इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୩୦

ମରିଯାଇଥିବା ଆମ ସାଙ୍ଗ ଓ ପରିବାର ଲୋକଙ୍କୁ ପୁଣି ଜୀବିତ କରାଯିବ !

ମରିଯାଇଥିବା ଆମ ସାଙ୍ଗ ଓ ପରିବାର ଲୋକଙ୍କୁ ପୁଣି ଜୀବିତ କରାଯିବ !

ମୃତ୍ୟୁ ଆମ ସାଙ୍ଗସାଥୀ ଓ ପରିବାର ଲୋକଙ୍କୁ ଆମଠୁ ଦୂର କରିଦିଏ । ସେଥିପାଇଁ ବାଇବଲରେ ମୃତ୍ୟୁକୁ ଶତ୍ରୁ ବୋଲି କୁହାଯାଇଛି । (୧ କରିନ୍ଥୀୟ ୧୫:୨୬) ପାଠ ୨୭ରେ ଆମେ ଶିଖିଲୁ ଯେ ଯିହୋବା ଏହି ଶତ୍ରୁକୁ ଶେଷ କରିଦେବେ । କିନ୍ତୁ ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି, ସେମାନଙ୍କର କʼଣ ହେବ ? ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଲକ୍ଷ ଲକ୍ଷ ଲୋକଙ୍କୁ ପୁଣି ଜୀବିତ କରିବେ ଏବଂ ସେମାନେ ଏହି ପୃଥିବୀରେ ସବୁଦିନ ପାଇଁ ଖୁସିରେ ରହିପାରିବେ । ଏହି ପାଠରେ ଆମେ ଯିହୋବାଙ୍କ ପ୍ରତିଜ୍ଞା ବିଷୟରେ ଆହୁରି ଅଧିକ ଶିଖିବା । କିନ୍ତୁ ପ୍ରଶ୍ନ ଉଠେ, କʼଣ ମରିଯାଇଥିବା ଲୋକମାନେ ପୁଣି ଜୀବିତ ହୋଇପାରିବେ ? ସେମାନଙ୍କୁ କେଉଁଠି ଜୀବିତ କରାଯିବ, ସ୍ୱର୍ଗରେ ନା ପୃଥିବୀରେ ?

୧. ଆମର ଯେଉଁ ସାଙ୍ଗ ଓ ପରିବାର ଲୋକଙ୍କ ମୃତ୍ୟୁ ହୋଇଯାଇଛି, ସେମାନଙ୍କ ପାଇଁ ଯିହୋବା କʼଣ କରିବେ ?

ଯିହୋବା ମରିଯାଇଥିବା ଲୋକମାନଙ୍କୁ ପୁଣି ଥରେ ଜୀବିତ କରିବା ପାଇଁ ହୃଦୟରୁ ଚାହାନ୍ତି । ଯିହୋବାଙ୍କ ଜଣେ ବିଶ୍ୱସ୍ତ ସେବକ ଆୟୁବଙ୍କୁ ପୂରା ଭରସା ଥିଲା ଯେ ସେ ମରିବା ପରେ ବି ଯିହୋବା ତାଙ୍କୁ ଭୁଲିବେନି । ତେଣୁ ସେ ଈଶ୍ୱରଙ୍କୁ କହିଲେ, “ତୁମ୍ଭେ ଡାକିବ ଓ ମୁଁ [କବରରୁ] ତୁମ୍ଭକୁ ଉତ୍ତର ଦେବି ।”ଆୟୁବ ୧୪:୧୩-୧୫ ପଢ଼ନ୍ତୁ ।

୨. କʼଣ ଯେଉଁମାନେ ମରିଯାଇଛନ୍ତି ସେମାନେ ପୁଣି ଜୀବିତ ହୋଇପାରିବେ ?

ଯୀଶୁ ପୃଥିବୀରେ ଥିଲା ବେଳେ, ପରମେଶ୍ୱର ତାଙ୍କୁ ମରିଯାଇଥିବା ଲୋକମାନଙ୍କୁ ପୁଣି ଜୀବିତ କରିବା ପାଇଁ ଶକ୍ତି ଦେଇଥିଲେ । ସେ ୧୨ ବର୍ଷର ଜଣେ ଝିଅକୁ ଓ ଜଣେ ବିଧବାର ପୁଅକୁ ଜୀବିତ କରିଥିଲେ । (ମାର୍କ ୫:୪୧, ୪୨; ଲୂକ ୭:୧୨-୧୫) ସେ ନିଜ ସାଙ୍ଗ ଲାଜାରଙ୍କୁ ମଧ୍ୟ ଜୀବିତ କଲେ । ତାଙ୍କୁ ମରିବାର ଚାରି ଦିନ ହୋଇସାରିଥିଲା, ତଥାପି ଯୀଶୁ ତାଙ୍କୁ ଜୀବିତ କଲେ । ସେ ତାଙ୍କ କବର ପାଖକୁ ଗଲେ ଓ ଈଶ୍ୱରଙ୍କୁ ପ୍ରାର୍ଥନା କରି କେବଳ ଏତିକି କହିଲେ, “ଲାଜାର, ବାହାରିଆସ ।” ଆଉ ସେତେବେଳେ ସେହି “ମୃତ ଲୋକଟି ବାହାରି ଆସିଲେ” ଅର୍ଥାତ୍‌ ଲାଜାର ପୁଣି ଜୀବିତ ହୋଇଗଲେ । (ଯୋହନ ୧୧:୪୩, ୪୪) ଭାବନ୍ତୁ ଲାଜାରଙ୍କୁ ପୁଣି ଥରେ ଦେଖି ତାଙ୍କ ପରିବାର ଲୋକ ଓ ସାଙ୍ଗମାନେ କେତେ ଖୁସି ହୋଇଥିବେ !

୩. ଆପଣ ନିଜର ଯେଉଁ ସାଙ୍ଗ ଓ ପରିବାର ଲୋକଙ୍କୁ ମୃତ୍ୟୁରେ ହରାଇଛନ୍ତି, କʼଣ ସେମାନଙ୍କୁ ପୁଣି ଦେଖିପାରିବେ ?

ବାଇବଲରେ ପ୍ରତିଜ୍ଞା କରାଯାଇଛି ଯେ ମରିଯାଇଥିବା ଲୋକମାନଙ୍କର “ପୁନରୁତ୍ଥାନ ହେବ ।” ଅର୍ଥାତ୍‌ ସେମାନେ ପୁଣି ଥରେ ଜୀବିତ ହେବେ । (ପ୍ରେରିତ ୨୪:୧୫) ଯୀଶୁ ପୃଥିବୀରେ ଥିଲା ବେଳେ ଯେଉଁ ଲୋକମାନଙ୍କୁ ଜୀବିତ କରିଥିଲେ, ସେମାନେ ସ୍ୱର୍ଗକୁ ଯାଇ ନ ଥିଲେ । (ଯୋହନ ୩:୧୩) ତେଣୁ ଯେତେବେଳେ ଯୀଶୁ ସେମାନଙ୍କୁ ପୃଥିବୀରେ ଜୀବିତ କଲେ, ସେତେବେଳେ ସେମାନେ ଦୁଃଖୀ ହେଲେନି, ବରଂ ବହୁତ ଖୁସି ହେଲେ । ଖୁବ୍‌ ଶୀଘ୍ର ଯୀଶୁ ଲକ୍ଷ ଲକ୍ଷ ଲୋକଙ୍କୁ ଏହି ପୃଥିବୀରେ ପୁଣି ଜୀବିତ କରିବେ ଏବଂ ସେମାନେ ଏହି ପୃଥିବୀରେ ବିନା ଦୁଃଖକଷ୍ଟରେ ସବୁଦିନ ପାଇଁ ରହିପାରିବେ । ଯୀଶୁ କହିଥିଲେ ଯେ ଯେଉଁମାନେ ଈଶ୍ୱରଙ୍କ ସ୍ମରଣରେ ଅଛନ୍ତି, ସେମାନଙ୍କୁ ପୁଣି ଜୀବିତ କରାଯିବ । ହୁଏତ ମଣିଷମାନେ ମରିଯାଇଥିବା ଲୋକମାନଙ୍କୁ ଭୁଲି ଯାଇପାରନ୍ତି, କିନ୍ତୁ ଯିହୋବା କେବେ ବି ସେମାନଙ୍କୁ ଭୁଲିବେନି ।—ଯୋହନ ୫:୨୮, ୨୯.

ଭାବନ୍ତୁ ଓ ଶିଖନ୍ତୁ

ବାଇବଲରୁ ଜାଣନ୍ତୁ ଯେ ଆପଣ କାହିଁକି ଭରସା କରିପାରିବେ ଯେ ମରିଯାଇଥିବା ଲୋକମାନଙ୍କୁ ପୁଣି ଜୀବିତ କରାଯାଇପାରିବ ଏବଂ ଭବିଷ୍ୟତରେ ଏପରି ନିଶ୍ଚୟ ହେବ । ଏହା ମଧ୍ୟ ଜାଣନ୍ତୁ ଯେ ଏକଥାରୁ ଆମକୁ କିପରି ସାନ୍ତ୍ୱନା ଓ ଆଶା ମିଳେ ।

୪. ଯୀଶୁ ଦେଖାଇଲେ ଯେ ସେ ମରିଯାଇଥିବା ଲୋକମାନଙ୍କୁ ପୁଣି ଜୀବିତ କରିପାରନ୍ତି

ଯେତେବେଳେ ଯୀଶୁଙ୍କ ସାଙ୍ଗ ଲାଜାରଙ୍କ ମୃତ୍ୟୁ ହୋଇଯାଇଥିଲା, ସେତେବେଳେ ସେ କʼଣ କଲେ ? ଜାଣିବା ପାଇଁ ଯୋହନ ୧୧:୧୪, ୩୮-୪୪ ପଢ଼ନ୍ତୁ ଏବଂ ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆମେ କାହିଁକି କହିପାରିବା ଯେ ଲାଜାର ସତରେ ମରିଯାଇଥିଲେ ?—ପଦ ୩୯ ଦେଖନ୍ତୁ ।

  • ଯଦି ଲାଜାର ସ୍ୱର୍ଗକୁ ଯାଇଥିଲେ, ତାହେଲେ କʼଣ ଯୀଶୁ ତାଙ୍କୁ ଜବରଦସ୍ତି ଏହି ପୃଥିବୀକୁ ଆଣିଥାʼନ୍ତେ ?

ଭିଡିଓ ଦେଖନ୍ତୁ 

୫. ଲକ୍ଷ ଲକ୍ଷ ଲୋକଙ୍କୁ ପୁଣି ଜୀବିତ କରାଯିବ

ଗୀତସଂହିତା ୩୭:୨୯ ମାଥିଉ ୫:୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଲକ୍ଷ ଲକ୍ଷ ଲୋକମାନେ କେଉଁଠି ଜୀବିତ ହେବେ ?

ଯୀଶୁ କେବଳ ଯିହୋବାଙ୍କ ବିଶ୍ୱସ୍ତ ସେବକମାନଙ୍କୁ ହିଁ ନୁହଁ, ବରଂ ଆହୁରି ଅନେକ ଲୋକଙ୍କୁ ଜୀବିତ କରିବେ । ପ୍ରେରିତ ୨୪:୧୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯେଉଁମାନେ ମରିଯାଇଛନ୍ତି ସେମାନଙ୍କ ମଧ୍ୟରୁ ଆପଣ କାହା ସହ ଦେଖା ହେବାକୁ ଚାହାନ୍ତି ?

ଟିକେ ଭାବି ଦେଖନ୍ତୁ: ଯେପରି ଜଣେ ବାପା ପାଇଁ ନିଜ ଶୋଇଥିବା ପୁଅକୁ ଉଠାଇବା ବହୁତ ସହଜ କଥା, ଠିକ୍‌ ସେହିପରି ଯୀଶୁଙ୍କ ପାଇଁ ମରିଯାଇଥିବା ଲୋକଙ୍କୁ ଜୀବିତ କରିବା ବହୁତ ସହଜ କଥା

୬. ମରିଯାଇଥିବା ଲୋକଙ୍କୁ ପୁଣି ଜୀବିତ କରାଯିବ, ଏଥିରୁ ଆମକୁ ଆଶା ଓ ସାନ୍ତ୍ୱନା ମିଳେ

ବାଇବଲରେ ଯାଈରସଙ୍କ ଝିଅ ବିଷୟରେ ଯାହା କୁହାଯାଇଛି, ସେବିଷୟରେ ପଢ଼ିଲେ ଦୁଃଖରେ ଭାଙ୍ଗି ପଡ଼ିଥିବା ଅନେକ ଲୋକଙ୍କୁ ସାନ୍ତ୍ୱନା ଓ ସାହସ ମିଳିପାରେ । ଏହି ସତ୍ୟ ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଲୂକ ୮:୪୦-୪୨, ୪୯-୫୬ ପଢ଼ନ୍ତୁ ।

ଯୀଶୁ ଯାଈରସଙ୍କ ଝିଅକୁ ଜୀବିତ କରିବା ପୂର୍ବରୁ ଯାଈରସଙ୍କୁ କହିଲେ, “ଭୟ କର ନାହିଁ, କେବଳ ବିଶ୍ୱାସ କର ।” (ପଦ ୫୦ ଦେଖନ୍ତୁ ।) ମରିଯାଇଥିବା ଲୋକଙ୍କୁ ପୁଣି ଜୀବିତ କରାଯିବ । ଏହି ଆଶାରୁ ଆପଣଙ୍କୁ ଆଗକୁ ଦିଆଯାଇଥିବା ପରିସ୍ଥିତିରେ କିପରି ସାହାଯ୍ୟ ମିଳିପାରେ:

  • ଯେତେବେଳେ ଆପଣଙ୍କ ସାଙ୍ଗସାଥୀ କିମ୍ବା ପରିବାରରେ କାହାରି ମୃତ୍ୟୁ ହୋଇଯାଏ ?

  • ଯେତେବେଳେ ଆପଣଙ୍କ ଜୀବନ ବିପଦରେ ଥାଏ ?

ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଯିହୋବା ମରିଯାଇଥିବା ଲୋକଙ୍କୁ ପୁଣି ଜୀବିତ କରିବେ । ଏକଥାରୁ ଫେଲିସିଟିର ବାପାମାଆଙ୍କୁ କିପରି ସାନ୍ତ୍ୱନା ଓ ଆଶା ମିଳିଲା ?

କିଛି ଲୋକ କହନ୍ତି: “ମୋତେ ଲାଗେନି ମରିଯାଇଥିବା ଲୋକମାନେ ପୁଣି ଜୀବିତ ହେବେ ।”

  • ଆପଣ କʼଣ ଭାବନ୍ତି ?

  • ଆପଣ କେଉଁ ପଦ ଦେଖାଇ ବୁଝାଇପାରିବେ ଯେ ମରିଯାଇଥିବା ଲୋକମାନେ ନିଶ୍ଚୟ ଜୀବିତ ହେବେ ?

ଆମେ କʼଣ ଶିଖିଲୁ ?

ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଲକ୍ଷ ଲକ୍ଷ ଲୋକମାନଙ୍କୁ ପୁଣି ଜୀବିତ କରିବେ । ଆଉ ସେ ଏପରି କରିବା ପାଇଁ ହୃଦୟରୁ ଚାହାନ୍ତି ଏବଂ ସେ ମରିଯାଇଥିବା ଲୋକଙ୍କୁ ପୁଣି ଜୀବିତ କରିବା ପାଇଁ ଯୀଶୁଙ୍କୁ ଶକ୍ତି ମଧ୍ୟ ଦେଇଛନ୍ତି ।

ଆପଣ କʼଣ କହିବେ ?

  • ଆମେ କିପରି କହିପାରିବା ଯେ ଯିହୋବା ଓ ଯୀଶୁ ମରିଯାଇଥିବା ଲୋକମାନଙ୍କୁ ଜୀବିତ କରିବା ପାଇଁ ହୃଦୟରୁ ଚାହାନ୍ତି ?

  • ଲକ୍ଷ ଲକ୍ଷ ଲୋକମାନଙ୍କୁ କେଉଁଠାରେ ଜୀବିତ କରାଯିବ, ସ୍ୱର୍ଗରେ ନା ପୃଥିବୀରେ ? ଆପଣ ଏପରି କାହିଁକି କହନ୍ତି ?

  • ଆପଣ କାହିଁକି ଭରସାର ସହ କହିପାରିବେ ଯେ ଯେଉଁମାନେ ମରିଯାଇଛନ୍ତି ସେମାନେ ପୁଣି ଜୀବିତ ହେବେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

କାହାରିକୁ ମୃତ୍ୟୁରେ ହରାଇଲେ ଯେଉଁ ଦୁଃଖ ହୋଇଥାଏ, ତାହାକୁ କିପରି କମ୍‌ କରିପାରିବା, ତାହା ଜାଣିବା ପାଇଁ କିଛି ପରାମର୍ଶ ଉପରେ ଧ୍ୟାନ ଦିଅନ୍ତୁ ।

“କାହାରିକୁ ମୃତ୍ୟୁରେ ହରାଇବାର ଦୁଃଖକୁ କିପରି କମ୍‌ କରିପାରିବା ?” (ସଜାଗ ହୁଅ !-ହି ସଂ. ୩ ୨୦୧୮)

କʼଣ ବାଇବଲରେ ଦିଆଯାଇଥିବା ପରାମର୍ଶ ସେହି ଲୋକମାନଙ୍କୁ ସାହାଯ୍ୟ କରିପାରିବ ଯେଉଁମାନେ କାହାରିକୁ ହରାଇଛନ୍ତି ?

ଯେତେବେଳେ ଆମେ କାହାରିକୁ ମୃତ୍ୟୁରେ ହରାଉ (୫:୦୬)

ଯେତେବେଳେ ଛୋଟ ପିଲାମାନେ ମୃତ୍ୟୁରେ କାହାରିକୁ ହରାନ୍ତି, ସେତେବେଳେ ସେମାନେ ପୂରା ଭାଙ୍ଗିପଡ଼ନ୍ତି । ସେସମୟରେ ସେମାନଙ୍କୁ ସାହାଯ୍ୟ କେଉଁଠାରୁ ମିଳିପାରିବ ?

ମୁକ୍ତିର ମୂଲ୍ୟ (୨:୦୭)

କʼଣ କିଛି ଲୋକଙ୍କୁ ସ୍ୱର୍ଗରେ ପୁଣି ଜୀବିତ କରାଯିବ ? କେଉଁ ଲୋକମାନଙ୍କୁ ପୁଣି ଜୀବିତ କରାଯିବ ନାହିଁ ?

“ପୁନରୁତ୍ଥାନର ଅର୍ଥ କʼଣ ?” (jw.org ୱେବସାଇଟ୍‌ରେ ଥିବା ଲେଖା)