इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ପାଇଁ ବିଷୟ

ଅନ୍ୟାୟକୁ କିପରି ସହିବା ?

ଅନ୍ୟାୟକୁ କିପରି ସହିବା ?

ଆଦି ପୁସ୍ତକ ୩୭:୨୩-୨୮; ୩୯:୧୭-୨୩ ପଢ଼ନ୍ତୁ ଓ ଜାଣନ୍ତୁ ଯେ ଅନ୍ୟାୟ ସହିବା ବିଷୟରେ ଆମେ ଯୋଷେଫଙ୍କଠାରୁ କʼଣ ଶିଖିପାରିବା ।

ଅଧିକ ଜାଣିବା ପାଇଁ ଆଖପାଖର ପଦଗୁଡ଼ିକୁ ପଢ଼ନ୍ତୁ । ଲୋକମାନେ ଯୋଷେଫଙ୍କ ସହିତ ଅନ୍ୟାୟ କଲେ ? (ଆଦି. ୩୭:୩-୧୧; ୩୯:୧, ୬-୧୦) ତାଙ୍କୁ କେତେ ସମୟ ଯାଏ ଅନ୍ୟାୟ ସହିବାକୁ ପଡ଼ିଲା ? (ଆଦି. ୩୭:୨; ୪୧:୪୬) ସେହି ସମୟରେ ଯିହୋବା ଯୋଷେଫଙ୍କ ପାଇଁ କʼଣ କଲେ ଓ କʼଣ କଲେ ନାହିଁ ?—ଆଦି. ୩୯:୨, ୨୧; ପ୍ର୨୩.୦୧ ପୃ ୧୭ ¶୧୩.

ଗଭୀର ଭାବେ ଅନୁସନ୍ଧାନ କରନ୍ତୁ । ପୋଟୀଫରର ସ୍ତ୍ରୀ ଯୋଷେଫଙ୍କ ଉପରେ ମିଛ ଆରୋପ ଲଗାଇଲା, କିନ୍ତୁ ବାଇବଲରେ ଏପରି କୁହାଯାଇ ନାହିଁ ଯେ ଯୋଷେଫ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ କିଛି କହିଲେ । ଆଗକୁ ଦିଆଯାଇଥିବା ପଦଗୁଡ଼ିକ ଉପରେ ଚିନ୍ତନ କରନ୍ତୁ ଓ ଭାବନ୍ତୁ: ହୁଏତ ଯୋଷେଫ କାହିଁକି କିଛି କହି ନ ଥିବେ ? ଆଉ ଏହି ବିଷୟରେ ବାଇବଲରେ କାହିଁକି ସ୍ପଷ୍ଟ ଭାବରେ କୁହାଯାଇ ନାହିଁ ? (ହିତୋ. ୨୦:୨; ଯୋହ. ୨୧:୨୫; ପ୍ରେରି. ୨୧:୩୭) ଯୋଷେଫଙ୍କ ପାଖରେ ଏପରି କେଉଁ ଗୁଣଗୁଡ଼ିକ ଥିଲା, ଯାହାଯୋଗୁଁ ସେ ଅନ୍ୟାୟକୁ ସହିପାରିଲେ ?—ମୀଖା ୭:୭; ଲୂକ ୧୪:୧୧; ଯାକୁ. ୧:୨, ୩.

ଭାବନ୍ତୁ ଯେ ଆପଣ କʼଣ ଶିଖିଲେ । ନିଜକୁ ପଚାରନ୍ତୁ: