इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୮

ଯୁବାମାନେ, ତମ ଜୀବନ କିପରି ହେବ ?

ଯୁବାମାନେ, ତମ ଜୀବନ କିପରି ହେବ ?

“ବୁଦ୍ଧି [‘ସୂକ୍ଷ୍ମ ବିଚାର,’ NWT] ତୁମ୍ଭକୁ ରକ୍ଷା କରିବ ।”—ହିତୋ. ୨:୧୧.

ଗୀତ ୧୩୫ ୟହୋୱା କି ପ୍ୟାର୍‌-ଭରି ଗୁଜାରିଶ୍‌: “ମେରେ ବେଟେ, ବୁଦ୍ଧିମାନ ବନ୍‌”

ଲେଖାର ଝଲକ a

୧. ଯୋୟାଶ୍‌, ଉଷୀୟ ଏବଂ ଯୋଶୀୟଙ୍କ ପାଇଁ କʼଣ କରିବା କଠିନ ହୋଇଥିବ ?

 ଭାବିନିଅ, ତମକୁ କେବଳ ୧୦-୧୨ ବର୍ଷରେ ହିଁ ଈଶ୍ୱରଙ୍କ ଲୋକମାନଙ୍କ ରାଜା ନିଯୁକ୍ତ କରିଦିଆଯାଏ । ଏବେ ତମେ ଏତେ ବଡ଼ ଅଧିକାରର ବ୍ୟବହାର କିପରି କରିବ ? ବାଇବଲରେ ଏପରି ଅନେକ ଯୁବାମାନଙ୍କ ବିଷୟରେ କୁହାଯାଇଛି, ଯେଉଁମାନଙ୍କୁ ବହୁତ କମ୍‌ ବୟସରେ ହିଁ ଯିହୁଦାର ରାଜା ନିଯୁକ୍ତ କରାଯାଇଥିଲା । ଯେପରି, ଯୋୟାଶ୍‌ କେବଳ ୭ ବର୍ଷର ହିଁ ଥିଲେ, ଉଷୀୟ ୧୬ ବର୍ଷର ଏବଂ ଯୋଶୀୟ ୮ ବର୍ଷର । ଭାବ, ଏତେ କମ୍‌ ବୟସରେ ଏତେ ବଡ଼ ଦାୟିତ୍ୱ ସମ୍ଭାଳିବା ସେମାନଙ୍କ ପାଇଁ କେତେ କଠିନ ହୋଇଥିବ । କିନ୍ତୁ ସେମାନେ ଯିହୋବା ଓ ଅନ୍ୟ ଲୋକମାନଙ୍କ ସାହାଯ୍ୟରୁ ଏହି ଦାୟିତ୍ୱ ସମ୍ଭାଳିପାରିଲେ ଏବଂ ନିଜ ଜୀବନରେ ଅନେକ ଭଲ କାମ କରିପାରିଲେ ।

୨. ଆମେ ଯୋୟାଶ୍‌, ଉଷୀୟ ଏବଂ ଯୋଶୀୟଙ୍କ ଉଦାହରଣ ଉପରେ କାହିଁକି ଧ୍ୟାନ ଦେବା ଉଚିତ୍‌ ?

ଆମେ ରାଜା କିମ୍ବା ରାଣୀ ନାହୁଁ, କିନ୍ତୁ ବାଇବଲରେ ଦିଆଯାଇଥିବା ଏହି ତିନି ଯୁବାମାନଙ୍କଠାରୁ ଆମେ ବହୁତ କିଛି ଶିଖିପାରିବା । ସେମାନେ କିଛି ଭଲ ନିଷ୍ପତ୍ତି ନେଲେ ଓ କିଛି ଖରାପ । ସେମାନଙ୍କ ଉଦାହରଣରୁ ଆମେ ଶିଖିବା ଯେ ଆମକୁ କାହିଁକି ଭଲ ସାଙ୍ଗ ବାଛିବା ଉଚିତ୍‌, ନମ୍ର ରହିବା ଉଚିତ୍‌ ଏବଂ ଯିହୋବାଙ୍କ ନିକଟତର ହେବା ଜାରି ରଖିବା ଉଚିତ୍‌ ।

ଭଲ ସାଙ୍ଗ ବାଛ

ଯଦି ଆମେ ଭଲ ସାଙ୍ଗ କରିବା ଏବଂ ସେମାନଙ୍କର ଶୁଣିବା, ତେବେ ଆମେ ଯୋୟାଶ୍‌ଙ୍କ ଭଳି ହୋଇପାରିବା (ପାରାଗ୍ରାଫ ୩, ୭) c

୩. ରାଜା ଯୋୟାଶ୍‌ ମହାଯାଜକ ଯିହୋୟାଦାଙ୍କ ସାହାଯ୍ୟରୁ କିପରି ଭଲ ନିଷ୍ପତ୍ତି ନେଇପାରିଲେ ?

ଯୋୟାଶ୍‌ଙ୍କ ଭଳି ଭଲ ନିଷ୍ପତ୍ତି ନିଅ । ଯେବେ ଯୋୟାଶ୍‌ ଛୋଟ ଥିଲେ, ତେବେ ହିଁ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଗଲା । ମହାଯାଜକ ଯିହୋୟାଦା ତାଙ୍କୁ ନିଜ ପୁଅ ଭଳି ଲାଳନପାଳନ କଲେ ଏବଂ ଯିହୋବାଙ୍କ ବିଷୟରେ ଶିଖାଇଲେ । ଯୋୟାଶ୍‌ ମଧ୍ୟ ବୁଦ୍ଧିମତ୍ତାର ସହ କାମ କଲେ ଓ ଯିହୋୟାଦା ଦେଇଥିବା ବଢ଼ିଆ ପରାମର୍ଶକୁ ମାନିଲେ । ସେ ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେଲେ ଓ ଅନ୍ୟମାନଙ୍କୁ ବି ଏପରି କରିବା ପାଇଁ ସାହାଯ୍ୟ କଲେ । ଯୋୟାଶ୍‌ ଯିହୋବାଙ୍କ ମନ୍ଦିରର ମରାମତି କରାଇବା ପାଇଁ ମଧ୍ୟ ବ୍ୟବସ୍ଥା କଲେ ।—୨ ବଂଶା. ୨୪:୧, ୨, ୪, ୧୩, ୧୪.

୪. ଯେବେ ଆମେ ଯିହୋବାଙ୍କୁ ପ୍ରେମ କରୁ ଏବଂ ତାଙ୍କ ଆଜ୍ଞା ପାଳନ କରୁ, ତେବେ ଆମକୁ କʼଣ ଲାଭ ହୁଏ ? (ହିତୋପଦେଶ ୨:୧, ୧୦-୧୨)

ଯଦି ତମ ବାପାମାଆ କିମ୍ବା ଅନ୍ୟ କେହି ତମକୁ ଯିହୋବାଙ୍କୁ ପ୍ରେମ କରିବା ଏବଂ ତାଙ୍କ ସ୍ତରଗୁଡ଼ିକ ଅନୁସାରେ ବଞ୍ଚିବା ପାଇଁ ଶିଖାଉଛନ୍ତି, ତେବେ ଏହା ବହୁତ ବଡ଼ କଥା ଅଟେ । (ହିତୋପଦେଶ ୨:୧, ୧୦-୧୨ ପଢ଼ନ୍ତୁ ।) ବାପାମାଆ ନିଜ ପିଲାମାନଙ୍କୁ ଅନେକ ଉପାୟରୁ ଶିଖାଇପାରିବେ । ଧ୍ୟାନ ଦିଅନ୍ତୁ ଯେ କାତ୍ୟାର ବାପା କିପରି ତାକୁ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଶିଖାଇଲେ । ପ୍ରତିଦିନ ତାକୁ ସ୍କୁଲ ଛାଡ଼ିବା ଯିବା ସମୟରେ ତାʼବାପା ତାʼସହ ସେହି ଦିନର ଦୈନିକ ପାଠ ଉପରେ ଚର୍ଚ୍ଚା କରୁଥିଲେ । କାତ୍ୟା କହେ, “ଏବିଷୟରେ ବାପାଙ୍କ ସହ କଥା ହେବା ଦ୍ୱାରା ମୋତେ ବହୁତ ସାହାଯ୍ୟ ମିଳୁଥିଲା । ଦିନସାରା ମୋ ଆଗରେ ଯାହା ବି ସମସ୍ୟା ଆସୁଥିଲା, ମୁଁ ତାʼର ସାମନା କରିପାରୁ ଥିଲି ।” କିନ୍ତୁ କʼଣ ତମକୁ ଏପରି ଲାଗେ ଯେ ବାପାମାଆ ବାଇବଲ ଅନୁସାରେ ତମକୁ ଯେଉଁ ନିୟମ ଦେଇଛନ୍ତି, ତାʼଯୋଗୁଁ ତମେ ଯାହା କରିବାକୁ ଚାହଁ, ତାହା କରିପାରୁ ନାହଁ ? ଯଦି ତମକୁ ଏପରି ଲାଗେ, ତେବେ ବି ତମେ ବାପାମାଆଙ୍କ କଥା କିପରି ମାନିପାରିବ ? ଏନ୍‌ଷ୍ଟାସିୟା କହେ ଯେ ତାʼ ବାପାମାଆ ତାକୁ ବୁଝାନ୍ତି ଯେ ସେମାନେ କାହିଁକି କୌଣସି ନିୟମ ମାନିବା ପାଇଁ କହନ୍ତି । ସେ କହେ, “ବାପାମାଆଙ୍କ ଏପରି କରିବା ଦ୍ୱାରା ମୁଁ ବୁଝିପାରିଲି ଯେ ସେମାନେ ମୋତେ କିଛି କରିବାରୁ ରୋକିବା ପାଇଁ ଚାହାନ୍ତିନି, ବରଂ ସେମାନେ ଏଥିପାଇଁ ସେହି ନିୟମ ମାନିବାକୁ କହନ୍ତି, କାରଣ ସେମାନେ ମୋତେ ପ୍ରେମ କରନ୍ତି ଏବଂ ମୋ ସୁରକ୍ଷା କରିବା ପାଇଁ ଚାହାନ୍ତି ।”

୫. ତମେ ଯେଉଁ ନିଷ୍ପତ୍ତିଗୁଡ଼ିକ ନେବ, ତାହା ଦେଖି ତମ ବାପାମାଆଙ୍କୁ ଏବଂ ଯିହୋବାଙ୍କୁ କିପରି ଲାଗିବ ? (ହିତୋପଦେଶ ୨୨:୬; ୨୩:୧୫, ୨୪, ୨୫)

ତମ ବାପାମାଆ ତମକୁ ବାଇବଲରୁ ଯାହା ଶିଖାନ୍ତି କିମ୍ବା ଯାହା ପରାମର୍ଶ ଦିଅନ୍ତି, ଯଦି ତମେ ସେଗୁଡ଼ିକୁ ମାନିବ, ତେବେ ସେମାନଙ୍କୁ ବହୁତ ଖୁସି ହେବ । ସବୁଠୁ ବେଶି ଯିହୋବା ଖୁସି ହେବେ ଏବଂ ତାଙ୍କ ସହ ତମ ସମ୍ପର୍କ ଆହୁରି ଦୃଢ଼ ହେବ । (ହିତୋପଦେଶ ୨୨:୬; ୨୩:୧୫, ୨୪, ୨୫ ପଢ଼ନ୍ତୁ ।) ତାହେଲେ ଭଲ ହେବ ଯେ ତମେ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଚେଷ୍ଟା କର, ଯେପରି ଯୋୟାଶ୍‌ ପିଲାବେଳେ ନେଇ ଥିଲେ ।

୬. ଯିହୋୟାଦାଙ୍କ ମୃତ୍ୟୁ ପରେ ଯୋୟାଶ୍‌ କାହା କଥା ଶୁଣିବାକୁ ଲାଗିଲେ ଏବଂ ଏହାର ପରିଣାମ କʼଣ ହେଲା ? (୨ ବଂଶାବଳୀ ୨୪:୧୭, ୧୮)

ଯୋୟାଶ୍‌ଙ୍କ ଭୁଲ ନିଷ୍ପତ୍ତିଗୁଡ଼ିକରୁ ଶିଖ । ଯିହୋୟାଦାଙ୍କ ମୃତ୍ୟୁ ପରେ ଯୋୟାଶ୍‌ ଖରାପ ଲୋକମାନଙ୍କ ସହ ସାଙ୍ଗ ହେବାକୁ ଲାଗିଲେ । (୨ ବଂଶାବଳୀ ୨୪:୧୭, ୧୮ ପଢ଼ନ୍ତୁ ।) ସେ ଯିହୁଦାର ଅଧିପତିମାନଙ୍କ ଶୁଣିଲେ, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରୁ ନ ଥିଲେ ଓ ସେମାନେ ବହୁତ ଖରାପ କାମଗୁଡ଼ିକ କରୁଥିଲେ । କʼଣ ତମକୁ ଲାଗେନି ଯେ ଯୋୟାଶ୍‌ଙ୍କୁ ଏପରି ଲୋକମାନଙ୍କ ସହ ସାଙ୍ଗ ହିଁ ହେବାର ନ ଥିଲା ? (ହିତୋ. ୧:୧୦) କିନ୍ତୁ ସେ ସେମାନଙ୍କର ହିଁ ଶୁଣିଲେ । ତାʼପରେ ଯେବେ ତାଙ୍କ ପିଉସୀଙ୍କ ପୁଅ ଜିଖରୀୟ ତାଙ୍କୁ ସୁଧାରିବା ପାଇଁ ଚେଷ୍ଟା କଲେ, ତେବେ ସେ ତାଙ୍କର ହିଁ ହତ୍ୟା କରାଇଦେଲେ । (୨ ବଂଶା. ୨୪:୨୦, ୨୧; ମାଥି. ୨୩:୩୫) ସେ କେତେ ଖରାପ ଏବଂ ମୁର୍ଖତାର କାମ କଲେ ! ଯୋୟାଶ୍‌ ଆରମ୍ଭରେ ତ ଭଲ କାମଗୁଡ଼ିକ କଲେ, କିନ୍ତୁ ଦୁଃଖର କଥା, ଆଗକୁ ଯାଇ ସେ ମିଥ୍ୟା ଦେବାଦେବୀମାନଙ୍କ ଉପାସନା କଲେ ଏବଂ ଜଣେ ହତ୍ୟାକାରୀ ହୋଇଗଲେ । ଶେଷରେ ତାଙ୍କ ନିଜ ସେବକମାନେ ହିଁ ତାଙ୍କୁ ମାରିଦେଲେ । (୨ ବଂଶା. ୨୪:୨୨-୨୫) କେତେ ଭଲ ହୁଅନ୍ତା ଯଦି ଯୋୟାଶ୍‌ ସବୁବେଳେ ଯିହୋବାଙ୍କ ଆଜ୍ଞା ପାଳନ କରନ୍ତେ ଏବଂ ଯିହୋବାଙ୍କୁ ପ୍ରେମ କରୁଥିବା ଲୋକମାନଙ୍କ ସହ ସାଙ୍ଗ ହୁଅନ୍ତେ । ଏପରି କରିବା ଦ୍ୱାରା ତାଙ୍କ ଜୀବନ କେତେ ଭଲ ଥାନ୍ତା ! ତମେ ଯୋୟାଶ୍‌ଙ୍କଠାରୁ କʼଣ ଶିଖିପାରିବ ?

୭. ତମମାନଙ୍କୁ କେଉଁ ଲୋକମାନଙ୍କ ସହ ସାଙ୍ଗ ହେବା ଉଚିତ୍‌ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଯୋୟାଶ୍‌ ଯେଉଁ ଭୁଲ ନିଷ୍ପତ୍ତି ନେଲେ, ସେଥିରୁ ଆମେ ଗୋଟେ କଥା ଶିଖୁ ଯେ ଆମକୁ ସେହି ଲୋକମାନଙ୍କ ସହ ସାଙ୍ଗ ହେବା ଉଚିତ୍‌, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ଏବଂ ତାଙ୍କୁ ଖୁସି କରିବା ପାଇଁ ଚାହାନ୍ତି । ଏପରି ସାଙ୍ଗମାନେ ଆମକୁ ସଠିକ୍‌ କାମ କରିବା ପାଇଁ ପ୍ରୋତ୍ସାହନ ଦେବେ । ଏହା ଜରୁରୀ ନୁହେଁ ଯେ ଆମେ କେବଳ ନିଜ ବୟସର ଲୋକମାନଙ୍କ ସହିତ ହିଁ ସାଙ୍ଗ ହେବା । ଆମେ ନିଜଠାରୁ ଛୋଟ କିମ୍ବା ବଡ଼ମାନଙ୍କ ସହ ବି ସାଙ୍ଗ ହୋଇପାରିବା । କʼଣ ଆପଣଙ୍କୁ ମନେଅଛି, ଯୋୟାଶ୍‌ଙ୍କ ସାଙ୍ଗ ଯିହୋୟାଦା ତାଙ୍କଠାରୁ କେତେ ବଡ଼ ଥିଲେ ? ଯେବେ ବି ସାଙ୍ଗ ହେବାର ମାମଲା ଆସେ, ତେବେ ଭାବନ୍ତୁ, ‘କʼଣ ମୋ ସାଙ୍ଗମାନେ ଯିହୋବାଙ୍କ ଉପରେ ମୋ ବିଶ୍ୱାସ ବଢ଼ାଇବା ପାଇଁ ସାହାଯ୍ୟ କରନ୍ତି ? କʼଣ ସେମାନେ ମୋତେ ଯିହୋବାଙ୍କ କଥା ମାନିବା ପାଇଁ ପ୍ରୋତ୍ସାହନ ଦିଅନ୍ତି ? କʼଣ ସେମାନେ ଯିହୋବାଙ୍କ ବିଷୟରେ ଏବଂ ବାଇବଲରେ ଦିଆଯାଇଥିବା ସତ୍ୟଗୁଡ଼ିକ ବିଷୟରେ କଥା ହୁଅନ୍ତି ? କʼଣ ସେମାନେ ନିଜେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନନ୍ତି ? କʼଣ ସେମାନେ ମୋ ଭୁଲଗୁଡ଼ିକୁ ସୁଧାରନ୍ତି ନା କେବଳ ମୋ ପ୍ରଶଂସା ହିଁ କରୁଥାନ୍ତି ?’ (ହିତୋ. ୨୭:୫, ୬, ୧୭) ଯଦି ତମର ସାଙ୍ଗମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ, ତାହେଲେ ସେମାନଙ୍କ ସହ ସାଙ୍ଗ ହେବା କିଛି ଦରକାର ନାହିଁ । କିନ୍ତୁ ଯଦି ତମ ସାଙ୍ଗମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ତେବେ ତମେ କେବେ ବି ସେମାନଙ୍କ ସହ ନିଜ ବନ୍ଧୁତାକୁ ଭାଙ୍ଗ ନାହିଁ । ସେମାନେ ସବୁବେଳେ ତମର ସାହାଯ୍ୟ କରିବେ ।—ହିତୋ. ୧୩:୨୦.

୮. ଯଦି ଆମେ ସୋସିଆଲ୍‌ ମିଡିଆର ବ୍ୟବହାର କରୁ, ତେବେ ଆମକୁ କେଉଁ କଥାଗୁଡ଼ିକର ଧ୍ୟାନ ରଖିବା ଉଚିତ୍‌ ?

ସୋସିଆଲ୍‌ ମିଡିଆ ଜରିଆରେ ଆମେ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହ ଜଡ଼ି ହୋଇ ରହିପାରିବା । କିନ୍ତୁ ଅନେକ ଲୋକ ଅନ୍ୟମାନଙ୍କ ଧ୍ୟାନ କେବଳ ନିଜ ଆଡ଼କୁ ଆକର୍ଷଣ କରିବା ପାଇଁ ଏହାର ବ୍ୟବହାର କରନ୍ତି । ତେଣୁ ଯେବେ ବି ସେମାନେ କିଛି କିଣନ୍ତି କିମ୍ବା କିଛି କରନ୍ତି, ତେବେ ତାʼର ଫଟୋ କିମ୍ବା ଭିଡିଓ ସୋସିଆଲ୍‌ ମିଡିଆରେ ନିଶ୍ଚୟ ଛାଡ଼ନ୍ତି । ଯଦି ତମେ ସୋସିଆଲ୍‌ ମିଡିଆର ବ୍ୟବହାର କର, ତେବେ ଏବିଷୟରେ ଭାବ, ‘ମୁଁ ସୋସିଆଲ୍‌ ମିଡିଆରେ ଯାହା ବି ଛାଡ଼େ, ତାହା କାହିଁକି ଛାଡ଼େ ? କʼଣ ଏଥିପାଇଁ ଯେ ଏହାଦ୍ୱାରା ଅନ୍ୟମାନଙ୍କ ଉତ୍ସାହ ବଢ଼ୁ ନା ଏଥିପାଇଁ ଯେ ଲୋକମାନଙ୍କ ଧ୍ୟାନ ମୋ ଆଡ଼କୁ ଆକର୍ଷଣ ହେଉ ଏବଂ ସେମାନେ ମୋ ପ୍ରଶଂସା କରନ୍ତୁ ? ଆଉ ଅନ୍ୟ ଲୋକମାନେ ସୋସିଆଲ୍‌ ମିଡିଆରେ ଯାହା ବି ଛାଡ଼ନ୍ତି, କʼଣ ମୁଁ ବି ସେମାନଙ୍କ ଦେଖାଦେଖି ଏପରି କରିବାକୁ ଲାଗିଛି ? କʼଣ ମୁଁ ବି ସେମାନଙ୍କ ଭଳି ଭାବୁଛି, କଥା ହେଉଛି ଓ ସେମାନଙ୍କ ଭଳି କାମ କରିବାକୁ ଲାଗିଛି ?’ ଥରେ ଭାଇ ନେଥନ୍‌ ନୋର, ଯିଏ ପ୍ରଶାସନ ଦଳର ସଦସ୍ୟ ଥିଲେ, ଗୋଟିଏ ବଢ଼ିଆ ପରାମର୍ଶ ଦେଲେ: “କେବେ ବି ମଣିଷମାନଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରନି । ଯଦି ତମେ ଏପରି କରିବ, ତେବେ ତମେ କାହାରିକୁ ବି ଖୁସି କରିପାରିବ ନାହିଁ । ଯିହୋବାଙ୍କୁ ଖୁସି କର, ତେବେ ତମେ ସେସମସ୍ତଙ୍କୁ ଖୁସି କରିପାରିବ, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ।”

ନମ୍ର ହୋଇ ରହ

୯. ଯିହୋବାଙ୍କ ସାହାଯ୍ୟରୁ ଉଷୀୟ କʼଣ କରିପାରିଲେ ? (୨ ବଂଶାବଳୀ ୨୬:୧-୫)

ଉଷୀୟଙ୍କ ଭଳି ଭଲ ନିଷ୍ପତ୍ତି ନିଅ । ଯେବେ ଉଷୀୟ ଯୁବା ଥିଲେ, ତେବେ ସେ ନମ୍ର ଥିଲେ ଏବଂ ସେ “ସଦାପ୍ରଭୁଙ୍କର ଅନ୍ୱେଷଣ” କରିବା ପାଇଁ ଶିଖିଲେ । ଉଷୀୟ ୬୮ ବର୍ଷ ଯାଏ ବଞ୍ଚିଲେ ଏବଂ ପ୍ରାୟ ସାରା ଜୀବନ ଯିହୋବାଙ୍କ ଆଶିଷ ତାଙ୍କ ଉପରେ ଥିଲା । (୨ ବଂଶାବଳୀ ୨୬:୧-୫ ପଢ଼ନ୍ତୁ ।) ସେ ଅନେକ ଶତ୍ରୁ ରାଷ୍ଟ୍ରଗୁଡ଼ିକୁ ହରାଇଲେ ଏବଂ ଯିରୂଶାଲମର ରକ୍ଷା କରିବା ପାଇଁ ମଧ୍ୟ କିଛି ପଦକ୍ଷେପ ନେଲେ । (୨ ବଂଶା. ୨୬:୬-୧୫) ଉଷୀୟ ଯିହୋବାଙ୍କ ସାହାଯ୍ୟରୁ ଯାହା ବି କରିପାରିଲେ, ସେଥିରୁ ତାଙ୍କୁ ନିଶ୍ଚୟ ଖୁସି ମିଳିଥିବ ।—ଉପ. ୩:୧୨, ୧୩.

୧୦. ଉଷୀୟଙ୍କ ସହ କʼଣ ହେଲା ?

୧୦ ଉଷୀୟଙ୍କ ଭୁଲ ନିଷ୍ପତ୍ତିଗୁଡ଼ିକରୁ ଶିଖ । ରାଜା ହେବା ଯୋଗୁଁ ଉଷୀୟ ସବୁବେଳେ ଅନ୍ୟମାନଙ୍କୁ କହୁଥିଲେ ଯେ ସେମାନଙ୍କୁ କʼଣ କରିବା ଉଚିତ୍‌ ଓ କʼଣ ନୁହେଁ । ହୁଏତ ଏହି କାରଣ ଯୋଗୁଁ ତାଙ୍କୁ ଲାଗିଲା ଯେ ସେ କିଛି ବି କରିପାରିବେ । ଦିନେ ସେ ଯିହୋବାଙ୍କ ମନ୍ଦିରରେ ଗଲେ ଏବଂ ଏପରି କିଛି କରିବା ପାଇଁ ଚେଷ୍ଟା କଲେ ଯାହା ରାଜାମାନଙ୍କୁ କରିବାର ଅଧିକାର ନ ଥିଲା । (୨ ବଂଶା. ୨୬:୧୬-୧୮) ସେ ଧୂପବେଦିରେ ଧୂପ ଜ୍ୱଳାଇବା ପାଇଁ ଚେଷ୍ଟା କଲେ । ଆଉ ଯେବେ ମହାଯାଜକ ଅସରୀୟ ତାଙ୍କୁ ଅଟକାଇବା ପାଇଁ ଚାହିଁଲେ, ତେବେ ସେ ତାଙ୍କ ଉପରେ ହିଁ ରାଗିଗଲେ । ତେଣୁ ଯିହୋବା ତାଙ୍କୁ ଦଣ୍ଡ ଦେଲେ ଏବଂ ସେ କୁଷ୍ଠ ରୋଗରେ ପିଡ଼ୀତ ହେଲେ । (୨ ବଂଶା. ୨୬:୧୯-୨୧) ଦୁଃଖର କଥା, ଉଷୀୟ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରିବାରେ ଯେଉଁ ଭଲ ନାମ ଅର୍ଜନ କରିଥିଲେ, ତାହା ଟିକେ ସମୟରେ ହିଁ ମାଟିରେ ମିଶି ଗଲା । ଯଦି ଉଷୀୟ ସବୁବେଳେ ନମ୍ର ରହନ୍ତେ ତେବେ ତାଙ୍କ ଜୀବନ କେତେ ଭଲ ହୁଅନ୍ତା !

ଆମେ ଯାହା ବି କରୁ, ସେବିଷୟରେ ଦେଖାଇ ହେବା ପରିବର୍ତ୍ତେ, ଯିହୋବାଙ୍କ କୃତଜ୍ଞ ମାନିବା ଉଚିତ୍‌ (ପାରାଗ୍ରାଫ ୧୧) d

୧୧. କେଉଁ କଥାରୁ ଜଣାପଡ଼େ ଯେ ଆମେ ନମ୍ର ଅଟୁ ନା ନାହୁଁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଯେବେ ଉଷୀୟ ବହୁତ ଶକ୍ତିଶାଳୀ ହୋଇଗଲେ, ତେବେ ସେ ଏହା ଭୁଲିଗଲେ ଯେ ତାଙ୍କ ପାଖରେ ଯାହା କିଛି ଅଛି, ସେସବୁ ତାଙ୍କୁ ଯିହୋବା ହିଁ ଦେଇଛନ୍ତି । ଆମେ ଉଷୀୟଙ୍କଠାରୁ କʼଣ ଶିଖିପାରିବା ? ଆମକୁ ମନେରଖିବା ଉଚିତ୍‌ ଯେ ଆଜି ଆମ ପାଖରେ ଯାହା କିଛି ଅଛି କିମ୍ବା ଯାହା ବି ଦାୟିତ୍ୱଗୁଡ଼ିକ ଅଛି, ସେସବୁ ଆମକୁ ଯିହୋବା ହିଁ ଦେଇଛନ୍ତି । ତେଣୁ ଆମେ ଯାହା ବି କରୁ, ସେବିଷୟରେ ଦେଖାଇ ହେବା ପରିବର୍ତ୍ତେ, ଆମକୁ ଯିହୋବାଙ୍କ କୃତଜ୍ଞ ରହିବା ଉଚିତ୍‌ । b (୧ କରି. ୪:୭) ଆମକୁ ନମ୍ର ରହିବା ଉଚିତ୍‌ ଏବଂ ମନେରଖିବା ଉଚିତ୍‌ ଯେ ଆମେ ଅପରିପୂର୍ଣ୍ଣ ଅଟୁ ଏବଂ ଆମକୁ ସୁଧାର କରିବାର ଆବଶ୍ୟକ ପଡ଼ିପାରେ । ଜଣେ ଭାଇ ଯାହାଙ୍କୁ ପ୍ରାୟ ୬୦ ବର୍ଷ ହୋଇଯାଇଛି, ସେ କହନ୍ତି, “ମୁଁ ଶିଖିଛି ଯେ ଯଦି ଆମକୁ କେହି କିଛି କହିଦିଅନ୍ତି, ତେବେ ସେହି କଥାଗୁଡ଼ିକ ବିଷୟରେ ଅତ୍ୟଧିକ ଭାବିବା ଉଚିତ୍‌ ନୁହେଁ । ଯେବେ ମୋ ଦ୍ୱାରା କୌଣସି ଭୁଲ ହୋଇଯାଏ ଏବଂ କେହି ମୋତେ ସୁଧାରନ୍ତି, ତେବେ ମୁଁ ଖରାପ ଭାବେନି, ବରଂ ସୁଧାର କରି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରେ ।” ଶେଷରେ ଆମେ ଜାଣିଲୁ ଯେ ଯେବେ ଆମେ ନମ୍ର ରହୁ ଏବଂ ଯିହୋବାଙ୍କୁ ଭୟ କରୁ, ତେବେ ଆମେ ପ୍ରକୃତରେ ଖୁସି ରହିପାରୁ ।—ହିତୋ. ୨୨:୪.

ଯିହୋବାଙ୍କ ଅନ୍ୱେଷଣ କରିବା ଜାରି ରଖ

୧୨. ଯେବେ ଯୋଶୀୟ ଯୁବା ଥିଲେ, ତେବେ ସେ କିପରି ଯିହୋବାଙ୍କ ଅନ୍ୱେଷଣ କରିବାକୁ ଲାଗିଲେ ? (୨ ବଂଶାବଳୀ ୩୪:୧-୩)

୧୨ ଯୋଶୀୟଙ୍କ ଭଳି ଭଲ ନିଷ୍ପତ୍ତି ନିଅ । ଯୋଶୀୟ ଯୁବା ଥିବା ସମୟରେ ଯିହୋବାଙ୍କ ଅନ୍ୱେଷଣ କରିବାକୁ ଲାଗିଲେ, ସେ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିବାକୁ ଚାହୁଁଥିଲେ ଏବଂ ଯିହୋବାଙ୍କ ଇଚ୍ଛା ପୂରା କରିବାକୁ ଚାହୁଁଥିଲେ । କିନ୍ତୁ ଏସବୁ କରିବା ତାଙ୍କ ପାଇଁ ସହଜ ନ ଥିଲା । ତାଙ୍କ ଚାରିପାଖରେ ମିଥ୍ୟା ଦେବାଦେବୀମାନଙ୍କୁ ପୂଜା କରିବା ଲୋକମାନେ ଥିଲେ ଏବଂ ସେମାନଙ୍କୁ ରୋକିବା ପାଇଁ ତାଙ୍କୁ ସାହସର ସହ କାମ କରିବାର ଥିଲା । ଆଉ ସେ ଠିକ୍‌ ଏପରି ହିଁ କଲେ । ଯୋଶୀୟ ୨୦ ବର୍ଷର ବି ହୋଇ ନ ଥିଲେ, ତେବେଠୁ ହିଁ ସେ ପୂରା ଦେଶରୁ ମିଥ୍ୟା ଉପାସନାକୁ ଶେଷ କରିବାର କାମ କରିବା ଆରମ୍ଭ କରିଦେଲେ ।୨ ବଂଶାବଳୀ ୩୪:୧-୩ ପଢ଼ନ୍ତୁ ।

୧୩. ଯେବେ ତମେ ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କରିବ, ତେବେ ତମେ ପ୍ରତିଦିନ କʼଣ କରିବା ପାଇଁ ଚେଷ୍ଟା କରିବ ?

୧୩ କʼଣ ତମେ ଏବେ ବହୁତ ଛୋଟ ଅଛ ? ଯଦି ହଁ, ତେବେ ବି ତମେ ଯୋଶୀୟଙ୍କ ଭଳି ହୋଇପାରିବ । ତାହା କିପରି ? ତମେ ଯିହୋବାଙ୍କ ଆହୁରି ନିକଟତର ହେବା ପାଇଁ ଚେଷ୍ଟା କରିପାରିବ । ତମେ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରିବ ଏବଂ ଏହା ବୁଝିବା ପାଇଁ ଚେଷ୍ଟା କରିପାରିବ ଯେ ତାଙ୍କଠାରେ କେଉଁ କେଉଁ ଗୁଣ ରହିଛି । ତାʼପରେ ତମକୁ ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କରିବା ପାଇଁ ଇଚ୍ଛା ହେବ । ଯେଉଁମାନେ ନିଜ ଜୀବନ ଈଶ୍ୱରଙ୍କୁ ସମର୍ପିତ କରନ୍ତି, ସେମାନେ ପ୍ରତିଦିନ କʼଣ କରିବା ପାଇଁ ଚେଷ୍ଟା କରନ୍ତି ? ଲୂକର ୧୪ ବର୍ଷରେ ବାପ୍ତିସ୍ମ ହୋଇଥିଲା । ଯେବେ ସେ ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କଲା, ତେବେ ସେ ଭାବିନେଲା, ‘ଏବେଠୁ ମୁଁ ସବୁବେଳେ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବି ଏବଂ ତାଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିବି ।’ (ମାର୍କ ୧୨:୩୦) ଯଦି ତମଠାରେ ବି ଏପରି କରିବା ପାଇଁ ଇଚ୍ଛା ଅଛି, ତେବେ ଭରସା ରଖ ଯେ ଏପରି କରିବା ଦ୍ୱାରା ତମକୁ ଅନେକ ଆଶିଷ ମିଳିବ ।

୧୪. ଉଦାହରଣ ଦେଇ କହନ୍ତୁ ଯେ କିଛି ଯୁବାମାନେ କିପରି ରାଜା ଯୋଶୀୟଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତି ।

୧୪ ଯୁବାମାନେ, ଆଜି ତମକୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ ? ଟିକେ ଯୋହନ୍‌ର ଉଦାହରଣ ଉପରେ ଧ୍ୟାନ ଦିଅ, ଯିଏ ୧୨ ବର୍ଷରେ ବାପ୍ତିସ୍ମ ନେଲା । ସେ କହେ ଯେ ତାʼ କ୍ଲାସର ପିଲାମାନେ ତାକୁ ଇ-ସିଗାରେଟ୍‌ ନେବା ପାଇଁ ବାଧ୍ୟ କରନ୍ତି । ସେ ସେମାନଙ୍କୁ କିପରି ମନା କରିପାରେ ? ସେ ନିଜକୁ ମନେପକାଏ ଯେ ଇ-ସିଗାରେଟ୍‌ ପିଇବା (ୱେପିଙ୍ଗ୍‌ରୁ) ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଯିହୋବାଙ୍କ ସହ ସମ୍ପର୍କ ଭାଙ୍ଗିପାରେ । ଏବେ ଟିକେ ରେଚଲ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅ, ଯିଏ ୧୪ ବର୍ଷରେ ବାପ୍ତିସ୍ମ ନେଇଥିଲା । ତାʼ ଆଗରେ ଅନେକ ସମସ୍ୟା ଆସେ, ସେ ତାʼର କିପରି ସାମନା କରିପାରେ ? ସେ କହେ, “ମୁଁ ଏପରି କଥାଗୁଡ଼ିକ ବିଷୟରେ ଭାବିବା ପାଇଁ ଚେଷ୍ଟା କରେ, ଯାହାଦ୍ୱାରା ଯିହୋବା ଏବଂ ବାଇବଲ ଉପରେ ମୋ ଧ୍ୟାନ ଲାଗିରହୁ । ଯେପରି, ଯେବେ ମୁଁ ଇତିହାସର କୌଣସି କଥା ପଢ଼େ, ତେବେ ମୁଁ ବାଇବଲର କୌଣସି ଘଟଣା କିମ୍ବା ଭବିଷ୍ୟତବାଣୀ ମନେପକାଇବା ପାଇଁ ଚେଷ୍ଟା କରେ । କିମ୍ବା ଯେବେ ମୋ ସହିତ କେହି କଥା ହୁଅନ୍ତି, ତେବେ ମୁଁ ଭାବେ ଯେ ତାଙ୍କୁ ମୁଁ ବାଇବଲର କେଉଁ ପଦ ଦେଖାଇପାରିବି ।” ଆଜି ତମ ଯୁବାମାନଙ୍କ ଆଗରେ ଯେଉଁ ସମସ୍ୟାଗୁଡ଼ିକ ଆସେ, ତାହା ହୁଏତ ରାଜା ଯୋଶୀୟଙ୍କ ସମସ୍ୟା ଭଳି ନ ଥିବ । କିନ୍ତୁ ତମେ ତାଙ୍କ ଭଳି ବୁଦ୍ଧିମତ୍ତାର ସହ କାମ କରିପାରିବ ଏବଂ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବ । ଯଦି ଆଜି ତମେ ଏହି ସମସ୍ୟାଗୁଡ଼ିକର ସାମନା କରିବା ଶିଖିବ, ତେବେ ତମେ ଆଗକୁ ଯାଇ ଆହୁରି ସମସ୍ୟାଗୁଡ଼ିକର ସାମନା କରିପାରିବ ।

୧୫. ଯୋଶୀୟ କାହିଁକି ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରିପାରିଲେ ? (୨ ବଂଶାବଳୀ ୩୪:୧୪, ୧୮-୨୧)

୧୫ ଯେବେ ଯୋଶୀୟ ବଡ଼ ହେଲେ, ତେବେ ସେ ମନ୍ଦିରର ମରାମତି କରାଇବା ଆରମ୍ଭ କରିଦେଲେ । ସେସମୟ ମଧ୍ୟରେ “ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ” ଦିଆଗଲା । ଯେବେ ତାଙ୍କୁ ସେହି ବହି ପଢ଼ିକି ଶୁଣାଇ ଦିଆଗଲା, ତେବେ ସେଥିରେ ଥିବା କଥାଗୁଡ଼ିକ ତାଙ୍କ ହୃଦୟକୁ ଛୁଇଁଗଲା ଏବଂ ସେ ତୁରନ୍ତ ପଦକ୍ଷେପ ନେଲେ । (୨ ବଂଶାବଳୀ ୩୪:୧୪, ୧୮-୨୧ ପଢ଼ନ୍ତୁ ।) କʼଣ ତମେ ପ୍ରତିଦିନ ବାଇବଲ ପଢ଼ିବା ପାଇଁ ଚାହଁ ? ଯଦି ତମେ ଏପରି କରୁଛ, ତେବେ ତମକୁ କିପରି ଲାଗୁଛି ? କʼଣ ତମେ ସେହି ପଦଗୁଡ଼ିକରୁ ସାହାଯ୍ୟ ପାଇବା ପାଇଁ ସେଗୁଡ଼ିକୁ କୌଣସି ଜାଗାରେ ଲେଖିକି ରଖୁଛ ? ଲୂକକୁ ଯେଉଁ କଥାଗୁଡ଼ିକ ଭଲ ଲାଗେ, ସେଗୁଡ଼ିକୁ ସେ ଗୋଟିଏ ଡାଏରୀରେ ଲେଖି ରଖେ । କʼଣ ତମେ ବି ଏପରି କିଛି କରିବା ପାଇଁ ଚାହିଁବ, ଯାହାଦ୍ୱାରା ତମକୁ ପଦଗୁଡ଼ିକ ମନେରହିବ ଏବଂ ଏହା ବି ଯେ ସେଥିରୁ ତମେ କʼଣ ଶିଖିଲ ? ଯେତେ ଭଲଭାବେ ତମେ ବାଇବଲରେ ଲେଖାଥିବା କଥାଗୁଡ଼ିକୁ ବୁଝିବ ଏବଂ ସେଗୁଡ଼ିକୁ ଭଲ ପାଇବ, ସେତେ ଅଧିକ ତମେ ଯିହୋବାଙ୍କ ସେବା କରିବା ପାଇଁ ଚାହିଁବ । ଆଉ ଯୋଶୀୟଙ୍କ ଭଳି ତମକୁ ବି ଈଶ୍ୱରଙ୍କ ବାକ୍ୟରେ ଲେଖାଥିବା କଥାଗୁଡ଼ିକୁ ମାନିବା ପାଇଁ ଇଚ୍ଛା ହେବ ।

୧୬. ଯୋଶୀୟ କାହିଁକି ଗୋଟିଏ ବଡ଼ ଭୁଲ କଲେ ? ଆଉ ସେଥିରୁ ଆମେ କʼଣ ଶିଖୁ ?

୧୬ ଯୋଶୀୟଙ୍କ ଭୁଲ ନିଷ୍ପତ୍ତିଗୁଡ଼ିକରୁ ଶିଖ । ଯେବେ ଯୋଶୀୟ ୩୯ ବର୍ଷର ଥିଲେ, ତେବେ ସେ ଗୋଟିଏ ବଡ଼ ଭୁଲ କଲେ । ସେ ଯିହୋବାଙ୍କ ପରାମର୍ଶ ନେବା ପରିବର୍ତ୍ତେ, ନିଜ ଉପରେ ଭରସା କଲେ । (୨ ବଂଶା. ୩୫:୨୦-୨୫) ତାʼଯୋଗୁଁ ତାଙ୍କୁ ନିଜ ଜୀବନ ହରାଇବାକୁ ପଡ଼ିଲା । ଏଥିରୁ ଆମେ ଗୋଟିଏ କଥା ଶିଖିପାରୁ । ଏହା ମହତ୍ତ୍ୱ ରଖେନି ଯେ ଆମେ କେତେ ବଡ଼ ହୋଇଯାଇଛୁ କିମ୍ବା କେତେ ଲମ୍ବା ସମୟରୁ ବାଇବଲ ଅଧ୍ୟୟନ କରୁଛୁ, ଆମକୁ ସବୁବେଳେ ଯିହୋବାଙ୍କ ଚିନ୍ତାଧାରା ଜାଣିବା ପାଇଁ ଚେଷ୍ଟା କରିବା ଜାରି ରଖିବା ଉଚିତ୍‌ । ଆମକୁ ଲଗାତାର ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ ଯେ ସେ ଆମକୁ ସଠିକ୍‌ ରାସ୍ତା ଦେଖାନ୍ତୁ, ଆମକୁ ତାଙ୍କ ବାକ୍ୟ ବାଇବଲର ଲଗାତାର ଅଧ୍ୟୟନ କରିବା ଉଚିତ୍‌ ଏବଂ ସେହି ଖ୍ରୀଷ୍ଟିୟାନମାନଙ୍କଠାରୁ ଲଗାତାର ପରାମର୍ଶ ନେବା ଉଚିତ୍‌, ଯେଉଁମାନଙ୍କୁ ଅନୁଭୂତି ଅଛି । ଯେବେ ଆମେ ଏପରି କରିବା, ତେବେ ଆମେ କୌଣସି ବଡ଼ ଭୁଲ କରିବାନି ଏବଂ ଖୁସି ରହିବା ।—ଯାକୁ. ୧:୨୫.

ଯୁବାମାନେ, ଜୀବନରେ ଖୁସି ରହିପାରିବ

୧୭. ଯିହୁଦାର ତିନି ରାଜାଙ୍କଠାରୁ ଆମେ କେଉଁ ଜରୁରୀ କଥାଗୁଡ଼ିକ ଶିଖିପାରିବା ?

୧୭ ଯୁବାମାନେ ଜୀବନରେ ବହୁତ କିଛି କରିପାରିବେ । ଯୋୟାଶ୍‌, ଉଷୀୟ ଏବଂ ଯୋଶୀୟଙ୍କ ଉଦାହରଣରୁ ଜଣାପଡ଼େ ଯେ ଯୁବାମାନେ ଭଲ ନିଷ୍ପତ୍ତି ନେଇପାରିବେ ଏବଂ ଏପରି ଜୀବନ ବଞ୍ଚିପାରିବେ, ଯେଉଁଥିରୁ ଯିହୋବାଙ୍କୁ ଖୁସି ମିଳେ । ତମେ ବି ଏହି ଯୁବାମାନଙ୍କ ଭଳି ନିଜ ଜୀବନରେ ଭଲ ନିଷ୍ପତ୍ତି ନିଅ । ଏକଥା ତ ସତ ଅଟେ ଯେ ଏହି ତିନି ଜଣ ଯୁବାଙ୍କ ଦ୍ୱାରା କିଛି ଭୁଲ ମଧ୍ୟ ହେଲା, ଯାହାର ସେମାନଙ୍କୁ ଖରାପ ପରିଣାମ ଭୋଗିବାକୁ ପଡ଼ିଲା । କିନ୍ତୁ ତମକୁ ଧ୍ୟାନ ରଖିବାର ଅଛି ଯେ ତମେ ସେମାନଙ୍କ ଭଳି ଭୁଲଗୁଡ଼ିକ କରନି । ଯଦି ତମେ ଏକଥାଗୁଡ଼ିକର ଧ୍ୟାନ ରଖିବ, ତେବେ ଜୀବନରେ ଖୁସି ରହିପାରିବ ।

ଦାଉଦ ଛୋଟ ହିଁ ଥିଲେ, ଯେବେ ସେ ଯିହୋବାଙ୍କ ସହ ସାଙ୍ଗ ହେଲେ । ଏଥିରୁ ଯିହୋବା ବି ତାଙ୍କଠାରୁ ଖୁସି ହେଲେ ଏବଂ ସେ ବି ଖୁସି ରହିପାରିଲେ (ପାରାଗ୍ରାଫ ୧୮)

୧୮. ବାଇବଲରେ ଦିଆଯାଇଥିବା କେଉଁ ଲୋକମାନଙ୍କ ଉଦାହରଣଗୁଡ଼ିକରୁ ଜଣାପଡ଼େ ଯେ ଆମେ ଜୀବନରେ ଖୁସି ରହିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୮ ବାଇବଲରେ ଏପରି ଆହୁରି ଅନେକ ଯୁବାମାନଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ଯିହୋବାଙ୍କ ସହ ସାଙ୍ଗ ହେଲେ ଏବଂ ଯେଉଁମାନଙ୍କଠାରୁ ଯିହୋବା ଖୁସି ଥିଲେ ଏବଂ ଏହି କାରଣ ଯୋଗୁଁ ସେମାନେ ଜୀବନରେ ଖୁସି ରହିପାରିଲେ । ସେମଧ୍ୟରୁ ଦାଉଦ ବି ଜଣେ ଥିଲେ । ସେ ଛୋଟ ହିଁ ଥିଲେ, ଯେବେ ସେ ଯିହୋବାଙ୍କ ସହ ସାଙ୍ଗ ହେଲେ ଏବଂ ଆଗକୁ ଯାଇ ସେ ତାଙ୍କ ଲୋକମାନଙ୍କର ଭଲ ରାଜା ହେଲେ । ତାଙ୍କ ଦ୍ୱାରା ବି ଅନେକ ଭୁଲ ହେଲା, ତଥାପି ଯିହୋବା ତାଙ୍କୁ ନିଜର ଜଣେ ବିଶ୍ୱସ୍ତ ସେବକ କହିଲେ । (୧ ରାଜା. ୩:୬; ୯:୪, ୫; ୧୪:୮) ତାହେଲେ ଭଲ ହେବ ଯେ ତମେ ଦାଉଦଙ୍କ ଜୀବନ ବିଷୟରେ ଏବଂ ସେ ଯେପରି ଭାବେ ଯିହୋବାଙ୍କ ସେବା କଲେ, ସେବିଷୟରେ ଅଧ୍ୟୟନ କର । ତେବେ ତମକୁ ବି ଯିହୋବାଙ୍କର ବିଶ୍ୱସ୍ତତାର ସହ ସେବା କରିବା ପାଇଁ ଇଚ୍ଛା ହେବ । କିମ୍ବା ତମେ ମାର୍କ କିମ୍ବା ତୀମଥିଙ୍କ ବିଷୟରେ ଅଧ୍ୟୟନ କରିପାରିବ । ସେମାନେ ବି କମ୍‌ ବୟସରେ ଯିହୋବାଙ୍କ ସେବା କରିବା ଆରମ୍ଭ କରିଥିଲେ ଏବଂ ବିଶ୍ୱସ୍ତତାର ସହ ତାଙ୍କ ସେବା କରିବା ଜାରି ରଖିଲେ । ଏଥିରୁ ଯିହୋବାଙ୍କୁ ବି ଖୁସି ହେଲା ଏବଂ ସେମାନଙ୍କୁ ବି ।

୧୯. ତମର ଜୀବନ କିପରି ହୋଇପାରିବ ?

୧୯ ଆଜି ତମେ ଯାହା କର ଏବଂ ଯେଉଁ ନିଷ୍ପତ୍ତି ନିଅ, ସେଥିରୁ ଏହା ଜଣାପଡ଼ିବ ଯେ ଆଗକୁ ଯାଇ ତମ ଜୀବନ କିପରି ହେବ । ତେଣୁ ନିଜ ଉପରେ ଭରସା କରିବା ପରିବର୍ତ୍ତେ, ଯିହୋବାଙ୍କ ଉପରେ ଭରସା କର । (ହିତୋ. ୨୦:୨୪) ତେବେ ସେ ତମକୁ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରିବେ । ତାʼପରେ ତମେ ଖୁସି ରହିବ ଏବଂ ଗୋଟିଏ ଭଲ ଜୀବନ ବଞ୍ଚିପାରିବ । ମନେରଖ, ତମେ ଯିହୋବାଙ୍କ ପାଇଁ ଯାହା କର, ସେ ତାହାକୁ ବହୁତ ବହୁମୂଲ୍ୟ ମନେକରନ୍ତି । ତାହେଲେ ଏବେ ତମେ କʼଣ ଭାବ, କʼଣ ସାରା ଜୀବନ ଯିହୋବାଙ୍କ ସେବା କରିବାଠାରୁ ଆହୁରି କିଛି ଭଲ ହୋଇପାରିବ ?

ଗୀତ ୧୪୪ ରଖୋ ତୁମ୍‌ ଇନାମ୍‌ ପେ ନଜର୍‌ !

a ଯୁବାମାନେ, ଯିହୋବା ଜାଣନ୍ତି ଯେ ତମକୁ ଅନେକଥର ଏପରି ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ, ଯେବେ ହୁଏତ ତମକୁ ସଠିକ୍‌ ନିଷ୍ପତ୍ତି ନେବା କଠିନ ଲାଗିପାରେ । ଏପରି ସମୟରେ ଯିହୋବାଙ୍କୁ ଖୁସି କରିବା ଏବଂ ତାଙ୍କ ସହିତ ନିଜର ବନ୍ଧୁତାକୁ ବଜାୟ ରଖିବା ପାଇଁ ତମେ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବ ? ଆମେ ଏହି ଲେଖାରେ ଏପରି ତିନୋଟି ଯୁବାମାନଙ୍କ ଉଦାହରଣ ଉପରେ ଧ୍ୟାନ ଦେବା, ଯେଉଁମାନେ ଆଗକୁ ଯାଇ ଯିହୁଦାର ରାଜା ହେଲେ । ଧ୍ୟାନ ଦିଅ ଯେ ସେମାନଙ୍କ ନିଷ୍ପତ୍ତିଗୁଡ଼ିକରୁ ତମେ କʼଣ ଶିଖିପାରିବ ।

b jw.org ୱେବସାଇଟ୍‌ରେ, “କ୍ୟା ସୋଶଲ୍‌ ମିଡିଆ ପର୍‌ ଢେର୍‌ ସାରେ ଫୋଲୋଅର ଔର ଲାଇକ୍‌ ହୋନା ହି ସବ୍‌କୁଛ୍‌ ହୈ?” ଲେଖାର ବକ୍ସ “ଶିକାୟତ୍‌ ଭି ଔର ଶେଖି ଭି?” ପଢ଼ନ୍ତୁ ।

c ଚିତ୍ର ବିଷୟରେ—ପୃଷ୍ଠା ୯: ଜଣେ ଭଉଣୀ ଅନ୍ୟ ଜଣେ ଯୁବା ଭଉଣୀଙ୍କୁ ବଢ଼ିଆ ପରାମର୍ଶ ଦେଉଛନ୍ତି ।

d ଚିତ୍ର ବିଷୟରେ: ଜଣେ ଭଉଣୀ ଯାହାଙ୍କ ସମ୍ମିଳନୀରେ ଗୋଟିଏ ଇଣ୍ଟରଭ୍ୟୁ ଅଛି, ସେ ଯିହୋବାଙ୍କୁ ପ୍ରାର୍ଥନା କରୁଛନ୍ତି ଏବଂ ତାଙ୍କ କୃତଜ୍ଞ ଅଛନ୍ତି ।