इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପରମେଶ୍ୱରଙ୍କ ରାଜ୍ୟ କʼଣ ଅଟେ ?

ପରମେଶ୍ୱରଙ୍କ ରାଜ୍ୟ କʼଣ ଅଟେ ?

ପାଠ ୬

ପରମେଶ୍ୱରଙ୍କ ରାଜ୍ୟ କʼଣ ଅଟେ ?

ପରମେଶ୍ୱରଙ୍କ ରାଜ୍ୟ କେଉଁଠି ଅବସ୍ଥିତ ? (୧) ସେଠାର ରାଜା କିଏ ? (୨)

ରାଜାଙ୍କ ସହିତ ଶାସନ କରିବା ପାଇଁ ଅନ୍ୟ ବ୍ୟକ୍ତି ଭାଗ ନେବେ କି ? ଯଦି ନେବେ, ତାହେଲେ କେତେ ଜଣ ? (୩)

କʼଣ ସୂଚନା କରେ ଯେ ଆମ୍ଭେମାନେ ଶେଷକାଳରେ ବଞ୍ଚିଅଛୁଁ ? (୪)

ପରମେଶ୍ୱରଙ୍କ ରାଜ୍ୟ ମାନବଜାତି ପାଇଁ ଭବିଷ୍ୟତରେ କʼଣ କରିବ ? (୫-୭)

. ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ସେ ନିଜ ଅନୁଗାମୀମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ପାଇଁ ପ୍ରାର୍ଥନା କରିବା ଶିଖାଇଥିଲେ । ରାଜ୍ୟର ଏକ ଶାସନତନ୍ତ୍ର, ରାଜା ଏହାର ମୁଖ୍ୟ । ପରମେଶ୍ୱରଙ୍କ ରାଜ୍ୟ ଏକ ବିଶେଷ ଶାସନତନ୍ତ୍ର ଅଟେ । ଏହା ସ୍ୱର୍ଗରେ ସ୍ଥାପିତ ହୋଇଛି ଓ ପୃଥିବୀକୁ ଶାସନ କରିବ । ତାହା ପରମେଶ୍ୱରଙ୍କ ନାମକୁ ଉତ୍ସର୍ଗ ଓ ପବିତ୍ର କରିବ । ଏହା ପୃଥିବୀରେ ପରମେଶ୍ୱରଙ୍କ ଇଚ୍ଛା ପୂରଣ କରିବ, ଯେମିତି ତାଙ୍କ ଇଚ୍ଛା ସ୍ୱର୍ଗରେ ହେଉଛି ।—ମାଥିଉ ୬:୯, ୧୦.

. ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ, ଯୀଶୁ ତାଙ୍କ ରାଜ୍ୟର ରାଜା ହେବେ । (ଲୂକ ୧:୩୦-୩୩) ଯୀଶୁ ପୃଥିବୀରେ ଥିବା ସମୟରେ ପ୍ରମାଣିତ କରିଥିଲେ, ସେ ଜଣେ କୃପାଳୁ, ନ୍ୟାୟପରାୟଣ ଓ ପରିପୂର୍ଣ୍ଣ ଶାସକ ହେବେ । ଯେତେବେଳେ ସେ ସ୍ୱର୍ଗକୁ ଫେରିଗଲେ ସଙ୍ଗେ ସଙ୍ଗେ ତାଙ୍କୁ ପରମେଶ୍ୱରଙ୍କ ରାଜ୍ୟର ରାଜାରୂପେ ସିଂହାସନରେ ସ୍ଥାପନ କରାଯାଇ ନ ଥିଲା (ଏବ୍ରୀ ୧୦:୧୨, ୧୩) ଯିହୋବା ନିଜର ପ୍ରତିଜ୍ଞାନୁସାରେ ୧୯୧୪ରେ ସେହି କତ୍ତୃତ୍ୱ ଯୀଶୁଙ୍କୁ ଦେଲେ । ସେହିସମୟରୁ ଯିହୋବାଙ୍କ ମନୋନୀତ ରାଜା ରୂପେ ଯୀଶୁ ସ୍ୱର୍ଗରେ ଶାସନ କରୁଅଛନ୍ତି ।—ଦାନିଏଲ ୭:୧୩, ୧୪.

. ଯିହୋବା ପୃଥିବୀରୁ କିଛି ବିଶ୍ୱସ୍ତ ପୁରୁଷ ଓ ନାରୀ ମାନଙ୍କୁ ମଧ୍ୟ ସ୍ୱର୍ଗକୁ ଯିବା ପାଇଁ ମନୋନୀତ କରିଅଛନ୍ତି । ସେମାନେ ଯୀଶୁଙ୍କ ସହିତ ମାନବଜାତି ଉପରେ ରାଜା, ନ୍ୟାୟାଧୀଶ ଓ ଯାଜକରୂପେ ଶାସନ କରିବେ । (ଲୂକ ୨୨:୨୮-୩୦; ପ୍ରକାଶିତ ବାକ୍ୟ ୫୯, ୧୦) ଯୀଶୁ ନିଜର ଏହି ସହ-ଶାସକମାନଙ୍କୁ “ସାନ ପଲ” ବୋଲି କହିଛନ୍ତି । ସେମାନଙ୍କ ସଂଖ୍ୟା ୧୪୪,୦୦୦ ।—ଲୂକ ୧୨:୩୨; ପ୍ରକାଶିତ ବାକ୍ୟ ୧୪:୧-୩.

. ଯୀଶୁ ରାଜା ହେବା ମାତ୍ରକେ ଶୟତାନ ଓ ତାʼର ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ସ୍ୱର୍ଗରୁ ପୃଥିବୀକୁ ନିକ୍ଷେପ କଲେ । ସେଥି ଯୋଗୁଁ୧୯୧୪ରୁ ପୃଥିବୀର ପରିସ୍ଥିତି ଅଧିକ ଖରାପ ହେଉଛି । (ପ୍ରକାଶିତ ବାକ୍ୟ ୧୨:୯, ୧୨) ଯୁଦ୍ଧ, ଦୁର୍ଭିକ୍ଷ, ମହାମାରି, ଅରାଜକତା— ଏସବୁ ଗୋଟିଏ “ଚିହ୍ନ” ର ଅଂଶକୁ ଇଙ୍ଗିତ କରେ ଯେ ଯୀଶୁ ଶାସନ କରୁଛନ୍ତି ଓ ଏହି ବିଧିବ୍ୟବସ୍ଥା ଶେଷକାଳରେ ଉପସ୍ଥିତ ।—ମାଥିଉ ୨୪:୩, ୭, ୮, ୧୨; ଲୂକ ୨୧:୧୦, ୧୧; ୨ ତୀମଥି ୩:୧-୫.

. ମେଷପାଳକ ଯେପରି ଛାଗଠାରୁ ମେଷକୁ ପୃଥକ କରେ, ଖୁବ୍‌ ଶିଘ୍ର ଯୀଶୁ ଲୋକଙ୍କର ବିଚାର କରି ସେମାନଙ୍କୁ ଅଲଗା କରିବେ । ଯେଉଁମାନେ ନିଜକୁ ତାଙ୍କ ବିଶ୍ୱସ୍ତ ପ୍ରଜା ଭାବେ ପ୍ରମାଣିତ କରିବେ ସେମାନେ ହେଉଛନ୍ତି “ମେଷ” । ସେମାନେ ପୃଥିବୀରେ ଅନନ୍ତ ଜୀବନ ପ୍ରାପ୍ତ ହେବେ । ଯେଉଁମାନେ ପରମେଶ୍ୱରଙ୍କ ରାଜ୍ୟକୁ ଅସ୍ୱୀକାର କରିବେ ସେମାନେ ହେଲେ “ଛାଗ” । (ମାଥିଉ ୨୫:୩୧-୩୪, ୪୬) ନିକଟ ଭବିଷ୍ୟତରେ ଯୀଶୁ ସମସ୍ତ ଛାଗତୁଲ୍ୟ ଲୋକଙ୍କୁ ବିନାଶ କରିବେ । (୨ ଥେସଲନୀକୀୟ ୧:୬-୯) ଯଦି ଆପଣ ଯୀଶୁଙ୍କ “ମେଷ” ମଧ୍ୟରୁ ଜଣେ ହେବାକୁ ଚାହାଁନ୍ତି, ତେବେ ଆପଣ ରାଜ୍ୟର ସନ୍ଦେଶ ଶୁଣିବା ଓ ତା ଅନୁଯାଇ କର୍ମ କରିବା ଉଚିତ ।—ମାଥିଉ ୨୪:୧୪.

. ବର୍ତ୍ତମାନ ପୃଥିବୀ ଅନେକ ଦେଶରେ ବିଭକ୍ତ ହୋଇଛି । ପ୍ରତ୍ୟେକ ଦେଶର ନିଜ ସରକାର ଅଛି । ଏହି ରାଷ୍ଟ୍ରସମୂହ ପ୍ରାୟ ଏକ ଅନ୍ୟ ସହିତ ଯୁଦ୍ଧ କରନ୍ତି । କିନ୍ତୁ ପରମେଶ୍ୱରଙ୍କ ରାଜ୍ୟ ସମସ୍ତ ମାନବ ସରକାରଙ୍କ ସ୍ଥାନ ନେବ । ଏହା ଏକମାତ୍ର ସରକାର ସମଗ୍ର ପୃଥିବୀକୁ ଶାସନ କରିବ । (ଦାନିଏଲ ୨:୪୪) ସେତେବେଳେ ଆଉ ସେଠାରେ ଯୁଦ୍ଧ, ଅପରାଧ ଓ ହିଂସା ରହିବ ନାହିଁ । ସମଗ୍ର ମାନବଜାତି ଶାନ୍ତି ଓ ଏକତା ମଧ୍ୟରେ ମିଳିମିଶି ବାସ କରିବେ ।—ମୀଖା ୪:୩, ୪.

. ଯୀଶୁଙ୍କ ହଜାର ବର୍ଷ ଶାସନ ମଧ୍ୟରେ ବିଶ୍ୱସ୍ତ ମାନବଗଣ ସିଦ୍ଧ ଅବସ୍ଥାକୁ ଆସିବେ ଓ ସମଗ୍ର ପୃଥିବୀ ପାରାଦୀଶରେ ପରିବର୍ତ୍ତନ ହେବ । ପରମେଶ୍ୱର ଯାହା କରିବା ପାଇଁ କହିଥିଲେ, ଯୀଶୁ ହଜାର ବର୍ଷ ଶେଷରେ ସେସବୁ କରିସାରିଥିବେ । ତାପରେ ସେ ରାଜ୍ୟକୁ ତାଙ୍କ ପିତାଙ୍କ ହାତରେ ସମର୍ପଣ କରିବେ । (୧ କରିନ୍ଥୀୟ ୧୫:୨୪) ପରମେଶ୍ୱରଙ୍କ ରାଜ୍ୟ କʼଣ କରିବ ସେ ବିଷୟରେ ଆପଣ ନିଜ ବନ୍ଧୁ ଓ ପ୍ରିୟଜନଙ୍କୁ କାହିଁକି ବା ନ କହିବେ ?

[୧୩ ପୃଷ୍ଠାରେ ଚିତ୍ର]

ଯୀଶୁଙ୍କ ଶାସନ ଅଧୀନରେ ଘୃଣା କିମ୍ବା କୁସଂସ୍କାର ରହିବ ନାହିଁ