इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା

ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା

ପାଠ ୭

ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା

ନିୟମିତ ରୂପେ ପ୍ରାର୍ଥନା କରିବା ଗୁରୁତ୍ୱପୂର୍ଣ୍ଣ କାହିଁକି ? (୧)

ଆମେ କାହାକୁ ଓ କିପରି ଭାବେ ପ୍ରାର୍ଥନା କରିବା ଉଚିତ ? (୨, ୩)

ପ୍ରାର୍ଥନା କରିବା ପାଇଁ ଉପଯୁକ୍ତ ବିଷୟଗୁଡ଼ିକ କʼଣ ? (୪)

ଆପଣଙ୍କୁ କେତେବେଳେ ପ୍ରାର୍ଥନା କରିବା ଉଚିତ ? (୫, ୬)

ପରମେଶ୍ୱର କʼଣ, ସବୁ ପ୍ରାର୍ଥନା ଶୁଣନ୍ତି ? (୭)

. ପରମେଶ୍ୱରଙ୍କ ପ୍ରତି ନମ୍ରତାପୂର୍ବକ କଥା କହିବା ହେଉଛି ପ୍ରାର୍ଥନା । ଆପଣ ନିୟମିତ ରୂପେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବା ଉଚିତ । ତାହେଲେ ଆପଣ ତାଙ୍କର ଜଣେ ପ୍ରିୟ ମିତ୍ର ଭଳି ଅନୁଭବ କରି ପାରିବେ । ଯିହୋବା କେଡ଼େ ମହାନ୍‌ ଓ ସାମର୍ଥ୍ୟବାନ ତଥାପି ସେ ଆମର ପ୍ରାର୍ଥନା ଶୁଣନ୍ତି ! କʼଣ ଆପଣ ନିୟମିତରୂପେ ପରମେଶ୍ୱରଙ୍କୁ ପ୍ରାର୍ଥନା କରନ୍ତି ?—ଗୀତସଂହିତା ୬୫:୨; ୧ ଥେସଲନୀକୀୟ ୫:୧୭.

. ପ୍ରାର୍ଥନା ଆମ ଉପାସନାର ଅଂଶ । ତେଣୁ, ଆମେ କେବଳ ଯିହୋବା ପରମେଶ୍ୱରଙ୍କୁ ପ୍ରାର୍ଥନା କରିବା ଉଚିତ । ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ସେ ସର୍ବଦା ନିଜ ପିତାଙ୍କୁ ପ୍ରାର୍ଥନା କରୁଥିଲେ, ଅନ୍ୟ କାହାରିକୁ ନୁ ହଁ । ଆମମାନଙ୍କୁ ମଧ୍ୟ ଏହିପରି କରିବା ଉଚିତ । (ମାଥିଉ ୪:୧୦; ୬:୯) କିନ୍ତୁ, ଆମର ସମସ୍ତ ପ୍ରାର୍ଥନା ଯୀଶୁଙ୍କ ନାମରେ କରିବା ଉଚିତ । ଏସବୁ ଦେଖାଏ ଯେ ଆମେ ଯୀଶୁଙ୍କ ପଦ ମର୍ଯ୍ୟାଦା ପ୍ରତି ସମ୍ମାନ ଓ ତାଙ୍କ ମୁକ୍ତିମୂଲ୍ୟ ରୂପ ବଳିଦାନରେ ବିଶ୍ୱାସ କରୁ ।—ଯୋହନ ୧୪:୬; ୧ ଯୋହନ ୨:୧, ୨.

. ଯେତେବେଳେ ଆମେ ପ୍ରାର୍ଥନା କରୁଛୁଁ, ପରମେଶ୍ୱରଙ୍କୁ ହୃଦୟର କଥା କହିବା ଉଚିତ । ଆମେ ଆମର ସ୍ମୃତିରୁ କିମ୍ବା କୌଣସି ପ୍ରାର୍ଥନା ପୁସ୍ତକରୁ ପ୍ରାର୍ଥନା ପଢ଼ିବା ଉଚିତ ନୁହେଁ । (ମାଥିଉ ୬:୭, ୮) ଆମେ ଯେ କୌଣସି ଭକ୍ତିଭରା ଭଙ୍ଗିରେ, ଯେ କୌଣସି ସମୟ ଓ ଯେ କୌଣସି ସ୍ଥାନରେ ପ୍ରାର୍ଥନା କରି ପାରିବା । ଏପରିକି ପରମେଶ୍ୱର ଆମ ହୃଦୟର ମୌନ ପ୍ରାର୍ଥନା ମଧ୍ୟ ଶୁଣିପାରନ୍ତି । (୧ ଶାମୂୟେଲ ୧:୧୨, ୧୩) ବ୍ୟକ୍ତିଗତ ପ୍ରାର୍ଥନା କରିବା ପାଇଁ ଅନ୍ୟ ଲୋକମାନଙ୍କଠାରୁ ଦୂରରେ ଯେକୌଣସି ଏକାନ୍ତ ସ୍ଥାନ ବାଛିନେବା ଭଲ ।—ମାର୍କ ୧:୩୫.

. ଆପଣ କେଉଁ ବିଷୟରେ ପ୍ରାର୍ଥନା କରି ପାରିବେ ? ଯେକୌଣସି ବିଷୟ ଯାହା ତାଙ୍କ ସହିତ ଆପଣଙ୍କ ବନ୍ଧୁତ୍ୱକୁ ପ୍ରଭାବାନ୍ୱିତ କରିପାରେ । (ଫିଲିପ୍‌ପୀୟ ୪:୬, ୭) ଆଦର୍ଶ ପ୍ରାର୍ଥନା ଦେଖାଏ ଯେ ଆମେ ଯିହୋବାଙ୍କ ନାମ ଓ ଉଦ୍ଦେଶ୍ୟ ବିଷୟରେ ପ୍ରାର୍ଥନା କରିବା ଉଚିତ । ଏହାଛଡ଼ା ଆମେ ନିଜର ଦରକାରି ଜିନିଷ ଯୋଗାଇବା ପାଇଁ, ଆମର ପାପ କ୍ଷମା କରିବା ପାଇଁ ଓ ପ୍ରଲୋଭନ ପ୍ରତିରୋଧକରିବାରେ ସାହାଯ୍ୟ ପାଇବା ପାଇଁ ମଧ୍ୟ ପ୍ରାର୍ଥନା କରିବା । ଆମର ପ୍ରାର୍ଥନା ସ୍ୱାର୍ଥପର ହେବା ଉଚିତ ନୁହେଁ । କେବଳ ଆମେ ପରମେଶ୍ୱରଙ୍କ ଇଚ୍ଛା ସହିତ ସଙ୍ଗତି ରଖୁଥିବା ବିଷୟଗୁଡ଼ିକ ପାଇଁ ପ୍ରାର୍ଥନା କରିବା ଉଚିତ ।—୧ ଯୋହନ ୫:୧୪.

. ଯେତେବେଳେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ଅଥବା ପ୍ରଶଂସା କରିବା ପାଇଁ ଆପଣଙ୍କୁ ପ୍ରଣୋଦିତ କରେ, ସେତିକିବେଳେ ଆପଣ ପ୍ରାର୍ଥନା କରିପାରନ୍ତି । (୧ମ ବଂଶାବଳୀ ୨୯:୧୦-୧୩) ଯେତେବେଳେ ଆପଣ ସମସ୍ୟାରେ ପଡ଼ନ୍ତି ଓ ବିଶ୍ୱାସର ପରୀକ୍ଷା ହୁଏ ସେତେବେଳେ ଆପଣ ପ୍ରାର୍ଥନା କରିବା ଉଚିତ । (ଗୀତସଂହିତା ୫୫:୨୨; ୧୨୦:୧) ଆପଣ ଖାଦ୍ୟ ଖାଇବା ପୁର୍ବରୁ ପ୍ରାର୍ଥନା କରିବା ଉଚିତ । (ମାଥିଉ ୧୪:୧୯) “ପ୍ରତ୍ୟେକ ସମୟରେ” ପ୍ରାର୍ଥନା କରିବା ପାଇଁ ଯିହୋବା ଆମ୍ଭମାନଙ୍କୁ ଆହ୍ୱାନ କରନ୍ତି ।—ଏଫିସୀୟ ୬:୧୮.

. ଯଦି ଆମେ କୌଣସି ଗୁରୁତର ପାପ କରିପକାଉ ତେବେ ବିଶେଷକରି ପ୍ରାର୍ଥନା କରିବା ଉଚିତ । ଏପରି ସମୟରେ ଆମେ ଯିହୋବାଙ୍କ କରୁଣା ଓ କ୍ଷମା ପାଇଁ ଆମର ଗୁହାରି କରିବା ଉଚିତ । ଯଦି ଆମେ ନିଜର ପାପ ତାଙ୍କ ସମ୍ମୁଖରେ ସ୍ୱୀକାର କରୁଁ ଓ ପୁନର୍ବାର ତାହା ନ କରିବା ପାଇଁ ଚେଷ୍ଟା କରୁଁ ତେବେ ପରମେଶ୍ୱର “କ୍ଷମା କରିବା ପାଇଁ ପ୍ରସ୍ତୁତ” ହୁଅନ୍ତି ।—ଗୀତସଂହିତା ୮୬:୫; ହିତୋପଦେଶ ୨୮:୧୩.

. ଯିହୋବା କେବଳ ଧାର୍ମିକ ବ୍ୟକ୍ତିଙ୍କ ପ୍ରାର୍ଥନା ଶୁଣନ୍ତି । ଆପଣଙ୍କ ପ୍ରାର୍ଥନାକୁ ପରମେଶ୍ୱରଙ୍କୁ ଶୁଣେଇବାକୁ ହେଲେ, ଆପଣ ତାଙ୍କ ନିୟମ ଅନୁସାରେ ଚଳିବାକୁ ଯଥାସାଧ୍ୟ ଚେଷ୍ଟା କରିବେ । (ହିତୋପଦେଶ ୧୫:୨୯; ୨୮:୯) ପ୍ରାର୍ଥନା କରିବା ସମୟରେ ଆପଣଙ୍କୁ ନମ୍ର ହେବାକୁ ହେବ । (ଲୂକ ୧୮:୯-୧୪) ଆପଣ ଯେଉଁଥି ପାଇଁ ପ୍ରାର୍ଥନା କରୁଛନ୍ତି ତାହା ଅନୁରୂପ କାର୍ଯ୍ୟ କରିବା ଉଚିତ । ଏହି ପ୍ରକାରେ ଆପଣ ପ୍ରମାଣ କରିବେ ଯେ ଆପଣଙ୍କର ବିଶ୍ୱାସ ଅଛି ଓ ଆପଣ ଯାହା କହୁଛନ୍ତି ତାହା ପାଳନ ମଧ୍ୟ କରନ୍ତି । ତେବେ ହିଁ ଯିହୋବା ଆପଣଙ୍କ ପ୍ରାର୍ଥନାର ଉତ୍ତର ଦେବେ ।—ଏବ୍ରୀ ୧୧:୬.