इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପରିବାର ଲୋକଙ୍କ ଆଦର କରନ୍ତୁ

ପରିବାର ଲୋକଙ୍କ ଆଦର କରନ୍ତୁ

ଏହା କାହିଁକି ଜରୁରୀ ଯେ ପରିବାରରେ ସମସ୍ତେ ପରସ୍ପରକୁ ଆଦର କରନ୍ତୁ ?

ଯେବେ ପରିବାରରେ ସ୍ୱାମୀ, ସ୍ତ୍ରୀ ଓ ପିଲାମାନେ ପରସ୍ପରର ଆଦର କରନ୍ତି ତେବେ ପରିବାର ଖୁସିରେ ରହେ ଓ ଘରେ ଶାନ୍ତି ରହେ ।

  • ବିବାହକୁ ସଫଳ କରିବା ପାଇଁ ସାତଟି ସିଦ୍ଧାନ୍ତ ନାମକ ଇଂରାଜୀ ବହିରେ ଲେଖାଅଛି, ଯଦି ସ୍ୱାମୀ ସ୍ତ୍ରୀ ପରସ୍ପରର ଆଦର କରନ୍ତି, ତେବେ ସେମାନେ “କେବଳ ବଡ଼ ବଡ଼ କଥାରେ ନୁହଁ ବରଂ ପ୍ରତିଦିନର ଛୋଟ ଛୋଟ କଥାରେ ବି” ନିଜ ପ୍ରେମ ଦେଖାଇପାରିବେ ।

  • ଏକ ଅନୁସନ୍ଧାନରେ ଦେଖାଗଲା ଯେ ଯେଉଁ ପିଲାମାନେ ଅନ୍ୟମାନଙ୍କର ଆଦର କରନ୍ତି, ସେମାନେ ନିଜ ବିଷୟରେ ଭଲ ଅନୁଭବ କରନ୍ତି ଓ ବାପା ମାଆଙ୍କ ସହ ସେମାନଙ୍କ ଭଲ ସମ୍ପର୍କ ରହିଥାଏ । ସେମାନେ ଖୁସିରେ ରହନ୍ତି ଓ ସେମାନଙ୍କୁ ମାନସିକ ସମସ୍ୟାଗୁଡ଼ିକ ବି ବହୁତ କମ୍‌ ହୋଇଥାଏ ।

ଆପଣ କିପରି କରିପାରିବେ ?

ପୂରା ପରିବାର ମିଶି କଥା ହୁଅନ୍ତୁ । ପ୍ରଥମ, ନିଜ ଜୀବନସାଥୀ ସହ ମିଶି ନିଶ୍ଚିତ କରନ୍ତୁ ଯେ ପରିବାରରେ ସମସ୍ତେ ଏକଥା ଜାଣନ୍ତୁ ଯେ ଆଦର କରିବା କାହିଁକି ଜରୁରୀ ଅଟେ । ଦ୍ୱିତୀୟ, ଲେଖନ୍ତୁ ଯେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ କିପରି ବ୍ୟବହାର କରିବା ଉଚିତ୍‌ ଓ କିପରି ନୁହେଁ । ତୃତୀୟ, ଯେଉଁ କଥାଗୁଡ଼ିକ ଆପଣ ଲେଖିଛନ୍ତି ତାʼଉପରେ ପୂରା ପରିବାର ସହ ମିଶି କଥା ହୁଅନ୍ତୁ ଯେଉଁଥିରୁ ସମସ୍ତଙ୍କୁ ଜଣା ଥିବ ଯେ ଅନ୍ୟମାନଙ୍କ ଆଦର କରିବା ପାଇଁ ସେମାନଙ୍କୁ କʼଣ କରିବାର ଅଛି ।

“ପରାମର୍ଶ ବିନା ଯୋଜନାସକଳ ବିଫଳ ହୁଏ, କିନ୍ତୁ ବହୁ ପରାମର୍ଶଦାତାଙ୍କ ଦ୍ୱାରା ତାହା ସଫଳ ହୁଏ ।” —ହିତୋପଦେଶ ୧୫:୨୨, NIBV.

ଏକ ଭଲ ଉଦାହରଣ ରଖନ୍ତୁ । କʼଣ ଆପଣଙ୍କ ପରିବାର ଲୋକଙ୍କଠୁ ଭୁଲ ହୋଇଯିବା ପରେ ଆପଣ ବାରମ୍ବାର ସେମାନଙ୍କୁ ସେହି କଥା କହୁଥାʼନ୍ତି ? ଯେବେ ସେମାନେ କୌଣସି ମାମଲାରେ ନିଜ ମତ ଦିଅନ୍ତି କʼଣ ଆପଣ ସେମାନଙ୍କର ମଜାକ ଉଡ଼ାନ୍ତି ? ଯେବେ ସେମାନେ କିଛି କହୁଥାʼନ୍ତି, ତେବେ କʼଣ ଆପଣ ସେମାନଙ୍କ କଥାକୁ ମଝିରେ କାଟି ଦିଅନ୍ତି କିମ୍ବା ସେମାନଙ୍କ କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି ନାହିଁ ? ମନେ ରଖନ୍ତୁ, ପ୍ରଥମେ ଆପଣଙ୍କୁ ଅନ୍ୟମାନଙ୍କ ଆଦର କରିବା ଉଚିତ୍‌ ।

ପରାମର୍ଶ: ନିଜ ଜୀବନସାଥୀ ଏବଂ ପିଲାମାନଙ୍କୁ ସେତେବେଳେ ବି ଆଦର କରିବା ପାଇଁ ଚେଷ୍ଟା କରନ୍ତୁ, ଯେବେ ଆପଣଙ୍କୁ ଲାଗେ ସେମାନେ ଏହାର ଯୋଗ୍ୟ ନୁହନ୍ତି ।

‘ସମାଦରରେ ଅନ୍ୟମାନଙ୍କୁ ଶ୍ରେଷ୍ଠ ଜ୍ଞାନ କର ।’—ରୋମୀୟ ୧୨:୧୦.

ସହମତ ନ ହେଲେ ବି ଝଗଡ଼ା କରନ୍ତୁ ନାହିଁ । ପରିବାରର କୌଣସି ସଦସ୍ୟ ସହିତ ନିଜ କଥା କହିବା ସମୟରେ କେବେ ବି ଏପରି କୁହନ୍ତୁ ନାହିଁ, “ତମେ ସବୁବେଳେ ଏପରି ହିଁ କର” ବା “ତମେ କେବେ ବି ମୋର କଥା ଶୁଣ ନାହିଁ” କିମ୍ବା “ତମ ସହିତ କଥା ହେବା ହିଁ ବେକାର ।” ଏପରି କହିଲେ ତାଙ୍କୁ ଖରାପ ଲାଗିପାରେ ଓ ଛୋଟ ମତଭେଦରୁ ବଡ଼ ଝଗଡ଼ା ହୋଇପାରେ ।

“କୋମଳ ଉତ୍ତର କ୍ରୋଧକୁ ଦମନ କରେ; ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ ।”—ହିତୋପଦେଶ ୧୫:୧.

ଆମେ କʼଣ କରୁ ?

ଆମେ ଯିହୋବାଙ୍କ ସାକ୍ଷୀ ପ୍ରତ୍ୟେକ ପରିବାରର ସଦସ୍ୟଙ୍କୁ ପ୍ରୋତ୍ସାହନ ଦେଉ ଯେ ସେମାନେ ପରସ୍ପରର ଆଦର କରନ୍ତୁ । ଏବିଷୟରେ ଆମର ଅନେକ ଲେଖା, ବହି ପତ୍ରିକା ଏବଂ ଭିଡିଓରେ ଦିଆଯାଇଛି । ଆମେ ଏ ସମସ୍ତ ପ୍ରକାଶନକୁ ମାଗଣାରେ ଉପଲବ୍ଧ କରାଇଥାଉ ।

ସ୍ୱାମୀ ସ୍ତ୍ରୀଙ୍କ ପାଇଁ: ପରିବାର ପାଇଁ ସାହାଯ୍ୟ (ହିନ୍ଦୀ) ଭାଗରେ ଅନେକ ଲେଖା ଦିଆଯାଇଛି, ଯାହାକୁ ପଢ଼ି ସ୍ୱାମୀ ସ୍ତ୍ରୀ ଅନେକ କଥା ଶିଖିପାରିବେ, ଯେପରି . . .

  • ଶୁଣିବା ପାଇଁ କିପରି ପ୍ରସ୍ତୁତ ରହିପାରିବେ

  • ସମସ୍ୟାଗୁଡ଼ିକୁ କିପରି ସମାଧାନ କରିବେ

  • ଯୁକ୍ତିତର୍କ କିପରି ବନ୍ଦ କରିବେ

(jw.org ୱେବସାଇଟ୍‌ରେ ଖୋଜନ୍ତୁ ବକ୍ସରେ “ପରିବାର କେ ଲିୟେ ମଦଦ୍‌” ଟାଇପ୍‌ କରନ୍ତୁ)

ବାପାମାଆଙ୍କ ପାଇଁ: ପରିବାର ପାଇଁ ସାହାଯ୍ୟ (ହିନ୍ଦୀ) ଭାଗରେ ଅନେକ ଲେଖା ଦିଆଯାଇଛି ଯାହାକୁ ପଢ଼ି ବାପାମାଆ ନିଜ ପିଲାମାନଙ୍କୁ ଅନେକ କଥା ଶିଖାଇପାରିବେ, ଯେପରି . . .

  • ବାପାମାଆଙ୍କ କଥା ଶୁଣିବା

  • ଘର କାମରେ ସାହାଯ୍ୟ କରିବା

  • “ପ୍ଲିଜ୍‌” ଓ “ଥେଂକ୍ୟୁ” କହିବା

(jw.org ୱେବସାଇଟ୍‌ରେ ଖୋଜନ୍ତୁ ବକ୍ସରେ “ବଚୋଁ କି ପରୱରିସ୍‌” ଏବଂ “ଯବ୍‌ ବଚେ ବଡ଼େ ହୋନେ ଲଗେ” ଟାଇପ୍‌ କରନ୍ତୁ)

ସଜାଗ ହୁଅ ! ସଂଖ୍ୟା ୨, ୨୦୧୯ର ଲେଖା, “ବଚ୍ଚୋ କେ ଲିଏ ଛେ ଅହମ ଶିଖ୍‌” ଏବଂ ସଜାଗ ହୁଅ ! ସଂଖ୍ୟା ୨, ୨୦୧୮ର ଲେଖା, “୧୨ ସୁଝାୱ ଆଜମାଏ, ଅପନେ ପରିୱାର କୋ ସୁଖୀ ବନାଏଁ,” ପୃଷ୍ଠା ୮-୧୧ ବି ପଢ଼ନ୍ତୁ । (jw.org ୱେବସାଇଟ୍‌ରେ ଖୋଜନ୍ତୁ ବକ୍ସ୍‌ରେ ଏହି ଲେଖାଗୁଡ଼ିକର ବିଷୟକୁ ଟାଇପ୍‌ କରନ୍ତୁ)

ଯୁବାମାନଙ୍କ ପାଇଁ: କିଶୋରକିଶୋରୀ ଓ ଯୁବାମାନେ ଭାଗରେ ଅନେକ ଲେଖା, ଭିଡିଓ ଏବଂ ଅଭ୍ୟାସଗୁଡ଼ିକ ଦିଆଯାଇଛି ଯାହା ସାହାଯ୍ୟରେ ପିଲା ଓ ଯୁବାମାନେ ଅନେକ କଥା ଶିଖିପାରିବେ, ଯେପରି . . .

  • ବାପାମାଆ ଓ ଭାଇ କିମ୍ବା ଭଉଣୀ ସହ କିପରି ଭଲ ସମ୍ପର୍କ ରଖିବା

  • ବାପାମାଆଙ୍କ ସହ ସେମାନଙ୍କ ନିୟମଗୁଡ଼ିକ ବିଷୟରେ କିପରି କଥା ହେବା

  • ବାପାମାଆଙ୍କ ଭରସା ନିଜ ପାଇଁ କିପରି ବଢ଼ାଇବା

(jw.org ୱେବସାଇଟ୍‌ରେ ଖୋଜନ୍ତୁ ବକ୍ସରେ “କିଶୋରକିଶୋରୀ ଓ ଯୁବାମାନେ” ଟାଇପ୍‌ କରନ୍ତୁ)

jw.org ୱେବସାଇଟ୍‌ରେ ପଢ଼ିବା, ଦେଖିବା ଏବଂ ଡାଉନଲୋଡ୍‌ କରିବା, ସବୁ ମାଗଣାରେ ଅଛି । ଆପଣଙ୍କୁ କିଛି ପଇସା ଦେବାକୁ ପଡ଼ିବନି, ଆଉ ନା ସବସ୍ରିକ୍‌ପ୍ସନ୍‌ କିମ୍ବା ମେମ୍ବରସିପ୍‌ ନେବାକୁ ପଡ଼ିବ । ଆପଣଙ୍କୁ କୌଣସି ବ୍ୟକ୍ତିଗତ ତଥ୍ୟ ବି ଦେବାକୁ ପଡ଼ିବନି ।