इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅନୁସନ୍ଧାନ ପାଇଁ ପରାମର୍ଶ

ଅନୁସନ୍ଧାନ ପାଇଁ ପରାମର୍ଶ

ପିଲାମାନଙ୍କ ପାଇଁ ବଢ଼ିଆ ସୂଚନା

ବାପାମାଆମାନେ, ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବାର ଆପଣଙ୍କଠାରେ ବହୁତ ବଡ଼ ଦାୟିତ୍ୱ ଅଛି । (ଏଫି. ୬:୪) ଆପଣଙ୍କ ସାହାଯ୍ୟ କରିବା ପାଇଁ ଯିହୋବାଙ୍କ ସଂଗଠନ ଅନେକ ଲେଖା, ଭିଡିଓ ଏବଂ ଗୀତ ପ୍ରସ୍ତୁତ କରିଛି । ଆପଣ ତାହାର ବ୍ୟବହାର କରି କିପରି ନିଜ ପିଲାମାନଙ୍କୁ ଭଲଭାବେ ଶିଖାଇପାରିବେ ?

  • JW.ORG ୱେବସାଇଟ୍‌ରେ ଯାନ୍ତୁ । ଏଠାରେ ଆପଣଙ୍କୁ ପିଲାଙ୍କ ପାଇଁ ଏବଂ ଯୁବାମାନଙ୍କ ପାଇଁ ପ୍ରକାଶିତ କରାଯାଇଥିବା ସମସ୍ତ ସୂଚନା ମିଳିପାରିବ । ଯେପରି, ଭିଡିଓ ଏବଂ କିଛି ଅଭ୍ୟାସ, ଯେଉଁଥିରେ ପିଲାମାନେ ଉତ୍ତର ଲେଖିପାରିବେ କିମ୍ବା ଚିତ୍ର କରିପାରିବେ । a ଏହାକୁ ଖୋଜିବା ପାଇଁ “ଖୋଜନ୍ତୁ” ବକ୍ସରେ “ପିଲାଙ୍କ ପାଇଁ” କିମ୍ବା “କିଶୋରକିଶୋରୀ ଓ ଯୁବାମାନେ” ଟାଇପ୍‌ କରନ୍ତୁ ।

  • ପିଲାଙ୍କ ବୟସ ଅନୁସାରେ ତଥ୍ୟ ବାଛନ୍ତୁ । “ପିଲାଙ୍କ ପାଇଁ” ଭାଗରେ ଆପଣଙ୍କୁ ଏପରି ତଥ୍ୟ ମିଳିପାରିବ, ଯାହାଦ୍ୱାରା ଆପଣ ନିଜ ପିଲାମାନଙ୍କୁ ଶିଖାଇପାରିବେ । ସେଠାରେ ଆପଣଙ୍କୁ “ପାରିୱାରିକ୍‌ ଉପାସନା କେ ଲିଏ” ଭାଗରେ ବି କିଛି ବଢ଼ିଆ ତଥ୍ୟ ମିଳିପାରିବ ।

  • ପିଲାମାନଙ୍କ ସହ ଚର୍ଚ୍ଚା କରନ୍ତୁ । ପିଲାମାନଙ୍କୁ ଶାନ୍ତ ରଖିବା ପାଇଁ ଯେକୌଣସି ବି ଭିଡିଓ ଚଲାନ୍ତୁ ନାହିଁ କିମ୍ବା ଯେକୌଣସି ଅଭ୍ୟାସ କରାନ୍ତୁ ନାହିଁ । ତାʼ ପରିବର୍ତ୍ତେ ତାʼସହ ମିଶି ତଥ୍ୟ ଉପରେ ଚର୍ଚ୍ଚା କରନ୍ତୁ ଏବଂ ଯିହୋବାଙ୍କ ସହ ସାଙ୍ଗ ହେବା ପାଇଁ ତାକୁ ସାହାଯ୍ୟ କରନ୍ତୁ ।

a JW ଲାଇବ୍ରେରୀରେ ବି ପିଲା ଏବଂ ଯୁବାମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଭିଡିଓ ଏବଂ ଲେଖା ଦିଆଯାଇଛି ।