इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୩୭

କାମ ଓ ଟଙ୍କାପଇସା ବିଷୟରେ ବାଇବଲରେ କʼଣ କୁହାଯାଇଛି ?

କାମ ଓ ଟଙ୍କାପଇସା ବିଷୟରେ ବାଇବଲରେ କʼଣ କୁହାଯାଇଛି ?

କʼଣ ଆପଣଙ୍କୁ କେବେ କାମ ଓ ଟଙ୍କାପଇସାକୁ ନେଇ ବହୁତ ଚିନ୍ତା ହୋଇଛି ? ଏହା ସତ ଯେ ଘର ଚଳାଇବା ସହିତ ଯିହୋବାଙ୍କ ସେବାକୁ ପ୍ରଥମ ସ୍ଥାନ ଦେବା ଏତେ ସହଜ କଥା ନୁହେଁ । ଆସନ୍ତୁ ଜାଣିବା ଯେ ବାଇବଲରେ ଏବିଷୟରେ କʼଣ ପରାମର୍ଶ ଦିଆଯାଇଛି, ଯାହା ଆମକୁ ସାହାଯ୍ୟ କରିପାରେ ।

୧. ବାଇବଲରେ କାମ ବିଷୟରେ କʼଣ କୁହାଯାଇଛି ?

ଯିହୋବା ଚାହାନ୍ତି ଯେ ଆମକୁ ନିଜ କାମରୁ ଖୁସି ମିଳୁ । ବାଇବଲରେ ଲେଖାଅଛି, “ନିଜ ପରିଶ୍ରମରେ ଆପଣା ପ୍ରାଣକୁ ସୁଖଭୋଗ କରାଇବା ଅପେକ୍ଷା ମନୁଷ୍ୟର ଆଉ ଅଧିକ ମଙ୍ଗଳ ବିଷୟ ନାହିଁ ।” (ଉପଦେଶକ ୨:୨୪) ଯିହୋବା ନିଜେ ମଧ୍ୟ ବହୁତ ପରିଶ୍ରମ କରନ୍ତି । ଯେତେବେଳେ ଆମେ ଯିହୋବାଙ୍କ ଭଳି କଠିନ ପରିଶ୍ରମ କରୁ, ସେତେବେଳେ ଯିହୋବା ଖୁସି ହୁଅନ୍ତି ଓ ଆମକୁ ବି ସନ୍ତୁଷ୍ଟି ମିଳେ ।

କାମ କରିବା ଜରୁରୀ ଅଟେ । କିନ୍ତୁ ଆମେ କାମକୁ ଯିହୋବାଙ୍କ ସେବାଠାରୁ ଅଧିକ ମହତ୍ତ୍ୱ ଦେବା ଉଚିତ୍‌ ନୁହେଁ । (ଯୋହନ ୬:୨୭) ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ଯଦି ଆମେ ତାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା, ତାହେଲେ ସେ ଆମକୁ ସମ୍ଭାଳିବେ ଏବଂ ଆମର ସବୁ ଆବଶ୍ୟକତା ପୂରା କରିବେ ।

୨. ଟଙ୍କାପଇସା ବିଷୟରେ ଆମ ଦୃଷ୍ଟିକୋଣ କିପରି ହେବା ଉଚିତ୍‌ ?

ଏହା ସତ ଯେ ବାଇବଲ କହେ, ‘ଧନ ଆଶ୍ରୟ ସ୍ୱରୂପ ।’ କିନ୍ତୁ ଏହା ଆମକୁ ସତର୍କ ମଧ୍ୟ କରାଏ ଯେ କେବଳ ପଇସା ହିଁ ଆମକୁ ପ୍ରକୃତ ଖୁସି ଦେଇପାରିବନି । (ଉପଦେଶକ ୭:୧୨) ଏହା ଆମକୁ ପ୍ରୋତ୍ସାହନ ଦିଏ ଯେ ଆମେ ପଇସାକୁ ପ୍ରେମ ନ କରୁ, ବରଂ ଆମ ପାଖରେ ‘ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ରହୁ ।’ (ଏବ୍ରୀ ୧୩:୫ ପଢ଼ନ୍ତୁ ।) ଯଦି ଆମେ ସନ୍ତୁଷ୍ଟ ରହିବା, ତାହେଲେ ଆମେ ଅଯଥା ଚିନ୍ତାରୁ ବଞ୍ଚିପାରିବା । ଆମେ ସବୁବେଳେ ନୂଆ ନୂଆ ଜିନିଷ ପାଇବା ପାଇଁ ସେଗୁଡ଼ିକ ପଛରେ ଗୋଡ଼ାଇବା ନାହିଁ । ବିନା କାରଣରେ ଋଣ ନେବା ନାହିଁ । (ହିତୋପଦେଶ ୨୨:୭) ତାʼଛଡ଼ା ଆମେ ଜୁଆ ଖେଳିବାନି ଏବଂ ରାତାରାତି ଧନୀ ହେବା ଭଳି ସ୍କିମ୍‌ଗୁଡ଼ିକ ପଛରେ ଯିବାନି ।

୩. ଆମେ ନିଜ ଟଙ୍କାପଇସାରୁ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିପାରିବା ?

ଯିହୋବା ଉଦାର ଈଶ୍ୱର ଅଟନ୍ତି ଓ ସମସ୍ତଙ୍କୁ ଖୁସି ଖୁସି ଦିଅନ୍ତି । ତାଙ୍କ ଭଳି ଆମେ ମଧ୍ୟ ‘ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରିପାରିବା ।’ (୧ ତୀମଥି ୬:୧୮) ଆମେ ଏହା କିପରି କରିପାରିବା ? ଆମେ ମଣ୍ଡଳୀର କାମଗୁଡ଼ିକ ପାଇଁ ଦାନ ଦେଇପାରିବା, ଯେଉଁମାନଙ୍କୁ ପଇସାର ଆବଶ୍ୟକତା ରହିଛି ସେମାନଙ୍କୁ ସାହାଯ୍ୟ କରିପାରିବା, ବିଶେଷ କରି ଆମ ଭାଇଭଉଣୀମାନଙ୍କୁ । ଯିହୋବା ଏହା ଦେଖନ୍ତି ନାହିଁ ଯେ ଆମେ କେତେ ଦେଉଛୁ, ବରଂ ସେ ଏହା ଦେଖନ୍ତି ଯେ ଆମେ କେଉଁ ମନୋଭାବରେ ଦେଉଛୁ । ଯେତେବେଳେ ଆମେ ହୃଦୟରୁ ଅନ୍ୟମାନଙ୍କୁ ସାହାଯ୍ୟ କରୁ ଓ ସେମାନଙ୍କୁ କିଛି ଦେଇଥାଉ, ସେତେବେଳେ ଯିହୋବା ଖୁସି ହୁଅନ୍ତି ଏବଂ ଆମକୁ ମଧ୍ୟ ବହୁତ ଖୁସି ମିଳେ ।​—ପ୍ରେରିତ ୨୦:୩୫ ପଢ଼ନ୍ତୁ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ କାମ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିଲେ ଏବଂ ଆମ ପାଖରେ ଯାହା ଅଛି, ସେଥିରେ ସନ୍ତୁଷ୍ଟ ରହିଲେ କʼଣ କʼଣ ଲାଭ ହୁଏ ।

୪. କାମ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିଲେ ଯିହୋବାଙ୍କର ମହିମା ହୁଏ

ଯଦି ଯିହୋବାଙ୍କ ସହ ଆମ ସମ୍ପର୍କ ଭଲ ଅଛି, ତାହେଲେ ଆମେ କାମ ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ ଆପଣାଇବା । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଭିଡିଓରେ ଆପଣ ଦେଖିଲେ ଯେ କାମ ଜାଗାରେ ଜେସନ୍‌ଙ୍କର ବ୍ୟବହାର ଓ ଦୃଷ୍ଟିକୋଣ କିପରି ଥିଲା । ଆପଣଙ୍କୁ ଜେସନ୍‌ଙ୍କର କେଉଁ କଥା ସବୁଠୁ ବେଶି ଭଲ ଲାଗିଲା ?

  • ଜେସନ୍‌ କିପରି ଦେଖାଇଲେ ଯେ ଚାକିରି ତାଙ୍କ ପାଇଁ ସବୁଠୁ ଅଧିକ ମହତ୍ତ୍ୱ ରଖେନି ?

କଲସୀୟ ୩:୨୩, ୨୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଅନ୍ତରର ସହ ବା ହୃଦୟରୁ କାମ କରିବା କାହିଁକି ଜରୁରୀ ?

କାମ କରିବା ଜରୁରୀ ଅଟେ । କିନ୍ତୁ ଆମେ ଏହାକୁ ଯିହୋବାଙ୍କ ସେବାଠାରୁ ଅଧିକ ମହତ୍ତ୍ୱ ଦେବା ଉଚିତ୍‌ ନୁହେଁ

୫. ସନ୍ତୁଷ୍ଟ ରହିଲେ କʼଣ ଲାଭ ହୁଏ ?

ଅନେକ ଲୋକ ଅଧିକରୁ ଅଧିକ ପଇସା ଜମା କରିବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ଦେଖନ୍ତୁ ଯେ ବାଇବଲରେ କʼଣ ପରାମର୍ଶ ଦିଆଯାଇଛି । ୧ ତୀମଥି ୬:୬-୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ବାଇବଲ ଆମକୁ କʼଣ କରିବା ପାଇଁ ପ୍ରୋତ୍ସାହନ ଦିଏ ?

ଆମ ପାଖରେ କମ୍‌ ପଇସା ଥିଲେ ବି ଆମେ ଖୁସିରେ ରହିପାରିବା । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • କମ୍‌ ପଇସା ଥିଲେ ବି ସେହି ଦୁଇ ପରିବାର କାହିଁକି ଖୁସିରେ ଅଛନ୍ତି ?

ହୁଏତ ଆମ ପାଖରେ ସବୁକିଛି ଥିବ, ତଥାପି ଆମକୁ ଲାଗିପାରେ ଯେ ଆମକୁ ଆହୁରି ଦରକାର । ଯୀଶୁ ଗୋଟିଏ ଉଦାହରଣ ଦେଇଥିଲେ ଯେଉଁଥିରୁ ଜଣାପଡ଼େ ଯେ ଏପରି ଚିନ୍ତାଧାରା ରଖିଲେ କʼଣ ବିପଦ ହୋଇପାରେ । ଲୂକ ୧୨:୧୫-୨୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯୀଶୁ ଯେଉଁ ଉଦାହରଣ ଦେଇଥିଲେ, ସେଥିରୁ ଆପଣ କʼଣ ଶିଖିଲେ ?​—ପଦ ୧୫ ଦେଖନ୍ତୁ ।

ହିତୋପଦେଶ ୧୦:୨୨ ୧ ତୀମଥି ୬:୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • କେଉଁ କଥା ଅଧିକ ମହତ୍ତ୍ୱ ରଖେ, ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ନା ଅଧିକ ପଇସା ? ଆପଣଙ୍କୁ ଏପରି କାହିଁକି ଲାଗେ ?

  • ପଇସା ପଛରେ ଗୋଡ଼ାଇଲେ କʼଣ କʼଣ ସମସ୍ୟା ଆସେ ?

୬. ଯିହୋବା ଆମ ଆବଶ୍ୟକତାଗୁଡ଼ିକୁ ପୂରା କରିବେ

ବେଳେ ବେଳେ ହୁଏତ ଚାକିରି ଓ ପଇସା ଯୋଗୁଁ ଆମ ଉପରେ ଏପରି ସମସ୍ୟାଗୁଡ଼ିକ ଆସେ, ଯାହା ଯୋଗୁଁ ଯିହୋବାଙ୍କ ଉପରେ ଭରସା କରିବା ଆମକୁ କଠିନ ଲାଗିପାରେ । ବିଶ୍ୱାସର ଏହି ପରୀକ୍ଷାଗୁଡ଼ିକୁ ଆମେ କିପରି ସାମନା କରିପାରିବା ? ଜାଣିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଯେପରି ଆମେ ଭିଡିଓରେ ଦେଖିଲୁ, ଭାଇଙ୍କୁ କେଉଁ କେଉଁ ସମସ୍ୟାର ସାମନା କରିବାକୁ ପଡ଼ିଲା ?

  • ଭାଇ ସମସ୍ୟାଗୁଡ଼ିକୁ ଭଲ ଭାବେ ସାମନା କରିବା ପାଇଁ କʼଣ କଲେ ?

ମାଥିଉ ୬:୨୫-୩୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯେଉଁମାନେ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦିଅନ୍ତି, ସେମାନଙ୍କୁ ଯିହୋବା କʼଣ ପ୍ରତିଜ୍ଞା କରନ୍ତି ?

କିଛି ଲୋକ କହନ୍ତି: “ମୁଁ ସବୁ ସପ୍ତାହ ସଭାକୁ କିପରି ଯିବି ? ସେଠାକୁ ଗଲେ ଘର କିଏ ଚଳାଇବ ?”

  • କେଉଁ ପଦରୁ ଆପଣଙ୍କୁ ଭରସା ହେଲା ଯେ ଏପରି ପରିସ୍ଥିତିରେ ମଧ୍ୟ ଯିହୋବାଙ୍କ ଉପାସନାକୁ ହିଁ ପ୍ରଥମ ସ୍ଥାନ ଦେବା ଭଲ ହେବ ?

ଆମେ କʼଣ ଶିଖିଲୁ ?

ଆମକୁ କାମ ଓ ପଇସା ଦୁଇଟିଯାକ ଦରକାର । କିନ୍ତୁ ଆମେ ଏଗୁଡ଼ିକୁ ଯିହୋବାଙ୍କ ସେବାଠାରୁ ଅଧିକ ମହତ୍ତ୍ୱ ଦେବା ଉଚିତ ନୁହେଁ ।

ଆପଣ କʼଣ କହିବେ ?

  • କାମ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିବା ପାଇଁ କେଉଁ କଥା ଆପଣଙ୍କୁ ସାହାଯ୍ୟ କରିପାରିବ ?

  • ଆମ ପାଖରେ ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ରହିଲେ କʼଣ ଲାଭ ହୁଏ ?

  • ଯିହୋବା ପ୍ରତିଜ୍ଞା କରନ୍ତି ଯେ ସେ ନିଜ ଲୋକମାନଙ୍କର ଆବଶ୍ୟକତା ପୂରଣ କରିବେ । ଆପଣ କିପରି ଦେଖାଇପାରିବେ ଯେ ଆପଣଙ୍କୁ ଏହି ପ୍ରତିଜ୍ଞା ଉପରେ ଭରସା ଅଛି ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

କʼଣ ବାଇବଲରେ କୁହାଯାଇଛି ଯେ ପଇସା ବହୁତ ଖରାପ ଜିନିଷ ଅଟେ ? ଆସନ୍ତୁ ଜାଣିବା ।

“କʼଣ ସବୁ ଖରାପ କାମର କାରଣ ପଇସା ଅଟେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜାଣନ୍ତୁ ଯେ କେଉଁ ମନୋଭାବରେ ଅନ୍ୟମାନଙ୍କୁ ସାହାଯ୍ୟ କଲେ ଈଶ୍ୱର ଖୁସି ହୁଅନ୍ତି ।

“ପବିତ୍ର ଶାସ୍ତ୍ର ଅନ୍ୟମାନଙ୍କୁ ସାହାଯ୍ୟ କରିବା ବିଷୟରେ କʼଣ କହେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

କେଉଁ କଥା ଜଣେ ଜୁଆଳି ଓ ଚୋରକୁ ନିଜ ଜୀବନ ବଦଳାଇବା ପାଇଁ ସାହାଯ୍ୟ କଲା ?

“ମୁଁ ରେସ୍‌ରେ ଦୌଡ଼ୁଥିବା ଘୋଡ଼ାମାନଙ୍କ ପଛରେ ପାଗଳ ଥିଲି” (ପ୍ରହରୀଦୁର୍ଗ-ହି, ଏପ୍ରିଲ୍‌-ଜୁନ୍‌, ୨୦୧୨)