इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ସମସ୍ୟାଗୁଡ଼ିକର ପୂରାପୂରି ସମାଧାନ

ଈଶ୍ୱରଙ୍କ ରାଜ୍ୟରେ “ପ୍ରଚୁର ଶାନ୍ତି ହେବ”

ଈଶ୍ୱରଙ୍କ ରାଜ୍ୟରେ “ପ୍ରଚୁର ଶାନ୍ତି ହେବ”

ଈଶ୍ୱରଙ୍କ ଯେଉଁ ରାଜ୍ୟକୁ ଆମେ ଅନେକ ବର୍ଷରୁ ଅପେକ୍ଷା କରିଛୁ, ତାହା ଖୁବ୍‌ ଶୀଘ୍ର ଆସିବ । ବାଇବଲ କହେ ଯେ ଯେବେ ଏହି ରାଜ୍ୟ ପୂରା ଦୁନିଆରେ ଶାସନ କରିବ, ତେବେ “ପ୍ରଚୁର ଶାନ୍ତି” ଓ ଏକତା ହେବ । (ଗୀତସଂହିତା ୭୨:୭) କିନ୍ତୁ ପ୍ରଶ୍ନ ଉଠେ ଯେ ଏହି ରାଜ୍ୟ କେବେ ଆସିବ ? ଏହା କିପରି ଶାସନ କରିବ ଓ ଏହି ରାଜ୍ୟର ପ୍ରଜା ହେବା ପାଇଁ ଆପଣଙ୍କୁ କʼଣ କରିବାକୁ ହେବ ?

ଈଶ୍ୱରଙ୍କ ରାଜ୍ୟ କେବେ ଆସିବ ?

ବାଇବଲରେ କୁହାଯାଇଛି ଯେ ଈଶ୍ୱରଙ୍କ ରାଜ୍ୟ ଆସିବା ପୂର୍ବରୁ ପୃଥିବୀରେ ଅନେକ ଘଟଣାଗୁଡ଼ିକ ଘଟିବ । ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ, ଅନେକ ଜାଗାରେ ଦୁର୍ଭିକ୍ଷ, ରୋଗ ଓ ଭୂମିକମ୍ପ ହେବ । ଆଉ ଅପରାଧ ବଢ଼ିଯିବ । ଯେବେ ଏହିସବୁ ଘଟଣାଗୁଡ଼ିକ ଏହା ସହିତ ଘଟିବ, ତେବେ ଏହା ଏହି କଥାର “ଲକ୍ଷଣ” ଥିବ ଯେ ଈଶ୍ୱରଙ୍କ ରାଜ୍ୟ ଖୁବ୍‌ ଶୀଘ୍ର ଆସିବ ।—ମାଥିଉ ୨୪:୩, ୭, ୧୨; ଲୂକ ୨୧:୧୧; ପ୍ରକାଶିତ ବାକ୍ୟ ୬:୨-୮.

ଏବିଷୟରେ ବାଇବଲରେ ଆଉ ଗୋଟିଏ ଭବିଷ୍ୟତବାଣୀ ଲେଖାଯାଇଛି: ‘ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ । ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦାମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ ।’ (୨ ତୀମଥି ୩:୧-୪) ଲୋକମାନଙ୍କଠାରେ ଏହି ଖରାପ ଗୁଣଗୁଡ଼ିକ ଆଗରୁ ହିଁ ଅଛି । କିନ୍ତୁ ଏବେ ଏହି ଖରାପ ଗୁଣଗୁଡ଼ିକ ଆଗ ଅପେକ୍ଷା ଅଧିକ ବଢ଼ିଯାଇଛି ।

ଏହି ଭବିଷ୍ୟତବାଣୀଗୁଡ଼ିକ ୧୯୧୪ରୁ ପୂରା ହେବାକୁ ଲାଗିଲା । ଅନେକ ଇତିହାସକାର, ରାଜନେତା ଓ ଲେଖକମାନେ ବି କହିଲେ ଯେ ୧୯୧୪ରୁ ଦୁନିଆ ପୂରା ବଦଳିଯାଇଛି । ଉଦାହରଣ ପାଇଁ ଡେନମାର୍କର ଇତିହାସକାର ପିଟର ମୁଙ୍କ ଲେଖିଲେ, “୧୯୧୪ରେ ଯେଉଁ ଯୁଦ୍ଧ ହେଲା, ତାଯୋଗୁଁ ପୂରା ଦୁନିଆର ଇତିହାସ ବଦଳିଗଲା । ସେହି ସମୟ ଚାଲିଗଲା, ଯେବେ ଦୁନିଆରେ ଟିକେ ଶାନ୍ତି ଥିଲା । ତାʼପରେ ଏପରି ସମୟ ଆରମ୍ଭ ହେଲା ଯେଉଁଠାରେ ଆମକୁ କେବଳ ଦୁର୍ଘଟଣା, ଆତଙ୍କ ଓ ଘୃଣା ଭଳି ପରିସ୍ଥିତି ଦେଖିବାକୁ ମିଳୁଛି ।”

ଯେପରି ରାତି ପରେ ଦିନ ହୁଏ, ସେପରି ଏହି ଖରାପ ଘଟଣାଗୁଡ଼ିକ ଏହି କଥାର ସଂକେତ ଦିଏ ଯେ ଭବିଷ୍ୟତରେ ଖୁସିର ସମୟ ଆସିବ । ଏହି ଘଟଣାଗୁଡ଼ିକରୁ ଜଣାପଡ଼େ ଯେ ପୂରା ପୃଥିବୀରେ ଅତି ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ଆସିବ । ସତରେ ଏହା ଏକ ଖୁସିର ଖବର ଅଟେ । ଯୀଶୁ କହିଥିଲେ ଯେ “ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍‌ପରେ ଯୁଗାନ୍ତ ହେବ ।”—ମାଥିଉ ୨୪:୧୪.

ଯିହୋବାଙ୍କ ସାକ୍ଷୀମାନେ ଲୋକମାନଙ୍କୁ ଏହି ଖୁସିର ଖବର ଶୁଣାନ୍ତି । ତାଙ୍କର ଗୋଟିଏ ପତ୍ରିକାର ନାମ ବି ଏହା ହିଁ ଅଟେ, ଯିହୋବାଙ୍କ ରାଜ୍ୟର ଘୋଷଣା କରେ ପ୍ରହରୀଦୁର୍ଗ । ଏହି ପତ୍ରିକାରେ କୁହାଯାଏ ଯେ ଈଶ୍ୱରଙ୍କ ରାଜ୍ୟ ପୃଥିବୀ ଓ ଲୋକମାନଙ୍କ ପାଇଁ କʼଣ କʼଣ କରିବ ।

ଈଶ୍ୱରଙ୍କ ରାଜ୍ୟ କିପରି ଶାସନ କରିବ ?

ଏହି ଚାରୋଟି କଥା ଉପରେ ଧ୍ୟାନ ଦିଅନ୍ତୁ:

  1. ୧. ଈଶ୍ୱରଙ୍କ ରାଜ୍ୟ ଦୁନିଆର ନେତାମାନଙ୍କ ହାତରେ ନ ଥିବ ।

  2. ୨. ଦୁନିଆର ନେତାମାନେ ଏହି ରାଜ୍ୟର ବିରୋଧ କରିବେ, କାରଣ ସେମାନେ ଚାହିଁବେ ଯେ ତାଙ୍କର ହିଁ ଶାସନ ଦୁନିଆରେ ସବୁବେଳେ ଚାଲୁଥାଉ ।—ଗୀତସଂହିତା ୨:୨-୯.

  3. ୩. ସାରାଦୁନିଆରେ ଗୋଟିଏ ଯୁଦ୍ଧ ହେବ ଓ ସେହି ଯୁଦ୍ଧରେ ଈଶ୍ୱରଙ୍କ ରାଜ୍ୟ, ଦୁନିଆର ସରକାରଗୁଡ଼ିକୁ ବିନାଶ କରିଦେବ । (ଦାନିୟେଲ ୨:୪୪; ପ୍ରକାଶିତ ବାକ୍ୟ ୧୯:୧୭-୨୧) ଏହି ଯୁଦ୍ଧକୁ ବାଇବଲରେ ହର୍ମିଗିଦ୍ଦୋନ୍‌ କୁହାଯାଇଛି ।—ପ୍ରକାଶିତ ବାକ୍ୟ ୧୬:୧୪, ୧୬.

  4. ୪. ଯେଉଁ ଲୋକମାନେ ଈଶ୍ୱରଙ୍କ ରାଜ୍ୟର ପ୍ରଜା ହେବା ପାଇଁ ଚାହାନ୍ତି, ସେମାନଙ୍କୁ ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ରକ୍ଷା କରାଯିବ । ତାʼପରେ ସେମାନେ ଏକ ନୂଆ ଦୁନିଆରେ ବଞ୍ଚିବେ, ଯେଉଁଠି ଶାନ୍ତି ଥିବ । ବାଇବଲରେ କୁହାଯାଇଛି ଯେ ଲୋକମାନଙ୍କର ଏକ “ମହା ଜନତା” ସେହି ଦୁନିଆରେ ରହିବ । ସେଥିରେ ହୁଏତ ଲକ୍ଷ ଲକ୍ଷ ଲୋକ ରହିବେ ।—ପ୍ରକାଶିତ ବାକ୍ୟ ୭:୯, ୧୦, ୧୩, ୧୪.

ଏହି ରାଜ୍ୟର ପ୍ରଜା ହେବା ପାଇଁ ଆପଣଙ୍କୁ କʼଣ କରିବାକୁ ହେବ ?

ଈଶ୍ୱରଙ୍କ ରାଜ୍ୟର ପ୍ରଜା ହେବା ପାଇଁ ସବୁଠୁ ପ୍ରଥମେ ଆପଣଙ୍କୁ ଈଶ୍ୱରଙ୍କ ବିଷୟରେ ଜାଣିବାକୁ ହେବ । ଯୀଶୁ ଈଶ୍ୱରଙ୍କୁ ପ୍ରାର୍ଥନା କଲା ବେଳେ କହିଥିଲେ, “ଆଉ, ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।”—ଯୋହନ ୧୭:୩.

ଯେବେ ଲୋକମାନେ ଶିଖନ୍ତି ଯେ ଯିହୋବା କିପରି ଈଶ୍ୱର ଅଟନ୍ତି, ତେବେ ଯିହୋବାଙ୍କ ଉପରେ ସେମାନଙ୍କର ବିଶ୍ୱାସ ମଜବୁତ୍‌ ହୁଏ । ସେମାନଙ୍କର ଏହି ବିଶ୍ୱାସ ପ୍ରମାଣଗୁଡ଼ିକ ଉପରେ ଆଧାରିତ ଥାଏ । ସେଥିପାଇଁ ସେମାନଙ୍କୁ ଭରସା ହୋଇଯାଏ ଯେ ଈଶ୍ୱରଙ୍କ ରାଜ୍ୟ ପ୍ରକୃତରେ ଗୋଟିଏ ସରକାର ଅଟେ । ଆଉ ତାହା ଖୁବ୍‌ ଶୀଘ୍ର ଆସିବ । (ଏବ୍ରୀ ୧୧:୧) କେବଳ ଏତିକି ନୁହେଁ, ସେମାନେ ଈଶ୍ୱର ଓ ଲୋକମାନଙ୍କୁ ପ୍ରେମ କରିବାକୁ ଲାଗନ୍ତି । ଈଶ୍ୱରଙ୍କ ପାଇଁ ପ୍ରେମ ହେବା ଯୋଗୁଁ ସେମାନେ ତାଙ୍କ କଥା ଶୁଣନ୍ତି ଆଉ ଲୋକମାନଙ୍କ ପାଇଁ ପ୍ରେମ ହେବା ଯୋଗୁଁ ସେମାନେ ତାଙ୍କ ସହ ଭଲ ବ୍ୟବହାର କରନ୍ତି । ଯୀଶୁ ବି ଏହି ପରାମର୍ଶ ଦେଲେ: “ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ସେମାନଙ୍କ ପ୍ରତି ସେହିପ୍ରକାର କର ।”—ଲୂକ ୬:୩୧.

ଜଣେ ଭଲ ବାପାଙ୍କ ଭଳି ଆମ ସୃଷ୍ଟିକର୍ତ୍ତା ଆମକୁ ବହୁତ ପ୍ରେମ କରନ୍ତି ଓ ଆମର ଭଲ ଚାହାନ୍ତି । ସେ ଆମକୁ ଗୋଟିଏ ଭଲ ଜୀବନ ଦେବା ପାଇଁ ଚାହାନ୍ତି, ଯାହାକୁ ବାଇବଲରେ “ପ୍ରକୃତ ଜୀବନ” କୁହାଯାଇଛି । (୧ ତୀମଥି ୬:୧୯) ଆଜି ଆମେ ଯେପରି ଜୀବନ ବଞ୍ଚୁଛୁ, ତାହା “ପ୍ରକୃତ ଜୀବନ” ନୁହେଁ । ଆଉ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବନ ଗୋଟିଏ ସଂଘର୍ଷ ହୋଇଯାଇଛି । ଈଶ୍ୱରଙ୍କ ରାଜ୍ୟର “ପ୍ରକୃତ ଜୀବନ” କିପରି ହେବ, ତାହାର ଝଲକ ପାଇବା ପାଇଁ ଧ୍ୟାନ ଦିଅନ୍ତୁ ଯେ ସେଠାରେ କେଉଁଭଳି ଖୁସି ମିଳିବ ।

ଈଶ୍ୱରଙ୍କ ରାଜ୍ୟରେ ଲୋକମାନେ ସୁରକ୍ଷିତ ରହିବେ ଓ ଖାଦ୍ୟର ଅଭାବ ହେବ ନାହିଁ