इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପରମେଶ୍ୱର ଘୃଣା କରୁଥିବା କାର୍ଯ୍ୟ

ପରମେଶ୍ୱର ଘୃଣା କରୁଥିବା କାର୍ଯ୍ୟ

ପାଠ ୧୦

ପରମେଶ୍ୱର ଘୃଣା କରୁଥିବା କାର୍ଯ୍ୟ

ପରମେଶ୍ୱର ଘୃଣା କରୁଥିବା ବିଷୟଗୁଡ଼ିକୁ ଆପଣ କିପରି ଅନୁଭବ କରିବା ଉଚିତ ? (୧)

କେଉଁ ପ୍ରକାରର ଯୌନ ବ୍ୟବହାରଗୁଡ଼ିକ ଅପରାଧ ଅଟେ ? (୨)

ଜଣେ ଖ୍ରୀଷ୍ଟିୟାନଙ୍କ ପାଇଁ ମିଥ୍ୟା ? (୩) ଜୁଆଖେଳ ? (୩)ଚୋରୀ ? (୩) ହିଂସା ? (୪) ପ୍ରେତାତ୍ମବାଦ ?(୫) ମାତାଳାମି ? (୬) ପ୍ରଭୃତି ବିଷୟରେ କିପରି ଦୃଷ୍ଟିକୋଣ ହେବା ଉଚିତ ?

ଜଣେ ବ୍ୟକ୍ତି କୁଅଭ୍ୟାସରୁ କିପରି ମୁକ୍ତ ହୋଇ ପାରିବ ? (୭)

. ପରମେଶ୍ୱରଙ୍କ ସେବକମାନେ ଉତ୍ତମ କଥାକୁ ଭଲ ପାଆନ୍ତି । କିନ୍ତୁ ସେମାନେ ଖରାପ କଥାକୁ ଘୃଣା କରିବା ମଧ୍ୟ ଶିଖିବା ଉଚିତ । (ଗୀତସଂହିତା ୯୭:୧୦) ଏହାର ଅର୍ଥ ହେଉଛି ସେସବୁ କାର୍ଯ୍ୟରୁ ଦୂରରେ ରହିବା ଉଚିତ, ଯାହାକୁ ପରମେଶ୍ୱର ଘୃଣା କରନ୍ତି । ଏହି କାର୍ଯ୍ୟଗୁଡ଼ିକ କʼଣ ?

. ବ୍ୟଭିଚାର: ବିବାହ-ପୂର୍ବ-ମୈଥୁନ, ପରସ୍ତ୍ରୀଗମନ, ପାଶବିକ ଯୌନ, ନିଷିଦ୍ଧ ଯୌନ ସଂପର୍କ ଓ ସମଲିଙ୍ଗକାମୁକତା ପ୍ରଭୃତି ପରମେଶ୍ୱରଙ୍କ ବିରୁଦ୍ଧରେ ଗୁରୁତର ପାପ ଅଟେ । (ଲେବିୟ ୧୮:୬; ରୋମୀୟ ୧:୨୬, ୨୭; ୧ କରିନ୍ଥୀୟ ୬:୯, ୧୦) ଅବିବାହିତ ନାରୀପୁରୁଷ ଯଦି ଏକାଠି ବାସକରନ୍ତି ତେବେ ସେମାନେ ଭିନ୍ନ ରହିବା କିମ୍ବା ଆଇନ୍‌ଗତ ବିବାହ କରିନେବା ଉଚିତ ।—ଏବ୍ରୀ ୧୩:୪.

. ମିଥ୍ୟା, ଜୁଆଖେଳ, ଚୋରୀ: ଯିହୋବା ପରମେଶ୍ୱର ମିଥ୍ୟା କହନ୍ତି ନାହିଁ । (ତିତସ ୧:୨) ଯେଉଁ ବ୍ୟକ୍ତି ତାଙ୍କ ଆଶୀର୍ବାଦ ଚାହେଁ ସେ ମିଥ୍ୟାଠାରୁ ଦୂରେଇଯିବା ଉଚିତ । (ହିତୋପଦେଶ ୬:୧୬-୧୯; କଲସୀୟ ୩:୯, ୧୦) ପ୍ରତ୍ୟେକ ପ୍ରକାରର ଜୁଆଖେଳ, ଲୋଭରୁ ଦୂଷିତ ହୁଏ । ତେଣୁ ଖ୍ରୀଷ୍ଟିୟାନମାନେ ଲୋଟେରୀ, ଘୋଡ଼ାଦୌଡ଼ ଓ ବିଙ୍ଗୋ ପ୍ରଭୃତି କୌଣସି ପ୍ରକାର ଜୁଆଖେଳରେ ଭାଗ ନିଅନ୍ତି ନାହିଁ । (ଏଫିସୀୟ ୫:୩-୫) ଖ୍ରୀଷ୍ଟିୟାନମାନେ ଚୋରୀ କରନ୍ତି ନାହିଁ । ସେମାନେ ଚୋରା ସମ୍ପତ୍ତିକୁ ଜାଣିବୁଝି କିଣନ୍ତି ନାହିଁ କିମ୍ବା ବିନା ଅନୁମତିର ଜିନିଷ ନିଅନ୍ତି ନାହିଁ ।—ଯାତ୍ରା ପୁସ୍ତକ ୨୦:୧୫; ଏଫିସୀୟ ୪:୨୮.

. କ୍ରୋଧ, ହିଂସା: ଅନିୟନ୍ତ୍ରିତ କ୍ରୋଧ, ହିଂସା ଆଡ଼କୁ ନେଇପାରେ । (ଆଦି ପୁସ୍ତକ ୪:୫-୮) ଜଣେ ହିଂସ୍ର ପ୍ରକୃତିର ବ୍ୟକ୍ତି ପରମେଶ୍ୱରଙ୍କ ମିତ୍ର ହୋଇ ପାରିବ ନାହିଁ । (ଗୀତସଂହିତା ୧୧:୫; ହିତୋପଦେଶ ୨୨:୨୪, ୨୫) ପ୍ରତିଶୋଧ ନେବା କିମ୍ବା ଅନ୍ୟ ବ୍ୟକ୍ତି ଆମ ପ୍ରତି ଅନ୍ୟାୟ ଆଚରଣ କଲେ ଦୁଷ୍ଟତାର ସହିତ ପ୍ରତିବଦଳା କରିବା ଭୁଲ ଅଟେ ।—ହିତୋପଦେଶ ୨୪:୨୯; ରୋମୀୟ ୧୨:୧୭-୨୧.

. ଗାରିଡ଼ି ମନ୍ତ୍ର ଓ ପ୍ରେତାତ୍ମବାଦ: କେହି କେହି ରୋଗ ଭଲ କରିବା ପାଇଁ ପ୍ରେତାତ୍ମାମାନଙ୍କ ଶକ୍ତିର ସାହାଯ୍ୟ ଲୋଡ଼ନ୍ତି । ଅନ୍ୟ ବ୍ୟକ୍ତି ନିଜର ଶତ୍ରୁମାନଙ୍କୁ ଅସୁସ୍ଥ କରିବା କିମ୍ବା ମାରିବା ପାଇଁ ମନ୍ତ୍ର କରିଥାନ୍ତି । ଏସବୁ କାର୍ଯ୍ୟ ପଛରେ ଶୟତାନର ଶକ୍ତି ରହିଛି । ତେଣୁ ଖ୍ରୀଷ୍ଟିୟାନମାନେ ଏଥି ମଧ୍ୟରୁ କୌଣସିରେ ଭାଗ ନେବା ଉଚିତ ନୁହେଁ । (ଦ୍ୱିତୀୟ ବିବରଣ ୧୮:୯-୧୩) ଆମେ ଯଦି ଯିହୋବାଙ୍କ ନିକଟରେ ରହିବା, ଗୁଣୀଗାରିଡ଼ିରୁ ଉତ୍ତମ ସୁରକ୍ଷା ପାଇବା ।—ହିତୋପଦେଶ ୧୮:୧୦.

. ମାତାଳାମି: ଅଳ୍ପ ମଦ, ବିୟର, କିମ୍ବା ଏନ୍ୟ ପ୍ରକାର ମଦ୍ୟପାନ କରିବା ଭୁଲ ନୁହେଁ । (ଗୀତସଂହିତା ୧୦୪:୧୫; ୧ ତୀମଥି ୫:୨୩) କିନ୍ତୁ ଅତ୍ୟଧିକ ମଦ୍ୟପାନ କିମ୍ବା ମାତାଲ ହେବା ପରମେଶ୍ୱରଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟ ଅଟେ । (୧ କରିନ୍ଥୀୟ ୫:୧୧-୧୩; ୧ ତୀମଥି ୩:୮) ଅତ୍ୟଧିକ ମଦ୍ୟପାନ ଆପଣଙ୍କ ସ୍ୱାସ୍ଥ୍ୟ ହାନି କରିପାରେ ଓ ପରିବାର ଭାଙ୍ଗି ଦେଇ ପାରେ । ଏହା ଅନ୍ୟ ପ୍ରଲୋଭନ ଆଡ଼କୁ ମଧ୍ୟ ଅତି ଶୀଘ୍ର ନେଇଯାଇପାରେ ।—ହିତୋପଦେଶ ୨୩:୨୦, ୨୧, ୨୯-୩୫.

. ପରମେଶ୍ୱର ଯେଉଁସବୁ କାର୍ଯ୍ୟକୁ କୁକର୍ମ କହନ୍ତି ସେଥିରେ ଅଭ୍ୟସ୍ତ ବ୍ୟକ୍ତି “ପରମେଶ୍ୱରଙ୍କ ରାଜ୍ୟର ଉତ୍ତାରାଧିକାରୀ ହେବେ ନାହିଁ” । (ଗାଲାତୀୟ ୫:୧୯-୨୧) ଯଦି ଆପଣ ପ୍ରକୃତରେ ପରମେଶ୍ୱରଙ୍କୁ ଭକ୍ତି କରନ୍ତି ଓ ତାଙ୍କୁ ସନ୍ତୁଷ୍ଟ କରିବାକୁ ଚାହାଁନ୍ତି ତେବେ, ଆପଣ ଏସବୁ କାର୍ଯ୍ୟରୁ ମୁକ୍ତ ହୁଅନ୍ତୁ । (୧ ଯୋହନ ୫:୩) ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ମନ୍ଦ ସେସବୁକୁ ଘୃଣା କରିବା ଶିଖନ୍ତୁ । (ରୋମୀୟ ୧୨:୯) ଏମିତି ଲୋକମାନଙ୍କ ସହିତ ବନ୍ଧୁତା କରନ୍ତୁ, ଯେଉଁମାନଙ୍କ ସ୍ୱଭାବ ଧର୍ମପରାୟଣ ଅଟେ । (ହିତୋପଦେଶ ୧୩:୨୦) ପରିପକ୍ୱ ଖ୍ରୀଷ୍ଟିୟାନ ସାଥୀମାନେ ଏ ଦିଗରେ ସାହାଯ୍ୟର ଉତ୍ସଭାବରେ ପ୍ରମାଣିତ ହୋଇ ପାରନ୍ତି । (ଯାକୁବ ୫:୧୪) ସର୍ବୋପରି ପ୍ରାର୍ଥନା ମାଧ୍ୟମରେ ପରମେଶ୍ୱରଙ୍କ ସାହାଯ୍ୟ ଉପରେ ହିଁ ନିର୍ଭର କରନ୍ତୁ ।—ଫିଲିପ୍‌ପୀୟ ୪:୬, ୭, ୧୩.

[୨୦, ୨୧ ପୃଷ୍ଠାରେ ଚିତ୍ର]

ପରମେଶ୍ୱର ମାତାଳାମି, ଚୋରୀ, ଜୁଆଖେଳ ଓ ହିଂସା ଭଳିଆ କାର୍ଯ୍ୟକୁ ଘୃଣା କରନ୍ତି