इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାପାମାଆଙ୍କୁ ଦେଖି ପିଲାମାନେ ପ୍ରେମ କରିବା ଶିଖିପାରିବେ

ସମସ୍ୟାର ସମାଧାନ କରିବା ପାଇଁ ଗୋଟିଏ ପଦକ୍ଷେପ

ନୈତିକ ଶିକ୍ଷା

ନୈତିକ ଶିକ୍ଷା

କାନାଡ଼ାର ଗୋଟିଏ ଜଣାଶୁଣା ସ୍କୁଲର ପିଲାମାନେ ସ୍କୁଲ ଆଡ଼ୁ ବୁଲିବା ପାଇଁ ଯାଇଥିଲେ । ସେମଧ୍ୟରୁ କିଛି ପୁଅ ପିଲାମାନେ ତାଙ୍କ ସହ ପଢ଼ୁଥିବା ଜଣେ ପୁଅ ଉପରେ ଆକ୍ରମଣ କଲେ ଓ ତାʼର ଯୌନ ଶୋଷଣ କଲେ । ଏହି ଘଟଣା ପରେ ଓଟାୱା ସିଟିଜେନ୍‌ ନାମକ ଏକ ଖବରକାଗଜରେ ସାମ୍ବାଦିକ ଲେନର୍ଡ ଷ୍ଟର୍ନ ଲେଖିଲେ, “ପିଲାମାନେ ଯେତେ ବି ଧନୀ ପରିବାରରୁ ଥାʼନ୍ତୁ, ସେମାନଙ୍କୁ ଯେତେ ବି ଭଲ ଶିକ୍ଷା ଦିଆଯାଉ ବା ସେମାନେ ପଢ଼ିବାରେ ଯେତେ ବି ଭଲ ଥାʼନ୍ତୁ ନା କାହିଁକି, ସେମାନେ ଏହା ଶିଖିପାରନ୍ତି ନାହିଁ ଯେ କାହାରି ସହ ଖରାପ ବ୍ୟବହାର କରିବା ଉଚିତ୍‌ ନୁହଁ ।”

ଷ୍ଟର୍ନ ଏହା ମଧ୍ୟ ଲେଖିଲେ, “ପିଲାମାନଙ୍କୁ ଭଲ ଭାବେ ଲାଳନପାଳନ କରିବା ପାଇଁ ସବୁଠୁ ଜରୁରୀ ହେଉଛି ସେମାନଙ୍କୁ ଠିକ୍‌ ଭୁଲର ସ୍ତର ଶିଖାଇବା । କିନ୍ତୁ ଅଧିକାଂଶ ବାପାମାଆ ନିଜ ପିଲାମାନଙ୍କୁ କେବଳ ପାଠପଢ଼ା ଉପରେ ଧ୍ୟାନ ଦେବା ପାଇଁ ଶିଖାନ୍ତି, ଯାହାଫଳରେ ସେମାନେ ଆଗକୁ ଯାଇ ଗୋଟିଏ ଭଲ ଚାକିରି ପାଇବେ ଓ ବହୁତ ପଇସା କମାଇବେ ।”

ଏହା ସତ ଯେ ପିଲାମାନଙ୍କୁ ସ୍କୁଲର ପାଠପଢ଼ା ଦରକାର । କିନ୍ତୁ ପିଲାମାନଙ୍କୁ ସ୍କୁଲରେ ଯେତେ ବି ଭଲ ଶିକ୍ଷା ଦିଆଯାଉ ନା କାହିଁକି, ସେଥିରୁ ସେମାନେ ନିଜର ଖରାପ ଇଚ୍ଛାଗୁଡ଼ିକୁ କାବୁ କରିବା ଶିଖିପାରିବେ ନାହିଁ । ତାହାଲେ ସେମାନଙ୍କୁ ଜଣେ ଭଲ ମଣିଷ ହେବା ପାଇଁ ନୈତିକ ଶିକ୍ଷା କେଉଁଠୁ ମିଳିପାରେ ?

ଠିକ୍‌ ଭୁଲର ଶିକ୍ଷା, ଭଲ ମଣିଷ କରାଏ

ବାଇବଲ ଗୋଟିଏ ଦର୍ପଣ ଭଳି ଅଟେ । ଯେବେ ଆମେ ଏଥିରେ ନିଜକୁ ଦେଖୁ, ତେବେ ଆମକୁ ନିଜ ଭୁଲ ଓ ଦୁର୍ବଳତାଗୁଡ଼ିକ ସ୍ପଷ୍ଟ ଦେଖାଯାଏ । (ଯାକୁବ ୧:୨୩-୨୫) କେବଳ ଏତିକି ନୁହେଁ, ବାଇବଲ ପଢ଼ିଲେ ଆମେ ନିଜଠାରେ ପରିବର୍ତ୍ତନ କରିପାରୁ ଓ ଏପରି ଗୁଣଗୁଡ଼ିକ ବଢ଼ାଇପାରୁ ଯେଉଁଥିରୁ ଆମେ ଅନ୍ୟମାନଙ୍କ ସହ ଶାନ୍ତି ଓ ଏକତାରେ ରହିପାରୁ । ଏପରି କିଛି ଗୁଣଗୁଡ଼ିକ ହେଉଛି, ପରୋପକାରିତା, କୃପା, ଦୀର୍ଘସହିଷ୍ଣୁତା, ସଂଯମ ଓ ପ୍ରେମ । ବାଇବଲରେ କୁହାଯାଇଛି ଯେ ପ୍ରେମ “ଏକତାରେ ଏକାଠି ବାନ୍ଧି ରଖେ ।” (କଲସୀୟ ୩:୧୪, ଇଜି-ଟୁ-ରିଡ୍‌ ଭର୍ସନ) ପ୍ରେମର କʼଣ ବିଶେଷତ୍ୱ ରହିଛି ? ଧ୍ୟାନ ଦିଅନ୍ତୁ ଏବିଷୟରେ ବାଇବଲରେ କʼଣ କୁହାଯାଇଛି ।

  • ‘ପ୍ରେମ ଦୀର୍ଘସହିଷ୍ଣୁ, ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ, ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ, ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ; ସମସ୍ତ ସହ୍ୟ କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ । ପ୍ରେମ କଦାପି ଶେଷ ହୁଏ ନାହିଁ ।’—୧ କରିନ୍ଥୀୟ ୧୩:୪-୮.

  • “ପ୍ରେମ ପ୍ରତିବାସୀର ଅନିଷ୍ଟ କରେ ନାହିଁ ।”—ରୋମୀୟ ୧୩:୧୦.

  • “ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ ।”—୧ ପିତର ୪:୮.

ଯେବେ ଆପଣ ଏପରି ଲୋକମାନଙ୍କ ମଧ୍ୟରେ ଥାʼନ୍ତି ଯେଉଁମାନେ ଆପଣଙ୍କୁ ପ୍ରେମ କରନ୍ତି, ତେବେ ଆପଣଙ୍କୁ କିପରି ଲାଗେ ? ଆପଣ ନିଶ୍ଚୟ ସୁରକ୍ଷିତ ଅନୁଭବ କରିବେ ଓ ଆପଣଙ୍କୁ କୌଣସି କଥାର ଚିନ୍ତା ନ ଥିବ । ଆପଣଙ୍କୁ ଭରସା ଥାଏ ଯେ ସେମାନେ ଆପଣଙ୍କର ଭଲ ଚାହାନ୍ତି ଓ ସେମାନେ କେବେ ବି ଜାଣିଶୁଣି ଆପଣଙ୍କର କିଛି କ୍ଷତି କରିବେ ନାହିଁ ।

ଅନ୍ୟମାନଙ୍କ ପାଇଁ ପ୍ରେମ ଥିଲେ ଆପଣ ତାଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଯିବେ, ଏପରିକି ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ମଧ୍ୟ । ଜଣେ ବ୍ୟକ୍ତି ଏପରି ହିଁ କଲେ । ସେ ନିଜ ନାତିକୁ ବହୁତ ପ୍ରେମ କରୁଥିଲେ । କିନ୍ତୁ ତାଙ୍କ ଜ୍ୱାଇଁ ଚାହୁଁ ନ ଥିଲେ ଯେ ସେ ପିଲା ପାଖରେ ରହନ୍ତୁ । କାହିଁକି ? କାରଣ ସେହି ବ୍ୟକ୍ତି ବହୁତ ସିଗାରେଟ୍‌ ପିଉଥିଲେ ଓ ସେଥିରୁ ପିଲାର କ୍ଷତି ହୁଅନ୍ତା । ତେଣୁ ସେହି ବ୍ୟକ୍ତି କʼଣ କଲେ ? ସେ ତାଙ୍କର ସିଗାରେଟ୍‌ ପିଇବାର ୫୦ ବର୍ଷ ପୁରୁଣା ଅଭ୍ୟାସକୁ ଛାଡ଼ିଦେଲେ । ସତରେ ପ୍ରେମରେ ବହୁତ ଶକ୍ତି ଥାଏ !

ବାଇବଲ ସାହାଯ୍ୟରେ ଆମେ ଭଲ ଗୁଣ ବଢ଼ାଇବା ଶିଖିପାରିବା, ଯେପରି ପରୋପକାରିତା, କୃପା ଓ ପ୍ରେମ

ଅନ୍ୟମାନଙ୍କୁ ପ୍ରେମ କରିବା ଶିଖିବାକୁ ପଡ଼ିଥାଏ । ବାପାମାଆ ପିଲାମାନଙ୍କୁ ଅନ୍ୟମାନଙ୍କୁ ପ୍ରେମ କରିବା ପାଇଁ ଶିଖାଇପାରିବେ । ଭଲ ବାପାମାଆ ନିଜ ପିଲାମାନଙ୍କର ଖାଇବା ପିଇବାର ଆବଶ୍ୟକତା ପୂରା କରନ୍ତି । ସେମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତି ଓ ଯେବେ ସେମାନେ ରୋଗରେ ପଡ଼ନ୍ତି କିମ୍ବା ସେମାନଙ୍କୁ କୌଣସି ଆଘାତ ଲାଗେ, ତାହେଲେ ସେମାନଙ୍କର ଯତ୍ନ ନିଅନ୍ତି । ସେମାନେ ପିଲାମାନଙ୍କ ସହ କଥାବାର୍ତ୍ତା ହୁଅନ୍ତି ଓ ସେମାନଙ୍କୁ ଭଲ ପରାମର୍ଶ ଦିଅନ୍ତି । ଯେବେ ପିଲାମାନେ କୌଣସି ଭୁଲ କରନ୍ତି, ତେବେ ସେମାନେ ତାଙ୍କୁ ସୁଧାରନ୍ତି ଏବଂ ଠିକ୍‌ କʼଣ ଓ ଭୁଲ କʼଣ ତାହା ବୁଝାନ୍ତି । ଭଲ ବାପାମାଆମାନେ ନିଜ ପିଲାମାନଙ୍କ ପାଇଁ ଗୋଟିଏ ଆଦର୍ଶ ଥାʼନ୍ତି ।

କିନ୍ତୁ ଦୁଃଖର କଥା, କିଛି ବାପାମାଆ ନିଜ ଦାୟିତ୍ୱ ଠିକ୍‌ ଭାବରେ ତୁଲାନ୍ତି ନାହିଁ । ତାହେଲେ କʼଣ ଏପରି ଲୋକମାନଙ୍କର ପିଲାମାନେ କେବେ ଭଲ ମଣିଷ ହୋଇପାରିବେ ନାହିଁ ? ଏପରି ନୁହଁ । କିଛି ପିଲାମାନେ ବଡ଼ ହେବା ପରେ ନିଜ ଜୀବନରେ ଅନେକ ପରିବର୍ତ୍ତନ କରନ୍ତି । ଯେଉଁମାନଙ୍କର ଲାଳନପାଳନ ଭଲଭାବେ ହୋଇନାହିଁ, ସେମଧ୍ୟରୁ ବି କିଛି ଲୋକମାନେ ଦାୟିତ୍ୱବାନ ବ୍ୟକ୍ତି ହୋଇପାରିଛନ୍ତି । ଏପରିକି କିଛି ପିଲା ଯେଉଁମାନେ ପୂର୍ବେ ବହୁତ ଖରାପ କାମ କରୁଥିଲେ, ସେମାନେ ମଧ୍ୟ ପରିବର୍ତ୍ତନ କରିପାରିଛନ୍ତି ।