେ ଦେଖାଇପାରିବା ଯେ ଆମେ ସେମାନଙ୍କୁ ପ୍ରକୃତ ପ୍ରେମ କରୁ । ଏହି ମାମଲା ବିଷୟରେ ଆମେ ଯୀଶୁଙ୍କଠାରୁ କʼଣ ଶିଖିପାରିବା ?—ଯୋହ. ୧୩:୧୫.

ଯୀଶୁ କିପରି ଦେଖାଇଲେ ଯେ ସେ ପ୍ରେରିତମାନଙ୍କୁ ପ୍ରେମ କରନ୍ତି ?

ଯୀଶୁଙ୍କ ପ୍ରେରିତମାନେ ଅନେକ ଭୁଲ କଲେ, ତଥାପି ସେ ସେମାନଙ୍କୁ ପ୍ରେମ କରିବା ଜାରି ରଖିଲେ (ପାରାଗ୍ରାଫ ୧୧-୧୩)

୧୧. ଯାକୁବ ଓ ଯୋହନଙ୍କ ଭିତରେ କେଉଁ ଦୁର୍ବଳତାଗୁଡ଼ିକ ଥିଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଯୀଶୁ ନିଜ ଶିଷ୍ୟମାନଙ୍କଠାରୁ ଏହା ଆଶା କଲେନି ଯେ ସେମାନେ କେବେ କୌଣସି ଭୁଲ କରିବେନି । ତାʼ ପରିବର୍ତ୍ତେ ସେ ଜାଣିଥିଲେ ଯେ ସେମାନଙ୍କ ଭିତରେ କିଛି ଦୁର୍ବଳତା ଅଛି ଓ ସେଗୁଡ଼ିକୁ ଦୂର କରିବା ପାଇଁ ସେ ପ୍ରେମର ସହ ସେମାନଙ୍କର ସାହାଯ୍ୟ କଲେ, ଯାହାଦ୍ୱାରା ଯିହୋବା ସେମାନଙ୍କଠାରୁ ଖୁସି ହୁଅନ୍ତୁ । ଥରେ ଯୀଶୁଙ୍କ ଦୁଇ ଶିଷ୍ୟ ଯାକୁବ ଓ ଯୋହନ, ନିଜ ମାଆଙ୍କୁ କହିଲେ ଯେ ସେ ଯୀଶୁଙ୍କୁ କହନ୍ତୁ ଯେ ଯୀଶୁ ସେମାନଙ୍କୁ ନିଜ ରାଜ୍ୟରେ ଉଚ୍ଚ ପଦବୀ ଦିଅନ୍ତୁ । (ମାଥି. ୨୦:୨୦, ୨୧) ଏପରି ଭାବେ ଯାକୁବ ଓ ଯୋହନ ଦେଖାଇଲେ ଯେ ସେମାନେ ଅହଂକାରୀ ଅଟନ୍ତି ଓ ଅନ୍ୟମାନଙ୍କଠାରୁ ବଡ଼ ହେବାକୁ ଚାହାନ୍ତି ।—ହିତୋ. ୧୬:୧୮.

୧୨. କʼଣ କେବଳ ଯାକୁବ ଓ ଯୋହନଙ୍କ ଭିତରେ ହିଁ ଦୁର୍ବଳତାଗୁଡ଼ିକ ଥିଲା ? ବୁଝାନ୍ତୁ ।

୧୨ ଏପରି ନଥିଲା ଯେ ସେହି ସମୟରେ କେବଳ ଯାକୁବ ଓ ଯୋହନ ହିଁ ଦେଖାଇଲେ ଯେ ସେମାନଙ୍କ ଭିତରେ ଦୁର୍ବଳତାଗୁଡ଼ିକ ଅଛି । ଧ୍ୟାନ ଦିଅନ୍ତୁ ଯେ ଯେବେ ଏବିଷୟରେ ଅନ୍ୟ ପ୍ରେରିତମାନଙ୍କୁ ଜଣାପଡ଼ିଲା, ତେବେ ସେମାନେ କʼଣ କଲେ । ବାଇବଲରେ ଲେଖାଅଛି, “ଅନ୍ୟ ଦଶ ଜଣ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ବିରକ୍ତ ହେଲେ ।” (ମାଥି. ୨୦:୨୪) ଆମେ କଳ୍ପନା କରିପାରିବା ଯେ ଯାକୁବ, ଯୋହନ ଓ ଅନ୍ୟ ପ୍ରେରିତମାନଙ୍କ ମଧ୍ୟରେ କିପରି ଯୁକ୍ତିତର୍କ ହୋଇଥିବ ! ହୁଏତ ଅନ୍ୟ ପ୍ରେରିତମାନେ ସେମାନଙ୍କୁ କହିଥିବେ: ‘ତମମାନଙ୍କୁ କʼଣ ଲାଗୁଛି, କʼଣ ତମେମାନେ ହିଁ ଆମଠାରୁ ଅଧିକ ଯୋଗ୍ୟ ? କେବଳ ତମେମାନେ ହିଁ ଯୀଶୁଙ୍କ ସହ ପରିଶ୍ରମ କଲ ? ଆମେ କିଛି କଲୁନି ? କʼଣ ଆମେ ସମସ୍ତେ ଉଚ୍ଚ ପଦବୀ ପାଇବର ଯୋଗ୍ୟ ନାହୁଁ ?’ ସେହି ପ୍ରେରିତମାନେ ଯାହା ବି କହିଥିବେ, କିନ୍ତୁ ଗୋଟେ କଥା ସ୍ପଷ୍ଟ ଯେ ସେହି ସମୟରେ ସେମାନେ ପରସ୍ପରକୁ ପ୍ରେମ ଦେଖାଇପାରିଲେନି ।

୧୩. ପ୍ରେରିତମାନଙ୍କ ଭିତରେ ଅନେକ ଦୁର୍ବଳତା ଥିଲା, ତଥାପି ଯୀଶୁ ସେମାନଙ୍କ ସହ କିପରି ବ୍ୟବହାର କଲେ ? (ମାଥିଉ ୨୦:୨୫-୨୮)

୧୩ ଏପରି ପରିସ୍ଥିତିରେ ଯୀଶୁ କʼଣ କଲେ ? ସେ ପ୍ରେରିତମାନଙ୍କ ଉପରେ ରାଗିଲେନି । ସେ ସେମାନଙ୍କୁ ଏପରି କହିଲେନି ଯେ ଏବେ ମୁଁ ଅନ୍ୟ ପ୍ରେରିତମାନଙ୍କୁ ଖୋଜିବି, ଯେଉଁମାନେ ତମମାନଙ୍କଠାରୁ ଅଧିକ ନମ୍ର ଥିବେ ଓ ପରସ୍ପର ସହ ସବୁବେଳେ ପ୍ରେମର ସହ ବ୍ୟବହାର କରିବେ । ତାʼ ପରିବର୍ତ୍ତେ ଯୀଶୁ ସେମାନଙ୍କ ସହ ଧୈର୍ଯ୍ୟ ଧରିଲେ ଓ ସେମାନଙ୍କୁ ପ୍ରେମର ସହ ବୁଝାଇଲେ, କାରଣ ସେ ଜାଣିଥିଲେ ଯେ ସେମାନେ ହୃଦୟରୁ ଭଲ ଅଟନ୍ତି । (ମାଥିଉ ୨୦:୨୫-୨୮ ପଢ଼ନ୍ତୁ ।) ଆଉ ଏପରି ନ ଥିଲା ଯେ ପ୍ରେରିତମାନଙ୍କ ମଧ୍ୟରେ ପ୍ରଥମ ଥର ଏହି ଯୁକ୍ତିତର୍କ ହୋଇଥିଲା ଯେ ସେମାନଙ୍କ ମଧ୍ୟରୁ ବଡ଼ କିଏ ଅଟେ । ଆଗକୁ ଯାଇ ବି ସେମାନଙ୍କ ମଧ୍ୟରେ ଏପରି ଯୁକ୍ତିତର୍କ ହେଲା । ତଥାପି ଯୀଶୁ ସବୁବେଳେ ସେମାନଙ୍କ ସହ ପ୍ରେମର ସହ ବ୍ୟବହାର କଲେ ।—ମାର୍କ ୯:୩୪; ଲୂକ ୨୨:୨୪.

୧୪. ଯୀଶୁଙ୍କ ଶିଷ୍ୟମାନେ କେଉଁ ଭଳି ସମାଜରେ ବଢ଼ିଥିଲେ ?

୧୪ ଯୀଶୁ ନିଶ୍ଚୟ ଏକଥାର ଧ୍ୟାନ ରଖିଥିବେ ଯେ ତାଙ୍କ ପ୍ରେରିତମାନେ କେଉଁ ସମାଜରେ ବଢ଼ିଛନ୍ତି । (ଯୋହ. ୨:୨୪, ୨୫) ଯିହୂଦୀ ସମାଜରେ ଧର୍ମଗୁରୁମାନେ ପଦବୀ ଓ ମାନ-ସମ୍ମାନକୁ ବହୁତ ମହତ୍ତ୍ୱ ଦେଉଥିଲେ । (ମାଥି. ୨୩:୬; ଏହି ପଦର ଅଧ୍ୟୟନ ନୋଟ୍‌ରେ ସଭା-ଘର ମେ ସବସେ ଆଗେ କି ଜାଗାହ୍‌ ଭିଡିଓ ସହ ତୁଳନା କରନ୍ତୁ ।) ସେମାନେ ନିଜକୁ ବହୁତ ଧର୍ମୀ ବି ମନେ କରୁଥିଲେ । f (ଲୂକ ୧୮:୯-୧୨) ଯୀଶୁ ଏକଥାକୁ ବୁଝିଲେ ଯେ ଯେବେ ଆଖପାଖର ଲୋକମାନେ ଏପରି ଅଛନ୍ତି, ତେବେ ସେମାନଙ୍କ ପ୍ରଭାବ ଶିଷ୍ୟମାନଙ୍କ ଉପରେ ମଧ୍ୟ ପଡ଼ିଥିବ, ସେମାନେ ବି ଟିକେ ତାଙ୍କ ଭଳି ଭାବିବାକୁ ଲାଗିଥିବେ । (ହିତୋ. ୧୯:୧୧) ତେଣୁ ଯୀଶୁ ସେମାନଙ୍କୁଠାରୁ ବହୁତ ଅଧିକ ଆଶା କଲେନି । ଆଉ ଯେବେ ସେମାନଙ୍କ ଦ୍ୱାରା କୌଣସି ଭୁଲ ହୋଇଯାଉଥିଲା, ତେବେ ସେ ତାଙ୍କ ଉପରେ ରାଗୁ ନ ଥିଲେ, ବରଂ ଧୈର୍ଯ୍ୟ ଧରୁଥିଲେ । ସେ ଜାଣିଥିଲେ ଯେ ସେମାନେ ଠିକ୍‌ କାମ କରିବା ପାଇଁ ଚାହାନ୍ତି । ତେଣୁ ସେ ସେମାନଙ୍କୁ ଶିଖାଇଲେ ଯେ ସେମାନେ ବଡ଼ ହେବା ପାଇଁ ଚେଷ୍ଟା କରନ୍ତୁ ନାହିଁ, ବରଂ ଆହୁରି ନମ୍ର ହୁଅନ୍ତୁ ଓ ସମସ୍ତଙ୍କୁ ପ୍ରେମ କରନ୍ତୁ ।

ଆମେ ଯୀଶୁଙ୍କ ଭଳି କିପରି ହୋଇପାରିବା ?

୧୫. ଆମେ ଯାକୁବ ଓ ଯୋହନଙ୍କ ଘଟଣାରୁ କʼଣ ଶିଖିପାରିବା ?

୧୫ ଯାକୁବ ଓ ଯୋହନଙ୍କ ଘଟଣାରୁ ଆମେ ବହୁତ କିଛି ଶିଖିପାରିବା । ଈଶ୍ୱରଙ୍କ ରାଜ୍ୟରେ ଉଚ୍ଚ ପଦବୀ ମାଗି ସେମାନେ ଭୁଲ କଲେ । କିନ୍ତୁ ଅନ୍ୟ ପ୍ରେରିତମାନେ ଯାହା କଲେ, ତାହା ବି ଠିକ୍‌ ନ ଥିଲା । ସେମାନେ ପରସ୍ପର ଭିତରେ ଏକତା ବଜାଏ ରଖିଲେ ନାହିଁ । ଏପରି ସମୟରେ ବି ଯୀଶୁ ଧୈର୍ଯ୍ୟ ଧରିଲେ ଓ ସମସ୍ତଙ୍କ ସହ ପ୍ରେମର ସହ ବ୍ୟବହାର କଲେ । ଏଥିରୁ ଆମେ କʼଣ ଶିଖୁ ? କେବଳ ଏକଥାରୁ ଫରକ ପଡ଼େନି ଯେ ଅନ୍ୟମାନେ କʼଣ କରନ୍ତି, ବରଂ ଅନ୍ୟମାନଙ୍କ ଭୁଲଗୁଡ଼ିକୁ ଦେଖି ଆମେ କିପରି ବ୍ୟବହାର କରୁ, ଏଥିରୁ ମଧ୍ୟ ବହୁତ ଫରକ ପଡ଼େ । ଯଦି ଭାଇଭଉଣୀମାନେ କିଛି ଏପରି କରନ୍ତି ଯେଉଁଥିରୁ ଆମକୁ ଖରାପ ଲାଗେ, ତେବେ ଆମେ ଭାବିପାରିବା, ‘ମୋତେ ଏକଥା ପାଇଁ କାହିଁକି ଏତେ ଖରାପ ଲାଗୁଛି ? ଏପରି ତ ନୁହେଁ ଯେ ମୋ ଭିତରେ ହିଁ କିଛି ଦୁର୍ବଳତା ଅଛି ଓ ମୋତେ ସୁଧାର କରିବାର ଅଛି ? କʼଣ ସେ ଭାଇ କିମ୍ବା ଭଉଣୀ କୌଣସି ସମସ୍ୟାର ତ ସାମନା କରୁ ନାହାନ୍ତି ? ଏହା ସତ ଯେ ସେମାନେ ଯାହା କଲେ ତାହା ଠିକ ନ ଥିଲା, କିନ୍ତୁ କʼଣ ମୁଁ ସେମାନଙ୍କୁ ପ୍ରେମ ଦେଖାଇ କ୍ଷମା କରିପାରିବି ?’ ଏପରି ଭାବେ ଯଦି ଆମେ ଭାଇଭଉଣୀମାନଙ୍କୁ ପ୍ରେମ କରୁଥିବା, ତେବେ ଆମେ ପ୍ରମାଣିତ କରିପାରିବା ଯେ ଆମେ ପ୍ରକୃତରେ ଯୀଶୁଙ୍କ ଶିଷ୍ୟ ଅଟୁ ।

୧୬. ଆମେ ଯୀଶୁଙ୍କଠାରୁ ଆଉ କʼଣ ଶିଖିପାରିବା ?

୧୬ ଯୀଶୁଙ୍କଠାରୁ ଆମେ ଏହା ବି ଶିଖୁ ଯେ ଆମେ ନିଜ ଭାଇଭଉଣୀମାନଙ୍କୁ ବୁଝିବା ପାଇଁ ଚେଷ୍ଟା କରିବା ଉଚିତ୍‌ । (ହିତୋ. ୨୦:୫) ଯୀଶୁଙ୍କ ଭଳି ଆମେ ସେମାନଙ୍କ ହୃଦୟ ତ ପଢ଼ିପାରିବାନି କିନ୍ତୁ ଯେବେ ଭାଇଭଉଣୀମାନଙ୍କ ଦ୍ୱାରା କୌଣସି ଭୁଲ ହୋଇଯାଏ, ତେବେ ଆମେ ରାଗିବା ପରିବର୍ତ୍ତେ ତାଙ୍କ ସହ ଧୈର୍ଯ୍ୟ ଧରିପାରିବା । (ଏଫି. ୪:୧, ୨; ୧ ପିତ. ୩:୮) ଏପରି କରିବା ତେବେ ଆହୁରି ସହଜ ହୋଇଯାଏ, ଯେବେ ଆମେ ସେମାନଙ୍କୁ ଆହୁରି ଭଲଭାବେ ଜାଣିବାକୁ ଲାଗୁ । ଆସନ୍ତୁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦେବା ।

୧୭. ଯେବେ ଜଣେ ସର୍କିଟ ଅଧ୍ୟକ୍ଷ ଜଣେ ଭାଇଙ୍କୁ ଭଲଭାବେ ଜାଣିଲେ ତେବେ କʼଣ ହେଲା ?

୧୭ ପୂର୍ବ ଆଫ୍ରିକାରେ ସେବା କରୁଥିବା ଜଣେ ସର୍କିଟ ଅଧ୍ୟକ୍ଷ ଗୋଟେ ମଣ୍ଡଳୀରେ ଜଣେ ଭାଇଙ୍କୁ ଭେଟିଲେ । ତାଙ୍କୁ ଲାଗିଲା ଯେ ସେ ଭାଇ ଭଲ ବ୍ୟବହାର କରନ୍ତିନି । ସେ କହନ୍ତି, “ସେହି ଭାଇଙ୍କଠାରୁ ମୁଁ ଦୂରେଇ ରହିବା ପରିବର୍ତ୍ତେ ମୁଁ ନିଷ୍ପତ୍ତି ନେଲି ଯେ ସେହି ଭାଇଙ୍କୁ ଭଲଭାବେ ଜାଣିବି ।” ଏପରି କରିବା ଦ୍ୱାରା ସେ ଜାଣିପାରିଲେ ଯେ ସେହି ଭାଇ ଯେଉଁ ପରିବେଶରେ ବଢ଼ିଥିଲେ, ତାʼଯୋଗୁଁ ତାଙ୍କ ବ୍ୟବହାର ଏପରି ଥିଲା । ଭାଇ ଏହା ବି କହନ୍ତି, “ଯେବେ ମୋତେ ଜଣାପଡ଼ିଲା ଯେ ଅନ୍ୟମାନଙ୍କ ସହିତ ବ୍ୟବହାର କରିବା ତାଙ୍କ ପାଇଁ ବହୁତ କଠିନ ଥିଲା, ତାʼପାଇଁ ସେ ବହୁତ ପରିଶ୍ରମ କଲେ ଓ ନିଜ ଭିତରେ ଅନେକ ସୁଧାର କରିଛନ୍ତି, ତେବେ ମୁଁ ତାଙ୍କୁ ଆହୁରି ଆଦର କରିବାକୁ ଲାଗିଲି । ତାʼପରେ ଆମେ ଭଲ ସାଙ୍ଗ ହୋଇଗଲୁ ।” ସତରେ ଯେବେ ଭାଇଭଉଣୀମାନଙ୍କୁ ଆମେ ଭଲଭାବେ ଜାଣିବା ପାଇଁ ଚେଷ୍ଟା କରୁ, ତେବେ ତାଙ୍କ ପାଇଁ ପ୍ରେମ ଦେଖାଇବା ଆହୁରି ସହଜ ହୋଇଯାଏ ।

୧୮. ଯଦି କେହି ଭାଇ କିମ୍ବା ଭଉଣୀ ଆମକୁ କଷ୍ଟ ପହଞ୍ଚାଇଛନ୍ତି, ତେବେ ଆମେ କେଉଁ ପ୍ରଶ୍ନଗୁଡ଼ିକ ଉପରେ ଭାବିପାରିବା ? (ହିତୋପଦେଶ ୨୬:୨୦)

୧୮ ହୁଏତ ଅନେକଥର ଲାଗିବ ଯେ ଯେଉଁ ଭାଇ ଆମକୁ କଷ୍ଟ ପହଞ୍ଚାଇଛନ୍ତି ତାଙ୍କ ସହ ଆମକୁ କଥା ହେବା ଉଚିତ୍‌ । କିନ୍ତୁ ଏପରି କରିବା ପୂର୍ବେ ଆମକୁ ଏବିଷୟରେ ଭାବିବା ଉଚିତ୍‌, ‘ଯାହା ବି ହୋଇଥିଲା କʼଣ ସେବିଷୟରେ ମୋତେ ସବୁକିଛି ଜଣାଅଛି ?’ (ହିତୋ. ୧୮:୧୩) ‘ଏପରି ତ ନୁହେଁ ଯେ ତାଙ୍କ ଦ୍ୱାରା ଅଜାଣତରେ ଭୁଲ ହୋଇଗଲା ?’ (ଉପ. ୭:୨୦) ‘କʼଣ ମୋ ଦ୍ୱାରା ବି ଏପରି ଭୁଲ ହୋଇଛି ?’ (ଉପ. ୭:୨୧, ୨୨) ‘ଯଦି ମୁଁ ତାଙ୍କ ସହିତ ଯାଇ କଥା ହେବି ତାହେଲେ ମାମଲା ସୁଧୁରିବା ପରିବର୍ତ୍ତେ ଆହୁରି ତ ବିଗିଡ଼ି ଯିବନି ?’ (ହିତୋପଦେଶ ୨୬:୨୦ ପଢ଼ନ୍ତୁ ।) ଯେବେ ଆମେ ସମୟ ବାହାର କରି ଏପ୍ରଶ୍ନଗୁଡ଼ିକ ଉପରେ ଭାବିବା, ତେବେ ସେହି ଭାଇଙ୍କ ପାଇଁ ଆମ ହୃଦୟରେ ଆହୁରି ପ୍ରେମ ବଢ଼ିବ । ଆଉ ତାʼପରେ ହୁଏତ ଆମେ ସେହି ଭାଇଙ୍କ ଭୁଲକୁ ଭୁଲିପାରିବା ଓ ତାଙ୍କୁ କ୍ଷମା କରିପାରିବା ।

୧୯. ଆପଣ କʼଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ?

୧୯ ସାରା ଦୁନିଆରେ ଯିହୋବାଙ୍କ ସାକ୍ଷୀମାନେ ପରସ୍ପରକୁ ପ୍ରେମ କରନ୍ତି ଓ ଏପରି ଭାବେ ସେମାନେ ପ୍ରମାଣିତ କରନ୍ତି ଯେ ସେମାନେ ହିଁ ସତରେ ଯୀଶୁଙ୍କ ଶିଷ୍ୟ ଅଟନ୍ତି । ଆମ ମଧ୍ୟରୁ ପ୍ରତ୍ୟେକ ଯେବେ ଭାଇଭଉଣୀମାନଙ୍କ ଦୁର୍ବଳତା ସତ୍ତ୍ୱେ ମଧ୍ୟ ସେମାନଙ୍କୁ ପ୍ରେମ କରୁ, ତେବେ ଆମେ ପ୍ରମାଣିତ କରୁ ଯେ ଆମେ ସତରେ ଯୀଶୁଙ୍କ ଶିଷ୍ୟ ଅଟୁ । ଏପରି ଭାବେ ଯେବେ ଆମେ ଭାଇଭଉଣୀମାନଙ୍କୁ ପ୍ରେମ କରୁ, ତେବେ ଅନ୍ୟ ଲୋକମାନେ ବୁଝିପାରନ୍ତି ଯେ ଯିହୋବାଙ୍କ ସାକ୍ଷୀମାନଙ୍କ ଧର୍ମ ହିଁ ପ୍ରକୃତ ଧର୍ମ ଅଟେ । ଆଉ ତାʼପରେ ହୁଏତ ସେମାନେ ମଧ୍ୟ ଆମ ସହିତ ମିଶି ଯିହୋବାଙ୍କ ଉପାସନା କରିବାକୁ ଲାଗିବେ, ଯିଏ ସମସ୍ତଙ୍କୁ ବହୁତ ପ୍ରେମ କରନ୍ତି । ତେବେ ଆସନ୍ତୁ ଦୃଢ଼ ନିଷ୍ପତ୍ତି ନେବା ଯେ ଆମେ ପରସ୍ପରକୁ ପ୍ରେମ କରୁଥିବା । ଏପରି ପ୍ରେମ ଯାହା ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କ ପରିଚୟ ଅଟେ ।

ଗୀତ ୧୭ “ମୈ ଚାହତା ହୁଁ”

a ଆମ ମଧ୍ୟରେ ପ୍ରକୃତ ପ୍ରେମ ଦେଖି ଅନେକ ଲୋକ ସତ୍ୟ ଆଡ଼କୁ ଆକର୍ଷିତ ହୁଅନ୍ତି । କିନ୍ତୁ ଅପରିପୂର୍ଣ୍ଣ ହେବା ଯୋଗୁଁ ଆମ ଦ୍ୱାରା ଅନେକ ଭୁଲ ହୋଇଯାଏ । ତେଣୁ ଅନେକଥର ଭାଇଭଉଣୀମାନଙ୍କୁ ପ୍ରେମ କରିବା ଆମ ପାଇଁ କଠିନ ହୋଇପାରେ । ଏହି ଲେଖାରେ ଆମେ ଜାଣିବା ଯେ ଭାଇଭଉଣୀମାନଙ୍କୁ ପ୍ରେମ କରିବା କାହିଁକି ଜରୁରୀ ଓ ଯେବେ କାହାରି ଦ୍ୱାରା ଭୁଲ ହୋଇଯାଏ, ତେବେ ଆମେ ଯୀଶୁଙ୍କ ଭଳି ତାଙ୍କ ସହ କିପରି ବ୍ୟବହାର କରିପାରିବା ।

c ଭାଇ ଇୟନଙ୍କ କାହାଣୀ ପଢ଼ିବା ପାଇଁ jw.org/hi ୱେବସାଇଟ୍‌ରେ ଯାନ୍ତୁ ଓ “ଖୋଜନ୍ତୁ” ବକ୍ସରେ “ଅବ ମୁଝେ ଜିନେ କା ମକସଦ୍‌ ମିଲ୍‌ ଗୟା ହୈ” ଟାଇପ୍‌ କରନ୍ତୁ ।

d ଭାଇ ଜୋନ୍‌ଙ୍କ କାହାଣୀ ପଢ଼ିବା ପାଇଁ jw.org/hi ୱେବସାଇଟ୍‌ରେ ଯାନ୍ତୁ ଓ “ଖୋଜନ୍ତୁ” ବକ୍ସରେ “ମୁଝେ ଲଗତା ଥା ଜିନ୍ଦଗୀ ଅଚ୍ଛେ-ସେ କଟ୍‌ ରହି ହୈ” ଟାଇପ୍‌ କରନ୍ତୁ ।

e ଏହି ଲେଖାରେ ସେହିପରି ବଡ଼ ବଡ଼ ପାପଗୁଡ଼ିକ ବିଷୟରେ କୁହାଯାଇନାହିଁ, ଯାହା ବିଷୟରେ ୧ କରିନ୍ଥୀୟ ୬:୯, ୧୦ ପଦରେ କୁହାଯାଇଛି ଓ ଯେଉଁ ମାମଲାଗୁଡ଼ିକୁ ପ୍ରାଚୀନମାନେ ସମାଧାନ କରନ୍ତି ।

f ଗୋଟେ ବହିରୁ ଜଣାପଡ଼େ ଯେ ଏହାର ଅନେକ ବର୍ଷ ପରେ ଜଣେ ଗୁରୁ କହିଲେ, “ଏହି ଦୁନିଆରେ ଅବ୍ରାହାମଙ୍କ ଭଳି କମ୍‌ରୁ କମ୍‌ ୩୦ ଜଣ ଧର୍ମୀ ଲୋକ ତ ଥିବେ ହିଁ । ଯଦି ୩୦ ଜଣ ଅଛନ୍ତି, ତାହେଲେ ସେମଧ୍ୟରୁ ଦୁଇ ଜଣ ମୁଁ ଓ ମୋ ପୁଅ ଅଟୁ । ଯଦି ୧୦ ଜଣ ଅଛନ୍ତି, ତାହେଲେ ସେମଧ୍ୟରୁ ଦୁଇ ଜଣ ମୁଁ ଓ ମୋ ପୁଅ ଅଟୁ । ଯଦି ପାଞ୍ଚ ଜଣ ଅଛନ୍ତି, ତାହେଲେ ସେମଧ୍ୟରୁ ଦୁଇ ଜଣ ମୁଁ ଓ ମୋ ପୁଅ ଅଟୁ । ଯଦି ଦୁଇ ଜଣ ଅଛନ୍ତି, ତାହେଲେ ସେମାନେ ମୁଁ ଓ ମୋ ପୁଅ ହିଁ ଅଟୁ । ଆଉ ଯଦି କେବଳ ଜଣେ ଅଛି, ତାହେଲେ ତାହା ମୁଁ ଅଟେ ।”