इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପରମେଶ୍ୱରଙ୍କ ସେବକ ଶୁଦ୍ଧ ହେବା ଉଚିତ

ପରମେଶ୍ୱରଙ୍କ ସେବକ ଶୁଦ୍ଧ ହେବା ଉଚିତ

ପାଠ ୯

ପରମେଶ୍ୱରଙ୍କ ସେବକ ଶୁଦ୍ଧ ହେବା ଉଚିତ

ଆମେ ପ୍ରତ୍ୟେକ ଦିଗରୁ ଶୁଦ୍ଧ ହେବା ଉଚିତ କାହିଁକି ? (୧)

ଆଧ୍ୟାତ୍ମିକ ଭାବରେ ଶୁଦ୍ଧ (୨)

ନୈତିକ ଭାବରେ ଶୁଦ୍ଧ (୩) ମାନସିକ ରୂପେ ନିର୍ମଳ ? (୪) ଶାରୀରିକ ରୂପେ ନିର୍ମଳ (୫) ହେବାର ଅର୍ଥ କʼଣ ?

କେଉଁ ପ୍ରକାରର ଅଶୁଦ୍ଧ କଥାବାର୍ତ୍ତାରୁ ଦୂରରେ ରହିବା ଉଚିତ ? (୬)

. ଯିହୋବା ପରମେଶ୍ୱର ଶୁଦ୍ଧ ଓ ପବିତ୍ର ଅଟନ୍ତି । ସେ ନିଜ ଉପାସନାକାରୀଙ୍କୁ—ଆଧ୍ୟାତ୍ମିକ, ନୈତିକ, ମାନସିକ ଓ ଶାରୀରିକ ଦିଗରୁ ଶୁଦ୍ଧ ରହିବା ପ୍ରତ୍ୟାଶା କରନ୍ତି । (୧ ପିତର ୧:୧୬) ଏହା ହିଁ ପରମେଶ୍ୱରଙ୍କ ଦୃଷ୍ଟିରେ ଶୁଦ୍ଧ ରହିବା ପାଇଁ ବାସ୍ତବ ଉଦ୍ୟମ । ଆମେ ଏକ ଅଶୁଦ୍ଧ ସଂସାରରେ ବାସ କରୁଛୁ  । ମନ୍ଦକାମ କରିବାର ସ୍ୱାଭାବିକ ପ୍ରବୃତ୍ତି ସହିତ ଆମକୁ ସଂଗ୍ରାମ କରିବାକୁ ହେବ । କିନ୍ତୁ ଆମକୁ ହାର ମାନିବା ଉଚିତ ନୁହେଁ ।

. ଆଧ୍ୟାତ୍ମିକ ଶୁଦ୍ଧତା: ଯଦି ଆମେ ଯିହୋବାଙ୍କୁ ସେବା କରିବାକୁ ଚାହୁଁ, ତେବେ ମିଥ୍ୟାଧର୍ମର କୌଣସି ଶିକ୍ଷା କିମ୍ବା ପ୍ରଥାକୁ ଗ୍ରହଣ କରି ପାରିବା ନାହିଁ । ଆମେ ମିଥ୍ୟା ଧର୍ମରୁ ଦୂରେଇ ରହିବା ଓ ତାହାକୁ କୌଣସି ପ୍ରକାରେ ସମର୍ଥନ କରିବା ଉଚିତ ନୁହେଁ । (୨ କରିନ୍ଥୀୟ ୬:୧୪-୧୮; ପ୍ରକାଶିତ ବାକ୍ୟ ୧୮:୪) ଆମେ ପରମେଶ୍ୱରଙ୍କ ସତ୍ୟ ବିଷୟରେ ଥରେ ଶିକ୍ଷାଗ୍ରହଣ କଲାପରେ, ମିଥ୍ୟା ଧର୍ମର ପଥଭ୍ରଷ୍ଟ ଶିକ୍ଷା ପ୍ରତି ସାବଧାନ ରହିବା ଉଚିତ ।—୨ ଯୋହନ ୧୦, ୧୧.

. ନୈତିକ ଶୁଦ୍ଧତା: ଯିହୋବା ଚାହାଁନ୍ତି, ତାଙ୍କ ଉପାସକ ମାନେ ସର୍ବଦା ପ୍ରକୁତ ଖ୍ରୀଷ୍ଟୀୟାନ ଭଳି ଜୀବନ ନିର୍ବାହ କରନ୍ତୁ । (୧ ପିତର ୨:୧୨) ଆମେ ଯାହାକିଛି କରୁଁ, ଏପରିକି ଗୁପ୍ତ ଭାବରେ ଯାହାକରୁଁ ସେ ସବୁ ଦେଖନ୍ତି । (ଏବ୍ରୀ ୪:୧୩) ଯୌନଗତ ଅନୈତିକତା ଓ ଅନ୍ୟାନ୍ୟ ଅଶୁଦ୍ଧ ଅଭ୍ୟାସସବୁ ଆମକୁ ପରିହାର କରିବା ଉଚିତ ।—୧ କରିନ୍ଥୀୟ ୬:୯-୧୧.

. ମାନସିକ ନିର୍ମଳତା: ଯଦି ଆମେ ନିଜ ମନକୁ ନିର୍ମଳ, ବିଶୁଦ୍ଧ ବିଚାରରେ ପୂର୍ଣ୍ଣ କରୁଁ, ତେବେ ଆମର ଆଚରଣ ମଧ୍ୟ ଶୁଦ୍ଧ ହେବ । (ଫିଲିପ୍‌ପୀୟ ୪:୮) କିନ୍ତୁ ଯଦି ଆମର ଅଶୁଦ୍ଧ ବିଷୟରେ ମନ ରହେ, ତାହେଲେ ଏହାର ପରିଣାମ ଦୁଷ୍କର୍ମ ହେବ । (ମାଥିଉ ୧୫:୧୮-୨୦) ଯେଉଁ ମନୋରଞ୍ଜନ ଆମ ମନକୁ ମଳିନ କରନ୍ତି, ତାଠାରୁ ଦୂରରେ ରହିବା ଉଚିତ । ଆମେ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଦ୍ୱାରା ନିଜ ମନକୁ ଶୁଦ୍ଧ ବିଚାରରେ ପୂର୍ଣ୍ଣ କରି ପାରିବା ।

. ଶାରୀରିକ ନିର୍ମଳତା: ଖ୍ରୀଷ୍ଟୀୟାନମା ନ ନିଜ ଶରୀର ଓ ବସ୍ତ୍ର ନିର୍ମଳ ରଖିବା ଉଚିତ କାରଣ ସେମାନେ ପରମେଶ୍ୱରଙ୍କ ପ୍ରତିନିଧିତ୍ୱ କରନ୍ତି । ଶୌଚାଳୟ ବ୍ୟବହାର ପରେ, ଖାଦ୍ୟ ଖାଇବା ପୂର୍ବରୁ ଓ କୌଣସି ଖାଦ୍ୟପଦାର୍ଥ ଧରିବା ପୂର୍ବରୁ ଆମର ହାତ ଧୋଇବା ଉଚିତ । ଯଦି ଆପଣଙ୍କ ଘରେ ମଇଳା ନିଷ୍କାସନର ଯଥାଯଥ ବ୍ୟବସ୍ଥା ନ ଥାଏ, ତେବେ ବର୍ଜ୍ୟବସ୍ତୁକୁ ପୋତି ଦେବା ଉଚିତ । (ଦ୍ୱିତୀୟ ବିବରଣ ୨୩:୧୨, ୧୩) ଶାରୀରିକ ନିର୍ମଳତା ଉତ୍ତମ ସ୍ୱାସ୍ଥ୍ୟର ପରିପୋଷକ । ଜଣେ ଖ୍ରୀଷ୍ଟିୟାନଙ୍କ ଘର ବାହାର ଓ ଭିତର ସଫା ସୁତୁରା ରହିବା ଉଚିତ । ସମାଜରେ ତାହା ଗୋଟିଏ ଆଦର୍ଶ ଉଦାହରଣଭାବେ ଦେଖାଯିବା ଉଚିତ ।

. ଶୁଦ୍ଧ କଥା: ପରମେଶ୍ୱରଙ୍କ ସେବକ ସର୍ବଦା ସତ୍ୟ କହିବା ଉଚିତ । ମିଥ୍ୟାବାଦୀ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରିବେ ନାହିଁ । (ଏଫିସୀୟ ୪:୨୫; ପ୍ରକାଶିତ ବାକ୍ୟ ୨୧:୮) ଖ୍ରୀଷ୍ଟୀୟାନମାନେ ଖରାପ ଭାଷା ବ୍ୟବହାର କରନ୍ତି ନାହିଁ । ସେମାନେ ଅଶ୍ଲୀଳ ଓ ଅସହ୍ୟ କଥା ଶୁଣନ୍ତି ନାହିଁ କିମ୍ବା କହନ୍ତି ନାହିଁ । ପରିମାର୍ଜିତ କଥାଭାଷା ପାଇଁ ସେମାନେ ନିଜର କାର୍ଯ୍ୟ-ସ୍ଥଳରେ, ବିଦ୍ୟାଳୟରେ ଓ ପଡ଼ୋଶୀଙ୍କ ପାଖରେ ସ୍ପଷ୍ଟ ଭାବରେ ଭିନ୍ନ ଦେଖାଯାଆନ୍ତି ।—ଏଫିସୀୟ ୪:୨୯, ୩୧; ୫:୩.

[୧୮, ୧୯ ପୃଷ୍ଠାରେ ଚିତ୍ର]

ପରମେଶ୍ୱରଙ୍କ ସେବକମାନେ ସବୁ କ୍ଷେତ୍ରରେ ଶୁଦ୍ଧ ହେବା ଉଚିତ ।