इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୧

ଆପଣ ବାଇବଲକୁ କିପରି ଭଲ ଭାବେ ବୁଝିପାରିବେ ?

ଆପଣ ବାଇବଲକୁ କିପରି ଭଲ ଭାବେ ବୁଝିପାରିବେ ?

ଆରମ୍ଭରେ ଗୋଟିଏ ଛୋଟ ଛୁଆ ପାଇଁ ଚାଲିବା ଏତେ ସହଜ ହୋଇ ନ ଥାଏ । କିନ୍ତୁ ଯେତେବେଳେ ସେ ଛୋଟ ଛୋଟ ପାଦ ଦେଇ ଆଗକୁ ବଢ଼େ, ଏହା ତାʼ ପାଇଁ ସହଜ ହୋଇଯାଏ ଏବଂ ତାକୁ ଚାଲିବା ଭଲ ଲାଗେ । ବାଇବଲ ପଢ଼ିବା ବି ଠିକ୍‌ ସେହିଭଳି ଅଟେ । ହୁଏତ ବାଇବଲ ଦେଖି ଆପଣଙ୍କୁ ଲାଗିପାରେ, ‘ଏହା ତ ବହୁତ ବଡ଼ ବହି ଅଟେ, ମୁଁ କେଉଁଠୁ ପଢ଼ିବା ଆରମ୍ଭ କରିବି ?’ ଏହି ପାଠରେ ଆମେ ଦେଖିବା ଯେ ଆମେ ନିଜ ଭିତରେ ବାଇବଲ ପଢ଼ିବା ପାଇଁ ଇଚ୍ଛା କିପରି ବଢ଼ାଇପାରିବା ଏବଂ ସେଥିରୁ ଅଧିକ କିପରି ଶିଖିପାରିବା ।

୧. ଆମେ କାହିଁକି ପ୍ରତିଦିନ ବାଇବଲ ପଢ଼ିବା ଉଚିତ୍‌ ?

ଯଦି ଆମେ ପ୍ରତିଦିନ ‘ଯିହୋବାଙ୍କ ବ୍ୟବସ୍ଥା’ ବା ବାଇବଲ ପଢ଼ିବା, ତାହେଲେ ଆମେ ଖୁସିରେ ରହିବା ଏବଂ ନିଜ ସବୁ କାମରେ ସଫଳ ହେବା । (ଗୀତସଂହିତା ୧:୧-୩ ପଢ଼ନ୍ତୁ ।) ଆପଣ ଚାହିଁଲେ ଆରମ୍ଭରେ ପ୍ରତିଦିନ ୫ ରୁ ୧୦ ମିନିଟ୍‌ ବାଇବଲ ପଢ଼ିପାରିବେ । ଏପରି କଲେ ଆପଣ ବାଇବଲରୁ ଅନେକ କଥା ଜାଣିପାରିବେ ଏବଂ ଆପଣଙ୍କୁ ତାହା ପଢ଼ିବା ଆହୁରି ଭଲ ଲାଗିବ ।

୨. ଆପଣ ବାଇବଲକୁ ଆହୁରି ଭଲ ଭାବେ କିପରି ବୁଝିପାରିବେ ?

ବାଇବଲକୁ ଭଲ ଭାବେ ବୁଝିବା ପାଇଁ ପଢ଼ିବା ସମୟରେ ମଝି ମଝିରେ ଟିକେ ରୁହନ୍ତୁ ଏବଂ ଭାବନ୍ତୁ ଯେ ଆପଣ ଯାହା ପଢ଼ୁଛନ୍ତି, ତାର ଅର୍ଥ କʼଣ । ଅନ୍ୟ ଶବ୍ଦରେ କହିବାକୁ ଗଲେ, ବାଇବଲ ପଢ଼ନ୍ତୁ ଏବଂ ତାʼଉପରେ “ଧ୍ୟାନ” ବା ଚିନ୍ତନ ମଧ୍ୟ କରନ୍ତୁ । (ଯିହୋଶୂୟ ୧:୮) ପଢ଼ିବା ସମୟରେ ଆପଣ ଭାବିପାରିବେ, ‘ମୁଁ ଯାହା ପଢ଼ିଲି ସେଥିରୁ ମୁଁ ଯିହୋବାଙ୍କ ବିଷୟରେ କʼଣ ଶିଖିଲି ? ମୁଁ ନିଜେ ଏହାକୁ କିପରି ଲାଗୁ କରିପାରିବି ? ମୁଁ ଏହି ପଦ ଦେଖାଇ ଅନ୍ୟକୁ କିପରି ସାହାଯ୍ୟ କରିପାରିବି ?’

୩. ଆପଣ ବାଇବଲ ପଢ଼ିବା ପାଇଁ କେତେବେଳେ ସମୟ ବାହାର କରିପାରିବେ ?

କʼଣ ଆପଣଙ୍କୁ ବାଇବଲ ପଢ଼ିବା ପାଇଁ ସମୟ ବାହାର କରିବା କଷ୍ଟକର ଲାଗେ ? ଆମ ମଧ୍ୟରୁ ଅନେକ ଲୋକଙ୍କୁ ଏପରି ହିଁ ଲାଗେ । ବାଇବଲରେ ଲେଖାଅଛି, “ସୁଯୋଗର [“ନିଜ ସମୟର,” NWT] ସଦ୍‌ବ୍ୟବହାର କର ।” (ଏଫିସୀୟ ୫:୧୬) ଆପଣ ପ୍ରତିଦିନ ବାଇବଲ ପଢ଼ିବା ପାଇଁ ସମୟ ବାହାର କରିପାରିବେ । କିଛି ଲୋକ ସକାଳେ ବାଇବଲ ପଢ଼ନ୍ତି, ଆଉ କିଛି ଲୋକ ଦ୍ୱିପହରରେ କିମ୍ବା ସନ୍ଧ୍ୟାରେ ପଢ଼ନ୍ତି । ଆଉ କିଛି ଲୋକ ରାତିରେ ଶୋଇବା ପୂର୍ବରୁ ବାଇବଲ ପଢ଼ନ୍ତି । ଆପଣ କେତେବେଳେ ବାଇବଲ ପଢ଼ିବା ପାଇଁ ଚାହାନ୍ତି ?

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆପଣ କିପରି ନିଜ ଭିତରେ ବାଇବଲ ପଢ଼ିବା ପାଇଁ ଇଚ୍ଛା ବଢ଼ାଇପାରିବେ । ଏହା ମଧ୍ୟ ଜାଣନ୍ତୁ ଯେ ବାଇବଲ ଅଧ୍ୟୟନରୁ ଅଧିକ ଲାଭ ପାଇବା ପାଇଁ ଆପଣ ଭଲ ପ୍ରସ୍ତୁତି କିପରି କରିପାରିବେ ।

ହୁଏତ ଆରମ୍ଭରେ ଆମକୁ କୌଣସି ନୂଆ ଖାଦ୍ୟ ଖାଇବା ଭଲ ଲାଗି ନ ପାରେ, କିନ୍ତୁ କିଛି ଦିନ ଗଲା ପରେ ତାହା ଆମକୁ ଭଲ ଲାଗେ । ବାଇବଲ ପଢ଼ିବା ବି ଠିକ୍‌ ସେହିଭଳି

୪. ବାଇବଲ ପଢ଼ିବା ପାଇଁ ଇଚ୍ଛା ବଢ଼ାନ୍ତୁ

ହୁଏତ ଆରମ୍ଭରେ ଆମକୁ ବାଇବଲ ପଢ଼ିବା ପାଇଁ ଇଚ୍ଛା ହୋଇ ନ ପାରେ । କିନ୍ତୁ ତାʼପାଇଁ ଆମେ ନିଜ ମନରେ “ଇଚ୍ଛା” ବଢ଼ାଇପାରିବା । ଯେତେବେଳେ ଆମେ କୌଣସି ନୂଆ ଖାଦ୍ୟ ଖାଉ, ସେତେବେଳେ ହୁଏତ ଆରମ୍ଭରେ ଆମକୁ ତାହା ଭଲ ଲାଗି ନ ପାରେ । କିନ୍ତୁ କିଛି ଦିନ ଗଲା ପରେ ସେହି ଖାଦ୍ୟ ଆମକୁ ଭଲ ଲାଗେ । ବାଇବଲ ପଢ଼ିବା ବି ଠିକ୍‌ ସେହିଭଳି । ୧ ପିତର ୨:୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • କʼଣ ପ୍ରତିଦିନ ବାଇବଲ ପଢ଼ିଲେ ଆପଣଙ୍କୁ ତାହା ଆହୁରି ପଢ଼ିବାକୁ ଇଚ୍ଛା ହେବ ? ଆପଣଙ୍କୁ ଏପରି କାହିଁକି ଲାଗେ ?

ଭିଡିଓ ଦେଖନ୍ତୁ ଏବଂ ଜାଣନ୍ତୁ ଯେ କିଛି ଲୋକଙ୍କୁ ବାଇବଲ ପଢ଼ିବା କାହିଁକି ଭଲ ଲାଗିଲା । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଏହି ଯୁବାମାନଙ୍କୁ କାହିଁକି ବାଇବଲ ପଢ଼ିବା ପାଇଁ ଇଚ୍ଛା ହେଉ ନ ଥିଲା ?

  • ସେମାନେ ପ୍ରତିଦିନ ବାଇବଲ ପଢ଼ିବା ପାଇଁ କʼଣ କଲେ ?

  • ସେମାନେ ବାଇବଲରୁ ଆହୁରି ଭଲ ଭାବେ ଶିଖିବା ପାଇଁ କʼଣ କଲେ ?

କିଛି ପରାମର୍ଶ:

  • ଏପରି ଏକ ଅନୁବାଦରୁ ପଢ଼ନ୍ତୁ ଯାହା ସଠିକ୍‌ ଓ ବୁଝିବାରେ ସହଜ ଅଟେ । ଯଦି ଆପଣଙ୍କ ଭାଷାରେ ନୂତନ ଜଗତ ଅନୁବାଦ ବାଇବଲ ଅଛି, ତାହେଲେ ଆପଣ ତାହା ପଢ଼ିପାରିବେ କିମ୍ବା ଅନ୍ୟ କୌଣସି ଭାଷା ଯାହା ଆପଣ ଭଲ ଭାବେ ଜାଣନ୍ତି, ସେହି ଭାଷାରେ ଏହି ବାଇବଲ ପଢ଼ିପାରିବେ ।

  • ଆପଣଙ୍କୁ ବାଇବଲର ଯେଉଁ ଭାଗ ଭଲ ଲାଗେ, ତାକୁ ପ୍ରଥମେ ପଢ଼ନ୍ତୁ ।ବାଇବଲ ପଢ଼ିବା ଆରମ୍ଭ କରନ୍ତୁ” ନାମକ ଚାର୍ଟ ଦେଖନ୍ତୁ, ସେଥିରେ କିଛି ଭଲ ପରାମର୍ଶ ଦିଆଯାଇଛି ।

  • ଆପଣ କେଉଁ ଦିନ କେତେ ଯାଏଁ ପଢ଼ିଲେ ତାହା ଲେଖିକି ରଖନ୍ତୁ । ଏହି ବହି ସହ ଦିଆଯାଇଥିବା “ମୁଁ କେତେ ଯାଏଁ ବାଇବଲ ପଢ଼ିଛି ?” ନାମକ ଚାର୍ଟରେ ଚିହ୍ନ କରନ୍ତୁ ।

  • JW ଲାଇବ୍ରେରୀ ଆପ୍କୁ ବ୍ୟବହାର କରନ୍ତୁ । ଏହି ଆପ୍‌ ସାହାଯ୍ୟରେ ଆପଣ ଯେକୌଣସି ଜାଗାରେ ଥିଲେ ବି ବାଇବଲ ପଢ଼ିପାରିବେ କିମ୍ବା ଶୁଣିପାରିବେ । ଏହି ଆପ୍କୁ ଆପଣ ନିଜ ଫୋନ୍‌ କିମ୍ବା ଅନ୍ୟ କୌଣସି ଉପକରଣରେ ଚଲାଇପାରିବେ ।

  • ନୂତନ ଜଗତ ଅନୁବାଦ ବାଇବଲରେ ଅତିରିକ୍ତ ଲେଖାଗୁଡ଼ିକ ଦେଖନ୍ତୁ । ସେଠାରେ ନକ୍ସା, ଚାର୍ଟ ଓ ଶବ୍ଦାବଳୀ ଦିଆଯାଇଛି, ଯାହା ସାହାଯ୍ୟରେ ଆପଣଙ୍କୁ ବାଇବଲ ପଢ଼ିବା ଆହୁରି ଭଲ ଲାଗିବ ।

୫. ବାଇବଲ ଅଧ୍ୟୟନ ପାଇଁ ପ୍ରସ୍ତୁତି କରନ୍ତୁ

ଗୀତସଂହିତା ୧୧୯:୩୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ବାଇବଲ ପଢ଼ିବା କିମ୍ବା ବାଇବଲ ଅଧ୍ୟୟନ ପାଇଁ ପ୍ରସ୍ତୁତି କରିବା ପୂର୍ବରୁ ଆମେ କାହିଁକି ପ୍ରାର୍ଥନା କରିବା ଉଚିତ୍‌ ?

ପ୍ରତ୍ୟେକ ପାଠର ପ୍ରସ୍ତୁତି କରିବା ସମୟରେ ଆଗକୁ ଦିଆଯାଇଥିବା ଉପାୟ ଆପଣାନ୍ତୁ । ଏପରି କଲେ ଆପଣ ପାଠକୁ ଆହୁରି ଭଲ ଭାବେ ବୁଝିପାରିବେ ।

  1. ୧. ପାଠର ପ୍ରଥମ ଭାଗକୁ ପଢ଼ନ୍ତୁ ।

  2. ୨. ବାଇବଲ ପଦଗୁଡ଼ିକୁ ଖୋଲନ୍ତୁ ଓ ସେଗୁଡ଼ିକୁ ପଢ଼ନ୍ତୁ । ବୁଝିବାକୁ ଚେଷ୍ଟା କରନ୍ତୁ ଯେ ସେହି ପଦଗୁଡ଼ିକ ସେଠାରେ କାହିଁକି ଦିଆଯାଇଛି ।

  3. ୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତରକୁ ଚିହ୍ନ କରନ୍ତୁ । ଆପଣ କେବଳ କିଛି ଶବ୍ଦ ଉପରେ ଚିହ୍ନ କରିପାରିବେ । ଏପରି କଲେ ଯିଏ ଆପଣଙ୍କୁ ବାଇବଲ ଶିଖାଉଛନ୍ତି ତାଙ୍କ ସହ ଆଲୋଚନା କରିବା ସମୟରେ ଆପଣ ସହଜରେ ଉତ୍ତର ଦେଇପାରିବେ ।

କʼଣ ଆପଣ ଜାଣନ୍ତି ?

ଯିହୋବାଙ୍କ ସାକ୍ଷୀମାନେ ଭିନ୍ନ ଭିନ୍ନ ବାଇବଲ ବ୍ୟବହାର କରିକି ଦେଖିଛନ୍ତି । କିନ୍ତୁ ସେମାନଙ୍କୁ ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦ ବାଇବଲ ସବୁଠୁ ବେଶି ଭଲ ଲାଗେ, କାରଣ ସେଠାରେ ସଠିକ୍‌ ଅନୁବାଦ କରାଯାଇଛି, ତାହା ବୁଝିବା ପାଇଁ ସହଜ ଏବଂ ସେଠାରେ ଈଶ୍ୱରଙ୍କ ନାମ ମଧ୍ୟ ଦିଆଯାଇଛି ।—jw.org ୱେବସାଇଟ୍‌ରେ ଥିବା ଲେଖା କʼଣ ଯିହୋବାଙ୍କ ସାକ୍ଷୀମାନେ ନିଜର ଏକ ବାଇବଲ ତିଆରି କରିଛନ୍ତି ? ପଢ଼ନ୍ତୁ ।

କିଛି ଲୋକ କହନ୍ତି: “ବାଇବଲ ପଢ଼ାପଢ଼ି ମୋ ଦ୍ୱାରା ହେବନି । ଆଉ ସେମିତିବି ମୋ ପାଖରେ ତାʼପାଇଁ ସମୟ ବି ନାହିଁ ।”

  • ଆପଣ ଏବିଷୟରେ କʼଣ ଭାବନ୍ତି ?

ଆମେ କʼଣ ଶିଖିଲୁ ?

ବାଇବଲ ପଢ଼ିବା ପାଇଁ ସମୟ ବାହାର କରନ୍ତୁ । ଭଲ ଭାବେ ବୁଝିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ପ୍ରତ୍ୟେକ ପାଠ ପାଇଁ ପ୍ରସ୍ତୁତି କରନ୍ତୁ । ଏପରି କଲେ ଆପଣ ବାଇବଲରୁ ଅଧିକ ଲାଭ ପାଇବେ ।

ଆପଣ କʼଣ କହିବେ ?

  • ବାଇବଲକୁ ଆହୁରି ଭଲ ଭାବେ ବୁଝିବା ପାଇଁ ଆପଣ କʼଣ କରିପାରିବେ ?

  • ଆପଣ ବାଇବଲ ପଢ଼ିବା ପାଇଁ କେତେବେଳେ ସମୟ ବାହାର କରିପାରିବେ ?

  • ଆପଣଙ୍କୁ କାହିଁକି ବାଇବଲ ଅଧ୍ୟୟନ ପାଇଁ ପ୍ରସ୍ତୁତି କରିବା ଉଚିତ୍‌ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଅନେକ ବର୍ଷରୁ ବାଇବଲ ପଢ଼ୁଥିବା କିଛି ଲୋକଙ୍କଠାରୁ ଶୁଣନ୍ତୁ ଯେ କʼଣ କରିବା ଦ୍ୱାରା ସେମାନଙ୍କୁ ବାଇବଲ ପଢ଼ିବା ଆହୁରି ଭଲ ଲାଗିଲା ।

ଗଭୀର ଭାବେ ଅଧ୍ୟୟନ କରନ୍ତୁ (୨:୦୬)