इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଯିହୋବାଙ୍କୁ ସେବା କରିବାରେ ଆପଣଙ୍କ ନିର୍ଣ୍ଣୟ

ଯିହୋବାଙ୍କୁ ସେବା କରିବାରେ ଆପଣଙ୍କ ନିର୍ଣ୍ଣୟ

ପାଠ ୧୬

ଯିହୋବାଙ୍କୁ ସେବା କରିବାରେ ଆପଣଙ୍କ ନିର୍ଣ୍ଣୟ

ପରମେଶ୍ୱରଙ୍କ ମିତ୍ର ହେବା ପାଇଁ ଆପଣଙ୍କୁ କʼଣ କରିବା ଆବଶ୍ୟକ ? (୧, ୨)

ଆପଣ ପରମେଶ୍ୱରଙ୍କୁ ନିଜ ସମର୍ପଣ କିପରି କରିବେ ? (୧)

ଆପଣଙ୍କ ବାପ୍ତିସ୍ମ କେବେ ହେବା ଉଚିତ ? (୨)

ଆପଣ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ପାଇଁ କିପରି ଶକ୍ତି ଅର୍ଜ୍ଜନ କରି ପାରିବେ ? (୩)

. ପରମେଶ୍ୱରଙ୍କ ଜଣେ ମିତ୍ର ହେବା ପାଇଁ, ବାଇବଲ ସତ୍ୟର ଉତ୍ତମ ଜ୍ଞାନ ଉପାର୍ଜ୍ଜନ କରିବା (୧ ତୀମଥି ୨:୩, ୪), ଆପଣ ଯେଉଁ ବିଷୟ ସବୁ ଶିଖିଛନ୍ତି ସେଥିରେ ବିଶ୍ୱାସ ରଖିବା (ଏବ୍ରୀ ୧୧:୬), ନିଜର ପାପ ପ୍ରତି ପଶ୍ଚତାପ କରିବା (ପ୍ରେରିତ ୧୭:୩୦, ୩୧) ଓ ନିଜର ଜୀବନ ମାର୍ଗକୁ ଫେରାଇ ଆଣିବା ଆବଶ୍ୟକ । (ପ୍ରେରିତ ୩:୧୯) ତା ପରେ ପରମେଶ୍ୱରଙ୍କ ପାଇଁ ଆପଣଙ୍କ ଭକ୍ତିରୁ ଆପଣଙ୍କୁ ପ୍ରେରଣା ମିଳିବା ଦରକାର ଯାହାଫଳରେ ନିଜକୁ ତାଙ୍କ ପାଖରେ ସମର୍ପଣ କରିପାରିବେ । ଏହାର ଅର୍ଥ ବ୍ୟକ୍ତିଗତ ପ୍ରାର୍ଥନା ମାଧ୍ୟମରେ ତାଙ୍କୁ ଜଣାଇବେ ଯେ ଆପଣ ତାଙ୍କର ଇଛା ପୂରଣ କରିବା ପାଇଁ ନିଜକୁ ତାଙ୍କ ପାଖରେ ସମର୍ପଣ କରୁଛନ୍ତି ।—ମାଥିଉ ୧୬:୨୪; ୨୨:୩୭.

. ପରମେଶ୍ୱରଙ୍କୁ ସମର୍ପଣ କରିବା ପରେ, ଆପଣଙ୍କୁ ବାପ୍ତିସ୍ମ ନେବା ଉଚିତ । (ମାଥିଉ ୨୮:୧୯, ୨୦) ବାପ୍ତିସ୍ମ ସମସ୍ତଙ୍କୁ ଏହା ଜ୍ଞାତ କରାଇଦିଏ ଯେ ଆପଣ ନିଜକୁ ଯିହୋବାଙ୍କୁ ସମର୍ପଣ କରିଛନ୍ତି । ତେଣୁ ବାପ୍ତିସ୍ମ କେବଳ ତାଙ୍କ ପାଇଁ, ଯାହାର ପରମେଶ୍ୱରଙ୍କୁ ସେବା କରିବା ପାଇଁ ନିର୍ଣ୍ଣୟ ନେଲାଭଳି ବୟସ ହୋଇଥିବ । ଯେତେବେଳେ ଜଣେ ବ୍ୟକ୍ତିର ବାପ୍ତିସ୍ମ ହୁଏ ତେବେ କ୍ଷଣିକ ପାଇଁ ତାର ସଂପୂର୍ଣ୍ଣ ଶରୀରକୁ ପାଣିରେ ନିମଜ୍ଜନ କରିବା ଉଚିତ । aମାର୍କ ୧:୯, ୧୦; ପ୍ରେରିତ ୮:୩୬.

. ଆପଣ ସମର୍ପିତ ହେଲା ପରେ, ଯିହୋବା ଆଶା କରିବେ ଯେ ଆପଣ ନିଜର ପ୍ରତିଜ୍ଞା ଅନୁସାରେ ଜୀବନଯାପନ କରିବେ । (ଗୀତସଂହିତା ୫୦:୧୪; ଉପଦେଶକ ୫:୪, ୫) ପିଶାଚ ଆପଣଙ୍କୁ ଯିହୋବାଙ୍କ ସେବା କରିବାରେ ଅନ୍ତରାୟ ହେବ । (୧ ପିତର ୫:୮) କିନ୍ତୁ ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତୁ । (ଫିଲିପ୍‌ପୀୟ ୪:୬, ୭) ପ୍ରତିଦିନ ତାଙ୍କ ବାକ୍ୟ ଅଧ୍ୟୟନ କରନ୍ତୁ । (ଗୀତସଂହିତା ୧:୧-୩) ମଣ୍ଡଳୀ ସହିତ ଘନିଷ୍ଠ ହୋଇ ରହନ୍ତୁ (ଏବ୍ରୀ ୧୩:୧୭) ଏସବୁ କରିବା ଦ୍ୱାରା, ଆପଣ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ପାଇଁ ଶକ୍ତି ପାଇବେ । ଏହି ପ୍ରକାରେ ଅନନ୍ତକାଳ ପର୍ଯ୍ୟନ୍ତ ଆପଣ ସେହି କାର୍ଯ୍ୟ କରିପାରିବେ ଯାହା ପରମେଶ୍ୱର ଆପଣଙ୍କଠାରୁ ଚାହାଁନ୍ତି !

[ପାଦ ଟିପ୍ପଣୀଗୁଡ଼ିକ]

a ବାପ୍ତିସ୍ମର ପ୍ରସ୍ତୁତି କରିବା ପାଇଁ, ଜ୍ଞାନ ଯାହା ଅନନ୍ତ ଜୀବନକୁ ନେଇଥାଏ କିମ୍ବା ଏହି ପ୍ରକାର ୱାଚ୍‌ ଟାୱାର୍‌ ବାଇବଲ ଏଣ୍ଡ୍‌ ଟ୍ରାକ୍ଟ ସୋସାଇଟି ଦ୍ୱାରା ପ୍ରକାଶିତ କୌଣସି ପୁସ୍ତକ ଅଧ୍ୟୟନ କରିବା ପାଇଁ ସୁପାରିଶ କରାଯାଏ ।