ପରମେଶ୍ୱରଙ୍କ ଚିରନ୍ତନ ସେବା ଆପଣଙ୍କ ଲକ୍ଷ୍ୟ ହେଉ
ଅଧ୍ୟାୟ ୧୮
ପରମେଶ୍ୱରଙ୍କ ଚିରନ୍ତନ ସେବା ଆପଣଙ୍କ ଲକ୍ଷ୍ୟ ହେଉ
୧, ୨. ଈଶ୍ୱର ବିଷୟକ ଜ୍ଞାନର ଅଧିକାରୀ ହେବା ଛଡ଼ା ଆଉ କʼଣ ପ୍ରୟୋଜନ ଅଛି ?
କଳ୍ପନା କରନ୍ତୁ ଯେ, ଗୁପ୍ତଧନ ଥିବା ଗୋଟିଏ ବନ୍ଦ ଘରର ଦ୍ୱାର ସମ୍ମୁଖରେ ଆପଣ ଠିଆ ହୋଇଛନ୍ତି, କବାଟ ଖୋଲିଲେ ଆପଣ ଘର ଭିତରକୁ ପ୍ରବେଶ କରିବେ । ଧରିନିୟନ୍ତୁ ଜଣେ କ୍ଷମତାପନ୍ନ ବ୍ୟକ୍ତି ଆପଣଙ୍କୁ ଚାବି ଦେଲେ ଏବଂ କହିଲେ, ଏହି ମୂଲ୍ୟବାନ ବସ୍ତୁରୁ ଯାହା ଆପଣ ଚାହାନ୍ତି ନେଇପାରନ୍ତି । ସେହି ଚାବି ବ୍ୟବହାର ନକଲା ପର୍ଯ୍ୟନ୍ତ ଆପଣ କୌଣସି ପାଦାର୍ଥ ପାଇପାରିବେ ନାହିଁ । ଯଦି ଉପକାରରେ ଆସେ, ସେହିପରି ଆପଣ ଜ୍ଞାନର ଉପଯୋଗ କରନ୍ତୁ ।
୨ ବିଶେଷକରି ପରମେଶ୍ୱରଙ୍କ ଜ୍ଞାନ ବିଷୟରେ ଏହା ସତ୍ୟ । ବାସ୍ତବରେ ଅନନ୍ତ ଜୀବନ ହେଉଛି ଯିହୋବା ଓ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଯଥାର୍ଥ ଜ୍ଞାନ ଲାଭକରିବା । (ଯୋହନ ୧୭:୩) ତଥାପି କେବଳ ଜ୍ଞାନ ବଳରେ ଏହାର ମହାନତା ହୃଦୟଙ୍ଗମ କରିହେବ ନାହିଁ । ଯେପରି ଆପଣ ସେହି ଚାବିଟିକୁ ପ୍ରୟୋଗ କରିଥାନ୍ତେ, ସେହିପରି ଆପଣ ନିଜ ଜୀବନରେ ଈଶ୍ୱରଙ୍କ ଜ୍ଞାନ ପ୍ରୟୋଗ କରିବା ଆବଶ୍ୟକ । ଯୀଶୁ କହିଥଲେ ଯେଉଁମାନେ ପରମେଶ୍ୱଙ୍କ ଇଚ୍ଛା ପାଳନ କରନ୍ତି, ସେମାନେ “ସେହି ରାଜ୍ୟରେ ପ୍ରବେଶ କରିବେ ।” ଏପରି ବ୍ୟକ୍ତିଙ୍କୁ ସର୍ବଦା ପରମେଶ୍ୱରଙ୍କ ସେବା କରିବାକୁ ସୁଯୋଗ ମଳିବ !—ମାଥିଉ ୭:୨୧; ୧ ଯୋହନ ୨:୧୭.
୩. ଆମ ପାଇଁ ଈଶ୍ୱରଙ୍କ ଇଚ୍ଛା କʼଣ ?
୩ ପରମେଶ୍ୱରଙ୍କ ଜ୍ଞାନ କʼଣ, ତାହା ଶିକ୍ଷା କଲା ପରେ ପାଳନ କରିବା ଆବଶକ । ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ଆପଣଙ୍କ ପାଇଁ ପରମେଶ୍ୱରଙ୍କ ଇଚ୍ଛା କʼଣ ? ଏହାର ଶାରାଂଶ ଉପଯୁକ୍ତ ଭାବରେ ଏହିପରି କୁହାଯାଇ ପାରେ: ଯୀଶୁଙ୍କୁ ଅନୁକରଣ କରନ୍ତୁ । ୧ ପିତର ୨:୨୧ ପଦ କହେ: “ଏଥି ନିମନ୍ତେ ତୁମ୍ଭେମାନେ ଆହୂତ ହୋଇଅଛ । କାରଣ ଖ୍ରୀଷ୍ଟ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଯନ୍ତ୍ରଣା ଭୋଗ କରିଅଛନ୍ତି ଓ ତୁମେ ଯେପରି ତାହାଙ୍କ ପଦାଙ୍କ ଅନୁଶରଣ କରିପାର, ସେଥି ସକାଶେ ସେ ଏକ ଉଦାହରଣ ଦେଇ ଅଛନ୍ତି ।” ତେବେ ପରମେଶ୍ୱରଙ୍କ ଇଚ୍ଛାରେ ଚାଲିବାକୁ ହୋଲେ ଆପଣଙ୍କୁ ଯଥାସମ୍ଭବ ଯୀଶୁଙ୍କ ଉଦାହରଣ ଅନୁଶରଣ କରିବାକୁ ପଡ଼ିବ । ଏହି ପ୍ରକାରେ ଆପଣ ପରମେଶ୍ୱରଙ୍କ ଜ୍ଞାନକୁ ନିଜ ଜୀବନରେ ପ୍ରୟୋଗ କରିପାରିବେ ।
ଯୀଶୁ ପରମେଶ୍ୱରଙ୍କ ଜ୍ଞାନକୁ କିପରି ଉପଯୋଗ କରିଥିଲେ
୪. ଯୀଶୁ ଯୀହୋବାଙ୍କ ସମ୍ବନ୍ଧରେ ବେଶି ଜାଣନ୍ତି କାହିଁକି ଏବଂ ସେ କିପରି ସେହି ଜ୍ଞାନ ପ୍ରୟୋଗ କରିଥଲେ ?
୪ ପରମେଶ୍ୱରଙ୍କ ଅନ୍ତରଙ୍ଗ ଜ୍ଞାନ ଯୀଶୁଙ୍କର ଅନ୍ୟମାନଙ୍କ ଠାରୁ ଅଧିକ ଅଛି । ସେ ପୃଥିବୀକୁ ଆସିବା ପୂର୍ବରୁ ବହୁବର୍ଷ ଧରି ସ୍ୱର୍ଗରେ ଯିହୋବା ଈଶ୍ୱରଙ୍କ ସହିତ ରହି କାମ କରୁଥିଲେ । (କଲସୀୟ ୧:୧୫, ୧୬) ତାଙ୍କର ସେହିସବୁ ଜ୍ଞାନ ଦ୍ୱାରା ସେ କʼଣ କରିଥିଲେ ? ସମସ୍ତ ଜ୍ଞାନର ଅଧିକାରୀ ହୋଇ ମଧ୍ୟ ସେ ଖୁସି ନଥିଲେ । ଯୀଶୁ ସେହି ଅନୁସାରେ ଜୀବନ ଯାପନ କରୁଥିଲେ । ତେଣୁ ସେ ଅସୀମ ଦୟାଳୁ, ଧର୍ଯ୍ୟଶୀଳ, ଏବଂ ପ୍ରତ୍ୟେକ ମନୁଷ୍ୟ ସହିତ ପ୍ରେମମୟ ବ୍ୟବହାର ଦେଖାଉଥିଲେ । ଏହି ପ୍ରକାରେ ଯୀଶୁ ତାଙ୍କ ସ୍ୱର୍ଗସ୍ଥ ପିତାଙ୍କୁ ଅନୁକରଣ କରୁଥିଲେ ଏବଂ ସେ ଯିହୋବାଙ୍କ ବ୍ୟକ୍ତିତ୍ୱ ଓ ନିଜ ସମ୍ପର୍କରେ ତାଙ୍କ ଜ୍ଞାନ ସହିତ ସାମ୍ୟ ରଖି କାର୍ଯ୍ୟ କରୁଥିଲେ ।—ଯୋହନ ୮:୨୩, ୨୮, ୨୯, ୩୮; ୧ ଯୋହନ ୪:୮.
୫. ଯୀଶୁ କାହିଁକି ବାପ୍ତିଜିତ ହୋଇଥିଲେ ଏବଂ ସେ ବାପ୍ତିସ୍ମ ଅନୁଯାୟୀ କିପରି ଜୀବନ ଯାପନ କରିଥିଲେ ?
୫ ଯୀଶୁଙ୍କ ପାଖରେ ଯେଉଁ ଜ୍ଞାନ ଥିଲା ତାହା ଦ୍ୱାରା ସେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେବାରେ ସମର୍ଥ ହୋଇଥିଲେ । ସେ ଗାଲୀଲୀରୁ ଜର୍ଦ୍ଦନ ନଦୀ ପାଖକୁ ଆସି ଯୋହନଙ୍କ ଦ୍ୱାରା ବାପ୍ତିଜିତ ହୋଇଥିଲେ । (ମାଥିଉ ୩:୧୩-୧୫) ଯୀଶୁଙ୍କ ବାପ୍ତିସ୍ମ କʼଣ ଚିତ୍ରିତ କରିଥିଲା ? ଯିହୂଦୀ ହୋଇଥିବାରୁ ସେ ପରମେଶ୍ୱଙ୍କ ସମର୍ପିତ ରାଷ୍ଟ୍ରରେ ଜନ୍ମ ହୋଇଥିଲେ । (ଯାତ୍ରାପୁସ୍ତକ ୧୯:୫, ୬) ପୃଥିବୀରେ ଥିବା ସମୟରେ ଯିହୋବାଙ୍କ ଇଚ୍ଛା ପାଳନ କରିବା ପାଇଁ ସେ ନିଜକୁ ସମର୍ପଣ କରି ବାପ୍ତିସ୍ମ ଗ୍ରହଣ କରିଥିଲେ । (ଏବ୍ରୀ ୧୦:୫, ୭) ଯୀଶୁ ତାଙ୍କ ବାପ୍ତିସ୍ମ ଅନୁଯାୟୀ ଜୀବନ ଯାପନ କରିଥିଲେ । ସେ ନିଜକୁ ଯିହୋବାଙ୍କ ସେବାରେ ଲଗାଇ ପ୍ରତ୍ୟେକ ସମୟରେ ପରମେଶ୍ୱରଙ୍କ ଜ୍ଞାନ ଲୋକଙ୍କୁ ବିତରଣ କରିଥିଲେ । ପରମେଶ୍ୱରଙ୍କ ଇଚ୍ଛା ସାଧନ କରିବାରେ ସେ ଆନନ୍ଦ ଅନୁଭବ କରୁଥିଲେ । ସେ କହୁଥିଲେ ଏହା ତାଙ୍କର ଖାଦ୍ୟ ସ୍ୱରୂପ ଅଟେ ।—ଯୋହନ ୪:୩୪.
୬. ଯୀଶୁ ନିଜକୁ କିପରି ଅସ୍ୱୀକାର କରିଥିଲେ ?
୬ ଯିହୋବାଙ୍କ ଇଚ୍ଛା ସାଧନ କରିବାକୁ ହେଲେ ଯୀଶୁଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିବ, ଏହା ସେ ଜାଣିଥିଲେ—ହୋଇପାରେ ତାଙ୍କ ଜୀବନ ମଧ୍ୟ ଦେବାକୁ ପଡ଼ିବ । ଯୀଶୁ ନିଜ ଆବଶ୍ୟକତାକୁ ଦ୍ୱିତୀୟ ସ୍ଥାନ ଦେବକୁ କେବେହେଲେ ଅସ୍ୱୀକାର କରିନଥିଲେ । ଈଶ୍ୱରଙ୍କ ଇଚ୍ଛା ସାଧନ କରିବାକୁ ସର୍ବଦା ସେ ପ୍ରଥମ ସ୍ଥାନ ଦେଉଥିଲେ । ଏହି ପରିପ୍ରେକ୍ଷୀରେ ଆମେ ଯୀଶୁଙ୍କ ତୃଟିହୀନ ଉଦାହରଣ କିପରି ଅନୁକରଣ କରିପାରିବା ?
ଶାଶ୍ୱତ ଜୀବନଆଡ଼କୁ ନେଉଥିବା ପଦକ୍ଷେପ
୭. ବାପ୍ତିସ୍ମ ପାଇଁ ଯୋଗ୍ୟ ବିବେଚିତ ହେବାକୁ ଜଣେ ବ୍ୟକ୍ତି କି ପଦକ୍ଷେପ ନେବା ଆବଶ୍ୟକ ?
୭ ଯୀଶୁଙ୍କ ପରି ଆମ୍ଭେମାନେ ସିଦ୍ଧ ନୋହୁଁ, କେବଳ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଲାପରେ ବାପ୍ତିସ୍ମର ମାଇଲ ଖୁଣ୍ଟି ପାଖରେ ପହଞ୍ଚି ପାରିବୁ । ଆମ ହୃଦୟରେ ଯୀଶୁଖ୍ରୀଷ୍ଟ ଓ ଯିହୋବାଙ୍କ ଯଥାର୍ଥ ଜ୍ଞାନ ପ୍ରାପ୍ତି ଦ୍ୱାରା ଏହା ଜାଗ୍ରତ ହୋଇଥାଏ । ଏହିଭଳି କରିବା ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଆମର ବିଶ୍ୱାସ ଓ ଭକ୍ତି ଦୃଢ଼ିଭୂତ ହୋଇଥାଏ । (ମାଥିଉ ୨୨:୩୭-୪୦; ରୋମୀୟ ୧୦:୧୭; ଏବ୍ରୀ ୧୧:୬) ପରମେଶ୍ୱରଙ୍କ ନିୟମ, ସିଦ୍ଧାନ୍ତ, ସ୍ତରଗୁଡ଼ିକ ପାଳନ କରି ଓ ଅତୀତର ପାପ ପାଇଁ ଈଶ୍ୱରୀୟ ଦୁଃଖ ପ୍ରକାଶ କରି ଆମେ ଅନୁତପ୍ତ ହେବା ପାଇଁ ପ୍ରେରଣା ପାଇବା ଉଚିତ୍ । ଏହା ଆମ ମନ ଭିତରେ ପରିବର୍ତ୍ତନ ଆଣିଥାଏ, ଯଦ୍ୱାରା ପରମେଶ୍ୱରଙ୍କ ଜ୍ଞାନ ପାଇ ନଥିଲା ବେଳେ ଆମେ ଯେଉଁ ଅପକର୍ମର ବଶବର୍ତ୍ତି ହୋଇଥିଲୁ ତାହା ବର୍ଜନ କରିବା ପାଇଁ ସମର୍ଥ ହେଉ । (ପ୍ରେରିତ ୩:୧୯) ସ୍ୱଭାବତ ତଥାପି ଯଦି ଆମେ ଧର୍ମାଚରଣ କରିବା ପରିବର୍ତ୍ତେ ଲୁକ୍କାୟିତ ଭାବରେ ଆମେ କିଛି ପାପ କରୁଥାଉ ତେବେ ଆମର ପ୍ରକୃତରେ ପରିବର୍ତ୍ତନ ହୁଏ ନାହିଁ, କିନ୍ତୁ ଆମେ କଦାପି ପରମେଶ୍ୱରଙ୍କୁ ଠକି ପାରିବୁ ନାହିଁ । ସବୁ କପଟତାକୁ ଯିହୋବା ଜାଣିଯାଇ ପାରନ୍ତି ।—ଲୁକ ୧୨:୨, ୩.
୮. ଆପଣ ରାଜ୍ୟ ପ୍ରଚାର କାର୍ଯ୍ୟରେ ଅଂଶ ନେବାକୁ ଇଚ୍ଛା କଲାବେଳେ କେଉଁ କାର୍ଯ୍ୟ କରିବା ଉଚିତ୍ ?
୮ ବର୍ତ୍ତମାନ ଆପଣ ଈଶ୍ୱରଙ୍କ ଜ୍ଞାନ ଶିକ୍ଷା କରୁଛନ୍ତି, ଏହା କʼଣ ଉପଯୁକ୍ତ ନୁହେଁ ଯେ ବ୍ୟକ୍ତିଗତ ରୂପେ ଆଧ୍ୟାତ୍ମିକ ବିଷୟ ଉପରେ ବିଚାର କରିବା ? ସମ୍ଭବତ ଆପଣ ଯାହା ଶିକ୍ଷା କରୁଛନ୍ତି ତାହା ଆପଣଙ୍କ ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ ଅନ୍ୟମାନଙ୍କୁ କହିବା ପାଇଁ ଉତ୍ସୁକ ହେଉଛନ୍ତି । ବାସ୍ତବରେ ଆପଣ ହୁଏତ ଆଗରୁ ଏହା କରୁଅଛନ୍ତି ଯେପରି ଯୀଶୁଖ୍ରୀଷ୍ଟ ମଧ୍ୟ ଅନୁପ୍ରଚାରିକ ଶିକ୍ଷାଦାନ କରିଥିଲେ । (ଲୁକ ୧୦:୩୮, ୩୯; ଯୋହନ ୪:୬-୧୫) ବର୍ତ୍ତମାନ ଆପଣ ହୁଏତ ଅଧିକା କରିବାକୁ ଚାହୁଁଥିବେ । ଯଦି ଆପଣ ଯିହୋବା ସାକ୍ଷୀମାନଙ୍କ ସହିତ ନିୟମିତ ରାଜ୍ୟ ପ୍ରଚାର କାର୍ଯ୍ୟରେ ଭାଗ ନେବାରେ ଯୋଗ୍ୟ ଓ ସମର୍ଥ ହୁଅନ୍ତି, ଖ୍ରୀଷ୍ଟିଆନ ପ୍ରାଚୀନମାନେ ଆପଣଙ୍କ ସହିତ କଥାବାର୍ତ୍ତା କରି ଏହା ନିର୍ଦ୍ଧାରିତ କରିବାକୁ ଖୁସି ହେବେ । ଯଦି ଆପଣ ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ପ୍ରାଚୀନମାନେ ଆପଣଙ୍କ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିବେ, ଯଦ୍ୱାରା ଆପଣ ଜଣେ ସାକ୍ଷୀ ସହିତ ରାଜ୍ୟ ପ୍ରଚାର କାର୍ଯ୍ୟରେ ଭାଗ ନେଇପାରିବେ । ଯୀଶୁଙ୍କ ଶିଷ୍ୟମାନେ ରାଜ୍ୟର ପ୍ରଚାର କାର୍ଯ୍ୟ ଗୋଟିଏ ବ୍ୟବସ୍ଥାପିତ ରୀତିରେ କରିବା ପାଇଁ ତାଙ୍କର ନିର୍ଦ୍ଦେଶ ମାନିଥିଲେ । (ମାର୍କ ୬:୭, ୩୦; ଲୁକ ୧୦:୧) ଆପଣ ଘରେ-ଘରେ ରାଜ୍ୟ ସୁସମାଚାର ପ୍ରଚାର କାର୍ଯ୍ୟ କଲେ ଆନୁରୂପ ଉପକାର ପାଇବେ ।—ପ୍ରେରିତ ୨୦:୨୦, ୨୧.
୯. ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ନିକଟରେ କିପରି ଉତ୍ସର୍ଗିକରଣ କରେ ଏବଂ ଉତ୍ସର୍ଗିକରଣ କିପରି ସେହି ବ୍ୟକ୍ତିର ଜୀବନକୁ ପ୍ରଭାବିତ କରେ ?
୯ ଧାର୍ମିକ ପ୍ରକୃତିର ଲୋକଙ୍କୁ ଖୋଜିବା ପାଇଁ ମଣ୍ଡଳୀର ସୀମା ଭିତରେ ସବୁ ଶ୍ରେଣୀର ଲୋକଙ୍କ ପାଖରେ ସୁସମାଚାର ପ୍ରଚାର କରାଯାଏ । ଏହି ଉତ୍ତମ କାର୍ଯ୍ୟ ପ୍ରମାଣ କରେ ଯେ ଆପଣଙ୍କର ମଧ୍ୟ ଏଥିରେ ବିଶ୍ୱାସ ଅଛି । (ପ୍ରେରିତ ୧୦:୩୪, ୩୫; ଯାକୁବ ୨:୧୭, ୧୮, ୨୬) ଖ୍ରୀଷ୍ଟିଆନ ସଭାରେ ନିୟମିତ ଉପସ୍ଥିତ ହେବା ଓ ପ୍ରଚାର କାର୍ଯ୍ୟରେ ଭାଗନବା ଦର୍ଶାଏ ଯେ ଆପଣ ପଶ୍ଚାତାପ କରି ଫେରିଛନ୍ତି ଏବଂ ଈଶ୍ୱରଙ୍କ ଜ୍ଞାନ ଅନୁସାରେ ବଞ୍ଚିବା ପାଇଁ ସ୍ଥିର କରିଛନ୍ତି । ପରବର୍ତ୍ତି ତର୍କସଙ୍ଗତ ପଦକ୍ଷେପ କʼଣ ? ଏହା ହେଉଛି, ନିଜେ ଯିହୋବା ପରମେଶ୍ୱରଙ୍କୁ ସମର୍ପିତ ହେବା । ଏହାର ଅର୍ଥ ଆନ୍ତରିକ ପ୍ରାର୍ଥନାରେ ଆପଣ ପରମେଶ୍ୱରଙ୍କୁ କହିବେ ଯେ ତାଙ୍କ ଇଚ୍ଛାରେ ଚାଲିବା ପାଇଁ ସ୍ୱଇଚ୍ଛାରେ ଓ ସହୃଦୟରେ ନିଜ ଜୀବନ ଉତ୍ସର୍ଗ କରୁଛନ୍ତି । ଏହି ପ୍ରକାରେ ଆପଣ ନିଜକୁ ସମର୍ପଣ କରି ଯୀଶୁଖ୍ରୀଷ୍ଟଙ୍କ ଜୁଆଳି ଗ୍ରହଣ କରିବାକୁ ସମର୍ଥ ହୋଇପାରିବେ ।—ମାଥିଉ ୧୧:୨୯, ୩୦.
ବାପ୍ତିସ୍ମ—ଆପଣଙ୍କ ପାଇଁ ଏହାର ଅର୍ଥ କʼଣ
୧୦. ଯିହୋବାଙ୍କ ନିକଟରେ ନିଜକୁ ଉତ୍ସର୍ଗ କଲାପରେ କାହିଁକି ଆପଣ ବାପ୍ତିଜିତ ହେବା ଉଚିତ୍ ?
୧୦ ଯୀଶୁଙ୍କ ଅନୁସାରେ ତାଙ୍କର ଶିଷ୍ୟମାନେ ବାପ୍ତିସ୍ମ ନେବା ଆବଶ୍ୟକ । (ମାଥିଉ ୨୮:୧୯, ୨୦) ନିଜେ ଈଶ୍ୱରଙ୍କୁ ସମର୍ପିତ ହେବା ପରେ ବାପ୍ତିସ୍ମର ଆବଶ୍ୟକତା କାହିଁକି ରହିଛି ? ଯେହେତୁ ଆପଣ ଯିହୋବାଙ୍କ ପାଖରେ ସମର୍ପଣ କଲେ, ସେ ଜାଣିଲେ ଯେ ଆପଣ ତାଙ୍କୁ ଭଲ ପାଆନ୍ତି । କିନ୍ତୁ ଏଥିରେ କିଛି ସନ୍ଦେହ ନାହିଁ, ଆପଣ ଏହାଛଡ଼ା ଆହୁରି କିଛି କରିବେ ଯେଉଁଥିରେ ଅନ୍ୟମାନେ ପରମେଶ୍ୱରଙ୍କ ପ୍ରତି ଆପଣଙ୍କ ପ୍ରେମ ବିଷୟରେ ଜାଣିପାରିବେ । ବାପ୍ତିସ୍ମ ଆପଣଙ୍କୁ ଯିହୋବାଙ୍କ ପ୍ରତି ଆପଣଙ୍କ ସମର୍ପଣକୁ ସାର୍ବଜନୀନ ଘୋଷଣା କରିବାକୁ ସୁଯୋଗ ଦେଇଥାଏ ।—ରୋମୀୟ ୧୦:୯, ୧୦.
୧୧. ବାପ୍ତିସ୍ମର ଅର୍ଥ କʼଣ ?
୧୧ ବାପ୍ତିସ୍ମର ଅର୍ଥ ପ୍ରତୀକାତ୍ମକ ଭାବେ ସମୃଦ୍ଧ । ଯେତେବେଳେ ଆପଣଙ୍କୁ ଜଳମଗ୍ନ କରାଯାଏ ବା ପାଣିରେ “ବୁଡ଼ାଯାଏ,” ଏହାର ଅର୍ଥ ଆପଣଙ୍କ ପୂର୍ବ ଜୀବନ ଶୈଳୀର ମୃତ୍ୟୁ ଘଟିଲା । ଯେତେବେଳେ ଆପଣ ପାଣିରୁ ବାହାରନ୍ତି, ଆପଣ ନୂତନ ଜୀବନ ନେଇ ପ୍ରକଟ ହୁଅନ୍ତି ଯାହା ଆପଣଙ୍କ ଇଚ୍ଛାରେ ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛାରେ ନିୟନ୍ତ୍ରିତ ହେବ । ଏହାର ଅର୍ଥ ନୁହେଁ ଯେ ଆପଣ ଆଉ କେବେହେଲେ ଭୁଲ କରିବେ ନାହିଁ । ଆମେ ସବୁ ଅସିଦ୍ଧ ହେତୁ ପ୍ରତିଦିନ ପାପ କରୁଅଛୁ । କିନ୍ତୁ ଯିହୋବାଙ୍କୁ ସମର୍ପିତ ବାପ୍ତିସ୍ମ ପ୍ରାପ୍ତ ସେବକ ରୂପେ ଆପଣ ତାଙ୍କ ସହିତ ଗୋଟିଏ ବିଶେଷ ସମ୍ବନ୍ଧରେ ଜଡ଼ିତ ହେଉଛନ୍ତି । ଆପଣ ପଶ୍ଚାତାପ କରିବା ହେତୁ ଏବଂ ନମ୍ରତା ପୂର୍ବକ ବାପ୍ତିସ୍ମ ଗ୍ରହଣ କରିବା ହେତୁ ଯିହୋବା ଯୀଶୁଖ୍ରୀଷ୍ଟଙ୍କ ମୁକ୍ତିର ମୂଲ୍ୟ ମାଧ୍ୟମରେ ଆପଣଙ୍କ ପାପସବୁ କ୍ଷମା କରିବାକୁ ରାଜି ଅଛନ୍ତି । ଏହିପରି ବାପ୍ତିସ୍ମ ପରମେଶ୍ୱରଙ୍କ ସମ୍ମୁଖରେ ଏକ ଶୁଦ୍ଧ ବିବେକଆଡ଼କୁ ଘେନିଯାଏ ।—୧ ପିତର ୩:୨୧.
୧୨. ବାପ୍ତିଜିତ ହେବାର ଅର୍ଥ କʼଣ (କ) “ପିତାଙ୍କ ନାମରେ” ? (ଖ) ‘ପୁତ୍ରଙ୍କ ନାମରେ’ ? (ଗ) ‘ପବିତ୍ର ଆତ୍ମାଙ୍କ ନାମରେ’ ?
୧୨ ନୂତନ ଶିଷ୍ୟମାନଙ୍କୁ “ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ” ନାମରେ ବାପ୍ତିସ୍ମ ଦେବା ପାଇଁ ଯୀଶୁ ତାଙ୍କ ଅନୁଗାମୀମାନଙ୍କୁ ଆଦେଶ ଦେଇଥିଲେ । (ମାଥିଉ ୨୮:୧୯) ଯୀଶୁଙ୍କ ଏହି ଆଦେଶର ଅର୍ଥ କʼଣ ଥିଲା ? ବାପ୍ତିସ୍ମ “ପିତାଙ୍କ ନାମରେ” ସୂଚିତ କରେ ଯେ ଯେଉଁ ବ୍ୟକ୍ତି ବାପ୍ତିସ୍ମ ନେଉଅଛି, ସେ ସହୃଦୟରେ ଯିହୋବାଙ୍କୁ ସୃଷ୍ଟିକର୍ତ୍ତା ଓ ବିଶ୍ୱର ନ୍ୟାୟପୂର୍ଣ୍ଣ ଶାସନକର୍ତ୍ତା ରୂପେ ସ୍ୱୀକାର କରିବ । (ଗୀତସଂହିତା ୩୬:୯; ୮୩:୧୮; ଉପଦେଶକ ୧୨:୧) ‘ପୁତ୍ରଙ୍କ ନାମରେ’ ବାପ୍ତିସ୍ମ ନେବାର ଅର୍ଥ, ସେହି ବ୍ୟକ୍ତି ଜଣକ ପରମେଶ୍ୱରଙ୍କ ଦ୍ୱାରା ଉଦ୍ଧାର ନିମିତ୍ତ ଦିଆଯାଇଥିବା ଏକମାତ୍ର ମାଧ୍ୟମରୂପେ ଯୀଶୁଖ୍ରୀଷ୍ଟଙ୍କୁ ଏବଂ ବିଶେଷତଃ ତାଙ୍କର ମୁକ୍ତିର ମୂଲ୍ୟକୁ ସ୍ୱୀକାର କରିବ । (ପ୍ରେରିତ ୪:୧୨) ‘ପବିତ୍ର ଆତ୍ମାଙ୍କ ନାମରେ’ ବାପ୍ତିସ୍ମ ସୂଚାଇଥାଏ ଯେ ବାପ୍ତିସ୍ମ ପ୍ରାର୍ଥି ଯିହୋବାଙ୍କ ପବିତ୍ର ଆତ୍ମା ଅଥବା ଶକ୍ରିୟ ଶକ୍ତିକୁ ପରମେଶ୍ୱରଙ୍କ କାର୍ଯ୍ୟକାରୀ ଶକ୍ତିରୂପେ ମାନିଥାଏ । ଏହା ପରମେଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ କରିବା ନିମିତ୍ତ ଓ ତାଙ୍କ ସେବକମାନଙ୍କୁ ଆତ୍ମା ନିର୍ଦ୍ଦେଶିତ ସଙ୍ଘଟନର ସଙ୍ଗତି ଆଣିବାରେ ତାଙ୍କର ଧର୍ମିୟ ଇଚ୍ଛାରେ ପରିଚାଳିତ ହେବା ପାଇଁ ସମର୍ଥ କରିଥାଏ ।—ଆଦିପୁସ୍ତକ ୧:୨; ଗୀତସଂହିତା ୧୦୪:୩୦; ଯୋହନ ୧୪:୨୬; ୨ ପିତର ୧:୨୧.
ଆପଣ କʼଣ ବାପ୍ତିସ୍ମ ପାଇଁ ପ୍ରସ୍ତୁତ ?
୧୩, ୧୪. ଯିହୋବା ପରମେଶ୍ୱରଙ୍କୁ ସେବାକରିବା ପାଇଁ କାହିଁକି ଭୟକରିବା ଉଚିତ ନୁହେଁ ?
୧୩ ଯେହେତୁ ବାପ୍ତିସ୍ମ ଏତେ ଅର୍ଥପୂର୍ଣ୍ଣ ଓ ଜଣେ ବ୍ୟକ୍ତିର ମାଇଲ ଖୁଣ୍ଟି, ତାହାହେଲେ ଏହିପରି ଏକ ପଦକ୍ଷେପ ନେବାରେ ଆପଣ ଭୟ କରିବେ କି ? କଦାପି ନୁହେଁ ! ବାପ୍ତିସ୍ମ ନେବା ନିର୍ଣ୍ଣୟ ଖାମଖିଆଲ ଭାବେ କରିବା ଉଚିତ୍ ନୁହେଁ । ପ୍ରଶ୍ନାତୀତ ଭବେ ଏହି ସିଦ୍ଧାନ୍ତ ହୁଏତ ଆପଣ ନେଇପାରନ୍ତି ।
୧୪ ବାପ୍ତିସ୍ମ ଏକ ପ୍ରମାଣ ଯାହା ପରମେଶ୍ୱରଙ୍କୁ ସେବା କରିବା ପାଇଁ ଆପଣଙ୍କ ଆଗ୍ରହକୁ ସୁସ୍ପଷ୍ଟ କରେ । ଯେଉଁ ବ୍ୟକ୍ତିମାନଙ୍କ ସହିତ ଆପଣଙ୍କ ପରିଚୟ ଅଛି, ସେମାନଙ୍କ ବିଷୟରେ ଚିନ୍ତା କରନ୍ତୁ । ଯେକୌଣସି ଉପାୟରେ ସେମାନେ କʼଣ ଜଣକର ଉପାସନା କରୁନାହାନ୍ତି ? କିଛି ଲୋକ ଧନର ଉପାସକ ଅଟନ୍ତି । (ମାଥିଉ ୬:୨୪) ଅନ୍ୟମାନେ ନିଜ କର୍ମରେ ସଦାବେଳେ ଲାଗିରହନ୍ତି କିମ୍ବା ନିଜର ଅଭିଳାଷଗୁଡ଼ିକୁ ନିଜ ଜୀବନରେ ପରିପୂର୍ଣ୍ଣ କରିବାକୁ ସେମାନେ ଉପାସନା ବୋଲି ଭାବନ୍ତି । ଆଉ କେତେକ ଲୋକ ମିଥ୍ୟା ଈଶ୍ୱରଙ୍କୁ ସେବା କରନ୍ତି । କିନ୍ତୁ ଆପଣ ପ୍ରକୃତ ଈଶ୍ୱର ଯିହୋବାଙ୍କ ଉପାସନା କରିବାକୁ ସିଦ୍ଧାନ୍ତ ନେଇଛନ୍ତି । ଅନ୍ୟ କୌଣସି ଈଶ୍ୱର ଏତେ ଦୟା, କରୁଣା ଓ ପ୍ରେମ ଦେଖାନ୍ତି ନାହିଁ । ପରମେଶ୍ୱର ମନୁଷ୍ୟଙ୍କୁ ଉଦ୍ଦେଶ୍ୟପୂର୍ଣ୍ଣ କାର୍ଯ୍ୟ ଦେଇ ସୃଷ୍ଟି କରିଅଛନ୍ତି ଯାହା ମୁକ୍ତିଆଡ଼କୁ ନିର୍ଦ୍ଦେଶ କରେ । ସେ ତାଙ୍କର ସେବକମାନଙ୍କୁ ଅନନ୍ତ ଜୀବନ ପୁରଷ୍କାର ସ୍ୱରୂପ ଦେଇଥାନ୍ତି । ନିଶ୍ଚିତ ରୂପେ ଯୀଶୁଙ୍କ ଉଦାହରଣକୁ ଅବଲମ୍ବନ କରି ଯିହୋବାଙ୍କୁ ନିଜ ଜୀବନ ପ୍ରଦାନ କଲେ ଭୟ କରିବାର କୌଣସି କାରଣ ନାହିଁ । ବାସ୍ତବରେ ଈଶ୍ୱରଙ୍କୁ ପ୍ରସନ୍ନ କରିବା ହିଁ ଏକମାତ୍ର ଯୁକ୍ତିଯୁକ୍ତ ମାର୍ଗ ।—୧ ରାଜାବଳି ୧୮:୨୧.
୧୫. ବାପ୍ତିସ୍ମ ନେବା ପାଇଁ ସାଧାରଣ ବାଧାଗୁଡ଼ିକ କʼଣ ?
୧୫ ତଥାପି ବାପ୍ତିସ୍ମ ଏକ ପଦକ୍ଷେପ ନୁହେଁ ଯାହା କୌଣସି ଚାପରେ ପଡ଼ି ନିଆଯାଇ ପାରେ । ଏହା ଯିହୋବା ଓ ଆପଣଙ୍କ ମଧ୍ୟରେ ଏକ ବ୍ୟକ୍ତିଗତ ବିଷୟ । (ଗାଲାତୀୟ ୬:୪) ଯେତେବେଳେ ଆପଣ ଆଧ୍ୟାତ୍ମିକ ଦିଗରୁ ଉନ୍ନତ୍ତି କରିବେ, ଆପଣ ହୁଏତ ଭାବିବେ: “ବାପ୍ତିସ୍ମ ପାଇଁ ମୋତେ କʼଣ ବାଧା ଦେଉଅଛି ?” (ପ୍ରେରିତ ୮:୩୫, ୩୬) ଆପଣ ନିଜକୁ ପଚାରି ପାରନ୍ତି, ‘ପାରିବାରିକ ବିରୋଧ କʼଣ ମୋ ପାଇଁ ବାଧା ସୃଷ୍ଟି କରୁଅଛି ? ମୁଁ କʼଣ ଏବେ ମଧ୍ୟ ଅଶାସ୍ତ୍ରୀୟ ସ୍ଥିତି ବା ପାପମୟ ଅଭ୍ୟାସରେ ଲିପ୍ତ ଅଛି ? ଏହା ହୋଇପାରେ ଯେ ସମାଜରେ ଲୋକେ ଏହାକୁ ପସନ୍ଦ କରିବେ ନାହିଁ ବୋଲି ମୁଁ ଡ଼ରୁଅଛି ?’ ଏହି ବିଷୟଗୁଡ଼କ ଚିନ୍ତା କରିବା କଥା, କିନ୍ତୁ ବାସ୍ତବତାର ସହିତ ତାʼର ମୂଲ୍ୟ ନିର୍ଦ୍ଧାରଣ କରନ୍ତୁ ।
୧୬. ଯିହୋବାଙ୍କ ପରିଚର୍ଯ୍ୟା କରିବାରେ ଆପଣ କି ଲାଭ ପାଆନ୍ତି ?
୧୬ ଯିହୋବାଙ୍କୁ ସେବା କରିବାର ଲାଭ ବିଚାର ନ କରି ମୂଲ୍ୟ ନିର୍ଦ୍ଧାରଣ କରିବା ବାସ୍ତବରେ ସଠିକ୍ ହେବନାହିଁ । ଉଦାହରଣସ୍ୱରୂପ, ପରିବାରିକ ବିରୋଧ ବିଷୟ ଚିନ୍ତା କରନ୍ତୁ । ଯୀଶୁ ପ୍ରତିଜ୍ଞା କରିଥିଲେ, ତାଙ୍କର ଶିଷ୍ୟମାନେ ତାଙ୍କର ଅନୁଗମନ କଲେ ଯଦି ସେମାନଙ୍କ ବନ୍ଧୁ ବାନ୍ଧବ ହରାନ୍ତି, ତେବେ ସେମାନେ ଗୋଟିଏ ବୃହତ ଆଧ୍ୟାତ୍ମିକ ପରିବାର ପାଇବେ । (ମାର୍କ ୧୦:୨୯, ୩୦) ଏହି ସହବିଶ୍ୱାସୀମାନେ ଆପଣଙ୍କୁ ଭାତୃପ୍ରେମ ଦେଖାଇବେ, ନିର୍ଯ୍ୟାତନା ସହିବାରେ ଆପଣଙ୍କୁ ସାହାଯ୍ୟ କରିବେ, ଜୀବନ ମାର୍ଗରେ ଆପଣଙ୍କ ସଙ୍ଗେ ଚାଲିବେ । (୧ ପିତର ୫:୯) ବିଶେଷତଃ ମଣ୍ଡଳୀର ପ୍ରାଚୀନମାନେ ସଫଳତାପୂର୍ବକ ସମସ୍ୟାର ସମାଧାନ ଏବଂ ଅନ୍ୟ ପ୍ରତିବାଦଗୁଡ଼କର ମୁକାବିଲା କରିବାକୁ ସାହାଯ୍ୟ କରିପାରିବେ । (ଯାକୁବ ୫:୧୪-୧୬) ଏହି ସଂସାର ଆପଣଙ୍କୁ ପସନ୍ଦ ନ କରିପାରେ, ଏହି ବିଷୟରେ ନିଜକୁ ପଚାରି ପାରନ୍ତି, ‘ସଂସାରର ସୃଷ୍ଟିକର୍ତ୍ତାଙ୍କ ଅନୁମୋଦନ ପାଇବା ଏବଂ ମୋର ଜୀବନ ପଥ ମନୋନୟନ ତାଙ୍କ ପାଇଁ ଆନନ୍ଦର କାରଣ ହୋଇଛି, ସମ୍ଭବତ ଏହାକୁ ଅନ୍ୟ କୌଣସି ଜିନିଷ ସହିତ ତୁଳନା କରାଯାଇ ନପାରେ ?’—ହିତୋପଦେଶ ୨୭:୧୧.
ଆପଣଙ୍କ ସମର୍ପଣ ଓ ବାପ୍ତିସ୍ମ ଅନୁସାରେ ଜୀବନ ବିତାନ୍ତୁ
୧୭. ବାପ୍ତିସ୍ମକୁ ସମାପ୍ତି ପରିବର୍ତ୍ତେ ଆରମ୍ଭ ମନେକରିବା ଉଚିତ୍ କାହିଁକି ?
୧୭ ବାପ୍ତିସ୍ମ ଅଧ୍ୟାତ୍ମିକ ଉନ୍ନତିର ପରିସମାପ୍ତି ନୁହେଁ, ଏହା ମନେରଖିବା ଗୁରୁତ୍ୱପୂର୍ଣ୍ଣ । ଜଣେ ଅଭିଷିକ୍ତ ସେବକ ରୂପେ ସାରା ଜୀବନ ଯିହୋବାଙ୍କ ସାକ୍ଷୀ ହେବା ଈଶ୍ୱରଙ୍କ ପ୍ରତି ସେବାର ଆରମ୍ଭକୁ ସୂଚିତ କରେ । ଯଦିଓ ବାପ୍ତିସ୍ମ ଅତୀବ ଗୁରୁତ୍ୱପୂର୍ଣ୍ଣ, ତଥାପି ଏହା ପରିତ୍ରାଣର ନିଶ୍ଚୟତା ଦିଏ ନାହିଁ । ଯୀଶୁ କହି ନାହାନ୍ତି: ‘ଯେ କେହି ବାପ୍ତିଜିତ ହୁଏ, ପରିତ୍ରାଣ ପାଇବ ।’ ଏହା ପରିବର୍ତ୍ତେ ସେ କହିଥିଲେ: “ଯିଏ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।” (ମାଥିଉ ୨୪:୧୩) ତେଣୁ ଈଶ୍ୱରଙ୍କ ରାଜ୍ୟକୁ ସର୍ବୋଚ୍ଚ ବିବେଚନା କରି ଅନୁସନ୍ଧିତ୍ସୁ ହେବା ଗୁରୁତ୍ୱପୂର୍ଣ୍ଣ ।—ମାଥିଉ ୬:୨୫-୩୪.
୧୮. ବାପ୍ତିସ୍ମ ପରେ କେଉଁ ଲକ୍ଷ ହାସଲ ପାଇଁ ଚେଷ୍ଟା କରିବା ଦରକାର ?
୧୮ ଯିହୋବାଙ୍କ ପରିଚର୍ଯ୍ୟାରେ ସ୍ଥିର ରହିବା ପାଇଁ ଆପଣ ଏକ ଆଧ୍ୟତ୍ମିକ ଲକ୍ଷ୍ୟ ରଖିବା ଦରକାର । ନିୟମିତ ଭାବରେ ପରମେଶ୍ୱରଙ୍କ ବାକ୍ୟକୁ ଅଧ୍ୟନୟ କରି ଜ୍ଞାନ ପଢ଼ାଇବା ଏକ ଉପଯୁକ୍ତ ଲକ୍ଷ । ଦୈନିକ ବାଇବଲ ଅଧ୍ୟନୟର ପରିକଳ୍ପନା କରନ୍ତୁ । (ଗୀତସଂହିତା ୧:୧, ୨) ନିୟମିତ ଖ୍ରୀଷ୍ଟିଆନ ସଭାଗୁଡ଼ିରେ ଉପସ୍ଥିତ ରହନ୍ତୁ, କାରଣ ସେହି ସମ୍ମେଳନ ଆପଣଙ୍କୁ ଆଧ୍ୟାମିକ ଶକ୍ତି ଦେବାରେ ସାହାଯ୍ୟ କରିବ । ନିଜ ମନରୁ ମଣ୍ଡଳୀର ସଭାରେ ମନ୍ତବ୍ୟ ଦେଇ ଯିହୋବାଙ୍କୁ ପ୍ରଶଂସା କରିବାରେ ଓ ଅନ୍ୟମାନଙ୍କୁ ଉତ୍ସାହିତ କରିବାରେ ଲକ୍ଷ୍ୟ କାହିଁକି ନ ରଖିବା ? (ରୋମୀୟ ୧:୧୧, ୧୨) ଆପଣଙ୍କ ପ୍ରର୍ଥନାରେ ମନକୁ ଉନ୍ନତ୍ତ କରିବା ଅନ୍ୟ ଏକ ଲକ୍ଷ୍ୟ ମଧ୍ୟ ହୋଇପାରେ ।—ଲୁକ ୧୧:୨-୪.
୧୯. କେଉଁ ଗୁଣାବଳୀ ପ୍ରଦର୍ଶନ କରିବା ପାଇଁ ପବିତ୍ର ଆତ୍ମା ଆପଣଙ୍କୁ ସାହାଯ୍ୟ କରିପାରିବ ?
୧୯ ଯଦି ଆପଣ ବାପ୍ତିସ୍ମର ଆଦର୍ଶ ଅନୁଯାୟୀ ଜୀବନ ଯାପନ କରିବାକୁ ଚାହାନ୍ତି, ତେବେ ଆପଣଙ୍କୁ ଅବିଚଳିତ ଧ୍ୟାନ ଦେବା ଦରକାର । ଆପଣଙ୍କୁ ପବିତ୍ର ଆତ୍ମାଙ୍କ ଫଳସମୂହ ଯଥା ସ୍ନେହ, ଆନନ୍ଦ, ଶାନ୍ତି, ଧୌର୍ଯ୍ୟ, ଅନୁକମ୍ପା, ଶିଷ୍ଟତା, ବିଶ୍ୱସ୍ତତା, ସୌମ୍ୟ, ତଥା ଆତ୍ମସଂଯମ ଆଦି ଗୁଣଗୁଡ଼ିକ ଉତ୍ପନ କରିବା ଦରକାର । (ଗାଲାତୀୟ ୫:୨୨, ୨୩; ୨ ପିତର ୩:୧୧) ମନେରଖନ୍ତୁ, ଯିହୋବା ସେହିମାନଙ୍କୁ ତାଙ୍କ ପବିତ୍ର ଆତ୍ମା ଦିଅନ୍ତି ଯେଉଁମାନେ ଏଥିପାଇଁ ପ୍ରାର୍ଥନା କରନ୍ତି ଏବଂ ବିଶ୍ୱାସୀ ସେବକରୂପେ ତାଙ୍କର ଆଜ୍ଞା ପାଳନ କରନ୍ତି । (ଲୁକ ୧୧:୧୩; ପ୍ରେରିତ ୫:୩୨) ତେଣୁ ପରମେଶ୍ୱରଙ୍କୁ ତାଙ୍କ ଆତ୍ମା ପାଇଁ ପ୍ରାର୍ଥନା କରନ୍ତୁ ଓ ଏପରି ଗୁଣ ପ୍ରଦର୍ଶିତ କରିବା ପାଇଁ ତାଙ୍କର ସାହାଯ୍ୟ ମାଗନ୍ତୁ ଯାହା ତାହାଙ୍କୁ ପ୍ରସନ୍ନ କରେ । ଆପଣ ପରମେଶ୍ୱରଙ୍କ ଆତ୍ମା ପ୍ରତି ଯେତେ ଅନୁକୂଳ ପ୍ରତିକ୍ରିୟା ଦେଖାଇବେ ଏହି ଗୁଣ ଆପଣଙ୍କ କଥନ ଓ ଆଚରଣକୁ ସେତେ ଶୁଦ୍ଧ କରିବ । ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱ ଧାରଣ କରିବା ପାଇଁ ଅବଶ୍ୟ ପ୍ରତେକ ବ୍ୟକ୍ତି ଖ୍ରୀଷ୍ଟିଆନ୍ ମଣ୍ଡଳୀରେ “ନୂତନ ମନୁଷ୍ୟତ୍ୱକୁ” ବିକଶିତ କରିବା ପାଇଁ ପ୍ରୟାସ କରୁଛନ୍ତି । (କଲସୀୟ ୩:୯-୧୪) ଆମ ଭିତରୁ ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହୁଅନ୍ତି । କାରଣ ଆମେ ଆଧ୍ୟାତ୍ମିକ ପ୍ରଗତିର ଭିନ୍ନ ଭିନ୍ନ ସ୍ତରରେ ଅଛୁ । ଯେହେତୁ ଆପଣ ଅସିଦ୍ଧ, ତେଣୁ ଖ୍ରୀଷ୍ଟଙ୍କ ପରି ବ୍ୟକ୍ତିତ୍ୱ ଧାରଣ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । କିନ୍ତୁ ସେ ସମ୍ବନ୍ଧରେ ନିରାଶ ହୁଅନ୍ତୁ ନାହିଁ, କାରଣ ଈଶ୍ୱରଙ୍କ ସାହାଯ୍ୟରେ ତାହା ସମ୍ଭବ ହୋଇପାରିବ ।
୨୦. ପରିଚର୍ଯ୍ୟାରେ ଯୀଶୁଙ୍କୁ ଆପଣ କିଭଳି ଅନୁକରଣ କରିପାରିବେ ?
୨୦ ଆପଣଙ୍କ ଆଧ୍ୟାତ୍ମିକ ଲକ୍ଷଗୁଡ଼ିକ ମଧ୍ୟରୁ ଯୀଶୁଙ୍କ ମହତ୍ୱପୂର୍ଣ୍ଣ ଉଦାହରଣ ଅଧିକ ଅନୁକରଣ କରିବା ଉଚିତ । (ଏବ୍ରୀ ୧୨:୧-୩) ସେ ପରିଚର୍ଯ୍ୟାକୁ ଭଲ ପାଉଥିଲେ । ଯଦି ଆପଣଙ୍କର ରାଜ୍ୟ ପ୍ରଚାର କାର୍ଯ୍ୟରେ ଭାଗ ନେବାରେ ବିଶେଷ ଅଧିକାର ଅଛି, ତାʼହେଲେ ଏହାକୁ କେବଳ ମାତ୍ର ନିତ୍ୟକର୍ମ କରନ୍ତୁ ନାହିଁ । ଅନ୍ୟମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟ ଶିକ୍ଷା ଦେବାରେ ତୃପ୍ତ ହୁଅନ୍ତୁ, ଯେପରି ଯୀଶୁ ହୋଇଥିଲେ । ଜଣେ ଶିକ୍ଷକରୂପେ ଆପଣଙ୍କୁ ସାହାଯ୍ୟ କରିବାକୁ ମଣ୍ଡଳୀ ଯେଉଁ ଉପଦେଶ ଦେଇଅଛି ତାହାକୁ ବ୍ୟବହାର କରନ୍ତୁ । ଯିହୋବା ଆପଣଙ୍କ ପରିଚର୍ଯ୍ୟାକୁ ପୂର୍ଣ୍ଣ କରିବା ପାଇଁ ସୁଯୋଗ ଦେଇ ପାରନ୍ତି, ଏଥିପ୍ରତି ଆତ୍ମବିଶ୍ୱାସ ରଖନ୍ତୁ ।—୧ କରିନ୍ଥୀୟ ୯:୧୯-୨୩.
୨୧. (କ) ଆମେ କିପରି ଜାଣୁ ଯେ ଯିହୋବା ପ୍ରତ୍ୟେକ ବିଶ୍ୱସ୍ତ ବାପ୍ତିଜିତ ବ୍ୟକ୍ତିକୁ ମୂଲ୍ୟବାନ ବିଚାର କରନ୍ତି ? (ଖ) କʼଣ ଦେଖାଏ ଯେ ଏହି ଦୁଷ୍ଟ ବିଧିବ୍ୟବସ୍ଥା ଉପରେ ବିଚାର ଆସିବା ସମୟରେ ଆପଣଙ୍କ ରକ୍ଷା ପାଇଁ ବାପ୍ତିସ୍ମ ଗୁରୁତ୍ୱପୂର୍ଣ୍ଣ ।
୨୧ ପ୍ରକୃତରେ ଜଣେ ସମର୍ପିତ ବାପ୍ତିସ୍ମ ପ୍ରାପ୍ତ ବ୍ୟକ୍ତି ବିଶ୍ୱାସର ସହିତ ଯୀଶୁଙ୍କୁ ଅନୁସରଣ କରିବାକୁ ପ୍ରୟାସ କରେ । ଯିହୋବା ସମସ୍ତ ଲୋକଙ୍କ ହୃଦୟ ପରୀକ୍ଷା କରନ୍ତି ଏବଂ ଜାଣନ୍ତି, ଏପରି ଲୋକ କେତେ ଅସାଧାରଣ । ସେ ସେମାନଙ୍କୁ ମୂଲ୍ୟବାନ ଓ “ବାଞ୍ଛନୀୟ ଜିନିଷ” ରୂପେ ଭାବନ୍ତି । (ହାଗୟ ୨:୭) ବାଇବଲ ଭବିଷ୍ୟଦ୍ବାଣୀ ଦର୍ଶାଏ ଯେ, ପରମେଶ୍ୱର ଏପରି ଳୋକଙ୍କୁ ଏହି ଦୁଷ୍ଟ ରୀତି ବ୍ୟବସ୍ଥା ଓ ଶୀଘ୍ର ଆସୁଥିବା ତାଙ୍କର ନ୍ୟାୟ ଦଣ୍ଡରୁ ବଞ୍ଚେଇବା ପାଇଁ ଚିହ୍ନିଟ କରୁଅଛନ୍ତି । (ଯିହିଜିକଲ ୯:୧-୬; ମଲାଖି ୩:୧୬, ୧୮) ଆପଣ କʼଣ “ଅନନ୍ତ ଜୀବନ ପାଇଁ ଇଚ୍ଛୁକ ?” (ପ୍ରେରିତ ୧୩:୪୮) ପରମେଶ୍ୱରଙ୍କ ସତ୍ୟ ଉପାସକରୂପେ ଚିହ୍ନିତ ହେବା ପାଇଁ ଆପଣଙ୍କର କʼଣ ଇଚ୍ଛା ଅଛି ? ସମର୍ପଣ ଓ ବାପ୍ତିସ୍ମ ସେହି ଚିହ୍ନର ଏହି ଦୁଇଟି ଭାଗ ଉଦ୍ଧାର ପାଇଁ ଅତ୍ୟାବଶ୍ୟକ ।
୨୨. କେଉଁ ପ୍ରତ୍ୟାଶାଗୁଡ଼ିକ ପାଇଁ “ମହା ଜନତା” ଉତ୍ସୁକତାର ସହିତ ପ୍ରତୀକ୍ଷା କରିଅଛି ?
୨୨ ବିଶ୍ୱବ୍ୟାପୀ ବନ୍ୟା ପରେ ନୋହା ଓ ତାʼର ପରିବାର ଜାହାଜରୁ ଏକ ସ୍ୱଚ୍ଛ ପୃଥିବୀକୁ ଓହ୍ଲାଇଲେ । ଠିକ୍ ସେହିପରି ଆଜି ପରମେଶ୍ୱରଙ୍କ ଜ୍ଞାନକୁ ନିଜ ଜୀବନରେ ନିୟୋଜିତ କରି ଓ ଯିହୋବାଙ୍କ ସ୍ୱୀକୃତି ପ୍ରାପ୍ତ ହୋଇ ଦୁଷ୍ଟ ବ୍ୟବସ୍ଥାର ପରିସରରୁ ନିଜକୁ ବଞ୍ଚେଇ ରଖି ସ୍ଥାୟୀନିର୍ମଳ ପୃଥିବୀରେ ଅନନ୍ତ ଉପଭୋଗ କରିବାର ସମ୍ଭାବନା ରଖୁଥିବା ଭଳି “ମହାଜନତା” ଅଛନ୍ତି । (ପ୍ରକାଶିତ ୭:୯, ୧୪) ସେହି ଜୀବନ କିପରି ହେବ ?
ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ
କିପରି ଯିହୋବା ଚାହାନ୍ତି ଯେ ତାଙ୍କ ସମ୍ପର୍କରେ ଆପଣଙ୍କ ଜ୍ଞାନ ବ୍ୟବହାର କରିବେ ?
କେତେକ ପଦକ୍ଷେପ କʼଣ ଯାହା ବାପ୍ତିସ୍ମଆଡ଼କୁ ନେଇଥାଏ ?
ବାପ୍ତିସ୍ମ କାହିଁକି ସମାପ୍ତି ନୁହେଁ କିନ୍ତୁ ଆରମ୍ଭ ମାତ୍ର ?
ଆମେ ଆମର ଉତ୍ସର୍ଗିକରଣ ଓ ବାପ୍ତିସ୍ମ ଅନୁସାରେ କିପରି ଜୀବନ ଯାପନ କରୁ ?
[ଅଧ୍ୟୟନ ପ୍ରଶ୍ନ]
[୧୭୨ ପୃଷ୍ଠାରେ ଚିତ୍ର]
ଆପଣ ଈଶ୍ୱରଙ୍କୁ ପ୍ରାର୍ଥନାରେ ସମର୍ପଣ କରିଛନ୍ତି କି ?
[୧୭୪ ପୃଷ୍ଠାରେ ଚିତ୍ର]
ଆପଣଙ୍କୁ ବାପ୍ତିସ୍ମ ନେବାରେ କʼଣ ବାଧା ଦିଏ ?