इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ


ଏହି ବହିରୁ ଅଧିକରୁ ଅଧିକ ଲାଭ ପାଇବା ପାଇଁ କʼଣ କରିବା ?

ଏହି ବହିରୁ ଅଧିକରୁ ଅଧିକ ଲାଭ ପାଇବା ପାଇଁ କʼଣ କରିବା ?

ଏହି ପୃଷ୍ଠା ଓ ପରବର୍ତ୍ତୀ ପୃଷ୍ଠାରେ ଦିଆଯାଇଥିବା ବିଷୟଗୁଡ଼ିକୁ ପ୍ରଥମେ ପଢ଼ନ୍ତୁ ଓ ତାʼପରେ ଭିଡିଓ ଦେଖନ୍ତୁ 

ପ୍ରଥମ ଭାଗ

ପ୍ରତ୍ୟେକ ପାଠର ପ୍ରସ୍ତୁତି କଲା ବେଳେ ପ୍ରଥମ ଭାଗକୁ ପଢ଼ନ୍ତୁ । ମୋଟା ଅକ୍ଷରରେ ଦିଆଯାଇଥିବା ପ୍ରଶ୍ନ (୧) ଓ ପଦଗୁଡ଼ିକୁ (୨) ପଢ଼ନ୍ତୁ । ଯେଉଁ ପଦଗୁଡ଼ିକ ପରେ “ପଢ଼ନ୍ତୁ” ଲେଖାଅଛି, ସେଗୁଡ଼ିକୁ ନିଶ୍ଚୟ ପଢ଼ନ୍ତୁ ।

ଦ୍ୱିତୀୟ ଭାଗ

ଭାବନ୍ତୁ ଓ ଶିଖନ୍ତୁ ଭାଗର ତଳେ (୩) କମ୍‌ ଶବ୍ଦରେ କୁହାଯାଇଛି ଯେ ଏହି ଭାଗ କେଉଁ ବିଷୟରେ କହେ । ଉପଶୀର୍ଷକଗୁଡ଼ିକରେ (୪) ପାଠର ମୁଖ୍ୟ କଥା ଦିଆଯାଇଛି । ଯିଏ ଆପଣଙ୍କୁ ବାଇବଲ ଶିଖାଉଛନ୍ତି, ତାଙ୍କ ସହ ପଦଗୁଡ଼ିକୁ ପଢ଼ନ୍ତୁ, ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ଏବଂ ଭିଡିଓ ଦେଖନ୍ତୁ ।

ପାଠରେ ଦିଆଯାଇଥିବା ଭିଡିଓଅଡିଓ ରେକଡିଙ୍ଗ୍‌ଗୁଡ଼ିକ ସାହାଯ୍ୟରେ ଆପଣ ବିଷୟଗୁଡ଼ିକୁ ଆହୁରି ଭଲ ଭାବେ ବୁଝିପାରିବେ । କିଛି ଭିଡିଓରେ ସତରେ ଘଟିଥିବା ଘଟଣାଗୁଡ଼ିକ ଦିଆଯାଇଛି ଏବଂ କିଛି ଭିଡିଓରେ କାଳ୍ପନିକ ଘଟଣାଗୁଡ଼ିକ ଦିଆଯାଇଛି । କିନ୍ତୁ ସବୁ ଭିଡିଓଗୁଡ଼ିକରୁ ଆମେ ଅନେକ କଥା ଶିଖିପାରିବା ।

ଧ୍ୟାନର ସହ ଚିତ୍ରଗୁଡ଼ିକୁ ଦେଖନ୍ତୁ ଏବଂ ଚିତ୍ରଶୀର୍ଷକ (୫) ପଢ଼ନ୍ତୁ । ଭାବନ୍ତୁ ଯେ ଆପଣ କିଛି ଲୋକ କହନ୍ତି ଭାଗରେ (୬) ଦିଆଯାଇଥିବା ପ୍ରଶ୍ନର କʼଣ ଉତ୍ତର ଦେବେ ।

ତୃତୀୟ ଭାଗ

ଆମେ କʼଣ ଶିଖିଲୁ ?ଆପଣ କʼଣ କହିବେ ? ଭାଗରେ (୭) ପାଠର ମୁଖ୍ୟ କଥାଗୁଡ଼ିକ ଦିଆଯାଇଛି । ପାଠ ଶେଷ ହେବା ପରେ ସେହିଦିନର ତାରିଖକୁ ଲେଖନ୍ତୁ । ଆପଣଙ୍କୁ ଯେଉଁ ଲକ୍ଷ୍ୟ (୮) ଦିଆଯିବ, ସେଗୁଡ଼ିକୁ ପୂରା କଲେ ଆପଣ ଆହୁରି ଅଧିକ ଶିଖିପାରିବେ । ଆପଣ ଚାହିଁଲେ ଅଧିକ ଜାଣନ୍ତୁ ଭାଗରେ (୯) ଦିଆଯାଇଥିବା ଲେଖା ଓ ଭିଡିଓଗୁଡ଼ିକୁ ମଧ୍ୟ ଦେଖିପାରିବେ ।

ପବିତ୍ର ଶାସ୍ତ୍ରର ପଦଗୁଡ଼ିକୁ କେମିତି ପାଇବା ?

ପବିତ୍ର ଶାସ୍ତ୍ର ବାଇବଲ, ୬୬ଟି ଛୋଟ ଛୋଟ ବହିକୁ ନେଇ ତିଆରି ହୋଇଛି । ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗ ହେଉଛି, ଏବ୍ରୀ-ଆରାମୀ ଶାସ୍ତ୍ର (ଯାହାକୁ “ପୁରାତନ ନିୟମ” ମଧ୍ୟ କୁହାଯାଏ) ଏବଂ ଅନ୍ୟ ଭାଗଟି ହେଉଛି, ଖ୍ରୀଷ୍ଟିୟାନ ଗ୍ରୀକ୍‌ ଶାସ୍ତ୍ର (ଯାହାକୁ “ନୂତନ ନିୟମ” ମଧ୍ୟ କୁହାଯାଏ) ।

ଏହି ବହିରେ ଯେଉଁଠାରେ କୌଣସି ଶାସ୍ତ୍ରପଦ ଉଲ୍ଲେଖ କରାଯାଇଛି, ସେଠାରେ ପ୍ରଥମେ ବହିର ନାମ (୧), ତାʼର ଅଧ୍ୟାୟ (୨) ଏବଂ ତାʼପରେ ପଦ କିମ୍ବା ପଦଗୁଡ଼ିକ (୩) ଦିଆଯାଇଛି ।

ଯେପରି, ଯୋହନ ୧୭:୩ ପଦର ଅର୍ଥ ହେଉଛି ଯୋହନ ବହି, ତାʼର ୧୭ ଅଧ୍ୟାୟ ଓ ୩ ପଦ ।