इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ବିଶେଷ ସଭା

ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ ଯେଉଁ ଅଗ୍ରଦୂତମାନଙ୍କ ବୟସ ୨୩ ରୁ ୬୫ ମଧ୍ୟରେ ହୋଇଥିବ ଏବଂ ଯେଉଁମାନେ ଯିହୋବାଙ୍କ ସେବାରେ ଆହୁରି ଅଧିକ କରିବା ପାଇଁ ଚାହାନ୍ତି, ସେମାନଙ୍କୁ ରବିବାର ଅପରାହ୍ନରେ ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ’ ଉଦ୍ଦେଶ୍ୟରେ ରଖାଯାଇଥିବା ସଭାକୁ ନିମନ୍ତ୍ରଣ କରାଯାଉଛି । ଏହି ସଭାର ନିର୍ଦ୍ଦିଷ୍ଟ ସମୟ ଓ ସ୍ଥାନ ଆଗରୁ ଘୋଷଣା କରାଯିବ ।

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ପରିଚାରକ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପରିଚାରକମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଗାଡ଼ି ରଖିବା, ଭିଡ଼କୁ ନିୟନ୍ତ୍ରଣ କରିବା, ବସିବା ପାଇଁ ଜାଗା ରଖିବା ଓ ଅନ୍ୟ ବିଷୟଗୁଡ଼ିକରେ ସେମାନଙ୍କ ନିର୍ଦ୍ଦେଶକୁ ଦୟାପୂର୍ବକ ପାଳନ କରି ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରନ୍ତୁ ।

ଦାନ ଅଧିବେଶନରେ ବସିବା ପାଇଁ ଭଲ ବ୍ୟବସ୍ଥା, ସାଉଣ୍ଡ୍‌ ସିଷ୍ଟମ୍‌ ଓ ଅନ୍ୟ ସୁବିଧାଗୁଡ଼ିକ ପାଇଁ ଯଥେଷ୍ଟ ଖର୍ଚ୍ଚ କରାଯାଇଛି, ଯାହାଦ୍ୱାରା ସମସ୍ତେ ଅଧିବେଶନର ସମ୍ପୂର୍ଣ୍ଣ ଆନନ୍ଦ ନେଇପାରିବେ ଏବଂ ଯିହୋବାଙ୍କ ନିକଟବର୍ତ୍ତୀ ହୋଇପାରିବେ । ଏହି ଖର୍ଚ୍ଚକୁ ଭରଣ କରିବା ଏବଂ ବିଶ୍ୱବ୍ୟାପୀ କାମକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ସ୍ୱେଚ୍ଛାଦାନରୁ ସାହାଯ୍ୟ ମିଳେ । ଆପଣଙ୍କ ସୁବିଧା ପାଇଁ ଅଧିବେଶନରେ ଅନେକ ଜାଗାରେ ଦାନ ବାକ୍ସଗୁଡ଼ିକ ରଖାଯାଇଛି । ଆପଣ ଯେଉଁ ଦାନ ଦିଅନ୍ତି, ସେଥିପାଇଁ ଆମେ ହୃଦୟର ସହିତ ଧନ୍ୟବାଦ ଜଣାଉଛୁ । ବିଶ୍ୱବ୍ୟାପୀ କାମକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଉଦାରପୂର୍ଣ୍ଣ ସାହାଯ୍ୟ ପାଇଁ ପରିଚାଳକ ଦଳ ଆପଣଙ୍କଠାରେ କୃତଜ୍ଞ ।

ପ୍ରାଥମିକ ଚିକିତ୍ସା ଦୟାକରି ମନେ ରଖନ୍ତୁ ଯେ ଏହି ସେବା କେବଳ ଅତି ଜରୁରୀକାଳୀନ ପରିସ୍ଥିତିରେ ହିଁ ଉପଲବ୍ଧ କରାଯାଏ ।

ହଜିଥିବା ଓ ମିଳିଥିବା ବିଭାଗ ଯଦି ଅନ୍ୟର କୌଣସି ହଜିଥିବା ଜିନିଷ ଆପଣଙ୍କୁ ମିଳେ, ତେବେ ଏହି ବିଭାଗରେ ଜମା କରନ୍ତୁ । ଯଦି ଆପଣଙ୍କ ଜିନିଷ ହଜିଯାଇଛି, ତେବେ ଏହି ବିଭାଗକୁ ଯାଇ ପଚାରନ୍ତୁ । ଯଦି କୌଣସି ଛୋଟ ପିଲା ନିଜ ବାପାମାଆଙ୍କଠାରୁ ଅଲଗା ହୋଇଯାଇଛନ୍ତି, ଏହି ବିଭାଗରେ ଜଣାନ୍ତୁ । ଦୟାକରି ନିଜ ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସେମାନଙ୍କୁ ସବୁବେଳେ ନିଜ ସହିତ ରଖନ୍ତୁ, ଯାହାଫଳରେ କାହାରିକୁ ଅଯଥା ଅସୁବିଧା ହେବ ନାହିଁ ।

ବସିବା ପାଇଁ ବ୍ୟବସ୍ଥା ଦୟାକରି ଅନ୍ୟମାନଙ୍କ ସୁବିଧା ପ୍ରତି ଧ୍ୟାନ ଦିଅନ୍ତୁ । ମନେ ରଖନ୍ତୁ, ଯେଉଁମାନେ ଆପଣଙ୍କ ସହିତ ଗୋଟିଏ ଗାଡ଼ିରେ ଆସିଛନ୍ତି, ଗୋଟିଏ ଘରେ ରହୁଛନ୍ତି ଏବଂ ଯେଉଁମାନଙ୍କ ବାଇବଲ ଅଧ୍ୟୟନ ଆପଣ କରନ୍ତି, କେବଳ ସେମାନଙ୍କ ପାଇଁ ଜାଗା ରଖିପାରିବେ । ଯେଉଁ ବସିବା ଜାଗା ଆପଣ ରଖି ନାହାନ୍ତି, ଦୟାପୂର୍ବକ ତାʼ ଉପରେ ଆପଣଙ୍କ ଜିନିଷ ରଖନ୍ତୁ ନାହିଁ ।

ସ୍ୱେଚ୍ଛାସେବା ଯଦି ଆପଣ ଅଧିବେଶନର କୌଣସି କାମରେ ସାହାଯ୍ୟ କରିବାକୁ ଚାହାନ୍ତି, ତେବେ ସୂଚନା ଓ ସ୍ୱେଚ୍ଛାସେବା ବିଭାଗ ସହିତ ସମ୍ପର୍କ କରନ୍ତୁ ।

ଯିହୋବାଙ୍କ ସାକ୍ଷୀମାନଙ୍କର ପରିଚାଳକ ଦଳ ଦ୍ୱାରା ଆୟୋଜିତ