इस जानकारी को छोड़ दें

ପାରିବାରିକ ଜୀବନ ଉପଭୋଗ କରନ୍ତୁ

ପାରିବାରିକ ଜୀବନ ଉପଭୋଗ କରନ୍ତୁ

ପାରିବାରିକ ଜୀବନ ଉପଭୋଗ କରନ୍ତୁ

ପ୍ରକୃତରେ ପରିବାରଗୁଡ଼ିକ ସୁଖୀ ହୋଇପାରିବ କି ? ଏହା କିପରି ସମ୍ଭବ ହେବ ?

ପାରିବାରିକ ଜୀବନ ଉପଭୋଗ କରନ୍ତୁ

ଏହି ଟ୍ରାକଟ୍‌ରେ ଦର୍ଶାଯାଇଥିବା ଭଳି ଏକତାବଦ୍ଧ ଓ ସୁଖୀ ଥିବା କୌଣସି ପରିବାରକୁ ଆପଣ ଜାଣନ୍ତି କି ? ପରିବାରଗୁଡ଼ିକ ସର୍ବତ୍ର ଭାଙ୍ଗି ପଡ଼ୁଅଛି । ବିବାହ ବିଚ୍ଛେଦ, କର୍ମ ନିରାପତାର ଅଭାବ, ଏକ ଜନକର ସମସ୍ୟା, ସଙ୍କଟ, ନୈରାଶ୍ୟ—ଏଗୁଡ଼ିକ ଅସ୍ଥିରତାର କାରଣ ଆଟେ । ଜଣେ ପ୍ରମୁଖ ପାରିବାରିକ ବିଶେଷଜ୍ଞ ବିଳାପ କରି କହିଥିଲେ: “ବର୍ତ୍ତମାନ ପରିବାର ବିକୀର୍ଣ୍ଣ ବିଷୟକ ଭବିଷଦ୍‌ବାଣୀ ପ୍ରତ୍ୟେକଙ୍କ ପାଖରେ ପରିଚିତ ।”

ଆଜିକାଲି ପରିବାରଗୁଡ଼ିକ କାହିଁକି ଏତେ କଠିନ ସମସ୍ୟା ଦ୍ୱାରା ଜର୍ଜରିତ ? କିପରି ଆମେ ପାରିବାରିକ ଜୀବନ ଉପଭୋଗ କରିବା ?

ପରିବାର କିପରି ସୃଷ୍ଟି ହେଲା

ଏହି ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆମକୁ ବିବାହ ଓ ପରିବାରର ଉତ୍ସ ବିଷୟରେ ଜାଣିବା ଆବଶ୍ୟକ । ଯଦି ଏଥିପାଇଁ ଜଣେ ସ୍ରଷ୍ଟା—ସୃଷ୍ଟିକର୍ତ୍ତା ଥାଆନ୍ତି—ପରିବାରର ସଦସ୍ୟମାନେ ତାଙ୍କ ନିର୍ଦେଶ ମାନିବା ଉଚିତ, ଯେହେତୁ ନିଶ୍ଚତ ଭାବରେ ସେ ଜାଣନ୍ତି ଯେ କିପରି ଆମେ ସଂପୂର୍ଣ୍ଣ ଭାବରେ ପାରିବାରିକ ଜୀବନ ଉପଭୋଗ କରିପାରିବା ।

କୌତୂହଳଭାବେ, ଅନେକେ ବିଶ୍ୱାସ କରନ୍ତି ଯେ ପାରିବାରିକ ବ୍ୟବସ୍ଥାର କୌଣସି ସୃଷ୍ଟିକର୍ତ୍ତା ନ ଥିଲା । ଦି ଏନ୍‌ସାଇକ୍ଲୋପିଡ଼ିଆ ଆମେରିକାନା କହେ: “କେତେକ ବିଦ୍ୱାନ ମନୁଷ୍ୟଠାରୁ ନିମ୍ନତ୍ତର ପଶୁମାନଙ୍କ ସଂଯୋଜନ ପ୍ରଣାଳୀ ସଙ୍ଗେ ବିବାହର ଉତ୍ସକୁ ସମାନ କରିବା ପାଇଁ ଇଚ୍ଛା କରିଥିଲେ ।” କିନ୍ତୁ ଯୀଶୁଖ୍ରୀଷ୍ଟ ପୁରୁଷ ଓ ନାରୀର ସୃଷ୍ଟି ବିଷୟରେ କହିଥିଲେ । ସେ କର୍ତ୍ତୃତସ୍ୱରୂପ ପୁରାତନ ବାଇବଲ ଅଭିଲେଖରୁ ଉଦ୍ଧୃତ କରି କହିଥିଲେ: “ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ତାହା କୌଣସି ମଣିଷ ବିଚ୍ଛିନ୍ନ ନ କରୁ ।”—ମାଥିଉ ୧୯:୪-୬.

ତେଣୁ ଯୀଶୁ ଠିକ୍‌ କହିଥିଲେ । ଜଣେ ବୁଦ୍ଧିମାନ ଈଶ୍ୱର ଆଦି ମାନବଙ୍କୁ ସୃଷ୍ଟି କରିଥିଲେ ଏବଂ ସୁଖୀ ପାରିବାରିକ ଜୀବନ ପାଇଁ ବ୍ୟବସ୍ଥା କରିଥିଲେ । ପ୍ରଥମ ମାନବ ଯୁଗଳକୁ ବିବାହରେ ଏକତ୍ର କରି କହିଥିଲେ ପୁରୁଷ “ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ ।” (ଆଦିପୁସ୍ତକ ୨:୨୨-୨୪) ତାହାହେଲେ ସୃଷ୍ଟିକର୍ତ୍ତା ନିଜ ବାକ୍ୟରେ ଯେଉଁ ମାନ ସ୍ଥାପିତ କରିଛନ୍ତି, ତାହାକୁ ଲଙ୍ଘନ କରୁଥିବା ଜୀବନ ଶୈଳୀ ଅନୁସରଣ କରିବା ଯୋଗୁଁ ବର୍ତ୍ତମାନ ପରିବାରଗୁଡ଼ିକରେ ସମସ୍ୟା ସୃଷ୍ଟି ହୋଇଥାଇପାରେ କି ?

ସଫଳ ହେବାର ପଥ କେଉଁଟି ?

ଯେପରି ନିଃସନ୍ଦେହରେ ଆପଣ ଜାଣନ୍ତି, ଆଧୁନିକ ଜଗତ ଆତ୍ମହିତ ଓ ଆତ୍ମସିଦ୍ଧ ନିମନ୍ତେ ଉତ୍ସାହିତ କରିଥାଏ । ଯୁକ୍ତରାଷ୍ଟ୍ରର ଜଣେ ଅର୍ଥସଚିବ ଗୋଟିଏ କଲେଜର ସ୍ନାତ୍ତକ ଶ୍ରେଣିରେ କହିଥିଲେ: ‘ଲୋଭ ହିଁ ସୁସ୍ଥତା, ଆପଣ ଲୋଭୀ ହେବା ସତ୍ୱେ ନିଜ ସମ୍ବନ୍ଧରେ ଭଲ ଅନୁଭବ କରିପାରନ୍ତି ।’ କିନ୍ତୁ ବସ୍ତୁଗତ ଅଧିକାର ପଛରେ ଯିବା ସଫଳତାକୁ ପରିଚାଳିତ କରେ ନାହିଁ । ପ୍ରକୃତରେ ପାରିବାରିକ ଜୀବନର ଶ୍ରେଷ୍ଠ ଡରାଣଗୁଡ଼ିକ ମଧ୍ୟରୁ ବସ୍ତୁବାଦ ହେଉଛି ଗୋଟିଏ, କରଣ ଏହା ମାନବ ସମ୍ପର୍କକୁ ଶୀଘ୍ର ନଷ୍ଟ କରେ ଏବଂ ଲୋକମାନଙ୍କ ସମୟ ଟଙ୍କା ପଇସାକୁ ନିଃଶେଷ କରିଦିଏ । ଏହାର ବିପରିତରେ, ସୁଖ ପାଇବା ପାଇଁ କʼଣ ଗୁରୁତ୍ୱପୂର୍ଣ୍ଣ ଏହା ଦେଖିବା ପାଇଁ କେବଳ ଦୁଇଟି ବାଇବଲ ନୀତିବାକ୍ୟ କିପରି ଆମକୁ ସାହାଯ୍ୟ କରେ, ଏକଥା ବିଚାର କରନ୍ତୁ ।

“ହିଂସା ସହତ ହୃଷ୍ଟପୃଷ୍ଟ ଗୋମାଂସଭୋଜଠୁଁ ପ୍ରେମ ଥିବା ସ୍ଥାନରେ ଶାକାନ୍ନ ଭଲ ।”

“ବିଦାଦଯୁକ୍ତ ଭୋଜରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ କଳେକ ଶୁଷ୍କ ଅନ୍ନ ଭଲ ।”

ହିତୋପଦେଶ ୧୫:୧୭; ୧୭:୧.

ଏଗୁଡ଼ିକ କେତେ ପ୍ରଭାବକାରୀ, ତାହା ନୁହେଁ କି ? କେବଳ ଭାବନ୍ତୁ, ଯଦି ପ୍ରତ୍ୟେକ ପରିବାର ଏଗୁଡ଼ିକୁ ପ୍ରାଥମିକତା ଦେଇଥାନ୍ତେ, ତେବେ ଜଗତ କେତେ ଭିନ୍ନ ହୋଇଥାନ୍ତା ! ପରିବାରର ସଦସ୍ୟଗଣ ପରସ୍ପର ପ୍ରତି କିପରି ବ୍ୟବହାର କରିବେ, ଏବିଷୟରେ ମଧ୍ୟ ବାଇବଲ ବହୁମୂଲ୍ୟ ପରାମର୍ଶ ଦେଇଥାଏ । ଏଥିରୁ କେବଳ କିଛି ନିର୍ଦେଶଗୁଡ଼ିକୁ ବିଚାର କରନ୍ତୁ ।

ସ୍ୱାମୀମାନେ: ‘ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ଶରୀର ଶଦୃଶ ପ୍ରେମକର ।ଏଫିସୀୟ ୫:୨୮-୩୦.

ସହଜ, କିନ୍ତୁ ଅତି ବ୍ୟବହାର୍ଯ୍ୟ ! ଏହା ଛଡ଼ା ବାଇବଲ ଜଣେ ସ୍ୱାମୀକୁ ‘ତାʼର ପତ୍ନିକୁ ସମାଦର କରିବା ପାଇଁ’ ନିର୍ଦେଶ ଦେଇଥାଏ । (୧ ପିତର ୩:୭) ତାକୁ ବିଶେଷ ଯତ୍ନ ସହିତ ସ୍ନେହଶୀଳ, ବୁଝାବଣା ଓ ଆସ୍ୱସ୍ତ କରିବା ଦ୍ୱାରା ଏପରି କରିପାରିବ । ସେ ନିଜ ସ୍ତ୍ରୀର ଅଭିମତ ପ୍ରତି ମଧ୍ୟ ମହତ୍ୱ ଦିଏ ଓ ତାʼ କଥା ଶୁଣେ । (ଆଦିପୁସ୍ତକ ୨୧:୧୨ ପଦ ସହିତ ତୁଳନା କରନ୍ତୁ ।) ସ୍ୱାମୀ ନିଜପ୍ରତି ଯେଭଳି ବ୍ୟବହାର ଚାହାନ୍ତି, ସେହିଭଳି ଚିନ୍ତା ସହକାରେ ସ୍ତ୍ରୀ ପ୍ରତି ଯଦି ବ୍ୟବହାର କରନ୍ତି, ତେବେ କିଛି ପରିବାର ଉପକୃତ ହେବେ ବୋଲି ଆପଣ କʼଣ ଏକମତ ହେବେ ନାହିଁ ?—ମାଥିଉ ୭:୧୨.

ସ୍ତ୍ରୀମାନେ: ‘[ତୁମ୍ଭେମାନେ] ଆପଣା ସ୍ୱାମୀସାନଙ୍କୁ ଭକ୍ତି କର ।’—ଏଫିସୀୟ ୫:୩୩.

ଜଣେ ସ୍ତ୍ରୀ ସ୍ୱାମୀର ଅତ୍ୟାଧିକ ଦାୟୀତ୍ୱଗୁଡ଼ିକୁ ସଫଳ କରିବାରେ ସହଯୋଗ କରି ପାରିବାରିକ ଖୁସୀ ଆଣିଥାଏ । ଏହି ଉଦ୍ଦେଶ୍ୟ ଥିଲା, କାରଣ ପରମେଶ୍ୱର ଜଣେ ସ୍ତ୍ରୀକୁ “ତାହାର ଅନୁରୂପ ସହକାରଣୀ” ହେବା ପାଇଁ ସୃଷ୍ଟି କରିଥିଲେ । (ଆଦିପୁସ୍ତକ ୨:୧୮) ପାରିବାରିକ ଜୀବନରେ ପ୍ରାପ୍ତ ହେଉଥିବା ଆଶୀର୍ବାଦର ମୂଲ୍ୟକୁ ଆପଣ ଉପଲବ୍‌ଧି କରିପାରନ୍ତି କି ଯେତେବେଳେ ଜଣେ ସ୍ତ୍ରୀ ତାʼ ସ୍ୱାମୀର ନିର୍ଣ୍ଣୟକୁ ସମର୍ଥନ ଓ ପାରିବାରିକ ଲକ୍ଷକୁ ସଫଳ କରିବା ପାଇଁ ତାʼ ସହିତ ସହଯୋଗ କରି ଆଦର ଦେଖାଏ ?

ବିବାହସାଥୀମାନେ: “ସ୍ୱାମୀ ଓ ସ୍ତ୍ରୀମାନେ ପରସ୍ପର ପ୍ରତି ବିଶ୍ୱସ୍ତ ହୁଅ ।” —ଏବ୍ରୀ ୧୩:୪ TEV

ଯେତେବେଳେ ସେମାନେ ଏପରି କରିବେ, ପାରିବାରିକ ଜୀବନ ନିଶ୍ଚିତଭାବେ ଉପକୃତ ହେବ । ପାରଦାରିକତା ବେଳେ ବେଳେ ପରିବାରକୁ ଖଣ୍ଡ ବିଖଣ୍ଡ କରିଥାଏ । (ହିତୋପଦେଶ ୬:୨୭-୨୯, ୩୨) ସେଥିପାଇଁ ବୁଦ୍ଧିମତ୍ତାସହ ବାଇବଲ ଉପଦେଶ ଦେଇଥାଏ: “ତୁମ୍ଭେ ଆପଣା ଯୌବନକାଳରେ ଭାର୍ଯ୍ୟାଠାରେ ଆମୋଦ କର . . . ତୁମ୍ଭେ କାହିକିଁ ପରକୀଆଠାରେ ଆସକ୍ତ ହେବ ?”—ହିତୋପଦେଶ ୫: ୧୮-୨୦.

ପିତାମାତା: ‘[ଆପଣଙ୍କ ପିଲାମାନଙ୍କୁ] ଗନ୍ତବ୍ୟ ପଥରେ ଶିକ୍ଷିତ କରାଅ ।’ —ହିତୋପଦେଶ ୨୨:୬.

ଯେତେବେଳେ ପିତାମାତା ପିଲାମାନଙ୍କ ପ୍ରତି ସମୟ ଓ ଧ୍ୟାନ ଦେବେ, ପାରିବାରିକ ଜୀବନ ନିଶ୍ଚୟ ଉନ୍ନତ୍ତି ହେବ । ସେଥିପାଇଁ ବାଇବଲ ପିତାମାତାମାନଙ୍କୁ ଉପଦେଶ ଦିଏ ଯେ, ‘ଆପଣା ଗୃହରେ ବସିଲାବେଳେ ଓ ପଥରେ ଚାଲିଲାବେଳେ ଶୋଇଲାବେଳେ ଓ ଉଠିଲାବେଳେ’ ସେମାନଙ୍କ ପିଲାଙ୍କୁ ସଠିକ ନୀତି ଶିଖାଇବେ । (ଦ୍ୱିତୀୟ ବିବରଣ ୧୧:୧୯) ବାଇବଲ ପୁଣି କହିଥାଏ ଯେ ପିତାମାତାମାନେ ଅନୁଶାସନ ଦେଇ ଦେଖାଇବା ଉଚିତ୍ତ ଯେ ସେମାନେ ନିଜ ପିଲାମାନଙ୍କୁ ପ୍ରେମ କରନ୍ତି ।—ଏଫିସୀୟ ୬:୪.

ପିଲାମାନେ: “ପିଲାମାନେ ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ ।”—ଏଫିସୀୟ ୬:୧.

ଏହା ସତ୍ୟ ଯେ ଏହି ଦୁର୍ନୀତିଗ୍ରସ୍ତ ସଂସାରରେ ତୁମର ପିତାମାତାଙ୍କ ଆଜ୍ଞାବହ ହେବା ସହଜ ନୁହେଁ । ତଥାପି, ପରିବାରର ସ୍ରଷ୍ଟା ଆମକୁ ଯାହା କହନ୍ତି, ତାହା କରିବା ହିଁ ବୁଦ୍ଧିମତାର କାମ, ଆପଣ କʼଣ ଏଥିରେ ଏକମତ ହେବେ ନାହିଁ ? ଆମ ପାରିବାରିକ ଜୀବନକୁ ସୁଖମୟ କରିବା ପାଇଁ ଯେଉଁ ସର୍ବୋତ୍ତମ ଜିନିଷର ଆବଶ୍ୟକ, ତାହା ସେ ଜାଣନ୍ତି । ତେଣୁ ପିତାମାତାଙ୍କ ଆଜ୍ଞାବହ ହେବା ପାଇଁ ଯଥାସାଧ୍ୟ ଚେଷ୍ଟା କରନ୍ତୁ । ମନ୍ଦକାମ କରିବା ପାଇଁ ସଂସାରର ପ୍ରଲୋଭନକୁ ପରିତ୍ୟାଗ କରିବା ପାଇଁ ସର୍ବଦା ସଂକଳ୍ପବଦ୍ଧ ହୁଅନ୍ତୁ ।—ହିତୋପଦେଶ ୧:୧୦-୧୯.

ପରିବାରର ପ୍ରତ୍ୟେକ ସଦଶ୍ୟ ବାଇବଲର ଉପଦେଶ ଯେତେ ବେଶୀ ପ୍ରୟୋଗ କରିବେ, ପାରିବାରିକ ଜୀବନ ସେତେକି ଉପକୃତ ହେବ । ପରିବାର କେବଳ ମାତ୍ର ବର୍ତ୍ତମାନ ହିଁ ଆନନ୍ଦମୟ ଜୀବନର ଉପଭୋଗ କରିବ, ତାହା ନୁହେଁ କିନ୍ତୁ ପରମେଶ୍ୱର ପ୍ରତିଜ୍ଞା କରିଥିବା ନୂତନ ପୃଥିବୀରେ ବିସ୍ମୟକର ଭବଷ୍ୟତର ପ୍ରତ୍ୟାଶା ରହିବ । (୨ ପିତର ୩:୧୩; (ପ୍ରକାଶିତ ବାକ୍ୟ ୨୧:୩, ୪) ତେଣୁ ଏକତ୍ର ବାଇବଲ ଅଧ୍ୟୟନ କରିବା ପାଇଁ ପାରିବାରିକ ଅଭ୍ୟସ କରନ୍ତୁ ! ଅତି ସୁନ୍ଦର ଭାବେ ଚିତ୍ରିତ ପାରାଦୀଶ ପୃଥିବୀରେ ଚିରକାଳ ଆପଣ ବାସ କରି ପାରିବେ (ଇଂଗ୍ରାଜୀ) ପୁସ୍ତକରେ ଦିଆଯାଇଥିବା ନିର୍ଦେଶଗୁଡ଼ିକ ପୃଥିବୀ ବ୍ୟାପୀ ଲକ୍ଷ ଲକ୍ଷ ପରିବାର ପାଇଁ ବାସ୍ତବରେ ଉପକାରୀ ହୋଇଛି ।

ଅନ୍ୟ ସୂଚନା ବ୍ୟତୀତ ଏହାର ସବୁ ଉଦ୍ଧୃତି ପବିତ୍ର ବାଇବଲ ଗ୍ରନ୍ଥର ଶୁଦ୍ଧ ଓଡ଼ିଆ ଅନୁବାଦରୁ ଗୃହୀତ ।

[ପୃଷ୍ଠା ୬ରେ ଥିବା ଚିତ୍ରର ଶ୍ରେୟ]

ସ୍ୱୀକୃତି ଚିତ୍ର: Cubs: Courtesy Hartebeespoortdam Snake and Animal Park.