ହତୋତ୍ସାହ ଲୋକଙ୍କ ପାଇଁ ସାନ୍ତ୍ୱନା
ହତୋତ୍ସାହ ଲୋକଙ୍କ ପାଇଁ ସାନ୍ତ୍ୱନା
“ସମସ୍ତ ସୃଷ୍ଟି ଆଜି ପର୍ଯ୍ୟନ୍ତ ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି ।” (ରୋମୀୟ ୮:୨୨) ୧,୯୦୦ ବର୍ଷ ପୂର୍ବେ ଯେତେବେଳେ ଏହା ଲେଖା ଯାଇଥିଲା, ମାନବୀୟ କଷ୍ଟ ବହୁତ ଅଧିକ ଥିଲା । ଅନେକ ଲୋକ ହତୋତ୍ସାହ ହେଉଥିଲେ । ତେଣୁ ଖ୍ରୀଷ୍ଟିଆନମାନଙ୍କୁ ଉତ୍ସାହିତ କରାଯାଇଥିଲା: “ହତୋତ୍ସାହ ଲୋକଙ୍କ ସହତ ସାନ୍ତ୍ୱନାପୂର୍ବକ କଥାବାର୍ତ୍ତା କର ।”—୧ ଥେସଲନୀକୀୟ ୫:୧୪.
ଆଜି, ମାନବୀୟ ଦୁର୍ଦ୍ଦଶା ବହୁତ ଅଧିକ ଏବଂ ବହୁତ ଲୋକ ହତୋତ୍ସାହ ହେଉଛନ୍ତି । କିନ୍ତୁ ଆମେ ଏଥିରେ ଆଶ୍ଚର୍ଯ୍ୟ ହେବା କି ? ପ୍ରକୃତରେ ନୁହେଁ, ବାଇବଲ ଏହି ଦିନଗୁଡ଼ିକୁ “ଶେଷକାଳ” କହି ଚିହ୍ନାଏ ଏବଂ ଏହାକୁ “ଭୀଷଣ ସମୟ” ବୋଲି ଉଲ୍ଲେଖ କରେ । (୨ ତୀମଥି ୩:୧-୫) ଏହି ଶେଷକାଳରେ ଯୀଶୁଖ୍ରୀଷ୍ଟ ଭବିଷ୍ୟଦ୍ବାଣୀ କରି କହିଥିଲେ, “ଜାତିମାନଙ୍କ ମଧ୍ୟରେ କ୍ଳେଶ ଘଟିବ” ଏବଂ “ପୃଥିବୀ ଉପରେ ଘଟିବାକୁ ଥିବା ବିଷୟର ପ୍ରତୀକ୍ଷାରେ ଲୋକମାନେ ଭୟବିହ୍ୱଳ ହୋଇ ମୂର୍ଚ୍ଛିତ ହେବେ”—ଲୂକ ୨୧:୭-୧୧, ୨୫-୨୭, NW; ମାଥିଉ ୨୪: ୩-୧୪.
ଯେତେବେଳେ ଲୋକମାନେ ଦୀର୍ଘକାଳୀନ ଦୁଶ୍ଚିନ୍ତା, ଭୟ, ଦୁଃଖ କିମ୍ବା ଏହିଭଳି ଅନ୍ୟାନ୍ୟ ଅସ୍ୱୀକାରସୂଚକ ମନୋଭାବ ଅନୁଭବ କଲାବେଳେ ବେଳେବେଳେ ହତୋତ୍ସାହ ହୋଇଯାନ୍ତି । ପ୍ରିୟଜନଙ୍କ ମୃତ୍ୟୁ, ବିବାହ ବିଚ୍ଛେଦ, କର୍ମସଂସ୍ଥାନର ଅପଚୟ କିମ୍ବା ନିରନ୍ତର ପୀଡ଼ିତ ହେବା ଦ୍ୱାରା ଜଣେ ବ୍ୟକ୍ତି ଅବସାଦ କିମ୍ବା ଅତ୍ୟଧିକ ଦୁଃଖ ଭୋଗିପାରେ । ଯେତେବେଳେ ଲୋକମାନଙ୍କ ମନରେ ଅଯୋଗ୍ୟତାର ଭାବନା ଉତ୍ପନ ହୁଏ, ସେତେବେଳେ ସେମାନେ ହତୋତ୍ସାହ ହୋଇପଡ଼ନ୍ତି । ଯେତେବେଳେ ସେମାନେ ଅସଫଳ ବୋଲି ମନେ କରିନ୍ତି, ସେମାନେ ନିରାଶ ହୁଅନ୍ତି । ଯେ କୌଣସି ବ୍ୟକ୍ତି ଉତ୍ତେଜନାତ୍ମକ ପରିସ୍ଥିତିରେ ଅସ୍ତବ୍ୟସ୍ତ ହୋଇପାରେ, ଯେତେବେଳେ ଜଣେ ବ୍ୟକ୍ତି ନିରାଶାର ମନୋଭାବକୁ ବଢ଼ାଏ ଓ ତାକୁ ଖରାପ ସ୍ଥିତିରୁ ମୁକୁଳିବାକୁ ବାଟ ଦେଖା ନ ଯାଏ, ତେବେ ଏହାର ପରିଣାମ ଗଭୀର ହତାଶ ହୋଇପାରେ ।
ପ୍ରାଚୀନ କାଳର ଲୋକମାନେ ଏହିପରି ଅନୁଭବ କରୁଥିଲେ । ଆୟୁବ ନିଜ ଅସୁସ୍ଥତା ଓ ଦୁର୍ଭାଗ୍ୟ ଭୋଗିଥିଲେ । ସେ ଅନୁଭବ କରିଥିଲେ ଯେ ପରମେଶ୍ୱର ତାକୁ ତ୍ୟାଗ କରିଦେଲେ । ତେଣୁ ସେ ଜୀବନ ପ୍ରତି ଘୃଣା ଅଭିବ୍ୟକ୍ତ କରିଥିଲେ । (ଆୟୁବ ୧୦:୧; ୨୯:୨, ୪, ୫) ଆୟୁବ ନିଜ ପୁତ୍ରର ମୃତ୍ୟୁରେ ହତାଶ ହୋଇଥିଲେ ଏବଂ ସାନ୍ତ୍ୱନାକୁ ଅସ୍ୱୀକାର କରି ମୃତ୍ୟୁବରଣ କରିବା ପାଇଁ ଇଚ୍ଛା କରିଥିଲେ । (ଆଦିପୁସ୍ତକ ୩୭:୩୩-୩୫) ଗମ୍ଭୀର ଦୋଷ ପାଇଁ ଦୋଷୀ ବୋଲି ଅନୁଭବ କରି ରାଜା ଦାଉଦ ବିଳାପ କରିଥିଲେ: ‘ମୁଁ ଦିନଯାକ ଶୋକ କରି ବୁଲୁଥିଲି । ମୁଁ କ୍ଷିଣ ଓ ଅତିଶୟ ଚୁର୍ଣ୍ଣ ହୋଇଥିଲି ।’—ଗୀତସଂହିତା ୩୮:୬, ୮; ୨ କରିନ୍ଥୀୟ ୭:୫, ୬.
ଆଜିକାଲି ଅନେକ ଲୋକ ନିଜ ଉପରେ ନିଜେ ବହୁତ ଭାର ଲଦିବା ଦ୍ୱାରା ହତୋତ୍ସାହ ହୋଇ ପଡ଼ିଛନ୍ତି । ସେମାନେ ଏପରି ରୁଟିନର ଅନୁସରଣ କରିବାକୁ ଚେଷ୍ଟା କରନ୍ତି ଯାହା ତାଙ୍କର ମାନସିକ, ଭାବାତ୍ମକ ଓ ଶାରୀରିକ ପରିସରର ବାହାରେ ଥାଏ । ସ୍ପଷ୍ଟତଃ, ଉତ୍ତେଜନା ସହିତ ନକାରାତ୍ମକ ବିଚାର ଓ ଭାବନା ମସ୍ତିସ୍କରେ ରାସାଇନିକ ଅସନ୍ତୁଳନକୁ ବଢ଼େଇ ଶରୀରରେ ପ୍ରଭାବ ପକାଇବା ଦ୍ୱାରା ହତୋତ୍ସାହ ଉତ୍ପନ ହୁଏ ।—ହିତୋପଦେଶ ୧୪:୩୦ ତୁଳନା କରନ୍ତୁ ।
ସହାୟତା ଯାହା ସେମାନେ ଆବଶ୍ୟକ କରନ୍ତି
ଫିଲିପ୍ପର ଜଣେ ପ୍ରଥମ ଶତାଦ୍ଧୀ ଖ୍ରୀଷ୍ଟିଆନ ଏଫାଫ୍ରଦିତ “ପୀଡ଼ିତ ଅଛି ବୋଲି ତୁମ୍ଭେମାନେ [ତାଙ୍କ ବନ୍ଧୁମାନେ] ଶୁଣିଥିବାରୁ ଅତ୍ୟନ୍ତ ବ୍ୟଥିତ ।” ପ୍ରେରିତ ପାଉଲଙ୍କ ପାଇଁ ସମସ୍ତ ଜିନିଷ ଦେଇ ଏଫାଫ୍ରଦିତଙ୍କୁ ତାଙ୍କ ବନ୍ଧୁମାନଙ୍କ ଦ୍ୱାରା ରୋମ ପଠାଇ ଦିଆଯାଇଥିଲା, ଏବଂ ସେଠାରେ ପହଞ୍ଚିଲା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ, ଏଫାପ୍ରଦିତ ବୋଧହୁଏ ଭାବିଥିଲେ ଯେ ତାଙ୍କର ବନ୍ଧୁମାନେ ନିରାଷ ହୋଇଥିଲେ ଏବଂ ତାଙ୍କୁ ଜଣେ ଅସଫଳ ବ୍ୟକ୍ତି ବୋଲି ଭାବିଥିଲେ । (ଫିଲିପ୍ପୀୟ ୨:୨୫-୨୭; ୪:୧୮) ପ୍ରେରିତ ପାଉଲ କିପରି ସାହାଯ୍ୟ କରିଥିଲେ ?
ସେ ଫିଲିପ୍ପୀୟ ବନ୍ଧୁମାନଙ୍କ ନାମରେ ଗୋଟିଏ ଚିଠି ସହିତ ଏଫାଫ୍ରଦିତଙ୍କୁ ଘରକୁ ଫଠାଇଥିଲେ, ଯେଉଁଥିରେ ଲେଖାଥିଲା: “ପ୍ରଭୁଙ୍କ ହେତୁ ତାଙ୍କୁ [ଏଫାଫ୍ରଦିତଙ୍କୁ] ଅତି ଆନନ୍ଦରେ ଗ୍ରହଣ କର, ଆଉ ଏହି ପ୍ରକାର ବ୍ୟକ୍ତିମାନଙ୍କ ସମାଦର କର ।” (ଫିଲିପ୍ପୀୟ ୨:୨୮-୩୦) ନିଶ୍ଚିତ ଭାବେ ଏଫାଫ୍ରଦିତଙ୍କୁ ଏହି କଥାରେ ସାନ୍ତ୍ୱନା ମିଳିଥିବ ଏବଂ ତାଙ୍କର ହତୋତ୍ସାହକୁ କମ କରିବା ପାଇଁ ସହାୟତା ମଧ୍ୟ ମିଳିଥିବ, କାରଣ ପାଉଲ ତାଙ୍କର ପ୍ରସଂଶା କରିଥିଲେ ଏବଂ ଫିଲିପ୍ପୀୟବାସୀମାନେ ସ୍ନେହ ଓ ପ୍ରେମର ସହିତ ତାଙ୍କର ସ୍ୱାଗତ କରିଥିଲେ ।
ନିଃସନ୍ଦେହରେ “ହତେତ୍ସାହ ବ୍ୟକ୍ତିମାନଙ୍କ ସହ ସାନ୍ତ୍ୱନାପୂର୍ବକ କଥାବାର୍ତ୍ତା କରିବା” ସର୍ବୋତ୍ତମ ବାଇବଲୀୟ ପରାମର୍ଶ (NW) । ଜଣେ ହତାସ୍ମି ସ୍ତ୍ରୀଲୋକ କହିଥିଲେ, “ଆମେ ଜାଣିବା ଆବଶ୍ୟକ ଯେ ଜଣେ ବ୍ୟକ୍ତି ଭାବରେ ଅନ୍ୟମାନେ ଆମର ଯତ୍ନ ନିୟନ୍ତି । ଆମେ ଯେ କୌଣସି ଲୋକର କଥା ଶୁଣିବା ଉଚିତ୍ତ, ‘ମୁଁ ଭାବୁଛି; ତୁମେ ଠିକ୍ ହୋଇଯିବ ।’”
ହତୋତ୍ସାହ ବ୍ୟକ୍ତି ବେଳେ ବେଳେ ସହାନୁଭୂତି ଦେଖାଇବା ବ୍ୟକ୍ତିକୁ ସ୍ୱତପ୍ରବୃତ ହୋଇ ଖୋଜିବା ଆବଶ୍ୟକ ଯାହା ସହିତ ସେ କଥାବର୍ତ୍ତା କରି ପାରିବ । ସେହି ବ୍ୟକ୍ତି ଜଣକ ଜଣେ
ଭଲ ସୁଣାଳି ଓ ସୁସ୍ଥିର ବ୍ୟକ୍ତି ହୋଇଥିବା ଆବଶ୍ୟକ । ସେ ହତାଶ ବ୍ୟକ୍ତିକୁ ଭାଷଣ ଦେବା କିମ୍ବା ନିର୍ଣ୍ଣାୟକ କଥା କହିବା ଉଚିତ ନୁହେଁ, ଯେପରିକି ‘ତୁମେ ଏହିପରି ଭାବିବା ଉଚିତ ନୁହେଁ,’ କିମ୍ବା ‘ଏହା ଏକ ଭୁଲ ଧାରଣା ।’ ହତୋତ୍ସାହ ବ୍ୟକ୍ତିର ଭାବନା କ୍ଷଣଭଙ୍ଗୁର ହୋଇଥାଏ ଏହିପରି ଆଲୋଚନାତ୍ମକ ଟିପ୍ପଣୀ ଦ୍ୱାରା ସେ କେବଳ ନିଜ ସମ୍ବନ୍ଧରେ ଖରାପ ଭାବିବ ।ହତୋତ୍ସାହ ବ୍ୟକ୍ତି ନିଜକୁ ଅଯୋଗ୍ୟ ମନେକରି ପାରେ । (ଯୂନସ ୪:୩) ତଥାପି ଜଣେ ବ୍ୟକ୍ତିକୁ ମନେରଖିବା ଉଚିତ୍ତ ଯେ ଯେଉଁ ଜିନିଷ ପ୍ରକୃତରେ ମହତ୍ୱ ରଖେ ତାହାକୁ ଈଶ୍ୱର କେତେ ମୂଲ୍ୟବାନ ମନେକରନ୍ତି । ଲୋକମାନେ ଯୀଶୁଖ୍ରୀଷ୍ଟଙ୍କୁ “ମାନ୍ୟ କଲେ ନାହିଁ” କିନ୍ତୁ ପରମେଶ୍ୱରଙ୍କ ଦୃଷ୍ଟିରେ ତାଙ୍କର ମୂଲ୍ୟ ବଦଳିଲା ନାହିଁ । (ଯିଶାଇୟ ୫୩:୩) ଯେଉଁ ପ୍ରକାରେ ପରମେଶ୍ୱର ନଜ ପ୍ରିୟ ପୁତ୍ରଙ୍କୁ ପ୍ରେମ କରନ୍ତି, ସେହି ପ୍ରକାରେ ସେ ଆପଣଙ୍କୁ ମଧ୍ୟ ପ୍ରେମ କରନ୍ତି, ଏଥିରେ ନିଶ୍ଚିତ ରହନ୍ତୁ ।—ଯୋହନ ୩:୧୬.
ଯୀଶୁ ବିପଦରେ ପଡ଼ିଥିବା ଲୋକମାନଙ୍କୁ ସହାନୁଭୂତି ଦେଖାଇଥିଲେ ଏବଂ ସେମାନଙ୍କ ବ୍ୟକ୍ତିଗତ ଜୀବନର ମୂଲ୍ୟକୁ ବୁଝି ସହାଯ୍ୟ କରିବାକୁ ଚେଷ୍ଟା କରିଥିଲେ । (ମାଥିଉ ୯:୩୬; ୧୧:୨୮-୩୦; ୧୪:୧୪) ସେ ବୁଝାଇଥିଲେ ଯେ ପରମେଶ୍ୱର ଛୋଟ ଛୋଟ ଘରଚଟିଆଗୁଡ଼ିକର ମଧ୍ୟ ଯତ୍ନ ନିୟନ୍ତି । ସେ କହିଥିଲେ, “ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ଈଶ୍ୱରଙ୍କ ଛାମୁରେ ବିସ୍ମୃତ ନୁହେଁ ।” ଯେଉଁମାନେ ତାଙ୍କ ଇଚ୍ଛା ପୂରଣ କରନ୍ତି, ସେମାନଙ୍କୁ ସେ କେତେ ମୂଲ୍ୟବାନ ଭାବନ୍ତି ! ଏହି ବିଷୟରେ ଯୀଶୁ କହିଥିଲେ, “ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶ ମଧ୍ୟ ଗଣାଯାଉଛି ।”—ଲୂକ ୧୨:୬, ୭.
ପ୍ରକୃତରେ, ଜଣେ ଲୋକ ପକ୍ଷରେ ଏହା ଅତ୍ୟଧିକ ହତୋତ୍ସାହ ହୋଇପାରେ ଯିଏ ନିଜ ଦୁର୍ବଳତା ଓ ନ୍ୟୂନତାର ଚାପରେ ଦବିଯାଏ । ଏହା ବିଶ୍ୱାସ କରିବା ତାʼ ପକ୍ଷରେ ଅସମ୍ଭବ ହୁଏ ଯେ ଈଶ୍ୱର ତାକୁ ଅଧିକ ମୂଲ୍ୟବାନ ଭାବନ୍ତି । ସେ ଈଶ୍ୱରଙ୍କ ପ୍ରେମ ଓ ଯତ୍ନର ଅଯୋଗ୍ୟ ବୋଲି ଅନୁଭବ କରିପାରେ । ‘ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରିପାରେ,’ ଈଶ୍ୱରଙ୍କ ବଚନ ଏହା ସ୍ୱୀକାର କହିଥାଏ । କିନ୍ତୁ ଏହା କʼଣ ନିର୍ଣ୍ଣାୟକ ତତ୍ୱ କି ? ନା, ଏହା ନୁହେଁ । ପରମେଶ୍ୱର ଜାଣନ୍ତି ଯେ ପାପୀ ମନୁଷ୍ୟ ନକାରାତ୍ମକ ରୂପେ ବିଚାର କରିପାରନ୍ତି ଏବଂ ନିଜକୁ ଦୋଷୀ ମନେକରି ପାରନ୍ତି । ତେଣୁ ତାଙ୍କ ବାକ୍ୟ ସେମାନଙ୍କୁ ସାନ୍ତ୍ୱନା ଦିଏ: “ଈଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି ।”—୧ ଯୋହନ ୩:୧୯, ୨୦.
ହଁ, ଆମର ପ୍ରେମମୟ ସ୍ୱର୍ଗୀୟ ପିତା ଆମ ପାପ ଓ ଦୋଷ ଛଡ଼ା ଅଧିକ କିଛି ଦେଖନ୍ତି । ସେ ଆମର ଲଘୁକାରକ ପରିସ୍ଥିତି, ଆମର ସମ୍ପୂର୍ଣ୍ଣ ଜୀବନ ପ୍ରଣାଳୀ, ଆମର ଉଦ୍ଦେଶ୍ୟ ଓ ମନୋଭାବସବୁ ଜଣନ୍ତି । ସେ ଜାଣନ୍ତି ଯେ ଆମେ ପାପ, ରୋଗ ଓ ମୃତ୍ୟୁକୁ ଉତ୍ତରାଧିକାରୀ ସୁତ୍ରରେ ପାଇଅଛୁ, ସେଥିପାଇଁ ଆମର ସୀମା ନିର୍ଦ୍ଧାରଣ କରାଯାଇଛି । ଆମେ ନଜେ ଦୁଃଖ ରୋମୀୟ ୫:୧୨; ୮:୨୦.
ଓ କ୍ଷୋଭ ଅନୁଭବ କରୁ । ଏହି କଥା ଏହାର ନିଜସ୍ୱ ପ୍ରମାଣ ଯେ ଆମେ ପାପ କରିବାକୁ ଚାହୁଁ ନାହୁଁ ଏବଂ ଅଧିକ ଦୂର ଯାଇନାହୁଁ । ବାଇବଲ କହେ ଯେ ଆମେ ନିଜ ଇଚ୍ଛାର ବିରୁଦ୍ଧରେ “ଅସାରତାର ବଶୀଭୂତ ହେଲୁ ।” ତେଣୁ ଈଶ୍ୱର ଆମର ଶୋଚନୀୟ ଦୁର୍ଦଶା ପ୍ରତି ସହାନୁଭୂତି ପ୍ରଦର୍ଶନ କରନ୍ତି ଏବଂ ଆମର ଦୁର୍ବଳତାଗୁଡ଼ିକୁ କରୁଣାମୟ ରୀତିରେ ବିବେଚନା କରନ୍ତି ।—ଆମକୁ ଆଶ୍ୱାସନା ଦିଆଯାଏ ଯେ “ଯିହୋବା ସ୍ନେହଶୀଳ ଓ କୃପାମୟ । ପୂର୍ବରୁ ପଶ୍ଚିମ ଯେତେ ଦୂର ସେ ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ଆପରାଧ ସେତେ ଦୂର କରିଅଛନ୍ତି । ସେ ଆମ୍ଭମାନଙ୍କର ଗଠନ ଜାଣନ୍ତି; ଆମ୍ଭେମାନେ ଯେ ଧୂଳି ମାତ୍ର, ଏହା ସ୍ମରଣ କରନ୍ତି ।” (ଗୀତସଂହିତା ୧୦୮:୩, ୧୨, ୧୪) ପ୍ରକୃତରେ ଯିହୋବା “ସମସ୍ତ ସାନ୍ତ୍ୱନାର ଈଶ୍ୱର, ସେଥିପାଇଁ ସେ ଆମ୍ଭମାନଙ୍କୁ ସମସ୍ତ କ୍ଳେଶରେ ସାନ୍ତ୍ୱନା ପ୍ରଦାନ କରନ୍ତି ।”—୨ କରିନ୍ଥୀୟ ୧:୩, ୪.
ହତୋତ୍ସାହ ବ୍ୟକ୍ତିମାନେ ଯେଉଁ ସହାୟତାର ଅଧିକ ଆବଶ୍ୟକ କରନ୍ତି, ସେମାନେ ଦୟାବନ୍ତ ଈଶ୍ୱରଙ୍କ ନିମନ୍ତ୍ରଣ ସ୍ୱୀକାର କରି ତାଙ୍କ ନିକଟକୁ ଆସନ୍ତି ଏବଂ ତାଙ୍କ ‘ଉପରେ ଆପଣା ଭାର ପକାନ୍ତି ।’ ସେ ପ୍ରକୃତରେ ‘ଚୁର୍ଣ୍ଣମନା ଲୋକମାନଙ୍କର ଆତ୍ମାକୁ ସଜୀବ କରିପାରନ୍ତି ।’ (ଗୀତସଂହିତା ୫୫:୨୨; ଯିଶାଇୟ ୫୭:୧୫) ତେଣୁ ଈଶ୍ୱରଙ୍କ ବାକ୍ୟ ପ୍ରର୍ଥନା କରିବା ପାଇଁ ଉତ୍ସାହିତ କରି କହେ: ତୁମ୍ଭମାନଙ୍କ ସମସ୍ତ ଭାର ତାହାଙ୍କ [ଯିହୋବା] ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି । (୧ ପିତର ୫:୭) ହଁ, ପ୍ରାର୍ଥନା ଓ ବିନତି ଦ୍ୱାରା ଲୋକମାନେ ଈଶ୍ୱରଙ୍କ ନିକଟତର ହୋଇପାରନ୍ତି ଏବଂ “ଈଶ୍ୱରଙ୍କ ସମସ୍ତ ଧାରଣାତୀତ ଶାନ୍ତି” ଉପଭୋଗ କରିପାରନ୍ତି ।—ଫିଲିପ୍ପୀୟ ୪:୬, ୭; ଗୀତସଂହିତା ୧୬:୮,୯.
ଜୀବନ ଶୈଳୀରେ ବ୍ୟବହାରିକ ସମନ୍ୱୟ କରିବା ଦ୍ୱାରା ଜଣେ ବ୍ୟକ୍ତି ହତୋତ୍ସାହ ମନୋଭାବରୁ ମୁକୁଳିବା ପାଇଁ ସାହାଯ୍ୟ କରିପାରିବ । ଶାରୀରିକ ବ୍ୟାୟାମ, ପୌଷ୍ଟିକ ଭୋଜନର ଆହରଣ, ମୁକ୍ତ ବାୟୁ ଓ ଉପଯୁକ୍ତଭାବେ ବିଶ୍ରାମ ନେବା, ଅତ୍ୟଧିକ ଟିଭି ନ ଦେଖିବା ଇତ୍ୟାଦି ମହତ୍ୱପୂର୍ଣ୍ଣ । ଜଣେ ସ୍ତ୍ରୀଲୋକ ହତୋତ୍ସାହ ହୋଇଥିବା ଜଣେ ବ୍ୟକ୍ତିକୁ ଖୁବ୍ ଜୋରରେ ଚାଲିବାକୁ ପ୍ରୋଶ୍ଚାହିତ କରି ସାହାଯ୍ୟ କରିଥିଲେ । ଯେତେବେଳେ ହତୋତ୍ସାହ ସ୍ତ୍ରୀଲୋକ ଜଣକ କହିଲେ: “ମୁଁ ଚାଲିବାକୁ ଇଚ୍ଛା କରୁନାହଁ,” ସେହି ସ୍ତ୍ରୀଲୋକ ଜଣକ ନମ୍ରତାପୂର୍ବକ କିନ୍ତୁ ଦୃଢ଼ତାର ସହିତ କହିଥିଲେ: “ହଁ, ତୁମେ ଯିବ ।” ସେହି ସ୍ତ୍ରୀଲୋକଟିର ବିବୃତି ଅନୁଯାଇ: ‘ଆମେ ୬ କି:ମି ଚାଲିଥିଲୁ । ଯେତେବେଳେ ଆମେ ଫେରିଲୁ, ସେ କ୍ଳାନ୍ତ ହୋଇଯାଇଥିଲେ, କିନ୍ତୁ ସୁସ୍ଥ ଅନୁଭବ କରିଥିଲେ । ଆପଣ ବିଶ୍ୱାସ କରିପାରିବେ ନାହିଁ, ଯେପର୍ଯ୍ୟନ୍ତ ଆପଣ ନିଜେ ଶକ୍ତିଶାଳି ବ୍ୟାୟାମ କରିବାକୁ ଚେଷ୍ଟା ନ କରିଛନ୍ତି ।’
ସବୁପ୍ରକାର ଉପାୟ ଓ ଚିକିତ୍ସାବିଜ୍ଞାନକୁ ପ୍ରୟୋଗକରି ମଧ୍ୟ ବେଳେବେଳେ ହତେତ୍ସାହକୁ ସମ୍ପୂର୍ଣ୍ଣରୂପେ ପରାଜୟ କରିବା ଆସମ୍ଭବ ହୋଇପଡ଼େ । ଜଣେ ମଧ୍ୟ ବର୍ଷୀୟ ସ୍ତ୍ରୀଲୋକ ରୋମୀୟ ୧୨:୧୨; ୧୫:୪.
କହିଥିଲେ, “ମୁଁ ପ୍ରତ୍ୟେକ ଜିନିଷ ପ୍ରୟୋଗ କଲି . . . କିନ୍ତୁ ହତୋତ୍ସାହ ଦୂର ଦେଲା ନାହିଁ ।” ସେହିପରି ଅନ୍ଧ, ବଧିର, ଛୋଟା ଲୋକମାନଙ୍କୁ ସୁସ୍ଥ କରିବା ବେଳେବେଳେ ଅସମ୍ଭବ ହୋଇପଡ଼େ । ତଥାପି, ନିୟମିତ ଈଶ୍ୱରଙ୍କ ବାକ୍ୟ ପଢ଼ିବା ଦ୍ୱାରା ହତୋତ୍ସାହ ବ୍ୟକ୍ତି ସାନ୍ତ୍ୱନା ପାଇପାରେ ଏବଂ ଆଶା ରଖିପାରେ ଯାହା ସବୁ ପ୍ରକାର ମାନବୀୟ ରୋଗରୁ ସ୍ଥାୟୀ ଉପଶମର ଆଶା ଦିଏ ।—ଯେତେବେଳେ ଆଉ କେହିହେଲେ ହତୋତ୍ସାହ ହେବେନାହିଁ
ଯେତେବେଳେ ଯୀଶୁ ପୃଥିବୀ ଉପରେ ଘଟିବାକୁ ଥିବା ଅନ୍ତିମ ଦିନର ଭୟଙ୍କର ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ, ସେ କହିଥିଲେ: “ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଊର୍ଦ୍ଧଦୃଷ୍ଟି କର ଓ ମସ୍ତକ ଉତ୍ତଳନ କର, ଯେଣୁ ତୁମ୍ଭମାନଙ୍କ ମୁକ୍ତି ସନ୍ନିକଟ ।” (ଲୂକ ୨୧:୨୮) ଯୀଶୁ ମୁକ୍ତି ପାଇ ଈଶ୍ୱରଙ୍କ ଧାର୍ମିକ ରାଜ୍ୟରେ ପ୍ରବେଶ କରିବା ବିଷୟ କହୁଥିଲେ, ଯେଉଁଠାରେ “ସୃଷ୍ଟି ନିଜେ ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସତ୍ୱରୁ ମୁକ୍ତ ହେବ ।”—ରୋମୀୟ ୮:୨୧.
ଯେତେବେଳେ ମାନବଜାତି ଅତୀତର ବୋଝରୁ ମୁକ୍ତି ପାଇ ପ୍ରତ୍ୟେକ ଦିନର କାର୍ଯ୍ୟକୁ ସ୍ୱଚ୍ଛ ମନରେ କୌଶଳର ସହିତ ଆୟତ କରିବାକୁ ତତ୍ପର ହେବେ, ଏହା ତାଙ୍କ ପାଇଁ କେତେ ଉପଶମ ହେବ ! ଆଉ କେବେହେଲେ କେହିବି ହତାଶର କରଣରୁ ଦୁଃଖ ଅନୁଭବ କରିବ ନାହିଁ । ମାନବଜାତିଙ୍କ ପାଇଁ ଈଶ୍ୱରଙ୍କ ଦୃଢ଼ ପ୍ରତିଜ୍ଞା ଯେ, “ସେ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁ ଜଳ ପୋଛି ଦେବେ; ମୃତ୍ୟୁ ଆଉ ରହିବ ନାହିଁ, ଶୋକ, କ୍ରନ୍ଦନ ଓ ବ୍ୟଥା ଆଉ ହେବ ନାହିଁ । କାରଣ ପୂର୍ବ ବିଷୟ ସବୁ ଲୋପ ପାଇଅଛି ।”—ପ୍ରକାଶିତ ବାକ୍ୟ ୨୧:୩, ୪.
ଅନ୍ୟ ସୂଚନା ବ୍ୟତୀତ ଏହାର ସବୁ ଉଦ୍ଧୃତି ପବିତ୍ର ବାଇବଲ ଗ୍ରନ୍ଥର ଶୁଦ୍ଧ ଓଡ଼ିଆ ଅନୁବାଦରୁ ଗୃହୀତ ।