इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୫

ଯୀଶୁ କିଏ ଅଟନ୍ତି ?

ଯୀଶୁ କିଏ ଅଟନ୍ତି ?

ଯୀଶୁ ଇତିହାସର ସବୁଠାରୁ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଥିଲେ । କିନ୍ତୁ ଅନେକ ଲୋକ ତାଙ୍କ ନାମ ଛଡ଼ା ତାଙ୍କ ବିଷୟରେ ଆଉ କିଛି ଜାଣନ୍ତି ନାହିଁ । ଆଉ ଯେଉଁମାନେ ତାଙ୍କୁ ଜାଣନ୍ତି ବୋଲି କହନ୍ତି, ସେମାନେ ମଧ୍ୟ ତାଙ୍କ ବିଷୟରେ ଅଲଗା ଅଲଗା ମତ ଦିଅନ୍ତି । ତାହେଲେ ଯୀଶୁ ପ୍ରକୃତରେ କିଏ ଅଟନ୍ତି ? ଆସନ୍ତୁ ଦେଖିବା ଯେ ବାଇବଲରେ ତାଙ୍କ ବିଷୟରେ କʼଣ କୁହାଯାଇଛି ।

୧. ଯୀଶୁ କିଏ ଅଟନ୍ତି ?

ଯୀଶୁ ଏକ ଶକ୍ତିଶାଳୀ ସ୍ୱର୍ଗଦୂତ ଅଟନ୍ତି ଏବଂ ସେ ସ୍ୱର୍ଗରେ ରହନ୍ତି । ଯିହୋବା ସବୁଠୁ ପ୍ରଥମେ ଯୀଶୁଙ୍କୁ ସୃଷ୍ଟି କରିଥିଲେ । ତେଣୁ ଯୀଶୁଙ୍କୁ “ସମସ୍ତ ସୃଷ୍ଟିର ପ୍ରଥମଜାତ” ବୋଲି କୁହାଯାଇଛି । (କଲସୀୟ ୧:୧୫) ବାଇବଲରେ ଯୀଶୁଙ୍କୁ ଈଶ୍ୱରଙ୍କ “ଅଦ୍ୱିତୀୟ ପୁତ୍ର” ବୋଲି ମଧ୍ୟ କୁହାଯାଇଛି । କାରଣ କେବଳ ତାଙ୍କୁ ହିଁ ଯିହୋବା ନିଜେ ସୃଷ୍ଟି କରିଥିଲେ । (ଯୋହନ ୩:୧୬) ଆଉ ଅନ୍ୟସବୁ ଜିନିଷ ସୃଷ୍ଟି କରିବାରେ ଯୀଶୁ ନିଜ ପିତାଙ୍କୁ ସାହାଯ୍ୟ କରିଥିଲେ ଏବଂ ତାଙ୍କ ସହ ମିଶି ସବୁ କାମ କରିଥିଲେ । (ହିତୋପଦେଶ ୮:୩୦ ପଢ଼ନ୍ତୁ ।) ସେମାନଙ୍କ ସମ୍ପର୍କ ବହୁତ ଘନିଷ୍ଠ । ଯୀଶୁଙ୍କୁ “ବାକ୍ୟ” ବୋଲି ମଧ୍ୟ କୁହାଯାଇଛି, କାରଣ ସେ ଜଣେ ବିଶ୍ୱସ୍ତ ସେବକ ଭାବେ ଯିହୋବାଙ୍କ କଥା ଓ ପରାମର୍ଶ ଅନ୍ୟମାନଙ୍କ ପାଖକୁ ପହଞ୍ଚାଉ ଥିଲେ ।—ଯୋହନ ୧:୧୪.

୨. ଯୀଶୁ ପୃଥିବୀକୁ କାହିଁକି ଆସିଥିଲେ ?

ଯୀଶୁ ନିଜ ପିତାଙ୍କ ସହ ସ୍ୱର୍ଗରେ ରହୁଥିଲେ । କିନ୍ତୁ ପ୍ରାୟ ୨,୦୦୦ ବର୍ଷ ପୂର୍ବେ ସେ ପୃଥିବୀକୁ ଆସିଥିଲେ । କେମିତି ? ଯିହୋବା ପବିତ୍ର ଶକ୍ତି ସାହାଯ୍ୟରେ ଚମତ୍କାର କରି ଯୀଶୁଙ୍କ ଜୀବନକୁ ମରୀୟମ ନାମକ କୁମାରୀର ଗର୍ଭରେ ରଖିଲେ । ଏପରି ଭାବେ ଯୀଶୁ ଜଣେ ମଣିଷ ହୋଇ ଜନ୍ମ ହେଲେ । (ଲୂକ ୧:୩୪, ୩୫ ପଢ଼ନ୍ତୁ ।) ଯୀଶୁ ପ୍ରତିଜ୍ଞା କରାଯାଇଥିବା ମସୀହ ବା ଖ୍ରୀଷ୍ଟ ହେବା ପାଇଁ ଏବଂ ଲୋକମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ । a ବାଇବଲରେ ମସୀହଙ୍କ ବିଷୟରେ ଯାହାସବୁ ଭବିଷ୍ୟତବାଣୀ କରାଯାଇଥିଲା, ସେଗୁଡ଼ିକ ଠିକ୍‌ ସେହିପରି ହିଁ ଯୀଶୁଙ୍କ ଉପରେ ପୂରା ହେଲା । ଏସବୁ ଦେଖି ଲୋକମାନେ ଜାଣିପାରିଲେ ଯେ ଯୀଶୁ ହିଁ “ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର ।”ମାଥିଉ ୧୬:୧୬.

୩. ଏବେ ଯୀଶୁ କେଉଁଠି ଅଛନ୍ତି ?

ଯୀଶୁଙ୍କ ମୃତ୍ୟୁ ପରେ ଯିହୋବା ତାଙ୍କୁ ସ୍ୱର୍ଗଦୂତ ଭାବେ ଜୀବିତ କଲେ । ତାʼପରେ ଯୀଶୁ ସ୍ୱର୍ଗକୁ ଫେରିଗଲେ । ସେଠାରେ ଈଶ୍ୱର ତାଙ୍କୁ “ଅତିଶୟ ଉନ୍ନତ” କଲେ ଅର୍ଥାତ୍‌ ଆଗ ଅପେକ୍ଷା ଅଧିକ ଉଚ୍ଚ ପଦ ଦେଇ ମହାନ କଲେ । (ଫିଲିପ୍‌ପୀୟ ୨:୯) ଏବେ ଯୀଶୁ ସବୁଠୁ ଶକ୍ତିଶାଳୀ ସ୍ୱର୍ଗଦୂତ ଅଟନ୍ତି । ଯିହୋବାଙ୍କ ପରେ ଯୀଶୁ ହିଁ ସବୁଠୁ ଶକ୍ତିଶାଳୀ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଯୀଶୁ ପ୍ରକୃତରେ କିଏ ଏବଂ ତାଙ୍କ ବିଷୟରେ ଜାଣିବା କାହିଁକି ଜରୁରୀ ।

୪. ଯୀଶୁ ସର୍ବଶକ୍ତିମାନ ଈଶ୍ୱର ନୁହନ୍ତି

ବାଇବଲରେ ଲେଖାଅଛି ଯେ ଯୀଶୁ ଏବେ ସ୍ୱର୍ଗରେ ଅଛନ୍ତି ଏବଂ ତାଙ୍କ ପାଖରେ ବହୁତ ଶକ୍ତି ଓ ଅଧିକାର ରହିଛି । ତଥାପି ସେ ନିଜ ପିତା ଯିହୋବାଙ୍କର ଆଜ୍ଞା ପାଳନ କରନ୍ତି ଏବଂ ତାଙ୍କ ଅଧୀନରେ ରହନ୍ତି । ବାଇବଲରେ ଲେଖାଅଛି ଯେ ଯୀଶୁ ଓ ସର୍ବଶକ୍ତିମାନ ଈଶ୍ୱରଙ୍କ ମଧ୍ୟରେ କʼଣ ପାର୍ଥକ୍ୟ ଅଛି । ଏବିଷୟରେ ଗୋଟିଏ ଭିଡିଓ ଦେଖନ୍ତୁ 

ଆଗକୁ ଦିଆଯାଇଥିବା ପଦଗୁଡ଼ିକୁ ପଢ଼ି ଆମେ ବୁଝିପାରିବା ଯେ ଯିହୋବା ଓ ଯୀଶୁଙ୍କ ମଧ୍ୟରେ କʼଣ ସମ୍ପର୍କ ଅଛି । ପ୍ରତ୍ୟେକ ପଦକୁ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

ଲୂକ ୧:୩୦-୩୨ ପଢ଼ନ୍ତୁ ।

  • ସ୍ୱର୍ଗଦୂତ ଯାହା କହିଲେ ସେଥିରୁ କʼଣ ଜଣାପଡ଼େ, ଯୀଶୁ ଓ “ପରାତ୍ପର” ଅର୍ଥାତ୍‌ ଯିହୋବା ଈଶ୍ୱରଙ୍କ ମଧ୍ୟରେ କʼଣ ସମ୍ପର୍କ ଅଛି ?

ମାଥିଉ ୩:୧୬, ୧୭ ପଢ଼ନ୍ତୁ ।

  • ଯେତେବେଳେ ଯୀଶୁଙ୍କ ବାପ୍ତିସ୍ମ ହେଲା, ସେତେବେଳେ ସ୍ୱର୍ଗରୁ କʼଣ ଶବ୍ଦ ଶୁଣାଗଲା ?

  • ଆପଣଙ୍କୁ କʼଣ ଲାଗେ, ସେହି ଶବ୍ଦ କାହାର ଥିଲା ?

ଯୋହନ ୧୪:୨୮ ପଢ଼ନ୍ତୁ ।

  • ଗୋଟିଏ ପରିବାରରେ ବାପା ଓ ପୁଅ ମଧ୍ୟରୁ ସବୁଠୁ ବଡ଼ କିଏ ଏବଂ କାହା ପାଖରେ ବେଶି ଅଧିକାର ଥାଏ ?

  • ଯୀଶୁ ଯିହୋବାଙ୍କୁ ନିଜ ପିତା ବୋଲି କହିଲେ, ଏଥିରୁ କʼଣ ଜଣାପଡ଼େ ?

ଯୋହନ ୧୨:୪୯ ପଢ଼ନ୍ତୁ ।

  • କʼଣ ଯୀଶୁ ନିଜକୁ ପିତାଙ୍କ ସହ ସମାନ ବୋଲି ମନେ କରୁଥିଲେ ଓ ନିଜକୁ ଈଶ୍ୱର ବୋଲି ଭାବୁଥିଲେ ? ଆପଣ କʼଣ ଭାବନ୍ତି ?

୫. ଯୀଶୁ ହିଁ ମସୀହ ଅଟନ୍ତି ବୋଲି କିପରି ଜଣାପଡ଼େ ?

ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଈଶ୍ୱର ଯାହାକୁ ବାଛିଥିଲେ, ତାଙ୍କୁ ମସୀହ କୁହାଯାଏ । ବାଇବଲରେ ମସୀହଙ୍କ ବିଷୟରେ ଅନେକ ଭବିଷ୍ୟତବାଣୀ କରାଯାଇଥିଲା । ଏଗୁଡ଼ିକୁ ଦେଖି ଲୋକମାନେ ମସୀହଙ୍କୁ ଚିହ୍ନି ପାରିଥାʼନ୍ତେ । ଆସନ୍ତୁ କିଛି ଭବିଷ୍ୟତବାଣୀ ପ୍ରତି ଧ୍ୟାନ ଦେବା ଯାହା ଯୀଶୁଙ୍କ ଉପରେ ପୂରା ହେଲା । ଭିଡିଓ ଦେଖନ୍ତୁ 

ଏଠାରେ ଦିଆଯାଇଥିବା ବାଇବଲର ଭବିଷ୍ୟତବାଣୀଗୁଡ଼ିକ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

ମସୀହ କେଉଁଠାରେ ଜନ୍ମ ହୁଅନ୍ତେ, ଏବିଷୟରେ ଜାଣିବା ପାଇଁ ମୀଖା ୫:୨ ପଢ଼ନ୍ତୁ । b

  • ଭବିଷ୍ୟତବାଣୀରେ ଯେଉଁ ଜାଗା ବିଷୟରେ କୁହାଯାଇଥିଲା, କʼଣ ଯୀଶୁ ସେଠାରେ ଜନ୍ମ ହୋଇଥିଲେ ?—ମାଥିଉ ୨:୧.

ମସୀହଙ୍କ ମୃତ୍ୟୁ ବିଷୟରେ କʼଣ କʼଣ ଭବିଷ୍ୟତବାଣୀ କରାଯାଇଥିଲା, ତାହା ଜାଣିବା ପାଇଁ ଗୀତସଂହିତା ୩୪:୨୦ ଯିଖରୀୟ ୧୨:୧୦ ପଢ଼ନ୍ତୁ ।

  • କʼଣ ଏହି ଭବିଷ୍ୟତବାଣୀଗୁଡ଼ିକ ପୂରା ହେଲା ?—ଯୋହନ ୧୯:୩୩-୩୭.

  • କʼଣ ମାଆ ପେଟରେ ଥିବା ଜଣେ ଛୁଆ, ନିଜ ମାଆଙ୍କୁ କହିପାରିବ କି ତାକୁ କେଉଁଠି ଜନ୍ମ ହେବାର ଅଛି ? କିମ୍ବା କʼଣ ଜଣେ ବ୍ୟକ୍ତି ଯାହାକୁ ମୃତ୍ୟୁଦଣ୍ଡର ଆଦେଶ ମିଳିଛି, ସେ ସୈନିକମାନଙ୍କୁ କହିପାରିବ କି ମୋତେ ଏମିତି ଭାବରେ ମାରିବ ?

  • ଏଥିରୁ କʼଣ ଜଣାପଡ଼େ ଯୀଶୁ କିଏ ଥିଲେ ?

୬. ଯୀଶୁଙ୍କ ବିଷୟରେ ଜାଣିଲେ ଆମକୁ ହିଁ ଲାଭ ମିଳିବ

ବାଇବଲରେ ଲେଖାଅଛି ଯେ ଆମକୁ ଏହା ଜାଣିବା ବହୁତ ଜରୁରୀ ଯେ ଯୀଶୁ କିଏ ଏବଂ ଈଶ୍ୱର ତାଙ୍କୁ କʼଣ କାମ ଦେଇଛନ୍ତି । ଯୋହନ ୧୪:୬ ୧୭:୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆମେ ଯୀଶୁଙ୍କ ବିଷୟରେ ଜାଣିବା କାହିଁକି ବହୁତ ଜରୁରୀ ?

ଯୀଶୁ ହିଁ ପଥ, ସତ୍ୟ ଓ ଜୀବନ ଅଟନ୍ତି । ଯିହୋବାଙ୍କ ସହ ଏକ ମଜବୁତ୍‌ ସମ୍ପର୍କ ଗଢ଼ିବା ପାଇଁ ସେ ହିଁ ଆମ ପାଇଁ ପଥ ଖୋଲି ଦେଲେ । ସେ ଯିହୋବାଙ୍କ ବିଷୟରେ ସତ୍ୟ ଶିଖାଇଲେ ଏବଂ ତାଙ୍କ ଜରିଆରେ ହିଁ ଆମକୁ ଖୁସିଭରା ଜୀବନ ମିଳିବ ଯାହା କେବେ ଶେଷ ହେବ ନାହିଁ

କିଛି ଲୋକ କହନ୍ତି: “ଯିହୋବାଙ୍କ ସାକ୍ଷୀମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତିନି ।”

  • ଯଦି କେହି ଏପରି କହନ୍ତି, ତାହେଲେ ଆପଣ କʼଣ କହିବେ ?

ଆମେ କʼଣ ଶିଖିଲୁ ?

ଯୀଶୁ ଏକ ଶକ୍ତିଶାଳୀ ସ୍ୱର୍ଗଦୂତ ଅଟନ୍ତି । ସେ ଈଶ୍ୱରଙ୍କ ପୁତ୍ର ଓ ବାଇବଲରେ କୁହାଯାଇଥିବା ମସୀହ ଅଟନ୍ତି ।

ଆପଣ କʼଣ କହିବେ ?

  • ଯୀଶୁଙ୍କୁ “ସମସ୍ତ ସୃଷ୍ଟିର ପ୍ରଥମଜାତ” ବୋଲି କାହିଁକି କୁହାଯାଇଛି ?

  • ଯୀଶୁ ପୃଥିବୀକୁ ଆସିବା ପୂର୍ବରୁ କʼଣ କʼଣ କଲେ ?

  • ଆମେ କାହିଁକି କହିପାରିବା ଯେ ଯୀଶୁ ହିଁ ମସୀହ ଅଟନ୍ତି ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ମଣିଷ ଯେପରି ଜଣେ ଛୁଆକୁ ଜନ୍ମ ଦିଏ, କʼଣ ସେପରି ଈଶ୍ୱର ମଧ୍ୟ ଯୀଶୁଙ୍କୁ ଜନ୍ମ ଦେଇଛନ୍ତି ? ଜାଣନ୍ତୁ ଯେ ବାଇବଲରେ ଏବିଷୟରେ କʼଣ ଲେଖାଅଛି ।

“ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର କାହିଁକି କୁହାଯାଏ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜାଣନ୍ତୁ ଯେ ତ୍ରିଏକର ଶିକ୍ଷା କାହିଁକି ବାଇବଲ ଅନୁସାରେ ଠିକ୍‌ ନୁହେଁ ।

“କʼଣ ଯୀଶୁ ପରମେଶ୍ୱର ଅଟନ୍ତି ?” (ପ୍ରହରୀଦୁର୍ଗ ଲେଖା-ହି)

ଜାଣନ୍ତୁ ଯେ ବାଇବଲରୁ ଯୀଶୁଙ୍କ ବିଷୟରେ ଜାଣି କିପରି ଜଣେ ମହିଳାଙ୍କ ଜୀବନ ପୂରାପୂରି ବଦଳିଗଲା ।

“ନିଜ ଧର୍ମ ବିଷୟରେ ଜଣେ ଯିହୁଦୀ ମହିଳାଙ୍କ ଦୃଷ୍ଟିକୋଣ କାହିଁକି ବଦଳିଗଲା ?” (ସଜାଗ ହୁଅ ! ଲେଖା-ହି)

a ମଣିଷମାନଙ୍କୁ କାହିଁକି ଉଦ୍ଧାରର ଆବଶ୍ୟକତା ରହିଛି ଏବଂ ଯୀଶୁ ଆମକୁ କିପରି ଉଦ୍ଧାର କରନ୍ତି, ଏବିଷୟରେ ଆମେ ପାଠ ୨୬୨୭ରେ ଦେଖିବା ।

b ମସୀହ କେବେ ପ୍ରକଟ ହୁଅନ୍ତେ, ଏବିଷୟରେ ଗୋଟିଏ ଭବିଷ୍ୟତବାଣୀ କରାଯାଇଥିଲା । ସେହି ଭବିଷ୍ୟତବାଣୀ ବିଷୟରେ ଜାଣିବା ପାଇଁ ଅଧିକ ବିବରଣୀ ୨ ଦେଖନ୍ତୁ ।