इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୧

ପିତରଙ୍କ ଚିଠିଗୁଡ଼ିକରୁ ଶିଖନ୍ତୁ

ପିତରଙ୍କ ଚିଠିଗୁଡ଼ିକରୁ ଶିଖନ୍ତୁ

‘ମୁଁ ଏହିସବୁ ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଉଥିବି ।’—୨ ପିତ. ୧:୧୨.

ଗୀତ ୧୨୭ ୟହୋୱା ଚାହେ ଜୈସା, ବନୁଁ ମୈଁ ୱେସା

ଲେଖାର ଝଲକ a

୧. ପ୍ରେରିତ ପିତରଙ୍କ ମୃତ୍ୟୁର କିଛି ସମୟ ପୂର୍ବେ ଯିହୋବା ତାଙ୍କୁ କʼଣ କାମ ଦେଲେ ?

 ପ୍ରେରିତ ପିତର ଅନେକ ବର୍ଷ ଯାଏ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କଲେ । ସେ ଯୀଶୁଙ୍କ ସହ ଅନେକ ଜାଗା ଯାଇ ପ୍ରଚାର କଲେ । ସେ ହିଁ ଅଣଯିହୁଦୀମାନଙ୍କୁ ପ୍ରଚାର କରିବା ଆରମ୍ଭ କଲେ ଏବଂ ପରେ ପ୍ରଶାସନ ଦଳର ସଦସ୍ୟ ଭାବେ ବି ସେବା କଲେ । ତାʼପରେ ନିଜ ଜୀବନର ଶେଷ ସମୟରେ ଯେବେ ତାଙ୍କୁ ଲାଗିଲା ଯେ ସେ ଏବେ ଆଉ ଅଧିକ ସମୟ ବଞ୍ଚିପାରିବେ ନାହିଁ, ତେବେ ଯିହୋବା ତାଙ୍କୁ ଆଉ ଗୋଟିଏ କାମ ଦେଲେ । ୬୨ ରୁ ୬୪ ଖ୍ରୀଷ୍ଟାବ୍ଦ ମଧ୍ୟରେ ଈଶ୍ୱର ତାଙ୍କ ଦ୍ୱାରା ଦୁଇଟି ଚିଠି ଲେଖାଇଲେ, ଯାହା ଆଜି ୧ ପିତର ଏବଂ ୨ ପିତର ନାମରେ ଜଣାଯାଏ । ଏହି ଚିଠିଗୁଡ଼ିକରୁ ତାଙ୍କ ମୃତ୍ୟୁ ପରେ ବି ଖ୍ରୀଷ୍ଟିୟାନମାନଙ୍କୁ ସାହାଯ୍ୟ ମିଳୁଥିବ ବୋଲି ସେ ଆଶା ପ୍ରକାଶ କଲେ ।—୨ ପିତ. ୧:୧୨-୧୫.

୨. ପିତରଙ୍କ ଚିଠିଗୁଡ଼ିକରୁ ସେହି ସମୟର ଖ୍ରୀଷ୍ଟିୟାନମାନଙ୍କୁ କʼଣ ସାହାଯ୍ୟ ମିଳିଲା ?

ପିତର ଏହି ଚିଠିଗୁଡ଼ିକ ସେସମୟରେ ଲେଖିଲେ, ଯେବେ ଖ୍ରୀଷ୍ଟିୟାନମାନେ “ନାନା ପରୀକ୍ଷା ଦ୍ୱାରା ଦୁଃଖଭୋଗ” କରୁଥିଲେ । (୧ ପିତ. ୧:୬) ଦୁଷ୍ଟ ଲୋକମାନେ ଖ୍ରୀଷ୍ଟୀୟ ମଣ୍ଡଳୀରେ ମିଥ୍ୟା ଶିକ୍ଷାଗୁଡ଼ିକୁ ପ୍ରସାରିତ କରିବା ପାଇଁ ଚେଷ୍ଟା କରୁଥିଲେ ଏବଂ ଖରାପ ଚାଲିଚଳନଗୁଡ଼ିକୁ ପ୍ରୋତ୍ସାହନ ଦେଉଥିଲେ । (୨ ପିତ. ୨:୧, ୨, ୧୪) ଆଉ ଯେଉଁ ଖ୍ରୀଷ୍ଟିୟାନମାନେ ଯିରୂଶାଲମରେ ରହୁଥିଲେ, ସେମାନେ ଖୁବ୍‌ ଶୀଘ୍ର “ସମସ୍ତ ବିଷୟର ଅନ୍ତିମକାଳ” ଦେଖିବାକୁ ଯାଉଥିଲେ, ଅର୍ଥାତ୍‌ ରୋମୀୟ ସେନା ଯିରୂଶାଲମ ଏବଂ ସେଠାର ମନ୍ଦିରକୁ ବିନାଶ କରିବାକୁ ଯାଉଥିଲା । (୧ ପିତ. ୪:୭) ଏପରି ସମୟରେ ପିତରଙ୍କ ଏହି ଚିଠିଗୁଡ଼ିକରୁ ଖ୍ରୀଷ୍ଟିୟାନମାନେ ନିଶ୍ଚୟ ବୁଝିଯାଇଥିବେ ଯେ ଏହି ସମସ୍ୟାଗୁଡ଼ିକର ତାଙ୍କୁ କିପରି ସାମନା କରିବାର ଅଛି ଏବଂ ଆଗକୁ ଆସୁଥିବା ସମସ୍ୟାଗୁଡ଼ିକ ପାଇଁ ସେମାନେ କିପରି ନିଜକୁ ପ୍ରସ୍ତୁତ କରିପାରିବେ । b

୩. ଆମକୁ ପିତରଙ୍କ ଚିଠିରେ ଲେଖାଥିବା କଥାଗୁଡ଼ିକ ଉପରେ କାହିଁକି ଧ୍ୟାନ ଦେବା ଉଚିତ୍‌ ?

ଦେଖିବାକୁ ଗଲେ ପିତର ଏହି ଚିଠିଗୁଡ଼ିକ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିଲେ, କିନ୍ତୁ ଯିହୋବା ଏଗୁଡ଼ିକୁ ନିଜ ବାକ୍ୟରେ ବି ଲେଖାଇଲେ । ତେଣୁ ସେଥିରେ ଲେଖାଥିବା କଥାଗୁଡ଼ିକରୁ ଆଜି ଆମେ ବି ଅନେକ କିଛି ଶିଖିପାରିବା । (ରୋମୀ. ୧୫:୪) ଆଜି ଆମେ ଏପରି ଦୁନିଆରେ ବଞ୍ଚୁଛୁ ଯେଉଁଠି ଖରାପ ଚାଲିଚଳନକୁ ପ୍ରୋତ୍ସାହନ ଦିଆଯାଏ । ତେଣୁ ଆମ ପାଇଁ ବି ଲଗାତାର ଯିହୋବାଙ୍କ ସେବା କରିବା ଅନେକଥର କଠିନ ହୋଇଯାଏ । ତାʼଛଡ଼ା, ଖୁବ୍‌ ଶୀଘ୍ର ଆମେ ଗୋଟିଏ ଏପରି ସଙ୍କଟର ସାମନା କରିବାକୁ ଯାଉଛୁ, ଯାହା ସେହି ସଙ୍କଟରୁ ବହୁତ ବଡ଼ ଥିବ, ଯେବେ ଯରୂଶାଲମ ଏବଂ ତାʼ ମନ୍ଦିରର ବିନାଶ ହୋଇଥିଲା । ପିତରଙ୍କ ଏହି ଦୁଇଟି ଚିଠିରୁ ଆମେ ଅନେକ ଜରୁରୀ କଥା ଶିଖୁ: (୧) ଏହା ସାହାଯ୍ୟରେ ଆମେ ସବୁବେଳେ ଏକଥାର ଧ୍ୟାନ ରଖିପାରିବା ଯେ ଯିହୋବାଙ୍କ ଦିନ ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି, (୨) ଯେବେ ଆମକୁ ମଣିଷମାନଙ୍କଠାରୁ ଡର ଲାଗିବ, ତେବେ ଆମେ ସେହି ଡରକୁ କାବୁ କରିପାରିବା ଏବଂ (୩) ଆମେ ପରସ୍ପରକୁ ପ୍ରଗାଢ଼ ପ୍ରେମ କରିପାରିବା । ଏପରି କଥାଗୁଡ଼ିକରୁ ପ୍ରାଚୀନମାନଙ୍କୁ ବି ଯିହୋବାଙ୍କ ମେଷମାନଙ୍କ ଭଲଭାବେ ଦେଖାଶୁଣା କରିବା ପାଇଁ ସାହାଯ୍ୟ ମିଳିବ ।

ଯିହୋବାଙ୍କ ଦିନର ଆଗ୍ରହର ସହ ଅପେକ୍ଷା କରନ୍ତୁ

୪. ୨ ପିତର ୩:୩, ୪ ପଦରୁ କʼଣ ଜଣାପଡ଼େ, ଆମ ବିଶ୍ୱାସ ହୁଏତ କେଉଁ କାରଣ ଯୋଗୁଁ ଦୁର୍ବଳ ହେବାକୁ ଲାଗିବ ?

ଆମ ଆଖପାଖରେ ଅଧିକାଂଶ ଏପରି ଲୋକମାନେ ରହନ୍ତି, ଯେଉଁମାନେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ଉପରେ ଭରସା କରନ୍ତି ନାହିଁ । ଏପରି ଲୋକମାନେ ହୁଏତ ଆମର ଥଟ୍ଟା କରିବେ, କାରଣ ଆମେ ଅନେକ ବର୍ଷରୁ ଏହା କହି ଆସୁଛୁ ଯେ ବିନାଶ ବହୁତ ନିକଟତର ଅଛି । କିଛି ଲୋକ ହୁଏତ ଏହା କହିବେ ଯେ ବିନାଶ କେବେ ବି ଆସିବନି । (୨ ପିତର ୩:୩, ୪ ପଢ଼ନ୍ତୁ ।) ଯଦି ଘର ଘର ପ୍ରଚାର କରିବା ସମୟରେ କେହି ଏପରି କଥା କହନ୍ତି କିମ୍ବା ଆମ ସହ କାମ କରୁଥିବା ଲୋକ କିମ୍ବା ଆମ ପରିବାର ଲୋକ କେହି ଏପରି କହନ୍ତି, ତେବେ ହୁଏତ ଆମ ବିଶ୍ୱାସ ଦୁର୍ବଳ ହେବାକୁ ଲାଗିବ । ପ୍ରେରିତ ପିତର ବୁଝାଇଲେ ଯେ ଏପରି ସମୟରେ କେଉଁ କଥାରୁ ଆମକୁ ସାହାଯ୍ୟ ମିଳିପାରିବ ।

୫. ଏହି ଦୁଷ୍ଟ ଦୁନିଆର ବିନାଶକୁ ଅପେକ୍ଷା କରୁଥିବା ସମୟରେ ଆମେ ସଠିକ୍‌ ଦୃଷ୍ଟିକୋଣ କିପରି ରଖିପାରିବା ? (୨ ପିତର ୩:୮, ୯)

କିଛି ଲୋକଙ୍କୁ ହୁଏତ ଲାଗିବ ଯେ ଯିହୋବା ଏହି ଦୁଷ୍ଟ ଦୁନିଆକୁ ବିନାଶ କରିବା ପାଇଁ ବହୁତ ଡେରି କରୁଛନ୍ତି । କିନ୍ତୁ ପିତରଙ୍କ କଥାଗୁଡ଼ିକରୁ ଆମକୁ ସଠିକ୍‌ ଦୃଷ୍ଟିକୋଣ ରଖିବା ପାଇଁ ସାହାଯ୍ୟ ମିଳିପାରିବ । କାରଣ ସମୟ ମାମଲାରେ ଯଦି ଦେଖିବା, ତାହେଲେ ଯିହୋବାଙ୍କ ଚିନ୍ତାଧାରା ଏବଂ ଲୋକମାନଙ୍କ ଚିନ୍ତାଧାରାରେ ବହୁତ ଫରକ ଅଛି । (୨ ପିତର ୩:୮, ୯ ପଢ଼ନ୍ତୁ ।) ଯିହୋବାଙ୍କ ପାଇଁ ୧,୦୦୦ ବର୍ଷ ଗୋଟେ ଦିନ ସହ ସମାନ ଅଟେ । ଯିହୋବା ଧୈର୍ଯ୍ୟ ଧରନ୍ତି, ସେ ଚାହାନ୍ତି ନାହିଁ ଯେ କାହାରି ବି ବିନାଶ ହେଉ । କିନ୍ତୁ ଯେବେ ତାଙ୍କ ଦିନ ଆସିବ, ତେବେ ସମସ୍ତ ଦୁଷ୍ଟ ଲୋକମାନଙ୍କ ବିନାଶ ହୋଇଯିବ । ଭାବନ୍ତୁ, ଆମକୁ କେତେ ବଢ଼ିଆ ସୁଯୋଗ ମିଳିଛି ଯେ ବିନାଶ ଆସିବା ପୂର୍ବରୁ ଆଜି ଆମ ପାଖରେ ଯେଉଁ ସମୟ ଅଛି, ଆମେ ସେହି ସମୟର ବ୍ୟବହାର ସବୁ ରାଷ୍ଟ୍ରର ଲୋକମାନଙ୍କୁ ସାକ୍ଷ୍ୟ ଦେବା ପାଇଁ କରିପାରିବା ।

୬. ଆମେ କିପରି ଯିହୋବାଙ୍କ ଦିନକୁ “ଅପେକ୍ଷା” କରିପାରିବା ? (୨ ପିତର ୩:୧୧, ୧୨)

ପିତର ଆମକୁ ଅନୁରୋଧ କଲେ ଯେ ଆମେ ଯିହୋବାଙ୍କ ଦିନକୁ ସବୁବେଳେ “ଅପେକ୍ଷା” କରୁ । (୨ ପିତର ୩:୧୧, ୧୨ ପଢ଼ନ୍ତୁ ।) ଆମେ ଏହା କିପରି କରିପାରିବା ? ହୋଇପାରିଲେ ଆମେ ପ୍ରତିଦିନ ସେହି ଆଶିଷଗୁଡ଼ିକ ବିଷୟରେ ଭାବିପାରିବା, ଯାହା ଆମକୁ ନୂଆ ଦୁନିଆରେ ମିଳିବ । ଭାବନ୍ତୁ, ଆପଣ ଏପରି ପରିବେଶରେ ଅଛନ୍ତି ଯେଉଁଠି ପ୍ରଦୂଷଣ ନାହିଁ ଏବଂ ପବନ ବହୁତ ସଫା ଅଛି, ଆପଣ ପୁଷ୍ଟିକର ଖାଦ୍ୟ ଖାଉଛନ୍ତି, ନିଜର ସେହି ପ୍ରିୟଜନମାନଙ୍କ ସ୍ୱାଗତ କରୁଛନ୍ତି, ଯାହାଙ୍କୁ ଜୀବିତ କରାଯାଇଛି ଏବଂ ଯେଉଁ ଲୋକମାନେ ହଜାର ହଜାର ବର୍ଷ ପୂର୍ବେ ବଞ୍ଚିଥିଲେ, ସେମାନଙ୍କୁ ଶିଖାଉଛନ୍ତି ଯେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେଲା । ଏଗୁଡ଼ିକ ଉପରେ ଚିନ୍ତନ କରିବା ଦ୍ୱାରା ଆପଣ ଈଶ୍ୱରଙ୍କ ଦିନକୁ ଉତ୍ସାହର ସହ ଅପେକ୍ଷା କରିପାରିବେ ଏବଂ ଭରସା ରଖିପାରିବା ଯେ ବିନାଶ ବହୁତ ନିକଟତର ଅଛି । ଏହିପରି ଭାବେ ଭବିଷ୍ୟତ ବିଷୟରେ ‘ପୂର୍ବରୁ ଜାଣିବା’ ଦ୍ୱାରା ଆମେ ମିଥ୍ୟା ଶିକ୍ଷକମାନଙ୍କ କଥାରେ ଆସି ‘ଭ୍ରାନ୍ତ ହେବାନି ।’—୨ ପିତ. ୩:୧୭.

ଲୋକମାନଙ୍କ ଡର ଉପରେ କାବୁ ପାଆନ୍ତୁ

୭. ଯଦି ଆମେ ମଣିଷମାନଙ୍କୁ ଡରିଯିବା, ତେବେ କʼଣ ହୋଇପାରିବ ?

ଆମେ ଜାଣୁ ଯେ ଯିହୋବାଙ୍କ ଦିନ ବହୁତ ନିକଟତର ଅଛି, ତେଣୁ ଆମଦ୍ୱାରା ଯେତେ ହୋଇପାରିବ, ଆମକୁ ସେତେ ଅଧିକ ଅନ୍ୟମାନଙ୍କୁ ସୁସମାଚାର ଶୁଣାଇବା ପାଇଁ ଇଚ୍ଛା ହୁଏ । କିନ୍ତୁ ଅନେକଥର ହୁଏତ ଆମେ ଅନ୍ୟମାନଙ୍କ ସହ କଥା ହେବା ପାଇଁ ଡରିବା, କାରଣ ଆମକୁ ଲାଗିବ ଯେ କେଜାଣେ ସେମାନେ ଆମ ବିଷୟରେ କʼଣ ଭାବିବେ କିମ୍ବା ଆମ ସହ କʼଣ କରିବେ । ପିତରଙ୍କ ସହ ବି ଏପରି ହିଁ କିଛି ହୋଇଥିଲା । ଯେଉଁ ରାତି ଯୀଶୁଙ୍କ ମକଦ୍ଦମାର ଶୁଣାଣି ହେଉଥିଲା, ସେହି ରାତି ପିତର ଏହା କହିବା ପାଇଁ ଡରୁଥିଲେ ଯେ ସେ ଯୀଶୁଙ୍କ ଜଣେ ଶିଷ୍ୟ ଅଟନ୍ତି । ଏପରିକି ସେ ଅନେକଥର ଯୀଶୁଙ୍କୁ ଜାଣିବାରୁ ଅସ୍ୱୀକାର କରିଦେଲେ । (ମାଥି. ୨୬:୬୯-୭୫) କିନ୍ତୁ ପରେ ସେ ନିଜ ଡର ଉପରେ କାବୁ କରିପାରିଲେ ଏବଂ ପୂରା ଭରସାର ସହ କହିଲେ, “ସେମାନେ ଭୟ ଦେଖାଇଲେ ଭୀତ କିଅବା ଉଦ୍‌ବିଗ୍ନ ହୁଅ ନାହିଁ ।” (୧ ପିତ. ୩:୧୪) ପିତରଙ୍କ କଥାଗୁଡ଼ିକରୁ ଆମକୁ ବି ନିଜ ଡର ଉପରେ କାବୁ କରିବା ପାଇଁ ସାହସ ମିଳେ ।

୮. ଆମେ ନିଜ ଡର ଉପରେ କିପରି କାବୁ କରିପାରିବା ? (୧ ପିତର ୩:୧୫)

ଯଦି ଆପଣ ମଣିଷମାନଙ୍କଠାରୁ ଡରିଯାନ୍ତି, ତେବେ ଆପଣ ଏହି ଡରକୁ କିପରି କାବୁ କରିପାରିବେ ? ପିତର କହିଲେ, “ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର ।” (୧ ପିତର ୩:୧୫ ପଢ଼ନ୍ତୁ ।) ଏପରି କରିବା ପାଇଁ ଆମେ ଭାବିପାରିବା ଯେ ଆମ ପ୍ରଭୁ ଯୀଶୁ ଆଜି କେଉଁ ପଦବୀରେ ଅଛନ୍ତି ଏବଂ ତାଙ୍କ ପାଖରେ କେତେ ଶକ୍ତି ଅଛି । ଯଦି ଆପଣଙ୍କୁ କେବେ ଅନ୍ୟମାନଙ୍କୁ ଖୁସିଖବର ଶୁଣାଇବା ପାଇଁ ଡର ଲାଗେ, ତେବେ ଆମ ରାଜାଙ୍କ ବିଷୟରେ ଭାବନ୍ତୁ । କଳ୍ପନା କରନ୍ତୁ ଯେ ସେ ସ୍ୱର୍ଗରେ ଶାସନ କରୁଛନ୍ତି ଏବଂ ତାଙ୍କ ଚାରିଆଡ଼େ ଅନେକ ସ୍ୱର୍ଗଦୂତ ଅଛନ୍ତି । ଏହା ବି ମନେପକାନ୍ତୁ ଯେ ତାଙ୍କୁ “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର” ଦିଆଯାଇଛି ଏବଂ ସେ ‘ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ତୁମ୍ଭମାନଙ୍କ ସଙ୍ଗେ ରହିବେ ।’ (ମାଥି. ୨୮:୧୮-୨୦) ପିତର ଏହା ବି କହିଲେ ଯେ ଆମେ ଯାହା ବିଶ୍ୱାସ କରୁ, ସେବିଷୟରେ ସାକ୍ଷ୍ୟ ଦେବା ପାଇଁ ସବୁବେଳେ “ପ୍ରସ୍ତୁତ” ରହିବା ଦରକାର । କʼଣ ଆପଣ ନିଜ କାମ ଜାଗାରେ, ସ୍କୁଲରେ କିମ୍ବା ଅନ୍ୟ କୌଣସି ଜାଗାରେ ସୁଯୋଗ ଦେଖି ସାକ୍ଷ୍ୟ ଦେବା ପାଇଁ ଚାହାନ୍ତି ? ତାହେଲେ ପୂର୍ବରୁ ଭାବି ରଖନ୍ତୁ ଯେ ଆପଣ କେତେବେଳେ ଏପରି କରିପାରିବେ ଏବଂ ଏହା ବି ଭାବନ୍ତୁ ଯେ ଆପଣ ଲୋକମାନଙ୍କୁ କʼଣ କହିବେ । ସାହସ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କୁ ନିଜ ଡର ଉପରେ କାବୁ କରିବା ପାଇଁ ସାହାଯ୍ୟ କରିବେ ।—ପ୍ରେରି. ୪:୨୯.

‘ପ୍ରଗାଢ଼ ପ୍ରେମ କର’

ପିତର ପାଉଲଙ୍କ ପରାମର୍ଶକୁ ସ୍ୱୀକାର କଲେ ଏବଂ ନିଜଠାରେ ପରିବର୍ତ୍ତନ କଲେ । ପିତରଙ୍କ ଦୁଇଟି ଚିଠିରୁ ଆମେ ଶିଖୁ ଯେ ଆମେ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରିବା ଉଚିତ୍‌ (ପାରାଗ୍ରାଫ ୯)

୯. ଥରେ ପିତର କିପରି ଭାଇଭଉଣୀମାନଙ୍କୁ ପ୍ରେମ ଦେଖାଇପାରିଲେନି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ପିତର ଶିଖିଲେ ଯେ ତାଙ୍କୁ ଭାଇଭଉଣୀମାନଙ୍କୁ ଲଗାତାର ପ୍ରେମ କରିବାର ଅଛି । ଥରେ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ, “ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି; ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର ।” (ଯୋହ. ୧୩:୩୪) ସେସମୟରେ ପିତର ବି ସେଠାରେ ଥିଲେ । ତଥାପି ଥରେ ସେ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କଠାରୁ ଡରିଗଲେ ଏବଂ ସେ ଅଣଯିହୁଦୀ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କ ସହ ଭୋଜନ କରିବା ବନ୍ଦ କରିଦେଲେ । ସେ ଯାହା କରୁଥିଲେ, ତାହାକୁ ପ୍ରେରିତ ପାଉଲ “କପଟ” କହିଲେ । (ଗାଲା. ୨:୧୧-୧୪) ଯେବେ ପାଉଲ ତାଙ୍କୁ ସୁଧାରିଲେ, ତେବେ ସେ ତାଙ୍କ ପରାମର୍ଶକୁ ସ୍ୱୀକାର କଲେ ଏବଂ ନିଜଠାରେ ପରିବର୍ତ୍ତନ କଲେ । ପରେ ପିତର ନିଜ ଦୁଇଟି ଚିଠିରେ ଏକଥା ଉପରେ ଜୋର୍‌ ଦେଲେ ଯେ ଭାଇଭଉଣୀମାନଙ୍କ ପାଇଁ କେବଳ ଆମ ହୃଦୟରେ ପ୍ରେମ ହେବା ଉଚିତ୍‌ ନୁହେଁ, ବରଂ ଆମକୁ ନିଜ କାମଗୁଡ଼ିକରୁ ବି ଏହା ଦେଖାଇବା ଦରକାର ।

୧୦. ଆମେ କେତେବେଳେ “ନିଷ୍କପଟ ଭ୍ରାତୃପ୍ରେମ” କରିପାରିବା ? ବୁଝାନ୍ତୁ । (୧ ପିତର ୧:୨୨)

୧୦ ପିତର କହିଲେ ଯେ ଆମକୁ “ନିଷ୍କପଟ ଭ୍ରାତୃପ୍ରେମ” କରିବା ଉଚିତ୍‌ । (୧ ପିତର ୧:୨୨ ପଢ଼ନ୍ତୁ ।) ଏପରି ପ୍ରେମ ଆମେ ତେବେ କରିପାରିବା, ଯେବେ ଆମେ ‘ସତ୍ୟର ଆଜ୍ଞାବହ ହେବା ।’ ଏହି ସତ୍ୟରେ ଗୋଟିଏ ଆଜ୍ଞା ଏହା ବି ଅଟେ ଯେ ‘ଈଶ୍ୱର ଭେଦଭାବ କରନ୍ତି ନାହିଁ ।’ (ପ୍ରେରି. ୧୦:୩୪, ୩୫) ଯଦି ଆମେ ମଣ୍ଡଳୀରେ କିଛି ଭାଇଭଉଣୀମାନଙ୍କୁ ପ୍ରେମ କରିବା ଏବଂ କିଛିଙ୍କୁ ନୁହେଁ, ତେବେ ଯୀଶୁ ପ୍ରେମ ବିଷୟରେ ଦେଇଥିବା ଆଜ୍ଞା ଆମେ ମାନୁ ନ ଥିବା । ଏହା ସତ ଅଟେ ଯେ କିଛି ଭାଇଭଉଣୀମାନଙ୍କୁ ଆମେ ଅନ୍ୟମାନଙ୍କଠାରୁ ଅଧିକ ପସନ୍ଦ କରୁ, ଯେପରି ଯୀଶୁ ବି କରିଥିଲେ । (ଯୋହ. ୧୩:୨୩; ୨୦:୨) କିନ୍ତୁ ପିତର ଆମକୁ ମନେପକାଇଲେ ଯେ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ “ଭ୍ରାତୃପ୍ରେମ” କରିବାର ଅଛି, ଯେପରି ସେମାନେ ଆମ ନିଜ ପରିବାରର ଲୋକେ ଅଟନ୍ତି ।—୧ ପିତ. ୨:୧୭.

୧୧. ଅନ୍ୟମାନଙ୍କୁ “ଅନ୍ତର ସହ ଏକାଗ୍ରଭାବେ” ପ୍ରେମ କରିବାର ଅର୍ଥ କʼଣ ଅଟେ ?

୧୧ ପିତର ଆମକୁ ଅନୁରୋଧ କଲେ ଯେ ଆମେ ‘ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କରୁ ।’ ଯେବେ ପିତର କହିଲେ ଯେ ଆମେ ‘ଏକାଗ୍ରଭାବେ’ ପ୍ରେମ କରୁ, ତେବେ ତାʼଅର୍ଥ ଥିଲା ଯେ ଯେବେ ଆମକୁ କାହାରିକୁ ପ୍ରେମ କରିବା ପାଇଁ ଇଚ୍ଛା ହୁଏନି, ତେବେ ବି ଆମେ ସେମାନଙ୍କୁ ପ୍ରେମ କରିବା ଉଚିତ୍‌ । ଉଦାହରଣ ପାଇଁ, ହୋଇପାରେ କୌଣସି ଭାଇ ଆମକୁ ଦୁଃଖ ପହଞ୍ଚାନ୍ତି । ଏପରି ସମୟରେ ଆମକୁ ତାଙ୍କୁ ପ୍ରେମ କରିବା ପାଇଁ ହୁଏତ ଇଚ୍ଛା ହେବନି, ବରଂ ତାଙ୍କ ସହ ସେହିପରି ବ୍ୟବହାର କରିବାକୁ ଇଚ୍ଛା ହେବ, ଯେପରି ସେ ଆମ ସହ କଲେ । କିନ୍ତୁ ପିତର ଯୀଶୁଙ୍କଠାରୁ ଶିଖିଥିଲେ ଯେ ଯେବେ ଆମେ ପ୍ରତିଶୋଧ ନେଉ, ତେବେ ଈଶ୍ୱର ଖୁସି ହୁଅନ୍ତି ନାହିଁ । (ଯୋହ. ୧୮:୧୦, ୧୧) ପିତର ଲେଖିଲେ, ‘ଅନିଷ୍ଟ ପରିବର୍ତ୍ତରେ ଅନିଷ୍ଟ କିଅବା ନିନ୍ଦାର ପରିବର୍ତ୍ତରେ ନିନ୍ଦା ନ କରି ଅନ୍ୟ ପକ୍ଷରେ ବରଂ ମଙ୍ଗଳ କର ।’ (୧ ପିତ. ୩:୯) ଯେବେ ଆପଣ ଅନ୍ୟମାନଙ୍କୁ ଅନ୍ତର ସହ ଏକାଗ୍ରଭାବେ ପ୍ରେମ କରିବେ, ତେବେ ଆପଣ ସେମାନଙ୍କ ସହ ବି ଭଲ ବ୍ୟବହାର କରିବେ, ଯିଏ ହୁଏତ ଆପଣଙ୍କୁ ଦୁଃଖ ପହଞ୍ଚାଇଥିବେ ।

୧୨. (କ) ଯେବେ ଆମେ ଭାଇଭଉଣୀମାନଙ୍କୁ “ପ୍ରଗାଢ଼” ପ୍ରେମ କରିବା, ତେବେ ଆମେ ଆଉ କʼଣ କରିବା ପାଇଁ ପ୍ରସ୍ତୁତ ରହିବା ? (ଖ) ଯେପରି ଶାନ୍ତି ବଜାୟ ରଖିଲେ ଆଶିଷ ମିଳେ ଭିଡିଓରେ ଦେଖାଯାଇଛି, ଆପଣ କʼଣ କରିବା ପାଇଁ ଚାହାନ୍ତି ?

୧୨ ପିତର ନିଜ ପ୍ରଥମ ଚିଠିରେ ଏହା ସହ ଜଡ଼ିତ କଥା କହିଲେ । ସେ ଲେଖିଲେ, “ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ ।” ଏହିପରି ପ୍ରେମ କେବଳ କିଛି ପାପକୁ ନୁହେଁ, ବରଂ ‘ବହୁଳ ପାପକୁ ଆଚ୍ଛାଦନ କରେ ।’ (୧ ପିତ. ୪:୮) ହୁଏତ ପିତରଙ୍କୁ କ୍ଷମା କରିବା ମାମଲାରେ ସେହି କଥା ମନେପଡ଼ିଥିବ, ଯାହା ଅନେକ ବର୍ଷ ପୂର୍ବେ ଯୀଶୁ କହିଥିଲେ । ସେସମୟରେ ପିତର କହିଥିଲେ ଯେ ସେ ନିଜ ଭାଇଙ୍କୁ “ସାତ ଥର” କ୍ଷମା କରିପାରିବେ । କାରଣ ତାଙ୍କୁ ହୁଏତ ଲାଗୁଥିଲା ଯେ ସେ ବହୁତ ଦୟାଳୁ ବ୍ୟକ୍ତି ଅଟନ୍ତି । କିନ୍ତୁ ଯୀଶୁ ତାଙ୍କୁ ଏବଂ ଅନ୍ୟମାନଙ୍କୁ କହିଲେ ଯେ ଆମେ “୭୭ ଥର” କ୍ଷମା କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍‌, ଅର୍ଥାତ୍‌ କ୍ଷମା କରିବା ମାମଲାରେ କୌଣସି ସୀମା ନିର୍ଦ୍ଧାରିତ କରିବା ଉଚିତ୍‌ ନୁହେଁ । (ମାଥି. ୧୮:୨୧, ୨୨, NWT) ଯଦି ଆପଣଙ୍କୁ ଏହି ପରାମର୍ଶ ମାନିବା କଠିନ ଲାଗେ, ତେବେ ନିରାଶ ହୁଅନ୍ତୁ ନାହିଁ । ଯିହୋବାଙ୍କ ସମସ୍ତ ଅପରିପୂର୍ଣ୍ଣ ସେବକମାନଙ୍କୁ କ୍ଷମା କରିବା ବେଳେବେଳେ କଠିନ ଲାଗିଛି । ଜରୁରୀ କଥା ଏହା ଯେ ଯଦି କେହି ଆପଣଙ୍କୁ ଦୁଃଖ ପହଞ୍ଚାଇଛନ୍ତି, ତେବେ ତାଙ୍କୁ କ୍ଷମା କରିବା ପାଇଁ ଆପଣଙ୍କ ଦ୍ୱାରା ଯେତେ ହୋଇପାରିବ, ଆପଣ ତାହା କରନ୍ତୁ ଏବଂ ତାଙ୍କ ସହ ବୁଝାମଣା କରନ୍ତୁ । c

ପ୍ରାଚୀନମାନେ, ଈଶ୍ୱରଙ୍କ ମେଷମାନଙ୍କର ଯତ୍ନ ନିଅନ୍ତୁ

୧୩. ଭାଇଭଉଣୀମାନଙ୍କ ଦେଖାଶୁଣା କରିବା ପ୍ରାଚୀନମାନଙ୍କ ପାଇଁ କାହିଁକି କଠିନ ହୋଇପାରେ ?

୧୩ ପିତର ସେହି କଥା କେବେ ବି ଭୁଲି ନ ଥିବେ, ଯାହା ଯୀଶୁ ଜୀବିତ ହେବା ପରେ ତାଙ୍କୁ କହିଥିଲେ । ସେ କହିଥିଲେ, ମେଷପାଳକ ଭଳି “ମୋହର ମେଷମାନଙ୍କୁ ପ୍ରତିପାଳନ କର ।” (ଯୋହ. ୨୧:୧୬) ଯଦି ଆପଣ ଜଣେ ପ୍ରାଚୀନ ଅଟନ୍ତି, ତେବେ ଆପଣ ଜାଣନ୍ତି ଯେ ଏହି ପରାମର୍ଶ ଆପଣଙ୍କୁ ବି ମାନିବାର ଅଛି । କିନ୍ତୁ ହୋଇପାରେ, ଜଣେ ପ୍ରାଚୀନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ପାଇଁ ସମୟ ବାହାର କରିବା କଠିନ ଲାଗିପାରେ । ପ୍ରାଚୀନମାନଙ୍କ ପାଇଁ ଏହା ବହୁତ ଜରୁରୀ ଯେ ସେମାନେ ସବୁଠୁ ଆଗ ନିଜ ପରିବାରର ଦେଖାଶୁଣା କରନ୍ତୁ, ସେମାନଙ୍କ ଖାଇବା ପିଇବା ଆବଶ୍ୟକତାଗୁଡ଼ିକୁ ପୂରା କରନ୍ତୁ, ସେମାନଙ୍କ ସହ ସମୟ ବିତାନ୍ତୁ, ପ୍ରେମ ଦେଖାନ୍ତୁ ଏବଂ ଯିହୋବାଙ୍କ ସହ ସେମାନଙ୍କ ସମ୍ପର୍କ ଦୃଢ଼ କରିବା ପାଇଁ ସାହାଯ୍ୟ କରନ୍ତୁ । ତାʼଛଡ଼ା ପ୍ରାଚୀନମାନଙ୍କୁ ପ୍ରଚାର କାମରେ ବି ନେତୃତ୍ୱ ନେବାର ଥାଏ । ଆଉ ସେମାନଙ୍କୁ ସଭା, ସମ୍ମିଳନୀ ଏବଂ ଅଧିବେଶନଗୁଡ଼ିକରେ ଯେଉଁ ଭାଗ ମିଳେ, ସେଗୁଡ଼ିକର ପ୍ରସ୍ତୁତି କରିବାର ଥାଏ ଏବଂ ପରିବେଷଣ କରିବାର ଥାଏ । କିଛି ପ୍ରାଚୀନମାନେ ‘ହସ୍ପିଟାଲ ସମ୍ପର୍କ ସମିତିର’ ସଦସ୍ୟ ବି ଅଟନ୍ତି ଏବଂ କିଛି ‘ସ୍ଥାନୀୟ ଯୋଜନା ଓ ନିର୍ମାଣ ବିଭାଗରେ’ ବି ସହଯୋଗ କରନ୍ତି । ସତରେ, ପ୍ରାଚୀନମାନଙ୍କ ପାଖରେ ବହୁତ କାମ ଥାଏ !

ପ୍ରାଚୀନମାନଙ୍କର ଅନେକ କାମ ଥାଏ, କିନ୍ତୁ ସେମାନେ ମେଷପାଳକ ଭଳି ଈଶ୍ୱରଙ୍କ ପଲର ଦେଖାଶୁଣା କରିବା ପାଇଁ ଯାହା କରିପାରିବେ, ତାହା ସେମାନେ କରନ୍ତି (ପାରାଗ୍ରାଫ ୧୪-୧୫)

୧୪. ଈଶ୍ୱରଙ୍କ ପଲକୁ ଦେଖାଶୁଣା କରିବା ପାଇଁ କେଉଁ କଥା ପ୍ରାଚୀନମାନଙ୍କୁ ସାହାଯ୍ୟ କରିପାରିବ ? (୧ ପିତର ୫:୧-୪)

୧୪ ପିତର ବି ଜଣେ ପ୍ରାଚୀନ ଥିଲେ ଏବଂ ସେ ଅନ୍ୟ ପ୍ରାଚୀନମାନଙ୍କୁ ଅନୁରୋଧ କଲେ ଯେ ‘ସେମାନେ ମେଷପାଳକ ଭଳି ଈଶ୍ୱରଙ୍କ ପଲକୁ ପ୍ରତିପାଳନ କରନ୍ତୁ ।’ (୧ ପିତର ୫:୧-୪ ପଢ଼ନ୍ତୁ ।) ଯଦି ଆପଣ ଜଣେ ପ୍ରାଚୀନ ଅଟନ୍ତି, ତେବେ ଆମେ ଜାଣୁ ଯେ ଆପଣ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରନ୍ତି ଏବଂ ମେଷପାଳକ ଭଳି ସେମାନଙ୍କ ଦେଖାଶୁଣା କରିବା ପାଇଁ ଚାହାଁନ୍ତି । କିନ୍ତୁ ଅନେକଥର ହୁଏତ ଆପଣଙ୍କୁ ଲାଗିବ ଯେ ଆପଣଙ୍କ ପାଖରେ ବହୁତ କାମ ଅଛି କିମ୍ବା ଆପଣ ବହୁତ ଥକି ଯାଇଛନ୍ତି ଆଉ ଏହି ଦାୟିତ୍ୱକୁ ତୁଲାଇ ପାରିବେନି । ଏପରି ସମୟରେ ଆପଣ କʼଣ କରିପାରିବେ ? ଆପଣଙ୍କ ମନରେ ଯାହା ବି ଚିନ୍ତାଗୁଡ଼ିକ ଅଛି, ସେସବୁ ଯିହୋବାଙ୍କୁ କହନ୍ତୁ । ପିତର ଲେଖିଲେ, “କେହି ଯଦି ସେବା କରେ, ତେବେ ସେ ଈଶ୍ୱରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି ସେବା କରୁ ।” (୧ ପିତ. ୪:୧୧) ହୋଇପାରେ ଆପଣଙ୍କ ଭାଇଭଉଣୀମାନେ ଏପରି ସମସ୍ୟାଗୁଡ଼ିକର ସାମନା କରୁଥିବେ, ଯାହା ଏହି ଦୁନିଆରେ ପୂରାପୂରି କେବେ ବି ସମାଧାନ କରାଯାଇପାରିବ ନାହିଁ । କିନ୍ତୁ ମନେରଖନ୍ତୁ, ଆପଣ ନିଜ ଭାଇଭଉଣୀଙ୍କ ପାଇଁ ଯେତେ କରିପାରିବେ ତାʼଠାରୁ ବି ଅଧିକ “ପ୍ରଧାନ ପାଳକ” ଯୀଶୁ ଖ୍ରୀଷ୍ଟ ସେମାନଙ୍କ ପାଇଁ କରିପାରିବେ । ସେ ଆଜି ବି ସେମାନଙ୍କ ସାହାଯ୍ୟ କରିପାରିବେ ଏବଂ ନୂଆ ଦୁନିଆରେ ବି କରିବେ । ଏହା ବି ମନେରଖନ୍ତୁ ଯେ ଈଶ୍ୱର ପ୍ରାଚୀନମାନଙ୍କଠାରୁ କେବଳ ଏହା ଚାହାନ୍ତି ଯେ ସେମାନେ ଭାଇଭଉଣୀମାନଙ୍କୁ ପ୍ରେମ କରନ୍ତୁ, ମେଷପାଳକ ଭଳି ସେମାନଙ୍କ ଦେଖାଶୁଣା କରନ୍ତୁ ଏବଂ “ପଲର ଆଦର୍ଶ ସ୍ୱରୂପ” ହୁଅନ୍ତୁ ।

୧୫. ଜଣେ ପ୍ରାଚୀନ କିପରି ଈଶ୍ୱରଙ୍କ ପଲର ଦେଖାଶୁଣା କରନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୫ ଭାଇ ୱିଲିୟମ୍‌ ଅନେକ ସମୟରୁ ପ୍ରାଚୀନ ଭାବେ ସେବା କରୁଛନ୍ତି । ସେ ବୁଝନ୍ତି ଯେ ଭାଇଭଉଣୀମାନଙ୍କ ପ୍ରତିପାଳକ ସାକ୍ଷାତ କରିବା କେତେ ଜରୁରୀ ଅଟେ । ଯେବେ କୋଭିଡ୍‌-୧୯ ମହାମାରୀ ବ୍ୟାପିବା ଆରମ୍ଭ ହେଲା, ତେବେ ସେ ଏବଂ ତାଙ୍କ ମଣ୍ଡଳୀର ଅନ୍ୟ ପ୍ରାଚୀନମାନେ ଏକଥାର ଧ୍ୟାନ ରଖିଲେ ଯେ ସେମାନେ ପ୍ରତି ସପ୍ତାହ ନିଜ ସମୂହର ପ୍ରତ୍ୟେକ ପ୍ରଚାରକଙ୍କ ସହ ସମ୍ପର୍କ କରନ୍ତୁ । ସେ କହନ୍ତି ଯେ ସେମାନେ ଏପରି କାହିଁକି କଲେ, “ଅନେକ ଭାଇଭଉଣୀ ନିଜ ଘରେ ଏକୁଟିଆ ରହୁଥିଲେ ଏବଂ ସେମାନେ ଖୁବ୍‌ ଶୀଘ୍ର ନିରାଶ ହୋଇପାରନ୍ତେ ।” ଯେବେ କେହି ଖ୍ରୀଷ୍ଟିୟାନ କୌଣସି ସମସ୍ୟାର ସାମନା କରୁଥାନ୍ତି, ତେବେ ତାଙ୍କ ଚିନ୍ତାଗୁଡ଼ିକୁ ବୁଝିବା ଏବଂ ସାହାଯ୍ୟ କରିବା ପାଇଁ ଭାଇ ୱିଲିୟମ୍‌ ବହୁତ ଧ୍ୟାନର ସହ ତାଙ୍କ କଥା ଶୁଣନ୍ତି । ତାʼପରେ ସେ ଆମ ୱେବସାଇଟ୍‌ରୁ ଅନେକ ପ୍ରକାଶନ ଏବଂ ଭିଡିଓ ଖୋଜନ୍ତି, ଯାହାଦ୍ୱାରା ସେ ସେହି ଭାଇଭଉଣୀମାନଙ୍କ ଉତ୍ସାହ ବଢ଼ାଇପାରନ୍ତୁ । ସେ କହନ୍ତି, “ପ୍ରତିପାଳକ ସାକ୍ଷାତ କରିବା ଆଜି ଆଗ ଅପେକ୍ଷା ବହୁତ ଜରୁରୀ ହୋଇଯାଇଛି । ଆମେ ଲୋକଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା ପାଇଁ ବହୁତ ପରିଶ୍ରମ କରୁ, ତାହେଲେ ଏହା କେତେ ଜରୁରୀ ଯେ ଆମେ ଈଶ୍ୱରଙ୍କ ପଲର ଦେଖାଶୁଣା କରିବା ପାଇଁ ମଧ୍ୟ ସେତେ ହିଁ ପରିଶ୍ରମ କରୁ, ଯାହାଦ୍ୱାରା ଈଶ୍ୱରଙ୍କ ପ୍ରତ୍ୟେକ ମେଷ ସତ୍ୟରେ ରହନ୍ତୁ ।”

ଯିହୋବାଙ୍କୁ ଆପଣଙ୍କ ପ୍ରଶିକ୍ଷଣ ପୂରା କରିବାକୁ ଦିଅନ୍ତୁ

୧୬. ପିତରଙ୍କ ଚିଠିଗୁଡ଼ିକରୁ ଆମେ ଯେଉଁ କଥାଗୁଡ଼ିକ ଶିଖିଲୁ, ସେଗୁଡ଼ିକୁ ଆମେ କିପରି ମାନିପାରିବା ?

୧୬ ଆମେ ଏହି ଲେଖାରେ ପିତରଙ୍କ ଚିଠିଗୁଡ଼ିକର କିଛି କଥା ଉପରେ ଚର୍ଚ୍ଚା କଲୁ । ଏହାର ଅଧ୍ୟୟନ କରିବା ସମୟରେ ହୁଏତ ଆପଣ ଧ୍ୟାନ ଦେଇଥିବେ ଯେ କୌଣସି ମାମଲାରେ ଆପଣଙ୍କୁ ନିଜଠାରେ ସୁଧାର କରିବାର ଅଛି । ଯେପରି, କʼଣ ଆପଣ ଭାବିଛନ୍ତି ଯେ ଆପଣ ସେହି ଆଶିଷଗୁଡ଼ିକ ବିଷୟରେ ଆହୁରି ଚିନ୍ତନ କରିବେ, ଯାହା ଆପଣଙ୍କୁ ନୂଆ ଦୁନିଆରେ ମିଳିବ ? କʼଣ ଆପଣ ଲକ୍ଷ୍ୟ ରଖିଛନ୍ତି ଯେ ଆପଣ କାମ ଜାଗାରେ ଏବଂ ସ୍କୁଲରେ ସୁଯୋଗ ଦେଖି ସାକ୍ଷ୍ୟ ଦେବେ ? କʼଣ ଆପଣ ଆଉ କିଛି ଉପାୟରୁ ଭାଇଭଉଣୀମାନଙ୍କୁ ପ୍ରଗାଢ଼ ପ୍ରେମ କରିବାକୁ ଚାହାନ୍ତି ? ପ୍ରାଚୀନମାନେ, କʼଣ ଆପଣ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ଯେ ଆପଣ ଖୁସି ଖୁସି ଓ ଆଗ୍ରହର ସହ ଈଶ୍ୱରଙ୍କ ପଲକୁ ଦେଖାଶୁଣା କରିବେ ? ଏପରି ଭାବେ ନିଜର ଯାଞ୍ଚ କରିବା ଦ୍ୱାରା ହୁଏତ ଆପଣଙ୍କୁ ଅନୁଭବ ହେବ ଯେ ଆପଣଙ୍କୁ ନିଜଠାରେ କିଛି ସୁଧାର କରିବାର ଅଛି । କିନ୍ତୁ ନିରାଶ ହୁଅନ୍ତୁ ନାହିଁ । ‘ପ୍ରଭୁ ମଙ୍ଗଳମୟ ଅଟନ୍ତି’ ଏବଂ ସୁଧାର କରିବା ପାଇଁ ସେ ଆପଣଙ୍କ ସାହାଯ୍ୟ କରିବେ । (୧ ପିତ. ୨:୧) ପିତର ଆମକୁ ଭରସା କରାଇଲେ ଯେ ଈଶ୍ୱର ‘ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ ।’—୧ ପିତ. ୫:୧୦.

୧୭. ଯଦି ଆମେ ଲଗାତାର ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରିବା ଏବଂ ତାଙ୍କଠାରୁ ପ୍ରଶିକ୍ଷଣ ନେଉଥିବା, ତେବେ ଆମକୁ କʼଣ ଆଶିଷ ମିଳିବ ?

୧୭ ଥରେ ପିତରଙ୍କୁ ଲାଗୁଥିଲା ଯେ ସେ ଈଶ୍ୱରଙ୍କ ପୁତ୍ରଙ୍କ ଆଗରେ ଛିଡ଼ା ହେବାର ଯୋଗ୍ୟ ବି ନୁହଁନ୍ତି । (ଲୂକ ୫:୮) କିନ୍ତୁ ସେ ହାର୍‌ ମାନିଲେନି । ଯିହୋବା ଏବଂ ଯୀଶୁଙ୍କ ସାହାଯ୍ୟରୁ ସେ ବିଶ୍ୱସ୍ତତାର ସହ ଲଗାତାର ସେବା କରିପାରିଲେ । ତାʼଯୋଗୁଁ ଯିହୋବା ପିତରଙ୍କୁ “ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ” ଦେଲେ । (୨ ପିତ. ୧:୧୧) ଯଦି ଆପଣ ହାର୍‌ ମାନିବେନି ଏବଂ ପିତରଙ୍କ ଭଳି ବିଶ୍ୱସ୍ତତାର ସହ ଲଗାତାର ଯିହୋବାଙ୍କ ସେବା କରୁଥିବେ ଏବଂ ତାଙ୍କଠାରୁ ପ୍ରଶିକ୍ଷଣ ନେଉଥିବେ, ତେବେ ସେ ଆପଣଙ୍କୁ ବି ଅନନ୍ତ ଜୀବନ ଦେବେ । ଆପଣଙ୍କୁ ବି ନିଜ ‘ବିଶ୍ୱାସର ଲକ୍ଷ୍ୟ ଯେ ପରିତ୍ରାଣ ମିଳିବ ।’—୧ ପିତ. ୧:୯.

ଗୀତ ୧୦୯ ଗେହ୍‌ରା ପ୍ୟାର୍‌ କରେଁ

a ଏହି ଲେଖାରେ ଆମେ ଜାଣିବା ଯେ ପିତରଙ୍କ ଚିଠିଗୁଡ଼ିକରୁ ଆମେ ଯେଉଁ କଥାଗୁଡ଼ିକ ଶିଖୁ, ସେଥିରୁ ଆମକୁ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ କିପରି ସାହାଯ୍ୟ ମିଳିପାରିବ । ଏଥିରେ ଏହା ବି କୁହାଯିବ ଯେ ପ୍ରାଚୀନମାନେ ମେଷପାଳକ ଭଳି ନିଜ ଦାୟିତ୍ୱଗୁଡ଼ିକୁ କିପରି ତୁଲାଇପାରିବେ ।

b ଏପରି ଲାଗେ ଯେ ପାଲେଷ୍ଟାଇନ୍‌ରେ ରହୁଥିବା ଖ୍ରୀଷ୍ଟିୟାନମାନଙ୍କୁ ପିତରଙ୍କ ଦୁଇଟି ଚିଠି ସେହି ଆକ୍ରମଣର ପୂର୍ବେ ହିଁ ମିଳିଯାଇଥିଲା, ଯାହା ରୋମୀୟ ସେନା ୬୬ ଖ୍ରୀଷ୍ଟାବ୍ଦରେ ଯିରୂଶାଲମ ଉପରେ ପ୍ରଥମ ଥର କରିଥିଲେ ।

c jw.org ୱେବସାଇଟ୍‌ରେ ଦିଆଯାଇଥିବା ଭିଡିଓ ଶାନ୍ତି ବଜାୟ ରଖିଲେ ଆଶିଷ ମିଳେ ଦେଖନ୍ତୁ ।