इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ପାଇଁ ପରାମର୍ଶ

ଶିଖିବା ଉଦ୍ଦେଶ୍ୟରେ ଅଧ୍ୟୟନ କରନ୍ତୁ

ଶିଖିବା ଉଦ୍ଦେଶ୍ୟରେ ଅଧ୍ୟୟନ କରନ୍ତୁ

ଯେତେବେଳେ ଆମେ ଅଧ୍ୟୟନ କରୁ ସେତେବେଳେ ଆମକୁ ଭାବିବା ଉଚିତ୍‌ ଯେ ‘ମୁଁ ଯାହା ପଢ଼ିବି ସେଥିରୁ ମୁଁ କʼଣ ଶିଖିବି ?’ ଏପରି କରିବା ଭଲ, କିନ୍ତୁ ଆମକୁ କେବେବି ଏପରି ଭାବିବା ଉଚିତ୍‌ ନୁହେଁ ଯେ ଏହି ବିଷୟରେ ତ ଏହିସବୁ କଥା ହିଁ କୁହାଯିବ । ଯଦି ଆମେ ଏପରି କରିବା, ତେବେ ଯିହୋବା ଆମକୁ କʼଣ ଶିଖାଇବା ପାଇଁ ଚାହୁଁଛନ୍ତି ତାହା ଜାଣିପାରିବା ନାହିଁ । ତାହେଲେ ଆମକୁ ଶିଖିବା ଉଦ୍ଦେଶ୍ୟରେ କିପରି ଅଧ୍ୟୟନ କରିବା ଉଚିତ୍‌ ? ଏହା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

ଯିହୋବାଙ୍କୁ ବୁଦ୍ଧି ମାଗନ୍ତୁ । ପ୍ରାର୍ଥନା କଲେ ଆପଣ ବୁଝିପାରିବେ ଯେ ଯିହୋବା ଆପଣଙ୍କୁ କʼଣ ଶିଖାଇବା ପାଇଁ ଚାହୁଁଛନ୍ତି । (ଯାକୁ. ୧:୫) କୌଣସି ବିଷୟରେ ଆପଣ ପୂର୍ବରୁ ଯେତିକି ଜାଣିଛନ୍ତି ସେତିକିରେ ସନ୍ତୁଷ୍ଟ ରହନ୍ତୁ ନାହିଁ ।—ହିତୋ. ୩:୫, ୬.

ବାଇବଲର ବାକ୍ୟଗୁଡ଼ିକୁ ନିଜ ଜୀବନରେ ପ୍ରଭାବ ପକାଇବା ପାଇଁ ଦିଅନ୍ତୁ । “ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ।” (ଏବ୍ରୀ ୪:୧୨) ପ୍ରତିଥର ଯେବେ ଆମେ ବାଇବଲ ପଢ଼ୁ, ତେବେ ଆମେ କିଛି ନୂଆ କଥା ଶିଖିପାରିବା ଆଉ ଆମ ଜୀବନରେ ଏହାର ଗଭୀର ପ୍ରଭାବ ପଡ଼ିପାରେ । କିନ୍ତୁ ଏହା ତେବେ ହେବ ଯେବେ ଆମେ ଶିଖିବା ଉଦ୍ଦେଶ୍ୟରେ ଅଧ୍ୟୟନ କରିବା ।

ଯିହୋବାଙ୍କ ମେଜରେ ଥିବା ପ୍ରତ୍ୟେକ ଜିନିଷର ଆନନ୍ଦ ନିଅନ୍ତୁ । ଯିହୋବା ଆମକୁ ଯେଉଁ ଭିନ୍ନ ଭିନ୍ନ କଥାଗୁଡ଼ିକ ଶିଖାଉଛନ୍ତି, ତାହା ଗୋଟିଏ ବଢ଼ିଆ “ଭୋଜ” ଭଳି ଅଟେ । (ଯିଶା. ୨୫:୬) ତେଣୁ ଆପଣଙ୍କୁ ଯାହା ପସନ୍ଦ କେବଳ ତାହା ନୁହେଁ, ବରଂ ସବୁ ଜିନିଷର ଆନନ୍ଦ ନିଅନ୍ତୁ । ତେବେ ଯାଇ ଆପଣଙ୍କୁ ଅଧ୍ୟୟନ କରିବା ପାଇଁ ଭଲ ଲାଗିବ ଓ ଆପଣ ଯିହୋବାଙ୍କୁ ଖୁସି କରୁଥିବା ବ୍ୟକ୍ତି ହୋଇପାରିବେ ।