इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଯିହୋବାଙ୍କ ସାକ୍ଷୀମାନେ କିପରି ସଂଗଠିତ ଅଛନ୍ତି

ଯିହୋବାଙ୍କ ସାକ୍ଷୀମାନେ କିପରି ସଂଗଠିତ ଅଛନ୍ତି

ପାଠ ୧୪

ଯିହୋବାଙ୍କ ସାକ୍ଷୀମାନେ କିପରି ସଂଗଠିତ ଅଛନ୍ତି

ଯିହୋବାଙ୍କ ସାକ୍ଷୀମାନଙ୍କ ଆଧୁନିକ-ଦିନ କେବେ ଆରମ୍ଭ ହେଲା ? (୧)

ଯିହୋବାଙ୍କ ସାକ୍ଷୀମାନଙ୍କ ସଭା କିପରି ପରିଚାଳିତ ହୁଏ ? (୨)

ଖର୍ଚ୍ଚ କିପରି ବହନ କରାଯାଏ ? (୩)

ପ୍ରତ୍ୟେକ ମଣ୍ଡଳୀର ପରିଚାଳନା ଭାର କିଏ ବହନ କରନ୍ତି ? (୪)

କେଉଁ ବୃହତ ସମ୍ମିଳନୀଗୁଡ଼ିକ ପ୍ରତି ବର୍ଷ ଆୟୋଜିତ ହୁଏ ? (୫)

ତାଙ୍କ ମୁଖ୍ୟକାର୍ଯ୍ୟାଳୟ ଓ ଶାଖା କାର୍ଯ୍ୟାଳୟରେ କେଉଁ କାର୍ଯ୍ୟସବୁ ସଂପାଦିତ ହୁଏ ? (୬)

. ଯିହୋବାଙ୍କ ସାକ୍ଷୀମାନଙ୍କ ଆଧୁନିକ-ଦିନ ୧୮୭୦ ମସିହାରେ ଆରମ୍ଭ ହୋଇଥିଲା । ପ୍ରଥମେ, ସେମାନେ ବାଇବଲ ବିଦ୍ୟାର୍ଥୀ କୁହାଯାଉଥିଲେ । କିନ୍ତୁ ୧୯୩୧ ମସିହାରୁ ସେମାନେ ଯିହୋବାଙ୍କ ସାକ୍ଷୀ ଶାସ୍ତ୍ରୀୟ ନାମ ବାଛିନେଲେ । (ଯିଶାଇୟ ୪୩:୧୦) ସ୍ୱଳ୍ପ ଭାବେ ଆରମ୍ଭ ହୋଇଥିବା ଏହି ସଂଗଠନ ବର୍ତ୍ତମାନ ବୃଦ୍ଧିପାଇ ଲକ୍ଷ ଲକ୍ଷ ସାକ୍ଷୀ ହୋଇଗଲେ, ଯେଉଁମାନେ କି ୨୩୦ଗୋଟି ଦେଶରେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।

. ଯିହୋବାଙ୍କ ସାକ୍ଷୀମାନଙ୍କ ଅଧିକାଂଶ ମଣ୍ଡଳୀରେ ପ୍ରତ୍ୟେକ ସପ୍ତାହରେ ତିନି ଥର ସଭା ହୋଇଥାଏ । ଆପଣଙ୍କୁ ଏଥି ମଧ୍ୟରୁ କୌଣସିଟିରେ ଉପସ୍ଥିତ ହେବା ପାଇଁ ଆହ୍ୱାନ କରାଯାଉଛି । (ଏବ୍ରୀ ୧୦:୨୪, ୨୫) ଯାହା ଶିକ୍ଷା ଦିଆଯାଏ ତାହାର ଆଧାର ହେଉଛି ବାଇବଲ । ସଭାଗୁଡ଼ିକ ପ୍ରାର୍ଥନା ଦ୍ୱାରା ଆରମ୍ଭ ଓ ସମାପ୍ତ ହୁଏ । ଅଧିକାଂଶ ସଭାରେ ହୃଦୟଭରା “ଆଧ୍ୟାତ୍ମିକ ସଂଗୀତ” ମଧ୍ୟ ଗାନ କରାଯାଏ । (ଏଫିସୀୟ ୫:୧୮, ୧୯) ଏଥିରେ ପ୍ରବେଶ ମୁକ୍ତ ଓ କୌଣସି ଚାନ୍ଦା ନିଆଯାଏ ନାହିଁ ।—ମାଥିଉ ୧୦:୮.

. ଅଧିକାଂଶ ମଣ୍ଡଳୀ ରାଜଗୃହରେ ସଭା ଆୟୋଜନ କରନ୍ତି । ଏଗୁଡ଼ିକ ସାଧାରଣତଃ ସାକ୍ଷୀ-ସ୍ୱୟଂସେବକମାନଙ୍କ ଦ୍ୱାରା ନିର୍ମିତ ନିରାଡ଼ମ୍ବର ଗୃହ । ଆପଣ ରାଜଗୃହରେ କୌଣସି ମୂର୍ତ୍ତି, କ୍ରୁଶ-ଚିହ୍ନ କିମ୍ବା ଏହି ପ୍ରକାରର ବସ୍ତୁ ଦେଖିବାକୁ ପାଇବେ ନାହିଁ । ସ୍ୱେଚ୍ଛାଦାନ ଦ୍ୱାରା ଖର୍ଚ୍ଚ ଭରଣା କରାଯାଏ । ଯେଉଁମାନେ ଦାନ କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଅଂଶଦାନ ବାକ୍‌ସ ଥାଏ ।—୨ କରିନ୍ଥୀୟ ୯:୭.

. ପ୍ରତ୍ୟେକ ମଣ୍ଡଳୀରେ ପ୍ରାଚୀନମାନେ କିମ୍ବା କାର୍ଯ୍ୟାଧ୍ୟକ୍ଷମାନେ ଥାଆନ୍ତି । ସେମାନେ ମଣ୍ଡଳୀରେ ଶିକ୍ଷା ଦେବାରେ ନେତୃତ୍ୱ କରନ୍ତି । (୧ ତୀମଥି ୩:୧-୭; ୫:୧୭) ସେମାନେ ସହାୟକ ସେବକଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତ ହୁଅନ୍ତି । (୧ ତୀମଥି ୩:୮-୧୦, ୧୨, ୧୩) ଏମାନେ ମଣ୍ଡଳୀର ଅନ୍ୟମାନଙ୍କଠାରୁ ଉନ୍ନିତ ବୋଲି ମନେକରାଯାଏ ନାହିଁ । (୨ କରିନ୍ଥୀୟ ୧:୨୪) ଏମାନଙ୍କୁ ବିଶେଷ ଉପାଧି ଦିଆଯାଇ ନାହିଁ । (ମାଥିଉ ୨୩:୮-୧୦) ଏମାନେ ଅନ୍ୟମାନଙ୍କଠାରୁ ଭିନ୍ନ ପୋଷାକ ପରିଧାନ କରନ୍ତି ନାହିଁ । ସେମାନଙ୍କୁ ତାଙ୍କ କାମ ପାଇଁ ଦରମା ମଧ୍ୟ ଦିଆଯାଏ ନାହିଁ । ଏଇ ପ୍ରାଚୀନମାନେ ଇଚ୍ଛାକୃତଭାବେ ମଣ୍ଡଳୀର ଆଧ୍ୟାତ୍ମିକ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଅନ୍ତି । ସେମାନେ ଅସୁବିଧା ସମୟରେ ସାନ୍ତ୍ୱନା ଓ ପରାମର୍ଶ ଦେଇ ପାରନ୍ତି ।—ଯାକୁବ ୫:୧୪-୧୬; ୧ ପିତର ୫:୨, ୩.

. ଯିହୋବାଙ୍କ ସାକ୍ଷୀମାନେ ପ୍ରତି ବର୍ଷ ବଡ଼ ଅଧିବେଶନ କିମ୍ବା ସମ୍ମିଳନୀ ମଧ୍ୟ ଆୟୋଜନ କରନ୍ତି । ଏମିତି ଅବସରରେ ଅନେକ ମଣ୍ଡଳୀରୁ ସଦସ୍ୟମାନେ ବାଇବଲ ଉପଦେଶର ବିଶେଷ କାର୍ଯ୍ୟକ୍ରମ ପାଇଁ ଏକତ୍ରିତ ହୁଅନ୍ତି । ନୂତନ ଶିଷ୍ୟମାନଙ୍କ ବାପ୍ତିସ୍ମ, ପ୍ରତ୍ୟେକ ଅଧିବେଶନ କିମ୍ବା ସମ୍ମିଳନ କାର୍ଯ୍ୟକ୍ରମର ଏକ ନିୟମିତ ଅଂଶ ହୋଇଥାଏ ।—ମାଥିଉ ୩:୧୩-୧୭; ୨୮:୧୯, ୨୦.

. ଯିହୋବାଙ୍କ ସାକ୍ଷୀମାନଙ୍କ ବିଶ୍ୱର ମୁଖ୍ୟକାର୍ଯ୍ୟାଳୟ ନ୍ୟୁୟର୍କଠାରେ ଅବସ୍ଥିତ । ବିଶ୍ୱବ୍ୟାପି ମଣ୍ଡଳୀର ତତ୍ତ୍ୱାବଧାନ କରିବା ପାଇଁ ଅଭିଜ୍ଞ ପ୍ରାଚୀନମାନଙ୍କୁ ନେଇ ଗୋଟିଏ ନିୟନ୍ତ୍ରକ ମଣ୍ଡଳୀ ଅଛି । ବିଶ୍ୱର ଚତୁର୍ଦ୍ଦିଗରେ ୧୦୦ରୁ ଅଧିକ ଶାଖା କାର୍ଯ୍ୟାଳୟ ମଧ୍ୟ ରହିଛି । ଏହି ସ୍ଥାନମାନଙ୍କରେ, ସ୍ୱେଚ୍ଛାସେବୀମାନେ ବାଇବଲ ସାହିତ୍ୟ ମୁଦ୍ରଣ କରିବା ଓ ବିଭିନ୍ନ ସ୍ଥାନକୁ ପଠାଇବାରେ ସାହାଯ୍ୟ କରନ୍ତି । ପ୍ରଚାର କାର୍ଯ୍ୟ ବ୍ୟବସ୍ଥା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଏ । ଆପଣ ଆପଣଙ୍କ ନିକଟତ୍ତମ ଶାଖା କର୍ଯ୍ୟାଳୟକୁ ଥରେ ଆସିବାକୁ ଯୋଜନା କରୁ ନାହାଁନ୍ତି ?