इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପରମେଶ୍ୱର କିଏ ?

ପରମେଶ୍ୱର କିଏ ?

ପାଠ ୨

ପରମେଶ୍ୱର କିଏ ?

ସତ୍ୟ ପରମେଶ୍ୱର କିଏ ଏବଂ ତାଙ୍କ ନାମ କʼଣ ? (୧,୨)

ତାଙ୍କ ଶରୀର କେଉଁ ପ୍ରକାର ଅଟେ ? (୩)

ତାଙ୍କର ସୁବିଦିତ ଗୁଣଗୁଡ଼ିକ କʼଣ ? (୪)

ତାଙ୍କ ଉପାସନା ପାଇଁ କʼଣ ଆମେ ପ୍ରତିମା ଓ ପ୍ରତୀକ ବ୍ୟବହାର କରିବା ଉଚିତ ? (୫)

କେଉଁ ଦୁଇ ଉପାୟରେ ଆମେ ପରମେଶ୍ୱରଙ୍କ ବିଷୟରେ ଶିକ୍ଷାଲାଭ କରି ପାରିବୁ ? (୬)

. ଲୋକେ ଅନେକ ବସ୍ତୁଗୁଡ଼ିକର ଉପାସନା କରିଥାନ୍ତି । କିନ୍ତୁ ବାଇବଲ ଆମକୁ କହେ, ଯେ କେବଳ ଜଣେ ସତ୍ୟ ପରମେଶ୍ୱର ଅଛନ୍ତି । ସେ ସ୍ୱର୍ଗ ଓ ପୃଥିବୀର ସବୁକିଛି ସୃଷ୍ଟି କରିଅଛନ୍ତି । କେବଳ ତାଙ୍କୁ ହିଁ ଆମ୍ଭେମାନେ ଉପାସନା କରିବା ଉଚିତ, କାରଣ ସେ ଆମ୍ଭମାନଙ୍କୁ ଜୀବନ ଦେଇଛନ୍ତି ।—୧ କରିନ୍ଥୀୟ ୮:୫, ୬; ପ୍ରକାଶିତ ବାକ୍ୟ ୪:୧୧.

. ପରମେଶ୍ୱରଙ୍କ ଅନେକ ଉପାଧି ରହିଛି କିନ୍ତୁ, କେବଳ ଗୋଟିଏ ମାତ୍ର ନାମ ଅଛି । ସେହି ନାମଟି ହେଉଛି ଯିହୋବା । ଅଧିକାଂଶ ବାଇବଲରେ, ପରମେଶ୍ୱରଙ୍କ ନାମକୁ ଅପସାରିତ କରି ସେ ସ୍ଥାନରେ ପ୍ରଭୁ କିମ୍ବା ପରମେଶ୍ୱର ଆଖ୍ୟାରେ ତାହାକୁ ପରିବର୍ତ୍ତନ କରାଯାଇଛି । କିନ୍ତୁ ଯେତେବେଳେ ବାଇବଲ ରଚିତ ହୋଇଥିଲା, ସେଥିରେ ଯିହୋବାଙ୍କ ନାମ ପ୍ରାୟ ୭,୦୦୦ ଥର ଉଲ୍ଲେଖ ଥିଲା !—ଯାତ୍ରା ୩:୧୫; ଗୀତସଂହିତା ୮୩:୧୮.

. ଯିହୋବାଙ୍କ ଏକ ଶରୀର ଅଛି, କିନ୍ତୁ ତାହା ଆମ୍ଭମାନଙ୍କ ଶରୀର ସଦୃଶ ନୁହେଁ । ବାଇବଲ କହେ, “ପରମେଶ୍ୱର ଆତ୍ମା ଅଟନ୍ତି ।” (ଯୋହନ ୪:୨୪) ଆତ୍ମ ଏକ ଏମିତି ଜୀବନ-ସ୍ୱରୂପ ଯାହା କି ଆମ୍ଭମାନଙ୍କ ଜୀବନ-ସ୍ୱରୂପଠାରୁ ଉଚ୍ଚତର ପର୍ଯ୍ୟାୟର ଅଟେ । କେହି କେବେ ପରମେଶ୍ୱରଙ୍କୁ ଦେଖି ନାହାନ୍ତି । ଯିହୋବା ସ୍ୱର୍ଗରେ ରହନ୍ତି, କିନ୍ତୁ ସେ ସବୁକିଛି ଦେଖି ପାରନ୍ତି । (ଗୀତସଂହିତା ୧୧:୪, ୫; ଯୋହନ ୧:୧୮) ତାହେଲେ, ପବିତ୍ର ଆତ୍ମ କʼଣ ? ତାହା ଈଶ୍ୱରଙ୍କ ସଦୃଶ ଏକ ବ୍ୟକ୍ତି ନୁହେଁ । ବରଂ ଏହା ପରମେଶ୍ୱରଙ୍କ ସକ୍ରିୟ ଶକ୍ତି ଅଟୋ—ଗୀତସଂହିତା ୧୦୪:୩୦.

. ବାଇବଲ ଆମ୍ଭମାନଙ୍କ ପାଖରେ ଯିହୋବାଙ୍କ ବ୍ୟକ୍ତିତ୍ୱ ପ୍ରକଟ କରେ । ଏହା ଦର୍ଶାଏ ଯେ ତାଙ୍କର ସୁବିଦିତ ଗୁଣଗୁଡ଼ିକ ହେଉଛି ପ୍ରେମ, ନ୍ୟାୟ, ପ୍ରଜ୍ଞା ଓ ଶକ୍ତି । (ଦ୍ୱିତୀୟ ବିବରଣ ୩୨:୪; ଆୟୁବ ୧୨:୧୩; ଯିଶାଇୟ ୪୦:୨୬; ୧ ଯୋହନ ୪:୮) ବାଇବଲ ଆମ୍ଭମାନଙ୍କୁ କହେ ଯେ ସେ କରୁଣାମୟ, ଦୟାଳୁ, କ୍ଷମାଶୀଳ, ମହାନୁଭବ, ଓ ଧୈର୍ଯ୍ୟବାନ୍‌ ମଧ୍ୟ ଅଟନ୍ତି । ଆଜ୍ଞାଧୀନ ସନ୍ତାନମାନଙ୍କ ପରି ଆମେ ତାଙ୍କୁ ଅନୁକରଣ କରିବା ପାଇଁ ଚେଷ୍ଟା କରିବା ଉଚିତ ।—ଏଫିସୀୟ ୫:୧, ୨.

. ଉପାସନା ବେଳେ ମୂର୍ତ୍ତି, ଛବି, କିମ୍ବା ପ୍ରତୀକ ସମ୍ମୁଖରେ ଆମେ ମୁଣ୍ଡ ନୁଆଇବା କିମ୍ବା ପ୍ରାର୍ଥନା କରିବା ଉଚିତ କି ? ନା ! (ଯାତ୍ରା ୨୦:୪, ୫) ଯିହୋବା କହନ୍ତି, ଆମେ କେବଳ ତାଙ୍କରି ଉପାସନା କରିବା ଉଚିତ । ସେ ନିଜ ମହିମା ଅନ୍ୟ କାହାରି ବା କିଛି ସହିତ ଭାଗ କରିବେ ନାହିଁ । ମୂର୍ତ୍ତିଗୁଡ଼ିକର ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଶକ୍ତି ନାହିଁ ।—ଗୀତସଂହିତା ୧୧୫:୪-୮; ଯିଶାଇୟ ୪୨:୮.

. ଆମ୍ଭେ ପରମେଶ୍ୱରଙ୍କୁ କିପରି ଆହୁରି ଉତ୍ତମ ଭାବେ ଜାଣି ପାରିବା ? ଏହାର ଗୋଟିଏ ଉପାୟ ହେଲା ସେ ଯାହା ସୃଷ୍ଟି କରିଛନ୍ତି ସେସବୁକୁ ଲକ୍ଷ୍ୟ କରିବା ଦ୍ୱାରା ଓ ସେସବୁ ଆମକୁ ଯାହା ସୂଚିତ କରେ ସେ ବିଷୟରେ ଗଭୀରଭାବେ ଚିନ୍ତା କରିବା । ପରମେଶ୍ୱରଙ୍କ ସୃଷ୍ଟି ସକଳ ତାଙ୍କର ଅସୀମ ପ୍ରଜ୍ଞା ଓ ଶକ୍ତିର ପରିଚୟ ଦିଏ । ସେ ଯାହା କିଛି ସୃଷ୍ଟି କରିଅଛନ୍ତି ସେଥିରେ ଆମ୍ଭେ ତାଙ୍କର ପ୍ରେମ ଦେଖିବାକୁ ପାଉଁ । (ଗୀତସଂହିତା ୧୯:୧-୬; ରୋମୀୟ ୧:୨୦) ପରମେଶ୍ୱଙ୍କ ସମ୍ପର୍କରେ ଜାଣିବାର ଆଉ ଗୋଟିଏ ଉପାୟ ହେଉଛି ବାଇବଲ ଅଧ୍ୟୟନ । ସେଥିରେ ସେ କେଉଁ ସ୍ୱଭାବର ପରମେଶ୍ୱର ଅଟନ୍ତି ସେ ସମ୍ବନ୍ଧରେ ଆମ୍ଭମାନଙ୍କୁ ସମଧିକ କହିଛନ୍ତି । ନିଜର ଉଦ୍ଦେଶ୍ୟ ଓ ଆମର କର୍ତ୍ତବ୍ୟ ସଂମ୍ପର୍କରେ ଯାହା ଚାହାଁନ୍ତି, ତାହା ମଧ୍ୟ ସେ ବୁଝାଇଛନ୍ତି ।—ଆମୋଷ ୩:୭; ୨ ତୀମଥି ୩:୧୬, ୧୭.

[୫ ପୃଷ୍ଠାରେ ଚିତ୍ର]

ସୃଷ୍ଟି ଓ ବାଇବଲରୁ ପରମେଶ୍ୱରଙ୍କ ସମ୍ବନ୍ଧରେ ଆମେ ଶିକ୍ଷାଲାଭ କରୁ ।