इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଜୀବନ ଓ ରକ୍ତ ପ୍ରତି ସମ୍ମାନ ଦେଖାଇବା

ଜୀବନ ଓ ରକ୍ତ ପ୍ରତି ସମ୍ମାନ ଦେଖାଇବା

ପାଠ ୧୨

ଜୀବନ ଓ ରକ୍ତ ପ୍ରତି ସମ୍ମାନ ଦେଖାଇବା

ଜୀବନ (୧) ଗର୍ଭପାତ (୧) ବିଷୟରେ ଆମର ଦୃଷ୍ଟିକୋଣ କିପରି ହେବା ଉଚିତ ?

ଖ୍ରୀଷ୍ଟିୟାନମାନେ କିପରି ଦେଖାନ୍ତି ଯେ ସେମାନେ ସୁରକ୍ଷା ସଚେତନ ଅଛନ୍ତି ? (୨)

ପଶୁ ହତ୍ୟା କରିବା କʼଣ ଭୁଲ ଅଟେ ? (୩)

କେଉଁ ଅଭ୍ୟାସଗୁଡ଼ିକ ଜୀବନ ପ୍ରତି ଆଦର ଦେଖାଏ ନାହିଁ ? (୪)

ରକ୍ତ ବିଷୟରେ ପରମେଶ୍ୱରଙ୍କ ନିୟମ କʼଣ ? (୪)

କʼଣ ଏଥିରେ ରକ୍ତ ପରିବର୍ତ୍ତନ ସାମିଲ ଅଛି ? (୬)

. ଯିହୋବା ହେଉଛନ୍ତି ଜୀବନର ଉତ୍ସ । ସମସ୍ତ ଜୀବଜଗତ ନିଜ ଜୀବନ ପାଇଁ ପରମେଶ୍ୱରଙ୍କ ପାଖରେ ଋଣୀ । (ଗୀତସଂହିତା ୩୬:୯) ପରମେଶ୍ୱରଙ୍କ ପାଇଁ ଜୀବନ ପବିତ୍ର ଅଟେ । ଏମିତିକି ମାତୃଗର୍ଭରେ ଜନ୍ମପୂର୍ବ ଶିଶୁର ଜୀବନ ପରମେଶ୍ୱରଙ୍କ ପାଇଁ ମୂଲ୍ୟବାନ ଅଟେ । ଏଭଳି ବୃଦ୍ଧି ପାଉଥିବା ଶିଶୁକୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରିବା ପରମେଶ୍ୱରଙ୍କ ଦୃଷ୍ଟିରେ ଭୁଲ ।—ଯାତ୍ରା ପୁସ୍ତକ ୨୧:୨୨, ୨୩; ଗୀତସଂହିତା ୧୨୭:୩.

. ପ୍ରକୃତ ଖ୍ରୀଷ୍ଟିୟାନମାନେ ସୁରକ୍ଷା ସଚେତନ ହୁଅନ୍ତି । ନିଜ ଘର ଓ ଗାଡ଼ିସବୁ ସୁରକ୍ଷିତ ରହୁ, ଏଥିରେ ସେମାନେ ନିଶ୍ଚିତ ହୁଅନ୍ତି । (ଦ୍ୱିତୀୟ ବିବରଣ ୨୨:୮) ପରମେଶ୍ୱରଙ୍କ ସେବକମାନେ ସୁଖ କିମ୍ବା ଚିତ୍ତବିନୋଦନ କରିବାରେ ନିଜ ଜୀବନ ଉପରକୁ ଅନାବଶ୍ୟକ ଦାୟିତ୍ୱ ନିଅନ୍ତି ନାହିଁ । ତେଣୁ ଜାଣିଶୁଣି ସେମାନେ ଅନ୍ୟକୁ ଆଘାତ କରୁଥିବା ବିପଦଜ୍ଜନକ ଖେଳରେ ଭାଗ ନିଅନ୍ତି ନାହିଁ । ସେମାନେ ଉଗ୍ରତା ଆଡ଼କୁ ଉତ୍ସାହିତ କରୁଥିବା ମନୋରଞ୍ଜନଠାରୁ ଦୂରରେ ରହନ୍ତି ।—ଗୀତସଂହିତା ୧୧:୫; ଯୋହନ ୧୩:୩୫.

. ପଶୁମାନଙ୍କ ଜୀବନ ମଧ୍ୟ ସୃଷ୍ଟିକର୍ତ୍ତାଙ୍କ ପାଇଁପବିତ୍ର ଅଟେ । ଜଣେ ଖ୍ରୀଷ୍ଟିୟାନ ଖାଦ୍ୟ ଓ ବସ୍ତ୍ର ପାଇବା ପାଇଁ କିମ୍ବା ନିଜକୁ ରୋଗ ଓ ବିପଦରୁ ରକ୍ଷା କରିବା ପାଇଁ ପଶୁ ହତ୍ୟା କରି ପାରେ । (ଆଦି ପୁସ୍ତକ ୩:୨୧; ୯:୩; ଯାତ୍ରା ପୁସ୍ତକ ୨୧:୨୮) କିନ୍ତୁ ମଜାରେ କିମ୍ବା ଖେଳିବା ପାଇଁ ପଶୁମାନଙ୍କ ଉପରେ ଅତ୍ୟାଚାର କିମ୍ବା ସେମାନଙ୍କୁ ହତ୍ୟା କରିବା ଭୁଲ ।—ହିତୋପଦେଶ ୧୨:୧୦.

. ଧୂମପାନ, ଗୁଆ ଚୋବାଇବା ଓ ଖୁସୀ ପାଇଁ ନିଶାଦ୍ରବ୍ୟ ସେବନ ଏସବୁ ଖ୍ରୀଷ୍ଟିୟାନମାନଙ୍କ ପାଇଁ ନୁହେଁ । ଏସବୁ ମନ୍ଦାଭ୍ୟାସ କାରଣ (୧) ସେସବୁ ଆମକୁ ନିଜର ଦାସ କରିନିଏ (୨) ଆମ ଶରୀରର କ୍ଷତି କରେ ଓ (୩) ସେଗୁଡ଼ିକ ଅପରିଷ୍କାର । (ରୋମୀୟ ୬:୧୯; ୧୨:୧; ୨ କରିନ୍ଥୀୟ ୭:୧) ଏସବୁ ଅଭ୍ୟାସ ଛାଡ଼ିବା ବହୁତ କଷ୍ଟ ହୋଇପାରେ । କିନ୍ତୁ ଯିହୋବାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏମିତି ହିଁ କରିବାକୁ ପଡ଼ିବ ।

. ପରମେଶ୍ୱରଙ୍କ ଦୃଷ୍ଟିରେ ରକ୍ତ ମଧ୍ୟ ପବିତ୍ର ଅଟେ । ପରମେଶ୍ୱର କହନ୍ତି ପ୍ରାଣ କିମ୍ବା ଜୀବନ ରକ୍ତରେ ରହିଛି । ତେଣୁ ରକ୍ତ ଖାଇବା ଭୁଲ ଅଟେ । ଯେଉଁ ପଶୁକୁ କାଟିଲାବେଳେ ଠିକ୍‌ ଭାବରେ ରକ୍ତ ବାହାର କରାଯାଇ ନ ଥିବ ତାହାର ମାଂସ ଖାଇବା ମଧ୍ୟ ଭୁଲ । ଗଳାଚିପି ମରାଯାଇଥିବା କିମ୍ବା ଜନ୍ତାରେ ପଡ଼ି ମରିଥିବା ପଶୁର ମାଂସ ଖାଇବା ଉଚିତ ନୁହେଁ । ଯଦି ବର୍ଚ୍ଛା କିମ୍ବା ଗୁଳି ଦ୍ୱାରା ମରାଯାଏ ଓ ତାହାର ମାଂସକୁ ଖାଦ୍ୟୋପଯୋଗୀ କରିବାକୁ ହୁଏ ତେବେ, ଶୀଘ୍ର ଠିକ୍‌ ଭାବରେ ତାହାର ରକ୍ତ ବାହାର କରିବା ଉଚିତ ।—ଆଦି ପୁସ୍ତକ ୯:୩, ୪; ଲେବୀୟ ପୁସ୍ତକ ୧୭:୧୩, ୧୪; ପ୍ରେରିତ ୧୫:୨୮, ୨୯.

. ରକ୍ତ ସ୍ଥାନାନ୍ତରଣ କରିବା କʼଣ ଭୁଲ ? ମନେରଖନ୍ତୁ, ଯିହୋବା ଚାହାଁନ୍ତି ଯେ ଆମେ ରକ୍ତଠାରୁ ନିବୃତ୍ତ ହେବା । ଏହାର ଅର୍ଥ, ଆମେ କୌଣସି ଉପାୟରେ ଅନ୍ୟ କାହାରି ରକ୍ତ ଆମ ଶରୀରରେ ନେବା ନାହିଁ, ଏପରିକି ନିଜର ସଂଚିତ ରକ୍ତ ମଧ୍ୟ । (ପ୍ରେରିତ ୨୧:୨୫) ତେଣୁ ପ୍ରକୃତ ଖ୍ରୀଷ୍ଟିୟାନମାନେ ରକ୍ତ ସ୍ଥାନାନ୍ତରଣ କରିବେ ନାହିଁ । ସେମାନେ ଅନ୍ୟ ପ୍ରକାରର ଡାକ୍ତରୀ ଚିକିତ୍ସା କରିବେ ଯେପରିକି ରକ୍ତବିହିନ ଉତ୍ପାଦନ ବ୍ୟବହୃତ ସ୍ଥାନାନ୍ତରଣ । ସେମାନେ ଜୀବିତ ରହିବାକୁ ଚାହାଁନ୍ତି, କିନ୍ତୁ ସେମାନେ ପରମେଶ୍ୱରଙ୍କ ନିୟମ ଭାଙ୍ଗି ନିଜ ଜୀବନ ରକ୍ଷା କରିବା ପାଇଁ ଚେଷ୍ଟା କରିବେ ନାହିଁ ।—ମାଥିଉ ୧୬:୨୫.

[୨୫ ପୃଷ୍ଠାରେ ଚିତ୍ର]

ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ,ଆମେ ରକ୍ତ ସ୍ଥାନାନ୍ତରଣ, କୁଅଭ୍ୟାସ ଓ ଅନାବଶ୍ୟକ ଦାଯିତ୍ୱଗୁଡ଼ିକରୁ ଦୂରରେ ରହିବା ଉଚିତ ।