इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୦

ଆମ ସଭାଗୁଡ଼ିକରେ ଆସିଲେ ଆପଣଙ୍କୁ କʼଣ ଲାଭ ହେବ ?

ଆମ ସଭାଗୁଡ଼ିକରେ ଆସିଲେ ଆପଣଙ୍କୁ କʼଣ ଲାଭ ହେବ ?

କʼଣ ଆପଣ କେବେ ଯିହୋବାଙ୍କ ସାକ୍ଷୀମାନଙ୍କ ସଭାକୁ ଯାଇଛନ୍ତି ? ହୁଏତ ଆପଣଙ୍କୁ ସେଠାକୁ ଯିବା ପାଇଁ ଟିକେ ଡର ଲାଗୁଥିବ । ଆପଣ ହୁଏତ ଭାବୁଥିବେ, ‘ସେମାନଙ୍କ ସଭାଗୁଡ଼ିକରେ କʼଣ ହୁଏ ? ମୁଁ ସେଠାକୁ କାହିଁକି ଯିବି ?’ ଆସନ୍ତୁ ଦେଖିବା ଯେ ସଭାଗୁଡ଼ିକରେ ଗଲେ ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ କିପରି ମଜବୁତ୍‌ ହେବ ଏବଂ ଆପଣଙ୍କୁ ଆଉ କʼଣ ଲାଭ ହେବ ।

୧. ସଭାକୁ ଯିବାର ସବୁଠୁ ବଡ଼ କାରଣ କʼଣ ?

ଈଶ୍ୱରଙ୍କ ଜଣେ ସେବକ ଲେଖିଲେ, ‘ସମାଜ ବା ସଭା ମଧ୍ୟରେ ମୁଁ ଯିହୋବାଙ୍କର ପ୍ରଶଂସା କରିବି ।’ (ଗୀତସଂହିତା ୨୨:୨୨) ଏଥିରୁ ଜଣାପଡ଼େ ଯେ ସଭାକୁ ଯିବାର ସବୁଠୁ ବଡ଼ କାରଣ ହେଉଛି, ଯିହୋବାଙ୍କ ପ୍ରଶଂସା କରିବା ଅର୍ଥାତ୍‌ ତାଙ୍କ ଉପାସନା କରିବା । ତେଣୁ ସାରା ଦୁନିଆରେ ଯିହୋବାଙ୍କ ସାକ୍ଷୀମାନେ ପ୍ରତି ସପ୍ତାହ ଖୁସି ଖୁସି ସଭାକୁ ଯାଆନ୍ତି । ପ୍ରତିବର୍ଷ ସେମାନଙ୍କର କିଛି ବଡ଼ ବଡ଼ ସଭା ମଧ୍ୟ ହୁଏ । ସେମାନେ ସଭାରେ ଯିହୋବାଙ୍କ ମହିମା କରନ୍ତି, ଗୀତ ଗାʼନ୍ତି ଏବଂ ପ୍ରାର୍ଥନା କରନ୍ତି ।

୨. ଆପଣ ଆମ ସଭାଗୁଡ଼ିକରେ କʼଣ ଶିଖିବେ ?

ସଭାଗୁଡ଼ିକରେ ବାଇବଲରୁ ଶିଖାଯାଏ । ସେଠାରେ ଆମକୁ ବାଇବଲର କଥାଗୁଡ଼ିକୁ ଭଲ ଭାବେ ବୁଝାଇ ଦିଆଯାଏ । (ନିହିମୀୟା ୮:୮ ପଢ଼ନ୍ତୁ ।) ସଭାରେ ଆପଣ ଯିହୋବା ଓ ତାଙ୍କ ଗୁଣଗୁଡ଼ିକ ବିଷୟରେ ଅନେକ କଥା ଶିଖିପାରିବେ । ଆପଣ ଜାଣିପାରିବେ ଯେ ଯିହୋବା ଆପଣଙ୍କୁ କେତେ ପ୍ରେମ କରନ୍ତି, ଯାହାଫଳରେ ତାଙ୍କ ସହ ଆପଣଙ୍କ ସମ୍ପର୍କ ଆହୁରି ମଜବୁତ୍‌ ହେବ । କେବଳ ଏତିକି ନୁହେଁ, ସଭାକୁ ଗଲେ ଆପଣ ଯିହୋବାଙ୍କଠାରୁ ଶିଖିବେ ଯେ ଖୁସିରେ ରହିବା ପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ ।—ଯିଶାଇୟ ୪୮:୧୭, ୧୮.

୩. ସଭାକୁ ଆସିଥିବା ଲୋକମାନଙ୍କ ସହ କଥାବାର୍ତ୍ତା ହେଲେ ଆପଣଙ୍କୁ କʼଣ ଲାଭ ହେବ ?

ଯିହୋବା ଆମକୁ ଆଜ୍ଞା ଦେଇଛନ୍ତି ଯେ ‘ଆମେ ପରସ୍ପର ବିଷୟରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍‌ ଏବଂ ଏକାଠି ମିଳିତ ହେବା ବନ୍ଦ କରିବା ଉଚିତ୍‌ ନୁହେଁ ।’ (ଏବ୍ରୀ ୧୦:୨୪, ୨୫, ଇଜି-ଟୁ-ରିଡ୍‌ ଭର୍ସନ) ସଭାରେ ଆପଣ ଏପରି ଲୋକମାନଙ୍କ ସହ ଦେଖା ହେବେ, ଯେଉଁମାନେ ପରସ୍ପରକୁ ପ୍ରକୃତ ପ୍ରେମ କରନ୍ତି ଏବଂ ଆପଣଙ୍କ ଭଳି ଈଶ୍ୱରଙ୍କ ବିଷୟରେ ଆହୁରି ଅଧିକ ଶିଖିବାକୁ ଚାହାନ୍ତି । ସେମାନଙ୍କ କଥାରୁ ଆପଣଙ୍କ ସାହସ ବଢ଼ିବ ଏବଂ ବାଇବଲ ଉପରେ ଆପଣଙ୍କ ବିଶ୍ୱାସ ବଢ଼ିବ । (ରୋମୀୟ ୧:୧୧, ୧୨ ପଢ଼ନ୍ତୁ ।) ସେଠାରେ ଆପଣ ଏପରି ଲୋକମାନଙ୍କ ସହ ମଧ୍ୟ ଦେଖା ହୋଇପାରିବେ, ଯେଉଁମାନେ ଆପଣଙ୍କ ଭଳି ସମସ୍ୟାର ସାମନା କରିଥିଲେ । ସେମାନଙ୍କଠାରୁ ଆପଣ ଜାଣିପାରିବେ ଯେ ସମସ୍ୟା ସତ୍ତ୍ୱେ ଆପଣ ଖୁସିରେ କିପରି ରହିପାରିବେ । ସଭାକୁ ଗଲେ ଆପଣଙ୍କୁ ଆହୁରି ଅନେକ ଲାଭ ମିଳିବ । ତେଣୁ ଯିହୋବା ଆମକୁ ସଭାଗୁଡ଼ିକରେ ଯିବା ପାଇଁ କହନ୍ତି ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଯିହୋବାଙ୍କ ସାକ୍ଷୀମାନଙ୍କର ସଭାଗୁଡ଼ିକରେ କʼଣ ହୁଏ ଏବଂ ଆମେ ସେଠାକୁ ଯିବା ପାଇଁ କାହିଁକି ଚେଷ୍ଟା କରିବା ଉଚିତ୍‌ ।

୪. ଯିହୋବାଙ୍କ ସାକ୍ଷୀମାନଙ୍କର ସଭା

ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ନିୟମିତ ଭାବେ ଏକାଠି ହୋଇ ଯିହୋବାଙ୍କ ଉପାସନା କରୁଥିଲେ । (ରୋମୀୟ ୧୬:୩-୫) କଲସୀୟ ୩:୧୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ସେସମୟର ଖ୍ରୀଷ୍ଟିୟାନମାନେ ଉପାସନା ପାଇଁ ଏକାଠି ହୋଇ କʼଣ କʼଣ କରୁଥିଲେ ?

ଆଜି ଯିହୋବାଙ୍କ ସାକ୍ଷୀମାନେ ମଧ୍ୟ ପ୍ରତି ସପ୍ତାହ ଉପାସନା କରିବା ପାଇଁ ଗୋଟିଏ ଜାଗାରେ ଏକାଠି ହୁଅନ୍ତି । ତାହାକୁ ରାଜ୍ୟଘର କୁହାଯାଏ । ସେମାନଙ୍କ ସଭାଗୁଡ଼ିକ କିପରି ହୁଏ, ତାହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ  ତାʼପରେ ସଭାର ଚିତ୍ର ଦେଖନ୍ତୁ ଏବଂ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • କଲସୀୟ ୩:୧୬ ପଦରେ ଯାହା କୁହାଯାଇଛି ଏବଂ ଆଜି ଆମ ରାଜ୍ୟଘରେ ଯାହା ଯାହା ହୁଏ, ସେମଧ୍ୟରେ କେଉଁ କେଉଁ କଥା ସମାନ ?

  • ଆପଣଙ୍କୁ ଭିଡିଓ ଓ ଚିତ୍ରରେ ଆଉ କʼଣ ଭଲ ଲାଗିଲା ?

୨ କରିନ୍ଥୀୟ ୯:୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯିହୋବାଙ୍କ ସାକ୍ଷୀମାନଙ୍କର ସଭାଗୁଡ଼ିକରେ କାହିଁକି କାହାରିଠାରୁ ପଇସା ମଗାଯାଏ ନାହିଁ ?

ଆପଣଙ୍କୁ ଯିଏ ବାଇବଲ ଶିଖାଇବାକୁ ଆସନ୍ତି, ତାଙ୍କ ସହ ଦେଖନ୍ତୁ ଯେ ଏ ସପ୍ତାହରେ ଥିବା କୌଣସି ଏକ ସଭାରେ ଆମକୁ କʼଣ କʼଣ ଶିଖିବାକୁ ମିଳିବ ।

  • ଆପଣ କʼଣ ଭାବନ୍ତି ସଭାର କେଉଁ ଭାଗ ଆପଣଙ୍କୁ ଭଲ ଲାଗିବ ?

କʼଣ ଆପଣ ଜାଣନ୍ତି ?

jw.org ୱେବସାଇଟ୍‌ରେ ଆପଣ ଦେଖିପାରିବେ ଯେ ସାରା ଦୁନିଆରେ ଆମ ସଭାଗୁଡ଼ିକ କେଉଁଠାରେ ଓ କେଉଁ ସମୟରେ ହୁଏ ।

  1. ୧. ଆମ ସଭାଗୁଡ଼ିକୁ ଗୀତ ଓ ପ୍ରାର୍ଥନା ଦ୍ୱାରା ଆରମ୍ଭ ଓ ଶେଷ କରାଯାଏ । ସେଠାରେ ଆମେ ଭାଷଣ ଶୁଣୁ ଓ ଭିଡିଓ ଦେଖୁ । ଆମେ ଅନ୍ୟମାନଙ୍କୁ କିପରି ପ୍ରଚାର କରିବା ଏବଂ ବାଇବଲ ଶିଖାଇବା, ତାʼପାଇଁ ମଧ୍ୟ ଆମକୁ ଟ୍ରେନିଙ୍ଗ ଦିଆଯାଏ

  2. ୨. କିଛି ଭାଗରେ ପ୍ରଶ୍ନ ପଚରାଯାଏ । ସେଥିରେ କେହି ବି ଉତ୍ତର ଦେଇପାରିବେ

  3. ୩. ଆମ ସଭାକୁ ସମସ୍ତେ ଆସିପାରିବେ । ସ୍ତ୍ରୀ-ପୁରୁଷ, ଯୁବକଯୁବତୀ, ବୃଦ୍ଧବୃଦ୍ଧା ଏବଂ ଛୋଟ ପିଲା ସମସ୍ତେ ଆସିପାରିବେ

  4. ୪. ଆମ ସଭାଗୁଡ଼ିକରେ ଆସିବା ପାଇଁ କାହାରିଠାରୁ ଟଙ୍କାପଇସା ନିଆଯାଏ ନାହିଁ । ଆମେ ସମସ୍ତଙ୍କୁ ବିନା ପଇସାରେ ଶିଖାଉ

୫. ସଭାକୁ ଯିବା ପାଇଁ ଆମକୁ ପରିଶ୍ରମ କରିବାକୁ ପଡ଼ିବ

ଯୀଶୁଙ୍କ ପରିବାର ପ୍ରତି ଟିକେ ଧ୍ୟାନ ଦିଅନ୍ତୁ । ସେମାନେ ପ୍ରତି ବର୍ଷ ଗୋଟିଏ ପର୍ବ ପାଳନ କରିବା ପାଇଁ ନାଜରିତରୁ ଯିରୂଶାଲମକୁ ଯାଉଥିଲେ । ସେଠାକୁ ଯିବା ପାଇଁ ସେମାନଙ୍କୁ ପାଖାପାଖି ତିନି ଦିନ ଲାଗୁଥିଲା । କାରଣ ଯିରୂଶାଲମ ନାଜରିତରୁ ପ୍ରାୟ ୧୦୦ କି.ମି. ଦୂରରେ ଥିଲା ଓ ସେମାନଙ୍କୁ ପାହାଡ଼ିଆ ଅଞ୍ଚଳ ଦେଇ ଚାଲି ଚାଲି ଯିବାକୁ ପଡ଼ୁଥିଲା । ଲୂକ ୨:୩୯-୪୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯିରୂଶାଲମ ଯିବା କʼଣ ସେମାନଙ୍କ ପାଇଁ ସହଜ ଥିଲା ?

  • ଆପଣଙ୍କୁ ସଭାଗୁଡ଼ିକରେ ଯିବା ପାଇଁ କାହିଁକି କଷ୍ଟକର ଲାଗିପାରେ ?

  • ତଥାପି ଯଦି ଆପଣ ସେଠାକୁ ଯିବା ପାଇଁ ପରିଶ୍ରମ କରିବେ, ତାହେଲେ ଆପଣଙ୍କୁ କʼଣ ଲାଭ ହେବ ?

ବାଇବଲରେ କୁହାଯାଇଛି ଯେ ଆମେ ଯିହୋବାଙ୍କ ଉପାସନା ପାଇଁ ଏକାଠି ହେବା ଉଚିତ୍‌ । ଏବ୍ରୀ ୧୦:୨୪, ୨୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆମେ ପ୍ରତ୍ୟେକ ସଭାକୁ କାହିଁକି ଯିବା ଉଚିତ୍‌ ?

କିଛି ଲୋକ କହନ୍ତି: “ବାଇବଲ ତ ଆମେ ଘରେ ବି ପଢ଼ିପାରିବା, କୌଣସି ସଭାକୁ ଯିବା କʼଣ ଦରକାର ।”

  • ବାଇବଲର କେଉଁ ପଦ କିମ୍ବା କେଉଁ ଉଦାହରଣରୁ ଜଣାପଡ଼େ ଯେ ଯିହୋବା କʼଣ ଚାହାନ୍ତି ?

ଆମେ କʼଣ ଶିଖିଲୁ ?

ସଭାଗୁଡ଼ିକରେ ଗଲେ ଆପଣ ଯିହୋବାଙ୍କୁ ଆହୁରି ଭଲ ଭାବେ ଜାଣିପାରିବେ, ତାଙ୍କ ସହ ଆପଣଙ୍କ ସମ୍ପର୍କ ଆହୁରି ମଜବୁତ୍‌ ହୋଇଯିବ ଏବଂ ଆପଣ ଅନ୍ୟମାନଙ୍କ ସହ ମିଶି ତାଙ୍କ ଉପାସନା କରିପାରିବେ ।

ଆପଣ କʼଣ କହିବେ ?

  • ଯିହୋବା ଆମକୁ ସଭାକୁ ଯିବା ପାଇଁ କାହିଁକି କହନ୍ତି ?

  • ଯିହୋବାଙ୍କ ସାକ୍ଷୀମାନଙ୍କର ସଭାଗୁଡ଼ିକରେ ଆପଣ କʼଣ ଶିଖିବେ ?

  • ସଭାଗୁଡ଼ିକରେ ଗଲେ ଆପଣଙ୍କୁ ଆଉ କʼଣ କʼଣ ଲାଭ ହେବ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

କʼଣ ଆପଣ ସଭାକୁ ଯିବା ପାଇଁ ଡରୁଛନ୍ତି ? ଜଣେ ବ୍ୟକ୍ତିଙ୍କୁ ବି ଏପରି ଲାଗୁଥିଲା । କିନ୍ତୁ ତାଙ୍କୁ ଏବେ ସଭାକୁ ଯିବା କାହିଁକି ଭଲ ଲାଗେ, ତାହା ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ ।

ସେହି ସାକ୍ଷାତ ଆମେ କେବେ ଭୁଲିପାରିବାନି (୪:୧୬)

ଏହି ଭିଡିଓରେ ଦେଖନ୍ତୁ ଯେ ଜଣେ ଯୁବକଙ୍କୁ ସଭାଗୁଡ଼ିକ କାହିଁକି ଭଲ ଲାଗିଲା ଏବଂ ସେ ସେଠାକୁ ଯିବା ପାଇଁ କʼଣ କଲେ ।

ମୋତେ ସଭାଗୁଡ଼ିକ ବହୁତ ଭଲ ଲାଗୁଥିଲା ! (୪:୩୩)

ଜାଣନ୍ତୁ ଯେ କିଛି ଲୋକଙ୍କୁ ସଭାଗୁଡ଼ିକରେ ଯିବା କିପରି ଲାଗେ ।

“ମୁଁ ସଭା ପାଇଁ ରାଜ୍ୟଘର କାହିଁକି ଯିବି ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜାଣନ୍ତୁ ଯେ ଯିହୋବାଙ୍କ ସାକ୍ଷୀମାନଙ୍କର ଗୋଟିଏ ସଭାରେ ଗଲା ପରେ ଜଣେ ବଦମାସ ଗୁଣ୍ଡାର ଜୀବନ କିପରି ବଦଳିଗଲା ।

“ମୁଁ କେବେ ବି ନିଜ ବନ୍ଧୁକ ନ ନେଇ କୁଆଡ଼େ ବି ଯାଉ ନ ଥିଲି” (ପ୍ରହରୀଦୁର୍ଗ-ହି, ୧ ଅକ୍ଟୋବର, ୨୦୧୪)