इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖୁସିରେ କିପରି ରହିପାରିବା ?

ଖୁସିରେ କିପରି ରହିପାରିବା ?

ଆମେ ଯୁବା ଥାଉ କିମ୍ବା ବୃଦ୍ଧବୃଦ୍ଧା, ବିବାହିତ କିମ୍ବା ଅବିବାହିତ ସମସ୍ତେ ଖୁସିରେ ରହିବା ପାଇଁ ଚାହୁଁ । ଆମକୁ ଯିଏ ସୃଷ୍ଟି କରିଛନ୍ତି ସେ ବି ଏହା ହିଁ ଚାହାନ୍ତି ତେଣୁ ସେ ଆମକୁ ଏବିଷୟରେ ବଢ଼ିଆ ପରାମର୍ଶ ଦେଇଛନ୍ତି ।

ପରିଶ୍ରମୀ ହୁଅନ୍ତୁ

“ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ ।”—ଏଫିସୀୟ ୪:୨୮.

ଈଶ୍ୱର ଚାହାନ୍ତି ଯେ ଆମେ ପରିଶ୍ରମୀ ହେଉ । ଆମେ ତାଙ୍କ ପରାମର୍ଶ ମାନିଲେ ଆମର ହିଁ ଲାଭ ହେବ । ପରିଶ୍ରମୀ ହେଲେ ଆମେ ନିଜର ଓ ପରିବାରର ଆବଶ୍ୟକତାଗୁଡ଼ିକ ପୂରଣ କରିପାରିବା ଏବଂ ଅନ୍ୟମାନଙ୍କୁ ବି ସାହାଯ୍ୟ କରିପାରିବା । ଆମ ଚାକିରି ସୁରକ୍ଷିତ ରହିବ, କାରଣ ଆମ ବସ୍‌ ବା ମାଲିକ ଆମ ଉପରେ ଖୁସି ରହିବେ । ଶାସ୍ତ୍ରରେ ବିଲକୁଲ୍‌ ଠିକ୍‌ ଲେଖାଅଛି, ଜଣେ ବ୍ୟକ୍ତିର ପରିଶ୍ରମର ଫଳ ତାକୁ ଯାହା ମିଳେ ତାହା “ପରମେଶ୍ୱରଙ୍କ ଦାନ ।” —ଉପଦେଶକ ୩:୧୩.

ସଚ୍ଚୋଟ ରହନ୍ତୁ

“ଆମ୍ଭମାନଙ୍କର ବିଶ୍ୱାସ ଯେ, ଆମ୍ଭମାନଙ୍କର ସୁବିବେକ ଅଛି, ଯେଣୁ ସମସ୍ତ ବିଷୟରେ ସଦାଚରଣ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ ।”—ଏବ୍ରୀ ୧୩:୧୮.

ଜଣେ ସଚ୍ଚୋଟ ଲୋକକୁ ଡର ନ ଥାଏ, ସେ ଶାନ୍ତିରେ ଶୋଇପାରେ । ଲୋକେ ତାʼଉପରେ ଭରସା କରିପାରନ୍ତି ଏବଂ ତାʼର ସମ୍ମାନ କରନ୍ତି । କିନ୍ତୁ ଜଣେ ବିଶ୍ୱାସଘାତୀ ଲୋକର ତାʼ ନିଜ ଦୃଷ୍ଟିରେ ହିଁ ତାʼର ସମ୍ମାନ ରହେ ନାହିଁ । ତାʼ ବିବେକ ତାକୁ ଦୋଷୀ ଅନୁଭବ କରାଏ ଯେ ସେ କିଛି ଭୁଲ କରିଛି । ତାକୁ ସବୁବେଳେ ଧରା ପଡ଼ିବାର ଡର ଥାଏ ।

ପଇସା ପଛରେ ଗୋଡ଼ାନ୍ତୁ ନାହିଁ

“ଆଚାରବ୍ୟବହାରରେ ଧନଲୋଭଶୂନ୍ୟ ହୁଅ , ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ ।”—ଏବ୍ରୀ ୧୩:୫.

ଖାଇବା ପିନ୍ଧିବାର ଆବଶ୍ୟକତା ପୂରା କରିବା ପାଇଁ ପଇସା ଜରୁରୀ । କିନ୍ତୁ ପଇସାର ଲୋଭ କଲେ ଜଣେ ବ୍ୟକ୍ତିକୁ ତାʼର ଖରାପ ପରିଣାମ ଭୋଗିବାକୁ ପଡ଼ିପାରେ । ଯଦି ସେ ଦିନରାତି ପଇସା ରୋଜଗାର କରିବାରେ ଲାଗି ରହିବ, ତେବେ ସେ ନିଜ ପରିବାରକୁ ସମୟ ଦେଇପାରିବ ନାହିଁ । ତାʼ ବିବାହ ଭାଙ୍ଗି ଯାଇପାରେ ଏବଂ ତାʼର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । (୧ ତୀମଥି ୬:୯, ୧୦) ପଇସାର ପ୍ରେମ ଜଣେ ଲୋକକୁ ବିଶ୍ୱାସଘାତୀ କରିପାରେ । ସେଥିପାଇଁ ଜଣେ ବୁଦ୍ଧିମାନ ବ୍ୟକ୍ତି କହିଲେ, ‘ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ; ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ନିର୍ଦ୍ଦୋଷ ରହିବ ନାହିଁ ।’—ହିତୋପଦେଶ ୨୮:୨୦.

ସବୁଠୁ ଭଲ ଶିକ୍ଷା ନିଅନ୍ତୁ

“ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମଦର୍ଶିତା ରକ୍ଷା କର ।”—ହିତୋପଦେଶ ୩:୨୧.

ପାଠ ପଢ଼ି ଆମେ ନିଜ ଗୋଡ଼ରେ ଠିଆ ହୋଇପାରିବା । ନିଜ ପରିବାରର ଭଲଭାବେ ଯତ୍ନ ନେଇପାରିବା । କିନ୍ତୁ ଡିଗ୍ରୀ ହାସଲ କଲେ ମଧ୍ୟ ଏହାର କିଛି ଗାରେଣ୍ଟି ନାହିଁ ଯେ ଆମେ ସବୁଦିନ ଖୁସିରେ ରହିପାରିବା । ଯଦି ସତରେ ଆମେ ସଫଳ ହେବା ପାଇଁ ଚାହୁଁ, ତାହେଲେ ଆମକୁ ଈଶ୍ୱରଙ୍କଠାରୁ ଶିଖିବାକୁ ହେବ । ଶାସ୍ତ୍ରରେ ଲେଖାଅଛି, ଯିଏ ଈଶ୍ୱରଙ୍କ ଶୁଣେ “ସେ ଯାହା କରେ, ତାହା ସଫଳ ହେବ ।”—ଗୀତସଂହିତା ୧:୧-୩.