ସୁଖ ଶାନ୍ତିର ଜୀବନ ଆଜି ମଧ୍ୟ ସମ୍ଭବ
ରାନୀ a କହନ୍ତି, “ଦୁନିଆର ପରିସ୍ଥିତି ବହୁତ ଖରାପ ଅଛି । କିଏ ଗରିବ ଅଛି ତ କିଏ ରୋଗରେ ପଡ଼ିଛି । ପିଲାମାନଙ୍କ ସହିତ ବହୁତ ଦୁର୍ବ୍ୟବହାର ହେଉଛି । ଜାଗା ଜାଗାରେ ଦଙ୍ଗା ହେଉଛି । ଏହା ଦେଖି ବହୁତ ଖରାପ ଲାଗେ । କିନ୍ତୁ ଏବେ ମୁଁ ଜାଣିପାରିଲି ଯେ ଏସବୁ ସବୁଦିନ ପାଇଁ ରହିବ ନାହିଁ ।”
ରାନୀ ଜାଣିଲେ ଯେ ଆମ ସମସ୍ତଙ୍କୁ ସୃଷ୍ଟି କରିଥିବା ଈଶ୍ୱର ଆଗକୁ ଯାଇ ଦୁନିଆର ପରିସ୍ଥିତି ଠିକ୍ କରିଦେବେ । ସେ ଏହା ବି ଜାଣିଲେ ଯେ ଆମେ ଭଲ ଜୀବନ ଜୀଇଁପାରିବା, ସେଥିପାଇଁ ଈଶ୍ୱର ଆମକୁ ଅନେକ ବଢ଼ିଆ ପରାମର୍ଶ ଦେଇଛନ୍ତି । ଏସବୁ ଜାଣିଲା ପରେ ରାନୀଙ୍କୁ ପ୍ରକୃତ ଖୁସି ମିଳିଲା । ଯଦି ଆପଣ ବି ଈଶ୍ୱରଙ୍କ ପରାମର୍ଶ ମାନିବେ ତେବେ ଆପଣ ବି ଖୁସିରେ ରହିପାରିବେ । ପରବର୍ତ୍ତୀ କିଛି ଲେଖାରେ ଆମେ ଏସବୁ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା:
ପରିବାରରେ ଖୁସି ଓ ଶାନ୍ତିରେ ରହିବା ପାଇଁ ଆମେ କʼଣ କରିବା ଉଚିତ୍ ?
ଆମେ ଅନ୍ୟମାନଙ୍କ ସହିତ ଭଲ ସମ୍ପର୍କ କିପରି ଗଢ଼ିପାରିବା ?
ଆମେ ଖୁସି ଓ ସନ୍ତୁଷ୍ଟି କିପରି ପାଇପାରିବା ?
ଦୁନିଆରେ ଏତେ ଦୁଃଖକଷ୍ଟ କାହିଁକି ଅଛି ? ମଣିଷର ମୃତ୍ୟୁ କାହିଁକି ହୁଏ ?
ଆମେ କାହିଁକି ଭରସା ରଖିପାରିବା ଯେ ଆଗକୁ ଯାଇ ସବୁକିଛି ଠିକ୍ ହୋଇଯିବ ?
ଆମେ ଈଶ୍ୱରଙ୍କୁ କିପରି ଜାଣିପାରିବା ଏବଂ ତାଙ୍କ ନିକଟବର୍ତ୍ତୀ ହୋଇପାରିବା ?
ଈଶ୍ୱର ଏସବୁ ବିଷୟରେ ଯେଉଁ ତଥ୍ୟ ଦେଇଛନ୍ତି ତାହା କେବଳ କିଛି ଲୋକଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ ।
a ଏହି ପତ୍ରିକାରେ ଯେଉଁ ଲୋକମାନଙ୍କ ନାମ ଦିଆଯାଇଛି, ତାହା ତାଙ୍କ ଅସଲି ନାମ ନୁହେଁ ।