इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୩

ଗୀତ ୧୨୭ ୟହୋୱା ଚାହେ ଜୈସା, ବନୁଁ ମେ ୱେସା

କʼଣ ଯିହୋବା ଆପଣଙ୍କଠାରୁ ଖୁସି ଅଛନ୍ତି ?

କʼଣ ଯିହୋବା ଆପଣଙ୍କଠାରୁ ଖୁସି ଅଛନ୍ତି ?

“ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ ।”ଲୂକ ୩:୨୨.

କʼଣ ଶିଖିବା ?

ଆପଣ କାହିଁକି ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କଠାରୁ ଖୁସି ଅଛନ୍ତି ?

୧. ଯିହୋବାଙ୍କ କିଛି ବିଶ୍ୱସ୍ତ ସେବକମାନଙ୍କ ମନରେ ହୁଏତ କେଉଁ ପ୍ରଶ୍ନ ଉଠିପାରେ ?

 ଏହା ଜାଣି ଆମକୁ ବହୁତ ସାନ୍ତ୍ୱନା ମିଳେ ଯେ ଯିହୋବା ନିଜ ସମସ୍ତ ସେବକମାନଙ୍କଠାରୁ ଖୁସି ଅଛନ୍ତି । ବାଇବଲରେ ଲେଖାଅଛି, “ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ [‘ଖୁସି,’ NWT]” ପାଆନ୍ତି । (ଗୀତ. ୧୪୯:୪) କିନ୍ତୁ ବେଳେବେଳେ ହୁଏତ ଆମେ ବହୁତ ନିରାଶ ହୋଇଯିବା ଏବଂ ଏହା ଭାବିବାକୁ ଲାଗିବା, ‘କʼଣ ଯିହୋବା ମୋʼ ଠାରୁ ଖୁସି ଅଛନ୍ତି ?’ ପ୍ରାଚୀନ ସମୟରେ ଯିହୋବାଙ୍କ ଅନେକ ବିଶ୍ୱସ୍ତ ସେବକମାନଙ୍କ ମନରେ ମଧ୍ୟ ଏପରି ପ୍ରଶ୍ନ ଉଠିଥିଲା ।—୧ ଶାମୁ. ୧:୬-୧୦; ଆୟୁ. ୨୯:୨, ୪; ଗୀତ. ୫୧:୧୧.

୨. ଯିହୋବା କାହାଠାରୁ ଖୁସି ହୁଅନ୍ତି ?

ବାଇବଲରୁ ସ୍ପଷ୍ଟ ଜଣାପଡ଼େ ଯେ ଅପରିପୂର୍ଣ୍ଣ ମଣିଷମାନେ ମଧ୍ୟ ଯିହୋବାଙ୍କୁ ଖୁସି କରିପାରିବେ । କିନ୍ତୁ ଆମେ ଏହା କିପରି କରିପାରିବା ? ଆମକୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବାକୁ ପଡ଼ିବ ଏବଂ ବାପ୍ତିସ୍ମ ନେବାକୁ ପଡ଼ିବ । (ଯୋହ. ୩:୧୬) ବାପ୍ତିସ୍ମ ନେଇ ଆମେ ଦେଖାଉ ଯେ ଆମେ ନିଜ ପାପଗୁଡ଼ିକ ପାଇଁ ଅନୁତାପ କରିଛୁ ଏବଂ ଯିହୋବାଙ୍କୁ ପ୍ରତିଜ୍ଞା କରିଛୁ ଯେ ଆମେ ତାଙ୍କର ଇଚ୍ଛା ପୂରା କରିବା । (ପ୍ରେରି. ୨:୩୮; ୩:୧୯) ଏପରି କରି ଆମେ ଯିହୋବାଙ୍କ ସାଙ୍ଗ ହେବା ପାଇଁ ଚେଷ୍ଟା କରୁ ଏବଂ ଏଥିରୁ ଯିହୋବାଙ୍କୁ ବହୁତ ଖୁସି ମିଳେ । ଯଦି ଆମେ ନିଜ ସମର୍ପଣର ପ୍ରତିଜ୍ଞା ପୂରା କରିବା ପାଇଁ ଚେଷ୍ଟା କରୁ, ତେବେ ଯିହୋବା ଆମଠାରୁ ଖୁସି ହେବେ ଏବଂ ଆମକୁ ନିଜ ସାଙ୍ଗ ମନେ କରିବେ ।—ଗୀତ. ୨୫:୧୪.

୩. ଏହି ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ?

କିଛି ଲୋକମାନେ କାହିଁକି ଏପରି ଭାବିପାରିବେ ଯେ ଯିହୋବା ସେମାନଙ୍କଠାରୁ ଖୁସି ନାହାନ୍ତି ? ଯିହୋବା ଏହା କିପରି ଦେଖାନ୍ତି ଯେ ସେ ଆମଠାରୁ ଖୁସି ଅଛନ୍ତି ? ଏବଂ ଜଣେ ଖ୍ରୀଷ୍ଟିୟାନ କିପରି ଏହି କଥା ଉପରେ ନିଜର ଭରସା ବଢ଼ାଇପାରିବ ଯେ ଯିହୋବା ତାଙ୍କଠାରୁ ଖୁସି ଅଛନ୍ତି ?

କିଛି ଲୋକମାନଙ୍କୁ କାହିଁକି ଲାଗେ ଯେ ଯିହୋବା ତାଙ୍କଠାରୁ ଖୁସି ନାହାନ୍ତି ?

୪-୫. ଯଦି ଆମକୁ ଲାଗେ ଯେ ଆମେ କୌଣସି କାମର ଯୋଗ୍ୟ ନାହୁଁ, ସେସମୟରେ ଆମକୁ କʼଣ ମନେରଖିବା ଉଚିତ୍‌ ?

ଆମ ମଧ୍ୟରୁ କିଛି ଲୋକଙ୍କୁ ପିଲା ବେଳୁ ହିଁ ଏପରି ଲାଗେ ଯେ ଆମେ କୌଣସି କାମର ଯୋଗ୍ୟ ନାହୁଁ । (ଗୀତ. ୮୮:୧୫) ଭାଇ ଏଡ୍ରିଏନ୍‌ କହନ୍ତି, “ମୋତେ ସବୁବେଳେ ଲାଗୁଥିଲା ଯେ ମୁଁ କୌଣସି କାମର ଯୋଗ୍ୟ ନୁହେଁ । ମୋତେ ମନେଅଛି ଯେ ଯେବେ ମୁଁ ଛୋଟ ଥିଲି, ତେବେ ମୁଁ ପ୍ରାର୍ଥନା କରୁଥିଲି ଯେ ମୋ ପରିବାର ନୂଆ ଦୁନିଆରେ ଯାଉ, କିନ୍ତୁ ମୁଁ ସେଠାରେ ଯିବା ପାଇଁ ନିଜକୁ ଯୋଗ୍ୟ ମନେ କରୁ ନ ଥିଲି ।” ଯେବେ ଟୋନି ଛୋଟ ଥିଲେ ତେବେ ତାଙ୍କ ବାପାମାଆ ସାକ୍ଷୀ ନ ଥିଲେ । ସେ କହନ୍ତି, “ବାପାମାଆ ମୋତେ କେବେ ବି କହିଲେନି ଯେ ସେମାନେ ମୋତେ ପ୍ରେମ କରନ୍ତି କିମ୍ବା ସେମାନେ ମୋ ଉପରେ ଗର୍ବ କରନ୍ତି । ତେଣୁ ମୋତେ ଲାଗୁଥିଲା ଯେ ମୁଁ ଯାହା ବି କଲେ ମଧ୍ୟ ସେମାନଙ୍କୁ କେବେ ବି ଖୁସି କରିପାରିବିନି ।”

ବେଳେବେଳେ ହୁଏତ ଆମକୁ ବି ଲାଗିପାରେ ଯେ ଆମେ କୌଣସି କାମର ଯୋଗ୍ୟ ନାହୁଁ । ଏପରି ସମୟରେ ଆମକୁ ମନେରଖିବା ଉଚିତ୍‌ ଯେ ଯିହୋବା ନିଜେ ଆମକୁ ତାଙ୍କ ଆଡ଼କୁ ଆକର୍ଷଣ କରିଛନ୍ତି । (ଯୋହ. ୬:୪୪) ସେ ଆମର ଭିତର ମଣିଷକୁ ଦେଖନ୍ତି । ସେ ଆମଠାରେ ଏପରି ଭଲ ଗୁଣଗୁଡ଼ିକ ଦେଖନ୍ତି, ଯାହା ହୁଏତ ଆମେ ନିଜଠାରେ ଦେଖିପାରିବାନି । (୧ ଶାମୁ. ୧୬:୭; ୨ ବଂଶା. ୬:୩୦) ତେଣୁ ଯେବେ ସେ କହନ୍ତି ଯେ ସେ ଆମକୁ ପ୍ରେମ କରନ୍ତି ଏବଂ ବହୁମୂଲ୍ୟ ମନେକରନ୍ତି, ତେବେ ଆମେ ତାଙ୍କର ଏହି କଥା ଉପରେ ପୂରା ଭରସା କରିପାରିବା ।—୧ ଯୋହ. ୩:୧୯, ୨୦.

୬. ପାଉଲ ଯେଉଁ ପାପ କରିଥିଲେ, ସେବିଷୟରେ ଭାବି ତାଙ୍କୁ କିପରି ଲାଗୁଥିଲା ?

ସତ୍ୟ ଶିଖିବା ପୂର୍ବରୁ ଆମ ମଧ୍ୟରୁ କିଛି ଭାଇଭଉଣୀମାନେ ଏପରି କିଛି କାମ କରିଥିଲି ଯାହା ଭୁଲ ଅଟେ ଆଉ ତାʼଯୋଗୁଁ ହୁଏତ ଆଜି ବି ଆମେ ନିଜକୁ ଦୋଷୀ ମନେ କରୁଥିବା । (୧ ପିତ. ୪:୩) ଆଜି ବି ଅନ୍ୟ ବିଶ୍ୱସ୍ତ ସେବକମାନଙ୍କୁ ମଧ୍ୟ ନିଜର ଦୁର୍ବଳତାଗୁଡ଼ିକ ସହ ଲଢ଼ିବାକୁ ପଡ଼େ । କʼଣ ଆପଣଙ୍କ ସହ ବି ଏପରି ହିଁ ହୁଏ ? କʼଣ ଆପଣଙ୍କୁ ଲାଗେ ଯେ ଯିହୋବା ଆପଣଙ୍କୁ କେବେ ବି କ୍ଷମା କରିପାରିବେ ନାହିଁ ? ଯଦି ଆପଣଙ୍କୁ ଏପରି ଲାଗେ, ତାହେଲେ ଆପଣ ଏକୁଟିଆ ନାହାନ୍ତି । ପ୍ରାଚୀନ ସମୟରେ ଯିହୋବାଙ୍କ ସେବକମାନଙ୍କୁ ମଧ୍ୟ ଏପରି ହିଁ ଲାଗିଥିଲା । ପ୍ରେରିତ ପାଉଲଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଯେବେ ସେ ଏବିଷୟରେ ଭାବୁଥିଲେ ଯେ ତାଙ୍କଠାରେ କେତେ ଦୁର୍ବଳତାଗୁଡ଼ିକ ଅଛି, ତେବେ ତାଙ୍କୁ ବହୁତ ଖରାପ ଲାଗୁଥିଲା । (ରୋମୀ. ୭:୨୪) ପାଉଲ ପୂର୍ବେ କରିଥିବା ନିଜର ପାପ ପାଇଁ ଅନୁତାପ କରିଥିଲେ ଓ ବାପ୍ତିସ୍ମ ନେଇଥିଲେ । ତଥାପି ସେ କହିଲେ, “ପ୍ରେରିତମାନଙ୍କ ମଧ୍ୟରେ ମୁଁ କ୍ଷୁଦ୍ରତମ” ଓ “ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ ।”—୧ କରି. ୧୫:୯; ୧ ତୀମ. ୧:୧୫.

୭. ଯଦି ଆପଣଙ୍କ ଦ୍ୱାରା ପୂର୍ବେ କୌଣସି ପାପ ହୋଇଯାଇଥିଲା, ତେବେ ଆପଣ କʼଣ ମନେ ରଖିପାରିବେ ?

ଯିହୋବା ଆମକୁ ପ୍ରତିଜ୍ଞା କରିଛନ୍ତି ଯେ ଯଦି ଆମେ ଅନୁତାପ କରିବା, ତେବେ ସେ ଆମକୁ କ୍ଷମା କରିଦେବେ । (ଗୀତ. ୮୬:୫) ଯଦି ଆମେ ନିଜ କାମ ପାଇଁ ହୃଦୟରୁ ଅନୁତାପ କରୁ, ତେବେ ଆମେ ପୂରା ଭରସା ରଖିପାରିବା ଯେ ଯିହୋବା ଆମର ସବୁ ପାପକୁ କ୍ଷମା କରିଦେଇଛନ୍ତି ।—କଲ. ୨:୧୩.

୮-୯. ଯଦି ଆମକୁ ଏପରି ଲାଗେ ଯେ ଆମେ ଯାହା ବି କରୁ ନା କାହିଁକି, ଆମେ ଯିହୋବାଙ୍କୁ ଖୁସି କରିପାରିବାନି, ତେବେ ଆମକୁ କʼଣ ମନେରଖିବା ଉଚିତ୍‌ ?

ଆମେ ସମସ୍ତେ ଚାହୁଁ ଯେ ଆମେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା । କିନ୍ତୁ ହୋଇପାରେ କିଛି ଲୋକମାନଙ୍କୁ ଲାଗିବ ଯେ ସେମାନେ ଯାହା ବି କଲେ ମଧ୍ୟ ଯିହୋବା ତାଙ୍କଠାରୁ ଖୁସି ହେବେନି । ଭଉଣୀ ଅମେଣ୍ଡା କହନ୍ତି, “ମୋତେ ଲାଗୁଥିଲା ଯେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବାର ଅର୍ଥ ହେଉଛି, ସବୁବେଳେ ଓ ଅଧିକରୁ ଅଧିକ କରିବା ପାଇଁ ଚେଷ୍ଟା କରିବା । ଏହି କାରଣ ଯୋଗୁଁ ମୁଁ ନିଜଠାରୁ ଅତ୍ୟଧିକ ଆଶା କରିବାକୁ ଲାଗିଥିଲି । ଆଉ ଯେବେ ମୁଁ ସେପରି କରିପାରୁ ନ ଥିଲି, ତେବେ ମୋତେ ବହୁତ ଖରାପ ଲାଗୁଥିଲା ଏବଂ ମୁଁ ଭାବୁଥିଲି ଯେ ଯିହୋବା ବି ମୋଠାରୁ ଦୁଃଖି ଅଛନ୍ତି ।”

ଯଦି ଆମକୁ ଏପରି ଲାଗେ ଯେ ଆମେ ଯାହା ବି କରୁ ନା କାହିଁକି, ଆମେ ଯିହୋବାଙ୍କୁ ଖୁସି କରିପାରିବାନି, ତାହେଲେ ଆମକୁ କʼଣ କରିବା ଉଚିତ୍‌ ? ଆମକୁ ମନେରଖିବା ଉଚିତ୍‌ ଯେ ଯିହୋବା ମୃଦୁଶୀଳ ଈଶ୍ୱର ଅଟନ୍ତି । ସେ କେବେ ବି ଆମଠାରୁ ଏପରି କିଛି କରିବା ପାଇଁ ଆଶା କରନ୍ତି ନାହିଁ ଯାହା ଆମେ କରିପାରିବାନି, ବରଂ ଯେବେ ଆମେ ମନପ୍ରାଣ ଦେଇ ତାଙ୍କ ସେବା କରୁ, ତେବେ ସେ ଏହାକୁ ବହୁମୂଲ୍ୟ ମନେକରନ୍ତି । ଆମକୁ ବାଇବଲରେ ଦିଆଯାଇଥିବା ସେହି ଲୋକମାନଙ୍କ ଉଦାହରଣ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍‌, ଯେଉଁମାନେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିଥିଲେ । ପୁଣିଥରେ ପାଉଲଙ୍କ ବିଷୟରେ ଭାବନ୍ତୁ । ଅନେକ ବର୍ଷ ଯାଏଁ ସେ ଉତ୍ସାହର ସହ ଯିହୋବାଙ୍କ ସେବା କଲେ ଓ ହଜାର ହଜାର କିଲୋମିଟର ଯାତ୍ରା କଲେ ଏବଂ ଅନେକ ମଣ୍ଡଳୀ ଆରମ୍ଭ କଲେ । କିନ୍ତୁ ଯେବେ ତାଙ୍କ ପରିସ୍ଥିତି ବଦଳିଗଲା, ତେବେ ସେ ପୂର୍ବ ଭଳି ପ୍ରଚାର କରିପାରୁ ନ ଥିଲେ । କʼଣ ତାʼଅର୍ଥ ଯିହୋବା ପାଉଲଙ୍କଠାରୁ ଖୁସି ନ ଥିଲେ ? ଏପରି ନୁହେଁ । ପାଉଲ ଯେତେ କରିଲେ, ଯିହୋବା ତାʼପାଇଁ ତାଙ୍କୁ ଆଶିଷ ଦେଲେ । (ପ୍ରେରି. ୨୮:୩୦, ୩୧) ସେହିଭଳି ଆମର ବି ପରିସ୍ଥିତି ସବୁବେଳେ ଏକାଭଳି ରହି ନ ଥାଏ, ଗୋଟେ ସମୟରେ ଆମେ ଯିହୋବାଙ୍କ ସେବା ଭଲଭାବେ କରୁଥାଉ କିନ୍ତୁ ପରିସ୍ଥିତି ବଦଳିଲେ ଆମେ ପୂର୍ବ ଭଳି କରିପାରି ନ ଥାଉ । କିନ୍ତୁ ଯିହୋବା ଏକଥାକୁ ଧ୍ୟାନ ଦେବା ପରିବର୍ତ୍ତେ ସେ ଏକଥା ଉପରେ ଧ୍ୟାନ ଦିଅନ୍ତି ଯେ ଆମେ କେଉଁ ଉଦ୍ଦେଶ୍ୟରେ ତାଙ୍କର ସେବା କରୁଛୁ । ଏବେ ଆସନ୍ତୁ ଦେଖିବା ଯେ ଯିହୋବା ଆମଠାରୁ ଖୁସି ଅଛନ୍ତି, ତାହା ସେ କିପରି ଦେଖାନ୍ତି ।

ଯିହୋବା କେଉଁ ଉପାୟଗୁଡ଼ିକରୁ ଦେଖାନ୍ତି ଯେ ସେ ଆମଠାରୁ ଖୁସି ଅଛନ୍ତି ?

୧୦. ଯଦି ଆମେ ଯିହୋବାଙ୍କଠାରୁ ଏହା ଶୁଣିବାକୁ ଚାହୁଁ ଯେ ସେ ଆମଠାରୁ ଖୁସି ଅଛନ୍ତି, ତେବେ ଆମକୁ କʼଣ କରିବାକୁ ପଡ଼ିବ ? (ଯୋହନ ୧୬:୨୭)

୧୦ ବାଇବଲ ଜରିଆରେ । ଯିହୋବା ଯେଉଁମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ କହନ୍ତି ଯେ ସେ ତାଙ୍କଠାରୁ ଖୁସି ଅଛନ୍ତି । ଯେପରି ବାଇବଲରେ ଲେଖାଅଛି ଯେ ଯିହୋବା ଦୁଇଥର ଯୀଶୁଙ୍କ ବିଷୟରେ କହନ୍ତି ଯେ ସେ ଆମ୍ଭର ପ୍ରିୟ ପୁତ୍ର ଓ ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ । (ମାଥି. ୩:୧୭; ୧୭:୫) କʼଣ ଆପଣ ବି ଯିହୋବାଙ୍କଠାରୁ ଏହା ଶୁଣିବା ପାଇଁ ଚାହାନ୍ତି ଯେ ସେ ଆପଣଙ୍କଠାରୁ ଖୁସି ଅଛନ୍ତି ? ଯିହୋବା ସ୍ୱର୍ଗରୁ ଆମ ସହିତ କଥା ହୋଇପାରିବେନି, କିନ୍ତୁ ସେ ନିଜ ବାକ୍ୟ ବାଇବଲ ଜରିଆରେ ଆମ ସହିତ କଥା ହୁଅନ୍ତି । ଯେପରି ଯେବେ ଆମେ ସୁସମାଚାରର ବହିଗୁଡ଼ିକରେ ଯୀଶୁଙ୍କ କହିଥିବା କଥାଗୁଡ଼ିକ ବିଷୟରେ ପଢ଼ୁ, ତେବେ ତାହା ଏପରି ଅଟେ ଯେପରି ଆମେ ଯିହୋବାଙ୍କ କଥା ଶୁଣୁଛୁ । (ଯୋହନ ୧୬:୨୭ ପଢ଼ନ୍ତୁ ।) କାରଣ ଯୀଶୁ ପୂରାପୂରି ନିଜ ବାପାଙ୍କ ଭଳି ଅଟନ୍ତି । ତେଣୁ ଯେବେ ଆମେ ପଢ଼ୁ ଯେ ଯୀଶୁ କିଭଳି ନିଜ ଶିଷ୍ୟମାନଙ୍କ ସହିତ କଥା ହେଲେ, କିପରି ସେମାନଙ୍କୁ ନିଜ ପ୍ରେମ ଦେଖାଇଲେ, ତେବେ ଆମେ କଳ୍ପନା କରିପାରୁ ଯେ ଯିହୋବା ନିଜେ ଆମକୁ ଏପରି କଥା କହୁଛନ୍ତି ।—ଯୋହ. ୧୫:୯, ୧୫.

ଯିହୋବା ଅନେକ ଉପାୟରୁ ଦେଖାନ୍ତି ଯେ ସେ ଆମଠାରୁ ଖୁସି ଅଛନ୍ତି (ପାରାଗ୍ରାଫ ୧୦)


୧୧. ଯେତେବେଳେ ଆମେ ସମସ୍ୟାଗୁଡ଼ିକର ସାମନା କରୁ, ତେବେ କʼଣ ତାʼଅର୍ଥ ଏହା ଅଟେ ଯେ ଯିହୋବା ଆମଠାରୁ ଖୁସି ନାହାନ୍ତି ? (ଯାକୁବ ୧:୧୨)

୧୧ ନିଜ କାମଗୁଡ଼ିକରୁ । ଯିହୋବା ସବୁବେଳେ ଆମକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହନ୍ତି, ଯେପରି ସେ ଆମର ଆବଶ୍ୟକତାଗୁଡ଼ିକୁ ପୂରା କରନ୍ତି । କିନ୍ତୁ ବେଳେବେଳେ ହୁଏତ ଯିହୋବା ଆମକୁ ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ଦେବେ, ଯେପରି ଆୟୁବ ମଧ୍ୟ ସାମନା କରିଥିଲେ । (ଆୟୁ. ୧:୮-୧୧) କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ଯିହୋବା ଆମଠାରୁ ଖୁସି ନାହାନ୍ତି । ତାʼ ପରିବର୍ତ୍ତେ ସେସମୟରେ ଆମକୁ ଏହା ଦେଖାଇବା ପାଇଁ ସୁଯୋଗ ମିଳେ ଯେ ଆମେ ଯିହୋବାଙ୍କୁ କେତେ ପ୍ରେମ କରୁ ଏବଂ ତାଙ୍କ ଉପରେ ଆମକୁ କେତେ ଭରସା ଅଛି । (ଯାକୁବ ୧:୧୨ ପଢ଼ନ୍ତୁ ।) ଆଉ ସେସମୟରେ ଯେବେ ଆମେ ଦେଖିବା ଯେ ଯିହୋବା କିଭଳି ଆମକୁ ସମ୍ଭାଳୁଛନ୍ତି, ସମସ୍ୟାଗୁଡ଼ିକୁ ସହିବା ପାଇଁ ଆମକୁ ସାହାଯ୍ୟ କରୁଛନ୍ତି, ତେବେ ଆମେ ଏହା ଅନୁଭବ କରିପାରିବା ଯେ ସେ ଆମର କେତେ ଚିନ୍ତା କରନ୍ତି ।

୧୨. ଆମେ ଭାଇ ଦିମିତ୍ରୀଙ୍କ ଉଦାହରଣରୁ କʼଣ ଶିଖିପାରିବା ?

୧୨ ଏସିଆର ଗୋଟିଏ ଦେଶରେ ରହୁଥିବା ଭାଇ ଦିମିତ୍ରୀଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ତାଙ୍କର ଚାକିରି ଚାଲି ଯାଇଥିଲା ଆଉ ଅନେକ ମାସ ଯାଏଁ ତାଙ୍କୁ କୌଣସି କାମ ମିଳିଲାନି । ତେଣୁ ସେ ନିଷ୍ପତ୍ତି ନେଲେ ଯେ ସେ ପ୍ରଚାରରେ ଅଧିକ ସମୟ ବିତାଇ ଏହା ଦେଖାଇବେ ଯେ ତାଙ୍କୁ ଯିହୋବାଙ୍କ ଉପରେ ପୂରା ଭରସା ଅଛି । କିନ୍ତୁ ଅନେକ ମାସ ବିତିଗଲା ତାଙ୍କୁ ଅନ୍ୟ କୌଣସି ଚାକିରି ମିଳିଲାନି । ତାʼପରେ ତାଙ୍କର ଦେହ ଏତେ ଖରାପ ହୋଇଗଲା ଯେ ସେ ବିଛଣାରୁ ଉଠି ପାରୁ ନ ଥିଲେ । ସେ ଭାବିବାକୁ ଲାଗିଲେ ଯେ ମୁଁ ଜଣେ ଭଲ ସ୍ୱାମୀ ଓ ବାପା ନୁହେଁ । ସେ ଏହା ବି ଭାବିବାକୁ ଲାଗିଲେ ଯେ ହୁଏତ ଯିହୋବା ତାଙ୍କଠାରୁ ଖୁସି ନ ଥିବେ । ତାʼପରେ ଦିନେ ସନ୍ଧ୍ୟା ସମୟରେ ତାଙ୍କର ଝିଅ ଗୋଟିଏ କାଗଜରେ ଯିଶାଇୟ ୩୦:୧୫ (NWT) ପଦର ଏହି ଶବ୍ଦଗୁଡ଼ିକ ଲେଖିଲା: “ଶାନ୍ତ ରହ ଏବଂ ମୋଠାରେ ଭରସା ରଖ, ଆଉ ତୁମ୍ଭମାନଙ୍କୁ ବଳ ମିଳିବ ।” ସେହି କାଗଜ ନେଇ ଝିଅଟି ନିଜ ବାପା ପାଖକୁ ଗଲା ଏବଂ ତାଙ୍କୁ କହିଲା, “ବାପା ଯେବେ ବି ଆପଣଙ୍କୁ ଭଲ ଲାଗେନି, ତେବେ ଆପଣ ଏହି ପଦ ଦେଖିବେ ।” ସେସମୟରେ ଭାଇ ଦିମିତ୍ରୀଙ୍କୁ ଅନୁଭବ ହେଲା ଯେ ଯିହୋବା ତାଙ୍କୁ ଭୁଲି ନାହାନ୍ତି ଓ ସେ ଏବେ ବି ତାଙ୍କର ଚିନ୍ତା କରନ୍ତି । ତାଙ୍କ ପରିବାର ପାଖରେ ଖାଇବା ଜିନିଷ, କପଡ଼ା ଓ ରହିବା ପାଇଁ ଜାଗା ଅଛି । ସେ କହନ୍ତି, “ମୋତେ କେବଳ ଶାନ୍ତ ରହିବାର ଥିଲା ଏବଂ ଯିହୋବାଙ୍କଠାରେ ଭରସା ରଖିବାର ଥିଲା ।” ଯଦି ଆପଣ ମଧ୍ୟ ଏଭଳି ସମସ୍ୟାଗୁଡ଼ିକର ସାମନା କରୁଛନ୍ତି, ତେବେ ଆପଣ ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କର ଚିନ୍ତା କରନ୍ତି ଏବଂ ସମସ୍ୟାଗୁଡ଼ିକୁ ସହିବା ପାଇଁ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ ।

ଯିହୋବା ଅନେକ ଉପାୟରେ ଦେଖାନ୍ତି ଯେ ସେ ଆମଠାରୁ ଖୁସି ଅଛନ୍ତି (ପାରାଗ୍ରାଫ ୧୨) a


୧୩. ଯିହୋବା ହୁଏତ ଆଉ କେଉଁ ଉପାୟରୁ ଦେଖାଇବେ ଯେ ସେ ଆମଠାରୁ ଖୁସି ଅଛନ୍ତି ?

୧୩ ନିଜ ସେବକମାନଙ୍କ ଜରିଆରେ । ଯିହୋବା ଭାଇଭଉଣୀମାନଙ୍କ ଜରିଆରେ ଏହା ଦେଖାନ୍ତି ଯେ ସେ ଆମଠାରୁ ଖୁସି ଅଛନ୍ତି । ଯେପରି ହୁଏତ ସେ ଭାଇଭଉଣୀମାନଙ୍କୁ ପ୍ରେରିତ କରିବେ ଯେ ଦରକାର ସମୟରେ ସେମାନେ ଆମର ଉତ୍ସାହ ବଢ଼ାନ୍ତୁ । ଏସିଆର ଗୋଟିଏ ଦେଶରେ ରହୁଥିବା ଆମ ଭଉଣୀ ଏପରି ହିଁ ଅନୁଭବ କଲେ । ଥରେ ସେ ବହୁତ ଚିନ୍ତିତ ଥିଲେ, କାରଣ ତାଙ୍କର ଚାକିରି ଚାଲି ଯାଇଥିଲା ଆଉ ତାʼପରେ ସେ ରୋଗରେ ପଡ଼ିଗଲେ । ଆଉ ଦିନେ ଭଉଣୀଙ୍କୁ ଜଣାପଡ଼ିଲା ଯେ ତାଙ୍କ ସ୍ୱାମୀ ବଡ଼ ପାପ କରିଛନ୍ତି ଯାହାଯୋଗୁଁ ତାଙ୍କଠାରୁ ପ୍ରାଚୀନର ଦାୟିତ୍ୱ ଫେରାଇ ନିଆଗଲା । ଭଉଣୀ କହନ୍ତି, “ମୁଁ ବୁଝିପାରୁ ନ ଥିଲି ଯେ ମୋ ସହିତ ଏପରି କାହିଁକି ହେଉଛି । ମୋତେ ଏପରି ଲାଗିଲା ଯେ ହୁଏତ ମୋ ଦ୍ୱାରା ହିଁ କୌଣସି ଭୁଲ ହୋଇଥିବ ଏବଂ ଯିହୋବା ମୋଠାରୁ ଖୁସି ନାହାନ୍ତି ।” ତେବେ ଭଉଣୀ ହୃଦୟରୁ ଯିହୋବାଙ୍କୁ ପ୍ରାର୍ଥନା କଲେ ଏବଂ କହିଲେ ଯେ ସେ ତାଙ୍କୁ ଭରସା କରାନ୍ତୁ ଯେ ସେ ତାଙ୍କଠାରୁ ଖୁସି ଅଛନ୍ତି । ଯିହୋବା କିପରି ତାଙ୍କର ପ୍ରାର୍ଥନାର ଉତ୍ତର ଦେଲେ ? ଭଉଣୀ କହନ୍ତି, “ପ୍ରାଚୀନମାନେ ମୋ ସହିତ କଥା ହେଲେ ଏବଂ ମୋତେ ଭରସା କରାଇଲେ ଯେ ଯିହୋବା ଏବେ ବି ମୋତେ ପ୍ରେମ କରନ୍ତି ।” କିଛି ସମୟ ପରେ ଭଉଣୀ ପୁଣିଥରେ ଯିହୋବାଙ୍କୁ ସେହି ପ୍ରାର୍ଥନା କଲେ । ଭଉଣୀ କହନ୍ତି, “ସେହି ଦିନ ମୋତେ ଗୋଟିଏ ଚିଠି ମିଳିଲା । ଏହି ଚିଠି ମୋ ମଣ୍ଡଳୀର କିଛି ଭାଇଭଉଣୀମାନେ ମୋ ପାଇଁ ପଠାଇଥିଲେ । ସେଥିରେ ଲେଖାଥିବା କଥାଗୁଡ଼ିକୁ ପଢ଼ି ମୋତେ ବହୁତ ଭଲ ଲାଗିଲା, ବହୁତ ସାନ୍ତ୍ୱନା ମିଳିଲା । ମୋତେ ଅନୁଭବ ହେଲା ଯେ ଯିହୋବା ମୋ ପ୍ରାର୍ଥନା ଶୁଣିଲେ ।” ଏହି ଅନୁଭୂତିରୁ ଜଣାପଡ଼େ ଯେ ଯିହୋବା ଭାଇଭଉଣୀମାନଙ୍କ ଜରିଆରେ ଆମର ଉତ୍ସାହ ବଢ଼ାନ୍ତି ଏବଂ ଏହା ଦେଖାନ୍ତି ଯେ ସେ ଆମଠାରୁ ଖୁସି ଅଛନ୍ତି ।—ଗୀତ. ୧୦:୧୭.

ଯିହୋବା ଅନେକ ଉପାୟରେ ଦେଖାନ୍ତି ଯେ ସେ ଆମଠାରୁ ଖୁସି ଅଛନ୍ତି (ପାରାଗ୍ରାଫ ୧୩) b


୧୪. ଯିହୋବା ଆଉ କେଉଁ ଉପାୟରୁ ଦେଖାନ୍ତି ଯେ ସେ ଆମଠାରୁ ଖୁସି ଅଛନ୍ତି ?

୧୪ ଯିହୋବା ଆଉ ଗୋଟିଏ ଉପାୟରୁ ଦେଖାନ୍ତି ଯେ ସେ ଆମଠାରୁ ଖୁସି ଅଛନ୍ତି, ତାହା ହେଉଛି ଦରକାର ସମୟରେ ସେ ଭାଇଭଉଣୀମାନଙ୍କ ଜରିଆରେ ଆମକୁ ପରାମର୍ଶ ଦିଅନ୍ତି । ପ୍ରଥମ ଶତାବ୍ଦୀରେ ଏପରି ହିଁ କିଛି ହୋଇଥିଲା । ଯିହୋବା ପ୍ରେରିତ ପାଉଲଙ୍କୁ ପ୍ରେରିତ କଲେ । ତେଣୁ ସେ ଭାଇଭଉଣୀମାନଙ୍କୁ ୧୪ଟି ଚିଠି ଲେଖିଲେ । ସେହି ଚିଠିରେ ପାଉଲ ଭାଇଭଉଣୀମାନଙ୍କୁ ସ୍ପଷ୍ଟ ଭାବେ କିନ୍ତୁ ପ୍ରେମର ସହିତ ପରାମର୍ଶ ଦେଲେ । କିନ୍ତୁ ଯିହୋବା କାହିଁକି ପ୍ରେରିତ ପାଉଲଙ୍କୁ ପ୍ରେରିତ କଲେ ଯେ ସେ ଭାଇଭଉଣୀମାନଙ୍କୁ ପରାମର୍ଶ ଦିଅନ୍ତୁ ? କାରଣ ଯିହୋବା ଜଣେ ପ୍ରେମମୟୀ ପିତା ଅଟନ୍ତି । ସେ ନିଜ ପିଲାମାନଙ୍କୁ ବହୁତ ପ୍ରେମ କରନ୍ତି, ତେଣୁ ସେ ସେମାନଙ୍କୁ ସୁଧାରନ୍ତି । (ହିତୋ. ୩:୧୧, ୧୨) ତେଣୁ ଯେବେ ବି ଆପଣଙ୍କୁ ବାଇବଲରୁ ପରାମର୍ଶ ମିଳେ, ତେବେ ଏହା ଭାବନ୍ତୁ ନାହିଁ ଯେ ଯିହୋବା ଆପଣଙ୍କଠାରୁ ଦୁଃଖି ଅଛନ୍ତି, ବରଂ ଏହା ଏକଥାର ପ୍ରମାଣ ଅଟେ ଯେ ସେ ଆପଣଙ୍କଠାରୁ ଖୁସି ଅଛନ୍ତି । (ଏବ୍ରୀ ୧୨:୬) ଆମେ ଆଉ କେଉଁ ଉପାୟରୁ ଜାଣିପାରିବା ଯେ ଯିହୋବା ଆମଠାରୁ ଖୁସି ଅଛନ୍ତି ?

ଯିହୋବା ଆମଠାରୁ ଖୁସି ଅଛନ୍ତି ଏହାର ଆଉ କିଛି ପ୍ରମାଣ

୧୫. ଯିହୋବା ନିଜର ପବିତ୍ର ଶକ୍ତି କାହାକୁ ଦିଅନ୍ତି ଏବଂ ଏଥିରୁ କେଉଁ କଥା ଉପରେ ଆମର ଭରସା ବଢ଼େ ?

୧୫ ଯିହୋବା ନିଜ ପବିତ୍ର ଶକ୍ତି ସେହି ଲୋକମାନଙ୍କୁ ଦିଅନ୍ତି, ଯେଉଁମାନଙ୍କଠାରୁ ସେ ଖୁସି ଅଛନ୍ତି ଏବଂ ତାଙ୍କ ପବିତ୍ର ଶକ୍ତି ସାହାଯ୍ୟରୁ ଆମେ ନିଜଠାରେ ଭଲ ଗୁଣ ବଢ଼ାଇପାରୁ । (ମାଥି. ୧୨:୧୮) ତାହେଲେ ନିଜକୁ ପଚାରନ୍ତୁ, ‘କʼଣ ମୋ ବ୍ୟବହାରରୁ ଏହା ଜଣାପଡ଼େ ଯେ ମୁଁ ନିଜଠାରେ ପବିତ୍ର ଶକ୍ତିର କୌଣସି ଗୁଣ ବଢ଼ାଇଛି ?’ ଯେପରି କʼଣ ସତ୍ୟ ଶିଖିବା ପରେ ଆପଣ ଆହୁରି ଅଧିକ ଧୈର୍ଯ୍ୟର ଗୁଣ ବଢ଼ାଇଛନ୍ତି ? ଆପଣ ଯେତେ ଅଧିକ ପବିତ୍ର ଶକ୍ତିର ଗୁଣ ନିଜଠାରେ ବଢ଼ାଇବେ ଓ ତାହା ଦେଖାଇବେ, ସେତେ ଅଧିକ ଆପଣଙ୍କୁ ଭରସା ହୋଇଯିବ ଯେ ଯିହୋବା ଆପଣଙ୍କଠାରୁ ଖୁସି ଅଛନ୍ତି ।—“ ପବିତ୍ର ଶକ୍ତିର ଫଳ ହେଉଛି . . . ”ନାମକ ବକ୍ସ ଦେଖନ୍ତୁ ।

କʼଣ ଆପଣ ସେହି ପ୍ରମାଣ ଦେଖିପାରୁଛନ୍ତି, ଯେଉଁଥିରୁ ଜଣାପଡ଼େ ଯେ ଯିହୋବା ଆପଣଙ୍କଠାରୁ ଖୁସି ଅଛନ୍ତି ? (ପାରାଗ୍ରାଫ ୧୫)


୧୬. ଯିହୋବା କାହାକୁ ଖୁସିଖବର ଶୁଣାଇବା ପାଇଁ ଦାୟିତ୍ୱ ଦିଅନ୍ତି ଏବଂ ଏହାଜାଣି ଆପଣଙ୍କୁ କିପରି ଲାଗେ ? (୧ ଥେସଲନୀକୀୟ ୨:୪)

୧୬ ଯିହୋବା ସୁସମାଚାର ଶୁଣାଇବାର ଦାୟିତ୍ୱ ସେହି ଲୋକମାନଙ୍କୁ ଦିଅନ୍ତି ଯେଉଁମାନଙ୍କଠାରୁ ସେ ଖୁସି ଅଛନ୍ତି । (୧ ଥେସଲନୀକୀୟ ୨:୪ ପଢ଼ନ୍ତୁ ।) ଧ୍ୟାନ ଦିଅନ୍ତୁ ଯେ ସୁସମାଚାର ଶୁଣାଇବା ଦ୍ୱାରା ଭଉଣୀ ଜୋସଲିନ୍‌ଙ୍କୁ କିପରି ଏକଥା ଉପରେ ଆହୁରି ଭରସା ହୋଇଗଲା । ଭଉଣୀ କହନ୍ତି ଯେ ଦିନେ ଯେବେ ସେ ସକାଳେ ଉଠିଲେ, ତେବେ ବହୁତ ନିରାଶ ଅନୁଭବ କରୁଥିଲେ । ସେ କହନ୍ତି, “ମୋତେ ଲାଗୁଥିଲା ଯେ ମୁଁ କୌଣସି କାମର ଯୋଗ୍ୟ ନୁହେଁ । କିନ୍ତୁ ମୁଁ ଅଗ୍ରଦୂତ ସେବା କରୁଥିଲି ଆଉ ସେଦିନ ମୋତେ ପ୍ରଚାର ପାଇଁ ଯିବାର ଥିଲା ତେଣୁ ମୁଁ ପ୍ରାର୍ଥନା କଲି ଓ ପ୍ରଚାର ପାଇଁ ବାହାରି ଗଲି ।” ସେହି ଦିନ ସକାଳେ ଭଉଣୀ, ମେରୀ ନାମକ ଜଣେ ସ୍ତ୍ରୀଙ୍କୁ ଭେଟିଲେ ଯିଏ ବାଇବଲ ଅଧ୍ୟୟନ କରିବା ପାଇଁ ରାଜି ହୋଇଗଲେ । କିଛି ମାସ ପରେ ମେରୀ, ଭଉଣୀଙ୍କୁ କହିଲେ ଯେ ଯେବେ ଭଉଣୀ ତାଙ୍କ ଘରକୁ ଆସିଥିଲେ, ତେବେ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ ଏବଂ ସେ ତାଙ୍କୁ ସାହାଯ୍ୟ ମାଗୁଥିଲେ । ଏହି ଅନୁଭୂତିରୁ ଭଉଣୀ ଜୋସଲିନ୍‌ କʼଣ ବୁଝିପାରିଲେ ? ସେ କହନ୍ତି, “ମୋତେ ଲାଗୁଥିଲା ଯେପରି ଯିହୋବା ମୋତେ କହୁଛନ୍ତି, ‘ମୁଁ ତମଠାରୁ ଖୁସି ଅଛି ।’” ଏହା ସତ ଯେ ପ୍ରଚାରରେ ସବୁ ଲୋକ ଆମର ସନ୍ଦେଶ ଶୁଣନ୍ତି ନାହିଁ । ତଥାପି ଯେବେ ଆମେ ମନପ୍ରାଣ ଦେଇ ଖୁସିଖବର ଶୁଣାଇବା ପାଇଁ ଚେଷ୍ଟା କରୁ, ତେବେ ଆମେ ଭରସା ରଖିପାରିବା ଯେ ଯିହୋବା ଆମଠାରୁ ଖୁସି ଅଛନ୍ତି ।

କʼଣ ଆପଣ ସେହି ପ୍ରମାଣ ଦେଖିପାରୁଛନ୍ତି, ଯେଉଁଥିରୁ ଜଣାପଡ଼େ ଯେ ଯିହୋବା ଆପଣଙ୍କଠାରୁ ଖୁସି ଅଛନ୍ତି ? (ପାରାଗ୍ରାଫ ୧୬) c


୧୭. ଭଉଣୀ ୱିକି ମୁକ୍ତିର ମୂଲ୍ୟ ବିଷୟରେ ଯାହା କହିଲେ, ସେଥିରୁ ଆପଣ କʼଣ ଶିଖିପାରିବେ ? (ଗୀତସଂହିତା ୫:୧୨)

୧୭ ଯିହୋବା ମୁକ୍ତିର ମୂଲ୍ୟ ଆଧାରରେ ସେହି ଲୋକମାନଙ୍କୁ କ୍ଷମା କରନ୍ତି ଯେଉଁମାନଙ୍କଠାରୁ ସେ ଖୁସି ଅଛନ୍ତି । (୧ ତୀମ. ୨:୫, ୬) ହୁଏତ ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କରିବା ଓ ବାପ୍ତିସ୍ମ ନେବା ପରେ ମଧ୍ୟ ଆମକୁ ଲାଗିବ ଯେ ଯିହୋବା ଆମଠାରୁ ଖୁସି ନାହାନ୍ତି । ଏପରି ସମୟରେ ଆମେ ମନେ ରଖିପାରିବା ଯେ ଆମେ ଯେପରି ଭାବୁ ଓ ଯେପରି ଅନୁଭବ କରୁ, ତାହା ସବୁବେଳେ ଠିକ୍‌ ନ ଥାଏ । କିନ୍ତୁ ଆମେ ଯିହୋବାଙ୍କ ଉପରେ ପୂରା ଭରସା ରଖିପାରିବା । ଯେଉଁ ଲୋକମାନେ ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କରନ୍ତି, ସେମାନଙ୍କୁ ଯିହୋବା ଧାର୍ମିକ ବୋଲି ମନେକରନ୍ତି ଏବଂ ତାଙ୍କୁ ପ୍ରତିଜ୍ଞା କରନ୍ତି ଯେ ସେ ସେମାନଙ୍କୁ ଆଶିଷ ଦେବେ । (ଗୀତସଂହିତା ୫:୧୨ ପଢ଼ନ୍ତୁ; ରୋମୀ. ୩:୨୬) ମୁକ୍ତିର ମୂଲ୍ୟ ଉପରେ ଚିନ୍ତନ କରିବା ଦ୍ୱାରା ଭଉଣୀ ୱିକିଙ୍କୁ ବହୁତ ସାହାଯ୍ୟ ମିଳିଲା । ଦିନେ ସେ ଯିହୋବାଙ୍କ ଏହି ବ୍ୟବସ୍ଥା ଉପରେ ଗଭୀର ଭାବେ ଚିନ୍ତନ କଲେ ଏବଂ ତାଙ୍କୁ ଗୋଟିଏ କଥାର ଅନୁଭବ ହେଲା । ସେ କହନ୍ତି, “ଯିହୋବା ଲମ୍ବା ସମୟରୁ ମୋ ସହିତ ଧୈର୍ଯ୍ୟ ଧରୁଥିଲେ । କିନ୍ତୁ ମୁଁ ଏହା ଜାଣିପାରୁ ନ ଥିଲି ଆଉ ମୁଁ ଯେପରି ତାଙ୍କୁ କହୁଥିଲି, ‘ଆପଣଙ୍କ ପ୍ରେମରୁ ମୋତେ କିଛି ବି ଲାଭ ହୋଇପାରିବନି । ଆପଣଙ୍କ ପୁତ୍ରଙ୍କ ବଳିଦାନ ଯୋଗୁଁ ମୋତେ ମୋ ପାପରୁ କ୍ଷମା ମିଳିପାରିବନି ।” ମୁକ୍ତିର ମୂଲ୍ୟ ଉପରେ ଚିନ୍ତନ କରିବା ଦ୍ୱାରା ଧିରେ ଧିରେ ଭଉଣୀଙ୍କୁ ଅନୁଭବ ହେଲା ଯେ ଯିହୋବା ତାଙ୍କୁ ପ୍ରେମ କରନ୍ତି । ଆମେ ବି ଯେବେ ମୁକ୍ତିର ମୂଲ୍ୟର ବ୍ୟବସ୍ଥା ଉପରେ ଚିନ୍ତନ କରୁ, ତେବେ ଅନୁଭବ କରିପାରୁ ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି ଏବଂ ଆମଠାରୁ ଖୁସି ଅଛନ୍ତି ।

କʼଣ ଆପଣ ସେହି ପ୍ରମାଣ ଦେଖିପାରୁଛନ୍ତି, ଯେଉଁଥିରୁ ଜଣାପଡ଼େ ଯେ ଯିହୋବା ଆପଣଙ୍କଠାରୁ ଖୁସି ଅଛନ୍ତି ? (ପାରାଗ୍ରାଫ ୧୭)


୧୮. ଯଦି ଆମେ ସବୁବେଳେ ଯିହୋବାଙ୍କୁ ପ୍ରେମ କରିବା, ତେବେ ଆମେ କେଉଁ କଥାର ଭରସା ରଖିପାରିବା ?

୧୮ ଏହି ଲେଖାରେ ଆମେ ଯେଉଁ ପରାମର୍ଶଗୁଡ଼ିକ ଉପରେ ଧ୍ୟାନ ଦେଲୁ, ଆମେ ହୁଏତ ସେଗୁଡ଼ିକୁ ମାନିବା ପାଇଁ ପୂରା ଚେଷ୍ଟା କରିବା । ତଥାପି ହୁଏତ ବେଳେବେଳେ ଆମେ ନିରାଶ ହୋଇଯିବା ଓ ଭାବିବା ଯେ ଯିହୋବା ଆମଠାରୁ ଖୁସି ନାହାନ୍ତି । ଏପରି ସମୟରେ ଆମକୁ ମନେରଖିବା ଉଚିତ୍‌ ଯେ ‘ପରମେଶ୍ୱରଙ୍କୁ ସବୁବେଳେ ପ୍ରେମ କରୁଥିବା ଲୋକଙ୍କଠାରୁ’ ସେ ଖୁସି ହୁଅନ୍ତି । (ଯାକୁ. ୧:୧୨, ଇଜି-ଟୁ-ରିଡ୍‌ ଭର୍ସନ) ତାହେଲେ ଲଗାତାର ଯିହୋବାଙ୍କର ନିକଟତର ହୁଅନ୍ତୁ ଏବଂ ଏହା ଦେଖିବା ପାଇଁ ଚେଷ୍ଟା କରନ୍ତୁ ଯେ ସେ ଆପଣଙ୍କଠାରୁ ଖୁସି ଅଛନ୍ତି । ଆଉ ଏକଥାକୁ କେବେ ବି ଭୁଲନ୍ତୁ ନାହିଁ, “ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି ।”—ପ୍ରେରି. ୧୭:୨୭.

ଆପଣ କʼଣ ଉତ୍ତର ଦେବେ ?

  • କିଛି ଲୋକମାନଙ୍କୁ ହୁଏତ ଏପରି କାହିଁକି ଲାଗେ ଯେ ଯିହୋବା ତାଙ୍କଠାରୁ ଖୁସି ନାହାନ୍ତି ?

  • ଯିହୋବା କେଉଁ ଉପାୟଗୁଡ଼ିକରୁ ଦେଖାନ୍ତି ଯେ ସେ ଆମଠାରୁ ଖୁସି ଅଛନ୍ତି ?

  • ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବା ଆମଠାରୁ ଖୁସି ଅଛନ୍ତି ?

ଗୀତ ୮୮ ମୁଝେ ଆପନି ରାହେଁ ଶିଖା

a ଚିତ୍ର ବିଷୟରେ: ଏମାନେ ଅନୁଭୂତିରେ ଦିଆଯାଇଥିବା ଭାଇଭଉଣୀ ନୁହନ୍ତି

b ଚିତ୍ର ବିଷୟରେ: ଏମାନେ ଅନୁଭୂତିରେ ଦିଆଯାଇଥିବା ଭାଇଭଉଣୀ ନୁହନ୍ତି

c ଚିତ୍ର ବିଷୟରେ: ଏମାନେ ଅନୁଭୂତିରେ ଦିଆଯାଇଥିବା ଭାଇଭଉଣୀ ନୁହନ୍ତି