इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପରମେଶ୍ୱରଙ୍କୁ ଅସନ୍ତୁଷ୍ଟ କରୁଥିବା ପ୍ରଥା ଓ ବିଶ୍ୱାସ

ପରମେଶ୍ୱରଙ୍କୁ ଅସନ୍ତୁଷ୍ଟ କରୁଥିବା ପ୍ରଥା ଓ ବିଶ୍ୱାସ

ପାଠ ୧୧

ପରମେଶ୍ୱରଙ୍କୁ ଅସନ୍ତୁଷ୍ଟ କରୁଥିବା ପ୍ରଥା ଓ ବିଶ୍ୱାସ

କେଉଁ ପ୍ରକାର ବିଶ୍ୱାସ ଓ ପ୍ରଥାଗୁଡ଼ିକ ଭୁଲ ଅଟେ ? (୧)

ପରମେଶ୍ୱର ଏକ ତ୍ରିତ୍ୱ, ବୋଲି ଖ୍ରୀଷ୍ଟିୟାନମାନେ ବିଶ୍ୱାସ କରିବା ଉଚିତ କି ? (୨)

ପ୍ରକୃତ ଖ୍ରୀଷ୍ଟିୟାନମାନେ କାହିଁକି ବଡ଼ଦିନ, ଇଷ୍ଟର କିମ୍ବା ଜନ୍ମଦିବସ ପାଳନ କରନ୍ତି ନାହିଁ ? (୩, ୪)

ମୃତବ୍ୟକ୍ତି କʼଣ ଜୀବିତମାନଙ୍କର କ୍ଷତି କରି ପାରିବେ ? (୫) ଯୀଶୁ କʼଣ କ୍ରୁଶ ଉପରେ ମୃତ୍ୟୁବରଣ କରିଥିଲେ ? (୬) ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା କେତେ ମହତ୍ୱପୂର୍ଣ୍ଣ ? (୭)

. ସବୁ ବିଶ୍ୱାସ ଓ ପ୍ରଥା ଭୁଲ ନୁହେଁ । କିନ୍ତୁ ତାହା ମିଥ୍ୟାଧର୍ମରୁ ଆସିଥିଲେ କିମ୍ବା ବାଇବଲ ଶିକ୍ଷାର ବିରୁଦ୍ଧାଚରଣ କରୁଥିଲେ, ପରମେଶ୍ୱର ସେଗୁଡ଼ିକୁ ସ୍ୱୀକୃତି ଦେବେ ନାହିଁ ।—ମାଥିଉ ୧୫:୬.

. ତ୍ରିତ୍ୱ: ଯିହୋବା କʼଣ ତ୍ରିତ୍ୱ ଅଟନ୍ତି—ଜଣେ ପରମେଶ୍ୱରଙ୍କ ମଧ୍ୟରେ ତିନି ବ୍ୟକ୍ତି ? ନା ! ଯିହୋବା ପରମପିତା, ସେ “ଏକମାତ୍ର ସତ୍ୟ ପରମେଶ୍ୱର” (ଯୋହନ ୧୭:୩; ମାର୍କ ୧୨:୨୯) ଯୀଶୁ ତାଙ୍କ ପ୍ରଥମଜାତ ପୁତ୍ର ଓ ସେ ପରମେଶ୍ୱରଙ୍କ ଅଧୀନରେ ଅଛନ୍ତି । (୧ କରିନ୍ଥୀୟ ୧୧:୩) ପିତା, ପୁତ୍ର ଅପେକ୍ଷା ମହାନ୍‌ । (ଯୋହନ ୧୪:୨୮) ପବିତ୍ର ଆତ୍ମା ବ୍ୟକ୍ତି ନୁହେଁ; ତାହା ହେଉଛି ପରମେଶ୍ୱରଙ୍କ ସକ୍ରିୟ ଶକ୍ତି ।—ଆଦି ପୁସ୍ତକ ୧:୨; ପ୍ରେରିତ ୨:୧୮.

. ବଡ଼ଦିନ ଓ ଇଷ୍ଟର୍‌: ଡିସେମ୍ବର ୨୫ ରେ ଯୀଶୁଙ୍କ ଜନ୍ମ ହୋଇ ନ ଥିଲା । ସେ ଅକ୍ଟୋବର ୧ ପାଖାପାଖି ଦିନରେ ଜନ୍ମି ଥିଲେ, ବର୍ଷର ଏପରି ଏକ ସମୟ, ଯେଉଁ ସମୟରେ ମେଷ ପାଳକ ରାତ୍ରିରେ ସେମାନଙ୍କ ମେଷପଲକୁ ପଦାରେ ରଖନ୍ତି । (ଲୂକ ୨:୮-୧୨) ଯୀଶୁ ନିଜ ଜନ୍ମଦିବସ ପାଳନ କରିବା ପାଇଁ ଖ୍ରୀଷ୍ଟିୟାନମାନଙ୍କୁ କେବେହେଁ ଆଜ୍ଞା ଦେଇ ନ ଥିଲେ । ବରଂ ସେ ନିଜ ମୃତ୍ୟୁକୁ ସ୍ମରଣ ବା ପାଳନ କରିବା ପାଇଁ ଶିଷ୍ୟମାନଙ୍କୁ କହିଥିଲେ । (ଲୂକ ୨୨:୧୯, ୨୦) ବଡ଼ଦିନ ଓ ତାହାର ପ୍ରଥା ପ୍ରାଚୀନ ମିଥ୍ୟାଧର୍ମରୁ ଆସିଅଛି । ଏ କଥା ଇଷ୍ଟ ପ୍ରଥାରେ ଅଣ୍ଡା ଓ ଠେକୁଆ ବ୍ୟବହାର ପ୍ରଭୃତି ବିଷୟରେ ମଧ୍ୟ ସମାନ ସତ୍ୟ । ଆଦି ଖ୍ରୀଷ୍ଟିୟାନମାନେ ବଡ଼ଦିନ କିମ୍ବା ଇଷ୍ଟର ପାଳନ କରୁ ନ ଥିଲେ, ନା ହିଁ ଆଜିର ପ୍ରକୃତ ଖ୍ରୀଷ୍ଟିୟାନମାନେ କରନ୍ତି ।

. ଜନ୍ମଦିବସ: ବାଇବଲ୍‌ରେ କେବଳ ଦୁଇଟି ଜନ୍ମଦିବସ ସମାରୋହ କଥା ବର୍ଣ୍ଣିତ ଅଛି ଯାହା ଯିହୋବାଙ୍କୁ ଉପାସନା କରୁ ନ ଥିବା ଲୋକେ ପାଲନ କରିଥିଲେ । (ଆଦି ପୁସ୍ତକ ୪୦:୨୦-୨୨; ମାର୍କ ୬:୨୧, ୨୨, ୨୪-୨୭) ଆଦି ଖ୍ରୀଷ୍ଟିୟାନମାନେ ଜନ୍ମଦିବସ ପାଳନ କରୁ ନ ଥିଲେ । ଜନ୍ମଦିବସ ସମାରୋହ ପ୍ରଥା ପ୍ରାଚୀନ ମିଥ୍ୟା ଧର୍ମରୁ ଆସିଛି । ପ୍ରକୃତ ଖ୍ରୀଷ୍ଟିୟାନମାନେ ବର୍ଷର ଅନ୍ୟ ସମୟରେ ଏକତ୍ରିତ ହୋଇ ଉପହାର ଦିଅନ୍ତି ଓ ଏକତ୍ର ଆନନ୍ଦ ଉପଭୋଗ କରନ୍ତି ।

. ମୃତବ୍ୟକ୍ତିଙ୍କୁ ଭୟ: ମୃତବ୍ୟକ୍ତି କିଛି କାର୍ଯ୍ୟ କିମ୍ବା ଅନୁଭବ କରିପାରନ୍ତି ନାହିଁ । ଆମେ ସେମାନଙ୍କୁ ସାହାଯ୍ୟ କରି ପାରିବା ନାହିଁ ଓ ସେମାନେ ଆମର ଅନିଷ୍ଟ କରି ପାରିବେ ନାହିଁ । (ଗୀତସଂହିତା ୧୪୬:୪; ଉପଦେଶକ ୯:୫, ୧୦) ମନୁଷ୍ୟ ମୃତ୍ୟୁବରଣ କଲା ପରେ ତାହାର କୌଣସି ଅଂଶ ଜୀବିତ ରହେ ନାହିଁ । (ଯିହିଜିକଲ ୧୮:୪) କିନ୍ତୁ ବେଳେ ବେଳେ ପିଶାଚ କୁହାଯାଉଥିବା ଦୁଷ୍ଟ ସ୍ୱର୍ଗଦୂତ, ଛଳନାର ସହିତ ମୃତବ୍ୟକ୍ତିର ରୂପ ଧାରଣ କରିଥାନ୍ତି । ଯେଉଁସବୁ ପ୍ରଥା ମୃତବ୍ୟକ୍ତିକୁ ଉପାସନା କିମ୍ବା ଭୟ କରନ୍ତି ସେସବୁ ଭୁଲ ଅଟେ ।—ଯିଶାଇୟ ୮:୧୯.

: କ୍ରୁଶ: କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁ ହୋଇ ନ ଥିଲା । ତାଙ୍କର ମୃତ୍ୟୁ ଗୋଟିଏ କାଠଖୁଣ୍ଟ କିମ୍ବା ସ୍ତମ୍ଭରେ ହୋଇଥିଲା । ଅନେକ ବାଇବଲରେ ଗ୍ରୀକ୍‌ ଅନୁବାଦିତ “କ୍ରୁଶ” ଶବ୍ଦର ଅର୍ଥ ହେଉଛି କେବଳ ଗୋଟିଏ କାଠ ଗଣ୍ଡି । କ୍ରୁଶର ପ୍ରତୀକ ପ୍ରାଚୀନ ମିଥ୍ୟା ଧର୍ମରୁ ଆସିଅଛି । ଆଦି ଖ୍ରୀଷ୍ଟିୟାନମାନେ କ୍ରୁଶର ବ୍ୟବହାର କିମ୍ବା ଉପାସନା କରୁ ନ ଥିଲେ । ତେବେ ଉପାସନାରେ କ୍ରୁଶର ଉପଯୋଗ ଆପଣ କʼଣ ଠିକ୍‌ ମନେକରନ୍ତି ?—ଦ୍ୱିତୀୟ ବିବରଣ ୭:୨୬; ୧ କରିନ୍ଥୀୟ ୧୦:୧୪.

. ଏସବୁ କେତେକ ବିଶ୍ୱାସ ଓ ପ୍ରଥା ତ୍ୟାଗକରିବା ବହୁତ କଷ୍ଟ ହୋଇପାରେ । ଆପଣଙ୍କ ସଂପର୍କୀୟ ଓ ବନ୍ଧୁମାନେ ସେ ବିଶ୍ୱାସକୁ ପରିବର୍ତ୍ତନ ନ କରିବା ପାଇଁ ଆପଣଙ୍କୁ ପ୍ରବର୍ତ୍ତାଇ ପାରନ୍ତି । କିନ୍ତୁ ମନୁଷ୍ୟ ଅପେକ୍ଷା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଅଧିକ ମହତ୍ୱପୂର୍ଣ୍ଣ ।—ହିତୋପଦେଶ ୨୯:୨୫; ମାଥିଉ ୧୦:୩୬, ୩୭.

[୨୨ ପୃଷ୍ଠାରେ ଚିତ୍ର]

ପରମେଶ୍ୱର ଏକ ତ୍ରିତ୍ୱ ନୁହଁନ୍ତି

[୨୩ ପୃଷ୍ଠାରେ ଚିତ୍ର]

ବଡ଼ଦିନ ଓ ଇଷ୍ଟର ପ୍ରାଚୀନ ମିଥ୍ୟା ଧର୍ମରୁ ଆସିଅଛି

[୨୩ ପୃଷ୍ଠାରେ ଚିତ୍ର]

ମୃତମାନଙ୍କୁ ଭୟକରିବା କିମ୍ବା ଉପାସନା କରିବାର କୌଣସି କାରଣ ନାହିଁ