इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ନିଜର ସମ୍ମାନ କରନ୍ତୁ

ନିଜର ସମ୍ମାନ କରନ୍ତୁ

ଆତ୍ମସମ୍ମାନ ହେବା କାହିଁକି ଜରୁରୀ ?

ଯେଉଁ ଲୋକମାନଙ୍କର ଆତ୍ମସମ୍ମାନ ଥାଏ, ସେମାନେ ଜୀବନରେ ଆସୁଥିବା ସମସ୍ୟାଗୁଡ଼ିକର ଭଲଭାବେ ସାମନା କରିପାରନ୍ତି । ସେମାନେ ଶୀଘ୍ର ହାର୍‌ ମାନନ୍ତି ନାହିଁ ।

  • ଗୋଟିଏ ଅନୁସନ୍ଧାନରୁ ଜଣାପଡ଼େ ଯେ ଯେଉଁ ଲୋକମାନେ ନିଜକୁ ବେକାର ଭାବନ୍ତି, ସେମାନେ ପ୍ରାୟ ଅତ୍ୟଧିକ ଚିନ୍ତା କରିବାକୁ ଲାଗନ୍ତି ଏବଂ ଡିପରେସନ୍‌ରେ ଚାଲିଯାʼନ୍ତି । କିଛି ଲୋକମାନଙ୍କୁ ଭୋକ ହୁଏନି କିମ୍ବା ସେମାନେ ଅତ୍ୟଧିକ ଖାଇବାକୁ ଲାଗନ୍ତି । କେବଳ ଏତିକି ନୁହେଁ, ସେମାନେ ଡ୍ରଗସ୍‌ ନେବା ଓ ଅଧିକ ମଦ ପିଇବା ଆରମ୍ଭ କରିଦିଅନ୍ତି ।

  • ଯେଉଁ ଲୋକମାନଙ୍କର ଆତ୍ମସମ୍ମାନ ଥାଏ, ସେମାନେ ନିଜକୁ ଅନ୍ୟ ସହିତ ତୁଳନା କରିବାରୁ ଦୂରେଇ ରହନ୍ତି । ଏହା ଯୋଗୁଁ ସେମାନେ ସମସ୍ତଙ୍କ ସହ ସହଜରେ ମିଳାମିଶା କରିପାରନ୍ତି ଓ ଭଲ ସାଙ୍ଗ ମଧ୍ୟ ବନାଇପାରନ୍ତି । କିନ୍ତୁ ଅନ୍ୟପଟେ, ଯେଉଁ ଲୋକମାନଙ୍କର ଆତ୍ମସମ୍ମାନ କମ୍‌ ଥାଏ, ସେମାନେ ଅନ୍ୟମାନଙ୍କର ଭୁଲଗୁଡ଼ିକ ବାହାର କରନ୍ତି । ସେମାନଙ୍କ କାହାରି ସହ ସମ୍ପର୍କ ଭଲ ରହେ ନାହିଁ ।

  • ଯେଉଁ ଲୋକମାନଙ୍କଠାରେ ଆତ୍ମସମ୍ମାନ ଥାଏ, ସେମାନେ ସମସ୍ୟାଗୁଡ଼ିକ ଆସିଲେ ବି ଡରନ୍ତି ନାହିଁ ବରଂ ଅଟଳ ରହନ୍ତି । ଯଦି ସେମାନେ କିଛି କରିବା ପାଇଁ ନିଷ୍ପତ୍ତି ନିଅନ୍ତି, ତାହେଲେ ଯେତେ ବାଧା ଆସିଲେ ବି ସେମାନେ ହାର୍‌ ମାନନ୍ତି ନାହିଁ ବରଂ ନିଜ ଲକ୍ଷ୍ୟକୁ ପାଇବା ପାଇଁ ପୂରା ଚେଷ୍ଟା କରନ୍ତି । କିନ୍ତୁ ଅନ୍ୟପଟେ, ଯେଉଁ ଲୋକମାନଙ୍କଠାରେ ଆତ୍ମସମ୍ମାନ କମ୍‌ ଥାଏ, ସେମାନଙ୍କୁ ପ୍ରାୟ ଛୋଟ ଛୋଟ ଅସଫଳତା ବି ପାହାଡ଼ ଭଳି ଲାଗେ । ତେଣୁ ସେମାନେ ଶୀଘ୍ର ହାର୍‌ ମାନିଯାʼନ୍ତି ।

ଆପଣ କିପରି କରିପାରିବେ ?

ଭଲ ସାଙ୍ଗ ବାଛନ୍ତୁ । ଏପରି ଲୋକମାନଙ୍କ ସହ ସାଙ୍ଗ ହୁଅନ୍ତୁ ଯେଉଁମାନେ ଅନ୍ୟମାନଙ୍କୁ ଆଦର କରନ୍ତି, ଯେଉଁମାନେ ଆପଣଙ୍କ ପ୍ରକୃତରେ ଚିନ୍ତା କରନ୍ତି ଏବଂ ଆପଣଙ୍କ ଉତ୍ସାହ ବଢ଼ାନ୍ତି ।

“ବନ୍ଧୁ ସବୁବେଳେ ପ୍ରେମ କରେ, ପୁଣି ଭାଇ ଦୁର୍ଦ୍ଦଶା କାଳ ନିମନ୍ତେ ଜାତ ଅଟେ ।”—ହିତୋପଦେଶ ୧୭:୧୭.

ଅନ୍ୟମାନଙ୍କ ସାହାଯ୍ୟ କରନ୍ତୁ । ଯେବେ ଆପଣ ଅନ୍ୟମାନଙ୍କ ପାଇଁ କିଛି ଭଲ କରିବେ, ଏପରି ଲୋକଙ୍କ ପାଇଁ ବି ଯେଉଁମାନେ ହୁଏତ ଆପଣଙ୍କ ପାଇଁ କିଛି କରିପାରିବେ ନାହିଁ, ତେବେ ବି ଆପଣଙ୍କୁ ପ୍ରକୃତ ଖୁସି ମିଳିବ । ଯଦିଓ କେହି ଆପଣଙ୍କ ଭଲ କାମଗୁଡ଼ିକୁ ଧ୍ୟାନ ଦିଅନ୍ତି ନାହିଁ, ଆପଣଙ୍କ ପ୍ରଶଂସା ବି କରନ୍ତି ନାହିଁ, ତେବେ ବି ଆପଣ ଖୁସି ରହିବେ ।

“ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର ।” —ପ୍ରେରିତ ୨୦:୩୫.

ନିଜ ପିଲାମାନଙ୍କୁ ନିଜର ସମ୍ମାନ କରିବା ଶିଖାନ୍ତୁ । ଗୋଟିଏ ଉପାୟ ହେଉଛି, ଯଦି କୌଣସି ସମସ୍ୟା ଆସେ ଆଉ ସେମାନେ ନିଜେ ଏହାର ସମାଧାନ କରିପାରନ୍ତି, ତେବେ ସେମାନଙ୍କୁ କରିବାକୁ ଦିଅନ୍ତୁ । ଏଥିରୁ ସେମାନେ ଶିଖିପାରିବେ ଯେ ସମସ୍ୟାଗୁଡ଼ିକର ସାମନା କିପରି କରାଯାଏ କିମ୍ବା ତାʼର ସମାଧାନ କିପରି ବାହାର କରାଯାଏ । ଏଥିରୁ ତାଙ୍କ ଆତ୍ମସମ୍ମାନ ବଢ଼ିବ ଏବଂ ବଡ଼ ହେଲା ପରେ ସେମାନଙ୍କୁ ଲାଭ ବି ହେବ ।

“ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ; ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ ।”—ହିତୋପଦେଶ ୨୨:୬.

ଆମେ କʼଣ କରୁ ?

ଆମେ ଯିହୋବାଙ୍କ ସାକ୍ଷୀ ଯେଉଁ ସଭାଗୁଡ଼ିକ ରଖୁ ଏବଂ ଲୋକମାନଙ୍କୁ ବାଇବଲରୁ ଶିଖାଇବା ପାଇଁ ଯେଉଁ କାର୍ଯ୍ୟକ୍ରମ ଚଲାଉ, ସେଥିରେ ଅନେକ ଭଲ କଥା ଶିଖାଯାଏ । ଏଥିରୁ ଲୋକମାନେ ନିଜ ଜୀବନକୁ ଆହୁରି ଭଲ କରିପାରନ୍ତି ଏବଂ ସେମାନଙ୍କ ଆତ୍ମସମ୍ମାନ ବଢ଼େ ।

ପ୍ରତି ସପ୍ତାହ ହେଉଥିବା ସଭାଗୁଡ଼ିକ

ଆମ ସଭାଗୁଡ଼ିକରେ କେହି ବି ଆସିପାରିବେ ଆଉ ସେମାନଙ୍କଠୁ ପଇସା ବି ନିଆଯାଏ ନାହିଁ । ଏହି ସଭାଗୁଡ଼ିକରେ ବାଇବଲ ଉପରେ ଆଧାରିତ ଭାଷଣ ଦିଆଯାଏ । ଏହି ଭାଷଣଗୁଡ଼ିକରେ ପ୍ରାୟ ପରାମର୍ଶ ଦିଆଯାଇଥାଏ ଯେ ଆମେ କିପରି ନିଜର ଆତ୍ମସମ୍ମାନ ବଢ଼ାଇପାରିବା । ଯେପରି ଆମ ସଭାଗୁଡ଼ିକରେ ଆସିଲେ ଆପଣ ଶିଖିବେ . . .

  • ଈଶ୍ୱରଙ୍କ ଦୃଷ୍ଟିରେ ଆପଣ କାହିଁକି ମହତ୍ତ୍ୱପୂର୍ଣ୍ଣ ଅଟନ୍ତି

  • ଜୀବନର ପ୍ରକୃତ ଉଦ୍ଦେଶ୍ୟ ଆପଣ କିପରି ଖୋଜିପାରିବେ

  • ଆପଣ କାହା ସାଙ୍ଗରେ ଓ କିପରି ନିଜ ମିତ୍ରତାକୁ ମଜବୁତ୍‌ କରିପାରିବେ

ଆମ ସଭାଗୁଡ଼ିକରେ ଆପଣଙ୍କୁ ପ୍ରକୃତ ସାଙ୍ଗ ମଧ୍ୟ ମିଳିବେ, ଯେଉଁମାନେ “ପରସ୍ପରର ମଙ୍ଗଳ ଚିନ୍ତା କରନ୍ତି ।”—୧ କରିନ୍ଥୀୟ ୧୨:୨୫, ୨୬.

ଆମ ସଭାଗୁଡ଼ିକ ବିଷୟରେ ଆହୁରି ଜାଣିବା ପାଇଁ jw.org ୱେବସାଇଟ୍‌ରେ ଖୋଜନ୍ତୁ ବକ୍ସରେ ଭିଡିଓର ନାମ, ରାଜ୍ୟଘରେ କʼଣ ହୁଏ ? ଟାଇପ୍‌ କରନ୍ତୁ ।

ବାଇବଲରୁ ଜାଣନ୍ତୁ

ଆମେ ମାଗଣାରେ ଲୋକଙ୍କୁ ବାଇବଲରୁ ଶିଖାଉ ଏବଂ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ବ୍ୟବହାର କରୁ । ଏହି ବହିରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ସାହାଯ୍ୟରେ ଆମେ ଚର୍ଚ୍ଚା କରୁ ଏବଂ ବାଇବଲରୁ ଅନେକ ଭଲ ଭଲ ସିଦ୍ଧାନ୍ତ ଶିଖୁ । ଏଥିରେ ଏପରି ଅନେକ ଭିଡିଓ ଦିଆଯାଇଛି ଯାହା ଆମ ହୃଦୟକୁ ଛୁଇଁଯାଏ । ବାଇବଲ ସାହାଯ୍ୟରେ ଲୋକମାନେ ନିଜର ସମ୍ମାନ କରିବା ଶିଖନ୍ତି ଆଉ ନିଜ ଜୀବନକୁ ଆହୁରି ଭଲ କରିପାରନ୍ତି ।

ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଉପରେ ଚର୍ଚ୍ଚା କରି ଆପଣଙ୍କୁ କିପରି ଲାଭ ହେବ, ଏହା ଜାଣିବା ପାଇଁ ବାଇବଲ କାହିଁକି ଅଧ୍ୟୟନ କରିବା ? ଭିଡିଓ ଦେଖନ୍ତୁ । ଆପଣ jw.org ୱେବସାଇଟ୍‌ରେ ଖୋଜନ୍ତୁ ବକ୍ସରେ ଏହି ଭିଡିଓର ନାମକୁ ଟାଇପ୍‌ କରି ଖୋଜିପାରିବେ ।