इस जानकारी को छोड़ दें

ଯିହୋବାଙ୍କ ସାକ୍ଷୀମାନେ କିଏ ?

ଯିହୋବାଙ୍କ ସାକ୍ଷୀମାନେ କିଏ ?

ଯିହୋବାଙ୍କ ସାକ୍ଷୀମାନେ କିଏ ?

ଯିହୋବାଃ ସାକ୍ଷୀମାନଙ୍କ ବିଷୟରେ ଆପଣ କʼଣ ଜାଣନ୍ତି ? କେତେକ ଲୋକ ସେମାନଙ୍କୁ ଖ୍ରୀଷ୍ଟୀୟ ଧର୍ମ-ପ୍ରଚାରକ, ନୂତନ ଖ୍ରୀଷ୍ଟୀୟ ଧର୍ମମତ ମାନୁଥିବା ଲୋକ ଓ ଯିଦୂଦୀ ଧର୍ମ ଦ୍ୱାରା ପ୍ରଭାବିତ ଗୋଟିଏ ଖ୍ରୀଷ୍ଟୀୟ ଧର୍ମସମ୍ପ୍ରଦାୟ ବୋଲି କହନ୍ତି । କେତେକ ସେମାନଙ୍କୁ ଡାକ୍ତରୀ ଚିକିତ୍ସାକୁ ଅସ୍ୱୀକାର କରୁଥିବା ଧର୍ମାନ୍ଧ ଲୋକ ମଧ୍ୟ କହନ୍ତି । ବାସ୍ତବରେ, ସାକ୍ଷୀମାନେ ଏମାନଙ୍କ ମଧ୍ୟରୁ କୌଣସି ପ୍ରକାରର ବ୍ୟକ୍ତି ନୁହନ୍ତି । ତେବେ, କିଛି ଲୋକ ସେମାନଙ୍କ ବିଷୟରେ ଏହିପରି କାହିଁକି ଭାବନ୍ତି ? ମୁଖ୍ୟତଃ, ଏହି ଲୋକମାନଙ୍କୁ ଭୂଲ ଧାରଣା ଦିଆଯାଇଅଛି ।

ସେମାନଙ୍କ ନାମ ବୁଝାଏ ଯେ ଯିହୋବାଙ୍କ ସାକ୍ଷୀମାନେ, ଯିହୋବାଙ୍କ ପାଇଁ ସାକ୍ଷୀରୂପେ କାର୍ଯ୍ୟ କରନ୍ତି । ଏହି ଯିହୋବାଃ କିଏ ? ଯିହୋବା ସର୍ବଶକ୍ତିମାନ ପରମେଶ୍ୱରଙ୍କ ନାମ ଅଟେ, ସେ ନିଜକୁ ଏହି ନାମ ଦେଇଛନ୍ତି ଓ ଏହି ବିଷୟ ବାଇବଲରେ ଉଲ୍ଲେଖ ଅଛି । a ଏହା ଗୋଟିଏ ବ୍ୟକ୍ତିଗତ ନାମ କିନ୍ତୁ ପରମେଶ୍ୱର କିମ୍ବା ପ୍ରଭୁ ଭଳି ପଦବୀ ନୁହେଁ । ସାଧାରଣତଃ, ମନୁଷ୍ୟ ସୃଷ୍ଟିର ଆରମ୍ଭରୁ ଯେଉଁମାନେ ପରମେଶ୍ୱରଙ୍କ ମହିମା ପାଇଁ ସାକ୍ଷୀ ଦେଇଥିଲେ, ସେମାନଙ୍କୁ ଯିହୋବାଙ୍କ ସାକ୍ଷୀ ବୋଲି କୁହାଯାଇପାରେ ।—ଯାତ୍ରାପୁସ୍ତକ ୩:୧୩, ୧୫; ଯିଶାଇୟ ୪୩:୧୦.

ଏହିପରି, ବାଇବଲ ହେବଲଠାରୁ ଆରମ୍ଭ କରି କ୍ରମାଗତଭାବେ ପ୍ରାଚୀନ କାଳର ବିଶ୍ୱାସୀ ଲୋକଙ୍କର ନାମ ଦେଲାବେଳେ, ସେମାନଙ୍କୁ ‘ବୃହତ୍‌ ମେଘ ତୁଲ୍ୟ ସାକ୍ଷୀ’ କହେ । (ଏବ୍ରୀ ୧୧:୪; ୧୨:୧) ଏହା ନୋହ, ଅବ୍ରହାମ, ଇସ୍‌ହାକ୍‌, ଯାକୁବ, ଯୋଷେଫ, ମୋଶା ଓ ଦାଉଦଙ୍କ ଭଳି ଉଲ୍ଲେଖନୀୟ ବ୍ୟକ୍ତିମାନଙ୍କୁ ପରମେଶ୍ୱରଙ୍କ ସାକ୍ଷୀ ଅର୍ଥାତ୍‌ ଯିହୋବାଙ୍କ ସାକ୍ଷୀ ବୋଲି ସୂଚିତ କରେ । ଯୀଶୁ ଖ୍ରୀଷ୍ଟଙ୍କୁ “ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ” ବୋଲି କୁହାଯାଏ ।—ପ୍ରକାଶିତ ବାକ୍ୟ ୩:୧୪.

ସାକ୍ଷୀମାନଙ୍କର ଆବଶ୍ୟକତା କାହିଁକି ହୁଏ

ବାଇବଲ ଅନୁସାରେ ପରମେଶ୍ୱର ମନୁଷ୍ୟକୁ ସିଦ୍ଧଭାବେ ସୃଷ୍ଟି କରି ପାରଦୀଶରେ ରଖିଥିଲେ । ସୃଷ୍ଟିକର୍ତ୍ତା, ସେମାନଙ୍କୁ ସର୍ବଦା ଜୀବିତ ରହିବା ପାଇଁ, ବଂଶବୃଦ୍ଧି କରିବା ଓ ସାରା ପୃଥିବୀକୁ ପାରଦୀଶରୂପୀ ଘର ବନାଇବା ପାଇଁ କ୍ଷମତା ଅର୍ପଣ କରିଥିଲେ । ସେହି ସମୟରେ ମନୁଷ୍ୟ ଆପଣା ପରମେଶ୍ୱରଙ୍କୁ ଜାଣିଥିଲା । ତେଣୁ, ସାକ୍ଷୀମାନଙ୍କର ଆବଶ୍ୟକତା ନ ଥିଲା ।—ଆଦିପୁସ୍ତକ ୧:୨୭, ୨୮.

ପରମେଶ୍ୱର ମନୁଷ୍ୟକୁ ସ୍ୱତନ୍ତ୍ର ଇଚ୍ଛା ଦେଇଥିଲେ, କିନ୍ତୁ ଆମର ପ୍ରଥମ ପିତା-ମାତା ଠିକ୍‌ ନିର୍ଣ୍ଣୟ କଲେ ନାହିଁ । ସେମାନେ ପରମେଶ୍ୱରଙ୍କଠାରୁ ସ୍ୱତନ୍ତ୍ର ହେବାକୁ ନିର୍ଣ୍ଣୟ କଲେ । ଅତଏବ, ପରମେଶ୍ୱର ସିଦ୍ଧ, ନ୍ୟାୟବାନ୍‌ ଓ ଶୁଦ୍ଧ ଅଟନ୍ତି, କିନ୍ତୁ ପୃଥିବୀରେ ମଣିଷଜାତି ପାପୀ ଓ ଅଧର୍ମୀ ହୋଇଗଲେ । ତଥାପି, ଆମର ପବିତ୍ର ପରମେଶ୍ୱର, ପାପ ଓ ଦୁଷ୍ଟତାକୁ ସର୍ବଦା ଅସ୍ତିତ୍ୱରେ ରହିବାକୁ ଦେବେ ନାହିଁ । ବାଇବଲରୁ ସୂଚିତ ହୁଏ ଯେ ଆମେ ପରମେଶ୍ୱରଙ୍କ ନିର୍ଦ୍ଧାରିତ ସମୟର ଶେଷ ଭାଗରେ ପହଞ୍ଚିଅଛୁ । ମଣିଷଜାତି ଏହି ବିଷୟଗୁଡ଼ିକୁ ଜାଣିବା ପାଇଁ ପରମେଶ୍ୱର ତାଙ୍କର ବାକ୍ୟକୁ—ତୋରା, ଜବୂର୍‌ ଓ ଇଞ୍ଜିଲ୍‌—ଆଜି ପର୍ଯ୍ୟନ୍ତ ସୁରକ୍ଷିତଭାବେ ରଖିଛନ୍ତି ।

ଅଧିକାଂଶ ମନୁଷ୍ୟ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ଏଣୁ ସେ ବିଶ୍ୱାସୀ ମନୁଷ୍ୟଙ୍କୁ, ଆପଣା ବିଷୟରେ ସାକ୍ଷୀ ଦେବାକୁ ଆଦେଶ ଦେଇଛନ୍ତି । ଏହିପରିଭାବେ ବିଶ୍ୱାସୀ ଲୋକଙ୍କୁ ସେ କୁହନ୍ତି: “ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ।” (ଯିଶାଇୟ ୪୩:୧୦) ସେମାନେ ଯେଉଁ କାର୍ଯ୍ୟ ନିଷ୍ପନ୍ନ କରନ୍ତି, ସେହି ବିଷୟରେ ସେ କୁହନ୍ତି: “ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍‌ପରେ ଯୁଗାନ୍ତ ହେବ ।” (ଆମର ବକ୍ରାକାର ଅକ୍ଷର ।)—ମାଥିଉ ୨୪:୧୪.

ପୂର୍ବ ଅପେକ୍ଷା ଆଜି ଅଧିକ ଲୋକ, ଅର୍ଥାତ୍‌ ସମସ୍ତ ଜାତି, ଭାଷା ଓ ଗୋଷ୍ଟୀର ଲୋକ ପରମେଶ୍ୱରଙ୍କ ବାକ୍ୟକୁ ନିଷ୍କପଟଭାବେ ପରୀକ୍ଷା କରନ୍ତି । ଅନେକ ଧାର୍ମିକ ପ୍ରଥା ମିଥ୍ୟା ଧର୍ମରୁ ଉତ୍ପନ୍ନ ହୋଇଛି ଏବଂ ଏହା ପରମେଶ୍ୱରଙ୍କୁ ଖୁସୀ କରେ ନାହିଁ ବୋଲି ସେମାନେ ଦେଖନ୍ତି ।

କେତେକ ଲୋକ ଧର୍ମକୁ ବ୍ୟାବସାୟିକ କାର୍ଯ୍ୟରୂପେ ବ୍ୟବହାର କରନ୍ତି ବୋଲି ଆପଣ ଜାଣନ୍ତି । ଅନ୍ୟ ଲୋକମାନେ ନିଜର ରାଜନୈତିକ ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ କିମ୍ବା ଗରୀବ ଲୋକଙ୍କୁ ଲୁଟି ଧନୀ ହେବା ପାଇଁ ଧର୍ମକୁ ପ୍ରଯୋଗ କରନ୍ତି । ଆପଣ କʼଣ ଭାବନ୍ତି, ଏହିଭଳି ଧର୍ମର ଆଳରେ ପଇସା ରୋଜଗାର କରିବା ଲୋକକୁ ଯେତେବେଳେ ପରମେଶ୍ୱରଙ୍କ ବିଷୟରେ ସତ୍ୟ ସାକ୍ଷୀ ଦିଆଯାଏ, ସେତେବେଳେ ସେମାନେ କିପରି ପ୍ରତିକ୍ରିୟା ଦେଖାନ୍ତି ? ପ୍ରକୃତରେ, ସେମାନେ ଭୟଭୀତ ହୁଅନ୍ତି । ଏହି କାରଣରୁ କେତେକ ଲୋକ ଯିହୋବାଙ୍କ ସାକ୍ଷୀ ବିଷୟରେ ଅସତ୍ୟ କଥା କୁହନ୍ତି ।

ଯାହା ବି ହେଉ ନା କାହିଁକି, ଯିହୋବାଙ୍କ ସାକ୍ଷୀମାନେ ସଂପୂର୍ଣ୍ଣଭାବେ ବାଇବଲର ଆଜ୍ଞା ଅନୁସାରେ କାର୍ଯ୍ୟ କରନ୍ତି । ସେମାନେ ନୂତନ ଧର୍ମର ଉତ୍ପତ୍ତି କରନ୍ତି ନାହିଁ । ସେମାନେ ତୋରା, ଜବୂର୍‌ ଓ ଇଞ୍ଜିଲ୍‌ରେ ଯାହା କିଛି ଲେଖା ଅଛି, ତାହାକୁ କେବଳ ପାଳନ କରନ୍ତି । ତୋରା, ଜବୂର୍‌ ଓ ଇଞ୍ଜିଲ୍‌ ପ୍ରକୃତ ଧର୍ମର ଆଧାର ଅଟେ । ତେବେ, ସେମାନେ କʼଣ ବିଶ୍ୱାସ କରନ୍ତି ? ସେମାନଙ୍କର କେତେକ ଶିକ୍ଷା ଏଠାରେ ଉଲ୍ଲେଖ ଅଛି । ଏହା ସତ୍ୟ କି ନୁହେଁ ଜାଣିବା ପାଇଁ ଏହାକୁ ପଢ଼ନ୍ତୁ ଏବଂ ବୁଝନ୍ତୁ ।

ତ୍ରିତ୍ୱର ଶିକ୍ଷା ଦିଆଯାଇ ନାହିଁ

ବାଇବଲରେ ତ୍ରିତ୍ୱ ଧର୍ମତତ୍ୱର ଶିକ୍ଷା ଦିଆଯାଇ ନାହିଁ । କିନ୍ତୁ, ବାଇବଲ କହେ ଯେ କେବଳ ଏକମାତ୍ର ସତ୍ୟ ଓ ଅନନ୍ତକାଳୀନ ପରମେଶ୍ୱର ଅଛନ୍ତି । ‘ଯିହୋବାଃ ଆମ୍ଭମାନଙ୍କ ପରମେଶ୍ୱର, ଏକମାତ୍ର ଯିହୋବାଃ ଅଟନ୍ତି ।’ (ଦ୍ୱିତୀୟ ବିବରଣ ୬:୪) ସେ ସୃଷ୍ଟିକର୍ତ୍ତା ଅଟନ୍ତି । ସେ ଅନନ୍ତକାଳୀନ, ଅତୁଳନୀୟ, ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି । ଯୀଶୁ ସର୍ବଶକ୍ତିମାନ ପରମେଶ୍ୱର ନୁହନ୍ତି । ଯୀଶୁ ସିଦ୍ଧ ମନୁଷ୍ୟରୂପେ ପୃଥିବୀରେ ଜୀବିତ ଥିଲେ ଓ ଅସିଦ୍ଧ ମଣିଷଜାତିଙ୍କ ପାଇଁ ମୃତ୍ୟୂ ବରଣ କରିଥିଲେ । ପରମେଶ୍ୱର ଯୀଶୁଙ୍କ ଜୀବନକୁ ମୁକ୍ତିର ମୂଲ୍ୟରୂପେ ସ୍ୱୀକାର କଲେ । ଏହିପରି ସେମାନଙ୍କ ଦ୍ୱାରା ବିଶ୍ୱାସୀ ଲୋକମାନଙ୍କ ପରିତ୍ରାଣ ହେବ । ଏହା ଯିହୋବାଙ୍କ ଇଚ୍ଛା ।—ଲୂକ ୨୨:୪୨; ରୋମୀୟ ୫:୧୨.

ମୃତ୍ୟୁ ପରେ ଜୀବନ ନାହିଁ

ମୃତ୍ୟୁ ପରେ ଲୋକଙ୍କ କʼଣ ଘଟେ ? ପରମେଶ୍ୱରଙ୍କ ବାକ୍ୟ କହେ: “ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି; ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ ।” (ଉପଦେଶକ ୯:୫) ମନୁଷ୍ୟ ଭିତରେ ଏପରି କୌଣସି ଅଂଶ ନାହିଁ ଯାହା ମୃତ୍ୟୁ ପରେ ଜୀବିତ ରୁହେ । ଯେଉଁ ଲୋକମାନେ ଭାବନ୍ତି ଯେ ସେମାନେ ମୃତଜନ ସହିତ କଥାବାର୍ତ୍ତା କରନ୍ତି, ସେମାନେ ବାସ୍ତବରେ ଭୂତମାନଙ୍କ ସହିତ କଥାବାର୍ତ୍ତା କରନ୍ତି । ଏହିପରି, ମୃତ ବ୍ୟକ୍ତିଙ୍କ ପାଇଁ ପ୍ରାର୍ଥନାର ଲାଭ କେବଳ ଧର୍ମଯାଜକମାନେ ପାଆନ୍ତି, ଯାହାକୁ ପ୍ରାର୍ଥନା କରିବା ନିମିତ୍ତ ଟଙ୍କା ଦିଆଯାଏ ।

ପୁନରୁତ୍ଥାନର ଶିକ୍ଷା

ମନୁଷ୍ୟର ପ୍ରକୃତ ଆଶା ପୁନରୁତ୍ଥାନ, ଏହା ଦ୍ୱାରା ମୃତବ୍ୟକ୍ତି ପୁନର୍ଜୀବିତ ହୋଇ ପାରଦୀଶମୟ ପୁନଃସ୍ଥାପିତ ପୃଥିବୀକୁ ଆସିବ । ଯେଉଁମାନେ ନିଷ୍ଠାର ସହିତ ପରମେଶ୍ୱରଙ୍କ ସେବା କରିଥିଲେ, ସେମାନଙ୍କୁ ଆଶୀର୍ବାଦ ମିଳିବ । ଯେଉଁମାନେ ପରମେଶ୍ୱରଙ୍କୁ ନ ଜାଣି ମୃତ୍ୟୁ ବରଣ କରିଛନ୍ତି, ସେମାନଙ୍କୁ ସେହି ସମୟରେ ପରମେଶ୍ୱରଙ୍କୁ ଜାଣିବାର ସୁଯୋଗ ମିଳିବ । ତେଣୁ, “ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ।” (ପ୍ରେରିତ ୨୪:୧୫) ଯେଉଁମାନଙ୍କୁ ପରମେଶ୍ୱର ଅଯୋଗ୍ୟ ବୋଲି ନ୍ୟାୟଦଣ୍ଡ ଦେବେ, କେବଳ ସେମାନଙ୍କ ପୁନରୁତ୍ଥାନ ହେବ ନାହିଁ ।

ନରକାଗ୍ନିର ଶିକ୍ଷା ଦିଆଯାଇ ନାହିଁ

ଜଣେ ପ୍ରେମମୟ ପରମେଶ୍ୱର ଏପରି ସ୍ଥାନ ନିର୍ମାଣ କରିବେ ନାହିଁ, ଯେଉଁଠାରେ ମୃତଜନ ସର୍ବଦା ଦୁଃଖ ଭୋଗ କରିବେ । ମନୁଷ୍ୟକୁ ଅଗ୍ନିରେ ଦଗ୍ଧ କରିବା ଏବଂ ଯନ୍ତ୍ରଣା ଦେବା ବିଷୟରେ ପରମେଶ୍ୱର ସ୍ୱୟଂ କହିଥିଲେ, “ଏହା ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଆମ୍ଭ ମନରେ ଏହା ଉଦୟ ହୋଇ ନାହିଁ ।”—ଯିରିମିୟ ୭:୩୧.

ଭାଗ୍ୟ ବିଷୟକ ଶିକ୍ଷା ଦିଆଯାଇ ନାହିଁ

ପରମେଶ୍ୱର ଲୋକମାନଙ୍କ କପାଳରେ କିଛି ଲେଖନ୍ତି ନାହିଁ । ଭାଗ୍ୟ ବୋଲି କିଛି ବିଷୟ ନାହିଁ ଯାହା ଆମର ଜନ୍ମ ପୂର୍ବେ ଆମ ଭବିଷ୍ୟତକୁ ନିର୍ଦ୍ଧାରିତ କରେ । ଆମର କାର୍ଯ୍ୟକଳାପ ଓ ନିର୍ଣ୍ଣୟ ପାଇଁ ଆମେ ନିଜେ ଦାୟୀ । “ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ ।”—ରୋମୀୟ ୧୪:୧୨.

ଧର୍ମଯାଜକବର୍ଗ ରହିବେ ନାହିଁ

ପରମେଶ୍ୱରଙ୍କୁ ସମର୍ପିତ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଦୃଷ୍ଟିରେ ସମାନ । ପ୍ରକୃତ ଉପାସକମାନେ, ସମସ୍ତେ ଭାଇ-ଭଉଣୀ ଅଟନ୍ତି । ପରମେଶ୍ୱର କୌଣସି ଉନ୍ନତ ଯାଜକବର୍ଗକୁ ନିଯୁକ୍ତ କଲେ ନାହିଁ । ଯୀଶୁ କହିଥିଲେ: “ଯେକେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ ।” (ଲୂକ ୧୮:୧୪) ଯେଉଁମାନେ ଧର୍ମ ମାଧ୍ୟମରେ ନିଜକୁ ଅନ୍ୟମାନଙ୍କଠାରୁ ଉନ୍ନତ କରନ୍ତି, ପରମେଶ୍ୱର ସେମାନଙ୍କର ପ୍ରତିକୂଳ ନ୍ୟାୟ କରିବେ ।—ମାଥିଉ ୨୩:୪-୧୨.

ମୂର୍ତ୍ତିପୂଜା ରହିବ ନାହିଁ

“ଈଶ୍ୱର ଆତ୍ମା, ପୁଣି ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ଆତ୍ମାରେ ଓ ସତ୍ୟରେ ଉପାସନା କରିବା ସେମାନଙ୍କର ଉଚିତ ।” (ଯୋହନ ୪:୨୪) ପ୍ରକୃତ ଉପାସକମାନେ ସେମାନଙ୍କର ଉପାସନାରେ ମୂର୍ତ୍ତି ପ୍ରୟୋଗ କରନ୍ତି ନାହିଁ ।

ରାଜନୈତିକ ବିଷୟରେ ନିରପେକ୍ଷ

ଯୀଶୁ କହିଥିଲେ ଯେ ସେମାନଙ୍କର ଶିଷ୍ୟ “ସଂସାରର [ଭାଗୀ] ନୁହନ୍ତି ।” (ଯୋହନ ୧୭:୧୬, OCB) ତେଣୁ, ଯିହୋବାଙ୍କ ସାକ୍ଷୀମାନେ ରାଷ୍ଟ୍ରୀୟ କିମ୍ବା ସ୍ଥାନୀୟ ରାଜନୀତିରେ ହସ୍ତକ୍ଷେପ କରନ୍ତି ନାହିଁ । ଏହାଛଡ଼ା, ସେମାନେ ନିୟମ ପାଳନ କରିବା ଲୋକ ଅଟନ୍ତି ।—ରୋମୀୟ ୧୩:୧, ୫-୭.

ଉଚ୍ଚ ନୈତିକ ମାନ

ଆପଣ କିପରି ପ୍ରକୃତ ଉପାସକମାନଙ୍କୁ ଜାଣି ପାରିବେ, ଏହି ବିଷୟରେ ଯୀଶୁ କହିଥିଲେ: “ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା ।” (ଯୋହନ ୧୫:୧୨, ୧୩) ବାଇବଲର ଅନ୍ୟ ଏକ ଅଧ୍ୟାୟରେ ଲେଖାଅଛି: “ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ-ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ ।” (ଗାଲାତୀୟ ୫:୨୨, ୨୩) ଯେଉଁମାନେ ଏହି ପ୍ରକାର ଗୁଣ ପ୍ରଦର୍ଶିତ କରନ୍ତି, ସେମାନେ ମିଥ୍ୟା କୁହନ୍ତି ନାହିଁ, ଚୋରି କରନ୍ତି ନାହିଁ, ଜୁଆ ଖେଳନ୍ତି ନାହିଁ, ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ, କିମ୍ବା ଲୈଙ୍ଗିକ ଅନୈତିକତାରେ ସଂପୃକ୍ତ ହୁଅନ୍ତି ନାହିଁ । (ଏଫିସୀୟ ୪:୨୫-୨୮) ସେମାନେ ପରମେଶ୍ୱରଙ୍କୁ ପ୍ରେମ କରୁଥିବା ଯୋଗୁଁ ପରମେଶ୍ୱର ଘୃଣା କରୁଥିବା କାର୍ଯ୍ୟଗୁଡ଼ିକୁ କରନ୍ତି ନାହିଁ । ଏହି ସିଦ୍ଧାନ୍ତଗୁଡ଼ିକ ଯିହୋବାଙ୍କ ସାକ୍ଷୀମାନଙ୍କର ଜୀବନଶୈଳୀକୁ ନିୟନ୍ତ୍ରିତ କରେ ।

ଏହି ସଂସାରର ଅନ୍ତ ନିକଟତର ହେଉଅଛି

କେଉଁ ବିଷୟଗୁଡ଼ିକ ଆମ କାଳକୁ ଅନ୍ୟ କାଳଠାରୁ ଭିନ୍ନ କରେ ? ଭବିଷ୍ୟଦ୍‌ବାଣୀ ପୂରଣ ହେବା ଯୋଗୁଁ ଆମେ ବୁଝିପାରୁ ଯେ ଏହି ବିଦ୍ଧି-ବ୍ୟବସ୍ଥା ଅର୍ଥାତ୍‌ ଏହି ସଂସାରର ଶେଷକାଳରେ ବଞ୍ଚିଅଛୁ । (ଦାନିୟେଲ ୨:୪୪) ଆଜି, ଆମେ ନିଜକୁ ଏହି ପ୍ରଶ୍ନ ପଚାରିପାରୁ ଯେ, ଆମର କାର୍ଯ୍ୟଗୁଡ଼ିକ ପରମେଶ୍ୱରଙ୍କୁ ପ୍ରସନ୍ନ କରେ କି ? ଯେହେତୁ କେବଳ ଏକମାତ୍ର ପରମେଶ୍ୱର ଅଛନ୍ତି, ତେଣୁ କେବଳ ଏକମାତ୍ର ସତ୍ୟ ଧର୍ମ ହୋଇପାରେ । ଏହି ସତ୍ୟ ଧର୍ମ ତୋରା, ଜବୂର୍‌ ଓ ଇଞ୍ଜିଲ୍‌ ନାମକ ବହିର ବିଷୟଗୁଡ଼ିକ ସହିତ ଅସାମଞ୍ଜସ୍ୟ ହୋଇ ପାରିବ ନାହିଁ । ତେଣୁ, ଆମକୁ ସେହି ବାକ୍ୟ ଅର୍ଥାତ୍‌ ବାଇବଲର ପରୀକ୍ଷା କରିବା ଆବଶ୍ୟକ ।

ଯିହୋବାଙ୍କ ସାକ୍ଷୀମାନେ ଏହି ପରୀକ୍ଷା କରନ୍ତି । ଆପଣଙ୍କ ଧର୍ମ ଯାହା ବି ହେଉ ନା କାହିଁକି, ଆପଣ ମଧ୍ୟ ଏହା କରିବା ଆବଶ୍ୟକ । ଏହି ସମ୍ବନ୍ଧରେ ଅନ୍ୟ କୌଣସି ବ୍ୟକ୍ତି ଆପଣ ପାଇଁ ନିର୍ଣ୍ଣୟ କରି ପାରିବ ନାହିଁ । ମନେରଖନ୍ତୁ: “ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ ।”—ରୋମୀୟ ୧୪:୧୨.

କୌଣସି ବ୍ୟକ୍ତି ଯିହୋବାଙ୍କ ସାକ୍ଷୀ ହୋଇ ଜନ୍ମ ହୋଇ ନ ଥାଏ । କିନ୍ତୁ, ପ୍ରତ୍ୟେକ ସାକ୍ଷୀ ବ୍ୟକ୍ତିଗତ ନିର୍ଣ୍ଣୟ ନିଏ । ପରମେଶ୍ୱରଙ୍କ ବାକ୍ୟକୁ ନିଷ୍କପଟଭାବେ ପରୀକ୍ଷା କରିବା ପରେ, ସେହି ବ୍ୟକ୍ତି ସତ୍ୟକୁ ବୁଝିପାରେ । ଏହି ଆଧାରରେ ସେ ସତ୍ୟ ପରମେଶ୍ୱରଙ୍କଠାରେ ନିଜକୁ ସମର୍ପଣ କରେ । ସେହି ସତ୍ୟ ପରମେଶ୍ୱରଙ୍କ ନାମ ଯିହୋବାଃ ଅଟେ । ଯଦି ଆପଣ ମଧ୍ୟ ଏହିପରି ପରୀକ୍ଷା କରିବାକୁ ଚାହାନ୍ତି, ତେବେ ନିମ୍ନଲିଖିତ କୌଣସି ଗୋଟିଏ ଠିକଣାରେ ଲେଖନ୍ତୁ ।

[ପାଦ ଟିପ୍ପଣୀଗୁଡ଼ିକ]

a ଇସ୍ଲାମ୍‌ ଧର୍ମ ଅନୁସାରେ, ବାଇବଲରେ ତୋରା, ଜବୂର୍‌, ଓ ଇଞ୍ଜିଲ୍‌ ନାମକ ବହିଗୁଡ଼ିକ ଅଛି । କୋରାନରେ ହାରା-ହାରି ୬୪ଟି ଶାସ୍ତ୍ରପଦ ଅଛି, ତାହା ଏହି ବହିଗୁଡ଼ିକୁ ପରମେଶ୍ୱର ବାକ୍ୟ ବୋଲି କହେ ଏବଂ ଏହି ବହିଗୁଡ଼ିକ ପଢ଼ି ଏହାର ଆଦେଶ ପାଳନ କରିବାକୁ ଗୁରୁତ୍ୱ ଦିଏ । କେତେକ ଲୋକ ଦୃଢ଼ଭାବେ କହନ୍ତି ଯେ ତୋରା, ଜବୂର୍‌, ଓ ଇଞ୍ଜିଲ୍‌ ନାମକ ପୁସ୍ତକଗୁଡ଼ିକୁ ପରିବର୍ତ୍ତନ କରାଯାଇଛି । କିନ୍ତୁ, ଏହା କହିଲାବେଳେ ସେମାନେ କୋରାନର ବାକ୍ୟକୁ ଉପେକ୍ଷା କରନ୍ତି ଏବଂ କହନ୍ତି ଯେ ପରମେଶ୍ୱର ତାଙ୍କର ବାକ୍ୟକୁ ରକ୍ଷା କରି ପାରନ୍ତି ନାହିଁ ।