इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପରମେଶ୍ୱରଙ୍କ ଇଚ୍ଛାକୁ ପାଳନ କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା

ପରମେଶ୍ୱରଙ୍କ ଇଚ୍ଛାକୁ ପାଳନ କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା

ପାଠ ୧୫

ପରମେଶ୍ୱରଙ୍କ ଇଚ୍ଛାକୁ ପାଳନ କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା

ଆପଣ ଯାହା ଶିଖୁଛନ୍ତି ସେ ବିଷୟରେ ଅନ୍ୟମାନଙ୍କୁ କାହିଁକି କହିବେ ? (୧)

ଆପଣ କାହା ସହିତ ସୁସମାଚାର ବାଣ୍ଟି ପାରିବେ ? (୨)

ଆପଣଙ୍କ ଆଚରଣ ଅନ୍ୟମାନଙ୍କ ଉପରେ କି ପ୍ରଭାବ ପକାଇ ପାରେ ? (୨)

ଆପଣ ମଣ୍ଡଳୀ ସହିତ କେବେ ପ୍ରଚାର କରି ପାରିବେ ? (୩)

. ବର୍ତ୍ତମାନ ଆପଣ ବାଇବଲରୁ ଅନେକ ଭଲ କଥା ଶିଖିଲେଣି । ଏହି ଜ୍ଞାନ ଆପଣଙ୍କ ଖ୍ରୀଷ୍ଟିୟାନ ବ୍ୟକ୍ତିତ୍ୱକୁ ବିକଶିତ କରିବା ଉଚିତ । (ଏଫିସୀୟ ୪:୨୨-୨୪) ଅନନ୍ତ ଜୀବନ ପ୍ରାପ୍ତ ହେବା ପାଇଁ ଏପରି ଜ୍ଞାନ ଆପଣଙ୍କ ପାଇଁ ଅତ୍ୟାବଶ୍ୟକ । (ଯୋହନ ୧୭:୩) ଅନ୍ତତ, ଅନ୍ୟମାନେ ମଧ୍ୟ ସୁସମାଚାର ଶୁଣିବା ଆବଶ୍ୟକ, ତେବେ ସେମାନେ ମଧ୍ୟ ଉଦ୍ଧାର ପାଇ ପାରିବେ । ପ୍ରକୃତ ଖ୍ରୀଷ୍ଟିୟାନ ଅନ୍ୟମାନଙ୍କୁ ସାକ୍ଷୀ ଦେବା ଉଚିତ । ଏହା ପରମେଶ୍ୱରଙ୍କ ଆଜ୍ଞା ଅଟେ ।—ରୋମୀୟ ୧୦:୧୦; ୧ କରିନ୍ଥୀୟ ୯:୧୬; ୧ ତୀମଥି ୪:୧୬.

. ଯେଉଁ ଭଲ କଥା ଆପଣ ଶିଖିଛନ୍ତି ଆପଣଙ୍କ ନିକଟବର୍ତ୍ତୀ ଲୋକଙ୍କୁ ପ୍ରଥମେ ତାହା ବାଣ୍ଟିବାକୁ ଆରମ୍ଭ କରିପାରନ୍ତି । ସେସବୁକୁ ନିଜ ପରିବାର, ବନ୍ଧୁମାନଙ୍କୁ, ବିଦ୍ୟାଳୟ ସହପାଠୀମାନଙ୍କୁ ଏବଂ ସହକର୍ମୀମାନଙ୍କୁ ଜଣାନ୍ତୁ । ଏହା କରିବାବେଳେ ଆପଣ ଦୟାଳୁ ଓ ଧୈର୍ଯ୍ୟବାନ ହୁଅନ୍ତୁ । (୨ ତୀମଥି ୨:୨୪, ୨୫) ମନେ ରଖନ୍ତୁ ଯେ ଲୋକେ ପ୍ରାୟତଃ କୌଣସି ବ୍ୟକ୍ତି ଯାହା କହେ ତାହା ଶୁଣିବା ଅପେକ୍ଷା ତା ଆଚରଣକୁ ଦେଖନ୍ତି । ତେଣୁ ଆପଣଙ୍କ ଭଲ ଆଚରଣ ଅନ୍ୟମାନଙ୍କୁ ସେଇ ସଂଦେଶ ଶୁଣିବା ପାଇଁ ଆକର୍ଷିତ କରିପାରେ ଯାହା ଆପଣ ସେମାନଙ୍କୁ ଜଣାଉଛନ୍ତି ।—ମାଥିଉ ୫:୧୬; ୧ ପିତର ୩:୧, ୨, ୧୬.

. କିଛି ସମୟ ପରେ, ଆପଣ ବୋଧେ ଯିହୋବାଙ୍କ ସାକ୍ଷୀମାନଙ୍କ ସ୍ଥାନୀୟ ମଣ୍ଡଳୀ ସହିତ ପ୍ରଚାର ଆରମ୍ଭ କରିବା ଯୋଗ୍ୟ ହେବେ । ଏହା ଆପଣଙ୍କ ପ୍ରଗତିରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । (ମାଥିଉ ୨୪:୧୪) ଏହା କେଡ଼େ ଆନନ୍ଦର କଥା ହେବ ଯଦି, ଆପଣ କୌଣସି ବ୍ୟକ୍ତିଙ୍କୁ ଯିହୋବାଙ୍କ ସେବକ ହେବା ପାଇଁ ଓ ଅନନ୍ତ ଜୀବନ ପ୍ରାପ୍ତ କରିବା ପାଇଁ ସାହାଯ୍ୟ କରିବାରେ ସମର୍ଥ ହୁଅନ୍ତି ।—୧ ଥେସଲନୀକୀୟ ୨:୧୯, ୨୦.